"ହରିଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ added Category:ଔଷଧୀୟ ଗଛ using HotCat
ଟିକେ r2.7.1) (Robot: Adding fa:هلیله سیاه
୪୬ କ ଧାଡ଼ି: ୪୬ କ ଧାଡ଼ି:
[[dv:އަރޮޅި]]
[[dv:އަރޮޅި]]
[[en:Terminalia chebula]]
[[en:Terminalia chebula]]
[[fa:هلیله سیاه]]
[[hi:हरीतकी]]
[[hi:हरीतकी]]
[[kn:ಅಳಲೆ ಕಾಯಿ]]
[[kn:ಅಳಲೆ ಕಾಯಿ]]

୨୨:୪୩, ୬ ମାର୍ଚ୍ଚ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ହରିଡ଼ା
A leafless T. Chebula tree
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଗଣ: Myrtales
କୁଳ: Combretaceae
ପ୍ରଜାତି: Terminalia
ଜାତି: T. chebula
ବାଇନୋମିଆଲ ନାମ
Terminalia chebula

ଏହା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ଏହା ସାତ ପ୍ରକାରର ହୋଇଥାଏ - ବିଜୟା, ରୋହିଣୀ, ପୁତନା, ଅମୃତା, ଅଭୟା, ଜୀବନ୍ତୀ ଓ ଚେତକୀ।

ଶାସ୍ତ୍ରୋକ୍ତ ଗୁଣ

ଏହା ତିକ୍ତ, କଟୁ, ଅମ୍ଳ, ମଧୁର ଓ କଷାୟ ରସ, ଉଷ୍ଣବୀର୍ଯ୍ୟ, ମେଧାଜନକ, ରସାୟନ, ଚକ୍ଷୁ ହିତକର, ଆୟୁବୃଦ୍ଧିକର, ଅଗ୍ନୀଦୀପ୍ତକ ଓ ପାଚକ। ବାୟୁ, ଶୂଳ, ମଳବୃଦ୍ଧି, ଗୁଳ୍ମ, କାମଳ, ହୃଦୟରୋଗ, ବ୍ରଣ, କୁଷ୍ଠ, କୃମି, ଜ୍ବର, ଶୋଥ, ଯକୃତ, ପ୍ଳୀହା, କଣ୍ଡୁ, ଅଜୀର୍ଣ, ଦାନ୍ତମୂଳପୀଡ଼ା, ମୁତ୍ରକୃଚ୍ଛ୍ର, ଅଶ୍ମରୀ, ଉପଦଂଶ, ମସ୍ତକ, ଭ୍ରମ, କଫ, ପିତ୍ତ, ଓ ବାତ ଆଦି ନାନା ପ୍ରକାର ରୋଗ ବିନାଶକ ଅଟେ।

ଅନ୍ୟାନ୍ୟ ଭାଷାରେ ନାମ

ଓଡ଼ିଆରେ ହରିଡା,
ବଙ୍ଗଳାରେ ହରିତକି,
ହିଂଦିରେ ହର, ଛୋଟିହରଡ,
ତେଲୁଗୁରେ କରକଚେଟ୍ଟୁ, ଅପିଚେଟ୍ଟୁ ,
ସଂସ୍କୃତରେ ଶିବା, ଶ୍ରେୟସି, ହରିତକି, ପଥ୍ୟା, ଅବ୍ୟଥା ଓ ହେମବତୀ କୁହାଯାଏ।

ବ୍ୟବହାର

ଏହାର ମଂଜିକୁ ବାହାର କରି ଏହାର ଔଷଧିୟ ବ୍ୟବହାର କରାଯାଏ। ଏହା ପେଟରୋଗପାଇଁ ଅତି ଗୁଣକାରୀ ହୋଇଥିବାରୁ କୁହାଯାଏ, ଯସ୍ୟମାତା ଗୃହେ ନାସ୍ତି ତସ୍ୟମାତା ହରିତକୀ - ଯା’ର ମା’ ଘରେ ନାହାନ୍ତି, ତା’ର ମା’ ହେଉଛି ହରିଡ଼ା। ଆଉ ମଧ୍ୟ କୁହାଯାଏ, କଦାଚିତ୍ କୁପ୍ୟତେ ମାତା, ନୋଦରସ୍ଥା ହରିତକୀ - ମା’ କେବେ କେମିତି ରାଗି ପାରନ୍ତି, କିନ୍ତୁ ହରିଡ଼ା ପେଟକୁ କେବେ କଷ୍ଟପ୍ରଦ ହୁଏନା।

ତ୍ରିଫଳାର ତିନୋଟି ଔଷଧି ଭିତରୁ ଏହା ଗୋଟିଏ।

ସତର୍କତା

ଦୁର୍ବଳ, କ୍ଷୀଣକାୟ, ଉପବାସୀ, ପିତ୍ତପ୍ରଧାନ ବ୍ୟକ୍ତି, ଗର୍ଭବତୀ, ପଥକ୍ଳାନ୍ତ ବ୍ୟକ୍ତି ଓ କ୍ଷୟରୋଗୀ ପକ୍ଷରେ ହରିଡା ସେବନ ନିଷିଦ୍ଧ।

ବାହାର ଆଧାର

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।