"ହରେକୃଷ୍ଣ ମହତାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୪୦ କ ଧାଡ଼ି: ୪୦ କ ଧାଡ଼ି:


== ପ୍ରାରମ୍ଭିକ ଜୀବନ ==
== ପ୍ରାରମ୍ଭିକ ଜୀବନ ==
ହରେକୃଷ୍ଣ ମହତାବ ଓଡ଼ିଶାର [[ଭଦ୍ରକ ଜିଲ୍ଲା]]ର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ ରେ ଜନ୍ମ ନେଇଥିଲେ ।<ref>{{cite web |url= http://odisha.360.batoi.com/know-odisha/odia-personalities/utkala-keshari-harekrushna-mahtab/ |title=Odisha News &#124; A Complete Information Portal on Odisha &#124; Utkala Keshari Harekrushna Mahtab|work=odisha.360.batoi.com|quote=Harekrushna Mahtab was born on November 21, 1899 at Agarpara village in Bhadrak district. |accessdate=27 March 2013}}</ref> ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ ଥିଲା । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ [[କଟକ]]ର [[ରେଭେନ୍ସା କଲେଜ]]ରେ ନାମ ଲେଖାଇଥିଲେ, କିନ୍ତୁ ସେଠାରୁ ସେ ୧୯୨୧ରେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ ।
ହରେକୃଷ୍ଣ ମହତାବ ଓଡ଼ିଶାର [[ଭଦ୍ରକ ଜିଲ୍ଲା]]ର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ରେ ଜନ୍ମ ନେଇଥିଲେ ।<ref>{{cite web |url= http://odisha.360.batoi.com/know-odisha/odia-personalities/utkala-keshari-harekrushna-mahtab/ |title=Odisha News &#124; A Complete Information Portal on Odisha &#124; Utkala Keshari Harekrushna Mahtab|work=odisha.360.batoi.com|quote=Harekrushna Mahtab was born on November 21, 1899 at Agarpara village in Bhadrak district. |accessdate=27 March 2013}}</ref> ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ ଥିଲା । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ [[କଟକ]]ର [[ରେଭେନ୍ସା କଲେଜ]]ରେ ନାମ ଲେଖାଇଥିଲେ, କିନ୍ତୁ ସେଠାରୁ ସେ ୧୯୨୧ରେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ ।


== ସାମାଜିକ ଓ ରାଜନୈତିକ ଜୀବନ ==
== ସାମାଜିକ ଓ ରାଜନୈତିକ ଜୀବନ ==

୧୨:୨୩, ୨୭ ଅପ୍ରେଲ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଉତ୍କଳ କେଶରୀ ଡ.

ହରେକୃଷ୍ଣ ମହତାବ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୧୯ ଅକ୍ଟୋବର ୧୯୫୬ – ୨୫ ଫେବୃଆରୀ ୧୯୬୧
ପୂର୍ବ ଅଧିକାରୀନବକୃଷ୍ଣ ଚୌଧୁରୀ
ପର ଅଧିକାରୀବିଜୁ ପଟ୍ଟନାୟକ
ରାଜ୍ୟପାଳ, ବମ୍ବେ
କାର୍ଯ୍ୟକାଳ
୨ ମାର୍ଚ୍ଚ ୧୯୫୫ – ୧୪ ଅକ୍ଟୋବର ୧୯୫୬
ପୂର୍ବ ଅଧିକାରୀଗିରିଜା ଶଙ୍କର ବାଜପାୟୀ
ପର ଅଧିକାରୀଶ୍ରୀ ପ୍ରକାଶ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୧୫ ଅଗଷ୍ଟ ୧୯୪୭ – ୧୨ ମଇ ୧୯୫୦
ପୂର୍ବ ଅଧିକାରୀନୂଆ ପଦବୀ ଆରମ୍ଭ କରାଯାଇଥିଲା
ପର ଅଧିକାରୀନବକୃଷ୍ଣ ଚୌଧୁରୀ
ପ୍ରଧାନମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୨୩ ଅପ୍ରେଲ ୧୯୪୬ – ୧୫ ଅଗଷ୍ଟ ୧୯୪୭
ପୂର୍ବ ଅଧିକାରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
ପର ଅଧିକାରୀପଦବୀ ଲୋପ ପାଇଥିଲା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1899-11-21)୨୧ ନଭେମ୍ବର ୧୮୯୯
ଆଗରପଡ଼ା, ଭଦ୍ରକ ଜିଲ୍ଲା
ମୃତ୍ୟୁ୨ ଜାନୁଆରୀ ୧୯୮୭(1987-01-02) (ବୟସ ୮୭)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୁଭଦ୍ରା ମହତାବ
ସନ୍ତାନଭର୍ତ୍ତୃହରି ମହତାବ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ

