"ଓଡ଼ିଶା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ →ସଂକ୍ଷେପରେ |
WikitanvirBot (ଆଲୋଚନା | ଅବଦାନ) ଟିକେ r2.7.1) (Robot: Modifying new:ओडिशा |
||
୨୨୫ କ ଧାଡ଼ି: | ୨୨୫ କ ଧାଡ଼ି: | ||
[[ms:Orissa]] |
[[ms:Orissa]] |
||
[[ne:उड़िसा]] |
[[ne:उड़िसा]] |
||
[[new: |
[[new:ओडिशा]] |
||
[[nl:Odisha]] |
[[nl:Odisha]] |
||
[[nn:Orissa]] |
[[nn:Orissa]] |
୧୯:୫୯, ୨୫ ଡିସେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଓଡ଼ିଶା | |
---|---|
ଦେଶ | ଭାରତ |
ସ୍ଥାପନ | ୧ ଏପ୍ରିଲ ୧୯୩୬ କନିକା ରାଜବାଟି, କଟକ |
ରାଜଧାନୀ | ଭୁବନେଶ୍ଵର |
ବୃହତ୍ତମ ନଗର | ଭୁବନେଶ୍ଵର |
ଜିଲ୍ଲା ସଂଖ୍ୟା | ୩୦ |
Government | |
• ରାଜ୍ୟପାଳ | ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ |
• ମୁଖ୍ୟମନ୍ତ୍ରୀ | ନବୀନ ପଟ୍ଟନାୟକ |
• ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୧୪୭ ଆସନ) |
Area | |
• ସମୁଦାୟ | 1,55,820 km2 (60,160 sq mi) |
• Rank | ନବମ (୯ମ) |
Population (୨୦୧୧) | |
• Total | ୪୧୯୪୭୩୫୮ |
• Rank | ଏକାଦଶ (୧୧ଶ) |
• Density | 270/km2 (700/sq mi) |
Time zone | UTC+୦୫:୩୦ (IST) |
ISO 3166 code | IN-OR |
HDI | ୦.୦୪୩ (କମ) |
HDI କ୍ରମାଙ୍କ | ୨୭ ତମ(୨୦୦୫) |
ସାକ୍ଷରତା | ୭୩.୪୫% |
ସରକାରୀ ଭାଷା | ଓଡ଼ିଆ |
Website | orissa.gov.in |
ଓଡ଼ିଶା ଭାରତର ପୂର୍ବ ତଟକୂଳରେ ଥିବା ଗୋଟିଏ ରାଜ୍ୟ । ଓଡ଼ିଶା ୧ ଏପ୍ରିଲ ୧୯୩୬ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା ଯାହାକୁ ସବୁ ବର୍ଷ ୧ ଏପ୍ରିଲରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଏଠାରେ ମୁଖ୍ୟତ ଓଡ଼ିଆ ଭାଷାଭାଷୀ ଲୋକେ ବାସ କରନ୍ତି । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି।
ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ, ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ଯୋଡ଼ି ଏହି ସବୁ ସ୍ଥାନକୁ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଭାରତର ମୁଖ୍ୟ ଐତିହାସିକ କିର୍ତ୍ତି । ବାଲେଶ୍ଵରର ଚାନ୍ଦିପୁର ଠାରେ ଗୋଳାବାରୁଦ ଓ କମାଣ ପରଖ ପାଇଁ ଡି.ଆର.ଡି.ଓ ଓ ପି.ଏକ୍ସ.ଇ ଅଛି ଯେଉଁଠି ଭାରତୀୟ ସେନାର ଅନେକ ଗୌରବର କଥା ଲେଖାହୋଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଇତିହାସ
