କ୍ରନିକ ବୃକ୍‌କ ରୋଗ

ଉଇକିପିଡ଼ିଆ‌ରୁ
କ୍ରନିକ ବୃକ୍‌କ ରୋଗ (Chronic kidney disease)
Chronic renal disease, impaired kidney function[୧]
ଜଣେ କ୍ରନିକ ବୃକ୍‌କ ରୋଗୀର ମୁଣ୍ଡରେ ୟୁରେମିକ ଫ୍ରସ୍ଟ (Uremic frost) ଜମିଯାଇଛି ।
ବିଭାଗମୂତ୍ରରୋଗ ବିଜ୍ଞାନ (Nephrology)
ଲକ୍ଷଣପ୍ରାରମ୍ଭ: ନାସ୍ତି[୨]
ପଶ୍ଚାତ: ପାଦ ଇଡିମା (Leg swelling), ଥକ୍କା ଅନୁଭବ, ବାନ୍ତି (vomiting), ଅରୁଚି, ଦ୍ୱନ୍ଦ୍ୱ (confusion)[୨]
ଅବଧିଦୀର୍ଘକାଳୀନ[୩]
କାରଣମଧୁମେହ ନିଉରୋପାଥି (Diabetes), ଉଚ୍ଚ ରକ୍ତଚାପ, ଗ୍ଲୋମେରୁଲୋନେଫ୍ରାଇଟିସ (glomerulonephritis), ପଲିସିସ୍ଟିକ ବୃକ୍‌କ ରୋଗ (polycystic kidney disease)[୩][୪]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ପରୀକ୍ଷା (Blood tests), ମୂତ୍ର ପରୀକ୍ଷା (urine tests)[୫]
ଚିକିତ୍ସାଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ଓ ସ୍ୱଳ୍ପ କୋଲେସ୍ଟେରୋଲ ନିମନ୍ତେ ଔଷଧ ଚିକିତ୍ସା, ରେନାଲ ରିପ୍ଲେସମେଣ୍ଟ ଥେରାପି (renal replacement therapy), ବୃକ୍‌କ ଟ୍ରାନ୍ସପ୍ଲାଣ୍ଟ (kidney transplant)[୬][୭]
ପୁନଃପୌନିକ୭୫୩ ନିୟୁତ (୨୦୧୬)[୧]
ମୃତ୍ୟୁ ସାନ୍ଦ୍ରତା୧.୨ ନିୟୁତ (୨୦୧୫)[୪]

କ୍ରନିକ ବୃକ୍‌କ ରୋଗ (ଇଂରାଜୀ ଭାଷାରେ Chronic kidney disease ବା ସିକେଡି/ CKD) ଏକ ପ୍ରକାର ବୃକ୍‌କ ରୋଗ (kidney disease) ଯେଉଁଥିରେ ମାସ ମାସ ଓ ବର୍ଷ ବର୍ଷା ଧରି ବୃକ୍‌କର କାର୍ଯ୍ୟ (kidney function) ସମ୍ପାଦନ ହୋଇପାରେନି ।[୨][୩] ଆରମ୍ଭରେ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୨] ପରବର୍ତ୍ତୀ କାଳରେ ପାଦ ଇଡିମା (Leg swelling), ଥକ୍କା ଅନୁଭବ, ବାନ୍ତି (vomiting), ଅରୁଚି, ଦ୍ୱନ୍ଦ୍ୱ (confusion) ଇତ୍ୟାଦି ଲକ୍ଷଣମାନ ବିକଶିତ ହୁଏ ।[୨] ରୋଗ ଜଟିଳ ହେଲେ ହୃଦରକ୍ତନାଳୀ ରୋଗ, ଉଚ୍ଚ ରକ୍ତଚାପ, ରେନାଲ ଓଷ୍ଟିଓଡିସଟ୍ରୋଫି (bone disease) ଓ ଆନିମିଆ ହୋଇପାରେ ।[୮][୯][୧୦]

ମଧୁମେହ ନିଉରୋପାଥି (Diabetes), ଉଚ୍ଚ ରକ୍ତଚାପ, ଗ୍ଲୋମେରୁଲୋନେଫ୍ରାଇଟିସ (glomerulonephritis), ପଲିସିସ୍ଟିକ ବୃକ୍‌କ ରୋଗ (polycystic kidney disease) ଇତ୍ୟାଦି ରୋଗ‌ଗୁଡ଼ିକ ଏହି କ୍ରନିକ ବୃକ୍‌କ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି ।[୩][୪] ପରିବାରରେ ଏହି ରୋଗ ଇତିହାସ ଥିଲେ ପରବର୍ତ୍ତୀ ପଢ଼ିର ରୋଗ ସଙ୍କଟ ରହିପାରେ ।[୨] ରକ୍ତ ପରୀକ୍ଷାରୁ (Blood tests) ଜିଏଫଆର ମାପ କରି ଓ ମୂତ୍ର ପରୀକ୍ଷାରୁ (urine tests) ଆଲବୁମିନ ପରିମାଣ ମାପ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୫] ରେନାଲ ଅଲଟ୍ରାସାଉଣ୍ଡ (ultrasound) ଓ ବୃକ୍‌କ ବାୟୋପ୍ସି (kidney biopsy) କରି ଅନ୍ତର୍ନିହିତ କାରଣ ଖୋଜିହୁଏ ।[୩] ଏହାର ଅନେକ ପ୍ରକାର ବର୍ଗୀକରଣ କରାଯାଇଛି ।[୧୧][୧୨]

