ଗ୍ରହ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Mercury Venus
Earth Mars
Jupiter Saturn
Uranus Neptune
ସୌର ମଣ୍ଡଳର ୮ଟି ଜ୍ଞାତ ଗ୍ରହ:
  • ସ୍ଥଳୀୟ ଗ୍ରହ
ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ
  • ବିଶାଳ ଗ୍ରହ
ବୃହସ୍ପତି ଏବଂ ଶନି (ବିଶାଳ ଗ୍ୟାସ ଗ୍ରହ)
ୟୁରେନସ୍, ନେପଚୁନ୍ (ବିଶାଳ ବରଫ ଗ୍ରହ)

ସୂର୍ଯ୍ୟ କିମ୍ବା କୌଣସି ଅନ୍ୟ ତାରାମାନଙ୍କ ଚାରିପଟେ ପରିକ୍ରମା କରୁଥିବା ଖଗୋଳ ପିଣ୍ଡକୁ ଗ୍ରହ କୁହାଯାଏ । ଅନ୍ତରାଷ୍ଟ୍ରୀୟ ଖଗୋଲୀୟ ସଂଘ ଅନୁସାରେ ଆମ ସୌର ମଣ୍ଡଳରେ ଆଠୋଟି ଗ୍ରହ ରହିଛି : ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ, ନେପଚୁନ । ଏହାର ଅତିରିକ୍ତ ତିନୋଟି ବାମନ ଗ୍ରହ ରହିଛି : ସୀରୀସ, ପ୍ଲୁଟୋ, ଏରୀସ । ପ୍ରାଚୀନ ଖଗୋଲୀୟ ଶାସ୍ତ୍ରୀମାନେ ତାରା ଏବଂ ଗ୍ରହ ମାନଙ୍କ ମଧ୍ୟରେ ଅନ୍ତର ଏହି ପ୍ରକାର କରିଥିଲେ : ରାତିରେ ଆକାଶରେ ଚମକୁଥିବା ଅଧିକତର ପିଣ୍ଡ ସର୍ବଦା ପୂର୍ବ ପାର୍ଶ୍ୱରୁ ଉଦୟ ହୋଇ ପଶ୍ଚିମ ପଟେ ଅସ୍ତ ହୋଇଥାନ୍ତି । ଏହି ପିଣ୍ଡମାନଙ୍କ ନିଜ ନିଜ ମଧ୍ୟରେ କୌଣସି ପରିବର୍ତ୍ତନ ହୁଏନାହିଁ । ଏହି ପିଣ୍ଡମାନଙ୍କୁ ତାରା କୁହାଯାଏ । କିନ୍ତୁ ଏପରି କିଛି ପିଣ୍ଡ ଅଛନ୍ତି ଯାହା ଅନ୍ୟ ପିଣ୍ଡ ମାନଙ୍କ ସାପେକ୍ଷରେ କେବେକେବେ ଆଗକୁ ଯାଆନ୍ତି ଏବଂ କେବେ କେବେ ପଛକୁ ଯାଆନ୍ତି - ଏହାର ଅର୍ଥ ଏମାନେ କେବଳ ଘୁରିଥାନ୍ତି । Planet ଏକ ଲାଟିନ୍ ଶଦ୍ଦ ଅଟେ, ଯାହାର ଅର୍ଥ ଏପଟ ସେପଟ ହୋଇ ବୁଲିବା । ଏଥିପାଇଁ ଏହି ପିଣ୍ଡର ନାମ Planet (ଗ୍ରହ) ଅଟେ । ଶନି ଗ୍ରହର ପରବର୍ତ୍ତୀ ଗ୍ରହକୁ ବିନା ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖାଯାଇ ପାରିବ ନାହିଁ । ଏଥିପାଇଁ ପ୍ରାଚୀନ ବୈଜ୍ଞାନିକ ମାନଙ୍କୁ କେବଳ ୫ଟି ଗ୍ରହ ବାବଦରେ ଜ୍ଞାତ ଥିଲା ଏବଂ ପୃଥିବୀକୁ ସେ ସମୟରେ ଗ୍ରହ ବୋଲି ମାନି ନ'ଥାନ୍ତି ।[୧][୨]

