"କଟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 20°16′N 85°31′E / 20.27°N 85.52°E / 20.27; 85.52
ଉଇକିପିଡ଼ିଆ‌ରୁ
Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.6.4) (Robot: Modifying de:Cuttack
୧୧୧ କ ଧାଡ଼ି: ୧୧୧ କ ଧାଡ଼ି:
[[ବିଭାଗ:ସହର]]
[[ବିଭାଗ:ସହର]]
[[ବିଭାଗ:କଟକ ଜିଲା]]
[[ବିଭାଗ:କଟକ ଜିଲା]]
[[ଶ୍ରେଣୀ:ଓଡ଼ିଶାର ସହର ଓ ନଗର]]


[[bn:কটক]]
[[bn:কটক]]

୨୦:୪୧, ୧୦ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

କଟକ
ରୋପ୍ୟନଗରୀ
—  ନଗର  —
କଟକ
କଟକର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20°16′N 85°31′E / 20.27°N 85.52°E / 20.27; 85.52
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ କଟକ
ମ୍ୟୁନିସିପାଲ କମିସନର, କଟକ ରବିନାରାୟଣ ନନ୍ଦ
ମେୟର ସୌମେନ୍ଦ୍ର ଘୋଷ
ଲୋକସଂଖ୍ୟା

ଘନତା

୯୨୧,୩୨୧ (2010)

4,382.23/km2 (11,350/sq mi)

ସରକାରୀ ଭାଷାସବୁ ଓଡ଼ିଆ
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା

398 square kilometres (154 sq mi)

36 metres (118 ft)

କୋଡ଼
ବେବସାଇଟ ସି.ଏମ.ସି. ବେବସାଇଟ

କଟକ ନଗର କଟକ ଜିଲ୍ଲାର ଏକ ମୁଖ୍ୟ ସହର ଓ ଓଡ଼ିଶାର ସର୍ବପୁରାତନ ସହର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେସମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି ।

୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନ‍ଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।

ଇତିହାସ

କଟକର ମୂଳ ଇତିହାସ କେଶରୀ ବଂଶ ସହ ଜଡ଼ିତ । କେଶରୀ ବଂଶର ରାଜା ନୃପ କେଶରୀଙ୍କ ଦ୍ୱାରା ୯୮୯ ଖ୍ରୀ.ଅ.ରେ ଏକ ସେନା ଛାଉଣି ଭାବରେ କଟକର ପ୍ରତିଷ୍ଠା ହୋ‍ଇଥିଲା । ପୁରୀ ଜଗନ୍ନାଥ ମନ୍ଦିରର ମାଦଳା ପାଞ୍ଜିରୁ ଏହାର ପ୍ରମାଣ ମିଳିଥାଏ । ସନ ୧୦୦୨ରେ ରାଜା ମର୍କତ କେଶରୀଙ୍କ ଶାସନ କାଳରେ ମହାନଦୀ ଉପରେ ପଥର ବନ୍ଧ ତିଆରି ହୋଇଥିଲା, ଆଉ ଲୋକଙ୍କୁ ବନ୍ୟା ଦାଉରୁ ବଞ୍ଚାଇବା ପାଇଁ ଏହି ପଥରବନ୍ଧ ତିଆରି ପଛରେ ଥିଲେ ସେକାଳର କୁଶଳୀ ବିନ୍ଧାଣି ବାଇଧର ମୁଣ୍ଡି (ଲୋକତୁଣ୍ଡରେ ବାଇମୁଣ୍ଡି ନାଆଁରେ ଜଣାଶୁଣା) ।

