"କେନ୍ଦୁଝର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ ବନାନ ଶୁଦ୍ଧି (ପାହାଡିଆ -> ପାହାଡ଼ିଆ) (via JWB)
୭୭ କ ଧାଡ଼ି: ୭୭ କ ଧାଡ଼ି:


== ଭୂଗୋଳ ==
== ଭୂଗୋଳ ==
କେନ୍ଦୁଝରର ଭୌଗୋଳିକ ଅବସ୍ଥିତି ହେଉଛି ୨୧.୬୫ ଉ. ୮୫.୬୦ ପୂ. | ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୫୯୬ ମିଟର । କେନ୍ଦୁଝର, ଜଙ୍ଗଲ-ପାହାଡ ଘେରା ପ୍ରାକୃତିକ ଶୋଭାମଣ୍ଡିତ ଏକ ସହର । କେନ୍ଦୁଝରର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ ଅନୁଭୂତ ହୁଏ । ସମ୍ପ୍ରତି ଏହି ସହରରେ ଗ୍ରୀଷ୍ମର ପ୍ରଭାବ ଅନେକ ବୃଦ୍ଧି ପାଇଛି; ପାହାଡିଆ ଚତୁପାର୍ଶ୍ୱ ହେତୁ ଶୀତର ପ୍ରକୋପ ମଧ୍ୟ ଖୁବ ବେଶୀ ।
କେନ୍ଦୁଝରର ଭୌଗୋଳିକ ଅବସ୍ଥିତି ହେଉଛି ୨୧.୬୫ ଉ. ୮୫.୬୦ ପୂ. | ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୫୯୬ ମିଟର । କେନ୍ଦୁଝର, ଜଙ୍ଗଲ-ପାହାଡ ଘେରା ପ୍ରାକୃତିକ ଶୋଭାମଣ୍ଡିତ ଏକ ସହର । କେନ୍ଦୁଝରର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ ଅନୁଭୂତ ହୁଏ । ସମ୍ପ୍ରତି ଏହି ସହରରେ ଗ୍ରୀଷ୍ମର ପ୍ରଭାବ ଅନେକ ବୃଦ୍ଧି ପାଇଛି; ପାହାଡ଼ିଆ ଚତୁପାର୍ଶ୍ୱ ହେତୁ ଶୀତର ପ୍ରକୋପ ମଧ୍ୟ ଖୁବ ବେଶୀ ।


== ଜନସଂଖ୍ୟା ଓ ସାକ୍ଷରତା ==
== ଜନସଂଖ୍ୟା ଓ ସାକ୍ଷରତା ==

୦୯:୦୯, ୧୦ ଅପ୍ରେଲ ୨୦୨୨ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କେନ୍ଦୁଝର
ସହର
ସାନଘାଗରା ଜଳପ୍ରପାତ
ସାନଘାଗରା ଜଳପ୍ରପାତ
ଦେଶ India
ରାଜ୍ୟOdisha
ଜିଲ୍ଲାKeonjhar
Elevation
596 m (1,955 ft)
Population
 (2001)
 • Total୫୧,୮୩୨
ଭାଷା
 • ସରକାରୀOriya
Time zoneUTC+5:30 (IST)
PIN
758001
ଯାନବାହାନ ପଞ୍ଚୀକରଣOR/୦୯
Websitekendujhar.nic.in

କେନ୍ଦୁଝର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ସଦର ମହକୁମା ଓ ଏକ ମୁଖ୍ୟ ସହର । ଏହି ସହର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ । କେନ୍ଦୁଝର ସହର ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ । କେନ୍ଦୁଝରରେ ବଳଦେବଜୀଉ ମନ୍ଦିର, ରାଜଉଆସ, ସାନଘାଗରା ଜଳପ୍ରପାତ, ବଡ଼ଘାଗରା ଜଳପ୍ରପାତ, ସିଦ୍ଧମଠ ଆଦି ଦର୍ଶନୀୟ ସ୍ଥାନସବୁ ଅଛି । ଏହି ସହର ବିପ୍ଳବୀ ଧରଣୀଧର ଭୂୟାଁ ଏବଂ ତାଙ୍କର ପ୍ରଖ୍ୟାତ ପ୍ରଜାମେଳିର ମୁକସାକ୍ଷୀ ହୋଇ ଛିଡାହୋଇଛି ।

