"ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେNo edit summary |
ଟିକେ ବାମନ ଜନ୍ମ ନୀତି |
||
୫୩ କ ଧାଡ଼ି: | ୫୩ କ ଧାଡ଼ି: | ||
* ରାଧାଜନ୍ମାଷ୍ଟମୀ: ଭାଦ୍ରବ ଶୁକ୍ଳାଷ୍ଟମୀ(ଦୁର୍ବ୍ବାଷ୍ଟମୀ): ରାଧିକା ଏହିଦିନ ଜନ୍ମଗ୍ରହଣ କରିଥିଲେ ଶ୍ରୀ[[ସୁଦର୍ଶନ]] ଦେବଙ୍କ ଆଶ୍ରମ ବିଜେ । |
* ରାଧାଜନ୍ମାଷ୍ଟମୀ: ଭାଦ୍ରବ ଶୁକ୍ଳାଷ୍ଟମୀ(ଦୁର୍ବ୍ବାଷ୍ଟମୀ): ରାଧିକା ଏହିଦିନ ଜନ୍ମଗ୍ରହଣ କରିଥିଲେ ଶ୍ରୀ[[ସୁଦର୍ଶନ]] ଦେବଙ୍କ ଆଶ୍ରମ ବିଜେ । |
||
* ଲବଣି ଖିଆ: ମଥୁରାହାଟ ଜୁର ଉତ୍ସବ |
* ଲବଣି ଖିଆ: ମଥୁରାହାଟ ଜୁର ଉତ୍ସବ |
||
* |
* ପାର୍ଶ୍ଵପରିବର୍ତ୍ତନ [[ଏକାଦଶୀ]]: ଭାଦ୍ରବ ଶୁକ୍ଳ ଏକାଦଶୀ (ବଡ଼): ଶୟନ ଏକାଦଶିର ପରବର୍ତ୍ତୀ ବଡ଼ ଏକାଦଶୀ ଏ ଦିନ ବିଷ୍ଣୁ ଶୋଇଥିବା ଅବସ୍ଥାରେ ବାଆଁପାଖରୁଉ ଡାହାଣ ପାଖକୁ କଡ଼ ଲେଉଟାନ୍ତି ବୋଲି ବିଶ୍ଵାସ |
||
* ବାମନ ଜନ୍ମ: ଭାଦ୍ରବ |
* ବାମନ ଜନ୍ମ: ଭାଦ୍ରବ ଶୁକ୍ଳ[[ଦ୍ଵାଦଶୀ]]: ସୁନିଆ/ ଗରୁଡ଼ ପାର୍ଶ୍ଵ ପରିବର୍ତ୍ତନ/ ଇନ୍ଦ୍ରଧ୍ଵଜ ପୂଜା । ବାମନ ଅବତାରତେ ବିଷ୍ଣୁ ଏ ଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ |
||
:[[ଭାଦ୍ରବ]] ଶୁକ୍ଳ [[ଦ୍ଵାଦଶୀ]] [[ତିଥି]]ରେ [[ଶ୍ରୀମନ୍ଦିର]]ରେ ପାରମ୍ପରିକ ରୀତି ମତେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ ମଧ୍ୟାହ୍ନ ଧୂପ ଉଠିବା ପରେ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରିଦିଆଯାଏ ଭିତରେ ପାଣି ପଡ଼ି ପୋଛା ମରାଯିବା ପରେ ପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ତିଆରି କରନ୍ତି ତିନିବାଡ଼ରେ ବନ୍ଦାପନା ପରେ ମହାଜନ ସେବକମାନେ [[କୃଷ୍ଣ]]ଙ୍କୁ ଭିତର ସିଂହାସନକୁ ବିଜେ କରାନ୍ତି ବଣିଆ ଦେଇଥିବା ଏକ ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଯାଇ ଶୀତଳ ଭୋଗ କରାଯିବା ପରେ ଗର୍ଭଉଦକ ନିମନ୍ତେ ପଞ୍ଚୋପଚାରରେ ପୂଜା କରାଯାଇଥାଏ [[ରାମନବମୀ]] ଅଥବା [[ଜନ୍ମାଷ୍ଟମୀ]] ଭଳି ନୀତି ନ ହୋଇ ବିଧିବ୍ୟବସ୍ଥା ତଥା ପାରମ୍ପରିକ ରୀତି ମତେ ଖଣ୍ଡୁଆ ଘୋଡ଼ାଇ ପୋଥିପାଠ ପ୍ରମାଣେ ଜନ୍ମନୀତି ଅନୁଷ୍ଠିତ ହେବାପରେ ପାଳିଆ ମହାସୁଆର ଦେଇଥିବା କ୍ଷୀର, ଲହୁଣି ଓ କୋରାକୁ ପଣ୍ଡା ମଣୋହି