"ଜଗନ୍ନାଥଙ୍କ ଧୂପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୯୫ କ ଧାଡ଼ି: ୯୫ କ ଧାଡ଼ି:
*[[କୋରା]] (ଛୋଟ): ୨୨୦ଟି
*[[କୋରା]] (ଛୋଟ): ୨୨୦ଟି


===ଭୋଗ ମଣ୍ଡପ ଭୋଗ ବା ବଡ଼ସଙ୍ଖୁଡ଼ି ଭୋଗ (ଦ୍ବିତୀୟ ଭୋଗ)===
===ଭୋଗ ମଣ୍ଡପ ଭୋଗ ବା ବଡ଼ସଙ୍ଖୁଡ଼ି ଭୋଗ (ଦ୍ଵିତୀୟ ଭୋଗ)===
(ସକାଳ ୧୧.୦୦) : ''ବଡ଼ସଙ୍ଖୁଡ଼ି ଭୋଗ'' ବା ''ଛତ୍ର ଭୋଗ'' ଭାବେ ପରିଚିତ ଏହି ଭୋଗ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ଅଷ୍ଟମ ଶତାବ୍ଦିରେ ଆରମ୍ଭ କରା ଯାଇଥିଲା ୤
(ସକାଳ ୧୧.୦୦) : ''ବଡ଼ସଙ୍ଖୁଡ଼ି ଭୋଗ'' ବା ''ଛତ୍ର ଭୋଗ'' ଭାବେ ପରିଚିତ ଏହି ଭୋଗ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ଅଷ୍ଟମ ଶତାବ୍ଦିରେ ଆରମ୍ଭ କରା ଯାଇଥିଲା ୤


ଶ୍ରୀମନ୍ଦିର ପ୍ରଶାସନ ଏହି ଭୋଗର କୌଣସି ଖର୍ଚ୍ଚଭାର ବହନ କରନ୍ତି ନାହିଁ୤ ବିଭିନ୍ନ ମଠ ତଥା ତୀର୍ଥଯାତ୍ରୀମାନଙ୍କୁ ଯଥେଷ୍ଟ ପରିମାଣର ଭୋଗ ଯୋଗାଇବା ଉଦ୍ଦେଶ୍ୟରେ ଏହା ସୁଆର ମାନଙ୍କ ଦ୍ବାରା ମନ୍ଦିର ରୋଷଶାଳାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ୤ ଏହା ସାଧାରଣତଃ ପ୍ରତିଦିନ ଥରେ ହୋଇଥାଏ କିନ୍ତୁ ବିଶେଷ ଦିନମାନଙ୍କରେ ଭୋଗର ଚାହିଦା ମୁତାବକ ଏକାଧିକ ଥର ହୋଇଥାଏ ୤
[[ଶ୍ରୀମନ୍ଦିର]] ପ୍ରଶାସନ ଏହି ଭୋଗର କୌଣସି ଖର୍ଚ୍ଚଭାର ବହନ କରନ୍ତି ନାହିଁ୤ ବିଭିନ୍ନ ମଠ ତଥା ତୀର୍ଥଯାତ୍ରୀମାନଙ୍କୁ ଯଥେଷ୍ଟ ପରିମାଣର ଭୋଗ ଯୋଗାଇବା ଉଦ୍ଦେଶ୍ୟରେ ଏହା ସୁଆର ମାନଙ୍କ ଦ୍ଵାରା ମନ୍ଦିର ରୋଷଶାଳାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ୤ ଏହା ସାଧାରଣତଃ ପ୍ରତିଦିନ ଥରେ ହୋଇଥାଏ କିନ୍ତୁ ବିଶେଷ ଦିନମାନଙ୍କରେ ଭୋଗର ଚାହିଦା ମୁତାବକ ଏକାଧିକ ଥର ହୋଇଥାଏ ୤
*[[ପଖାଳ]]
*[[ପଖାଳ]]
*[[ଦହି]]
*[[ଦହି]]