କେଶରୀ ବଂଶ ପରେ କଟକ ୧୨୧୧ ଖ୍ରୀ.ଅ.ରେ ଗଙ୍ଗ ବଂଶଜ ଅନଙ୍ଗଭୀମଦେବଙ୍କ ସାମ୍ରାଜ୍ୟର ରାଜଧାନୀ ରୂପେ ରହିଥିଲା । ଗଙ୍ଗ ବଂଶ ପରେ କ୍ଷମତାରେ ଥିବା ସୂର୍ଯ୍ୟବଂଶଜ ଗଜପତି ରାଜା (୧୪୩୫-୧୫୪୧ ଖ୍ରୀ.ଅ.) ମାନେ ମଧ୍ୟ କଟକକୁ ନିଜ ରାଜଧାନୀର ମାନ୍ୟତା ଦେଇଥିଲେ । ଓଡ଼ିଶାର ଶେଷ ହିନ୍ଦୁ ରାଜା ମୁକୁନ୍ଦଦେବଙ୍କ ଅନ୍ତେ କଟକ ମୁସଲିମ ଓ ମୋଗଲ ମାନଙ୍କ ଅକ୍ତିଆରକୁ ‍ଆସିଥିଲା କଟକ ।

ଅଠର ଦଶକର ମଝି ଆଡକୁ, ପ୍ରାୟ ୧୭୫୦ ବେଳକୁ କଟକ ମରହଟା ମାନଙ୍କ ଅଧୀନକୁ ଆସିଲା । ନାଗପୁରର ମରହଟ୍ଟା ଏବଂ କୋଲକାତା (ତତ୍କାଳୀନ କଲିକତା)ର ଇଂରେଜ ବଣିକ ମାନଙ୍କ ସହ ଗମନାଗମନ ଓ ଯୋଗାଯୋଗ ଲାଗି ଉତ୍ତମ ସ୍ଥାନରେ କଟକ ଅବସ୍ଥିତ ହୋ‍ଇଥିବାରୁ ଏହି ସମୟରେ କଟକର ବାଣିଜ୍ୟିକ ପ୍ରତିପତ୍ତି ବୃଦ୍ଧି ପାଇଲା । ୧୮୦୩ରେ ଇଂରେଜ ମାନେ କଟକକୁ ଦଖଲ କଲେ ଏବଂ ୧୮୧୬ରେ ଏହାକୁ ଓଡ଼ିଶା ଡିଭିଜନ୍‍ର ରାଜଧାନୀ ଘୋଷିତ କରାଗଲା । ଯଦିଓ ସ୍ୱାଧୀନତା ପରବର୍ତ୍ତୀ କାଳରେ ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀରେ ପରିଣତ ହେଲା ତଥାପି ଶାସନତନ୍ତ୍ରରେ ଏଯାବତ୍ କଟକ ନିଜର ଏକ ସ୍ୱତନ୍ତ୍ର ପତିଆରା ବଜାୟ ରଖିଛି ।

କଟକ ଇତିହାସର ମୂକସାକ୍ଷୀ ରୂପେ ଓଡ଼ିଶା ବିଦିତ ପୁରାତନ ବାରବାଟୀ ଦୁର୍ଗ ଏଯାବତ୍ ସଗର୍ବେ ଦଣ୍ଡାୟମାନ । ଏହି ଦୁର୍ଗର ସମୀପରେ ଅତ୍ୟାଧୁନିକ ସୁବିଧାସୁଯୋଗ ଯୁକ୍ତ ବାରବାଟୀ ଷ୍ଟାଡିୟମ୍ ରହିଛି । ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ମ୍ୟାଚ୍‍ମାନ ଏହି ଷ୍ଟାଡିୟମ୍‍ରେ ଖେଳାଯାଇସାରିଛି । ନିକଟ ଅତୀତରେ ଦିବାରାତ୍ରି ଖେଳମାନଙ୍କ ଲାଗି ଏଠାରେ ଫ୍ଲଡ୍ ଲାଇଟ୍ ମଧ୍ୟ ଖଞ୍ଜା ଯାଇଛି । ଲୋକମୁଖରେ କଟକ ’ବାଉନ ବଜାର ତେପନ ଗଳି’ର ସହର ରୂପେ ମଧ୍ୟ ସୁବିଖ୍ୟାତ ।

