"ଚନ୍ଦନ ଯାତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ ତଥ୍ୟ ପେଟି
୧ କ ଧାଡ଼ି: ୧ କ ଧାଡ଼ି:
{{About|ଚନ୍ଦନ ଯାତ୍ରା||ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀ}}
{{About|ଚନ୍ଦନ ଯାତ୍ରା||ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀ}}

[[File:Narendra Pokhari .jpg|thumb|ନରେନ୍ଦ୍ର ପୁଷ୍କରିଣୀ ]]
{{Infobox holiday
|holiday_name = ଚନ୍ଦନ ଯାତ୍ରା
|type = hindu
|image = Narendra Pokhari .jpg
|imagesize =
|caption = ନରେନ୍ଦ୍ର ପୁଷ୍କରିଣୀ
|official_name =
|nickname =
|observedby = ବିଷ୍ଣୁ ମନ୍ଦିର ଓ ମଠ
|litcolor =
|longtype =
|significance = ଶ୍ରୀମନ୍ଦିରର ସବୁଠାରୁ ଦୀର୍ଘାତ୍ମକ ପର୍ବ
|begins = [[ବୈଶାଖ]] ଶୁକ୍ଳ [[ତୃତୀୟା]] ([[ଅକ୍ଷୟ ତୃତୀୟା]])
|ends = [[ଜ୍ୟୈଷ୍ଠ|ଜ୍ୟେଷ୍ଠ]] ଶୁକ୍ଳ [[ଚତୁର୍ଦ୍ଦଶୀ]] ([[ଦେବ ସ୍ନାନ ପୂର୍ଣ୍ଣିମା|ସ୍ନାନପୂର୍ଣ୍ଣିମା]]ର ପୂର୍ବଦିନ)
|date =
|date{{#time:Y|last year}} = <!-- only for days that change each year -->
|date{{#time:Y}} = ୨୪ ଅପ୍ରେଲ (ଆରମ୍ଭ)
|date{{#time:Y|next year}} = <!-- only for days that change each year -->
|celebrations =
|observances =
|relatedto =
}}
ଚନ୍ଦନଯାତ୍ରା ଶ୍ରୀମନ୍ଦିରର ସବୁଠାରୁ ଦୀର୍ଘାତ୍ମକ ପର୍ବ । ଏହା ମହାପ୍ରଭୁ [[ଜଗନ୍ନାଥ]]ଙ୍କର ଗ୍ରୀଷ୍ମ ପର୍ବ ।
ଚନ୍ଦନଯାତ୍ରା ଶ୍ରୀମନ୍ଦିରର ସବୁଠାରୁ ଦୀର୍ଘାତ୍ମକ ପର୍ବ । ଏହା ମହାପ୍ରଭୁ [[ଜଗନ୍ନାଥ]]ଙ୍କର ଗ୍ରୀଷ୍ମ ପର୍ବ ।
[[ବୈଶାଖ]] ଶୁକ୍ଳ [[ତୃତୀୟା]] ([[ଅକ୍ଷୟ ତୃତୀୟା]]) ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ([[ଦେବ ସ୍ନାନ ପୂର୍ଣ୍ଣିମା|ସ୍ନାନପୂର୍ଣ୍ଣିମା]]ର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ ।
[[ବୈଶାଖ]] ଶୁକ୍ଳ [[ତୃତୀୟା]] ([[ଅକ୍ଷୟ ତୃତୀୟା]]) ଠାରୁ [[ଜ୍ୟୈଷ୍ଠ|ଜ୍ୟେଷ୍ଠ]] ଶୁକ୍ଳ [[ଚତୁର୍ଦ୍ଦଶୀ]] ([[ଦେବ ସ୍ନାନ ପୂର୍ଣ୍ଣିମା|ସ୍ନାନପୂର୍ଣ୍ଣିମା]]ର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ ।


[[ଅକ୍ଷୟ ତୃତୀୟା]] ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ [[ଶ୍ରୀମନ୍ଦିର]]ରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
[[ଅକ୍ଷୟ ତୃତୀୟା]] ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ [[ଶ୍ରୀମନ୍ଦିର]]ରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
୬୦ କ ଧାଡ଼ି: ୮୨ କ ଧାଡ଼ି:
==ଆଧାର==
==ଆଧାର==
{{ଆଧାର}}
{{ଆଧାର}}
== ବାହାର ଲିଙ୍କ ==


