"ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୩୮ କ ଧାଡ଼ି: ୩୮ କ ଧାଡ଼ି:
[[category:ଓଡ଼ିଆ ସାହିତ୍ୟ]]
[[category:ଓଡ଼ିଆ ସାହିତ୍ୟ]]
[[category:ଓଡ଼ିଆ ଭାଷା]]
[[category:ଓଡ଼ିଆ ଭାଷା]]
[[ବିଭାଗ:ଭାଷା ବିଜ୍ଞାନ]]

୧୨:୩୦, ୨୮ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ  
ଇ-ଭାଷାକୋଷ ମଲାଟ
ଇ-ଭାଷାକୋଷ
ଲେଖକଗୋପାଳ ପ୍ରହରାଜ
ଦେଶଭାରତ
ଭାଷାଓଡ଼ିଆ
ବିଭାଗଭାଷାକୋଷ
ପ୍ରକାଶ ତାରିଖ୧୯୩୦
ମାଧ୍ୟମ ପ୍ରକାରପ୍ରିଣ୍ଟ (ବନ୍ଧାଇ)

ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ୧୯୩୦ରୁ ୧୯୪୦ ଭିତରେ ପ୍ରକାଶିତ ଏକ ବିଶାଳ ୭ ଖଣ୍ଡ ଓ ୯୫୦୦ ପୃଷ୍ଠାର ଓଡ଼ିଆ ଭାଷାକୋଷ ଯାହା ମୁଖ୍ୟତଃ ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଓ ତାଙ୍କର କେତେଜଣ ସହକର୍ମୀଙ୍କ ପ୍ରଚେଷ୍ଟା ଓ କେତେବର୍ଷର କଠିଣ ପରିଶ୍ରମରୁ ତିଆରି ହୋଇଥିଲା । ଏହା ଥିଲା ପ୍ରଥମ ଓଡ଼ିଆ ଭାଷାକୋଷ ।[୧]

ଗୋପାଳ ଚନ୍ଦ୍ର ପ୍ରହରାଜ କେବଳ ଏଥି ନିମନ୍ତେ ଶବ୍ଦ ଖୋଜିବା ଓ ଏହାର ସମ୍ପାଦନା କରିନଥିଲେ, ସେ ଏହା ପାଇଁ ସର୍ବସାଧାରଣ ଅନୁଦାନ ଓ ଛପା ଖରଚ ମଧ୍ୟ ବହନ କରିଥିଲେ ।

ବିଶେଷତା

ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଓଡ଼ିଆ ଭାଷାର ୧,୮୫,୦୦୦ ଟି ଶବ୍ଦରେ ଭରା । ଏଥିରେ ଶବ୍ଦର ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଅର୍ଥ ମଧ୍ୟ ଅଛି । ତାହା ସହିତ ନାନାଦି ବର୍ଣନା ଓ ପୁରାଣରେ ବ୍ୟବହାର ମଧ୍ୟ ଏଥିରେ ଅଛି । ଏଥିରେ ସ୍ଥାନୀୟ ଗଛଲଟା, ଓଡ଼ିଶାର ଇତିହାସ, ଖାଦ୍ୟ ଓ ଚଳଣି ସମ୍ପର୍କରେ ଅନେକ ଲେଖା ସବିଶେଷ ବର୍ଣନା ସହ ଦେଖିବାକୁ ମିଳିଥାଏ ।[୨]

ଇ-ଭାଷାକୋଷ

ସୃଜନିକା ତରଫରୁ ଏହି ୭ ଖଣ୍ଡ ବହିକୁ ଏକ ସିଡ଼ି (କମ୍ପ୍ୟୁଟର)ରେ ରଖାଯାଇ ମାଗଣା ଲାଇସେନ୍ସ ଜରିଆରେ ବଣ୍ଟନ କରାଯାଉଛି ।[୩]

ଦ୍ରଷ୍ଟବ୍ୟ