ଚିନ୍ତାମଣି ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ଚିନ୍ତାମଣି ପାଣିଗ୍ରାହୀ
ମଣିପୁର ରାଜ୍ୟପାଳ
କାର୍ଯ୍ୟକାଳ
୧୦ ଜୁଲାଇ ୧୯୮୯ – ୧୯ ମାର୍ଚ୍ଚ ୧୯୯୩
ପୂର୍ବ ଅଧିକାରୀକେ ଭି କ୍ରଷ୍ଣା ରାଓ
ପର ଅଧିକାରୀକେ ଭି ରଘୁନାଥ ରେଡ୍ଡୀ
ସଭ୍ୟ: ୭ମ୮ମ ଲୋକ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୯
ପୂର୍ବ ଅଧିକାରୀଶିବାଜୀ ପଟନାଏକ
ପର ଅଧିକାରୀଶିବାଜୀ ପଟନାଏକ
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର
ସଭ୍ୟ: ଚତୁର୍ଥ୫ମ ଲୋକ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୭
ପୂର୍ବ ଅଧିକାରୀପୂର୍ଣ୍ଣ ଚନ୍ଦ୍ର ଭଞ୍ଜଦେଓ
ପର ଅଧିକାରୀଶିବାଜୀ ପଟନାଏକ
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର
ସଭ୍ୟ: ୨ୟ ଲୋକ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୨
ପୂର୍ବ ଅଧିକାରୀଲୋକନାଥ ମିଶ୍ର
ପର ଅଧିକାରୀବି ମିଶ୍ର
ନିର୍ବାଚନ ମଣ୍ଡଳୀପୁରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-03-22)୨୨ ମାର୍ଚ୍ଚ ୧୯୨୨
ମୃତ୍ୟୁ୨୯ ଅପ୍ରେଲ ୨୦୦୦(2000-04-29) (ବୟସ ୭୮)
ଭୁବନେଶ୍ୱର
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ୍
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଚିନ୍ତାମଣି ପାଣିଗ୍ରାହୀ (୨୨ ମାର୍ଚ୍ଚ ୧୯୨୨–୨୯ ଏପ୍ରିଲ ୨୦୦୦) ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ଜଣେ ସକ୍ରିୟ କର୍ମୀ, ରାଜନୈତିକ ଓ ସାମାଜିକ ନେତା ଥିଲେ । ସେ ୧୯୮୯ରୁ ୧୯୯୩ ପର୍ଯ୍ୟନ୍ତ ମଣିପୁର ରାଜ୍ୟପାଳରୁପେ କାମ କରିଥିଲେ । ଭାରତର ଓଡ଼ିଶା ପ୍ରଦେଶରେ ଥିବା ବିଶ୍ୱନାଥପୁର ଗ୍ରାମର ଶ୍ରୀ ଗୋପିନାଥ ପାଣିଗ୍ରାହୀ ଓ ଶ୍ରୀମତି ଗେଲ୍‌ହି ଦେଇଙ୍କ ଔରଷରୁ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ଭଗବତୀ ଚରଣ ପାଣିଗ୍ରାହୀ ଓ ପଦ୍ମ‌ଭୁଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ସେ କକେଇ-ପୁଅ ଭାଇ(first cousin) ଥିଲେ । ପୂର୍ବତନ ଓଡ଼ିଶାର ମୂଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଆରୀ ଥିଲେ ।

ପ୍ରାକ୍ ଜୀବନ[ସମ୍ପାଦନା]

ସନ ୧୭/୦୫/୧୯୩୮ରେ ରେଭନ୍‌ସା କଲିଜିଏଟ୍ ସ୍କୁଲର ଅଧ୍ୟକ୍ଷ ଶ୍ରୀ ସୁକାନ୍ତ ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ବିଚ୍ଛିନ୍ନ ଉତ୍କଳ ଅବକାଶ ବାହିନୀର ଚିନ୍ତାମଣି ପାଣିଗ୍ରାହୀ ଜଣେ ସକ୍ରିୟ ସଭ୍ୟ ଥିଲେ । ଓଡ଼ିଶା(ଉତ୍କଳ) ପ୍ରଦେଶର ପୁନର୍ଗଠନ ବେଳେ ସଂଯୁକ୍ତ ନ ହୋଇପାରିଥିବା ଅଞ୍ଚଳମାନଙ୍କରେ ଓଡ଼ିଆ ଭାଷା ଓ ସଂସ୍କୃତିକ୍କୁ ସୁରକ୍ଷା ଦେବା ଏହାର ଲକ୍ଷ ଥିଲା । ଗ୍ରୀଷ୍ମ ଛୁଟି ସମୟରେ ସେ ମେଦିନିପୁର, ବାଙ୍କୁରା, ସିଂହଭୁମି, ସଢ଼େଇକଳା, ଖରସୁଆଁ, ଚାଇଁବସା, ଚକ୍ରଧରପୁର, ତରଳା, ଟିକିଲିମଞ୍ଜୁଷା ଆଦି ଅଞ୍ଚଳମାନଙ୍କରେ ବୁଲି ଓଡ଼ିଆରେ ଲୋକଙ୍କ ସ‌ହିତ କଥାବାର୍ତ୍ତା କରି ଜାତୀୟ ଏକତା ବଜାୟ ରଖିବାକୁ ପ୍ରବର୍ତ୍ତଉ ଥିଲେ ।