ସହରଠାରୁ ୧୪ କି.ମି. ଦୂରରେ ବିରିବାଟିଠାରେ ଅବସ୍ଥିତ ପରମହଂସନାଥ ମନ୍ଦିର କଟକର ସର୍ବୋଚ୍ଚ ମନ୍ଦିର । ଏତଦବ୍ୟତୀତ କଟକଚଣ୍ଡୀ ମନ୍ଦିରଭଟ୍ଟାରିକା ମନ୍ଦିର ମଧ୍ୟ କଟକର ଶୋଭା ବୃଦ୍ଧି କରୁଛନ୍ତି ।

ଅନ୍ୟାନ୍ୟ ଧର୍ମପୀଠଙ୍କ ମଧ୍ୟରୁ ମୁସଲମାନଙ୍କ ’କଦମ ରସୁଲ’ ଓ ଶିଖ ଧର୍ମର ’ଗୁରୁଦ୍ୱାରା ଦାତନ ସାହେବ’ ଅନ୍ୟତମ । ଏହା ବିଶ୍ୱାସ କରାଯାଏ ଯେ କଦମ ରସୁଲର ମନିଷୀ ମହମ୍ମଦଙ୍କ ପଦଚିହ୍ନ ରହିଛି । ସେହିପରି ଶିଖ ବିଶ୍ୱାସାନୁଯାୟୀ ଶିଖଙ୍କ ପ୍ରଥମ ଧର୍ମଗୁରୁ, ଶ୍ରୀ ଗୁରୁ ନାନକ ଦେବ ନିଜର ପୁରୀ ଯାତ୍ରା କାଳରେ ଏଠାରେ କିଛି ସମୟ ଅବସ୍ଥାନ କରିଥିଲେ ଓ ତାଙ୍କଦ୍ୱାରା ଦାନ୍ତକାଠି ରୂପେ ବ୍ୟବହୃତ ହେବା ପରେ ତାଙ୍କରି ଦ୍ୱାରା ରୋପିତ ଏକ ବୃକ୍ଷ ଏଠାରେ ଏବେ ମଧ୍ୟ ଏଠାରେ ରହିଛି । ଦାନ୍ତକାଠି ଅନୁସାରେ ଏହାର ନାମ ଗୁରୁଦ୍ୱାରା ଦାତନ ସାହିବ ।

ଭୂଗୋଳ

କାଠଯୋଡ଼ି ନଦୀ

କଟକର ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୩୭ ମିଟର (୧୨୧ ଫୁଟ୍) । କଟକ ଉତ୍ତରରେ ମହାନଦୀ ଓ ଦକ୍ଷିଣରେ କାଠଯୋଡି ମଧ୍ୟରେ ଥିବା ତ୍ରିକୋଣଭୂମିରେ ଅବସ୍ଥିତ. କଟକର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ । ସହରରେ ଅନୁଭୂତ ସର୍ବୋଚ୍ଚ ତାପମାତ୍ରା ୫୦ ସେ. ହୋ‍ଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୦ ସେ. ଗ୍ରୀଷ୍ମର ପ୍ରଭାବ ମାର୍ଚ୍ଚ ଶେଷରୁ ନେଇ ଜୁନ୍ ମଧ୍ୟଭାଗ ଯାଏଁ ଅନୁଭୂତ ହୁଏ । ଜୁନ୍ ମଧ୍ୟଭାଗରୁ ବର୍ଷାଋତୁର ଆରମ୍ଭ । ସେପ୍‍ଟେମ୍ବରରୁ ଅକ୍‍ଟୋବର ମଧ୍ୟଭାଗ ଯାଏଁ ସର୍ବାଧିକ ବୃଷ୍ଟିପାତ ହୋ‍ଇଥାଏ. କଟକର ବାର୍ଷିକ ହାରାହାରି ବୃଷ୍ଟିପାତ ୧୪୪.୩୯ ସେ.ମି. ।

