"ବିଲୁଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ removed Category:ଶ୍ୱାନ using HotCat
ଟ୍ୟାଗସବୁ: Manual revert Reverted
ଟିକେ added Category:ଶ୍ଵାନ using HotCat
ଟ୍ୟାଗସବୁ: Manual revert Reverted
୧୫୨ କ ଧାଡ଼ି: ୧୫୨ କ ଧାଡ଼ି:
* [https://www.pbs.org/wnet/nature/episodes/jackals-of-the-african-crater/introduction/2008/ ''Jackals of the African Crater''] at PBS.org
* [https://www.pbs.org/wnet/nature/episodes/jackals-of-the-african-crater/introduction/2008/ ''Jackals of the African Crater''] at PBS.org
* [http://retrieverman.net/2012/08/23/jackal-is-a-meaningless-term/ Jackal is a meaningless term]
* [http://retrieverman.net/2012/08/23/jackal-is-a-meaningless-term/ Jackal is a meaningless term]

[[ଶ୍ରେଣୀ:ଶ୍ଵାନ]]

୧୨:୦୨, ୩ ଅପ୍ରେଲ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ବିଲୁଆ
ଶୃଗାଳ
ସୁବର୍ଣ୍ଣ ବିଲୁଆ ବା ସୁବର୍ଣ୍ଣ ଶୃଗାଳ (Canis aureus)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Mammalia
ଗଣ: Carnivora
କୁଳ: Canidae
ପ୍ରଜାତି: Canis
ଲିନାୟସ୍, ୧୭୫୮

ବିଲୁଆ ବା ଶୃଗାଳ (ଈଂରାଜୀରେ Jackal, ହିନ୍ଦୀରେ शियार) ମଧ୍ୟମ ଆକାରର ଏକ ସର୍ବଭକ୍ଷୀ ସ୍ତନ୍ୟପାୟୀ ପ୍ରାଣୀ । ଗଧିଆ, କୋୟୋଟି ଓ ଦେଶୀ କୁକୁରଙ୍କ ପରି ବିଲୁଆ ମଧ୍ୟ କ୍ୟାନିସ୍ ଜୀବ ପରିବାରର । ପାରମ୍ପରିକ ଭାବେ ଈଂରାଜୀ ଶବ୍ଦ ଜ୍ୟାକଲ୍ (Jackal) ଅନେକ କ୍ୟାନିସ୍ ପରିବାରର ଜୀବଙ୍କ ପାଇଁ ବ୍ୟବହୃତ ହେଉଥିଲା । କିନ୍ତୁ ବର୍ତ୍ତମାନ ଏହା କେବଳ ଉପ-ସାହାରା ଅଞ୍ଚଳର କୃଷ୍ଣପୃଷ୍ଠ ଶୃଗାଳ, ପଟାଦାଗ ବିଲୁଆ, ଦକ୍ଷିଣ ଓ ମଧ୍ୟ ୟୁରେସିଆର ସୁବର୍ଣ୍ଣ ଶୃଗାଳ ପାଇଁ ଏହି ଶବ୍ଦ ବ୍ୟବହାର କରାଯାଏ । ଉପ-ସାହାରାର ଦୁଇ ବିଲୁଆ ପ୍ରଜାତି ଅତି ନିକଟ ସମ୍ପର୍କୀୟ ହୋଇଥିବା ବେଳେ ସୁବର୍ଣ୍ଣ ଶୃଗାଳ କ୍ୟାନିସ୍ ଜାତିର ଅନ୍ୟ ଜୀବଙ୍କର ନିକଟ ସମ୍ପର୍କୀୟ ।

ବିଲୁଆ ଓ କୋୟୋଟି (ଆମେରିକୀୟ ବିଲୁଆ ନାମରେ ମଧ୍ୟ ଜଣାଶୁଣା[୧]) ଅତ୍ୟନ୍ତ ସୁବିଧାବାଦୀ ସର୍ବଭକ୍ଷୀ ଜୀବ । କ୍ଷୁଦ୍ର ଓ ମଧ୍ୟମ ଆକାରର କିଛି ଜୀବଙ୍କୁ ଏମାନେ ଶିକାର ମଧ୍ୟ କରନ୍ତି । ପଚାସଢ଼ା ମାଂସ, ଶବ ଇତ୍ୟାଦି ମଧ୍ୟ ଏମାନେ ଖାଇ ରହିପାରନ୍ତି । ଲମ୍ବା ଗୋଡ଼, ଅଳ୍ପ ବଙ୍କା ସ୍ୱାନଦାନ୍ତ ଏମାନଙ୍କୁ ଛୋଟ ସ୍ତନ୍ୟପାୟୀ ଜୀବ, ପକ୍ଷୀ, ସରୀସୃପ ଇତ୍ୟାଦିଙ୍କ ଶିକାର କରିବାରେ ସାହାଯ୍ୟ କରନ୍ତି । ବଡ଼ ପଞ୍ଝା ଓ ଗୋଡ଼ର ହାଡ଼ର ଗଠନ ଏମାନଙ୍କୁ ବହୁ ଦୂର ପର୍ଯ୍ୟନ୍ତ ଦୌଡ଼ିବା ଓ ଅଧିକ ସମୟ ପର୍ଯ୍ୟନ୍ତ ୧୬ କି.ମି./ଘଣ୍ଟାର ହାରାହାରି ବେଗରେ ଦୌଡ଼ିବା ପାଇଁ ଅତ୍ୟନ୍ତ ଉପଯୋଗୀ । ବିଲୁଆ ମାନେ ଗୋଧୂଳି ଓ ଭୋର ସମୟରେ ସବୁଠାରୁ ଅଧିକ ସକ୍ରିୟ ରହିଥାନ୍ତି ।

