ଗୋପାଳସ୍ୱାମୀ ଦୋରାଇସ୍ୱାମୀ ନାଇଡୁ

ଉଇକିପିଡ଼ିଆ‌ରୁ
ଗୋପାଳସ୍ୱାମୀ ଦୋରାଇସ୍ୱାମୀ ନାଇଡୁ
Born(1893-03-23)୨୩ ମାର୍ଚ୍ଚ ୧୮୯୩
Died୪ ଜାନୁଆରୀ ୧୯୭୪(1974-01-04) (ବୟସ ୮୦)
କୋଏମ୍ବାଟୁର, ଭାରତ
Nationalityଭାରତୀୟ
Citizenshipଭାରତୀୟ
Known forବୈଜ୍ଞାନିକ, ଉଦ୍ଭାବକ, ବେପାରୀ, ଚିତ୍ରତ୍ତୋଳକ ଓ ସମାଜସେବୀ
ବିଜ୍ଞାନୀ ଜୀବନ
କ୍ଷେତ୍ରବୈଦ୍ୟୁତିକ, ଯାନ୍ତ୍ରିକ, ଅଟୋମୋବାଇଲ, କୃଷି
Notes
ଭାରତର ଏଡିସନ ଭାବେ ପରିଚିତ

ଗୋପାଳସ୍ୱାମୀ ଦୋରାଇସ୍ୱାମୀ ନାଇଡୁ (ଜି.ଡି.ନାଇଡୁ) ଥିଲେ ଭାରତର ଜଣେ ଖ୍ୟାତନାମା ଉଦ୍ଭାବକ ତଥା ଇଞ୍ଜିନିୟର । ଭାରତରେ ସେ ପ୍ରଥମ କରି ବୈଦ୍ୟୁତିକ ମୋଟର ଉଦ୍ଭାବନ କରିଥିଲେ । ବୈଦ୍ୟୁତିକ, ଯାନ୍ତ୍ରିକ, କୃଷି ଓ ଅଟୋମୋବାଇଲ ଉପକରଣ ମଧ୍ୟ ସେ ନିର୍ମାଣ କରିଥିଲେ ı କମପାଠ ପଢ଼ି ମଧ୍ୟ ନାଇଡୁ ଜଣେ ପ୍ରତିଭାର ଅଧିକରୀ ହେଇପାରିଥିଲେ ।

ତାମିଲନାଡୁର କୋଏମ୍ବାଟୁର ଅନ୍ତର୍ଗତ କଲଙ୍ଗଲଠାରେ ୧୮୯୩ ମାର୍ଚ ୨୩ରେ ସେ ଜନ୍ମ ଗ୍ରହଣ କରିଥିଲେ । ପିଲା ବେଳେ ସେ ଜଣେ ବ୍ରିଟିଶ ଅଧିକାରୀ ମୋଟରସାଇକେଲ ଚଳାଉଥିବା ଦେଖିଥିଲେ । ତେଣୁ ଭବିଷ୍ୟତରେ ମୋଟରସାଇକେଲ ଚଳାଇବାକୁ ତାଙ୍କର ଆଗ୍ରହ ହେଇଥିଲା । ତେଣୁ ସେ ଅଧାରୁ ପାଠ ଛାଡି ଘରୁ ଲୁଚି ପଳେଇଥିଲେ । କୋଏମ୍ବାଟୁରଠାରେ ଏକ ହୋଟେଲରେ ଜଣେ ୱେଟର ଭାବେ ସେ କାମ କରିଥିଲେ । ଦୀର୍ଘ ୩ ବର୍ଷ ସେଠାରେ କାମ କରି ସେ ୪୦୦ଟଙ୍କା ସଞ୍ଚୟ କରିଥିଲେ । ସେଠାରେ ସେ ମୋଟରସାଇକେଲ ଚଳାଉଥିବା ଉକ୍ତ ବ୍ରିଟିଶ ଅଧିକାରୀଙ୍କୁ ଠାବ କରିବାସହ ତାଙ୍କ ଘରକୁ ଯାଇ ମୋଟରସାଇକେଲ ଦେବାକୁ ଅନୁରୋଧ କରିଥିଲେ । ଏଥି ପାଇଁ ସେ ରୋଜଗାର କରିଥିବା ୪୦୦ଟଙ୍କା ମଧ୍ୟ ସମ୍ପୃକ୍ତ ବ୍ରିଟିସ ଅଧିକାରୀଙ୍କୁ ଦେଇଥିଲେ । ବାଳକର ଏଭଳି ଉତ୍ସାହ ଦେଖି ପରେ ସମ୍ପୃକ୍ତ ଅଧିକାରୀ ତାଙ୍କ ମୋଟସାଇକେଲ ନାଇଡୁଙ୍କୁ ଦେଇଥିଲେ ıସେ ମୋଟରସାଇକେଲକୁ ନେଇଆସି ପରବର୍ତ୍ତୀ ସମୟରେ ମୋଟରସାଇକେଲ ସବୁ ଯନ୍ତ୍ରାଂଶ ଖୋଲି ପରେ ପୁଣି ଲଗେଇବାରେ ସମର୍ଥ ହେଇଥିଲେ ı ୧୯୨୦ ମସିହାରେ ସେ ଜଣେ ମେକାନିକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ୧୯୩୭ରେ ସେ ପ୍ରଥମ ସ୍ୱଦେଶୀ ମୋଟର ନିର୍ମାଣ କଲେ । ଏହାପରେ ସେ ସେଭିଂ ବ୍ଳେଡ, ଫିଲ୍ମ କ୍ୟାମେରା ପାଇଁ ଡିଷ୍ଟାନ୍ସ ଆଡଜଷ୍ଟର, ଫଳରସ ଏକ୍ସଟ୍ରାକ୍ଟର, ଟ୍ୟାମ୍ପର-ପ୍ରୁଫ ଭୋଟିଂ ରେକର୍ଡିଂ ମେଶିନ ଏବଂ କିରୋସିନ ଚାଳିତ ପଙ୍ଖା ଆଦି ଉଦ୍ଭାବନ କରିଥିଲେ ।

ସେ ନୂଆ ପ୍ରଜାତିର ତୁଳା, ମକା, ଅମୃତଭଣ୍ଡା ବିକାଶ ଉପରେ ବ୍ୟାପକ ଗବେଷଣା କରିଥିଲେ । ତାଙ୍କ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରି ସେ ମାତ୍ର ୮ ଘଣ୍ଟାରେ ଘର ତିଆରି କରିପାରିଥିଲେ । [୧]୧୯୩୬ରେ ସେ ଜର୍ମାନୀ ଯାଇ ଆଡଲଫ ହିଟଲରଙ୍କୁ ଭେଟିଥିଲେ ।୧୯୪୪ରେ ସେ ଅଟୋମୋବାଇଲ କ୍ଷେତ୍ରରୁ ଅବ୍ୟାହତି ନେଇଥିଲେ । ପରେ ସେ ଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ ସହ ସଂଶ୍ଲିଷ୍ଟ ହେଇଥିଲେ । ୧୯୭୪ ଜାନୁୟାରୀ ୪ରେ ତାଙ୍କର ପରଲୋକ ହେଇଥିଲା ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]