"ଜ୍ୟୋତିଷ" ଶାସ୍ତ୍ର ଅନୁସାରେ ଗ୍ରହର ପରିଭାଷା ଅଲଗା ଅଟେ । ଭାରତୀୟ ଜ୍ୟୋତିଷ ଏବଂ ପୌରାଣିକ କଥାରେ ୯ଟି ଗ୍ରହକୁ ଗଣାଯାଏ : ସୂର୍ଯ୍ୟ, ଚନ୍ଦ୍ର, ବୁଧ, ଶୁକ୍ର, ମଙ୍ଗଳ, ଗୁରୁ, ଶନି, ରାହୁ ଏବଂ କେତୁ । ଗ୍ରହ ଦୁଇ ପ୍ରକାରର ହୋଇଥାଏ ଯଥା: ଆନ୍ତରିକ ଗ୍ରହ ଓ ବାହ୍ୟ ଗ୍ରହ । ଆନ୍ତରିକ ଗ୍ରହରେ - ବୁଧ,ଶୁକ୍ର, ପୃଥିବୀ, ମଙ୍ଗଳ ଏବଂ ବାହ୍ୟ ଗ୍ରହରେ - ବୃହଷ୍ପତି, ଶନି, ଅରୂଣ, ବରୂଣ ଅଟେ । ୮ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍ ସୂର୍ଯ୍ୟକୁ ଅଣ୍ଡାକାର ପଥରେ ପରିକ୍ରମା କରନ୍ତି। ସୂର୍ଯ୍ୟଙ୍କ ନିକଟତମ ୪ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ମୁଖ୍ୟତଃ କଠିନ ହୋଇଥିବା ସ୍ଥଳେ ଦୂରବର୍ତ୍ତୀ ୪ଟି ଗ୍ରହ ଯଥା ବୃହସ୍ପତି, ଶନି, ଦାନବ ଗାସୀୟ ପିଣ୍ଡ ଏବଂ ୟୁରେନସ୍ ଓ ନେପଚୁନ୍ ବରଫ ଗ୍ରହ ଭାବରେ ପରିଚିତ।

ସୌର ମଣ୍ଡଳ[ସମ୍ପାଦନା]

ସୌର ମଣ୍ଡଳ ଗ୍ରହରେ ପୃଥିବୀକୁ ଛାଡି ଗ୍ରୀକ ଓ ରୋମାନ ପରି ଦେବତା ମାନଙ୍କ ନାମ ରହିଛି, କାରଣ ଲୋକମାନେ ଅଜଣା ଥିଲେ ଯେ, ପୁରାତନ କାଳରେ ପୃଥିବୀ ଏକ ଗ୍ରହ ଅଟେ । ହୁଏତ, ପୃଥିବୀକୁ କେବେ କେବେ ରୋମାନ ଦେବତା "ଟେରା" ନାମରେ ଜଣାଯାଏ । ଉଦାହରଣ ପାଇଁ, ଚୀନ ମଧ୍ୟ ବିଭିନ୍ନ ନାମର ଉପ୍ୟୋଗ କରିଥାଏ । ଚନ୍ଦ୍ରମାରେ ଦେବତା ଓ ଶାସ୍ତ୍ରୀୟ ପୌରାଣିକ କଥାର ଲୋକ କିମ୍ବା ଶେକ୍ସପିୟରଙ୍କଦ୍ୱାରା ଲିଖିତ ନାଟକର ନାମ ମଧ୍ୟ ରାହିଛି ।

ଗ୍ରହ[ସମ୍ପାଦନା]

ସୌର ମଣ୍ଡଳର ଆଠୋଟି ଗ୍ରହ ଯାହା ସୂର୍ଯ୍ୟଙ୍କଠାରୁ ବହୁ ଦୂରରେ ରହିଛି :

  1. ☿ବୁଧ
  2. ♀ଶୁକ୍ର
  3. 🜨ପୃଥିବୀ
  4. ♂ମଙ୍ଗଳ
  5. ♃ବୃହସ୍ପତି
  6. ♄ଶନି
  7. ⛢ୟୁରାନସ (ଇନ୍ଦ୍ର)
  8. ♆ନେପଚୁନ (ବରୁଣ)

୩୧୮ ପୃଥିବୀ ଦ୍ରବ୍ୟମାନରେ ବୃହଷ୍ପତି ସବୁଠାରୁ ବଡ଼ ଅଟେ ଏବଂ ବୁଧ ୦.୦୫୫ ପୃଥିବୀରେ ସବୁଠାରୁ ଛୋଟ ଅଟେ ।

ଗ୍ରହ ମଣ୍ଡଳ[ସମ୍ପାଦନା]