ନାମକରଣ
ଓଡ଼ିଶା ଶବ୍ଦଟି ମୂଳ ଶବ୍ଦ ଓର/ଉର ବା ଓଡ୍ର, ଉଡ୍ର ଦେଶରୁ, ସୁମେରୀୟ, ଓଡ୍ର ବିଷୟ ଆଦି ପୁରାତନ ନାମରୁ ଆସିଅଛି । ଏହାର ପ୍ରମାଣ ଆକାରରେ ସବୁଠାରୁ ପୁରାତନ ଲେଖ 'ଉତ୍ତର ତୋଷାଳି' ଅନ୍ତର୍ଗତ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ସୋରଠାରୁ ମିଳିଥିବା ତମ୍ବାପଟାରେ ଓଡ୍ର ବିଷୟର ସୂଚନା ମିଳିଛି ।[୧] ପାଳି ଓ ସଂସ୍କୃତ ସାହିତ୍ୟରେ ଓଡ଼ିଆ ଲୋକଙ୍କୁ ଯଥାକ୍ରମେ 'ଓଡ଼କ' ଓ 'ଓଡ୍ର' ନାମରେ ନାମିତ କରାଯାଇଛି । ପୁରାତନ ଲେଖକ ଓ ଗବେଷକ ପ୍ଲିନି ଦି ଏଲ୍ଡର ଓ ଟଲେମି ଓଡ୍ର ଜଣଙ୍କୁ 'ଓରେଟସ' ବୋଲି ନାମିତ କରିଛନ୍ତି ।
ନାମ ବଦଳ
ଇଂରାଜୀ ଓ ହିନ୍ଦୀରେ "ଓଡ଼ିଶା" ଓ "ଓଡ଼ିଆ"କୁ Orissa ଓ Oriya ତଥା उड़ीसा ଓ उड़ीआ ଭାବେ ସମ୍ବିଧାନରେ ତଥା ସାଧାରଣରେ ବ୍ୟବହାର କରାଯାଉଥିଲା । ୨୦୦୮ ମସିହା ଜୁନ ୯ରେ ପ୍ରଥମେ ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଓ ଓଡ଼ିଆକୁ ଇଂରାଜୀରେ Orissa ଓ Oriya ବଦଳରେ Odisha ଓ Odia ତଥା ହିନ୍ଦୀରେ उड़ीसा ଓ उड़ीआ ବଦଳରେ ओड़िसा ଓ ओड़ीआଲେଖିବା ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା । ୨୦୦୮ ଅଗଷ୍ଟରେ ରାଜ୍ୟ ବିଧାନ ସଭାରେ ପ୍ରସ୍ତାବ ଆସିଥିଲା ଓ ବହୁମତରେ ଏହାକୁ ଗ୍ରହଣ କରଯାଇଥିଲା । ପରେ ନୂଆ ଲୋକସଭା ଗଠନ ପରେ ଏହାକୁ ବିଧାନ ସଭାରେ ଆଉଥରେ ଆଗତ କରଯାଇଥିଲା । ଏହି ସଂଶୋଧିତ ପ୍ରସ୍ତାବକୁ ୨୦୧୦ ବଜେଟ ଅଧିବେଶନରେ ଲୋକସଭାରେ ଆଗତ କରଯାଇଥିଲା । ୨୦୧୦ ଶୀତକାଳୀନ ଅଧିବେଶନରେ ପ୍ରଥମ ଦିନ (ଅକ୍ଟୋବର ୯, ୨୦୧୦) ରେ ସ୍ଵରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମ ଏହାକୁ ଲୋକସଭାରରେ ଆଗତ କରିଥିଲେ । ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହା ୨୦୧୧ମସିହା ୪ ନଭେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା ।[୨][୩][୪][୫][୬][୭][୮]
ସଂକ୍ଷେପରେ
- ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର କହେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)
- ପୌରାଣିକ ଓଡ଼ିଶା - ମହାଭାରତ କହେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।
