"ବିଶ୍ୱନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୫୧ କ ଧାଡ଼ି: ୫୧ କ ଧାଡ଼ି:
[[ଶ୍ରେଣୀ:ଭାରତୀୟ ନେତା]]
[[ଶ୍ରେଣୀ:ଭାରତୀୟ ନେତା]]
[[ଶ୍ରେଣୀ:୧୮୮୯ ଜନ୍ମ]]
[[ଶ୍ରେଣୀ:୧୮୮୯ ଜନ୍ମ]]
[[ଶ୍ରେଣୀ:୧୯୮୪ ମୃତ୍ୟୁ]]


[[en:Biswanath Das]]
[[en:Biswanath Das]]

୧୭:୫୮, ୨୪ ମଇ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ବିଶ୍ଵନାଥ ଦାସ
ଫାଇଲ:BiswanathDas.jpg
ଓଡ଼ିଶାର ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୧୯ ଜୁଲାଇ ୧୯୩୭ – ୪ ନଭେମ୍ବର ୧୯୩୯
ପୂର୍ବ ଅଧିକାରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
ପର ଅଧିକାରୀରାଜ୍ୟପାଳ ଶାସନ
ଉତ୍ତର ପ୍ରଦେଶର ରାଜ୍ୟପାଳ
କାର୍ଯ୍ୟକାଳ
୧୬ ଅପ୍ରେଲ ୧୯୬୨ – ୩୦ ଅପ୍ରେଲ ୧୯୬୭
ପୂର୍ବ ଅଧିକାରୀବୁରଗୁଲା ରାମକୃଷ୍ଣ ରାଓ
ପର ଅଧିକାରୀବେଜଉଆଡା ଗୋପାଳ ରେଡ୍ଡୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୩ ଅପ୍ରେଲ ୧୯୭୧ – ୧୪ ଜୁନ ୧୯୭୨
ପୂର୍ବ ଅଧିକାରୀରାଷ୍ଟ୍ରପତି ଶାସନ
ପର ଅଧିକାରୀନନ୍ଦିନୀ ଶତପଥୀ
ବ୍ୟକ୍ତିଗତ ସବିଶେଷ
ଜନ୍ମମାର୍ଚ ୮, ୧୮୮୯
ବେଲଗାଁ ଗଞ୍ଜାମ ଜିଲ୍ଲା
ମୃତ୍ୟୁଜୁନ ୨ , ୧୯୮୪
କଟକ
ରାଜନୀତିକ ଦଳସଂଯୁକ୍ତ ସାମ୍ମୁକ୍ଷ
ଘରକାଜି ବଜାର ,କଟକ
ଶିକ୍ଷାନୁଷ୍ଠାନରେଭେନ୍ସା କଲେଜ
କଲିକତା ବିଶ୍ୱବିଦ୍ୟାଳୟ

ବିଶ୍ଵନାଥ ଦାସ ( ୮, ମଈ, ୧୮୮୯ - ୨, ଜୁନ, ୧୯୮୪) ଏକା ଧାରାରେ ଜଣେ ଭାରତୀୟ ରାଜନେତା, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ ଓଡିଶା ପ୍ରଦେଶ ର ପ୍ରଧାନମନ୍ତ୍ରୀ ଥିଲେ । ସେ ମଧ୍ୟ ଉତ୍ତରପ୍ରଦେଶର ରାଜ୍ୟପାଳ (୧୯୬୨-୧୯୬୭) ଥିଲେ ଏବଂ ଶେଷରେ ଓଡିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ (୧୯୭୧-୧୯୭୨) ଥିଲେ ।[୧]

ପ୍ରାରମ୍ଭିକ ଜୀବନ

ବିଶ୍ବନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ ଓଡିଶାର ଗଞ୍ଜାମ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ କଲିକତା ବିଶ୍ବବିଦ୍ୟାଳୟରୁ ଆଇନ ରେ ସ୍ନାତକୋତ୍ତର ହେଲେ । ମାଡ୍ରାସ ଠାରେ ଆଇନ ବ୍ୟବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ ଗଞ୍ଜାମ ଜିଲ୍ଲାଛତ୍ରପୁର ତାଲୁକା ପରିଷଦକୁ ସଭାପତି ପଦକୁ ନିର୍ବାଚିତ ହୋଇଥିଲେ । ଓଡିଶା ର ସେବା କ୍ଷେତ୍ର ରେ ମହତ୍ବପୂର୍ଣ୍ଣ ଅବଦାନ ଥିବା ଲୋକ ସେବକ ମଣ୍ଡଳ ର ଆଜୀବନ ସଦସ୍ୟ ମଧ୍ୟ ଥିଲେ।

ରାଜନୀତି

ବିଶ୍ବନାଥ ଦାସ ମାଡ୍ରାସ କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଙ୍ଗ୍ରାମରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ଵିତୀୟ ବିଶ୍ଵଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ ରୁ ୧୯୫୨ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ ଥିଲେ । ସେ ଅନେକ ଥର ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ ରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଶେଷ ଜୀବନ

ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସାମଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ ରେ ଇହଲୀଳା ସମ୍ବରଣ କରିଥିଲେ ।

ଆଧାର