ଇତିହାସ

ଆରମ୍ଭରୁ କେନ୍ଦୁଝର ସହରହିଁ ଜିଲ୍ଲାର ମୂଖ୍ୟ ପ୍ରଶାସନିକ କେନ୍ଦ୍ର ରହି ଆସିଛି । ୧୨ଶ ଶତାବ୍ଦୀର ମଧ୍ୟଭାଗରେ ଖିଚିଂଠାରୁ ଅଲଗା ହେବାପରଠାରୁ ଭଞ୍ଜବଂଶର ରାଜମାନେ ଏହିଠାରୁହିଁ ରାଜ୍ୟର ଶାସନକାର୍ଯ୍ୟ ଚଳାଇଆସୁଥିଲେ । ଖିଚିଂଠାରୁ ଅଲଗା ହେବା ପରେ ରାଜା ଶ୍ରୀ ଜ୍ୟୋତି ଭଞ୍ଜ ଏହାର ଶାସନଭାର ଗ୍ରହଣ କରନ୍ତି । କାଳକ୍ରମେ ଯେଉଁ ଯେଉଁ ରାଜାମାନେ କେନ୍ଦୁଝରର ଶାସକ ହୋଇଥିଲେ ନିମ୍ନରେ ତାଙ୍କର ତାଲିକା ଦିଆଗଲା ।

  • ଶ୍ରୀ ଜଗନ୍ନାଥ ଭଞ୍ଜ (୧୬୮୮-୧୭୦୦)
  • ଶ୍ରୀ ରଘୁନାଥ ଭଞ୍ଜ (୧୭୦୦-୧୭୧୯)
  • ଶ୍ରୀ ଗୋପୀନାଥ ଭଞ୍ଜ (୧୭୧୯-୧୭୩୬)
  • ଶ୍ରୀ ନରସିଂହ ନାରାୟଣ ଭଞ୍ଜ (୧୭୩୬-୧୭୫୭)
  • ଶ୍ରୀ ଧନେଶ୍ୱର ନାରାୟଣ ଭଞ୍ଜ (୧୭୫୭-୧୭୫୮)
  • ଶ୍ରୀ ଜଗତେଶ୍ୱର ନାରାୟଣ ଭଞ୍ଜ (୧୭୫୮-୧୭୬୨)
  • ଶ୍ରୀ ପ୍ରତାପ ବଳଭଦ୍ର ଭଞ୍ଜ (୧୭୬୪-୧୭୯୨ ଅଥବା ୧୭୬୨-୧୭୯୭)
  • ଶ୍ରୀ ଜନାର୍ଦ୍ଦନ ଭଞ୍ଜ (୧୭୯୪-୧୮୨୫ ଅଥବା ୧୭୯୭-୧୮୩୨)
  • ଶ୍ରୀ ଗଦାଧର ନାରାୟଣ ଭଞ୍ଜଦେଓ (୧୮୨୫-୧୮୬୧ ଅଥବା ୧୮୩୨-୧୮୬୧)
  • ଶ୍ରୀ ଧନୁର୍ଯୟ ନାରାୟଣ ଭଞ୍ଜଦେଓ (୧୮୬୧-୧୯୦୫)
  • ଶ୍ରୀ ଗୋପୀନାଥ ନାରାୟଣ ଭଞ୍ଜଦେଓ (୧୯୦୫-୧୯୨୬)
  • ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜଦେଓ (୧୯୨୬-୧୯୪୮)