କରାଇଥାନ୍ତି ମାଜଣା ମଣ୍ଡପରେ କେତେକ ନୀତି ସମ୍ପାଦିତ ହୋଇ ବାମନ (କୃଷ୍ଣ) ଦକ୍ଷିଣଘରକୁ ବିଜେ କରନ୍ତି ଏହି ଅବସରରେ [[ଶ୍ରୀମନ୍ଦିର]]ରେ ସନ୍ଧ୍ୟାଧୂପ ପରେ ସ୍ନାନବେଦୀ ପାଖ ଚାହାଣୀମଣ୍ଡପଠାରେ ବଡ଼ଛତା ମଠ କୋଣରେ କୋଠ ସୁଆଁସିଆ ସେବକମାନେ ଗୋଟିଏ କାଠ ଗୟଳରେ ସପ୍ତମେଘ ବାଉଁଶରେ ତିଆରି କରି ପୋତିଥାନ୍ତି [[ପୂର୍ଣ୍ଣିମା]] ପର୍ଯ୍ୟନ୍ତ ସପ୍ତମେଘ ବନ୍ଧାହୋଇ ରହନ୍ତି ପୂଜାପଣ୍ଡା ସେବକଙ୍କ ଦ୍ୱାରା ଇନ୍ଦ୍ରଧ୍ୱଜ ପୂଜା ସମ୍ପନ୍ନ ହୁଏ ଏହି ଅବସରରେ ରୋଷରୁ ମହାସୁଆର ଦୁଇ ଓଳି ଅନ୍ନ ଆଣି ରଖିବାପରେ ପଣ୍ଡା ତାହାକୁ ପଞ୍ଚୋପଚାରରେ ପୂଜା କରି ବନ୍ଦାପନା କରିଥାନ୍ତି '''ବର୍ଷକରେ ଏହି ଗୋଟିଏ ଦିନ କେବଳ ଶଙ୍ଖୁଡ଼ି ବାହରକୁ ଯାଇଥାଏ''' <ref>[[ସମାଜ (ଖବରକାଗଜ)|ସମାଜ]], ୯ସେପ୍ଟେମ୍ବର୨୦୧୧, ପୃଷ୍ଠା-୪, </ref> |
|||
* ଅନନ୍ତ ଚତୁର୍ଦ୍ଦଶୀ: [[ଅନନ୍ତ ବାସୁଦେବ ମନ୍ଦିର]]ରେ ନିତି ସମାପନ କରାଯାଏ |
* ଅନନ୍ତ ଚତୁର୍ଦ୍ଦଶୀ: [[ଅନନ୍ତ ବାସୁଦେବ ମନ୍ଦିର]]ରେ ନିତି ସମାପନ କରାଯାଏ |
||
* ଇନ୍ଦ୍ର ଗୋବିନ୍ଦ ପୂଜା: |
* ଇନ୍ଦ୍ର ଗୋବିନ୍ଦ ପୂଜା: |
୨୩:୧୩, ୧୨ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ
- ପଣା ସଂକ୍ରାନ୍ତି: ମହା ବିଷୁବ ସଂକ୍ରାନ୍ତି: ଓଡ଼ିଆ ନବବର୍ଷ
- ଅକ୍ଷୟ ତୃତୀୟା ବା ଅଖି ତୃତୀୟା: ବୈଶାଖ ଶୁକ୍ଳ ତୃତୀୟା : ରଥ ନିର୍ମାଣ ଅନୁକୂଳ । ଚନ୍ଦନ ଯାତ୍ରା ଆରମ୍ଭ ।
- ଚନ୍ଦନ ଯାତ୍ରା ବା ଗନ୍ଧଲେପନ ଯାତ୍ରା: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ୪୨ ଦିନ ପର୍ଯ୍ୟନ୍ତ ମହାଲକ୍ଷ୍ମୀ, ଭୂଦେବୀ, ମଦନ ମୋହନ, ରାମ କୃଷ୍ଣ, ଲକ୍ଷ୍ମୀ, ସରସ୍ଵତୀ ଓ ପଞ୍ଚ ଶିବ (ଶ୍ରୀ ଲୋକନାଥ, ଶ୍ରୀ [[ଯମେଶ୍ଵର], ଶ୍ରୀ କପାଳମୋଚନ, ଶ୍ରୀ ମାର୍କଣ୍ଡେଶ୍ଵର ଓ ଶ୍ରୀ ନୀଳକଣ୍ଠେଶ୍ଵର) ପାଲିଙ୍କିରେ ନରେନ୍ଦ୍ର ପୋଖରୀକୁ ଯାଇ ୨୧ ଦିନ ପର୍ଯ୍ୟନ୍ତ ସନ୍ଧ୍ୟାରେ ଚାପ ଖେଳନ୍ତି
- ନିଳାଦ୍ରି ମହୋଦୟ (ଅଧିବାସ):
- ନିଳାଦ୍ରି ମହୋଦୟ: ବୈଶାଖ ଶୁକ୍ଳ ଅଷ୍ଟମୀ
- ନୃସିଂହ ଜନ୍ମ: ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ
- ଭିତର ଚନ୍ଦନ: ଜ୍ୟୈଷ୍ଠ କୃଷ୍ଣପକ୍ଷ ଏକାଦଶୀ (ଜଳକ୍ରିଡ଼ା ଏକାଦଶୀ):
- ଶୀତଳ ଷଷ୍ଠୀ: ଜ୍ୟୈଷ୍ଠ ଶୁକ୍ଳ ଷଷ୍ଠୀ (ଆରଣ୍ୟ ଷଷ୍ଠୀ): ଶିବପାର୍ବତୀଙ୍କ ବିବାହ ଉତ୍ସବ