ଅଣ୍ଡିରା ଓ ମାଈ ବିଲୁଆମାନେ ଯୋଡ଼ିରେ ରୁହନ୍ତି ଓ ଏକ ଶିକାର କ୍ଷେତ୍ର ନିୟନ୍ତ୍ରଣ କରନ୍ତି । ସେମାନଙ୍କ କ୍ଷେତ୍ରକୁ ଅନ୍ୟ ବିଲୁଆମାନେ ପଶିଲେ ଏହି ବିଲୁଆ ଯୁଗଳ ଏମାନଙ୍କୁ ଘଉଡ଼ାଇଦିଅନ୍ତି । ମୂତ୍ର ସିଞ୍ଚନ କରି ଏମାନେ ନିଜର କ୍ଷେତ୍ରର ସୀମା ନିର୍ଦ୍ଧାରଣ କରନ୍ତି । ଏମାନଙ୍କ ଶିକାର କ୍ଷେତ୍ର ସାମାନ୍ୟ ବଡ଼ ଓ ଏଥିରେ ଏମାନଙ୍କ ଶାବକମାନେ ବିଚରଣ କରନ୍ତି । ସ୍ୱାବଲମ୍ବୀ ହେବା ପର୍ଯ୍ୟନ୍ତ ଶାବକମାନେ ନିଜ ପିତାମାତାଙ୍କ ସହିତ ରୁହନ୍ତି । ବିଲୁଆମାନେ ଏକାକୀ ବା ଯୋଡ଼ିରେ ଶିକାର କରନ୍ତି । ତେବେ ପଚାସଢ଼ା ଶବ ଖାଇବା ବେଳେ ଅନେକ ବିଲୁଆ ମେଳରେ ଏକତ୍ରିତ ହୋଇ ଖାଇବା ଦେଖାଯାଇଛି ।

ନାମକରଣ

ଈଂରାଜୀ ଶବ୍ଦ ଜ୍ୟାକଲ୍ ("jackal") ୧୬୦୦ ଖ୍ରୀଷ୍ଟାବ୍ଦରୁ ପ୍ରଚଳିତ ହେବା ଅନୁମାନ କରାଯାଏ ଯାହା ମୂଳ ଫରାସୀ ଶବ୍ଦରୁ ସୃଷ୍ଟି ହୋଇଛି । ପାରସୀ ଶବ୍ଦ ଶଘାଲ୍ (شغال ) ବା ସମଜାତୀୟ ସଂସ୍କୃତ ଶବ୍ଦ ଶୃଗାଳଃ (सृगालः)ରୁ ତୁର୍କ୍ ଶବ୍ଦ ଚକାଲ୍ (çakal) ଓ ତୁର୍କ ଶବ୍ଦରୁ ଫରାସୀ ଶବ୍ଦ ଚାକାଲ୍ (chacal)ର ଉଦ୍ଭବ ହୋଇଛି । ସଂସ୍କୃତ ଶବ୍ଦ 'ଶୃଗାଳଃ'ର ଅର୍ଥ ହେଉଛି ଗର୍ଜନକାରୀ ବା ଭୋକିବା ଜନ୍ତୁ ।[୨][୩]

ବର୍ଗୀକରଣ

ଗଧିଆସଦୃଶ ସ୍ୱାନଜାତୀୟ ଜୀବଙ୍କ କ୍ଲାଡୋଗ୍ରାମ୍
The extant wolf-like canids









କୁକୁର



ପାଉଁଶିଆ ଗଧିଆ




କୋୟୋଟି




ଆଫ୍ରିକୀୟ ସୁବର୍ଣ୍ଣ ଗଧିଆ




ସୁବର୍ଣ୍ଣ ଶୃଗାଳ




ଇଥିଓପୀୟ ଗଧିଆ




ବଳିଆ କୁକୁର




ଆଫ୍ରିକୀୟ ଜଙ୍ଗଲି କୁକୁର






ପଟାଦାଗ ବିଲୁଆ



କୃଷ୍ଣପୃଷ୍ଠ ଶୃଗାଳ





ମିଟୋକଣ୍ଡ୍ରିଆ ଡି.ଏନ୍.ଏ.କୁ ଭିତ୍ତି କରି ପ୍ରସ୍ତୁତ ଗଧିଆସଦୃଶ ସ୍ୱାନଜାତୀୟ ଜୀବଙ୍କ ବିବର୍ତ୍ତନ ଲତିକା[୪][୫]

