"ପଲସ ଅକ୍ସିମିଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୯ କ ଧାଡ଼ି: ୯ କ ଧାଡ଼ି:
* ଶାରୀରିକ କାର୍ଯ୍ୟର ବୃଦ୍ଧି ସମୟରେ କିମ୍ବା ବ୍ୟାୟାମ ସମୟରେ ବ୍ୟକ୍ତିର ସହନଶକ୍ତି ଆକଳନ କରିବା ।
* ଶାରୀରିକ କାର୍ଯ୍ୟର ବୃଦ୍ଧି ସମୟରେ କିମ୍ବା ବ୍ୟାୟାମ ସମୟରେ ବ୍ୟକ୍ତିର ସହନଶକ୍ତି ଆକଳନ କରିବା ।
* ବ୍ୟାଟେରୀଚାଳିତ ପଲସ ଅକ୍ସିମିଟର ପର୍ବତ ଆରୋହଣକାରୀ, ଖେଳାଳି ଏବଂ ପାଇଲଟମାନଙ୍କ ପାଇଁ ଆବଶ୍ୟକୀୟ କାରଣ ଉଚ୍ଚ ସ୍ଥାନରେ ବା ବ୍ୟାୟାମ ହେତୁ ରକ୍ତରେ ଅମ୍ଳଜାନ ହ୍ରାସ ହୋଇପାରେ ।<ref>{{cite journal |title=Study on Oxygen Supply Standard for Physical Health of Construction Personnel of High-Altitude Tunnels |journal=National Center for Biotechnology Information |url=https://www.ncbi.nlm.nih.gov/pmc/articles/PMC4730455}}</ref>
* ବ୍ୟାଟେରୀଚାଳିତ ପଲସ ଅକ୍ସିମିଟର ପର୍ବତ ଆରୋହଣକାରୀ, ଖେଳାଳି ଏବଂ ପାଇଲଟମାନଙ୍କ ପାଇଁ ଆବଶ୍ୟକୀୟ କାରଣ ଉଚ୍ଚ ସ୍ଥାନରେ ବା ବ୍ୟାୟାମ ହେତୁ ରକ୍ତରେ ଅମ୍ଳଜାନ ହ୍ରାସ ହୋଇପାରେ ।<ref>{{cite journal |title=Study on Oxygen Supply Standard for Physical Health of Construction Personnel of High-Altitude Tunnels |journal=National Center for Biotechnology Information |url=https://www.ncbi.nlm.nih.gov/pmc/articles/PMC4730455}}</ref>
* [[କରୋନାଭୂତାଣୁ ରୋଗ ୨୦୧୯]] ରୋଗୀମାନଙ୍କ କ୍ଷେତ୍ରରେ ସୁସ୍ଥ ଦିଶୁଥିବାସତ୍ଵେ ଟିସୁସ୍ତରରେ ଅମ୍ଳଜାନର ଅଭାବକୁ ଶୀଘ୍ର ସୂଚାଇ ଠିକ ସମୟରେ [[ଅମ୍ଳଜାନ ଚିକିତ୍ସା]] ଉପଲବ୍ଧ କରିବାରେ ସାହାଯ୍ୟ କରୁଛି ।<ref>{{cite web |title=Pulse Oximetry for Monitoring Patients with COVID-19 at Home. Potential Pitfalls and Practical Guidance |url=https://pubmed.ncbi.nlm.nih.gov/32521167 |website=US National Institutes of Health}}</ref>
* [[କରୋନାଭୂତାଣୁ ରୋଗ ୨୦୧୯]] ରୋଗୀମାନଙ୍କ କ୍ଷେତ୍ରରେ ସୁସ୍ଥ ଦିଶୁଥିବାସତ୍ୱେ ଟିସୁସ୍ତରରେ ଅମ୍ଳଜାନର ଅଭାବକୁ ଶୀଘ୍ର ସୂଚାଇ ଠିକ ସମୟରେ [[ଅମ୍ଳଜାନ ଚିକିତ୍ସା]] ଉପଲବ୍ଧ କରିବାରେ ସାହାଯ୍ୟ କରୁଛି ।<ref>{{cite web |title=Pulse Oximetry for Monitoring Patients with COVID-19 at Home. Potential Pitfalls and Practical Guidance |url=https://pubmed.ncbi.nlm.nih.gov/32521167 |website=US National Institutes of Health}}</ref>
== ଅସୁବିଧା ==
== ଅସୁବିଧା ==
* ପଲସ ଅକ୍ସିମିଟର କେବଳ ହିମୋଗ୍ଲୋବିନର ସାନ୍ଦ୍ରତା ମାପ କରିପାରେ, ଶ୍ୱାସତନ୍ତ୍ରର ଦକ୍ଷତାର ସମ୍ପୂର୍ଣ୍ଣ ସୂଚନା ହେଇପାରେ ନାହିଁ ଯାହାକି ଧମନୀୟ ରକ୍ତରେ ଥିବା ଗ୍ୟାସ ପରୀକ୍ଷାରୁ ସମ୍ଭବ ।<ref>{{cite web |title=Pulse Oximetry |url=https://www.thoracic.org/patients/patient-resources/resources/pulse-oximetry.pdf |website=American Thoracic Society}}</ref>
* ପଲସ ଅକ୍ସିମିଟର କେବଳ ହିମୋଗ୍ଲୋବିନର ସାନ୍ଦ୍ରତା ମାପ କରିପାରେ, ଶ୍ୱାସତନ୍ତ୍ରର ଦକ୍ଷତାର ସମ୍ପୂର୍ଣ୍ଣ ସୂଚନା ହେଇପାରେ ନାହିଁ ଯାହାକି ଧମନୀୟ ରକ୍ତରେ ଥିବା ଗ୍ୟାସ ପରୀକ୍ଷାରୁ ସମ୍ଭବ ।<ref>{{cite web |title=Pulse Oximetry |url=https://www.thoracic.org/patients/patient-resources/resources/pulse-oximetry.pdf |website=American Thoracic Society}}</ref>

୧୦:୧୯, ୧୭ ଅଗଷ୍ଟ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ପଲସ ଅକ୍ସିମିଟର ରକ୍ତର ଅମ୍ଳଜାନ ସାନ୍ଦ୍ରତା ମାପିବା ପାଇଁ ଏକ ଡାକ୍ତରୀ ଉପକରଣ ଅଟେ । ଶରୀର ମଧ୍ୟରେ କୌଣସି ଯନ୍ତ୍ର ବ୍ୟବହାର ନକରି ଏଥିରେ ଅମ୍ଳଜାନ ସାନ୍ଦ୍ରତା ମପାଯାଇ ପାରୁଥିବାରୁ ଏହା ସହଜ ଏବଂ ଯନ୍ତ୍ରଣାଶୂନ୍ୟ ପ୍ରଣାଳୀ ଅଟେ । ବ୍ୟାଟେରୀ ଚାଳିତ ପଲସ ଅକ୍ସିମିଟର ସର୍ବସାଧାରଣଙ୍କଦ୍ୱାରା ଘରେ ଏବଂ ଯାତାୟାତ ସମୟରେ ବ୍ୟବହାର କରିବା ପାଇଁ ଉପାଦେୟ ।[୧][୨][୩]

ବ୍ୟକ୍ତିର କୌଣସି ଶ୍ୱାସଜନିତ ରୋଗ ନଥିଲେ ଏହି ଯନ୍ତ୍ରର ମନିଟର ୯୫ରୁ ୧୦୦ ପ୍ରତିଶତ ମଧ୍ୟରେ ଅମ୍ଳଜାନ ସାନ୍ଦ୍ରତା ଦର୍ଶାଇଥାଏ । ୯୨ ପ୍ରତିଶତରୁ କମ ଅମ୍ଳଜାନ ସାନ୍ଦ୍ରତା ଥିଲେ ରୋଗୀଙ୍କୁ ଅମ୍ଳଜାନ ଚିକିତ୍ସା ଦେବାର ଆବଶ୍ୟକତା ପଡିଥାଏ ।[୪]

କାର୍ଯ୍ୟ ପ୍ରଣାଳୀ

ପଲସ ଅକ୍ସିମିଟରର ଭିତର ସରଂଚନା

ସାଧାରଣ ପଲସ ଅକ୍ସିମିଟରରେ ଗୋଟିଏ ଇଲେକ୍ଟ୍ରୋନିକ ପ୍ରୋସେସର ଏବଂ ଗୋଟିଏ ଫୋଟୋଡାୟୋଡ ସହ ସାମ୍ନାସାମ୍ନି ରଖାଯାଇଥିବା ଦୁଇଟି ଛୋଟ ଲାଇଟ ଏମିଟିଙ୍ଗ ଡାୟୋଡ (LED) ବ୍ୟବହାର କରାଯାଏ । ଏଥିମଧ୍ୟରୁ ଗୋଟିଏ ଲାଇଟ ଏମିଟିଙ୍ଗ ଡାୟୋଡ ୬୬୦ ନାନୋମିଟର ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ନାଲିରଙ୍ଗ ଆଲୋକର ଉତ୍ସ ହୋଇଥିବା ବେଳେ ଅନ୍ୟଟି ୯୪୦ ନାନୋମିଟର ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଇନ୍ଫ୍ରାରେଡ଼ ରଶ୍ମିର ଉତ୍ସ ଅଟେ । ଏହି ଦୁଇଟି ରଶ୍ମି ଭିନ୍ନ ହାରରେ ଅମ୍ଳଜାନଯୁକ୍ତ ଏବଂ ଅମ୍ଳଜାନ ରହିତ ରକ୍ତରେ ଅବଶୋଷିତ ହୋଇଥାନ୍ତି । ଅମ୍ଳଜାନଯୁକ୍ତ ହିମୋଗ୍ଲୋବିନ (ଅକ୍ସିହିମୋଗ୍ଲୋବିନ) ଅଧିକ ଅବରକ୍ତ ବା ଇନ୍ଫ୍ରାରେଡ ରଶ୍ମି ଅବଶୋଷଣ କରେ ଏବଂ ଅମ୍ଳଜାନରହିତ ହିମୋଗ୍ଲୋବିନ (ଡିଅକ୍ସିହିମୋଗ୍ଲୋବିନ) ଅଧିକ ଲାଲ ରଶ୍ମି ଅବଶୋଷଣ କରିଥାଏ ।[୫] ଏହି ପ୍ରକ୍ରିୟା ପ୍ରତି ସେକେଣ୍ଡ ପିଛା ତିରିଶ ଥର କାମ କରି ଫୋଟୋଡାୟୋଡକୁ ଉଭୟ ନାଲି ଓ ଇନ୍ଫ୍ରାରେଡ ରଶ୍ମିକୁ ପ୍ରତିକ୍ରିୟାକୁ ରେକର୍ଡ କରିଥାଏ ।[୬]

ଯେତିକି ଆଲୋକ ଅବଶୋଷିତ ନ ହୋଇ ମାଧ୍ୟମଦ୍ୱାରା ସଞ୍ଚାରିତ ହୋଇଯାଏ ତାହାକୁ ମଧ୍ୟ ମପାଯାଏ ଏବଂ ପ୍ରତ୍ୟେକ ତରଙ୍ଗଦୈର୍ଘ୍ୟ ପାଇଁ ଭିନ୍ନ ସାମାନ୍ୱୟୀକୃତ ସିଗନାଲ ପ୍ରସ୍ତୁତ କରାଯାଏ । ଏହି ସିଗନାଲ ସମୟ ଅନୁସାରେ ଉପରତଳ ହୁଏ କାରଣ କାରଣ ପ୍ରତ୍ୟେକ ହୃତ୍‌ଗତି ସହ ଧମନୀରେ ରକ୍ତର ପରିମାଣ ବଢିଥାଏ । ପ୍ରତ୍ୟେକ ତରଙ୍ଗଦୈର୍ଘ୍ୟ ପାଇଁ ଅନୁସାରେ ସଞ୍ଚାରିତ ହୋଇଥିବା ଆଲୋକରୁ ସବୁଠୁ କାମ ସଞ୍ଚାରିତ ହୋଇଥିବା ଆଲୋକକୁ ବିୟୋଗ କରି ଧମନୀୟ ରକ୍ତ ପାଇଁ ସିଗନାଲ ତିଆରି କରାଯାଏ । ଲାଲ ଆଲୋକ ଅନୁସାରେ ହୋଇଥିବା ମାପମାନଙ୍କ ସହ ଇନ୍ଫ୍ରାରେଡ ଆଲୋକରେ ହୋଇଥିବା ମାପର ଅନୁପାତ ପ୍ରୋସେସର ହିସାବ କରି ଅମ୍ଳଜାନ ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ ।[୭]

ଉପକାର

  • ବ୍ୟବହାରରେ ସୁବିଧା ଏବଂ ନିରବଛିନ୍ନ ଭାବେ ଏବଂ ଶୀଘ୍ର ରକ୍ତରେ ଅମ୍ଳଜାନ ସାନ୍ଦ୍ରତା ସୂଚାଉଥିବାରୁ ଶ୍ୱାସଜନିତ ବା ହୃଦୟଜନିତ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ଲାଭପ୍ରଦ ହୋଇଥାଏ ।[୮]
  • ନିଶ୍ଚେତକ (anesthesia) କାରଣରୁ ସଂଜ୍ଞାରହିତ ବ୍ୟକ୍ତିଙ୍କ ଅମ୍ଳଜାନ ସାନ୍ଦ୍ରତା ପରିଵେକ୍ଷଣ କରିଥାଏ ।[୯]
  • ଶାରୀରିକ କାର୍ଯ୍ୟର ବୃଦ୍ଧି ସମୟରେ କିମ୍ବା ବ୍ୟାୟାମ ସମୟରେ ବ୍ୟକ୍ତିର ସହନଶକ୍ତି ଆକଳନ କରିବା ।
  • ବ୍ୟାଟେରୀଚାଳିତ ପଲସ ଅକ୍ସିମିଟର ପର୍ବତ ଆରୋହଣକାରୀ, ଖେଳାଳି ଏବଂ ପାଇଲଟମାନଙ୍କ ପାଇଁ ଆବଶ୍ୟକୀୟ କାରଣ ଉଚ୍ଚ ସ୍ଥାନରେ ବା ବ୍ୟାୟାମ ହେତୁ ରକ୍ତରେ ଅମ୍ଳଜାନ ହ୍ରାସ ହୋଇପାରେ ।[୧୦]
  • କରୋନାଭୂତାଣୁ ରୋଗ ୨୦୧୯ ରୋଗୀମାନଙ୍କ କ୍ଷେତ୍ରରେ ସୁସ୍ଥ ଦିଶୁଥିବାସତ୍ୱେ ଟିସୁସ୍ତରରେ ଅମ୍ଳଜାନର ଅଭାବକୁ ଶୀଘ୍ର ସୂଚାଇ ଠିକ ସମୟରେ ଅମ୍ଳଜାନ ଚିକିତ୍ସା ଉପଲବ୍ଧ କରିବାରେ ସାହାଯ୍ୟ କରୁଛି ।[୧୧]