- ରାଜେନ୍ଦ୍ରାଭିଷେକ: ଜ୍ୟୈଷ୍ଠ ଶୁକ୍ଳପକ୍ଷ ଦଶମୀ:
- ରୁକ୍ମିଣୀ ହରଣ: ଜ୍ୟୈଷ୍ଠ ଶୁକ୍ଳପକ୍ଷ ଏକାଦଶୀ: ଦେବବିବାହ ବା ପଦ୍ମା ଏକାଦଶୀ
- ଚମ୍ପକ ଦ୍ବାଦଶୀ: ଜ୍ୟୈଷ୍ଠ ଶୁକ୍ଳଦ୍ବାଦଶୀ: ଚମ୍ପାଫୁଲ ଦ୍ଵାରା ବିଷ୍ଣୂପୂଜା (ଶ୍ରୀକୃଷ୍ଣଙ୍କ ବିବାହୋତ୍ସବ) |
- ଦଇତାପତିଙ୍କ ପ୍ରବେଶୋତ୍ସବ
- ସ୍ନାନ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ, ଗଜ ବେଶ
- ଅଣସର: ଆଷାଢ଼ କୃଷ୍ଣ ପ୍ରତିପଦଠାରୁ ପନ୍ଦରଦିନ କାଳ
- କରାଳ କର୍ମ: ଆଷାଢ଼ କୃଷ୍ଣ ପ୍ରତିପଦ ରୁ ଚତୁର୍ଥୀ: ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ
- ଫୁଲରି ତେଲ ଲାଗି: ଆଷାଢ଼ କୃଷ୍ଣ ପଞ୍ଚମୀ ରୁ ସପ୍ତମୀ: ବଡ଼ ଓଡ଼ିଆ ମଠ ଏହି ସେବା ପାଇଁ ଆବଶ୍ୟକୀୟ ପଦାର୍ଥ (କର୍ପୂର, ଚୂଆ, ପରଖ, ପିଙ୍ଗଳ ଓ ରାଶିତେଲ) ଯୋଗାଇଥାଆନ୍ତି ଏହା ପୂର୍ବ ବର୍ଷ ହେରା ପଞ୍ଚମୀ ଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ
- ଶ୍ରୀକପଡ଼ା ଉତ୍ସବ ବା ପଟ୍ଟାବନ୍ଧନ: ଆଷାଢ଼ କୃଷ୍ଣ ଅଷ୍ଟମୀ: ଏହିଦିନ ଶ୍ରୀ ଜୀଉମାନଙ୍କୁ କପଡ଼ା ବନ୍ଧନ କରାଯାଏ
- ମସୃଣ ଲେପନ: ଆଷାଢ଼ କୃଷ୍ଣ ନବମୀ: ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ରାଶିତେଲ, ଏବଂ ଝୁଣା ଇତ୍ୟାଦି ଲେପନ କରାଯାଏ
- ଚକା ବିଜେ: ଆଷାଢ଼ କୃଷ୍ଣ ଦଶମୀ: ତିନିଟି ପଥର ଚକତି ଉପରେ ଶ୍ରୀ ଜୀଉମାନଙ୍କୁ ଅପସ୍ଥାପିତ କରି କସ୍ତୁରି, କୁଙ୍କୁମ ଇତ୍ୟାଦି ଲେପନ କରାଯାଏ ଏହି ଚକତି ମାନଙ୍କ ମଧ୍ୟରୁ ଗୋଟିକରେ ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ତଥା ଅନ୍ୟ ଗୋଟିଏ ଲେଖାଁଏରେ ଶ୍ରୀବଳଭଦ୍ର ଓ ସୁଭଦ୍ରା ଅବସ୍ଥାପିତ ହୁଅନ୍ତି
- ଚନ୍ଦନ ଲାଗି: ଆଷାଢ଼ କୃଷ୍ଣ ଏକାଦଶୀ: ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ଚୁଆ, କସ୍ତୁରି ଓ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ ଦଶମୂଳ (ବେଲ, ଗମ୍ବାରୀ, ଫଣଫଣା, ଅଗବଥୁ, ପାଟେଳୀ, ଶାଳପର୍ଣ୍ଣୀ, କୃଷ୍ଣପର୍ଣ୍ଣୀ, ବୃହତୀ, ଅଙ୍କରାନ୍ତି ଓ ଗୋଖୁରା) ମୋଦକ ଲାଗି କରାଯାଏ
- ଓଷା ଲାଗି ବା ରାଜ ପ୍ରସାଦ ବିଜେ: ଆଷାଢ଼ କୃଷ୍ଣ ଦ୍ଵାଦଶୀ: ଠାକୁରମାନଙ୍କୁ ପ୍ରସାଦ ବିଜେ କରାଯାଏ
- ଅଣସର ତ୍ରୟୋଦଶୀ: ଆଷାଢ଼ କୃଷ୍ଣ ତ୍ରୟୋଦଶୀ: ଶ୍ରୀ ଜୀଉମାନଙ୍କର ଘଣା ଲାଗି ଓ ପାଟ ବସ୍ତ୍ରର ପୟର ପୂଜା ହୁଏ
- ବନକ ଲାଗି ଓ ଚକା ଅପସର: ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ: ବନକ ଲାଗି କରାଯାଏ ଅଣସରର ଶେଷ ଦିବସ
- ନବଯୌବନ ଦର୍ଶନ: ଆଷାଢ଼ ଅମାବାସ୍ୟା (ଉଭା ଅମାବାସ୍ୟା): ଏହିଦିନ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଙ୍କ ଦର୍ଶନ ନିମନ୍ତେ ଉଭା କରାଯାଏ
- ନେତ୍ରୋତ୍ସବ : ଆଷାଢ଼ ଶୁକ୍ଳ ପ୍ରତିପଦା (ରଥଯାତ୍ରାର ପୂର୍ବଦିନ): ଶ୍ରୀ ଜୀଉମାନଙ୍କର ଆଖିର ରଙ୍ଗ ସମ୍ପୁର୍ଣ୍ଣ କରାଯାଏ
- ରଥଯାତ୍ରା: ଆଷାଢ଼ ଶୁକ୍ଳ ଦ୍ବିତୀୟା: ରଥରେ ଆଡ଼ପ ମଣ୍ଡପ (ଗୁଣ୍ଡିଚା ମନ୍ଦିର)କୁ ବିଜେ କରନ୍ତି
- ହେରାପଞ୍ଚମୀ: ଆଷାଢ଼ ଶୁକ୍ଳ ପଞ୍ଚମୀ: ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ହେରିବାକୁ ଘଣ୍ଟ ଘଣ୍ଟା, କାହାଳୀ ସହ ସୁସଜ୍ଜିତ ପାଲିଙ୍କିରେ ବସି (ଲୁଚିକରି) ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଓ ରଥଯାତ୍ରାରେ ସଙ୍ଗରେ ନେଇ ନଥିବାରୁ କ୍ରୋଧ ଜର୍ଜରିତ ହୋଇ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଖଣ୍ଡେ କାଠ ଭାଙ୍ଗି ଦେଇ ଫେରି ଆସନ୍ତି
- ବାହୁଡ଼ା ଯାତ୍ରା: ଆଷାଢ଼ ଶୁକ୍ଳପକ୍ଷ ଦଶମୀ (ବାହୁଡ଼ା ଦଶମୀ): ଏ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି
- ସୁନାବେଶ ବା ବଡ଼ ତଢ଼ାଉ ବେଶ: ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ
- ହରିଶୟନ: ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ (ବଡ଼) (ହରିଶୟନ ଏକାଦଶୀ)
- ଗରୁଡ଼ ଶୟନ ଦ୍ଵାଦଶୀ:
- ଅଧର ପଣା: ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ
- ନିଳାଦ୍ରି ବିଜେ: ଆଷାଢ଼ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି ।
- କର୍କଟ ସଂକ୍ରାନ୍ତି ବା ଦକ୍ଷିଣାୟନ ଯାତ୍ରା: ଏହି ଦିନ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ହେତୁ ଯେଉଁ ସଂକ୍ରାନ୍ତିର ଆରମ୍ବ ହୋଇଥାଏ ତାହାକୁ ପୁରାଣ ମତେ କର୍କଟ ସଂକ୍ରାନ୍ତି ଭାବରେ ପାଳନ କରାଯାଇଥାଏ ।
- ଚିତାଲାଗି ଅମାବାସ୍ୟା: ଶ୍ରାବଣ ଅମାବାସ୍ୟା (ଚିତଉ ଅମାବାସ୍ୟା):
- ବାଡ଼ି ନୃସିଂହ ବିଜେ:
