"ୟୁକ୍ଲିଡ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.1) (Robot: Adding simple:Euclid
ଟିକେ Robot: Modifying no:Euklid
୧୦୦ କ ଧାଡ଼ି: ୧୦୦ କ ଧାଡ଼ି:
[[nl:Euclides van Alexandrië]]
[[nl:Euclides van Alexandrië]]
[[nn:Eukleides]]
[[nn:Eukleides]]
[[no:Euklid fra Alexandria]]
[[no:Euklid]]
[[oc:Euclides]]
[[oc:Euclides]]
[[pl:Euklides]]
[[pl:Euklides]]

୦୮:୪୩, ୮ ଜୁଲାଇ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ୟୁକ୍ଲିଡ୍‌ଙ୍କ ମୂର୍ତ୍ତୀ, ଅକ୍ସ୍‌ଫୋର୍ଡ଼୍ ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ
ୟୁକ୍ଲିଡ୍‌ଙ୍କ ଏଲିମେଣ୍ଟ୍‌ସ୍‌ ପୁସ୍ତକ ୩, ପ୍ରସ୍ତାବନା ୩୫

ୟୁକ୍ଲିଡ୍ (ପ୍ରାୟ ଖ୍ରୀ.ପୂ ୩୨୫-ଖ୍ରୀ.ପୂ.୨୬୫) ଜଣେ ଗ୍ରୀକ୍ ଗଣିତଜ୍ଞ ଥିଲେ । ସେ ମିଶରର ଆଲେକ୍‌ଜାଣ୍ଡ୍ରିଆରେ ଥିଲେ ଓ ଆଲେକ୍‌ଜାଣ୍ଡ୍ରିଆ ପାଠାଗାରରେ କାମ କରୁଥିଲେ । ତାଙ୍କ ବିଷୟରେ କମ୍ ଜଣାଅଛି, କିନ୍ତୁ ବିଶ୍ୱାସ କରାଯାଏ ଯେ ସେ ଟଲେମି ୧ମ ଙ୍କର ସମସାମୟିକ । ତାଙ୍କର ଜନ୍ମସ୍ଥାନ ଓ ସମୟ ଜଣା ନାହିଁ ।

ଦି ଏଲିମେଣ୍ଟ୍‌ସ୍

ୟୁକ୍ଲିଡ୍ ଜ୍ୟାମିତିର ସମସ୍ତ ଜଣା ତଥ୍ୟକୁ ଏକାଠି କରିଥିଲେ । ତାଙ୍କ ପୁସ୍ତକଏଲିମେଣ୍ଟ୍‌ସ୍ ପ୍ରାଚୀନ ଜ୍ୟାମିତିର ଏକ ମୁଖ୍ୟ ଉତ୍ସ । ତାଙ୍କ ବିଷୟରେ ଏବେ ମଧ୍ୟ ପାଠ୍ୟପୁସ୍ତକରେ ପଢ଼ାଯାଉଛି । ଏହି ପୁସ୍ତକରେ ସେ କେତେକ ଅନୁସିଦ୍ଧାନ୍ତରୁ (ଯାହା ସମସ୍ତେ ସତ୍ୟ ବୋଲି ଭାବନ୍ତି) ଆରମ୍ଭ କରିଛନ୍ତି । ୟୁକ୍ଲିଡ୍ ପ୍ରମାଣ କରିଛନ୍ତି ଯେ ଜ୍ୟାମିତିକ ବସ୍ତୁ ଏବଂ ପୂର୍ଣ ସଂଖ୍ୟା ଏହି ଅନୁସିଦ୍ଧାନ୍ତ ଉପରେ ପର୍ଯ୍ୟବେଷିତ ।

ଏଲିମେଣ୍ଟ୍‌ସ୍‌ରେ ବିଭିନ୍ନ ଜ୍ୟାମିତିକ ଆକୃତି ବିଷୟରେ ଆଲୋଚନା କରାଯାଇଛି । ଜ୍ୟାମିତି ଛଡ଼ା ସେ ସଂଖ୍ୟା ତତ୍ତ୍ୱ ଉପରେ ମଧ୍ୟ କାମ କରିଛନ୍ତି । ଗରିଷ୍ଟ ସାଧାରଣ ଗୁଣନୀୟକ (ଗସାଗୁ) ବିଷୟରେ ୟୁକ୍ଲିଡ୍ କହିଥିଲେ । ଏ କଥା ଏଲିମେଣ୍ଟସ୍‌ରେ ଲିଖିତ । ଦୁଇଟି ସଂଖ୍ୟାର ଗସାଗୁ ହେଉଛି ସବୁଠୁ ବଡ଼ ସଂଖ୍ୟା ଯାହା ଉଭୟ ସଂଖ୍ୟାକୁ ବିଭକ୍ତ କରେ ।

ଏଲିମେଣ୍ଟ୍‌ସ୍‌ରେ ବର୍ଣିତ ଜ୍ୟାମିତି ଅନେକ ଦିନ ପର୍ଯ୍ୟନ୍ତ ଏକ ମାତ୍ର ଜ୍ୟାମିତି ବୋଲି ଧରା ଯାଉଥିଲା । ୧୯ଶ ଶତାବ୍ଦୀରେ ଆବିଷ୍କୃତ ଅଣ-ୟୁକ୍ଲିଡୀୟ ଜ୍ୟାମିତିରୁ ଅଲଗା କରିବା ପାଇଁ ଏବେ ତାକୁ ୟୁକ୍ଲିଡୀୟ ଜ୍ୟାମିତି କୁହା ଯାଉଛି ।

ଅନ୍ୟାନ୍ୟ କାମ

ଏଲିମେଣ୍ଟ୍‌ସ୍ ଛଡ଼ା ୟୁକ୍ଲିଡ୍‌ଙ୍କର ଅନ୍ତତଃ ୫ଟି କାମ ଏବେ ପର୍ଯ୍ୟନ୍ତ ଅଛି । ଏଗୁଡ଼ିକ ମଧ୍ୟ ସଂଜ୍ଞା ଓ ପ୍ରସ୍ତାବନାକୁ ଭିତ୍ତି କରିଥାଆନ୍ତି ।

ୟୁକ୍ଲିଡ୍‌ଙ୍କ ଏଲିମେଣ୍ଟ୍‌ସ୍‌ର ସର୍ବପୁରାତନ ଅଂଶ, ପ୍ରାୟ ଖ୍ରୀ.୧୦୦ପୁସ୍ତକ ୨, ପ୍ରସ୍ତାବନା ୫ ର ଚିତ୍ର[୧]
ପିଥାଗୋରାସ୍ ଉପପାଦ୍ୟର ବିଷ୍ଳେଶଣ

ୟୁକ୍ଲିଡ୍‌ଙ୍କ ପ୍ରତି ସମ୍ମାନ

  • ୟୁକ୍ଲିଡ୍‌ଙ୍କ ନାମରେ ନାମିତ ଏକ ଗ୍ରହାଣୁ
  • ଜହ୍ନରେ ଏକ ଆଗ୍ନେୟଗିରି ମୁଖ ୟୁକ୍ଲିଡ୍‌ଙ୍କ ନାମରେ ନାମିତ

ଆଧାର

  1. [2]