କୋୟୋଟି ଓ ବିଲୁଆମାନଙ୍କ ମଧ୍ୟରେ କେତେକ ସମାନତା ଥିବାରୁ ଲୋରେଞ୍ଜ୍ ଓକେନ୍ ୧୮୧୫ରେ ପ୍ରକାଶିତ ନିଜ ପୁସ୍ତକ Lehrbuch der Naturgeschichte (ପ୍ରାକୃତିକ ଇତିହାସ ପୁସ୍ତକ)ର ତୃତୀୟ ଖଣ୍ଡରେ ଏମାନଙ୍କୁ "ଥୋସ୍" ବୋଲି ଏକ ନୂଆ ପ୍ରଜାତି ଭାବେ ଅଭିହିତ କରିଛନ୍ତି । ବିଲୁଆର ପୁରାତନ ଗ୍ରୀକ୍ ନାମ "θώς"ରୁ ସେ ଏହି ଥୋସ୍ ନାମଟି ଦେଇଥିଲେ । କିନ୍ତୁ ତାଙ୍କର ଏହି ତଥ୍ୟ ସେତେବେଳେ ପ୍ରଚଳିତ ବର୍ଗୀକରଣ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । ୧୯୩୨ ମସିହାରେ ମୋରୋକ୍କୋର ସ୍ତନ୍ୟପାୟୀ ପ୍ରାଣୀଙ୍କ ଉପରେ ପ୍ରକାଶିତ ନିଜ ମନୋଲଗ୍‍ରେ ପ୍ରକୃତିବିତ୍ ଆନ୍‍ହେଲ୍ କାବ୍ରେରା ବିଲୁଆର ଶାରୀରିକ ଗଠନକୁ ନେଇ ପ୍ରଶ୍ନ କରିଥିଲେ । ବିଲୁଆର ଉପର ମାଢ଼ିରେ ଥିବା ସିଂଗୁଲମ୍ ଦାନ୍ତ ଅନ୍ୟ ସ୍ୱାନଜାତୀୟ ଜୀବଙ୍କଠାରେ ନଥିବାରୁ ସେ ବିଲୁଆକୁ ସ୍ୱାନ (କ୍ୟାନିସ୍) ପରିବାରରେ ପରିଗଣିତ କରିବା ପ୍ରଯୁଜ୍ୟ କି ନୁହେଁ ବୋଲି ପ୍ରଶ୍ନ ରଖିଥିଲେ । କିନ୍ତୁ କାବ୍ରେରା ବିଲୁଆକୁ ଥୋସ୍ ନୁହେଁ ବରଂ କ୍ୟାନିସ୍ ଶ୍ରେଣୀରେ ହିଁ ଗଣନା କରୁଥିଲେ ।[୬]

୧୯୧୪ ମସିହାରେ ଏଡ୍‍ମଣ୍ଡ୍ ହେଲ୍ଲର୍ ଓକେନ୍‍ଙ୍କ "ଥୋସ୍" ତତ୍ତ୍ୱକୁ ପୁନର୍ଜୀବିତ କରିଥିଲେ ଓ ବିଲୁଆଙ୍କୁ ଅନ୍ୟ ଏକ ଶ୍ରେଣୀରେ ସ୍ଥାନିତ କରିବାର ପ୍ରସ୍ତାବ ଦେଇଥିଲେ । ହେଲ୍ଲର୍ ବିଭିନ୍ନ ବିଲୁଆ ଉପ-ପ୍ରଜାତିଙ୍କୁ ଦେଇଥିବା ନାମ ବର୍ତ୍ତମାନ ସୁଦ୍ଧା ଆଧୁନିକ ବର୍ଗୀକରଣରେ ବ୍ୟବହୃତ ହେଉଅଛି, କିନ୍ତୁ ସେ ବିଲୁଆ ପାଇଁ ଥୋସ୍ ବ୍ୟବହାର କରିଥିବା ବେଳେ ଆଧୁନିକ ବର୍ଗୀକରଣ ବିଲୁଆକୁ ଥୋସ୍ ପରିବର୍ତ୍ତେ କ୍ୟାନିସ୍ ଶ୍ରେଣୀରେ ସ୍ଥାନିତ କରିଛି ।[୬]

ଗଧିଆ ପରି ଦେଖାଯାଉଥିବା ସ୍ୱାନଜାତୀୟ ମାଂସଭୋଜୀ ପ୍ରାଣୀମାନଙ୍କ ଏକ ବିଶାଳ ଜୀବବିଜ୍ଞାନ ପରିବାର ରହିଛି । ଏହି ପରିବାରର ସଦସ୍ୟମାନେ ଅତି ନିକଟ ସମ୍ପର୍କୀୟ ଓ ସମସ୍ତଙ୍କର ୭୮ଟି କ୍ରୋମୋଜୋମ୍ ରହିଛି । କ୍ୟାନିସ୍, ଚୁଓନ୍ ଓ ଲାଇକାଓନ୍ ଏପରି ତିନୋଟି ବର୍ଗରେ ବିଭକ୍ତ ଏହି ଜୀବମାନେ ହେଲେ :