- କିମ୍ବଦନ୍ତୀରେ ଓଡ଼ିଶା - ଓଡ଼ିଶାରେ ପ୍ରଚଳିତ ଲୋକକଥା ଅନୁସାରେ ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା । ସିଂହଳ(ଶ୍ରୀଲଙ୍କା), ଜାଭା, ସୁମାତେରା, ବାଲି, ବ୍ରହ୍ମଦେଶ(ମିଆଁମାର), ସାମ(ଥାଇଲାଣ୍ଡ), କାମ୍ବୋଡ଼ିଆ, ଅନାମ(ଭିଏତନାମ), ଚୀନ, ଜବନ(ଜାପାନ), କୁକୁଟ(କୋରିଆ), ମକ୍କସିଖ(ମେକ୍ସିକୋ), ମିସର(ଇଜିପ୍ଟ), ସିମିଳି(ଆରବ), ବାବିଲନ(ଇରାକ) ପ୍ରଭୃତି ସ୍ଥାନରେ କଳିଙ୍ଗର ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସର ଚିହ୍ନ ଏବେ ବି ଦେଖିବାକୁ ମିଳେ । ସମ୍ଭବତଃ ଲୋକତନ୍ତ୍ର ପ୍ରଚଳିତ ଥିଲା ।
- ଖ୍ରୀ.ପୂ. ୩୬୦-୨୬୦ - ନନ୍ଦ-ସାମ୍ରାଜ୍ୟରେ ଓଡ଼ିଶାର ଏକ ବଡ଼ ଭାଗ ଅନ୍ତର୍ଭୁକ୍ତ ।
- ଖ୍ରୀ.ପୂ. ୨୬୧ - ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଦ୍ଧ
- ଖ୍ରୀ.ପୂ. ୧ମ ଶତାବ୍ଦୀ - ଚେଦୀ ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ୱ, କଳିଙ୍ଗର ପରିସୀମା ଆଗଙ୍ଗା-କାବେରୀ, ତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ । ଜୈନ ଧର୍ମର ପ୍ରସାର ।
- ୩ୟ-ଷଷ୍ଠ ଶତାବ୍ଦୀ - ଗୁପ୍ତ-ରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ, ମାଠର, ଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କ ଶାସନାଧୀନ
- ୭୯୫ ଖ୍ରୀ. - କେଶରୀ ରାଜବଂଶ । ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କଲେ । ଯାଜପୁର ରେ ରାଜଧାନୀ ସ୍ଥାପନ ।
- ୧୦୭୮-୧୪୩୪ ଖ୍ରୀ. - ଗଙ୍ଗ ରାଜବଂଶ । ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ପ୍ରାରମ୍ଭ ।
- ୧୦୭୮-୧୧୫୦ ଖ୍ରୀ. - ଚୋଳଗଙ୍ଗ ଦେବଙ୍କ ରାଜୁତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ । କଟକ ହେଲା ନୂଆ ରାଜଧାନୀ (୧୧୭୦ ଖ୍ରୀ. approx.) ।
- ୧୧୭୦-୧୧୯୮ ଖ୍ରୀ. - ଦ୍ୱିତୀୟ ଅନଙ୍ଗଭୀମଦେବ । ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ।
- ୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କ ଦ୍ୱାରା ବାରବାଟି ଦୁର୍ଗ ନିର୍ମିତ ।
- ୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବ । କୋଣାର୍କ ସୂର୍ଯ୍ୟ-ମନ୍ଦିର ନିର୍ମିତ ।
- ୧୪୩୫-୧୫୪୧ ଖ୍ରୀ. - ଗଜପତି ରାଜବଂଶ । ଆଗଙ୍ଗା-ଗୋଦାବରୀ ସାମ୍ରାଜ୍ୟ ।
- ୧୪୩୫-୧୪୬୬ ଖ୍ରୀ. - (ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର) କପିଳେନ୍ଦ୍ରଦେବ ।