ହରେକୃଷ୍ଣ ମହତାବ (୨୧ ନଭେମ୍ବର ୧୮୯୯ -୨ ଜାନୁଆରୀ ୧୯୮୭) ଜଣେ ଲେଖକ ଓ ଭାରତୀୟ ଜାତୀୟ କଂଗ୍ରେସ ନେତା ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିଥିଲେ । ସେ ଉତ୍କଳ କେଶରୀ ନାମରେ ମଧ୍ୟ ଜଣାଶୁଣା ।[୧]

ପ୍ରାରମ୍ଭିକ ଜୀବନ

ହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ରେ ଜନ୍ମ ନେଇଥିଲେ ।[୨] ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ ଥିଲା । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ, କିନ୍ତୁ ସେଠାରୁ ସେ ୧୯୨୧ରେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ ।

ସାମାଜିକ ଓ ରାଜନୈତିକ ଜୀବନ

ରାଜନୀତି, ସାହିତ୍ୟ ,ସାମ୍ବାଦିକତା ଓ ସର୍ବୋପରୀ ଆଧୁନିକ ଓଡ଼ିଶାର ନିର୍ମାଣରେ ଆଦି କ୍ଷେତ୍ରରେ ମହତାବ ନିଜର ଅବଦାନ ରଖିଯାଇଛନ୍ତି । ସେ, ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ଓଡ଼ିଶାର ରାଜନୀତିକୁ ପ୍ରଭାବିତ କରିଥିଲେ । ୧୯୧୯ରୁ ୧୯୨୧ ମସିହା ଯାଏ ତିନିବର୍ଷ କାଳ ଓଡ଼ିଶା କଂଗ୍ରେସର ଅଗ୍ରଗଣ୍ୟ ପ୍ରତିଷ୍ଠାତାମାନଙ୍କ ଭିତରେ ସେ ଥିଲେ ଅନ୍ୟତମ । ୧୯୨୩-୨୪ରେ ସେ ଓଡ଼ିଶା ପ୍ରଜା ଅାନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଅାଇନ ଅମାନ୍ୟ ଅାନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିିଥିଲେ । ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ । ୧୯୩୭ରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସରେ ସଭାପତି ଭାବେ ଯୋଗଦାନ କରିଥିଲେ । ୧୯୩୮ରେ ସେ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟରୂପେ ମନୋନୀତ ହୋଇଥିଲେ । ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୂନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ସେ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ । ୧୯୬୨ରେ ସେ ଅପ୍ରତିଦ୍ୱନ୍ଦୀ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୬ରେ ସେ କଂଗ୍ରେସ ଦଳ ଛାଡିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଓଡ଼ିଶା ଅଲମ୍ପିକ ଆସୋସିଏସନର ସେ ଥିଲେ ପ୍ରତିଷ୍ଠାତା ସଭାପତି । ୧୯୨୩ ମସିହାରେ ସେ ସାପ୍ତହିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିଥିଲେ, ଯାହା ଏବେ ଦୈନିକ ପ୍ରକାଶ ପାଉଛି । [୩] ତାଙ୍କଦ୍ୱାରା ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠା ଓ "ବିଷୁବ ମିଳନ" ଆୟୋଜନ ଓଡ଼ିଆ ସାହିତ୍ୟକୁ ପ୍ରଗତି ପଥରେ ନେଇଛି । [୪]

