ଚାଳିଶା

ଉଇକିପିଡ଼ିଆ‌ରୁ
ଚାଳିଶା
ଇଂରାଜୀ ପ୍ରତିଶବ୍ଦ - the aging eye condition[୧]
Small print ingredients list
ଚାଳିଶା ଥିଲେ ଗୋଟିଏ ଛୋଟ ତାଲିକା ପଢ଼ିବାକୁ ମଧ୍ୟ ଅସୁବିଧା ହୁଏ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିଚକ୍ଷୁ ବିଜ୍ଞାନ
ଆଇସିଡ଼ି-୧୦H52.4
ଆଇସିଡ଼ି-୯-ସିଏମ୍367.4
ରୋଗ ଡାଟାବେସ29647
ମେଡ଼ିସିନ-ପ୍ଲସ001026
ଇ-ମେଡ଼ିସିନarticle/1219573
MeSHD011305

ଚାଳିଶା ବା ପ୍ରେସବାୟୋପିଆ (ଇଂରାଜୀ ଭାଷାରେ Presbyopia) ମାନବ ଚକ୍ଷୁର ଏକ ଅବସ୍ଥା ଯାହା ବୟସ ବୃଦ୍ଧି ସ‌ହ ଜଡ଼ିତ ଓ ଏହା ଫଳରେ ପାଖରେ ଥିବା ପଦାର୍ଥ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ (focus) କରିବା ଶକ୍ତି କ୍ରମାନୁସାରେ କମିଯାଏ । ଛୋଟ ଅକ୍ଷର ପଢ଼ିବା କଷ୍ଟକର ହୁଏ, ପଢ଼ିବା ପଦାର୍ଥ କିଛି ଦୂରରେ ରଖି ପଢ଼ିବାକୁ ହୁଏ, ମୁଣ୍ଡବଥା ଓ ଚକ୍ଷୁପୀଡ଼ା (eyestrain) ହୁଏ । ଲୋକ ଅନୁସାରେ ବିଭିନ୍ନ ମାତ୍ରାର ଅସୁବିଧା ସାମନା କରନ୍ତି । ଅନ୍ୟାନ୍ୟ ଚକ୍ଷୁ ପ୍ରତିସରଣ ଦୋଷ ମଧ୍ୟ ଚାଳିଶା ସ‌ହିତ ଥାଇପାରେ ।[୧]

ବୟସ ବୃଦ୍ଧି ସ‌ହିତ ଚାଳିଶା ଏକ ପ୍ରାକୃତିକ ଅବସ୍ଥା ଭାବରେ ସୃଷ୍ଟି ହୁଏ । ଚକ୍ଷୁ ଜବକାଚ (lens of the eye) ଶକ୍ତ ହୋଇଯିବା ଯୋଗୁ ନିକଟରେ ଥିବା କୌଣସି ବସ୍ତୁକୁ ଦେଖିଲେ ତାହାର ଛବି ରେଟିନା (retina) ଉପରେ କେନ୍ଦ୍ରୀଭୂତ ନ ହୋଇ ତାହାର ପୃଷ୍ଠ ଭାଗରେ କେନ୍ଦ୍ରୀଭୂତ ହୁଏ । ସମୀପଦୃଷ୍ଟି, ଦୂରଦୃଷ୍ଟିଆସ୍ଟିମାଟିଜ୍ମ ଭଳି ଏହା ଏକ ପ୍ରକାର ଚକ୍ଷୁ ପ୍ରତିସରଣ ଦୋଷ । ଚକ୍ଷୁ ପରୀକ୍ଷା (eye exam) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧]

ଚଷମା (eye glasses) ଦେଇ ଏହାର ଚିକିତ୍ସା କରାଯାଏ । ଚଷମା ଜବକାଚର ତଳ ଭାଗରେ ଅଧିକ ଫୋକସ ଶକ୍ତି ଥିବା କାଚ ଦିଆଯାଏ । କେତେକ ଲୋକଙ୍କର କେବଳ ପଢ଼ିବା ଚଷମା (reading glasses) ବ୍ୟବ‌ହାର ଯଥେଷ୍ଟ ହୁଏ । [୧]

ବୟସ ୩୫ ଟପିଲେ ଯେ କୌଣସି ଲୋକର ଚାଳିଶା ସଙ୍କଟ ଆସିଯାଏ ଓ ସମସ୍ତେ କିଛି ପରିମାଣରେ ଆକ୍ରାନ୍ତ ହୁଅନ୍ତି ।[୧] ପୁରାତନ ଗ୍ରୀସ ଦେଶର ଆରିସ୍ଟ‌ଟଲଙ୍କ ଲେଖାରେ ମଧ୍ୟ ଏହି ବେମାରୀ ବିଷୟ ଲିପିବଦ୍ଧ ହୋଇଛି । କାଚ ନିର୍ମିତ ଜବକାଚ ପ୍ରଥମେ ୧୩ଶ ଶତାବ୍ଦୀର ଶେଷ ଭାଗରେ ବ୍ୟବ‌ହୃତ ହେଲା ।[୨] ପ୍ରେସବାୟୋପିଆ ଶବ୍ଦ ଗ୍ରୀକ ଭାଷାରୁ ଆସିଥିବା (Greek πρέσβυς) ପ୍ରେସବିସ (πρέσβυς - presbys) ଶବ୍ଦର ଅର୍ଥ ବୃଦ୍ଧ ଲୋକ ଓ ଓପସ (ὤψ - ops)) ଶବ୍ଦର ଅର୍ଥ ଯେପରି ଦେଖ ("see like") ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Facts About Presbyopia". NEI. October 2010. Archived from the original on 4 October 2016. Retrieved 11 September 2016.
  2. Wade, Nicholas J.; Wade, Nicholas (2000). A Natural History of Vision (in ଇଂରାଜୀ). MIT Press. p. 50. ISBN 9780262731294.
  3. "Presbyopia". Dictionary.reference.com. Retrieved 2013-04-19.