- ୧୪୯୭-୧୫୪୧ ଖ୍ରୀ. - ରାଜା ପୁରୁଷୋତ୍ତମଦେବ ଓ ତାଙ୍କପରେ ପ୍ରତାପରୂଦ୍ରଦେବ ।
- ୧୫୬୮ ଖ୍ରୀ. - ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦଦେବ ପରାସ୍ତ । ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି 'କଳାପାହାଡ଼' ଦ୍ୱାରା ଓଡ଼ିଶା ଅଧିକୃତ ।
- ୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର ।
- ୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର ।
- ୧୮୦୩ ଖ୍ରୀ. - ବ୍ରିଟିଶମାନଙ୍କର ଓଡ଼ିଶା ଅଧିକାର(ଏହା ବ୍ରିଟିଶ ଅଧିକୃତ ଶେଷ ଭାରତୀୟ ରାଜ୍ୟ) ।
- ୧୯୧୨ ଖ୍ରୀ. - ବିହାର-ଓଡ଼ିଶା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ ।
- ୧୯୩୬ ଖ୍ରୀ. - ସ୍ୱତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠିତ । ଭାଷା ଭିତ୍ତିରେ ଗଠିତ ପ୍ରଥମ ଭାରତୀୟ ରାଜ୍ୟ ।
- ୧୯୪୮ ଖ୍ରୀ. - ଭୁବନେଶ୍ୱର ନୂତନ ରାଜଧାନୀ (ଅପ୍ରେଲ ୧୩) ।
- ୧୯୫୦ ଖ୍ରୀ. - ସ୍ୱାଧୀନ ଭାରତରେ ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ ।
୭ ମ ଶତାବ୍ଦୀ
୭ ମ ଶତାବ୍ଦୀ କାଳରେ ଓଡ଼ିଶାର ନିଜର ଶାସକ ମାନେ ସ୍ୱାଧୀନ ଥିଲେ । ସେତେବେଳେ ଗଙ୍ଗ ବଂଶର ରାଜାମାନେ ଓଡ଼ିଶାରେ ଶାସନ କରୁଥିଲେ , ୭୯୫ ଖ୍ରୀଷ୍ଟାବ୍ଦରେ ୨ୟ ଯଯାତି (ମହାସିବ ଗୁପ୍ତ) ସିଂହାସନ ଆରୋହଣ କରିଥିଲେ । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । ସେ ସମ୍ରାଟ ଖାରବେଳଦେଇ ଅନୁପ୍ରାଣିତ ହୋଇ କଳିଙ୍ଗ, କାରଗୋଡ଼ା, ଉତ୍କଳ ଓ କୋଶଳ ଏହି ଚାରିଗୋଟି ଭୂଖଣ୍ଡକୁ ମିଶାଇ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ । ଓଡ଼ିଶାରେ ଏହି ରାଜବଂଶର ଶାସନ ଖ୍ରୀ. ୩୫୦ରୁ ଆରମ୍ଭ କରି ସୋମ ବଂଶର ଶେଷ ପର୍ଯ୍ୟନ୍ତ ଥିଲା । ଏହି ରାଜ୍ୟକୁ ନେଇ ଗଠିତ ବିଶାଳ ଓଡ଼ିଶାରେ ଅନେକ ଜାତି ଓ ଉପଜାତିରେ ବିଭାଜିତ ହୋଇଥିବାରୁ ଏକ ବିଶେଷ ବଣିକ ଜାତି ଜନ୍ମ ହେଲା ଓ ସେମାନେ ସାଧବ ଭାବରେ ପରିଚିତ ହେଲେ । ଏପରିକି ପ୍ରଥମ ଜନ୍ମଜୟ ମହାଭବ ଗୁପ୍ତ ଗୁପ୍ତ (ଖ୍ରୀ. ୮୮୨-୯୨୨)ଙ୍କ ସୋନପୁର ଅଞ୍ଚଳରେ ପ୍ରଚୁର ବଣିକ ସଙ୍ଘ ଥିବାର ପ୍ରମାଣ ମିଳିଥାଏ । କିନ୍ତୁ ୮ ଶତାବ୍ଦୀରେ ପ୍ରଚୁର ସମ୍ବଳ ଯୋଗୁଁ ଏହି ବାହାର ବାଣିଜ୍ୟ ଲୋପ ପାଇଗଲା ।