ଶୀତଋତୁ ନଭେମ୍ବରରୁ ଆରମ୍ଭ ହୋ‍ଇ ଜାନୁଆରୀ ଆରମ୍ଭ ଯାଏଁ ରହିଥାଏ । ଏହି ସମୟରେ ଶୀତଳ ଉତ୍ତରା ପବନ ବହିବା ସହିତ ଶୀଘ୍ର (୫.୩୦ ଘଟିକା) ସନ୍ଧ୍ୟା ହୋ‍ଇଯାଉଥିବାରୁ ଲମ୍ବା ଓ ଥଣ୍ଡା ରାତି ଅନୁଭୂତ ହୁଏ ।

ଜାନୁଆରୀ ମଧ୍ୟରୁ ମାର୍ଚ୍ଚ ମଧ୍ୟଭାଗ ଯାଏଁ ବସନ୍ତ ଋତୁର ପ୍ରଭାବ ଦେଖାଯାଏ ଓ ତାପମାତ୍ରା ସର୍ବୋଚ୍ଚ ୩୩.୪ ସେ. ରୁ ୨୨.୨ ସେ. ମଧ୍ୟରେ ରହେ । କଟକ ଭ୍ରମଣ ଲାଗି ଏହା ସର୍ବୋତ୍କୃଷ୍ଟ ସମୟ ।

୨୦୦୧ ଜନଗଣନା ଅନୁଯାୟୀ କଟକର ମୋଟ ଜନସଂଖ୍ୟା ୫,୩୫,୧୩୯ । ମୋଟ ଲୋକସଂଖ୍ୟାର ୫୩% ପୁରୁଷ ଓ ୪୭% ମହିଳା । କଟକର ହାରାହାରି ସାକ୍ଷରତା ହାର ୭୫% ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ରୁ ଯଥେଷ୍ଟ ଊର୍ଦ୍ଧ୍ୱରେ । ପୁରୁଷ ସାକ୍ଷରତା ହାର ୮୦% ଓ ମହିଳା ସାକ୍ଷରତା ହାର ୬୯% । କଟକ ଜନସଂଖ୍ୟାର ୧୦% ଭାଗ ୬ ବର୍ଷରୁ କମ୍ ବୟସ୍କ ଶିଶୁ ।

କଟକ ପିଠାପୁର

କଳା ଓ ଚଳଣି

ତାରକସି

ରୂପାର ତାରକସି କାମ

କଟକ ସୁନା ଓ ରୂପାର ତାରକସି କଳା ପାଇଁ ଜଣାଶୁଣା । ଏଠାକାର ସ୍ଥାନୀୟ କାରିଗର ମାନେ ସାଧବ ମାନଙ୍କ ଅମଳରୁ ପାଖାପାଖି ୫୦୦ ବର୍ଷ ଧରି ଏହି କଳାକୁ ଜୀବିତ ରଖିଛନ୍ତି । ଅତୀତରେ ଓଡ଼ିଶାର ନଦୀ ଓ ସମୁଦ୍ର ପଥରେ ଦକ୍ଷିଣ ଏସିଆର ଇଣ୍ଡୋନେସିଆ ଓ ଅନ୍ୟାନ୍ୟ ଦେଶସମୂହ ସହ ବେପାର ବଣିଜ କାରବାର ପାଇଁ ଓଡ଼ିଶାର ସାଧବମାନେ ଏହି ସୁନା ରୂପାର ଅଳଙ୍କାର ନେଇ କଳିଙ୍ଗରୁ ଯାଉଥିଲେ ।[୧]

ଖାଦ୍ୟପେୟ

ଦହିବରା-ଆଳୁଦମ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ[୨] ଯାହା ଦହିବରାକୁ ଆଳୁଦମ ଓ ଘୁଗୁନି ସହିତ ମିଶାଇ ତିଆରି କରାଯାଇଥାଏ । କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି । ଏହା ଏକ ଜଳଖିଆ ଭାବରେଓ ଅନେକ ବିବାହ ତଥା ପୂଜା ପାର୍ବଣ ଓ ଉତ୍ସବ[୩]ରେ ମଧ୍ୟ ଏହା ପରସାଯାଇଥାଏ ।