ନିକଟ ଅତୀତରେ ଏହି ପ୍ରଜାତିରେ ଅନ୍ତର୍ଭୁକ୍ତ ହୋଇଥିବା ଜୀବ ହେଉଛି ଆଫ୍ରିକୀୟ ସୁବର୍ଣ୍ଣ ଗଧିଆ (C. anthus) । ଆଫ୍ରିକୀୟ ସୁବର୍ଣ୍ଣ ଗଧିଆକୁ ଏକ ସମୟ ପର୍ଯ୍ୟନ୍ତ ସୁବର୍ଣ୍ଣ ଶୃଗାଳର ଆଫ୍ରିକୀୟ ଭାଇ ରୂପେ ବିବେଚିତ କରାଯାଉଥିଲା ।[୫] ସଭିଙ୍କର ୭୮ କ୍ରୋମୋଜୋମ୍ ଥିବାରୁ କ୍ୟାନିସ୍ ପ୍ରଜାତିର ସବୁ ସଦସ୍ୟ (କୋୟୋଟି, ଗଧିଆ ଓ ବିଲୁଆ) ପରସ୍ପରଠାରୁ ଓ ବଳିଆ କୁକୁର ଓ ଆଫ୍ରିକୀୟ ଶିକାରୀ କୁକୁର ପରି ପ୍ରଜାତିଙ୍କ ଠାରୁ ଜୀବବିଜ୍ଞାନ ଭିତ୍ତିରେ ପ୍ରାୟ ଅବିଚ୍ଛିନ୍ନ ।[୮][୯] ବିଲୁଆର ଦୁଇ ଆଫ୍ରିକୀୟ ପ୍ରଜାତି ପରସ୍ପରର ଭଗିନୀ ପ୍ରଜାତି ପରି, ଯାହାକି ଏହି ପରିବାରର ଉଦ୍ଭବ ଆଫ୍ରିକାରୁ ହୋଇଥିବା ଆଡ଼କୁ ଇଙ୍ଗିତ କରେ ।[୪] କ୍ୟାନିସ୍ ଆର୍ନେନ୍‍ସିସ୍ ଭୂମଧ୍ୟ ସାଗର ଓ ପାର୍ଶ୍ୱବର୍ତ୍ତୀ ୟୁରୋପରେ ୧୯ ଲକ୍ଷ ବର୍ଷ ପୂର୍ବେ ଦେଖାଦେଇଥିଲା ଓ ଏହା ସମ୍ଭବତଃ ଆଧୁନିକ ଯୁଗୀୟ ବିଲୁଆର ପୂର୍ବପୁରୁଷ ।[୧୦]

ଜଣେ ଲେଖକଙ୍କ ମତରେ ଦୁଇ ଆଫ୍ରିକୀୟ ବିଲୁଆଙ୍କୁ କ୍ୟାନିସ୍ ପରିବର୍ତ୍ତେ ଲୁପୁଲେଲ୍ଲା ନାମିତ କରିବା ଉଚିତ ।[୧୧]

ଇଥିଓପୀୟ ଗଧିଆର ମଧ୍ୟମ ଆକୃତି ଓ ଗଠନ ଯୋଗୁଁ ଏହା ଅନେକ ସମୟରେ ବିଲୁଆ ବୋଲି ଭ୍ରମ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ଲାଲ୍ ବିଲୁଆ (ଈଂରାଜୀରେ "red jackal" ବା "Simien jackal") ବୋଲି ମଧ୍ୟ କୁହାଯାଏ ।

