ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ

ଉଇକିପିଡ଼ିଆ‌ରୁ
ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ
ଇଂରାଜୀ ପ୍ରତିଶବ୍ଦ - TCA poisoning, TCA overdose, TCA toxicity
ଆମିଟ୍ରିପ୍ଟିଲିନର (amitriptyline) ରାସାୟନିକ ଗଠନ ।
ବିଭାଗଆପତକାଳୀନ ଭେଷଜ ବିଭାଗ (emergency medicine)
ଲକ୍ଷଣହାଇପରଥର୍ମିଆ ବା ଅତିରିକ୍ତ ଜ୍ୱର (elevated body temperature), ବିସ୍ଫାରିତ ଆଖି ପିତୁଳା, ଅନିୟମିତ ହୃତ୍ ସ୍ପନ୍ଦନ, ବାତ (seizures)[୧]
ଆକ୍ରାନ୍ତ ସମୟ୬ ଘଣ୍ଟା ମଧ୍ୟରେ । [୨]
କାରଣସ୍ୱେଚ୍ଛାକୃତ ବା ଦୁର୍ଘଟଣା ।[୨][୩]
ଚିକିତ୍ସାସାହାଯ୍ୟକାରୀ ଚିକିତ୍ସା (supportive), ସୋଡ଼ିଅମ ବାଇକାର୍ବୋନେଟ (sodium bicarbonate), ଲିପିଡ ଇମଲସନ (lipid emulsion)[୨]
ପୁନଃପୌନିକସାଧାରଣ କେଶ୍ [୧][୪]
ମୃତ୍ୟୁ ସାନ୍ଦ୍ରତାଇଂଲଣ୍ଡରେ ବର୍ଷକୁ ପ୍ରାୟ ୨୭୦ କେଶ୍ ।[୧]

ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ (ଇଂରାଜୀ ଭାଷାରେ Tricyclic antidepressant overdose) ଏକ ବିଷକ୍ରିୟା poisoning ଯାହା ଅତ୍ୟଧିକ ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ (tricyclic antidepressant ବା TCA)) ଟାଇପର ଔଷଧ ସେବନ କଲେ ଦେଖାଯାଏ । ଏହାର ଲକ୍ଷଣ: ଅତିରିକ୍ତ ଜ୍ୱର, ଝାପସା ଦୃଷ୍ଟି, ବିସ୍ଫାରିତ ଆଖି ପୁତଳା (dilated pupils), ନିଦୁଆ ଭାବ, ଦ୍ୱନ୍ଦ, ବାତ (seizures), ଟାକିକାର୍ଡ଼ିଆ (rapid heart rate) ଓ ହୃଦ୍‌ରୋଧ[୧] ଔଷଧ ସେବନର ୬ଘଣ୍ଟା ମଧ୍ୟରେ କିଛି ଲକ୍ଷଣ ନ ବାହାରିଲେ ତା'ପରେ କିଛି ହେବା ସମ୍ଭାବନା କମ୍ ରହେ । [୨]

ଆତ୍ମହତ୍ୟା ବା ଦୁର୍ଘଟଣା କାରଣରୁ ଟିସିଏ ମାତ୍ରାଧିକ ହୋଇପାରେ । ଟକ୍ସିକ ଡୋଜ ବା ବିଷାକ୍ତ ମାତ୍ରା ନିର୍ଦ୍ଦିଷ୍ଟ ଟିସିଏ ଉପରେ ନିର୍ଭର କରେ । [୨] ଡେସିପ୍ରାମିନ (desipramine), ନରଟ୍ରିପ୍ଟିଲିନ nortriptyline, ଓ ଟ୍ରିମିପ୍ରାମିନ trimipramine ଔଷଧ ଗୁଡ଼ିକ ୨.୫ ମିଗ୍ରା/କେଜିରୁ କମ ଥିଲେ ବିଷସମ୍ପନ୍ନ ହୁଏ ନାହିଁ, ବାକି ଅଧିକାଂଶ ଔଷଧ ପ୍ରାୟ ୫ମିଗ୍ରା/କେଜିରେ ମଧ୍ୟ ବିଷସମ୍ପନ୍ନ ହୁଏନାହିଁ । [୫][୨] ଛୋଟ ପିଲା ଗୋଟିଏ ବା ଦୁଇଟି ବଟିକା ଖାଇଲେ ଘାତକ ହୋଇପାରେ । [୬] କେଶ ଅନୁଶୀଳନ କଲାବେଳେ ମାତ୍ରାଧିକ ହେବା ସମ୍ଭାବନା ଥିଲେ ଇସିଜି (electrocardiogram) କରିବା ଆବଶ୍ୟକ ।[୨]