୧୯:୪୮, ୧୦ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଜଗନ୍ନାଥଙ୍କ ଧୂପ ଜଗନ୍ନାଥ ମନ୍ଦିରରେ ନୀତି ନିୟମ ଭିତରେ ଗୋଟିଏ ଯାହା ମାଦଳା ପାଞ୍ଜିରେ ଲେଖା ନୀତି ଅନୁସାରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କର ପ୍ରତିଦିନ ୩ ଧୂପ, ୩ ଭୋଗ, ୫ ଅବକାଶ ଓ ୨ ପହଡ଼ ହୁଏ | ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ 'ଭୋଗ' ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ 'ଅମୁଣିଆ' ବୋଲାଯାଏ ୤

ଲୁଣି ଖୁରୁମା

ଧୂପ

ଯେତେବେଳେ ଅମୁଣିଆ ଷୋଡ଼ଶୋପଚାର (ଆସନ, ସ୍ବାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ପୁନରାଚମନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଓ ମୁଖବାସ) ବିଧିରେ ଅର୍ପଣ କରାଯାଏ ୤

ସକାଳ ଧୂପ (ପ୍ରଥମ ଧୂପ)

(ସକାଳ୧୦.୦୦): 'ରାଜଭୋଗ' କୁହାଯାଉଥିବା ଦିନର ଏହି ପ୍ରଥମ ରୋଷେଇ ପ୍ରସ୍ତୁତ ନୈବେଦ୍ୟ, ଷୋଡ଼ଶପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଏ ୤

ମୁଠି ଗଜା

ମଧ୍ୟାହ୍ନ ଧୂପ ବା ଦିପହର ଧୂପ (ଦ୍ଵିତୀୟ ଧୂପ)

(ମଧ୍ୟାହ୍ନ ୧୨.୩୦ ରୁ ୧.୦୦) ଷୋଡ଼ଶପଚାର ବିଧିରେ ନୈବେଦ୍ୟ ଅର୍ପଣ କରାଯାଏ ୤ ତୃତୀୟ ଅବକାଶ ପରେ ‘ଦିପହର ଧୂପ’ ନୈବେଦ୍ୟ ଅର୍ପଣ; ଦିପହର ଧୂପ ପରେ ଦିନ-ପହଡ଼ |

ଗୋପାଳ ବଲ୍ଲଭ ଭୋଗ ବାଜଗନ୍ନାଥ ବଲ୍ଲଭ ଭୋଗ

ସନ୍ଧ୍ୟା ଧୂପ (ତୃତୀୟ ଧୂପ)

(ସନ୍ଧ୍ୟା ୭.୦୦ ରୁ ୮.୦୦) ଜୟ ମଙ୍ଗଳ ଆରତି (ସନ୍ଧ୍ୟା ଆରତି) ପରେ ଏହା ଅର୍ପଣ କରାଯାଏ ୤ ଚତୁର୍ଥ ଅବକାଶ ପରେ ‘ସଞ୍ଜଧୂପ’ ନୈବେଦ୍ୟ ଅର୍ପଣ ୤

ଭୋଗ

ଯେତେବେଳେ ଅମୁଣିଆ ପଞ୍ଚୋପଚାର (ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ) ବିଧିରେ ଅର୍ପଣ କରାଯାଏ ୤

ଗୋପାଳବଲ୍ଲଭ ଭୋଗ (ପ୍ରଥମ ଭୋଗ)

(ସକାଳ ୮.୩୦): ଦିନର ପ୍ରଥମ ଭୋଗ ଅନବସର ପିଣ୍ଡି ବା ବଳ୍ଳଭ ପିଣ୍ଡି ରେ ପଞ୍ଚୋପଚାର ବିଧିରେ ସେବାୟତ ମାନେ ଏହି ନୈବେଦ୍ୟ ଅର୍ପଣ କରନ୍ତି ୤ ଅନବସର ସମୟରେ ଏହା ଜୟ ବିଜୟ ଦ୍ବାର ନିକଟରେ ସର୍ପମଣୋହି ଭାବେ ଅର୍ପଣ କରାଯାଏ୤ ଧନୁ ସଂକ୍ରାନ୍ତି ସମୟରେ ଏହି ଭୋଗ ପହଲି ଭୋଗ ସହ ଅର୍ପଣ କରାଯାଏ ୤ ଦୋଳ ପୂର୍ଣ୍ଣିମା ଓ ସ୍ନାନ ପୂର୍ଣ୍ଣିମା ଦିନ ସକାଳ ଧୂପ ସହ ଅର୍ପଣ କରାଯାଏ୤

