ଜାନକୀ ବଲ୍ଲଭ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଜାନକୀ ବଲ୍ଲଭ ପଟ୍ଟନାୟକ
ରାଜ୍ୟପାଳ, ଆସାମ
କାର୍ଯ୍ୟକାଳ
୧୧ ଡିସେମ୍ବର ୨୦୦୯ – ୧୦ ଡିସେମ୍ବର ୨୦୧୪
ପୂର୍ବ ଅଧିକାରୀସୟଦ ସିବତେ ରାଜି
ପର ଅଧିକାରୀପଦ୍ମନାଭ ଆଚାର୍ଯ୍ୟ
ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୯ ଜୁନ ୧୯୮୦ – ୭ ଡିସେମ୍ବର ୧୯୮୯
ପୂର୍ବ ଅଧିକାରୀନୀଳମଣି ରାଉତରାୟ
ପର ଅଧିକାରୀହେମାନନ୍ଦ ବିଶ୍ୱାଳ
କାର୍ଯ୍ୟକାଳ
୧୫ ମାର୍ଚ୍ଚ ୧୯୯୫ – ୧୭ ଫେବୃଆରୀ ୧୯୯୯
ପୂର୍ବ ଅଧିକାରୀବିଜୁ ପଟ୍ଟନାୟକ
ପର ଅଧିକାରୀଗିରିଧର ଗମାଙ୍ଗ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଜାନକୀ ବଲ୍ଲଭ ପଟ୍ଟନାୟକ

(1927-01-03)୩ ଜାନୁଆରୀ ୧୯୨୭
ରାମେଶ୍ୱର, ପୁରୀ ଜିଲ୍ଲା
ମୃତ୍ୟୁ୨୧ ଅପ୍ରେଲ ୨୦୧୫(2015-04-21) (ବୟସ ୮୮)
ତିରୁପତି
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀଜୟନ୍ତୀ ପଟ୍ଟନାୟକ
ସନ୍ତାନସୁଦତ୍ତା ପଟ୍ଟନାୟକ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ,
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ
ୱେବସାଇଟOfficial Website