ଉପ-ପ୍ରଜାତି

ପ୍ରଜାତି ଜୀବବିଜ୍ଞାନ ନାମର ଶ୍ରେୟ ବିବରଣୀ ଭୌଗୋଳିକ ବ୍ୟାପ୍ତି
ପଟାଦାଗ ବିଲୁଆ
କ୍ୟାନିସ୍ ଅଡଷ୍ଟସ୍
Canis adustus
କାର୍ଲ୍ ଜାକବ୍ ସଣ୍ଡେଭାଲ୍, ୧୮୪୭ ଏମାନେ ମୁଖ୍ୟତଃ ବଣଜଙ୍ଗଲ ପରି ଅଞ୍ଚଳରେ ବାସ କରନ୍ତି । ଏହା ଅନ୍ୟ ବିଲୁଆ ପ୍ରଜାତିଙ୍କଠାରୁ ଅପେକ୍ଷାକୃତ କମ୍ ଆକ୍ରାମକ ବା ହିଂସ୍ର । ଏମାନେ ବଡ଼ ସ୍ତନ୍ୟପାୟୀ ପ୍ରାଣୀଙ୍କ ଶିକାର କରିବା ପ୍ରାୟତଃ ଦେଖାଯାଏ ନାହିଁ ।[୧୨] କେନ୍ଦ୍ରୀୟ ଓ ଦକ୍ଷିଣ ଆଫ୍ରିକା
ସୁବର୍ଣ୍ଣ ଶୃଗାଳ
କ୍ୟାନିସ୍ ଔରେୟସ୍
Canis aureus
କାର୍ଲ୍ ଲିନାୟସ୍, ୧୭୫୮ ସମସ୍ତ ବିଲୁଆ ପ୍ରଜାତିମାନଙ୍କ ମଧ୍ୟରେ ଏମାନେ ସବୁଠାରୁ ଅଧିକ ଓଜନିଆ ଶରୀରବିଶିଷ୍ଟ । ଏମାନେ ଆଫ୍ରିକା ମହାଦେଶ ବାହାରେ ଦେଖାଯାଉଥିବା ଏକମାତ୍ର ବିଲୁଆ ପ୍ରଜାତି । ଦକ୍ଷିଣ-ପୂର୍ବ ୟୁରୋପ୍, ମଧ୍ୟ-ପୂର୍ବ ଏସିଆ, ପଶ୍ଚିମ ଏସିଆ ଓ ଦକ୍ଷିଣ ଏସିଆ
କୃଷ୍ଣପୃଷ୍ଠ ଶୃଗାଳ
କ୍ୟାନିସ୍ ମେସୋମେଲାସ୍
Canis mesomelas

ୟୋହାନ୍ ଖ୍ରୀଷ୍ଟିୟାନ୍ ଡାନିଏଲ୍ ଭୋନ୍ ସ୍କ୍ରେବର୍, ୧୭୭୫ ବିଲୁଆ ପ୍ରଜାତିଙ୍କ ମଧ୍ୟରେ ଏମାନେ ସବୁଠାରୁ ହାଲୁକା ଶରୀରବିଶିଷ୍ଟ । କ୍ୟାନିସ୍ ପରିବାରର ସବୁଠାରୁ ଦୀର୍ଘଜୀବିତ ସଦସ୍ୟ ରୂପେ ଏମାନେ ପରିଗଣିତ ହୋଇଥାନ୍ତି ।[୧୩] ସବୁ ବିଲୁଆଙ୍କ ମଧ୍ୟରେ ଏମାନେ ସର୍ବାଧିକ ଆକ୍ରାମକ ଓ ହିଂସ୍ର ପ୍ରବୃତ୍ତିର । ନିଜ ଓଜନର ବହୁ ଗୁଣ ଓଜନିଆ ପ୍ରାଣୀଙ୍କୁ ମଧ୍ୟ ଏମାନେ ଶିକାର କରିବା ଦେଖାଯାଇଛି । ଏମାନଙ୍କ ଦଳରେ ସର୍ବଦା କଳହ ଲାଗି ରହିଥାଏ ।[୧୪] ଦକ୍ଷିଣ ଆଫ୍ରିକା, କେନିଆର ପୂର୍ବ ତଟ, ସୋମାଲିଆ ଓ ଇଥିଓପିଆ

କୁକୁରଙ୍କ ସହ ଅନ୍ତଃ-ପ୍ରଜନନ

ଜର୍ମାନୀରେ ପରିକ୍ଷଣ ଭିତ୍ତିରେ ପୁଡଲ୍ ପ୍ରଜାତିର କୁକୁର ଓ ସୁବର୍ଣ୍ଣ ଶୃଗାଳଙ୍କ ମିଳରୁ ସଂକର ସ୍ୱାନ ଜାତୀୟ ପ୍ରାଣୀ ସୃଷ୍ଟି କରାଯାଇଛି । ଗଧିଆ-କୁକୁର ସଂକରମାନଙ୍କରେ ପ୍ରଜନନ କ୍ଷମତା ବୃଦ୍ଧି ପାଉଥିବା ବେଳେ ବିଲୁଆ-କୁକୁର ସଂକରରେ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ । ପୁଣି ୩ ଥର ଅନ୍ତଃ ପ୍ରଜନନ ପରେ ଜିନ୍‍ଗତ ସମସ୍ୟା, ପରସ୍ପର ସହିତ ଯୋଗାଯୋଗରେ ଅଭାବ ମଧ୍ୟ ଦେଖାଯାଇଥାଏ ।[୧୫]

ଋଷିଆରେ ସବର୍ଣ୍ଣ ଶୃଗାଳ ଓ ଅନ୍ୟ କୁକୁରମାନଙ୍କ ମିଶ୍ରଣରେ ସୁଲିମୋଭ୍ କୁକୁର ସୃଷ୍ଟି କରାଯାଇଛି । ଏହି କୁକୁର ଏରୋଫ୍ଲୋଟ୍ ବିମାନସେବା କମ୍ପାନୀ, ବୋମା ସନ୍ଧାନ ଦଳ ଇତ୍ୟାଦିଙ୍କଦ୍ୱାରା ଏକ ସନ୍ଧାନକାରୀ କୁକୁର ରୂପେ ବ୍ୟବହୃତ ହୋଇଥାଏ ।