ଅସୁବିଧା

  • ପଲସ ଅକ୍ସିମିଟର କେବଳ ହିମୋଗ୍ଲୋବିନର ସାନ୍ଦ୍ରତା ମାପ କରିପାରେ, ଶ୍ୱାସତନ୍ତ୍ରର ଦକ୍ଷତାର ସମ୍ପୂର୍ଣ୍ଣ ସୂଚନା ହେଇପାରେ ନାହିଁ ଯାହାକି ଧମନୀୟ ରକ୍ତରେ ଥିବା ଗ୍ୟାସ ପରୀକ୍ଷାରୁ ସମ୍ଭବ ।[୧୨]
  • ଯେହେତୁ ପଲସ ଅକ୍ସିମିଟର ଉପକରଣକୁ ସୁସ୍ଥବ୍ୟକ୍ତି ଅନୁସାରେ ଅଂଶାଙ୍କିତ କରାଯାଏ, ଗମ୍ଭୀରରୂପରେ ଅସୁସ୍ଥ ବ୍ୟକ୍ତି ବା ଅପରିପକ୍ୱୟ ନବଜାତ ଶିଶୁଙ୍କ ପାଇଁ ଏହା ସଠିକ ମାପ କରିପାରେନାହିଁ ।
  • ଏହା କେବଳ ହିମୋଗ୍ଲୋବିନ ସହ ବିବନ୍ଧିତ ଅମ୍ଳଜାନର ଅନୁପାତ ମାପିପାରେ ଫଳତଃ ହିମୋଗ୍ଲୋବିନ ଅମ୍ଳଜାନ ବ୍ୟତୀତ ଅନ୍ୟ କୌଣସି ଅଣୁ ସହ ବାନ୍ଧିହେଲେ ଅକ୍ସିମିଟର ଭୁଲ ପରିଣାମ ଦେଖାଏ ।
  • ବୈଜ୍ଞାନିକ ଅନୁସନ୍ଧାନରୁ ଜଣାଯାଇଛି ଯେ କୃଷ୍ଣକାୟ ବ୍ୟକ୍ତିଙ୍କ କ୍ଷେତ୍ରରେ ପଲସ ଅକ୍ସିମିଟର ଅଧିକ ତ୍ରୁଟିପୂର୍ଣ୍ଣ ପରିଣାମ ଦେଖାଇଥାଏ, ଏଣୁ ସେମାନେ ଠିକ ସମୟରେ ଆବଶ୍ୟକୀୟ ଡାକ୍ତରୀ ଚିକିତ୍ସା ଲାଭ କରି ପାରନ୍ତି ନାହିଁ ।[୧୩]

ଆଧାର

  1. "Covid: How a £20 gadget could save lives". BBC News.
  2. "Pulse Oximetry" (PDF). American Thoracic Society.
  3. Nitzan M, Romem A, Koppel R. "Pulse oximetry: fundamentals and technology update". Medical Devices: Evidence and Research.
  4. "Oxygen Saturations Less than 92% Are Associated with Major Adverse Events in Outpatients with Pneumonia: A Population-Based Cohort Study". Oxford Academic.
  5. "Principles of pulse oximetry". Anaesthesia UK.
  6. "Pulse Oximetry Basic Principles and Interpretation". UI Health Care.
  7. "Principles of Pulse Oximetry Technology". Oximetry.org.
  8. "Masimo Announces FDA Clearance of Radius PPG™, the First Tetherless SET® Pulse Oximetry Sensor Solution". Business Wire.
  9. "Advanced Uses of Pulse Oximetry for Monitoring Mechanically Ventilated Patients". Anesthesia & Analgesia.
  10. "Study on Oxygen Supply Standard for Physical Health of Construction Personnel of High-Altitude Tunnels". National Center for Biotechnology Information.
  11. "Pulse Oximetry for Monitoring Patients with COVID-19 at Home. Potential Pitfalls and Practical Guidance". US National Institutes of Health.
  12. "Pulse Oximetry" (PDF). American Thoracic Society.
  13. "How a Popular Medical Device Encodes Racial Bias". Boston Review.