ଭୋଗ ମଣ୍ଡପ ଭୋଗ ବା ବଡ଼ସଙ୍ଖୁଡ଼ି ଭୋଗ (ଦ୍ଵିତୀୟ ଭୋଗ)

(ସକାଳ ୧୧.୦୦) : ବଡ଼ସଙ୍ଖୁଡ଼ି ଭୋଗ ବା ଛତ୍ର ଭୋଗ ଭାବେ ପରିଚିତ ଏହି ଭୋଗ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ଅଷ୍ଟମ ଶତାବ୍ଦିରେ ଆରମ୍ଭ କରା ଯାଇଥିଲା ୤

ଶ୍ରୀମନ୍ଦିର ପ୍ରଶାସନ ଏହି ଭୋଗର କୌଣସି ଖର୍ଚ୍ଚଭାର ବହନ କରନ୍ତି ନାହିଁ୤ ବିଭିନ୍ନ ମଠ ତଥା ତୀର୍ଥଯାତ୍ରୀମାନଙ୍କୁ ଯଥେଷ୍ଟ ପରିମାଣର ଭୋଗ ଯୋଗାଇବା ଉଦ୍ଦେଶ୍ୟରେ ଏହା ସୁଆର ମାନଙ୍କ ଦ୍ଵାରା ମନ୍ଦିର ରୋଷଶାଳାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ୤ ଏହା ସାଧାରଣତଃ ପ୍ରତିଦିନ ଥରେ ହୋଇଥାଏ କିନ୍ତୁ ବିଶେଷ ଦିନମାନଙ୍କରେ ଭୋଗର ଚାହିଦା ମୁତାବକ ଏକାଧିକ ଥର ହୋଇଥାଏ ୤

ବଡ଼ସିଂହାର ଭୋଗ (ତୃତୀୟ ଭୋଗ)

(ରାତ୍ର ୧୧.୧୫): ସର୍ବ ଶେଷ ଭୋଗ ରାତିରେ ଦେବତାଙ୍କର ପହଡ଼ ହେବା ପୂର୍ବରୁ ପଞ୍ଚୋପଚାର ବିଧିରେ ରତ୍ନବେଦୀରେ ଅର୍ପଣ କରାଯାଏ ୤

[ଓଳି= ଛୋଟ ମାଟି କୁଡ଼ୁଆ, ଶରା: ମାଟିର ଛୋଟ ଥାଳିଆ, ଅମାଲୁ =ମାଲପୁଆ, ଓରିଆ= ଦେବତାଙ୍କ ଅନ୍ନ]

ଅବକାଶ

ଅବକାଶ: ପୁରୀ ଶ୍ରୀଜଗନ୍ନାଥ ଓ ଅନ୍ୟାନ୍ୟ ଦେବତାଙ୍କ ଦିବସର ଯେଉଁ ନିର୍ଦ୍ଧିଷ୍ଟ ସମୟରେ ନୀତି (ଯଥା-ବେଶଲାଗି, ସ୍ନାନ) ବଢ଼ୁଥିବାରୁ ତାଙ୍କୁ ଯାତ୍ରୀମାନେ ଦର୍ଶନ କରି ପାରନ୍ତି ନାହିଁ ୤