ବୈଶ୍ୟ, ଶୂଦ୍ର ଜାତିର ଲୋକମାନେ ରାଜ୍ୟର ଅନ୍ତ-ବାଣିଜ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଚାଷୀମାନଙ୍କ ଠାରୁ କୃଷିଜାତ ସାମଗ୍ରୀ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ । ଏହି କିଣା-ବିକାର ମୁଖ୍ୟ ମାଧ୍ୟମ ଥିଲା ସୁନା, ରୂପା, ମୁଦ୍ରା ଓ କଉଡ଼ି । ଏହି ସମୟରେ ବଙ୍ଗୋପସାଗର କୂଳରେ ଚରିତ୍ରପୁର ନାମକ ବନ୍ଦର ଖୁବ ପ୍ରସିଦ୍ଧି ଲାଭ କରିଥିଲ । ଏହି ବନ୍ଦରଟି ଦେଇ ଚୀନ, ଶ୍ରୀଲଙ୍କା, ଜାଭା ଆଦି ସହ କଳିଙ୍ଗର ବେପାର ବଣିଜ ଚାଲୁଥିଲା । ଓଡ଼ିଶାରେ ଗଙ୍ଗବଂଶ ୧୪୩୪ ଯାଏଁ ଥିଲା । ତାହା ପରେ କପିଳେନ୍ଦ୍ରଦେବ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ ।
ଆଫଗାନ ଓ ମୋଗଲ ଶାସନ
ପରେ ଓଡ଼ିଶା ଆଫଗାନମାନଙ୍କ ହାତକୁ ଆସିଲା ଓ ୧୫୬୮ରେ ଓଡ଼ିଶା ମୋଗଲ ମାନଙ୍କ ଶାସନାଧୀନ ହେଲା । ଏହି ସମୟରେ ୧୭୫୫ ଖ୍ରୀ. ବେଳକୁ ଓଡ଼ିଶାରେ ଅତ୍ୟାଚାର, ଲୁଣ୍ଠନ, ଅରାଜକତା ଆଦି ବହୁ ମାତ୍ରାରେ ବ୍ୟାପୀ ଯାଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ୧୯୧୭ ଖ୍ରୀ. ରେ ପାଇକ ମାନେ ଇଂରେଜ ବିରୋଧରେ ଲଢ଼େଇ ଆରମ୍ଭ କଲେ । ଇଂରେଜ ମାନେ ନିର୍ମମ ଭାବରେ ଏହି ବିଦ୍ରୋହକୁ ଦମନ କରିଥିଲେ । ୧୮୧୭ରେ ଖୋରଧା ରାଜା ମୁକୁନ୍ଦଦେବ ବନ୍ଦୀ ବେଳେ ମୃତୁ ବରଣ କଲେ ।
ଯଦିଓ ୧୬ଶ ଓ ୧୭ଶ ଶତାବ୍ଦୀରେ ଓଡ଼ିଶାର ବାହାର-ବାଣିଜ୍ୟ ଉନ୍ନତି ସାଧନ କରିଥିଲା, ତଥାପି କେଇ ବର୍ଷର ରାଜନୀତିକ ଅସ୍ଥିରତା ସକାଶେ ଅର୍ଥନୀତିର ପ୍ରଗତି ବାଧା ପାଇଥିଲା ।
ଇଂରେଜ ଶାସନ
୧୮୦୩ ବେଳକୁ ଇଂରେଜ ମାନେ ଓଡ଼ିଶା ଅଧିକାର କଲାବେଳକୁ ଓଡ଼ିଶାର ଏହି ଅର୍ଥନୀତିର ଅଧପତନ ଚରମ ସୀମାରେ ପହଞ୍ଚି ଥିଲା । ଇଂରେଜ ମାନେ ବନିକ ଥିଲେ, ତେଣୁ ଓଡ଼ିଶାକୁ ସେମାନେ ନିଜର କର ଆଦାୟର ମୁଖ୍ୟ ଭାବରେ ଗ୍ରହଣ କରି ୧୮୦୫ ମସିହା ବେଳକୁ ରେଗୁଲେସନ ଆକ୍ଟ (Regulation Act) ଓ ୧୮୦୮ ରେ ଭୂରାଜସ୍ଵ ବନ୍ଦୋବସ୍ତ ପ୍ରଚଳନ କରିଥିଲେ । ୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚଳନ ଫଳରେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟର ଧ୍ଵଂସ ସାଧନ ଲକ୍ଷ୍ୟ ରେ ଏଠାରୁ ବିଲାତକୁ କଞ୍ଚାମାଲ ନେଇ ସେଠାରୁ ଓଡ଼ିଶାକୁ କଳ କବଜା ଆମଦାନୀ ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା । ଏଠି ସହିତ ଲବଣ କର ଜନସାଧାରଣଙ୍କ ଉପରେ ଲାଗୁ କରାଯାଇଥିଲା ଯାହା ଓଡ଼ିଶାର ସାମାଜିକ ଓ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।