ଲୋକକଥା, ପୌରାଣିକ କଥା ଓ ସାହିତ୍ୟରେ ବିଲୁଆ

  • କୋୟୋଟି ଓ କୋକିଶିଆଳି ପରି ବିଲୁଆମାନଙ୍କୁ ମଧ୍ୟ ପୌରାଣିକ ଓ ଲୋକକଥାରେ ଚତୁର ଜୀବ ଭାବେ ପ୍ରଦର୍ଶିତ କରାଯାଇଛି । ଅନେକ ଗଳ୍ପରେ ଏମାନଙ୍କୁ ଚତୁର ଓ ଶଠ ବା ପ୍ରବଞ୍ଚକ ରୂପେ ଦର୍ଶିତ କରାଯାଇଛି । ନୀଳବର୍ଣ୍ଣ ଶୃଗାଳର କାହାଣୀ ଏହିପରି ଏକ ଉଦାହରଣ ।
  • ପ୍ରାଚୀନ ମିଶର୍ ସଭ୍ୟତାରେ ପ୍ରଚଳିତ ଧର୍ମରେ ମୃତ୍ୟୁର ପରବର୍ତ୍ତୀ ଲୋକର ବା ମମ୍ମି ସମ୍ପର୍କିତ ଦେବତା ଏନୁବିସ୍ (ପ୍ରାଚୀନ ଗ୍ରୀକ୍ ଭାଷାରେ Ἄνουβις)ଙ୍କ ମୁଣ୍ଡ ବା ମୁହଁ ବିଲୁଆ-ମୁଣ୍ଡ ପରି ।
  • ଖ୍ରୀଷ୍ଟଧର୍ମର ବାଇବେଲ୍ ଗ୍ରନ୍ଥରେ ପ୍ରାୟ ୧୪ ଥର ବିଲୁଆର ଉଲ୍ଲେଖ ରହିଛି । ପରିତ୍ୟକ୍ତତା, ଏକକୀ ରହିବାର ମନୋଭାବକୁ ବିଲୁଆର ଜୀବନ ଧାରଣ ସହ ସାହିତ୍ୟିକ ଉପମା ଦିଆଯାଇଛି । ଯେଉଁ ମନୁଷ୍ୟମାନେ ସହରରୁ ଦୂରରେ ଅଲଗାରେ ପରିତ୍ୟକ୍ତ ଓ ବର୍ଜ୍ଜିତ ଅଞ୍ଚଳରେ ରହିବା ସେମାନଙ୍କ ଉଦ୍ଦେଶ୍ୟରେ ଏହି ଉପମାର ବ୍ୟବହାର କରାଯାଇଛି । ବାଇବେଲ୍‍ର କେତେକ ଅନୁବାଦରେ ଏହାକୁ ଜଙ୍ଗଲି କୁକୁର ବୋଲି ଲେଖାଯାଇଛି ।
  • ଆଫ୍ରିକାର ସେରର୍ ଧର୍ମରେ ସୃଷ୍ଟିର ରଚନା କିମ୍ବଦନ୍ତୀରେ କୁହାଯାଇଛି ଯେ ସର୍ବଶକ୍ତିଶାଳୀ ଭଗବାନ ରୁଗ୍ ସବୁଠାରୁ ପ୍ରଥମେ ବିଲୁଆର ସୃଷ୍ଟି କରିଥିଲେ ।[୧୬]
  • ପାବଲୋ ନିରୁଡାଙ୍କ କବିତା "I Explain a Few Things"ରେ ଫ୍ରାଂସିସ୍କୋ ଫ୍ରାଙ୍କୋ ଓ ତାଙ୍କ ସହଯୋଗୀମାନଙ୍କୁ ବିଲୁଆ ଭାବେ ଅଭିହିତ କରିଛନ୍ତି ("...Jackals that the jackal would drive off...") ।
  • ରୁଡ୍ୟାର୍ଡ୍ କିପ୍ଲିଂଗଙ୍କ ଲିଖିତ "ଦ ଜଙ୍ଗଲ ବୁକ୍" ଗଳ୍ପରେ ଖଳନାୟକ ଶେର୍ ଖାନ୍‍ର ସାଥୀ ହେଉଛି "ତବାକି" ନାମକ ଏକ ଭୀରୁ ସୁବର୍ଣ୍ଣ ଶୃଗାଳ । ଶିକାରୀ ଓ ଲେଖକ କେନ୍ନେଥ୍ ଆଣ୍ଡର୍ସନ୍ ନିଜ ଗଳ୍ପ "The Call of the Man-eater” (ନରଖାଦକର ଡାକ)ରେ ଏକ ଏକାକୀ ବିଲୁଆ ଓ ନରଖାଦକ ମହାବଳ ବାଘ ମଧ୍ୟରେ ରହିଥିବା ଅଦ୍ଭୁତ ଯୁଗଳବନ୍ଦୀ ବିଷୟରେ ଉଲ୍ଲେଖ କରିଛନ୍ତି ।.[୧୭]