ଅଗଷ୍ଟ ୯, ୧୯୪୨ରେ ହୋଇଥିବା ଆନ୍ଦୋଳନ ସମୟରେ ସେ ରେଭେନ୍‌ସା କଲେଜଠାରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ପରେ ସେହି କଲେଜ ତ୍ୟାଗ କରିଥିଲେ । ତାଙ୍କର ଉଚ୍ଚ ଶିକ୍ଷା ଓ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିବାର ମୋହ ତାଙ୍କୁ କୋଲକାତା ଟାଣିନେଲା, ଯେଉଁଠାରେ ସେ କଲିକତା ୟୁନିଭରସିଟିର ବିଦ୍ୟାସାଗର କଲେଜରେ ନାମ ଲେଖାଇ ଏମ.ଏ ପାସ୍ କରିଥିଲେ । ପଶ୍ଚିମ ବଙ୍ଗ ଛାତ୍ର କଂଗ୍ରେସ୍‌ରେ ଯୋଗଦାନ କରି ସେ ରାତିରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ପୋଷ୍ଟର ଓ ହ୍ୟଣ୍ଡବିଲ ଲେଖୁଥିଲେ । ଅଗଷ୍ଟ ୧୬, ୧୯୪୬ରେ ଏକ ବିରାଟ ହିନ୍ଦୁ-ମୁସଲମାନ ଦଙ୍ଗା ସଂଗଠିତ ହୋଇଥିଲା । ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଉତ୍କଳ ବାହିନୀର ଏକ ଶାନ୍ତି ଶୋଭାଯାତ୍ରା ବାହାରି ପଡ଼ିତ ଲୋକଙ୍କୁ ଖାଦ୍ୟ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ ଓ ଏକତାରେ ଜୟ, ବିଭକ୍ତରେ କ୍ଷୟ ସ୍ଲୋଗାନ ଦେଇଥିଲେ ।

ସାମ୍ବାଦିକତା ଓ ରାଜନୀତି[ସମ୍ପାଦନା]

ଏକା ଧାରରେ ସେ ସାମ୍ବାଦିକ, ଲେଖକ ଓ ଶ୍ରମିକ ନେତା ଥିଲେ । "ଦୈନିକ ପ୍ରଜାତନ୍ତ୍ର" (୧୯୪୭–୧୯୫୧) ଓ "ଦୈନିକ ମାତୃଭୂମି" (୧୯୫୧–୧୯୫୬)ର ସେ ସମ୍ପାଦକ ଥିଲେ । ଅଲ୍ ଉତ୍କଳ ବ୍ୟାଙ୍କ ଏମ୍ପଲୟୀ ଆସୋସିଏସନର ସେକ୍ରେଟାରୀ ଓ ୱର୍ଲଡ ଡେମୋକ୍ରାଟିକ ୟୁଥ ଫେଡେରେସନର ପ୍ରେସିଡେଣ୍ଟ ଥିଲେ । ୨ୟ ଲୋକ ସଭାକୁ ୧୯୫୭ରେ ପୁରୀ ନିର୍ବାଚନ ମଣ୍ଡଳୀରୁ ସେ କମ୍ମ୍ୟୁନିଷ୍ଟ ପାର୍ଟି ତରଫରୁ ନିର୍ବାଚିତ ହୋଇଥିଲେ । ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ । ସନ ୧୯୬୭, ୧୯୭୧, ୧୯୮୪ରେ ସେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ପୁନଃ ନିର୍ବାଚିତ ହୋଇଥିଲେ । ଘରୋଇ ବିଭାଗର ରାଜ୍ୟ ମନ୍ତ୍ରୀ (୧୯୮୬–୮୮), ପ୍ରତିରକ୍ଷା ବିଭାଗର ରାଜ୍ୟ ମନ୍ତ୍ରୀ (୧୯୮୮–୮୯) ଓ ମଣିପୁରର ରାଜ୍ୟପାଳ (୧୦/୦୭/୧୯୮୯ରୁ ୧୯/୦୩/୧୯୯୩) ଥିଲେ । ରାଜ୍ୟ ଓ ଲୋକଙ୍କରର ବିକାଶ ନିମନ୍ତେ ତାଙ୍କର ଦାନ ଯୋଗୁ ମଣିପୁରବାସୀ ତାଙ୍କୁ ସ୍ନେହରେ "ଲୋକଙ୍କ ରାଜ୍ୟପାଳ" ଡାକୁଥିଲେ ।

ରଚନାବଳି[ସମ୍ପାଦନା]

  • ଚୀନ ପଥେ
  • ଗାନ୍ଧିଜୀ ଓ ନିରନ୍ତର ବିପ୍ଳବ
  • ଗାନ୍ଧୀ କାହାଣୀ
  • ନୂତନ ପ୍ରବାହ[୧]
  • ଯୁଗ ସାହିତ୍ୟ (ଓଡ଼ିଆ)
  • ଜର୍ନି ଟୁ ବ୍ଲୁ ମାଉଣ୍ଟେନ ("Journey through blue mountain")
  • ଲୋକଙ୍କ ସାଥିରେ ("With the people")

ମୃତ୍ୟୁ[ସମ୍ପାଦନା]

ସନ ୨୯/୦୪/୨୦୦୦ରେ ଭୁବନେଶ୍ୱରର କଳିଙ୍ଗ ହସପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ବାହାର ଲିଙ୍କ[ସମ୍ପାଦନା]

  1. "ଆଜି ଜନ୍ମଦିନ". ସମ୍ବାଦ ୨୨/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୪. Archived from the original on 28 March 2017. Retrieved 22 March 2017.