କଟକର ବିକଳାନନ୍ଦ କର (ଜଣାଶୁଣା ନାମ ବିକଳ କର) ଓ ଅନେକ ଜଣାଶୁଣା ମିଠା କାରିଗର ରସଗୋଲା ଓ ନାନାଦି ଓଡ଼ିଆ ମିଠାକୁ ଦେଶ ବିଦେଶରେ ଲୋକପ୍ରିୟ କରାଇବାରେ ସାହାଯ୍ୟ କରିଛନ୍ତି ।

ପର୍ବପର୍ବାଣୀ

କଟକ ଚଣ୍ଡୀ

ଓଡ଼ିଆ ସଂସ୍କୃତି ଅନୁଯାୟୀ କଟକରେ ମଧ୍ୟ ବାର ମାସରେ ତେର ପର୍ବ ପାଳିତ ହୁଏ ୤ ତେବେ ଯେଉଁ ପର୍ବଗୁଡିକ ଲାଗି କଟକ ଦୂରଦୂରାନ୍ତରୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ସେଗୁଡିକ ହେଲା ଦଶହରା ଓ ବାଲିଯାତ୍ରା ୤ ଦଶହରାରେ ଶକ୍ତି ରୂପିଣୀ ଦେବୀ ଦୁର୍ଗାଙ୍କ ପୂଜା କରାଯାଏ ୤ ଦେବୀଙ୍କ ମହିଷମର୍ଦ୍ଦିନୀ ରୂପର ମୃଣ୍ମୟ ପ୍ରତିମାକୁ ନେଇ ସହରସାରା ଅନେକ ମେଢ ତିଆରି ହୋ‍ଇଥାଏ ୤ ଦଶହରାର ଆଡ଼ମ୍ବର ବ୍ୟତୀତ କଟକ ମଧ୍ୟ ଚାନ୍ଦି ମେଢ଼ ଲାଗି ପ୍ରସିଦ୍ଧ ୤ ଏହି ଚାନ୍ଦି ମେଢ଼ରେ ବିପୁଳ ପରିମାଣର ସୁନା ଓ ରୂପା ବ୍ୟବହୃତ ହୋ‍ଇଥାଏ ୤ ଏହି ମେଢ଼ଗୁଡିକ ତାରକସି କାମର ଅନନ୍ୟ ନମୁନା ୤

ପୂର୍ବ କାଳରେ ଜାଭା, ବାଳି, ସୁମାତ୍ରା ଆଦି ସ୍ଥାନ ମାନଙ୍କୁ ବୋ‍ଇତ ନେଇ ବେପାର କରିବାକୁ ଯାଉଥିବା ସାଧବପୁଅ ମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଲାଗି ବାଲିଯାତ୍ରାର ଆୟୋଜନ କରାଯାଏ ୤ ନଭେମ୍ବର ମାସରେ ଆୟୋଜିତ ହେଉଥିବା ବାଲିଯାତ୍ରା ଦେଖିବା ଲାଗି ଏବଂ ବେପାର କରିବା ଲାଗି ଏହି ସମୟରେ କଟକରେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଆସି ଲୋକେ ଭିଡ ଜମାନ୍ତି ୤ ସେହିପରି ଜାନୁଆରୀରେ ପାଳିତ ହେଉଥିବା ମକର ସଂକ୍ରାନ୍ତିରେ ରଙ୍ଗବେରଙ୍ଗର ଗୁଡିରେ ଭରିଯାଇଥିବା ଆକାଶ ଅତ୍ୟନ୍ତ ସୁନ୍ଦର ଦିଶେ ୤ ଏହାଛଡା ଅନ୍ୟାନ୍ୟ ହିନ୍ଦୁ ପର୍ବପର୍ବାଣୀ ମଧ୍ୟ କଟକରେ ବେଶ୍ ଆଡ଼ମ୍ବର ସହ ପାଳିତ ହୁଏ ୤

