"Kalabuda" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ କଳାବୁଦାକୁ ପୃଷ୍ଠାଟି ଘୁଞ୍ଚାଇଦିଆଗଲା
 
୧ କ ଧାଡ଼ି: ୧ କ ଧାଡ଼ି:
#REDIRECT[[କଳାବୁଦା]]
{{Infobox settlement
<!-- See Template:Infobox settlement for additional fields and descriptions -->
|official_name = କଳାବୁଦା (Kalabuda)
|settlement_type = ଗାଁ
| image_skyline =
| imagesize = 250px
| image_caption =
|image_map =
|mapsize = 250x200px
|map_caption = [[ଓଡ଼ିଶା]]ରେ ଅବସ୍ଥାନ
|latd = 20 |latm = 23 |lats = 56.64 |latNS = N
|longd = 86 |longm = 21 |longs = 5.15 |longEW = E
|coordinates_display =
|coordinates_footnotes =
|pushpin_map =Orissa
|pushpin_map_caption = [[ଓଡ଼ିଶା]]ରେ ଅବସ୍ଥାନ
| named_for =
| seat_type = [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳି|ବିଧାନସଭା ମଣ୍ଡଳି]]
| seat = [[ପାଟକୁରା]]
|subdivision_type = ଦେଶ
|subdivision_name = [[ଭାରତ]]
|subdivision_type1 = ରାଜ୍ୟ
|subdivision_name1 = [[ଓଡ଼ିଶା]]
|subdivision_type2 = [[ଓଡ଼ିଶାର ଲୋକସଭା ନିର୍ବାଚନ ମଣ୍ଡଳି|ଲୋକସଭା]]
|subdivision_name2 = [[କେନ୍ଦ୍ରପଡା(ଲୋକସଭା ନିର୍ବାଚନ ମଣ୍ଡଳି)]]
| subdivision_type3 = ଭାଷା
| subdivision_name3 =[[ଓଡ଼ିଆ]], [[ଇଂରାଜୀ]]
| area_total_km2 = ୩ କି॰ମି
| population_total = ୧୨୦୦
| population_as_of = ୨୦୧୦
| temp = 27
| temp_summer = 43.1
| temp_winter = 10.6
| area_total_km2 = 3634
|timezone = [[ଭାରତୀୟ ମାନକ ସମୟ|IST]] (+୫.୩୦)
|postal_code_type = ଡାକ କୋଡ଼
|postal_code = ୭୫୪୧୫୩
| area_code_type =
| area_code = +୦୬୭୨୭
| registration_plate = OR/
| website =
}}
[[File:Gyan's. (87).jpg|thumb|କଳାବୁଦା]]
'''କଳାବୁଦା(Kalabuda)''' [[ଓଡ଼ିଶା]]ର [[କେନ୍ଦ୍ରାପଡ଼ା ଜିଲ୍ଲା]]ର [[ଗରଦପୁର]] ପଞ୍ଚାୟତ ସମିତି ଅଧୀନରେ ଥିବା ଏକ ଗାଁ ଓ ଗ୍ରାମପଞ୍ଚାୟତ ।

==ଭୌଗଳିକ ଅବସ୍ଥିତି ଓ ଜଳବାୟୁ==
ଏହି ଗ୍ରାମଟି [[କଟକ]]ସହରଠାରୁ ପ୍ରାୟ ୬୫କି.ମି. ଦୂରରେ ଏବଂ [[କେନ୍ଦ୍ରାପଡ଼ା]]ସହରଠାରୁ ପ୍ରାୟ ୧୨କି.ମି. ଦୂରରେ ଅବସ୍ଥିତ । ଗ୍ରାମର ଅବସ୍ଥିତି ଚିତ୍ରୋପ୍ତଳା ନଦୀ କୂଳରେ । [[କଳାବୁଦା]] ହେଉଛି ଏକ ଗାଁ ଏବଂ ଗ୍ରାମପଞ୍ଚାୟତ ଯେଉଁଥିରେ କଳାବୁଦା(କ), କଳାବୁଦା(ଖ), କଳାବୁଦା(ଗ), ଅନ୍ଧାଲୋ, ମଇଦିପୁର ଓ ଗୋବିନ୍ଦପୁର ଗ୍ରାମ ଅନ୍ତର୍ଗତ । ଗ୍ରାମଟି ଉପକୂଳବର୍ତୀ ଅଞ୍ଚଳରେ ଥିବାରୁ ମଧ୍ୟମ ଧରଣର ଜଳବାୟୁ ଅନୁଭୁତ ହୁଏ । <!--ଚାଷ ପାଇଁ ଅନୁକୂଳ ।-->