- ଝୁଲଣ ଯାତ୍ରା: ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ପ୍ରତିପଦ ପର୍ଯ୍ୟନ୍ତ
- ବଳଭଦ୍ର ଜନ୍ମ : ଶ୍ରାବଣ ପୂର୍ଣ୍ଣମୀ (ଗହ୍ମାପୂର୍ଣ୍ଣମୀ):
- ରାହୁରେଖା ଲାଗି:
- ନଗର୍ଭଉଦକ ବନ୍ଦାପନା/ ଯେଉଡ଼ ଭୋଗ:
- କୃଷ୍ଣ ଜନ୍ମ: ଭାଦ୍ରବ କୃଷ୍ଣାଷ୍ଟମୀ (ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ଦୂର୍ଗାଜନ୍ମାଷ୍ଟମୀ):
- ନନ୍ଦୋତ୍ସବ: ଭାଦ୍ରବ କୃଷ୍ଣନବମୀ: ଜନ୍ମାଷ୍ଟମୀର ପରଦିନ କୃତ ଉତ୍ସବ
- ବଣଭୋଜି ବେଶ: କୋଳିବିକା/ ବକାସୁର ବଧ ବେଶ
- କାଳୀୟ ଦଳନ ବେଶ: ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ (କାଳୀଦଳନ ଏକାଦଶୀ): ଧେନୁକାସୁର ବଧ ବେଶ:
- ପ୍ରଳମ୍ବାସୁର ବଧ ବେଶ: ଭାଦ୍ରବ କୃଷ୍ଣପକ୍ଷ ଦ୍ଵାଦଶୀ
- କୃଷ୍ଣ ବଳରାମ ବେଶ: ଭାଦ୍ରବ କୃଷ୍ଣପକ୍ଷ ତ୍ରୟୋଦଶୀ
- ସପ୍ତପୁରୀ ଅମାବାସ୍ୟା: ଭାଦ୍ରବ ଅମାବାସ୍ୟା (ସାତପୁରୀ ଅମାବାସ୍ୟା):
- ଦାବାଗ୍ନି ଓ ନିକୁଞ୍ଜ ଲୀଳା:
- ଅନ୍ଧ ପ୍ରସ୍ତାବ ଲୀଳା:
- ଗଣେଶ ଚତୁର୍ଥୀ: ଭାଦ୍ରବ ଶୁକ୍ଳ ଚତୁର୍ଥୀ: ପାଞ୍ଜି ପୂଜା, ଗଣେଶ ପୂଜା
- ରେଖା ପଞ୍ଚମୀ: ଭାଦ୍ରବ କୃଷ୍ଣ ପଞ୍ଚମୀ (ରକ୍ଷା ପଞ୍ଚମୀ): ଶ୍ରୀଜଗନ୍ନାଥଙ୍କ ରେଖା ଲାଗି
- କୃଷ୍ଣ ଲିଳା:
- ରାଧାଜନ୍ମାଷ୍ଟମୀ: ଭାଦ୍ରବ ଶୁକ୍ଳାଷ୍ଟମୀ(ଦୁର୍ବ୍ବାଷ୍ଟମୀ): ରାଧିକା ଏହିଦିନ ଜନ୍ମଗ୍ରହଣ କରିଥିଲେ ଶ୍ରୀସୁଦର୍ଶନ ଦେବଙ୍କ ଆଶ୍ରମ ବିଜେ ।
- ଲବଣି ଖିଆ: ମଥୁରାହାଟ ଜୁର ଉତ୍ସବ
- ପାର୍ଶ୍ଵପରିବର୍ତ୍ତନ ଏକାଦଶୀ: ଭାଦ୍ରବ ଶୁକ୍ଳ ଏକାଦଶୀ (ବଡ଼): ଶୟନ ଏକାଦଶିର ପରବର୍ତ୍ତୀ ବଡ଼ ଏକାଦଶୀ ଏ ଦିନ ବିଷ୍ଣୁ ଶୋଇଥିବା ଅବସ୍ଥାରେ ବାଆଁପାଖରୁଉ ଡାହାଣ ପାଖକୁ କଡ଼ ଲେଉଟାନ୍ତି ବୋଲି ବିଶ୍ଵାସ
- ବାମନ ଜନ୍ମ: ଭାଦ୍ରବ ଶୁକ୍ଳଦ୍ଵାଦଶୀ: ସୁନିଆ/ ଗରୁଡ଼ ପାର୍ଶ୍ଵ ପରିବର୍ତ୍ତନ/ ଇନ୍ଦ୍ରଧ୍ଵଜ ପୂଜା । ବାମନ ଅବତାରତେ ବିଷ୍ଣୁ ଏ ଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ
- ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ପାରମ୍ପରିକ ରୀତି ମତେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ ମଧ୍ୟାହ୍ନ ଧୂପ ଉଠିବା ପରେ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରିଦିଆଯାଏ ଭିତରେ ପାଣି ପଡ଼ି ପୋଛା ମରାଯିବା