ହିନ୍ଦୁଙ୍କ ବ୍ୟତୀତ କଟକରେ ବସବାସ କରୁଥିବା ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ଓ ଅନ୍ୟାନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ନିଜ ନିଜ ଧାର୍ମିକ ପର୍ବ ପାଳନ କରନ୍ତି, ଏଗୁଡିକ ମଧ୍ୟରୁ ଇଦୁଲ ଫିତର, ଇଦୁଲ ଜୁହା, ବଡ଼ଦିନ ଆଦି ପ୍ରଧାନ ୤

ଧାର୍ମିକ ପର୍ବ ବ୍ୟତୀତ ସମସ୍ତ ଜାତୀୟ ପର୍ବ ଯଥା ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଆଦିକୁ ମଧ୍ୟ କଟକବାସୀ ବେଶ୍ ନିଷ୍ଠା ସହକାରେ ପାଳନ କରନ୍ତି ୤

ଉପଲବ୍ଧ ସେବା

କଟକରେ ଭାରତୀୟ ଡାକବିଭାଗ ବ୍ୟତୀତ ଅନେକ ଘରୋ‍ଇ କୋରିୟର ସଂସ୍ଥାମାନ ରହିଛନ୍ତି । ଚିଠିରୁ ଆରମ୍ଭ କରି ଟେଲିଗ୍ରାଫ୍ ଆଦି ସୁବିଧା ସହଜରେ ଉପଲବ୍ଧ । ସରକାରଙ୍କ ପରିଚାଳିତ ଭାରତ ସଞ୍ଚାର ନିଗମ ଛଡା ଏୟାର୍‍ଟେଲ, ଏୟାର୍‍ସେଲ୍, ରିଲାଏନ୍ସ, ଟାଟା ଇଣ୍ଡିକମ୍ ଓ ଭୋଡାଫୋନ୍ ପରି ଜାତୀୟ ସଞ୍ଚାର ସଂସ୍ଥାଗୁଡିକଙ୍କ ପକ୍ଷରୁ ଏଠାରେ ଉଭୟ ଲ୍ୟାଣ୍ଡଲାଇନ ଓ ମୋବାଇଲ୍ ସେବା ଉପଲବ୍ଧ । ଭାରତ ସଞ୍ଚାର ନିଗମ ଓ ଓର୍‍ଟେଲ୍ ଆଦି ସଂସ୍ଥା ବ୍ରଡ୍‍ବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇ ଦେଉଛନ୍ତି ।

କଟକର ପ୍ରମୁଖ ଅନୁଷ୍ଠାନମାନଙ୍କ ମଧ୍ୟରୁ ବାରବାଟୀ ଷ୍ଟାଡିୟମ୍ ଅନ୍ୟତମ, ଯାହାକି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‍ମାନଙ୍କ ଲାଗି ସୁପ୍ରସିଦ୍ଧ । କଟକର ବିଶ୍ୱପ୍ରସିଦ୍ଧ ରୂପା ତାରକସି କାମ ଲାଗି ଏହାକୁ ମଧ୍ୟ ରୌପ୍ୟ ସହର ନାମରେ ଆଖ୍ୟାୟିତ କରଯାଇଛି । ଏତଦ୍‍ବ୍ୟତୀତ ଏଠାର ହାତୀଦାନ୍ତର କାମ ମଧ୍ୟ ବେଶ୍ ଚମତ୍କାର ।