ରଚନାବଳୀ

ଉପନ୍ୟାସ

  • ନୂତନ ଧର୍ମ
  • ଟାଉଟର
  • ଅବ୍ୟାପାର
  • ପ୍ରତିଭା-୧୯୪୬
  • ତୃତୀୟ ପର୍ବ

ଗଳ୍ପ ସଂକଳନ

  • ସ୍ୱର୍ଗରେ ଏମର୍ଜେନ୍ସୀ

କବିତା ସଂକଳନ

  • ଚାରି ଚକ୍ଷୁ
  • ପଲାସୀ ଅବସାନେ
  • ଶେଷ ଅଶୃ
  • ନନ୍ଦିକା
  • ଲଳିତା
  • ରାଜାରାଣୀ
  • ଛାୟାପତର ଯାତ୍ରୀ

ଆତ୍ମଜୀବନି

  • ସାଧନାର ପଥେ

ଶିଶୁ ସାହିତ୍ୟ

  • ବିଷ୍ଣୁପୁରର ଭିତିରିକଥା
  • ଗଣେଶଙ୍କ ପାଠପଢା

ଅନ୍ୟାନ୍ୟ

  • ଆତ୍ମଦାନ
  • ରୂପାନ୍ତର
  • ଇତିହାସର ପରିହାସ
  • ପ୍ରବଚନ
  • ଗୁପ୍ତ ପ୍ରଣୟ
  • ଉତ୍ତରୋତର
  • ଶମ୍ଭୁଙ୍କର ତପସ୍ୟା
  • ଅନ୍ଧଯୁଗ
  • ଯୁଗସଂକେତ
  • ଓଡ଼ିଶା ଇତିହାସ (୩ ଖଣ୍ଡ)
  • ସାହିତ୍ୟ ଆଲୋଚନା
  • ଗାନ୍ଧୀ ଧର୍ମ
  • ଅହିଂସାର ଉପଯୋଗ
  • ଭାରତୀୟ ସଂସ୍କୃତି
  • ନେତା ଓ ଜନତା
  • ଦଶ ବର୍ଷର ଓଡ଼ିଶା
  • ଗାନ୍ଧୀଜୀ ଓ ଓଡ଼ିଶା
  • ଆରବ ସାଗରରୁ ଚିଲିକା
  • ଗାଁ ମଜଲିସ (୪ ଖଣ୍ଡ)
  • ଆଧୁନିକତା

ପୁରସ୍କାର ଓ ସମ୍ମାନ

ସେ ଓଡ଼ିଶା ସାହିତ୍ୟ ଏକାଡେମୀସଂଗୀତ ନାଟକ ଏକାଡେମୀର ସଭାପତି ଭାବେ ଅନେକ ଥର ନିର୍ବାଚିତ ହୋଇଥିଲେ । ତାଙ୍କୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା, ତାହା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି.ଲିଟ. ଓ ଆଇନରେ ସାଗର ବିଶ୍ୱବିଦ୍ୟାଳୟରୁ ଡକ୍ଟଟେରେଟ ଉପାଧି ମିଳିଥିଲା ।

ଆଧାର

  1. "Eminent Persons -123orissa.com". 123orissa.com. Retrieved 27 March 2013. He is popularly known as "Utkal Keshari".
  2. "Odisha News | A Complete Information Portal on Odisha | Utkala Keshari Harekrushna Mahtab". odisha.360.batoi.com. Retrieved 27 March 2013. Harekrushna Mahtab was born on November 21, 1899 at Agarpara village in Bhadrak district.
  3. ପ୍ରମେୟ ୨୧/୧୧/୨୦୧୪ ପୃଷ୍ଠା ୨
  4. ପ୍ରମେୟ ୨୧/୧୧/୨୦୧୪ ପୃଷ୍ଠା ୯ରେ ପ୍ରକାଶିତ ଲେଖା "ଗଣବଦ୍ୟ ଡ଼ ମହତାବ"

ଅଧିକ ତଥ୍ୟ