{{ଜଗନ୍ନାଥ}}
{{ଜଗନ୍ନାଥ}}
୭୫ କ ଧାଡ଼ି: ୯୬ କ ଧାଡ଼ି:
[[en:Chandan Yatra]]
[[en:Chandan Yatra]]
[[ru:Чандан-ятра]]
[[ru:Чандан-ятра]]
[[File:Narendra Pokhari .jpg|thumb|Narendra Pokhari ]]

୦୭:୧୨, ୨୦ ସେପ୍ଟେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଚନ୍ଦନ ଯାତ୍ରା
ନରେନ୍ଦ୍ର ପୁଷ୍କରିଣୀ
ପାଳନକାରୀବିଷ୍ଣୁ ମନ୍ଦିର ଓ ମଠ
ବିଶେଷତାଶ୍ରୀମନ୍ଦିରର ସବୁଠାରୁ ଦୀର୍ଘାତ୍ମକ ପର୍ବ
ଆରମ୍ଭବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)
ଶେଷଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ)
୨୦୨୪ ତାରିଖ୨୪ ଅପ୍ରେଲ (ଆରମ୍ଭ)

ଚନ୍ଦନଯାତ୍ରା ଶ୍ରୀମନ୍ଦିରର ସବୁଠାରୁ ଦୀର୍ଘାତ୍ମକ ପର୍ବ । ଏହା ମହାପ୍ରଭୁ ଜଗନ୍ନାଥଙ୍କର ଗ୍ରୀଷ୍ମ ପର୍ବ । ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।

ବାହାର ଚନ୍ଦନଯାତ୍ରା

ଦକ୍ଷିଣଘରୁ (ଅଣସର ଘରର ଦକ୍ଷିଣରେ ଥିବା ବେହରଣ ଦ୍ଵାର ମୁହଁରେ ଥିବା ଘର) ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ରାମ (ବଳରାମ) ଓ ରତ୍ନସିଂହାସନ ଉପରୁ ଦୁଇଟି ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଓ ସରସ୍ଵତୀଙ୍କର ରୌପ୍ୟ ପ୍ରତିମା ବାହାର ଚନ୍ଦନରେ ଭାଗ ନିଅନ୍ତି । ଚନ୍ଦନ ଯାତ୍ରା ପଟୁଆରରେ ସମୁଦାୟ ଦଶଗୋଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେ କରିଥାନ୍ତି । ସବୁଠୁ ସୁଦୃଶ୍ୟ ବିମାନରେ ବିଜେ କରିଥାନ୍ତି ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ। ବିମାନ ପଛ ପାଲିଙ୍କିଟିରେ ବଳରାମକୃଷ୍ଣ ଆରୋହଣ କରିଥାନ୍ତି ପୁଣି ଅନ୍ୟ ପାଞ୍ଚଗୋଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ଵର, ଶ୍ରୀନୀଳକଣ୍ଠେଶ୍ଵର, ଶ୍ରୀଜମ୍ବେଶ୍ଵର ଓ ଶ୍ରୀକପାଳମୋଚନ ବିଜେ କରିଥାନ୍ତି। [୧]

ନରେନ୍ଦ୍ର ପୁଷ୍କରିଣୀ କୁଳରେ ଏକ ଛାମୁଣ୍ଡିଆ ତିଆରି ହୋଇଥାଏ । ସେହି ଛାମୁଣ୍ଡିଆ ତଳେ ଦଶଟି ଯାକ ଚଳନ୍ତି ପ୍ରତିମାଙ୍କୁ ଅବସ୍ଥାପିତ କରାଯାଇ ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦଧୌତ କରାଯାଏ ।

ଯୋଡ଼ିଏ ଲେଖାଁଏ ନୌକା ଯୁକ୍ତ ହୋଇ ଦୁଇ ଗୋଟି ଚାପ ପ୍ରସ୍ତୁତ ହୋଇ ଥାଏ । ଚାପ ଗୁଡ଼ିକୁ ଜରିକାମ ହୋଇଥିବା ମଣ୍ଡଣି ଦ୍ଵାରା ସୁଶୋଭିତ କରାଯାଇଥାଏ । ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ବଳରାମକୃଷ୍ଣ ଉପବେଶନ କରନ୍ତି । ଅନ୍ୟ ଚାପଟିରେ ବସନ୍ତି ପଞ୍ଚୁପାଣ୍ଡବ ରୂପେ ପରିଚିତ ମହାଦେବମାନେ । ପ୍ରତିମାମାନଙ୍କ ସହ ଚାପଦ୍ଵୟରେ ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି ସେବକ ରହିଥାଆନ୍ତି । ଚାପ ଦ୍ଵୟ ନରେନ୍ଦ୍ର ଜଳରେ ଘେରାଏ ଘେରାଏ ବୁଲି ଆସନ୍ତି ।