ଜାନକୀ ବଲ୍ଲଭ ପଟ୍ଟନାୟକ (୩ ଜାନୁଆରୀ ୧୯୨୭ - ୨୧ ଅପ୍ରେଲ ୨୦୧୫) ଜଣେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ବାଦିକ ଓ ଲେଖକ ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଆସାମର ରାଜ୍ୟପାଳ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳାଧିପତି, ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ସେ ରାଜନେତା ଜୟନ୍ତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ରାଜନେତା ଓ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଜ୍ୱାଇଁ ଓ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ତାଙ୍କ ନାତୁଣୀ । ସେ 'ଇଷ୍ଟର୍ଣ୍ଣ ଟାଇମ୍‍ସ' ଖବରକାଗଜରୁ ସାମ୍ବାଦିକ ଭାବେ ନିଜର କର୍ମଜୀବନ ଆରମ୍ଭ କରି ପରେ ତାହାର ସମ୍ପାଦକ ହୋଇଥିଲେ । ସେ ଓଡ଼ିଆ ଦୈନିକ ପ୍ରଜାତନ୍ତ୍ରର ମଧ୍ୟ ସମ୍ପାଦକ ହୋଇ ୧୯୬୭ ପର୍ଯ୍ୟନ୍ତ ସେହି ଭାରରେ ଥିଲେ । ୧୯୬୭ ମସିହାରେ ସେ ପୌରୁଷ ପତ୍ରିକା ପ୍ରତିଷ୍ଠା କରି ତାହାର ସମ୍ପାଦକ ଥିଲେ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଜାନକୀ ବଲ୍ଲଭ ପଟ୍ଟନାୟକ ପୁରୀ ଜିଲ୍ଲାର ରାମେଶ୍ୱରଠାରେ ଜନ୍ମଗହଣ କରିଥିଲେ ।[୧] ତାଙ୍କର ପିତା ଗୋକୁଳାନନ୍ଦ ପଟ୍ଟନାୟକ ଜଣେ ଲେଖକ ତଥା ଶିକ୍ଷକ ଥିଲେ ।[୨] ୧୯୪୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେ ରାଜନେତା ଜୟନ୍ତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଝିଅ ସୁଦତ୍ତା ପଟ୍ଟନାୟକ ଶିକ୍ଷାବିଦ୍, ସମ୍ପାଦକ ଓ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ତାଙ୍କ ନାତୁଣୀ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ସ୍ନାତକୋତ୍ତର ଶିକ୍ଷା ପରେ ସେ ଇଷ୍ଟର୍ଣ୍ଣ ଟାଇମ୍‍ସ ଖବରକାଗଜରେ ସାମ୍ବାଦିକ ଭାବେ କର୍ମଜୀବନ ଆରମ୍ଭ କରିଥିଲେ । ୧୯୫୦ରେ ଏହାର ଯୁଗ୍ମ ସମ୍ପାଦକ ଓ ଦୁଇବର୍ଷ ପରେ ଏହାର ସମ୍ପାଦକ ହୋଇଥିଲେ । ଏହା ସହ ସେ ଓଡ଼ିଆ ଦୈନିକ ପ୍ରଜାତନ୍ତ୍ରର ମଧ୍ୟ ସମ୍ପାଦକ ହୋଇଥିଲେ । ୧୯୬୭ ପର୍ଯ୍ୟନ୍ତ ସେ ଉଭୟ ଖବରକାଗଜର ସମ୍ପାଦକ ରହିଆସିଥିଲେ । ୧୯୬୭ ଜୁଲାଇରେ ସେ ପୌରୁଷ ପତ୍ରିକା ପ୍ରତିଷ୍ଠା କରି ଏହାର ପ୍ରଥମ ସମ୍ପାଦକ ହୋଇଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଜାନକୀବଲ୍ଲଭ କୈଶୋରରୁ ଛାତ୍ର ରାଜନୀତି ସହ ଜଡ଼ିତ ଥିଲେ । ୧୯୫୦ ମସିହାରେ ସେ ରାଜ୍ୟ ଯୁବକଂଗ୍ରେସ ସଭାପତି ଥିଲେ । ୧୯୫୪ରୁ ୧୯୬୦ ମସିହା ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ରହି ଆସିଥିଲେ । ୧୯୭୧ ମସିହାରେ ପ୍ରଥମ ଥର ଲାଗି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟ୍‍ରେ ୧୯୭୩ରୁ ୧୯୭୫ ପର୍ଯ୍ୟନ୍ତ ସେ ପ୍ରତିରକ୍ଷା ଉପମନ୍ତ୍ରୀ ଓ ପରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୮୦ ଜାନୁଆରୀ ସାଧାରଣ ନିର୍ବାଚନରେ ପୁଣିଥରେ ଲୋକ ସଭାକୁ ନିର୍ବାଚିତ ହୋଇ ସେ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ । ୧୯୮୦ ଜୁନ ମାସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ ଜାନକୀବଲ୍ଲଭ ଓ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ୧୯୮୫ ନିର୍ବାଚନରେ ସେ ଉଭୟ ଖୋର୍ଦ୍ଧା ଓ ଆଠଗଡ଼ ଆସନରୁ ବିଧାନ ସଭାକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୫ ମସିହାରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୯ ମସିହାରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାନକୀବଲ୍ଲଭଙ୍କୁ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ସେହିବର୍ଷ ଡିସେମ୍ବର ୧୧ତାରିଖରେ ସେ ମହାମହିମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।[୩]

ଜାନ‌କୀ ପଟ୍ଟନାୟକ ସ୍ମୃତି ସ୍ଥଳ, ଖୋର୍ଦ୍ଧା

ସାହିତ୍ୟ ସର୍ଜନା[ସମ୍ପାଦନା]

ଜାନକୀ ବଲ୍ଲଭଙ୍କଦ୍ୱାରା ଲିଖିତ ଓ ଅନୁଦିତ ପୁସ୍ତକ ଗୁଡ଼ିକ ହେଲା:

