କାମାକ୍ଷା ମନ୍ଦିର

ଉଇକିପିଡ଼ିଆ‌ରୁ
କାମାକ୍ଷା ମନ୍ଦିର
କାମାକ୍ଷା ମନ୍ଦିର, ଗୁଆହାଟୀ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଗୁଆହାଟୀ
Location
ସ୍ଥାନନିଲାଚଲ୍ ପର୍ବତ, ଗୁଆହାଟୀ
Stateଆସାମ
Countryଭାରତ
Architecture
TypeStone architecture
Chilarai (rebuilt)

କାମାକ୍ଷା ମନ୍ଦିର, ଆସାମର ରାଜଧାନୀ ଦିଶପୁରରୁ ୧୦ କି.ମି ଦୂର ବ୍ରହ୍ମପୁତ୍ର ନଦୀ କୂଳରେ ଗୁଆହାଟୀ ସହରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର, ଏଠାରେ ମାଆ କାମାକ୍ଷା ପୂଜା ପାଉଛନ୍ତି । ୫୧ ଶକ୍ତି ପୀଠ ମଧ୍ୟରେ ଏହା ଅନ୍ୟତମ । ରଜୋବତୀ ହେଉଥିବା ଦେବୀମାନଙ୍କ ମଧ୍ୟରେ ପ୍ରମୁଖ ରୂପେ ପରିଗଣିତା ହୁଅନ୍ତି କାମାକ୍ଷାଦେବୀ । କାମାକ୍ଷା ପୀଠ ହେଉଛି ଯୋନି ପୀଠ ।

ପୌରାଣିକ[ସମ୍ପାଦନା]

ପୌରାଣିକ କଥାନୁଯାୟୀ ଦକ୍ଷ ଯଜ୍ଞରେ ସତୀ ଝାସ ଦେବା ପରେ ତାଙ୍କର ଶବକୁ ଧରି ଶିବ ଯେତେବେଳେ ତାଣ୍ଡବ ନୃତ୍ୟ ଆରମ୍ଭ କଲେ ସେଥିରେ ପୃଥିବୀ ଧ୍ୱଂସ ପାଇ ଯିବାର ଆଶଙ୍କା ସୃଷ୍ଟି ହେଲା । ତେଣୁ ସୁଦର୍ଶନ ଚକ୍ର ପ୍ରେରଣ କରି ଭଗବାନ ବିଷ୍ଣୁ ସତୀଙ୍କର ଶବକୁ ଖଣ୍ଡ ବିଖଣ୍ଡିତ କରିଦେଲେ । ସତୀଙ୍କର ଏହି ଖଣ୍ଡବିଖଣ୍ଡିତ ଅଙ୍ଗ ଯେଉଁସବୁ ସ୍ଥାନରେ ନିପତିତ ହେଲା ସେହିସବୁ ସ୍ଥାନ ଶକ୍ତି ପୀଠ ଭାବରେ ପରିଗଣିତ ହେଲା। ଏଠାରେ ସତୀଙ୍କର ଗୃହୟାଙ୍ଗ ବା ମହାମୁଦ୍ରା ନିପତିତ ହୋଇଥିଲା। ତେଣୁ ଏହାକୁ ମହା ବା ଯୋନି ପୀଠ କୁହାଗଲା। ଏହି ପୀଠ ସହିତ ଦେବୀ କାମାକ୍ଷା ରଜସ୍ୱଳା ହେବାର ବିଧି ଜଡ଼ିତ । [୧][୨][୩][୪]