ସ୍ନାନରୀତି ନିମନ୍ତେ ତିନିଗୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତ କରାଯାଏ। ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମାମାନେ । ପାଣିରେ ଅବଗାହନ ପରେ ବେଶ କରାଯାଏ ମଦନମୋହନଙ୍କୁ । ୨୧ ଦିନରେ ୨୦ ପ୍ରକାର ବେଶର ପରମ୍ପରା ରହିଛି (୧୯ଶ ଦିନ ବେଶ କରାଯାଏ ନାହିଁ) । [୨]-କ୍ରମାନୁଯାୟୀ ବେଶଗୁଡ଼ିକ ହେଲା:

  1. ନଟବର ବେଶ
  2. ହରିଜନ୍ମ ବେଶ
  3. ଖଟଦୋଳି ବେଶ
  4. ରାଜାଧିରାଜ ବେଶ
  5. ବତ୍ସାହରଣ ବେଶ
  6. ଗୋମତୀ କୃଷ୍ଣ ବେଶ
  7. ଅର୍ଘାସୁର ବଧ ବେଶ
  8. ଚକ୍ର ନାରାୟଣ ବେଶ
  9. ନାବକେଳି ବେଶ
  10. ରାସମଣ୍ଡଳି ବେଶ
  11. ନୃସିଂହ ବେଶ
  12. କନ୍ଦର୍ପ ରଥ ବେଶ
  13. ଷଡ଼ଭୂଜ ଗୌରାଙ୍ଗ ବେଶ
  14. ରଘୁନାଥ ବେଶ
  15. ବସ୍ତ୍ରହରଣ ବେଶ
  16. ଗିରିପୂଜା ବେଶ
  17. ଗଜ ଉଦ୍ଧାରଣ ବେଶ
  18. କୁଞ୍ଜଦୋଳି ବେଶ
  19. ଝୁଲଣ ବେଶ

ବେଶ ପରେ ରାତ୍ର ଚାପ ରୀତି ସମ୍ପନ୍ନ କରାଯାଏ । ରାତ୍ରୀ ଚାପରେ ଦୁଇ ଚାପ ସହ ଗୋଟିଏ ବଜନ୍ତ୍ରୀ ନୌକା ଏହି ବିହରଣରେ ବ୍ୟବହୃତ ହୋଇଥାଏ । ବଜନ୍ତ୍ରୀ ନୌକାରେ ଜଣେ ଘଣ୍ଟୁଆ, ଜଣେ କାହାଳିଆ, ଜଣେ ତେଲିଙ୍ଗି ବାଜା ବାଦକ ରହିଥାନ୍ତି । ସେମାନଙ୍କ ସହ ଜଣେ ସେବାୟତ ପୋଲାଙ୍ଗ ତେଲର ଦିହୁଡ଼ୀ ଧରିଥାଏ । ଦିନ ଚାପ ଗୋଟିଏ ଘେରାରେ ଶେଷ ହେଉଥିବାବେଳେ ରାତ୍ରୀ ଚାପରେ ତିନି ଘେରା ବୁଲାଯିବାର ପରମ୍ପରା ରହିଛି ।

ସଙ୍ଗୀତ ଓ ନୃତ୍ୟସହିତ ଏହି ଯାତ୍ରା ଅତି ମନୋରମ ହୋଇଥାଏ । ଏହି ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ପାଳନ କରାଯାଏ।

ଭଉଁରୀ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିବସରେ ଭଉଁରୀଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ମଦନମୋହନ, ବଳରାମ, କୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ଵର, ଶ୍ରୀନୀଳକଣ୍ଠେଶ୍ଵର, ଶ୍ରୀଜମ୍ବେଶ୍ଵର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଏ । ଭଉଁରୀ ଦିନ କେବଳ ଦିନଚାପ କରାଯାଏ, ରାତ୍ରିଚାପ କରାଯାଏ ନାହିଁ, ଦିନଚାପରେ ନରେନ୍ଦ୍ର ପୋଖରୀର ଦୀପଦାଣ୍ଡି ଚାରିପଟେ ୨୧ ଘେରା ବୁଲାଯାଇଥାଏ । ଠାକୁରମାନେ ନରେନ୍ଦ୍ର ପୋଖରୀରେ ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିଥାନ୍ତି ।