ଇଂରେଜ ଅମଳରେ ସମଗ୍ର ଭାରତୀୟ ଉପମହାଦେଶରେ ମାରୁଆଡ଼ି ଓ ଗୁଜୁରାଟୀ ବେପାରୀ ଗୋଷ୍ଠୀର ଅଭୂଦୟ ହୋଇଥିଲା । ସେମାନେ ବିଶେଷ କରି ବଙ୍ଗାଳୀ ଓକିଲ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ପ୍ରରୋଚନାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଞ୍ଚାମାଲ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ । ଏଥିରେ ବିଦେଶୀମାନେ ହିଁ ଲାଭବାନ ହେଉଥିଲେ । [୯]
ଜିଲ୍ଲା
ଓଡ଼ିଶାରେ ୩୦ଟି ଜିଲ୍ଲା ଅଛି --- ଅନୁଗୋଳ, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ବରଗଡ଼, ବାଲେଶ୍ବର, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା , କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ନୟାଗଡ଼, ପୁରୀ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼
ଓଡ଼ିଶାର ସବୁଠୁ ବଡ଼ ସହର ଭୁବନେଶ୍ୱର ଏହାର ରାଜଧାନୀ ଅଟେ । ଅନ୍ୟ ମୁଖ୍ୟ ସହର ମାନେ ହେଲେ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ଵର, ବାରିପଦା, ବଲାଙ୍ଗୀର
ଭୌଗୋଳିକ ସ୍ଥିତି
ଓଡ଼ିଶା ଭାରତର ଦକ୍ଷିଣ-ପୂର୍ବ ଉପକୂଳରେ ଅବସ୍ଥିତ । ଏହାର ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଏବଂ ପୂର୍ବରେ ବଙ୍ଗୋପ ସାଗର ରହିଅଛି । ଭୁବନେଶ୍ୱର (Bhubaneswar) ଓଡ଼ିଶାର ରାଜଧାନୀ । ଓଡ଼ିଶାର ମନ୍ଦିରମାଳିନୀ ନଗରୀ ରୂପେ ଏହା ଖ୍ୟାତ । ଏଠାରେ ସହସ୍ରାଧିକ ମନ୍ଦିର ରହିଛି | ଓଡ଼ିଶାର ପୁରାତନ ରାଜଧାନୀ କଟକ, ଭୁବନେଶ୍ୱରରୁ ମାତ୍ର ୨୯ କି.ମି. ଦୂରରେ ଅବସ୍ଥିତ । ଏହି ଦୁଇ ସହରର କ୍ରମାଗତ ବିସ୍ତାର ଓ ଉତ୍ତମ ସଡ଼କ ଯୋଗାଯୋଗ କାରଣରୁ ଏହି ଦୁଇ ସହର ଦ୍ୱୈତ ନଗରୀ ନାମରେ ବିଖ୍ୟାତ । ପୁରୀ, ଯାହାକି ଏକ ବିଶ୍ୱବିଖ୍ୟାତ ହିନ୍ଦୁ ଧର୍ମପୀଠ, ଏଠାରୁ ପ୍ରାୟ ୬୦ କି.ମି. ଦୂରରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ । ହିନ୍ଦୁଙ୍କ ଚାରିଧାମ ମଧ୍ୟରୁ ଏହା ଅନ୍ୟତମ । ଏହା ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଲାଗି ବିଶ୍ୱବିଖ୍ୟାତ ।
ରାଜ୍ୟର ପଶ୍ଚିମ ଓ ଉତ୍ତରାଂଶ ଛୋଟନାଗପୁର ମାଳଭୂମିର ଅଂଶବିଶେଷ । ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀ ପ୍ରଭୃତିର ମୁହାଣରେ ଉର୍ବର ପଟୁ ମୃତ୍ତିକା ଯୁକ୍ତ ସମତଳ ଭୂମି ଦେଖାଯାଏ । ଏହି ସମତଳ ଭୂମିରେ ମୁଖ୍ୟତଃ ଧାନଚାଷ କରାଯାଏ ।