ପରେ ପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ତିଆରି କରନ୍ତି ତିନିବାଡ଼ରେ ବନ୍ଦାପନା ପରେ ମହାଜନ ସେବକମାନେ କୃଷ୍ଣଙ୍କୁ ଭିତର ସିଂହାସନକୁ ବିଜେ କରାନ୍ତି ବଣିଆ ଦେଇଥିବା ଏକ ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଯାଇ ଶୀତଳ ଭୋଗ କରାଯିବା ପରେ ଗର୍ଭଉଦକ ନିମନ୍ତେ ପଞ୍ଚୋପଚାରରେ ପୂଜା କରାଯାଇଥାଏ ରାମନବମୀ ଅଥବା ଜନ୍ମାଷ୍ଟମୀ ଭଳି ନୀତି ନ ହୋଇ ବିଧିବ୍ୟବସ୍ଥା ତଥା ପାରମ୍ପରିକ ରୀତି ମତେ ଖଣ୍ଡୁଆ ଘୋଡ଼ାଇ ପୋଥିପାଠ ପ୍ରମାଣେ ଜନ୍ମନୀତି ଅନୁଷ୍ଠିତ ହେବାପରେ ପାଳିଆ ମହାସୁଆର ଦେଇଥିବା କ୍ଷୀର, ଲହୁଣି ଓ କୋରାକୁ ପଣ୍ଡା ମଣୋହି କରାଇଥାନ୍ତି ମାଜଣା ମଣ୍ଡପରେ କେତେକ ନୀତି ସମ୍ପାଦିତ ହୋଇ ବାମନ (କୃଷ୍ଣ) ଦକ୍ଷିଣଘରକୁ ବିଜେ କରନ୍ତି ଏହି ଅବସରରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ସ୍ନାନବେଦୀ ପାଖ ଚାହାଣୀମଣ୍ଡପଠାରେ ବଡ଼ଛତା ମଠ କୋଣରେ କୋଠ ସୁଆଁସିଆ ସେବକମାନେ ଗୋଟିଏ କାଠ ଗୟଳରେ ସପ୍ତମେଘ ବାଉଁଶରେ ତିଆରି କରି ପୋତିଥାନ୍ତି ପୂର୍ଣ୍ଣିମା ପର୍ଯ୍ୟନ୍ତ ସପ୍ତମେଘ ବନ୍ଧାହୋଇ ରହନ୍ତି ପୂଜାପଣ୍ଡା ସେବକଙ୍କ ଦ୍ୱାରା ଇନ୍ଦ୍ରଧ୍ୱଜ ପୂଜା ସମ୍ପନ୍ନ ହୁଏ ଏହି ଅବସରରେ ରୋଷରୁ ମହାସୁଆର ଦୁଇ ଓଳି ଅନ୍ନ ଆଣି ରଖିବାପରେ ପଣ୍ଡା ତାହାକୁ ପଞ୍ଚୋପଚାରରେ ପୂଜା କରି ବନ୍ଦାପନା କରିଥାନ୍ତି ବର୍ଷକରେ ଏହି ଗୋଟିଏ ଦିନ କେବଳ ଶଙ୍ଖୁଡ଼ି ବାହରକୁ ଯାଇଥାଏ [୧]
- ଅନନ୍ତ ଚତୁର୍ଦ୍ଦଶୀ: ଅନନ୍ତ ବାସୁଦେବ ମନ୍ଦିରରେ ନିତି ସମାପନ କରାଯାଏ
- ଇନ୍ଦ୍ର ଗୋବିନ୍ଦ ପୂଜା:
- ସହସ୍ର କୁମ୍ଭ ଅଭିଷେକ: ଆଶ୍ଵିନ କୃଷ୍ଣ ଅଷ୍ଟମୀ
- ଦଶହରା: ଆଶ୍ଵିନ ଶୁକ୍ଳପକ୍ଷ ଦଶମୀ: ଆୟୁଧ ପୂଜା ଓ ବିଜୟା ଦଶମୀ
- ଦ୍ଵିତୀୟା ଓଷା: ଲକ୍ଷ୍ମୀ ମନ୍ଦିରରେ ନିତି ଅନୁଷ୍ଠିତ ହୁଏ
- ଆଶ୍ଵିନ ପୂର୍ଣ୍ଣିମା: କୁମାର ପୂର୍ଣ୍ଣିମା: ପଶା ଖେଳ ଅନୁଷ୍ଠିତ ହୁଏ
- ପାରମ୍ପରିକ ରୀତିମତେ କୁମାରପୂର୍ଣ୍ଣମୀ ଦିନ ଜଗନ୍ନାଥଙ୍କ ପ୍ରତିନିଧି ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଚ୍ଛ ମହାପାତ୍ର, ମୁଦୁଲି ସେବକଙ୍କ ମଧ୍ୟରେ ପଶା, ଶକଟା ଓ କଉଡ଼ି ଖେଳ ହୋଇଥାଏ ଏହି ଖେଳରେ ଶ୍ରୀଜଗନ୍ନାଥ ମହାପ୍ରଭୁ ପଶା ଖେଳରେ ମହାଲକ୍ଷ୍ମୀଙ୍କ ପାଖରେ ହାରିଯିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନୀଳମାଧବ ମହାଜନ ସେବକମାନଙ୍କ ହାତରେ ବିଜେ ହୋଇ ଲକ୍ଷ୍ମୀଙ୍କ ମନ୍ଦିରରେ ସାତ ଦିନ ପାଇଁ ବନ୍ଧା ହୋଇ ରହନ୍ତି ଅଷ୍ଟମ ଦିନ ଶ୍ରୀଜୀଉମାନଙ୍କ ଅବକାଶ ନୀତି ପରେ ବନ୍ଧନରେ ଥିବା ମାଧବଙ୍କୁ ସେବାୟତ ମାନେ ଭିତର ସିଂହାସନକୁ ବିଜେ କରାନ୍ତି [୨] [୩]