ବାରବାଟୀ ଷ୍ଟାଡିୟମ୍ ନିକଟରେ ଐତିହାସିକ ବାରବାଟୀ ଦୁର୍ଗର ଭଗ୍ନାବଶେଷ ରହିଛି । ଦୁର୍ଗର ପ୍ରବେଶଦ୍ୱାର ଏଯାବତ୍ ସୁରକ୍ଷିତ ରହିଛି । ବିଗତ କିଛି ସମୟ ଧରି ଭାରତୀୟ ପ୍ରତ୍ନତାତ୍ତ୍ଵିକ ବିଭାଗ (Archaeological Survey of India) ଦ୍ଵାରା ଉତ୍‍ଖନନ କାର୍ଯ୍ୟ ଚାଲୁ ରହିଛି ।

କଟକର ଚୌଦ୍ଵାରଠାରେ ଦେଶର ସର୍ବବୃହତ୍ ଫେରୋ ଆଲୟ ଉତ୍ପାଦକ ଇମ୍ଫା (IMFA-Indian Metals & Ferro Alloys) ର କାରଖାନା ରହିଛି ।


ଶିକ୍ଷା ଓ ଗବେଷଣା

କଟକରେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ନାନା ଶୈ‍କ୍ଷିକ ଅନୁଷ୍ଠାନ ଯଥା ରେଭେନ୍ସା ବିଶ୍ଵବିଦ୍ୟାଳୟ ରହିଛି । ଦେଶକୁ ଆନେକ ଉଚ୍ଚକୋଟୀର ବୁଦ୍ଧିଜୀବୀ ଓ ପ୍ରଶାସକ ଦେଇଥିବା ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ) କଟକର ଏକ ଅନନ୍ୟ ଅଙ୍ଗ । ନୋବେଲ୍ ପୁରସ୍କାର ବିଜେତା ବୈଜ୍ଞାନିକ ସାର୍ ସି ଭି ରମଣ ଏଠାରେ କିଛି କାଳ କାର୍ଯ୍ୟ କରିଥିଲେ । ଏଦଦ୍‍ବ୍ୟତୀତ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରୁ ଅନ୍ୟତମ ଓ ବିଶିଷ୍ଟ ନେତା ସୁବାଷ ଚନ୍ଦ୍ର ବୋଷଙ୍କ ବାଲ୍ୟକାଳ କଟକରେ ହିଁ ଅତିବାହିତ ହୋ‍ଇଥିଲା । ସେ ଷଷ୍ଠ ଶ୍ରେଣୀ ଯାଏଁ ଏକ ଇଂରାଜୀ ବିଦ୍ୟାଳୟ (ବର୍ତ୍ତମାନର ଷ୍ଟୁଆର୍ଟ୍ ସ୍କୁଲ)ରେ ଅଧ୍ୟୟନ କଲାପରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଅଧ୍ୟୟନ କରିଥିଲେ ।
କଟକର ସମୀପବର୍ତ୍ତୀ ବିଦ୍ୟାଧରପୁରରେ ଅବସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (Central Rice Research Institute) ସମଗ୍ର ଦକ୍ଷିଣ ଏସିଆର ଏକ ପ୍ରଧାନ ଧାନ ଗବେଷଣା କେନ୍ଦ୍ର । ଶ୍ରୀ ରାମଚନ୍ଦ୍ର ଭଞ୍ଜ (SCB) ମେଡିକାଲ୍ କଲେଜ ଓ ହସ୍‍ପିଟାଲ ଓଡ଼ିଶାର ସର୍ବବୃହତ୍ ଓ ସର୍ବୋନ୍ନତ ଡାକ୍ତରଖାନା ।
ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଛଡା ଅନେକ ଇଞ୍ଜିନିୟରିଂ କଲେଜ ମଧ୍ୟ ଏଠାରେ ରହିଛି । କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ବିଦ୍ୟାଧରପୁର) ପରି ବୈଜ୍ଞାନିକ ଅନୁଷ୍ଠାନ ଏଠାରେ ରହିଛି । ସହର ଉତ୍ତର ଆଡକୁ ଚାରବାଟିଆଠାରେ ଉଡ୍ଡୟନ ଗବେଷଣା କେନ୍ଦ୍ର ସହିତ ସେନାବାହିନୀର ଏକ ବିମାନବନ୍ଦର ରହିଛି । ଏହାର ନିୟନ୍ତ୍ରଣ ଦାୟିତ୍ୱ ଭାରତ ସରକାରଙ୍କ ଗୁଇନ୍ଦା ସଂସ୍ଥା RAW (Research and Analysis Wing) ଉପରେ ନ୍ୟସ୍ତ ।