  • ପ୍ରଥମ ଅବକାଶ- ଅତି ପ୍ରତ୍ୟୁଷରେ ମଙ୍ଗଳ ଆଳତି ହେବା ପରେ ପ୍ରଭାତ ଅବକାଶ; (ଏ ସମୟରେ ଦିଅଁଙ୍କର ଦାନ୍ତଘସା, ସ୍ନାନ ଓ ବେଶଲାଗି ନୀତିମାନ ବଢ଼ୁଥାଏ)
  • ଦ୍ବିତୀୟ ଅବକାଶ- ସକାଳ ଧୂପ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନ ବେଳେ ଦ୍ବିତୀୟ ଅବକାଶ- ତତ୍ପରେ ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ନୈବେଦ୍ୟ ଅର୍ପଣ ୤
  • ତୃତୀୟ ଅବକାଶ- ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନବେଳେ ତୃତୀୟ ଅବକାଶ ୤
  • ଚତୁର୍ଥ ଅବକାଶ- ସନ୍ଧ୍ୟା ଆଳତି ପରେ ବେଶ ପରିବର୍ତ୍ତନ ସମୟରେ ଚତୁର୍ଥ ଅବକାଶ ୤
  • ପଞ୍ଚମ ଅବକାଶ- ସଞ୍ଜଧୂପ ପରେ ବେଶ ପରିବର୍ତ୍ତନ ବା ବଡ଼ସିଂହାର ବେଶ ହେବା ସମୟରେ ପଞ୍ଚମ ଅବକାଶ, ତତ୍ପରେ ‘ବଡ଼ ସିଂହାର ଭୋଗ’ ନୈବେଦ୍ୟ ଅର୍ପଣ | ତାପରେ ରାତି-ପହଡ଼;

ଅବକାଶ ସମୟରେ କେବଳ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକଙ୍କ ଛଡ଼ା ଅନ୍ୟ କେହି ଜଗନ୍ନାଥଙ୍କ ଛାମୁଙ୍କୁ ଯାଇ ପାରନ୍ତି ନାହିଁ ଓ ଏ ସମୟରେ ଦେଉଳର ଭିତର ଦ୍ବାର ବନ୍ଦ ରହେ ୤

ପହଡ଼

ଦିନରେ ଦ୍ବିତୀୟ ଧୂପ ପରେ ଓ ରାତିରେ ବଡ଼ସିଂହାର ଭୋଗ ପରେ ଦେବଙ୍କର ପହଡ଼ ବା ନିଦ୍ରା ହୁଏ ୤ ସେହି ସମୟରେ ଯାତ୍ରୀମାନେ ଦେବଙ୍କୁ ଦର୍ଶନ କରିପାରନ୍ତି ନାହିଁ; କିନ୍ତୁ ଏ ଦୁଇ ସମୟକୁ ‘ଅବକାଶ’ ବୋଲା ନ ଯାଇ ‘ପହଡ଼’ ବୋଲାଯାଏ ୤

କେହି କେହି ଉପବର୍ଣ୍ଣିତ ତିନି ଧୂପ (ସକାଳଧୂପ, ଦିପହର ଧୂପ ଓ ସଞ୍ଜଧୂପ) ସଙ୍ଗେ ଦ୍ବିତୀୟ ଅବକାଶର ପରବର୍ତ୍ତୀ ‘ବୀରକେଶରୀବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ କୁ ଗୋଟିଏ ଧୂପ ଏବଂ ପଞ୍ଚମ ଅବକାଶର ପରବର୍ତ୍ତି ‘ବଡ଼ସିଂହାର ଭୋଗ’ କୁ ଗୋଟିଏ ଧୂପ ରୂପେ ଗଣି ୫ ଧୂପ ଏବଂ ଦିନ ଓ ରାତିର ଦୁଇ ପହଡ଼କୁ ଅବକାଶ ରୂପେ ଗଣି ୭ ଅବକାଶ ହିସାବରେ ମୋଟ ‘୫ଧୂପ ଓ ୭ଅବକାଶ’ ବୋଲି କହନ୍ତି ୤

ସାହାଣ ମେଲା

ପ୍ରତ୍ୟେକ ଧୂପ ପରେ ଥରେ ଲେଖାଏଁ ସାହାଣ ମେଲା ହୁଏ; ଅର୍ଥାତ୍ ସେ ସମୟରେ ସାଧାରଣ ଯାତ୍ରୀମାନେ ଜଗନ୍ନାଥଙ୍କ ଛାମୁକୁ ଯାଇ ଅବାଧରେ ଦର୍ଶନ କରନ୍ତି ୤

ପାକ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୪ ପ୍ରକାର ପାକ ହୁଏ:

  • ଭୀମପାକ
  • ନଳପାକ
  • ସୌରୀ ପାକ
  • ଗୌରୀ ପାକ

ଆହୁରି ଦେଖନ୍ତୁ

ବାହାର ଲିଙ୍କ