=='''କିମ୍ବଦନ୍ତୀ'''==
ଗ୍ରାମରେ ପୂର୍ବ କାଳରେ ବହୁତ କାରୀଗର ଓ କଳାରେ ନିପୁଣ ଲୋକ ରହୁଥିବାରୁ, ଗ୍ରାମର ନାମକରଣ ଏହିଭଳି ହୋଇଛି ବୋଲି ବିଶ୍ଵାସ କରାଯାଏ (କଳାବୁଦା ବା କଳାରେ ପରିପୂର୍ଣ୍ଣ ଥିବା ଏକ ଅଞ୍ଚଳ) । [[ମାହଳ]] ରେ ଥିବା [[ଜଗନ୍ନାଥ]] ମନ୍ଦିରର ସ୍ଵର୍ଗଦ୍ଵାର ରୂପେ ଏହି ଗାଁରେ ଥିବା ଶ୍ମଶାନକୁ ଧରିନିଆଯାଇଛି ।
==ଦେବାଦେବୀ ଓ ମନ୍ଦିର==
ଗାଁର ପୂର୍ବ ଦିଗରେ ଏକ [[ଶିବ]] ମନ୍ଦିର ଅଛି ଯାହା କି ଗ୍ରାମର ଏକ ମୁଖ୍ୟ ମନ୍ଦିର ଏବଂ ଆରାଧନା ସ୍ଥଳ । ଏହା ବ୍ୟତିତ ଏଠାରେ [[ଜଗନ୍ନାଥ]] ମନ୍ଦିର, ଶନି ମନ୍ଦିର, ସୂର୍ଯ୍ୟ ମନ୍ଦିର ଅଛି । ଗ୍ରାମର ମଝିରେ ମା ମଙ୍ଗଳା ଗ୍ରାମଦେବତୀ ଭାବେ ପୂଜା ପାଉଛନ୍ତି । ଏହି ଗ୍ରାମରେ ଦୁଇଟି ଆଶ୍ରମ (କହ୍ନେଇ ଗୋସାଇଁ ଏବଂ ଦଧିଚି ମୁନି) ଅଛି ।

==ପର୍ବ ପର୍ବାଣି==
ଏହି ଗ୍ରାମରେ ପ୍ରାୟତଃ ସବୁ ପର୍ବ ପର୍ବାଣି ପାଳନ କରାଯାଏ । ଦଶହରା, ବାରୁଣୀ ମେଳା ଓ ଶନିମେଳା ମୁଖ୍ୟ ପର୍ବ । ଏହି ପର୍ବ ଗୁଡିକରେ ଗାଁକୁ ବହୁ ଦୂରରୁ ଲୋକମାନେ ଆସନ୍ତି ଏବଂ ଗ୍ରାମର ଲୋକମାନଙ୍କ ସହ ମିଶି ପାଳନ କରନ୍ତି । ଏହାଛଡା ଗ୍ରାମରେ [[ରଥଯାତ୍ରା]], ଜାଗର ଓଷା, କାର୍ତିକ ପୁର୍ଣିମା ଏବଂ ଅନ୍ୟାନ୍ୟ ସମସ୍ତ ପର୍ବ ପାଳନ କରାଯାଏ ।

==ଜୀବନ ଜୀବିକା==
ଗ୍ରାମର ଅଧିକାଂଶ ଲୋକେ ସରକାରୀ ଚାକିରିଆ । ପୂର୍ବ ଅପେକ୍ଷା ଏବେ ଚାଷ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗୁଛି । ଗ୍ରାମରେ ପ୍ରାୟ ସବୁ ବର୍ଗର ଲୋକେ ବସବାସ କରନ୍ତି । ଗ୍ରାମର ଅଧିକାଂଶ ପିଲାମାନେ ଏବେ ବାହାରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକରେ ଅଧ୍ୟୟନ ରତ ।
==ସୁବିଧା ସୁଯୋଗ==
ଏହି ଗ୍ରାମ ରେ ପ୍ରାଥମିକ, ମାଧ୍ୟମିକ ସହ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ବ୍ୟବସ୍ଥା ଅଛି । ଚିକିତ୍ସାଳୟ, ଡାକ ଓ ତାର ର ମଧ୍ୟ ସୁବିଧା ଅଛି । ଗ୍ରାମର ଯୁବକ ସଂଘ ଅଛି । ଗ୍ରାମରେ ପକ୍କା ରାସ୍ତା ଅଛି । ପାଖରେ ଚିତ୍ରୋପ୍ତଳା ନଦୀ ଉପରେ ଥିବା ପୋଲଟି ଏ ଅଞ୍ଚଳର ଏକ ମୁଖ୍ୟ ଯୋଗା ଯୋଗ ମାଧ୍ୟମ ।

==ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ==
*ଚକ୍ରଧର ଶତପଥୀ (ପୂର୍ବତନ ବିଧାୟକ, ପାଟକୁରା)
*ଅର୍ଜୁନ ଚରଣ ବେହେରା (ଗାୟକ)
==ଆଧାର==
{{ଆଧାର}}
==ବାହାର ଆଧାର==
{{ଓଡ଼ିଶା}}
[[ଶ୍ରେଣୀ:ଓଡ଼ିଶାର ଗାଆଁ ଓ ସହର]]
[[ଶ୍ରେଣୀ:କେନ୍ଦ୍ରାପଡ଼ା ଜିଲ୍ଲା]]

୦୯:୫୮, ୧୨ ନଭେମ୍ବର ୨୦୧୧ ହୋଇଥିବା ରିଭିଜନ

କେଉଁଠାକୁ ଲେଉଟାଣି: