"ମନ୍ଦୋଦରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ r2.7.2) (Robot: Adding hi:मन्दोदरी, ne:मन्दोदरी
୧୯ କ ଧାଡ଼ି: ୧୯ କ ଧାଡ଼ି:


<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->

[[bn:মন্দোদরী]]
[[bn:মন্দোদরী]]
[[en:Mandodari]]
[[en:Mandodari]]
[[hi:मन्दोदरी]]
[[id:Mandodari]]
[[id:Mandodari]]
[[mr:मंदोदरी]]
[[ja:マンドーダリー]]
[[ja:マンドーダリー]]
[[mr:मंदोदरी]]
[[ne:मन्दोदरी]]
[[ru:Мандодари]]
[[ru:Мандодари]]
[[ta:மண்டோதரி]]
[[ta:மண்டோதரி]]

୧୧:୪୧, ୩୦ ମାର୍ଚ୍ଚ ୨୦୧୨ ଅନୁସାରେ କରାଯାଇଥିବା ବଦଳ

"
"ମନ୍ଦୋଦରୀ"
ସଂସ୍କୃତ ଅନୁବାଦMandodarī
ଉପାଧିରାକ୍ଷସ, ପଞ୍ଚକନ୍ୟା
ବାସସ୍ଥାନଲଙ୍କା
ସାଥିରାବଣ, ବିଭିଷଣ

ରାମାୟଣ ମତେ ମନ୍ଦୋଦରୀ (Mandodarī), ରାକ୍ଷସ ରାଜା ରାବଣପତ୍ନୀ ।

ରାବଣଜାୟା ମନ୍ଦୋଦରୀଙ୍କର ଜନ୍ମ, ପୂର୍ବଜନ୍ମ ଆଦିର କାହାଣୀ ଉତ୍ତର ରାମାୟଣରୁ ମିଳେ ୤ ନିଜର ପୂର୍ବ ଜନ୍ମରେ ମନ୍ଦୋଦରୀ ଥିଲେ ମଧୁରା ଅପସରା ୤ ସେ ପ୍ରତି ସୋମବାର ଦିନ ଶିବଙ୍କ ବ୍ରତପାଳନ କରୁଥିଲେ ୤ ଦିନେ ସେ ଶିବଙ୍କ ଦର୍ଶନ ପାଇଁ କୈଳାସରେ ପହଞ୍ଚିଲେ ୤ ପାର୍ବତୀ ସେତିକି ବେଳେ ସେଠାରେ ନ ଥିଲେ ୤ ଶିବ, ମଧୁରାଙ୍କ ସହ ଆଳାପ କରୁଥିବା ସମୟରେ ପାର୍ବତୀ ପହଞ୍ଚିଲେ ଓ ଅଜଣା ସୁନ୍ଦରୀଙ୍କୁ ଦେଖି ତାଙ୍କ ଭିତରେ ଇର୍ଷା ଜାଗ୍ରତ ହେଲା ୤ ଶିବଙ୍କୁ ସନ୍ଦେହ କରି ସେ ମଧୁରାଙ୍କୁ ଅଭିଶାପ ବଳରେ ମଣ୍ଡୁକୀରେ ପରିଣତ କରିଦେଲେ ୤ ମଣ୍ଡୁକୀ ରୂପରେ ମଧୁରା ହିମାଳୟ ଅନ୍ତର୍ଗତ ଏକ ବନସ୍ଥ ମଧ୍ୟସ୍ଥ କୂପରେ ବାସ କରିବାକୁ ଲାଗିଲେ ୤ ବାର ବର୍ଷ ପରେ ସେ ପୂର୍ବ ସୌନ୍ଦର୍ଯ୍ୟ ଫେରିପାଇବେ ବୋଲି ଶିବ ତାଙ୍କୁ ବର ଦେଇଥିଲେ ୤ ହେମପୁରର ରାକ୍ଷସରାଜ ମୟଦାନବ ଏବଂ ତାଙ୍କ ପତ୍ନୀ ହେମାଙ୍କର ଦୁଇ ପୁଅ-ମାୟାବୀ ଓ ଦୁନ୍ଦୁଭି ୤ କନ୍ୟାସନ୍ତାନଟିଏ ପାଇବା ପାଇଁ ଦୁହେଁ ଶିବଙ୍କୁ ପ୍ରାର୍ଥନା କରି ସନ୍ତୁଷ୍ଟ କଲେ ୤ ସେତେ ବେଳକୁ ମଧୁରାଙ୍କ ମଣ୍ଡୁକୀ ଜିବନକୁ ବାରବର୍ଷ ପୁରିଥାଏ ୤ ଶିବ ମୟଦାନବଙ୍କୁ ସ୍ଵପ୍ନାଦେଶ ଦେଲେ ତୁମର କନ୍ୟା କୂପ ଭିତରେ ଜନ୍ମ ନେଇସାରିଛି ୤ ପରଦିନ ସକାଳେ ବନସ୍ତ ଭିତରକୁ ଯାଇ ଶିବ କହିଥିବା କୂପ ଭିତରୁ ସେମାନେ ନବଜାତ କନ୍ୟାରତ୍ନଟିଏ ପାଇ ମନ୍ଦୋଦରୀ ଭାବେ ନାମିତ କରିଥିଲେ ୤

ଆଧାର