ତାରାମାନଙ୍କର ସୃଷ୍ଟି ପାରି ଗ୍ରହ ମଣ୍ଡଳର ଉତ୍ପତ୍ତି ହୋଇଛି । ଆଧୁନିକ ଖଗୋଲ ଶାସ୍ତ୍ରରେ ଯଣାଯାଇଛି ଜେ, ଯେତେବେଳେ ଅନ୍ତରିକ୍ଷରେ କୌଣସି ଆଣବିକ ବାଦଲ ଗୁରୁତ୍ୱାକର୍ଷଣ ଫଳରେ ହଠାତ ପତ୍ତନ ହେବାରେ ଲାଗିଥାଏ ତ'ସେଠାରେ କୌଣସି ତାରା ଏକ ଆଦିଗ୍ରହ ଚକ୍ର (ପ୍ରୋଟୋପ୍ଲେଣ୍ଟରୀ ଡିଷ୍କ) ଭାବେ ତିଆରି କାରିଥାଏ । ପ୍ରଥମେ ଅଣୁ ଜମା ହୋଇ ଧୂଳୀର କଣିକା ବନେଇ ଦେଇଥାଏ, ପରେ କଣିକା ମିଶି ଧାତୁଖଣ୍ଡ ତିଆରି ହୋଇଥାଏ । ଗୁରୁତ୍ୱାକର୍ଷଣର ଲଗାତାର ପ୍ରଭାବ ହେତୁ ଏହି ଧାତୁଖଣ୍ଡ ମଧ୍ୟରେ ଧକ୍କା ଏବଂ ସମବେତ ହୋଇଥାଏ ଏବଂ ଧିରେ ଧିରେ ଏହା ବଡ଼ ତୁକୁଡା ଖଣ୍ଡ ଭାବେ ତିଆରି ହୋଇଯାଏ ଯାହା ସମୟ ସହିତ ଗ୍ରହ, ଉପଗ୍ରହ ଓ ଅଲଗା ବସ୍ତୁର ଋପ ଧାରଣ କରିଥାଏ ।[୩] ଯେଉଁ ବସ୍ତୁ ବଡ଼ ହୋଇଥାଏ ସେମାନଙ୍କ ଗୁରୁତ୍ୱାକର୍ଷଣ ଶକ୍ତିଶାଳୀ ହୋଇଥାଏ ଏବଂ ସେ ନିଜକୁ ସଙ୍କୁଚିତ କରି ଏକ ଗୋଲ ଆକାର ଧାରଣ କରିଦିଅନ୍ତି । କୌଣସି ଗ୍ରହ ମଣ୍ଡଳର ସୃଜନ ପୂର୍ବରୁ ଚରଣରେ ଏହି ଗ୍ରହ ଏବଂ ଉପଗ୍ରହ କେବେ କେବେ ନିଜ ମଧ୍ୟରେ ବାଡେଇ ହୋଇଯାନ୍ତି , ଯାହାଦ୍ୱାରା ଏହା ଖଣ୍ଡ ହୋଇଯାଏ କିମ୍ବା ବେଳେବେଳେ ଜୋଡିହୋଇ ଆହୁରି ବଡ଼ ହୋଇଯାଏ । ଆମ ପୃଥିବୀ ସହିତ ଏକ ମଙ୍ଗଳ ଗ୍ରହ ପରି ବଡ଼ ବସ୍ତୁର ଭୟଙ୍କର ଧକ୍କା ହୋଇଥିଲା, ଯାହାଦ୍ୱାରା ପୃଥିବୀର ଏକ ବଡ଼ ଅଂଶ ଛାଡି ପରିକ୍ରମା ଗ୍ରହପଥକୁ ଚାଲିଯାଇଥିଲା ଏବଂ ଧିରେ ଧିରେ ଯୋଡିହୋଇ ଚନ୍ଦ୍ରମା ହୋଇଗଲା ।

ସୌରଜଗତ

ଏକ ଅନ୍ୟତର ସୁର୍ଯ୍ୟ ସଂକ୍ରାନ୍ତ ଗ୍ରହ, ସୌର ମଣ୍ଡଳ ବାହାରର ଗ୍ରହ ଅଟେ । 1 ଅକ୍ଟୋବର 2019 ମସିହା ପର୍ଯ୍ୟନ୍ତ, 3,063 ପ୍ରଣାଳୀରେ ପୁଷ୍ଟ ଏକ୍ସପ୍ଲାନେଟ ରହିଛି ଯେଉଁଥିରେ 669 ପ୍ରଣାଳୀର ଏକରୁ ଅଧିକ ଗ୍ରହ ରହିଛି ।[୪][୫][୬]

ଆଧାର[ସମ୍ପାଦନା]

  1. "IAU 2006 General Assembly: Result of the IAU Resolution votes". International Astronomical Union. 2006. Retrieved 2009-12-30.
  2. "Working Group on Extrasolar Planets (WGESP) of the International Astronomical Union". IAU. 2001. Archived from the original on 2006-09-16. Retrieved 2008-08-23.
  3. planetary systems, formation of, David Darling, The Internet Encyclopedia of Science
  4. "Exoplanet Archive Planet Counts".
  5. Johnson, Michele; Harrington, J.D. (February 26, 2014). "NASA's Kepler Mission Announces a Planet Bonanza, 715 New Worlds". NASA. Retrieved February 26, 2014.
  6. "The Habitable Exoplanets Catalog - Planetary Habitability Laboratory @ UPR Arecibo".