ବିପ୍ଳବୀ ଧରଣୀଧରଙ୍କର ପ୍ରଜାମେଳି ୧୮୯୧ ମସିହାରେ, ରାଜା ଧନୁର୍ଯୟ ନାରାୟଣ ଭଞ୍ଜଦେଓଙ୍କ ଶାସନକାଳରେ ସଂଘଠିତ ହୋଇଥିଲା ।

ଭୂଗୋଳ

କେନ୍ଦୁଝରର ଭୌଗୋଳିକ ଅବସ୍ଥିତି ହେଉଛି ୨୧.୬୫ ଉ. ୮୫.୬୦ ପୂ. | ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୫୯୬ ମିଟର । କେନ୍ଦୁଝର, ଜଙ୍ଗଲ-ପାହାଡ ଘେରା ପ୍ରାକୃତିକ ଶୋଭାମଣ୍ଡିତ ଏକ ସହର । କେନ୍ଦୁଝରର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ ଅନୁଭୂତ ହୁଏ । ସମ୍ପ୍ରତି ଏହି ସହରରେ ଗ୍ରୀଷ୍ମର ପ୍ରଭାବ ଅନେକ ବୃଦ୍ଧି ପାଇଛି; ପାହାଡ଼ିଆ ଚତୁପାର୍ଶ୍ୱ ହେତୁ ଶୀତର ପ୍ରକୋପ ମଧ୍ୟ ଖୁବ ବେଶୀ ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କେନ୍ଦୁଝର ସହରର ମୋଟ ଜନସଂଖ୍ୟା ୩୫୦୪୩ ।[୧] ସେଥି ମଧ୍ୟରୁ ୫୧.୨୪% ଜଣ ପରୁଷ ହୋଇଥିବା ବେଳେ ୪୮.୭୬% ଜଣ ନାରୀ ଅଟନ୍ତି । କେନ୍ଦୁଝରର ସାକ୍ଷରତା ହାର ୭୨.୦୮% । ଏହା ଜାତୀୟ ହାରଠାରୁ -୭.୨୪% ପ୍ରତିଶତ କମ । ସେଥିରୁ ୪୦.୮୭% ପ୍ରତିଶତ ପୁରୁଷ ଓ ୩୧.୨୨% ନାରୀ ଅଟନ୍ତି । ୧୧.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା

ଓଡ଼ିଆ କେନ୍ଦୁଝରର ସରକାରୀ ଭାଷା ।

ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ

  • ଜିଲ୍ଲା ମୁଖ୍ୟ ଗ୍ରନ୍ଥାଳୟ

କେନ୍ଦୁଝର ସହରର ଏହି ଗ୍ରନ୍ଥାଳୟଟି ୧୯୭୭ ମସିହାରୁ କାର୍ଯ୍ୟ କରିଆସୁଛି । ଉପଲବ୍ଧ ଗ୍ରନ୍ଥପଞ୍ଜି ଅନୁସାରେ, ଏହି ଗ୍ରନ୍ଥାଳୟରେ ମୋଟ ୧୦୮୭୦ଟି ପୁସ୍ତକ ରହିଛି । ଏହି ଗ୍ରନ୍ଥାଳୟ ସୋମବାର ବ୍ୟତୀତ ଅନ୍ୟ ସବୁଦିନ ଦିନ ୧୧ଟା ଠାରୁ ସନ୍ଧ୍ୟା ୬ଟା ଯାଏ ଖୋଲାରହେ ।

  • ଜିଲ୍ଲା ସଂଗ୍ରହାଳୟ

ଏହା କେନ୍ଦୁଝରର ପୁରୁଣା ବଜାରରେ ଥିବା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଅବସ୍ଥିତ । ଏହି ସଂଗ୍ରହାଳୟର ଏକ ଶାଖା ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ମଧ୍ୟ ରହିଛି ।