- ଗର୍ଭଣା ସଂକ୍ରାନ୍ତି:
- କାର୍ତ୍ତିକ ବ୍ରତ: ରାଧାଦାମୋଦର ବେଶ ଆଶ୍ଵିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ
- ପଞ୍ଚକ ବେଶ[୪]:
- କାର୍ତ୍ତିକ ଶୁକ୍ଳ ଏକାଦଶୀ (ବଡ଼): ହରି ଉତ୍ଥାପନ ଏକାଦଶୀ: ଦେବୋତ୍ଥାନ ଏକାଦଶୀ ବା ପ୍ରବୋଧନ ଯାତ୍ରା ଓ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ
- କାର୍ତ୍ତିକ ଶୁକ୍ଳଦ୍ଵାଦଶୀ : ଗରୁଡ଼ ଉତ୍ଥାପନ ଦ୍ଵାଦଶୀ: ବାଙ୍କଚୁଡ଼ା ବେଶ ବା ବାମନ ବେଶ
- କାର୍ତ୍ତିକ ଶୁକ୍ଳତ୍ରୟୋଦଶୀରେ: ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ
- କାର୍ତ୍ତିକ ଶୁକ୍ଳଚତୁର୍ଦ୍ଦଶୀରେ: ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ
- କାର୍ତ୍ତିକ ପୂର୍ଣ୍ଣିମାରେ: ରାଜରାଜେଶ୍ଵର ବେଶବା ସୁନାବେଶ
- ମଳତିଥିରେ: ନାଗାର୍ଜୁନ ବେଶ
- ନବାନ୍ନ:
- ପ୍ରଥମାଷ୍ଟମୀ: ମାର୍ଗଶୀର କୃଷ୍ଣାଷ୍ଟମୀ (ପ୍ରଥମାଷ୍ଟମୀ)- ବନ୍ଦାପନା ନିତି ହୁଏ
- ଦେବ ଦୀପାବଳୀ: ଏହିଦିନ ଶ୍ରୀଜଗନ୍ନାଥ ଓ ବଳଭଦ୍ର କଶ୍ୟପ, ଅଦିତି, ଦଶରଥ, କୌଶଲ୍ୟା, ଦେବକୀ, ବସୁଦେବ, ନନ୍ଦ ଓ ଯଶୋଦାଙ୍କ ଉଦ୍ଧେଶ୍ୟରେ ଶ୍ରାଦ୍ଧ କରନ୍ତି
- ଓଢ଼ଣ ଷଷ୍ଠୀ: ମାର୍ଗଶିର ଶୁକ୍ଳ ଷଷ୍ଠୀ (ମୂଳକ ଷଷ୍ଠୀ/ ପ୍ରାବରଣ ଷଷ୍ଠୀ / ଗୁହ ଷଷ୍ଠୀ) : ଏହିଦିନ ଠାରୁ ଶୀତ ବସ୍ତ୍ର ପରିଧାନ କରନ୍ତି
- ପାଣ୍ଡୁ ପୂର୍ଣ୍ଣିମା: ମାର୍ଗଶିର ପୂର୍ଣ୍ଣମୀ:
- ଧନୁ ସଂକ୍ରାନ୍ତି: ଏହି ଦିନ ଠାରୁ ପହଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ରେ ଶେଷ ହୁଏ
- ବଉଳ ଉଆଁସ ବା ବକୁଳ ଅମାବାସ୍ୟା: ପୌଷ ଅମାବାସ୍ୟା (ବଉଳ ଅମାବାସ୍ୟା) : ବରାହ ଜନ୍ମ ଏହିଦିନ ଗଇଁଠା ପୂଜା କରାଯାଏ
- ପୁଷ୍ୟାଭିଷେକ:
- ନବାଙ୍କ ବେଶ: (ଫୁଲ ମେଲାଣ)
- ମକର ସଂକ୍ରାନ୍ତି ବା ଉତ୍ତରାୟଣ ଯାତ୍ରା: ଏହି ଦିନ ସୂର୍ଯ୍ୟଙ୍କର ଉତ୍ତର ଗତି ଆରମ୍ଭ ହୋଇଥାଏ । ଏହା ମନ୍ଦିର ସମେତ ସବୁ ଓଡ଼ିଆ ଘରେ ପାଳିତ ହୋଇଥାଏ ।