ପରିବହନ ଓ ଯୋଗାଯୋଗ

ସଡକପଥରେ କଟକ, କୋଲକାତା ଓ ଚେନ୍ନାଇକୁ ସଂଯୋଗ କରୁଥିବା ୫ ନଂ ଜାତୀୟ ରାଜପଥ ସହ ଉତ୍ତମ ଭାବେ ସଂଯୁକ୍ତ. ରାଜ୍ୟର ପମୁଖ ବାଣିଜ୍ୟିକ କେନ୍ଦ୍ର ହୋ‍ଇଥିବାରୁ ଏହା ମଧ୍ୟ ରେଳପଥ ଦ୍ୱାରା ଉତ୍ତମ ରୂପେ ସଂଯୁକ୍ତ । ଓଡ଼ିଶାର ଅନ୍ୟ ଅଞ୍ଚଳ ପରି ଏହା ମଧ୍ୟ ରେଳବାଇର ପୂର୍ବତଟ ରେଳବାଇ ଅନ୍ତର୍ଗତ । ଓଡ଼ିଶାର ଏକମାତ୍ର କାର୍ଯ୍ୟକ୍ଷମ ସିଭିଲ୍ ବିମାନବନ୍ଦର, ବିଜୁ ପଟ୍ଟନାୟକ ବିମାନ ବନ୍ଦର, କଟକଠାରୁ ମାତ୍ର ୨୮ କି.ମି. ଦୂରରେ ଅବସ୍ଥିତ. ବସ୍ ଯୋଗଯୋଗ ହିସାବରେ କଟକର ବାଦାମବାଡ଼ି ବସ ଟର୍ମିନସ୍ ଓଡ଼ିଶାରେ ସର୍ବବୃହତ୍ । ପ୍ରତିଦିନ ଏଠାରୁ ଶହଶହ ବସ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଯାତାୟାତ କରେ । ଦୂରବର୍ତ୍ତୀ ଅଗମ୍ୟ ସ୍ଥାନମାନଙ୍କ ଲାଗି ବସ ପରିବହନ ହିଁ ଏକମାତ୍ର ଉପାୟ । କଟକରେ ଜଳ ପରିବହନର ବିଶେଷ ଚାହିଦା ନଥିଲେ ମଧ୍ୟ ମାଛ ଧରିବା ଓ ଆଞ୍ଚଳିକ ନୌପରିବହନ ଲାଗି ଛୋଟ ଛୋଟ ଡଙ୍ଗାମାନ ମହାନଦୀକାଠଯୋଡ଼ିରେ ଚଳାଚଳ କରନ୍ତି । ଇଂରେଜ ଅମଳରେ ତାଳଦଣ୍ଡା କେନାଲ ବ୍ୟାପାରିକ ନୌପରିବହନର ଉତ୍କୃଷ୍ଟ ପନ୍ଥା ବିବେଚିତ ହେଉଥିଲେ ହେଁ ଅଧୁନା ଉନ୍ନତ ଟ୍ରକ ପରିବହନର ପ୍ରଚଳନ ହେତୁ ଏହାର ଆଉ ଚାହିଦା ନାହିଁ । ଏହାଛଡା କଟକର ଚାରବାଟିଆଠାରେ ଭାରତୀୟ ବାୟୁସେନାର ଏକ ବିମାନ ବନ୍ଦର ରହିଛି ।


ଆଧାର

  1. http://www.boloji.com/culture/008.htm
  2. National Youth Festival: Setting International Standard of Event Management
  3. D’nal Lakshmi Puja pulls more crowds, even outsiders