ଗୁଆହାଟୀ ନଗରୀର ଅନ୍ୟ ନାମ କାମରୂପା। କାମଦେବ ଶିବଙ୍କ ତପସ୍ୟା ଭଙ୍ଗ କରିଥିଲେ।ଏଥିରେ ଶିବ କ୍ରୋଧିତ ହୋଇ କାମଦେବଙ୍କୁ ଚାହିଁବାରୁ ତାଙ୍କ ତୃତୀୟ ନେତ୍ରର ଅଗ୍ନିରେ କାମଦେବ ଭସ୍ମ ହୋଇଗଲେ । କାମଦେବଙ୍କ ପତ୍ନୀ ରତି ଦେବୀ ଶିବଙ୍କୁ ପୂଜା କରି ତାଙ୍କୁ ସନ୍ଟୁଷ୍ଟ କଲେ ଓ ଏବଂ ପତିଙ୍କ ନୂତନ ରୂପ ପାଇଁ ପ୍ରାର୍ଥନା କଲେ । ଶିବ ରତିଙ୍କ ପ୍ରାର୍ଥନାରେ ସନ୍ଟୁଷ୍ଟ ହୋଇ କାମଦେବଙ୍କୁ ନୂତନ ରୂପ ପ୍ରଦାନ କଲେ । କାମଦେବଙ୍କ ନାମରୁ ଗୁଆହାଟୀ ନଗରର ନାମ କାମରୂପ ଭାବରେ ଖ୍ୟାତ ହେଲା ।

ପୀଠ ଓ ପର୍ବପର୍ବାଣି[ସମ୍ପାଦନା]

କରତୋୟା ଓ ବ୍ରହ୍ମପୁତ୍ର ନଦୀର ମଧ୍ୟବର୍ତ୍ତୀ ତ୍ରିକୋଣ ଭୂମିରେ କାମରୂପର ପ୍ରଧାନ ପୀଠ ରହିଛି। ଗମ୍ଭିରା ଭିତରେ ଏହି ମହାପୀଠ ବା ଯୋନି ପୀଠ ଅବସ୍ଥିତ। ଏହି ପୀଠ ସବୁ ବେଳେ ଫୁଲରେ ଢାଙ୍କିହୋଇ ରହିଥାଏ । ଗମ୍ଭିରା ଭିତରେ ରହିଛି କାମାକ୍ଷା ମୂର୍ତ୍ତି ସିଂହାସନ, ଏହି ସିଂହାସନ ପଛରେ ଅଣ ଓସାରିଆ ଅନ୍ଧାରୁଆ ଶିଡି ଦେଇ ତଳକୁ ଗଲେ ପଡେ ଏକ ପୁଷ୍କରିଣୀ। ଏହି ପୁଷ୍କରିଣୀ ମଝିରେ ନାଲି ପାଟକନାରେ ଢାଙ୍କି ହୋଇ ରହିଥିବା ସ୍ଥାନଟି ଦେବୀଙ୍କ ଜରାୟୁ। ଏହି ଜରାୟୁ ହେଉଛି ଦେବୀଙ୍କ ଖଣ୍ଡବିଖଣ୍ଡିତ ଅଙ୍ଗ। ଏହା ପୁଷ୍କରିଣୀରେ ନିପତିତ ହୋଇଥିଲା।

Gathering of people at Ambubashi Mela at India's Kamakhya Temple .

ଆଷାଢ଼ ମାସ ସପ୍ତମୀ ତିଥିରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ଏହି ପୁଷ୍କରିଣୀରେ । ତିନିଦିନ ଧରି ଏହି ପୁଷ୍କରିଣୀ ରକ୍ତ ବର୍ଣ୍ଣ ହୋଇ ଯାଇଥାଏ। ଏହା ଦେବୀଙ୍କ ରଜସ୍ୱଳା ହେବାର ସଙ୍କେତ ବୋଲି ବିଶ୍ୱାସ । ଏହି ତିନିଦିନ ଧରି ମୂଖ୍ୟ ମନ୍ଦିର ପହଡ଼ ପଡ଼ିଥାଏ । ପୋଖରୀର ଏହି ରକ୍ତ ରଙ୍ଗର ଜଳକୁ ପ୍ରସାଦ ଭାବି ଭକ୍ତମାନେ ଗ୍ରହଣ କରିଥାନ୍ତି । ଚତୁର୍ଥ ଦିନରେ ଦେବୀଙ୍କର ଶୁଦ୍ଧସ୍ନାନ ହେବାପରେ ମନ୍ଦିର ଶୋଭାପାଏ। ଏହି ଦିନ କୁଆଁରୀମାନଙ୍କୁ ଭୋଜନ କରାଇଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତମାନେ ବିଶ୍ୱାସ ରଖିଛନ୍ତି। କାମାକ୍ଷା ଦେବୀଙ୍କର ନବରାତ୍ର ପାଳନ ହୁଏ । ଏହି ସମୟରେ ଦେବୀ କାମାକ୍ଷା ରୂପବତୀ ହୁଅନ୍ତି ବୋଲି ବିଶ୍ୱାସ ରହିଛି । ଏହି ସମୟରେ ଦେବୀଙ୍କର ତ୍ରିଦିବସ ବ୍ୟାପୀ ପୂଜା ହୁଏ । ଏହି ତ୍ରିଦିବସରେ ପୂଜାକୁ ଆତ୍ମଭାସି ଉତ୍ସବ ବା ଅମ୍ବୁବଚି ମେଳା କୁହାଯାଏ । [୫][୬][୭]

