ଅଇ

ଉଇକିପିଡ଼ିଆ‌ରୁ
Nausea
Feeling sick[୧]
A 1681 painting depicting a person vomiting
ବିଭାଗGastroenterology
କାରଣCommon: Gastroenteritis, food poisoning[୨]
Serious: Pancreatitis, gall bladder disease, bowel obstruction, diabetic ketoacidosis, increased intracranial pressure, adrenal crisis[୨]
Others: Medications, alcohol, anxiety, depression, morning sickness[୨]
ପୁନଃପୌନିକCommon[୨]

ଅଇ ଅର୍ଥ ବାନ୍ତି ହେବା ପୂର୍ବ ଅବସ୍ଥା ଯେତେବେଳେ ଏକ ଅସୁସ୍ଥ ଅନୁଭବ ହୁଏ ଓ ବାନ୍ତିର ଉପକ୍ରମ ହୋଇପାରେ[୧] ଅଇ ହେଲେ ସାଧାରଣତଃ ଅଧିକ ଲାଳ ତିଆରି ହୁଏ | [୨] ଏଥିରେ ପେଟ ଯନ୍ତ୍ରଣା ହୋଇପାରେ ବା ହୋଇ ନପାରେ | [୩] ସାଧାରଣତଃ ଏହା ଦୁଇ ଦିନରୁ କମ୍ ରହିଥାଏ କିନ୍ତୁ ଦୀର୍ଘ ସମୟ ଧରି ମଧ୍ୟ ରହିପାରେ | <undefined />

ସାଧାରଣ କାରଣଗୁଡ଼ିକ ମଧ୍ୟରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଏବଂ ଖାଦ୍ୟ ବିଷାକ୍ତତା ଅନ୍ତର୍ଭୁକ୍ତ | <undefined /> ଗୁରୁତର କାରଣ ମଧ୍ୟରେ ଅଗ୍ନାଶୟ ପ୍ରଦାହ ରୋଗ, ପିତ୍ତକୋଷ ରୋଗ, ଅନ୍ତନଳୀ ଅବରୋଧ, ଡାଏବେଟିକ କିଟୋଏସିଡୋସିସ୍, ଅଧିକ ଖପୁରୀ ମଧ୍ୟସ୍ଥ ଚାପ ବ ଇଣ୍ଟାକ୍ରାନିଆଲ୍ ଚାପ ଏବଂ ଆଡ୍ରେନାଲ୍ ସଙ୍କଟ ହୋଇପାରେ । <undefined /> ଅନ୍ୟାନ୍ୟ କାରଣ ମଧ୍ୟରେ ଗତି ରୋଗ, ଔଷଧ, ମଦ୍ୟପାନ, ଚିନ୍ତା, ଅବସାଦ ଏବଂ ଗର୍ଭ ଅସୁସ୍ଥି ଅନ୍ତର୍ଭୁକ୍ତ |[୨]

ଅଧିକାଂଶ ସମୟରେ ବିନା କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସାରେ ବାନ୍ତି ଭଲ ହୋଇଯାଏ | [୧] ଆବଶ୍ୟକ ସ୍ଥଳେ ଚିକିତ୍ସାରେ ଆଣ୍ଟିଏମେଟିକ ବା ବାନ୍ତିରୋଧୀ ଔଷଧ ଯେପରିକି ଡାଇମେନହାଡ୍ରିନେଟ, ମେଟୋକ୍ଲୋପ୍ରାମାଇଡ metoclopramide ଏବଂ ଓଣ୍ଡାନସ୍ଟେରନ ଦିଆଯାଇପାରେ । [୪] ନିର୍ଦ୍ଦିଷ୍ଟ ଅନ୍ତର୍ନିହିତ କାରଣଗୁଡିକର ସମାଧାନ ଆବଶ୍ୟକ ହୋଇପାରେ | [୪] ଅଇ ଶବ୍ଦଟି ଲାଟିନ୍‌ର ନସିଆରୁ, ଗ୍ରୀକ୍ ଭାଷାର ναυσία -, nausia "ναυτία" - nautia, ସାମୁଦ୍ରକ ଅସୁସ୍ଥତାକୁ ବୁଝାଏ।  

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Feeling sick (nausea)". nhs.uk (in ଇଂରାଜୀ). 4 May 2018. Retrieved 21 October 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Metz A, Hebbard G (September 2007). "Nausea and vomiting in adults--a diagnostic approach" (PDF). Australian Family Physician (Review). Royal Australian College of General Practitioners. 36 (9): 688–92. PMID 17885699.open access publication – free to read
  3. Jenkins, Jon L.; Braen, G. Richard (2005). Manual of Emergency Medicine (in ଇଂରାଜୀ). Lippincott Williams & Wilkins. p. 281. ISBN 978-0-7817-5035-6. Retrieved 21 October 2020.
  4. ୪.୦ ୪.୧ "Nausea and Vomiting in Adults - Digestive Disorders". Merck Manuals Consumer Version. Retrieved 21 October 2020.