ଆସିକା

Coordinates: 19°36′N 84°39′E / 19.6°N 84.65°E / 19.6; 84.65
ଉଇକିପିଡ଼ିଆ‌ରୁ
ଆସିକା
—  ସହର  —
ଆସିକା
ଆସିକାର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 19°36′N 84°39′E / 19.6°N 84.65°E / 19.6; 84.65
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଗଞ୍ଜାମ
ଲୋକସଂଖ୍ୟା ୨୦,୭୧୮ (2001)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


30 metres (98 ft)

କୋଡ଼

ଆସିକା ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର ଏବଂ ଏକ ନିର୍ବାଚନ ମଣ୍ଡଳୀ ଅଟେ। "ସୁଗାର୍ ସିଟି" ଭାବରେ ଓଡ଼ିଶା ପ୍ରସିଦ୍ଧ।

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ଆସିକା ୧୯.୬ଡିଗ୍ରୀ ଉତ୍ତର ୮୪.୬୫ଂପୂର୍ବରେ[୨] ସମୁଦ୍ର ପତନରୁ ୩୦ ମିଟର (୯୮ ଫୁଟ୍) ଉଚ୍ଚରେ[୩] ଗଞ୍ଜାମ ଜିଲ୍ଲାର କେନ୍ଦ୍ରରେ ଅବସ୍ଥିତ[୪]। ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୧୬୫ କିଲୋମିଟର ଏବଂ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରଠାରୁ ପାଖାପାଖି ୪୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ସହର ନିକଟରେ ଋଷିକୁଲ୍ୟା ଓ ବଡନଦୀ ସଙ୍ଗମ ହୋଇଛି। ଦୁଇଟି ଜାତୀୟ ରଜପଥ ଏନ୍.ଏଚ୍-୫୯ (NH-59, Gopalpur-Ahmedabad) ଏବଂ ଏନ୍.ଏଚ୍-୨୧୭ (NH -217, Bijayawada- Ranchi) ଏହା ମଧ୍ୟ ଦେଇ ଯାଇଛି[୪]

ଇତିହାସ[ସମ୍ପାଦନା]

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ଆସିକାର ସମୁଦୟ ୨୧,୪୨୮ ଲୋକ ବାସ କରନ୍ତି। ତନ୍ମଧ୍ୟରୁ ୧୦,୯୬୧ ଜଣ ପୁରୁଷ ଏବଂ ୧୦,୪୬୭ ଜଣ ମହିଳା [୫]। ଶତକଡା ୧୧.୪% ହେଉଛନ୍ତି ୬ବର୍ଷରୁ କମ୍ ଶିଶୁ।

ଶିକ୍ଷାନୁଷ୍ଠାନ[ସମ୍ପାଦନା]

ଆସିକାରେ ଅନେକ ସୁନମଧନ୍ୟ ସରକରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନରହିଛି।

ହରିହର ହାଇସ୍କୁଲ, ଆସିକା।

ସରକରୀ ଟେକ୍ନିକାଲ୍ ହାଇସ୍କୁଲ, ଆସିକା।

ଏନ୍ ଏ ସି ହାଇସ୍କୁଲ, ଆସିକା।

କେନ୍ଦ୍ରୀୟ୍ ବିଦ୍ୟାଳୟ, ଆସିକା।

ଆସିକା ବିଜ୍ଞାନ ମହାବିଦ୍ୟାଳୟ, ଆସିକା

ନିରଂଜନ ମହିଳା ମହାବିଦ୍ୟାଳୟ, ଆସିକା

ଶିଳ୍ପାନୁଷ୍ଠାନ[ସମ୍ପାଦନା]

ଆସିକା କୋପରେଟିଭ୍ ସୁଗାର ଇଣ୍ଡଷ୍ଟ୍ରି ଲିମିଟେଡ୍: ଏହା ୧୯୬୩ ମସିହାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳରେ ସ୍ଥାପିତ ହୋଇଥିଲା[୬]

ଦୈବପୀଠ[ସମ୍ପାଦନା]

ଆସିକା ଓ ନିକଟବର୍ତ୍ତି ଅଞ୍ଚଳରେ ଅନେକ ଦୈବପୀଠ ରହିଛି।

  • ମା ଖମ୍ବେଶ୍ୱରୀ ମନ୍ଦିର, ଆସିକା
  • ଜଗନ୍ନାଥ ମନ୍ଦିର - ସୁନାମ୍ବ ସାହି, ଆସିକା
  • ସତ୍ୟନରୟନ ମନ୍ଦିର
  • ଜଗନ୍ନାଥ ମନ୍ଦିର - ନୂଆଗାଁ
  • କାଳୀ ମନ୍ଦିର - ନୂଆଗାଁ
  • ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର - ଗଙ୍ଗାପୁର ଶାସନ

ଚିକିତ୍ସାଳୟ[ସମ୍ପାଦନା]

ଆସିକା ସରକାରୀ ଚିକିତ୍ସାଳୟ ବ୍ୟତିତ ଅନେକ ବେସରକରୀ ଚିକିତ୍ସାଳୟ ମଧ୍ୟ ରହିଛି।

ଯୋଗାଯୋଗ[ସମ୍ପାଦନା]

ନିକଟତମ ରେଳ ଷ୍ଟେଶନ୍ ବ୍ରହ୍ମପୁର, ଖୋର୍ଦ୍ଧା। ନିକଟତମ ବିମାନବନ୍ଦର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର।

ଆଧାର[ସମ୍ପାଦନା]