  • ସିନ୍ଧୁ ଉପତ୍ୟକା (କାବ୍ୟ)
  • ଗୌତମ ବୁଦ୍ଧ (ଚରିତଗାଥା)
  • ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ (ଗଳ୍ପ ସଙ୍କଳନ)
  • ସ୍ୱପ୍ନ ସନ୍ତକ (ପ୍ରବନ୍ଧ ସଙ୍କଳନ)
  • ନିର୍ବାଚିତ ପ୍ରବନ୍ଧ (ପ୍ରବନ୍ଧ ସଙ୍କଳନ)
  • ବିବିଧ ସ୍ତମ୍ଭ (ପ୍ରବନ୍ଧ ସଙ୍କଳନ)
  • ପ୍ରବନ୍ଧ ସଙ୍କଳନ
  • ମହାଭାରତ
  • ରାମାୟଣ
  • ସ୍ୱାଧୀନତା ସଂଗ୍ରାମର ସ୍ମୃତି
  • ବାଚସ୍ପତି ମହୋଦୟ (୨୦୧୨): ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିରୋଧୀ ଦଳର ନେତାଭାବେ ଓଡ଼ିଶା ବିଧାନ ସଭାରେ ଦେଇଥିବା ବକ୍ତବ୍ୟ ଗୁଡ଼ିକର ସଙ୍କଳନ

ଅନୁବାଦ[ସମ୍ପାଦନା]

  • ରାଜା ଭର୍ତ୍ତୃହରି ପ୍ରଣୀତ ନୀତି ଶତକ, ଶୃଙ୍ଗାର ଶତକ ଓ ବୈରାଗ୍ୟ ଶତକର ଓଡ଼ିଅା କାବ୍ୟାନୁବାଦ
  • ବଙ୍କିମ ଉପନ୍ୟାସ ମାଳା (ଛଅ ଖଣ୍ଡ)
  • ଶ୍ରୀମଦ ଭାଗବତର ଗଦ୍ୟାନୁବାଦ
  • ଗୋକୁଳାନନ୍ଦ ଗ୍ରନ୍ଥାବଳି

ସମ୍ପାଦନା[ସମ୍ପାଦନା]

  • ସମ୍ପାଦକ, ଇଷ୍ଟର୍ଣ୍ଣ ଟାଇମ୍ସ (ଇଂରାଜୀ ଦୈନିକ), ୧୯୫୨-୬୬
  • ସମ୍ପାଦକ, ପ୍ରଜାତନ୍ତ୍ର, (ଓଡ଼ିଆ ଦୈନିକ) ୧୯୫୨-୬୭
  • ପ୍ରତିଷ୍ଠାତା ଓ ସମ୍ପାଦକ, ପୌରୁଷ (ମାସିକ ଓଡ଼ିଆ ପତ୍ରିକା), ୧୯୬୭

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୦୧
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୧୯୮୬ (ବୈରାଗ୍ୟ ଶତକ)[୪]
  • ଉତ୍କଳ ରତ୍ନ ସମ୍ମାନ, ୨୦୧୧ [୫]
  • ସାହିତ୍ୟ ଭାରତୀ ସମ୍ମାନ, ୨୦୧୨[୬]
  • ମାଲବ୍ୟ ସ୍ମୃତି ସମ୍ମାନ
  • ଡିଲିଟ୍‍

ମୃତ୍ୟୁ[ସମ୍ପାଦନା]

ଅପ୍ରେଲ ୨୧ରେ ତିରୁପତିଠାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳେ ତାଙ୍କୁ ୮୯ ବର୍ଷ ହୋଇଥିଲା ।[୭]

ଆଧାର[ସମ୍ପାଦନା]

  1. "Odisha Files: Events: Shri Janaki Ballav Patnaik". odishafiles.com. 2012. Archived from the original on 1 June 2014. Retrieved 5 February 2013. born on 3rd January 1927 at Rameswar of Puri.
  2. http://sambad.in/state/janaki-pattnaik-93-birthday-celebration-466877/
  3. ପଣ୍ଡା, ଶୁଭ୍ରାଂଶୁ. "ରାଜଭବନରେ ଓଡ଼ିଆ" (PDF). ସମ୍ବାଦ. Retrieved 13 December 2014.[permanent dead link]
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2017.
  5. "Former Governor JB Patnaik passes away". The Assam Tribune. Archived from the original on 18 October 2020. Retrieved 19 July 2015.
  6. "ଜାନକୀ ବଲ୍ଲଭଙ୍କୁ ସାହିତ୍ୟ ଭାରତୀ ସମ୍ମାନ". dharitri.com. ୧୦ ମାର୍ଚ୍ଚ ୨୦୧୩. Retrieved 11 March 2021. {{cite web}}: Check date values in: |date= (help)
  7. "Former Odisha Chief Minister J.B Patnaik dies". The Hindu. Retrieved 21 April 2015.

ଅଧିକ ତଥ୍ୟ[ସମ୍ପାଦନା]