ଏହି ବିଷକ୍ରିୟାରେ ସକ୍ରିୟ ଚାରକୋଲ (activated charcoal) ଦେବାକୁ ସୁପାରିସ କରାଯାଏ । [୧] ଲୋକଙ୍କୁ ବାନ୍ତି କରିବାକୁ ପ୍ରବର୍ତ୍ତେଇବା ଆବଶ୍ୟକ ନୁହେଁ । ଚଉଡ଼ା କ୍ୟୁଆରଏସ କମ୍ପ୍ଲେକ୍ସ (>୧୦୦ଏମଏସ) ଥିଲେ ସୋଡ଼ିଅମ ବାଇକାର୍ବୋନେଟ ଦିଆଯାଏ । ବାତ ମାରୁଥିଲେ ବେଞ୍ଜୋଡାଏଜେପିନ (benzodiazepines) ଦିଆଯାଏ । [୨] ନିମ୍ନ ରକ୍ତଚାପ ଥିଲେ ଶିରାଭ୍ୟନ୍ତର ତରଳ ପଦାର୍ଥ ଓ ନରଏପିନେଫ୍ରିନ norepinephrine ଦିଆଯାଏ । [୧] ଶିରାଭ୍ୟନ୍ତର ଲିପିଡ ଇମଲସନ (intravenous lipid emulsion) ପରୀକ୍ଷା କରାଯାଇପାରେ । [୩]

ଶତାବ୍ଦୀ ୨୦୦୦ର ପ୍ରଥମ ଭାଗରେ ବିଷକ୍ରିୟା ସମ୍ପନ୍ନ ରୋଗୀଙ୍କ ମଧ୍ୟରେ ସର୍ବାଧିକ ସାଧାରଣ କାରଣ ଟିସିଏ ଥିଲା । [୧] ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦୪ ମସିହାରେ ୧୨,୦୦୦ରୁ ଅଧିକ କେଶ ଥିଲେ । [୨] ଏହା ଯୋଗୁ ଇଂଲଣ୍ଡରେ ବର୍ଷକୁ ୨୭୦ ମୃତ୍ୟୁ ହେଉଥିଲା । ସନ ୧୯୫୯ରେ ପ୍ରଥମେ ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ ବିଷୟ ରିପୋର୍ଟ ହୋଇଥିଲା । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Kerr G, McGuffie A, Wilkie S (2001). "Tricyclic antidepressant overdose: a review". Emerg Med J. 18 (4): 236–41. doi:10.1136/emj.18.4.236. PMC 1725608. PMID 11435353.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Woolf, Alan D.; Erdman, Andrew R.; Nelson, Lewis S.; Caravati, E. Martin; Cobaugh, Daniel J.; Booze, Lisa L.; Wax, Paul M.; Manoguerra, Anthony S.; Scharman, Elizabeth J.; Olson, Kent R.; Chyka, Peter A.; Christianson, Gwenn; Troutman, William G.; American Association of Poison Control Centers (1 January 2007). "Tricyclic antidepressant poisoning: an evidence-based consensus guideline for out-of-hospital management". Clinical Toxicology (Philadelphia, Pa.). 45 (3): 203–233. doi:10.1080/15563650701226192. ISSN 1556-3650. PMID 17453872.
  3. ୩.୦ ୩.୧ Cao, Dazhe; Heard, Kennon; Foran, Mark; Koyfman, Alex (1 March 2015). "Intravenous lipid emulsion in the emergency department: a systematic review of recent literature". The Journal of Emergency Medicine. 48 (3): 387–397. doi:10.1016/j.jemermed.2014.10.009. ISSN 0736-4679. PMID 25534900.
  4. Thanacoody H, Thomas S (2005). "Tricyclic antidepressant poisoning : cardiovascular toxicity". Toxicol Rev. 24 (3): 205–14. doi:10.2165/00139709-200524030-00013. PMID 16390222.
  5. Bartram, Tom (1 March 2008). "Best BETs from the Manchester Royal Infirmary. Bet 3. Toxic levels of tricyclic drugs in accidental overdose". Emergency medicine journal: EMJ. 25 (3): 166–167. doi:10.1136/emj.2007.056788. ISSN 1472-0213. PMID 18299371.
  6. Rosenbaum T, Kou M (2005). "Are one or two dangerous? Tricyclic antidepressant exposure in toddlers". J Emerg Med. 28 (2): 169–74. doi:10.1016/j.jemermed.2004.08.018. PMID 15707813.