ପରମ୍ପରା ଅନୁଯାୟୀ ଭଉଁରୀଦିନ ସକାଳଧୂପ ହେବାପରେ ପୂଜାପଣ୍ଡାମାନେ ଶ୍ରୀଜୀଉମାନଙ୍କ ଆଜ୍ଞାମାଳଧରି ରଥଖଳାକୁ ଯାଇଥାନ୍ତି । ସେଠାରେ ଶ୍ରୀଅଙ୍ଗଲାଗି ଏହି ଆଜ୍ଞାମାଳଗୁଡ଼ିକୁ ମହାରଣା ସେବକମାନେ ପାଇବାପରେ ନିର୍ମାଣାଧିନ ତିନିରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରିଥାନ୍ତି ।

ଭଉଁରୀଯାତ୍ରା ପରଦିନ ଶ୍ରୀଜୀଉମାନଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହୋଇଥାଏ । ଏଥିରେ ଆଜ୍ଞାମାଳ ପାଇବାପରେ ବିମାନ ବିଜେକରି ଠାକୁରମାନେ ନରେନ୍ଦ୍ରପୁଷ୍କରିଣୀରେ ପହଞ୍ଚିବାପରେ କେବଳ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଚାପଡଙ୍ଗାକୁ ବିଜେକରି ହଳଦୀପାଣୀ ପିଚକାରୀ ଖେଳିଥାନ୍ତି।

ଭିତର ଚନ୍ଦନଯାତ୍ରା

ବାହର ଚନ୍ଦନ ଯାତ୍ରା ପରେ ମନ୍ଦିର ଭିତରେ ୨୧ଦିନ ବ୍ୟାପି ଭିତର ଚନ୍ଦନ ଅବସରରେ ବାହର ଚନ୍ଦନ ଯାତ୍ରା ଭଳି ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସମ୍ପନ୍ନ ହୋଇଥାଏ । [୩]ଏହାସହ ଏଥିମଧ୍ୟରୁ ଜ୍ୟେଷ୍ଠକୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀରେ ପ୍ରଭୁଙ୍କର ଜଳକ୍ରୀଡ଼ା ନୀତି ସମ୍ପନ୍ନ କରାଯାଇଥାଏ। ଏଥିରେ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ରୋହିଣୀକୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ଯାଇ ସେଠାରେ ସୁବାଷିତ ଜଳକୁଣ୍ଡରେ ବିହାର କରିଥାନ୍ତି ।

ଚନ୍ଦନପ୍ରିୟ ଜଗନ୍ନାଥ

ଶ୍ରୀମନ୍ଦିର ମୁକ୍ତିମଣ୍ଡପ ନିକଟରେ ୮ଫୁଟ ପ୍ରସ୍ଥ ଓ ୧୨ଫୁଟ ଦୈର୍ଘ୍ୟ ବିଶିଷ୍ଟ ‘ଚନ୍ଦନ ଘର’ ଅଛି । ସେଠାରେ ପ୍ରତ୍ୟେକ ଦିନ ଶ୍ରୀଜୀଉମାନଙ୍କ ଲାଗି ଚନ୍ଦନ ଘୋରାଯାଇଥାଏ। ଚନ୍ଦନ ଘୋରିବା ପାଇଁ ଚନ୍ଦନ ଘରେ ଥିବା ତିନୋଟି ଶିଳକୁ ଘୋଟୁଆରୀ ସେବକମାନେ ବ୍ୟବହାର କରିଥାନ୍ତି । ସମୁଦାୟ ସାତଜଣ ଘୋଟୁଆରୀ ଚନ୍ଦନ ଘୋରିଥାନ୍ତି। ସାଧାରଣ ଦିନମାନଙ୍କରେ ଘୋଟୁଆରୀ ସେବକମାନେ ପ୍ରାୟ ୪୪୨ଗ୍ରାମ ଓଜନର ଚନ୍ଦନକାଠ ଘୋରିଥାନ୍ତି[୪], ତେବେ ଚନ୍ଦନ ଯାତ୍ରା ବେଳେ ପ୍ରାୟ ୧କିଲୋ ଓଜନର ଚନ୍ଦନ କାଠ ଘୋରିଥାନ୍ତି। ସନ୍ଧ୍ୟାଧୂପର ଅନ୍ନଭୋଗ ଅର୍ପଣ ପରେ ଠାକୁରମାନଙ୍କ ବେଶ ଓହ୍ଲାଇ ଦିଆଯାଇ ତିନିଠାକୁରଙ୍କ ବାହୁ ଓ ସନ୍ନିକଟ ଅଙ୍ଗଦେଶରେ ଚନ୍ଦନ ପ୍ରଲେପ କରାଯାଏ । ସିଂହାରୀ ସେବକ ମାନେ ଠାକୁରଙ୍କ ଏହି ସେବା କରିଥାନ୍ତି ।