- ପଦ୍ମ ବେଶ:
- ବସନ୍ତପଞ୍ଚମୀ: ମାଘ ଶୁକ୍ଳପଞ୍ଚମୀ(ଶ୍ରୀପଞ୍ଚମୀ): ସରସ୍ବତୀ ମନ୍ଦିରରେ ପାଞ୍ଜି ପୂଜା କରାଯାଏ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ରଥକାଠ ଅନୁକୂଳ |
- ତିଳ ସପ୍ତମୀ:
- ଭୌମ ଏକାଦଶୀ: ମାଘ ଶୁକ୍ଳ ଏକାଦଶୀ (ବଡ଼):
- ମାଘ ପୂର୍ଣ୍ଣମୀ: (ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା ବା ଅଇଘରା ପୂର୍ଣ୍ଣିମା ବା ଅଗିଜଳା ପୂର୍ଣ୍ଣିମା) ଶ୍ରୀଜଗନ୍ନାଥଙ୍କ ଗଜଉଦ୍ଧାରଣ ବେଶ
- ମହାଶିବରାତ୍ରି: ଶ୍ରୀଲୋକନାଥ ମନ୍ଦିରରେ ହରି ହର ଭେଟ ଅନୁଷ୍ଠିତ ହୁଏ
- ଶିକାର ବା ବେନ୍ତ
- ଦୋଳ ଯାତ୍ରା: ବସନ୍ତୋତ୍ସବ: ଫାଲ୍ଗୁନ ଶୁକ୍ଳ ଦଶମୀ (ଫଗୁ ଦଶମୀ) ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ
- ଅଗ୍ନି ଉତ୍ସବ: ରାଜାଗ୍ନି
- ହୋଲି:
- ଚୈତ୍ର ଗୁଣ୍ଡିଚା: ଚୈତ୍ର ଶୁକ୍ଳ ଷଷ୍ଠୀ(ଅଶୋକ ଷଷ୍ଠୀ/ ବାସନ୍ତୀ ଷଷ୍ଠୀ/ ସ୍କନ୍ଦ ଷଷ୍ଠୀ): ଶ୍ରୀମନ୍ଦିର ବେଢ଼ାରେ ଥିବା ସୂର୍ଯ୍ୟ ମନ୍ଦିର ପରିସରରେ ଏହା ପାଳନ କରାଯାଏ
- ଅଶୋକାଷ୍ଟମୀ: ଚୈତ୍ର ଶୁକ୍ଳାଷ୍ଟମୀ: ଶ୍ରୀ ଭଣ୍ଡାର ଲୋକନାଥଙ୍କୁ ଇଶାନେଶ୍ବର ମହାଦେବଙ୍କ ମନ୍ଦିରକୁ ପଟୁଆରରେ ନିଆଯାଇ ନିତି ପାଳନ କରାଯାଏ ଏହା ପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଦେଇ ମନ୍ଦିରକୁ ଫେରି ଆସନ୍ତି
- ରାମ ନବମୀ: ଚୈତ୍ର ଶୁକ୍ଳନବମୀ: ଏ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ ହୁଏ । ଜେଉଡ଼ ଭୋଗ ।
- ଯଜ୍ଞ ରକ୍ଷା: ଚୈତ୍ର ଶୁକ୍ଳ ଦଶମୀ
- ସୀତା ବିବାହ: ଚୈତ୍ର ଶୁକ୍ଳ ଏକାଦଶୀ
- ବନବାସ: ଚୈତ୍ର ଶୁକ୍ଳ ଦ୍ଵାଦଶୀ
- ଦମନକ ଲାଗି ବା ଦମନକ ଚୋରି: ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ
- ଲଙ୍କା ପୋଡ଼ି: ଚୈତ୍ର ପୂର୍ଣ୍ଣମି
- ସେତୁ ବନ୍ଧ: ବୈଶାଖ କୃଷ୍ଣ ପ୍ରତିପଦ
- ରାବଣ ବଧ: ବୈଶାଖ କୃଷ୍ଣ ଦ୍ଵିତୀୟା
- ରାମାଭିଷେକ: ପୂନର୍ବସୁ ନକ୍ଷତ୍ର ସ୍ଥିତି ଅନୁଯାୟୀ ପାଳନ କରାଯାଏ
ଆହୁରି ଦେଖନ୍ତୁ
ଆଧାର
- ↑ ସମାଜ, ୯ସେପ୍ଟେମ୍ବର୨୦୧୧, ପୃଷ୍ଠା-୪,
- ↑ ସମାଜ (ଖବରକାଗଜ), ୧୨ଅକ୍ଟୋବର ୨୦୧୧, ପୃଷ୍ଠା-୩
- ↑ ସୂର୍ଯ୍ୟପ୍ରଭା, ୧୨ଅକ୍ଟୋବର ୨୦୧୧, ପୃଷ୍ଠା-୭
- ↑ ସମାଜ, ୮ନଭେମ୍ବର ୨୦୧୧, ପୃଷ୍ଠା-୬
- କୋହେନୂର୍ ପଠାଣି ସାମନ୍ତ ପଞ୍ଜିକା