ଦର୍ଶନୀୟ ସ୍ଥାନ

  • ବଳଦେବଜୀଉ ମନ୍ଦିର

ଓଡ଼ିଶାର ଇଷ୍ଟଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଏହି ସୁଦୃଶ୍ୟ ମନ୍ଦିରଟି କେନ୍ଦୁଝରର ପୁରୁଣା ବଜାର ଅଞ୍ଚଳରେ ଅବସ୍ଥିତ । ପ୍ରତିବର୍ଷ ଏଠାରେ ମହା ସମାରୋହରେ ଶ୍ରୀ ଜୀଉଙ୍କର ରଥଯାତ୍ରା ପାଳନ କରାଯାଏ । ଏହି ମନ୍ଦିରର ଅନତି ଦୂରରେ ବଣଜଙ୍ଗଲ ଘେରା ସିଦ୍ଧମଠଠାରେ ସିଦ୍ଧକାଳୀଙ୍କର ମନ୍ଦିର ଅଛି ।

ସହର ଉପକଣ୍ଠରେ, ମାତ୍ର ୬କି.ମି. ଦୂରତାରେ ଥିବା ଏହି ଜଳପ୍ରପାତଟି ଏକ ଅତ୍ୟନ୍ତ ମନୋରମ ସ୍ଥାନ । ୧୦୦ଫୁଟ ଉଚ୍ଚତାର ଏହି ପ୍ରପାତ ନିକଟରେ ବର୍ଷସାରା ଜନଗହଳି ଲାଗିରହିଥାଏ । ଏଠାରେ ଏକ କୃତ୍ରିମ ଜଳଭଣ୍ଡାର ନିର୍ମାଣ କରାଯାଇ ପର୍ଯ୍ୟଟକ ମାନଙ୍କପାଇଁ ନୌ-ବିହାରର ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ପ୍ରମୋଦ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଫୁଲ/ଫଳ ବୃକ୍ଷମାନ ଲଗାଯାଇଛି ।

ସହରରୁ ମାତ୍ର ୯କି.ମି. ଦୂରତାରେ ଅବସ୍ଥିତ ଏହା ଅନ୍ୟ ଏକ ମନୋରମ ଜଳପ୍ରପାତ । ଏହାର ଉଚ୍ଚତା ୨୦୦ଫୁଟ ।[୨]

Badaghagara Waterfall, Kendujhar

ଶିକ୍ଷା

  • ବିଦ୍ୟାଳୟ
  • ଧନୁର୍ଯୟ ନାରାୟଣ (ଡି.ଏନ.) ଉଚ୍ଚ ବିଦ୍ୟାଳୟ
  • ନରସିଂହ ସ୍ୱାଇଁ (ଏନ.ଏସ.) ପୋଲିସ ଉଚ୍ଚ ବିଦ୍ୟାଳୟ
  • କେନ୍ଦ୍ରୀୟ ବିଦ୍ୟାଳୟ
  • ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

ରାଜନୀତି

କେନ୍ଦୁଝର ବିଧାନ ସଭା ଆସନରୁ ଶ୍ରୀ ମୋହନ ଚରଣ ମାଝୀ

ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । କେନ୍ଦୁଝର ଲୋକ ସଭା ଆସନରୁ ଚନ୍ଦ୍ରାଣୀ ମୁର୍ମୁ ନିର୍ବାଚିତ ହୋଇ ସାଂସଦ ଭାବେ ଜିଲ୍ଲାର ପ୍ରତିନିଧିତ୍ୱ କରୁଛନ୍ତି ।[୩]

ପରିବହନ ଓ ଯୋଗାଯୋଗ

ଜାତୀୟ ରାଜପଥ ନଂ୦୬ ଏବଂ ୨୧୫ ଏହି ସହରର ପରିବହନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ଦୁଇ ରାଜପଥ ସହରର ମଧ୍ୟଭାଗ ଦେଇ ଯାଇଛନ୍ତି । ୨୦୦୮-୦୯ରୁ ଏହି ସହରରୁ ରେଳ ପରିବହନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ନିୟମିତ ଭାବରେ ଯାତ୍ରୀବାହୀ ରେଳ ଚାଲୁଅଛି ।

ଆଧାର

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.
  2. [୧]
  3. [୨]