ଚନ୍ଦନ ବେଶ

ସକାଳ ଧୂପର ପରବର୍ତ୍ତୀ ଧୂପ ଅର୍ଥାତ ଛତ୍ର ଭୋଗ ଅର୍ପଣ ପରେ ଜୟ ବିଜୟ ଦ୍ଵାର ବନ୍ଦ କରି ଦିଆଯାଏ । ଦିଅଁମାନଙ୍କ ଆଗରେ ଗୋଟିଏ କାଠ ଘଡ଼ା ପକାଇ, ତା’ଉପରୁ ତିନି ଜଣ ସେବାୟତ ଦିଅଁମାନଙ୍କୁ ଚାମରରେ ବିଞ୍ଚନ୍ତି । କିଛି ସମୟ ପରେ ଚାମର ଆଲଟ ବନ୍ଦ ହୋଇ ଆଡ଼ମ୍ବର ସହକାରେ ଚନ୍ଦନ, କର୍ପୁର, କେଶର, ଚୁଆ ପ୍ରଭୃତିର ମିଶ୍ରଣ ଦିଅଁମାନଙ୍କ ଶ୍ରୀଅଙ୍ଗରେ ଲେପନ କରାଯାଏ । ପୁଷ୍ପାଳକ ସେବକ ମାନେ ଏହା ଲାଗି କରନ୍ତି । ନିତିଦିନିଆ ତିନି ସାଧାରଣ ଆଭୂଷଣ ଚିତା, ଗୁଣା ଏବଂ ଅଧରମାଳା (ଯଥାକ୍ରମେ କପାଳ, ନାସାଓ ମୁଖତଳର ଆଭୁଷଣ) ସହ ସ୍ବତନ୍ତ୍ର ପୁଷ୍ପ ଆଭୁଷଣ ଚନ୍ଦନ ବେଶରେ ଉପଯୋଗ କରାଯାଏ । ଅଳକା (କପାଳ ଉପରେ ସଜ୍ଜିତ ହେଉଥିବା ଫୁଲ ମାଳ) ମାଳ ଗୁଡ଼ିକ ମନ୍ଦିରର ଫୁଲଦାସୀ ମାନେ ଗୁନ୍ଥି ପ୍ରସ୍ତୁତ କରିଥାନ୍ତି । ବିଗ୍ରହ ତ୍ରୟର ଉଭୟ ପଟର ରାହୁରେଖା (ମସ୍ତକର ଦୁଇ ପାର୍ଶ୍ଵ) ବେଷ୍ଟନ କରି ଗୋଟିଏ ଫୁଲମାଳ ସମଗ୍ର କଳେବରର ଉଭୟପଟେ ଲମ୍ବି ଯାଇଥାଏ । ଏହି ଚଉସରି (ଚାରିଗୋଟି ସରୁ ସରୁ ମାଳ ଏକତ୍ର ଗୁନ୍ଥା ଯାଇଥାଏ) ମାଳଗୁଡ଼ିକ ପ୍ରାୟ ୨୦ଫୁଟ ଯାଏଁ ଲମ୍ବା ହୋଇଥାଏ । ଏହି ହାରଗୁଡ଼ିକୁ ରାଘବ ଦାସ ମଠ ଯୋଗାଇଥାନ୍ତି ।

ଆଧାର

  1. ସୂର୍ଯ୍ୟପ୍ରଭା, ଗୁରୁବାର, ୩ ମଇ ୨୦୧୨, ପୃଷ୍ଠା: ୮
  2. ଦର୍ପଣ, ଓଡ଼ିଶା ଭାସ୍କର, ରବିବାର, ୬-୧୨ ମଇ ୨୦୧୨, ପୃଷ୍ଠା: ୩
  3. "Puri Yatra". puritrip.com. 2012. Retrieved 16 May 2012. the second period of 21 days known as ' bhitara chandan
  4. ରବିବାର ସମାଜ, ତା: ୦୩.୧୨.୨୦୦୬, ପୃଷ୍ଠା:୦୪