ଓଡ଼ିଶାର ପ୍ରାୟ ୩୪% ଭୂମି ଅରଣ୍ୟ ଆଚ୍ଛାଦିତ, କିନ୍ତୁ ବିଭିନ୍ନ କାରଣ ମାନଙ୍କ ହେତୁ ଏହା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି | ଓଡ଼ିଶାରେ ମଧ୍ୟ ଅନେକ ଅଭୟାରଣ୍ୟମାନ ରହିଛି । ଏଥିମଧ୍ୟରୁ ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଭାବେ ପ୍ରସିଦ୍ଧ । ବ୍ୟାଘ୍ର ବ୍ୟତୀତ ଝରଣା ଓ ସବୁଜିମା ପୂର୍ଣ୍ଣ ଏହି ଜଙ୍ଗଲରେ ହସ୍ତୀ ଓ ଅନ୍ୟାନ୍ୟ ପଶୁପକ୍ଷୀ ବାସ କରନ୍ତି । ଭିତରକନିକା ଅଭୟାରଣ୍ୟ ୧୯୭୫ରୁ ଘଡ଼ିଆଳ ମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛି ।
ମହାନଦୀର ଦକ୍ଷିଣ ମୁହାଣରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଲବଣାକ୍ତ ହ୍ରଦ ଚିଲିକା ହେଉଛି ଭାରତର ସର୍ବବୃହତ୍ ଉପକୂଳବର୍ତ୍ତୀ ହ୍ରଦ । ଏହା ମଧ୍ୟ ଚିଲିକା ପକ୍ଷୀ ଅଭୟାରଣ୍ୟର ଅନ୍ତର୍ଗତ । ଏଠାରେ ପ୍ରାୟ ୧୫୦ ପ୍ରଜାତିର ସ୍ଥାନୀୟ ଓ ପ୍ରବାସୀ ପକ୍ଷୀଙ୍କ ସମାଗମ ହୋଇଥାଏ । ଚିଲିକାରେ ଏକ ନୌ-ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି ।
ଓଡ଼ିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ହେଉଛି ଦେଓମାଳୀ (୧୬୭୨ ମି.) ଯାହାକି ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏବଂ ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳାର ଅନ୍ତର୍ଗତ । ଏହା ମଧ୍ୟ ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ । ଅବସ୍ଥିତି: ୧୮°୪୦'୩"ଉ ୮୨°୫୮'୫୯"ପୂ ।
ଆଧାର
- ↑ Orissareview 2010 April
- ↑ "Orissa becomes 'Odisha', Oriya is 'Odia' - Economic Times". Articles.economictimes.indiatimes.com. 2011-09-06. Retrieved 2011-10-29.
- ↑ It's now Odisha. ଦି ହିନ୍ଦୁ. ଭୁବନେଶ୍ଵର. ୦୫ ନଭେମ୍ବର ୨୦୧୧
- ↑ Akshaya Kumar Sahoo. Centre notification on Orissa name change.Nov 05, 2011
- ↑ No more Orissa-Oriya; Its Odisha-Odia officially : CM declares state holiday.November 05, 2011
- ↑ Orissa changes to Odisha with state holiday.The Hill Post November 4, 2011
- ↑ ଅରିସା ହେଲା ଓଡ଼ିଶା, ରାଷ୍ଟ୍ରପତିଙ୍କ ମୋହର ବାଜିଲା। ସମ୍ବାଦ (ଖବରକାଗଜ).୦୫ ନଭେମ୍ବର ୨୦୧୧
- ↑ ओडिशा को मिली संसद की मंजूरी (ହିନ୍ଦୀରେ)
- ↑ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ. ଅଝାଲ ସିଲାଇ ନିମକ ମହାଲ. ଉନ୍ନୟନୀ (ବାଲେଶ୍ଵର). ୨୦୦୬ ପୃ. ୮୧-୮୨