  • ବାଇବେଲ୍‍ର ରାଜା ଜେମ୍‍ସ୍ ଅନୁବାଦର ୧୩:୨୧ ଖଣ୍ଡରେ ଦୁଃଖ ଓ ଦୁର୍ଭାଗ୍ୟର ବାହକ ଜୀବର ଉଲ୍ଲେଖ ରହିଛି । ଏହି ଜୀବ ବିଲୁଆ କିମ୍ବା ହେଟାବାଘ ହୋଇଥିବା ଅନେକ ଗବେଷକ କହିଛନ୍ତି ।[୧୮]
  • ଭାରତପାକିସ୍ତାନର ବିଭିନ୍ନ ପ୍ରସିଦ୍ଧ ଉକ୍ତି ଓ ଋଢ଼ିରେ ବିଲୁଆର ଉଲ୍ଲେଖ ରହିଛି । ଯଥା ଟିପୁ ସୁଲତାନ୍ କହିଥିବା "ଶହେ ବର୍ଷ ବିଲୁଆପରି ବଞ୍ଚିବା ଅପେକ୍ଷା ଗୋଟିଏ ଦିନ ସିଂହପରି ବଞ୍ଚିବା ଶ୍ରେୟସ୍କର ।"
  • ସ୍ୱିସ୍ ଫ୍ୟାମିଲି ରବିନ୍‍ସନ୍ (Swiss Family Robinson) ନାମକ ଏକ ଜର୍ମାନ୍ ଉପନ୍ୟାସରେ ଅନେକ ସ୍ଥାନରେ ବିଲୁଆମାନଙ୍କ ଉଲ୍ଲେଖ ରହିଛି ।
  • ପିୟର୍ସ୍ ବ୍ରାଉନ୍‍ଙ୍କ ରଚିତ "ରେଡ୍ ରାଇଜିଂ" ପୁସ୍ତକମାଳାରେ ଏଡ୍ରିୟସ୍ ଅଉ ଅଗଷ୍ଟସ୍ ନାମକ ଏକ ଖଳନାୟକ ଚରିତ୍ର ବିଲୁଆ ଭାବେ ପରିଚିତ ।
  • ତାନ୍ତ୍ରିକ ପ୍ରଥାରେ ବିଲୁଆମାନଙ୍କୁ କାଳୀ ମାତାଙ୍କ ଦୂତ ବୋଲି ବିବେଚନା କରାଯାଇଥାଏ । ମାଂସ ଭୋଗରେ ପ୍ରଦାନ କରାଗଲେ ଦେବୀ ବିଲୁଆର ରୂପ ଧରି ଦର୍ଶନ ଦିଅନ୍ତି ବୋଲି ବିଶ୍ୱାସ କରାଯାଏ । ଦେବୀ ଚାମୁଣ୍ଡାଙ୍କ ଚତୁର୍ପାର୍ଶ୍ୱରେ ବିଲୁଆମାନେ ରହିଥିବାର ପୌରାଣିକ ବର୍ଣ୍ଣନା ରହିଛି ।
  • ପିଲାମାନଙ୍କ ଗପରେ ବିଲୁଆମାନଙ୍କୁ "ବିଲୁଆ ନନା" ବୋଲି ସମ୍ବୋଧିତ କରାଯାଇଥାଏ । ବିଲୁଆ ନିଜ ଚତୁରତାର ବାଘ ସିଂହ ପରି ଶକ୍ତିଶାଳୀ ଜୀବଙ୍କୁ ଅପଦସ୍ଥ କରିବା ବା ପରାଜିତ କରିବାର କାହାଣୀ, ଅନ୍ୟକୁ ନିଜ ଚତୁରତା ବବଳରେ ଠକିବା ସମୟରେ ପାନେ ପାଇବା ଇତ୍ୟାଦି ଭିନ୍ନ ଭିନ୍ନ ଚରିତ୍ରରେ ବିଲୁଆ ଆବିର୍ଭାବ ହୋଇଛି ।
  • ଫ୍ରେଡେରିକ୍ ଫୋର୍‍ସାଇଥ୍‍ଙ୍କ ରଚିତ "The Day of the Jackal" (ଦ ଡେ ଅଫ୍ ଦ ଜ୍ୟାକଲ୍ – ବିଲୁଆର ଦିନ) ଉପନ୍ୟାସରେ ଫରାସୀ ରାଷ୍ଟ୍ରମୁଖ୍ୟଙ୍କ ହତ୍ୟା ଷଡ଼ଯନ୍ତ୍ରର କାହାଣୀ ବର୍ଣ୍ଣିତ ।