ଏହି ରୋଗ ସଙ୍କଟାପନ୍ନ ଲୋକଙ୍କର ନିୟମିତ ସ୍କ୍ରୀନିଙ୍ଗ କରିବା ଉଚିତ ।[୫] ପ୍ରାରମ୍ଭିକ ଭାବରେ ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ଓ ସ୍ୱଳ୍ପ କୋଲେସ୍ଟେରୋଲ ନିମନ୍ତେ ଔଷଧ ଚିକିତ୍ସା କରାଯାଏ । [୭] ଏନଏସଏଆଇଡି (NSAIDs) ଦେବାକୁ ନିଷେଧ କରାଯାଏ ।[୭] ଖାଦ୍ୟ ପରିବର୍ତ୍ତନ କରିବା ସ‌ହିତ ସକ୍ରିୟ ଜୀବନ‌ଯାପନ କରିବାକୁ ଉପଦେଶ ଦିଆଯାଏ ।[୭] କେତେକ ରୋଗରେ ରେନାଲ ରିପ୍ଲେସମେଣ୍ଟ ଥେରାପି (renal replacement therapy) ବା ବୃକ୍‌କ ଟ୍ରାନ୍ସପ୍ଲାଣ୍ଟ (kidney transplant) କରାଯାଏ ।[୬] ଆନିମିଆ ଓ ହାଡ଼ ରୋଗର ମଧ୍ୟ ଉପ‌ଯୁକ୍ତ ଚିକିତ୍ସା କରାଯାଏ ।[୧୩][୧୪]

ସନ ୨୦୧୬ରେ ସାରା ପୃଥିବୀରେ ୪୧୭ ଜଣ ମହିଳା ଓ ୩୩୬ ଜଣ ପୁରୁଷଙ୍କ ସ‌ହିତ ମୋଟ ୭୫୩ ଜଣ ଲୋକ ଏହି କ୍ରନିକ ବୃକ୍‌କ ରୋଗରେ ଆକ୍ରାନ୍ତ ହୋଇଥିଲେ ।[୧] ସନ ୨୦୧୫ରେ ପ୍ରାୟ ୧.୨ ନିୟୁତ ଲୋକ ଏହି ରୋଗରେ ମୃତ୍ୟୁ ବରଣ କରିଥିଲେ ।[୪][୧୫] ଏମାନଙ୍କ ମଧ୍ୟରୁ ଉଚ୍ଚ ରକ୍ତଚାପରେ ୫୫୦,୦୦୦ ଜଣ, ମଧୁମେହରେ ୪୧୮,୦୦୦ ଜଣ ଓ ଗ୍ଲୋମେରୁନେଫ୍ରାଇଟିସରେ ୨୩୮,୦୦୦ ଜଣ ରୋଗାକ୍ରାନ୍ତ ଥିଲେ । [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Bikbov B, Perico N, Remuzzi G (23 May 2018). "Disparities in Chronic Kidney Disease Prevalence among Males and Females in 195 Countries: Analysis of the Global Burden of Disease 2016 Study". Nephron. doi:10.1159/000489897. PMID 29791905.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "What Is Chronic Kidney Disease?". National Institute of Diabetes and Digestive and Kidney Diseases. June 2017. Retrieved 19 December 2017.
  3. ୩.୦ ୩.୧ ୩.୨ ୩.୩ ୩.୪ "What is renal failure?". Johns Hopkins Medicine (in ଇଂରାଜୀ). Retrieved 18 December 2017.
  4. ୪.୦ ୪.୧ ୪.୨ ୪.୩ ୪.୪ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  5. ୫.୦ ୫.୧ ୫.୨ "Chronic Kidney Disease Tests & Diagnosis". National Institute of Diabetes and Digestive and Kidney Diseases. October 2016. Retrieved 19 December 2017.
  6. ୬.୦ ୬.୧ "Kidney Failure". National Institute of Diabetes and Digestive and Kidney Diseases. Retrieved 11 November 2017.
  7. ୭.୦ ୭.୧ ୭.୨ ୭.୩ "Managing Chronic Kidney Disease". National Institute of Diabetes and Digestive and Kidney Diseases. October 2016.
  8. Liao, Min-Tser; Sung, Chih-Chien; Hung, Kuo-Chin; Wu, Chia-Chao; Lo, Lan; Lu, Kuo-Cheng (2012). "Insulin Resistance in Patients with Chronic Kidney Disease". Journal of Biomedicine and Biotechnology. 2012: 1–5. doi:10.1155/2012/691369. PMC 3420350. PMID 22919275.{{cite journal}}: CS1 maint: unflagged free DOI (link)
  9. "Kidney Failure". MedlinePlus (in ଇଂରାଜୀ). Retrieved 11 November 2017.
  10. KDIGO: Kidney Disease Improving Global Outcomes (August 2009). "KDIGO Clinical Practice Guideline for the Diagnosis, Evaluation, Prevention, and Treatment of Chronic Kidney Disease-Mineral and Bone Disorder (CKD-MBD)" (PDF). Kidney Int. 76 (Suppl 113). Archived from the original (PDF) on 2016-12-13.
  11. "Summary of Recommendation Statements". Kidney International Supplement. 3 (1): 5–14. January 2013. doi:10.1038/kisup.2012.77.
  12. Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. pp. 294–295. ISBN 9780323529570.
  13. "Anemia in Chronic Kidney Disease". National Institute of Diabetes and Digestive and Kidney Diseases. July 2016. Retrieved 19 December 2017.
  14. "Mineral & Bone Disorder in Chronic Kidney Disease". National Institute of Diabetes and Digestive and Kidney Diseases. November 2015. Retrieved 19 December 2017.
  15. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link) Table 2, p. 137 open access publication – free to read