"ହାଇଡ୍ରୋମର୍ଫୋନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "User:Mr. Ibrahem/Hydromorphone"
(କିଛି ବଦଳିନାହିଁ)

୦୭:୧୮, ୨୩ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

 

 

ହାଇଡ୍ରୋମର୍ଫୋନ (ନାମ ଡିହାଇଡ୍ରୋମରଫିନନ, ବିକ୍ରୟ ନାମ ଡିଲାଉଡିଡ୍) ହୋଇଥିଲା, ଏକ ଅଫିମ ଜାତୀୟ ଔଷଧ ଯାହା ମଧ୍ୟମରୁ ପ୍ରବଳ ଧରଣର ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୧] ଦୀର୍ଘକାଳୀନ କର୍କଟ ଯନ୍ତ୍ରଣା ପାଇଁ ଏହ ବ୍ୟବହାର କରିବାକୁ ସୁପାରିଶ କରାଯାଏ | [୨] ଏହା ପାଟି ରେ ଦିଆଯାଏ କିମ୍ବା ମାଂସପେଶୀ, ଚର୍ମ ତଳେ ବା ଶିରାଭ୍ୟନ୍ତରରେ ଇଞ୍ଜେକ୍ସନ ଆକାରରେ ବ୍ୟବହୃତ ହୋଇପାରେ | [୧] ଏହାର ପ୍ରଭାବ ସାଧାରଣତଃ ଅଧ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ବାନ୍ତି, ଅଇ, ଗଲୁ ଏବଂ କୋଷ୍ଠକାଠିନ୍ୟ ହୋଇପାରେ | [୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବ‌ହାର, ନିମ୍ନ ରକ୍ତଚାପ, ବାତ, ଶ୍ୱାସକ୍ରିୟା କମିଯିବା ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ । [୧] ଏହାର ମାତ୍ରା ଶୀଘ୍ର ହ୍ରାସ କରିଦେଲେ ଓପିଅଏଡ ପ୍ରତ୍ୟାହାର ହୋଇପାରେ | [୧] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ପରାମର୍ଶ ଦିଆଯାଇନଥାଏ | [୩] ମୁଖ୍ୟତଃ ମସ୍ତିଷ୍କ ଏବଂ ମେରୁଦଣ୍ଡରେ ଥିବା ଓପିଅଏଡ ରିସେପ୍ଟରଗୁଡ଼ିକ ସକ୍ରିୟ କରି ହାଇଡ୍ରୋମୋର୍ଫୋନ କାମ କରେ ବୋଲି ବିଶ୍ୱାସ କରାଯାଏ | [୧] ପାଟିରେ ଦିଆଯାଉଥିବା ଦୁଇ ମିଗ୍ରା ହାଇଡ୍ରୋମୋର୍ଫୋନ୍ ପ୍ରାୟ ୧୦ ମିଗ୍ରା ମର୍ଫିନ ସ‌ହିତ ସମାନ । [୨]

ହାଇଡ୍ରୋମର୍ଫୋନ ପେଟେଣ୍ଟ ହୋଇଥିଲା ୧୯୨୩ ମସିହାରେ । [୪] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | [୧] ଯୁକ୍ତରାଜ୍ୟରେ ଦୁଇ ମିଗ୍ରା ବଟିକା ପାଇଁ ୨୦୧୯ ସୁଦ୍ଧା ଏନଏଚଏସ £୦.୩୨ ଖର୍ଚ୍ଚ କରେ ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୦.୦୭ ଡଲାର ଅଟେ । [୫] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୨୦୫ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯାହାର ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୬] [୭] ହାଇଡ୍ରୋମୋର୍ଫୋନ୍ ମୋର୍ଫାଇନ୍ ରୁ ତିଆରି ହୋଇଥାଏ | [୮]

 

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Hydromorphone Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 15 April 2019.
  2. ୨.୦ ୨.୧ ୨.୨ British national formulary: BNF 76 (76 ed.). Pharmaceutical Press. 2018. pp. 24, 456. ISBN 9780857113382. ଆଧାର ଭୁଲ: Invalid <ref> tag; name "BNF76" defined multiple times with different content
  3. "Hydromorphone Use During Pregnancy". Drugs.com (in ଇଂରାଜୀ). Retrieved 15 April 2019.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 526. ISBN 9783527607495.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Retrieved 3 March 2019.
  6. "The Top 300 of 2020". ClinCalc. Retrieved 11 April 2020.
  7. "Hydromorphone Hydrochloride - Drug Usage Statistics". ClinCalc. Retrieved 11 April 2020.
  8. Vardanyan, Ruben; Hruby, Victor (2006). Synthesis of Essential Drugs (in ଇଂରାଜୀ). Elsevier. p. 25. ISBN 9780080462127.