ଆଧାର[ସମ୍ପାଦନା]

  1. J.S. Hawley, Sati, the Blessing and the Curse. Oxford University Press (New York: 1994). p. 50-1.
  2. (Translator), F. Max Muller (June 1, 2004). The Upanishads, Vol I. Kessinger Publishing, LLC. ISBN 1419186418. {{cite book}}: |last= has generic name (help); Check |first= value (help)
  3. (Translator), F. Max Muller (July 26, 2004). The Upanishads Part II: The Sacred Books of the East Part Fifteen. Kessinger Publishing, LLC. ISBN 1417930160. {{cite book}}: |last= has generic name (help); Check |first= value (help)
  4. "Kottiyoor Devaswam Temple Administration Portal". kottiyoordevaswom.com/. Kottiyoor Devaswam. Retrieved 20 July 2013.
  5. Chawla, Janet (Sep 16, 2002). "Celebrating The Divine Female Principle". Boloji.com. Archived from the original on 31 January 2010. Retrieved 30 April 2014.
  6. "Ambubachi Fair". Bharatonline.com. Archived from the original on 6 January 2010. Retrieved 30 April 2014.
  7. Admin (Sep 17, 2009). "A Mystic Festival To Draw Thousands". 360degreeworld.com. Retrieved 30 April 2014.

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • Banerji, R D (1925), "Kamakhya", Annual Report 1924-25, Archeological Survey of India, pp. 100–101, retrieved March 2, 2013 {{citation}}: Invalid |ref=harv (help)
  • Das Gupta, Rajatananda (1960), An Architectural Survey of the Kamakhya Temple, Guwahati: Nilima Das Gupta {{citation}}: Invalid |ref=harv (help)
  • Kakati, Banikanta (1989) The Mother Goddess Kamakhya, Publication Board, Guwahati
  • Gait, Edward (1905) A History of Assam
  • Sarkar, J. N. (1992) Chapter I: The Sources in The Comprehensive History of Assam, (ed H K Barpujari) Publication Board, Assam.
  • Sarma, P (1983). "A Study of Temple Architecture under Ahoms". Journal of Assam Research Society. {{cite journal}}: Invalid |ref=harv (help)
  • Shin, Jae-Eun (2010). "Yoni, Yoginis and Mahavidyas : Feminine Divinities from Early Medieval Kamarupa to Medieval Koch Behar". Studies in History. 26 (1): 1–29. doi:10.1177/025764301002600101. {{cite journal}}: |access-date= requires |url= (help); Invalid |ref=harv (help)
  • Urban, Hugh B. (2008). "Matrix of Power: Tantra, Kingship, and Sacrifice in the Worship of Mother Goddess Kāmākhyā". The Journal of South Asian Studies. Routledge. 31 (3): 500–534. doi:10.1080/00856400802441946. {{cite journal}}: |access-date= requires |url= (help)

ବାହାର ତଥ୍ୟ[ସମ୍ପାଦନା]