ଆଧାର

  1. Coyote (2004) by E.M. Gese & M. Bekoff Archived 2011-01-04 at the Wayback Machine.
  2. "jackal". The American Heritage Dictionary of the English Language.
  3. Harper, Douglas. "jackal". Online Etymology Dictionary. {{cite web}}: Cite has empty unknown parameter: |name-list-format= (help)
  4. ୪.୦ ୪.୧ Lindblad-Toh, K.; Wade, C. M.; Mikkelsen, T. S.; Karlsson, E. K.; Jaffe, D. B.; Kamal, M.; Clamp, M.; Chang, J. L.; Kulbokas, E. J.; Zody, M. C.; Mauceli, E.; Xie, X.; Breen, M.; Wayne, R. K.; Ostrander, E. A.; Ponting, C. P.; Galibert, F.; Smith, D. R.; Dejong, P. J.; Kirkness, E.; Alvarez, P.; Biagi, T.; Brockman, W.; Butler, J.; Chin, C. W.; Cook, A.; Cuff, J.; Daly, M. J.; Decaprio, D.; et al. (2005). "Genome sequence, comparative analysis and haplotype structure of the domestic dog". Nature. 438 (7069): 803–819. Bibcode:2005Natur.438..803L. doi:10.1038/nature04338. PMID 16341006.
  5. ୫.୦ ୫.୧ Koepfli, K.-P.; Pollinger, J.; Godinho, R.; Robinson, J.; Lea, A.; Hendricks, S.; Schweizer, R. M.; Thalmann, O.; Silva, P.; Fan, Z.; Yurchenko, A. A.; Dobrynin, P.; Makunin, A.; Cahill, J. A.; Shapiro, B.; Álvares, F.; Brito, J. C.; Geffen, E.; Leonard, J. A.; Helgen, K. M.; Johnson, W. E.; O’Brien, S. J.; Van Valkenburgh, B.; Wayne, R. K. (2015-08-17). "Genome-wide Evidence Reveals that African and Eurasian Golden Jackals Are Distinct Species". Current Biology. 25 (16): 2158–65. doi:10.1016/j.cub.2015.06.060. PMID 26234211.
  6. ୬.୦ ୬.୧ Thos vs Canis Archived 2008-04-16 at the Wayback Machine.
  7. Wayne, R. (1993). "Molecular evolution of the dog family". Trends in Genetics. 9 (6): 218–24. doi:10.1016/0168-9525(93)90122-X. PMID 8337763.
  8. Melinda A. Zeder, ed. (2006). "Chapter 19:Genetic Analysis of Dog Domestication". [ବିଲୁଆ at Google Books Documenting Domestication:New Genetic and Archaeological Paradigms]. University of California Press. pp. 279–295. ISBN 978-0-520-24638-6. {{cite book}}: Check |url= value (help); Cite uses deprecated parameter |authors= (help)
  9. Wurster-Hill, D. H.; Centerwall, W. R. (1982). "The interrelationships of chromosome banding patterns in canids, mustelids, hyena, and felids". Cytogenetics and Cell Genetics. 34 (1–2): 178–192. doi:10.1159/000131806. PMID 7151489.
  10. Miklósi, Adam (2008). "4.2.1". Dog behaviour : evolution and cognition. Oxford: Oxford University Press. ISBN 9780199545667. Retrieved 27 May 2017.
  11. Dinets V. The Canis tangle: a systematics overview and taxonomic recommendations. Vavilovskii Zhurnal Genetiki i Selektsii – Vavilov Journal of Genetics and Breeding. 2015;19(3):286-291.
  12. "Side-Striped Jackal" (PDF). Canids.org. Archived from the original (PDF) on 2009-02-20. Retrieved 2010-03-19.
  13. Macdonald, David (1992). The Velvet Claw. p. 256. ISBN 978-0-563-20844-0.
  14. Estes, Richard (1992). The behavior guide to African mammals: including hoofed mammals, carnivores, primates. University of California Press. ISBN 978-0-520-08085-0.
  15. Feddersen-Petersen, Dorit (2004). Hundepsychologie (in ଜର୍ମାନ) (4th ed.). Stuttgart: Franck-Kosmos-Verlag. ISBN 978-3-440-09780-9.
  16. Thiaw, Issa laye (23–24 June 2009), "Mythe de la création du monde selon les sages sereer" (PDF), Enracinement et Ouverture — "Plaidoyer pour le dialogue interreligieux" (in French), Dakar: Konrad Adenauer Stiftung, pp. 45–50{{citation}}: CS1 maint: unrecognized language (link)
  17. Anderson, Kenneth. The Call of the Man-eater. p. 32, 36, 42. ISBN 978-81-716-7469-5.
  18. "Jackal", classic.net.bible.org; accessed 26 February 2015.

ଆହୁରି ପଢ଼ିପାରିବେ

  • The New Encyclopedia of Mammals edited by David Macdonald, Oxford University Press, 2001; ISBN 0-19-850823-9
  • Cry of the Kalahari, by Mark and Delia Owens, Mariner Books, 1992.
  • The Velvet Claw: A Natural History of the Carnivores, by David MacDonald, BBC Books, 1992.
  • Foxes, Wolves, and Wild Dogs of the World, by David Alderton, Facts on File, 2004.

ଅନ୍ୟାନ୍ୟ ଲିଂକ୍