"ସୁମିତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ Bot: Automated text replacement (-୍ଵ +୍ୱ)
୬ କ ଧାଡ଼ି: ୬ କ ଧାଡ଼ି:

ମହାରାଣୀ କୌଶଲ୍ୟା ପାଟରାଣୀ ଥିଲେ । ମହାରାଜାଙ୍କ ପାଇଁ ମହାରାଣୀ କୈକେୟୀ ସବୁଠାରୁ ପ୍ରିୟ ଥିଲେ । ମହାରାଜ ଦଶରଥ ପ୍ରାୟତଃ କୈକେୟୀଙ୍କ ପ୍ରାସାଦରେ ରହିଥା’ନ୍ତି । ରାଣୀ ସୁମିତ୍ରା ପାଟରାଣୀ କୌଶଲ୍ୟାଙ୍କ ପାଖେ ପାଖେ ରହି ତାଙ୍କ ସେବା କରିବାକୁ ନିଜ ଧର୍ମ ବିବେଚନା କରିଥିଲେ । ଏପରିକି ରାମଙ୍କ ବନବାସ ସମୟରେ ସେ ହିଁ ଲକ୍ଷ୍ମଣଙ୍କୁ ରାମଙ୍କ ସହ ବନଗମନ କରିବାକୁ ଉତ୍ସାହିତ କରିଥିଲେ ।

== ବ୍ୟକ୍ତିତ୍ୱ ==
== ବ୍ୟକ୍ତିତ୍ଵ ==
"ରାମଚରିତ ମାନସ"ରେ ତୁଳସୀଦାସ ଜୀ ସୁମିତ୍ରାଙ୍କ ବ୍ୟକ୍ତିତ୍ଵର ବର୍ଣ୍ନନା ଏଭଳି ଭାବେ କରିଛନ୍ତି ।
"ରାମଚରିତ ମାନସ"ରେ ତୁଳସୀଦାସ ଜୀ ସୁମିତ୍ରାଙ୍କ ବ୍ୟକ୍ତିତ୍ୱର ବର୍ଣ୍ନନା ଏଭଳି ଭାବେ କରିଛନ୍ତି ।

ସୁମିତ୍ରା କୌଶଲ୍ୟାଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ, ପ୍ରଭାବଶାଳୀ ଏବଂ ସଂଘର୍ଷମୟୀ ରମଣୀ ଥିଲେ । ଯେତେବେଳେ ଲକ୍ଷ୍ମଣ ମାତା କୈକେୟୀଙ୍କ ବଚନ ପାଳନ ନିମନ୍ତେ ଭ୍ରାତା ଶ୍ରୀ ରାମଙ୍କ ସହିତ ଜଙ୍ଗଲକୁ ଯିବାକୁ ତାଙ୍କ ମା’ଙ୍କ ଅନୁମତି ଚାହାଁନ୍ତି, ସେତେବେଳେ ସୁମିତ୍ରା କୁହନ୍ତି ଯେ, "ଯେଉଁଠାରେ ଶ୍ରୀ ରାମ ବାସ କରନ୍ତି ସେଠାରେ ହିଁ ଅଯୋଧ୍ୟା । ଯଦି ନିଶ୍ଚିତ ଭାବରେ ସୀତା-ରାମ ଜଙ୍ଗଲକୁ ଯାଆନ୍ତି, ତେବେ ଅଯୋଧ୍ୟାରେ ତୁମର କୌଣସି କାମ ନାହିଁ ।" 'ରାମ ଚରିତ ମାନସ'ର ନିମ୍ନୋକ୍ତ ଧାଡ଼ିଗୁଡିକ ପ୍ରଣିଧାନ ଯୋଗ୍ୟ:

୦୧:୧୬, ୧ ମାର୍ଚ୍ଚ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ହିନ୍ଦୁ ପୁରାଣ ରାମାୟଣ ଅନୁସାରେ ରାଜା ଦଶରଥଙ୍କ ତିନି ରାଣୀ ଥିଲେ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା । ସୁମିତ୍ରା (ସଂସ୍କୃତ: सुमित्रा) ହେଉଛନ୍ତି ତାଙ୍କର ତିନି ପତ୍ନୀଙ୍କ ମଧ୍ୟରେ କନିଷ୍ଠା । ସେ ଥିଲେ ଦୁଇ ଯାଆଁଳା ପୁଅ ଲକ୍ଷ୍ମଣ ଏବଂ ଶତ୍ରୁଘ୍ନଙ୍କର ମାତା । ଦଶରଥଙ୍କ ପତ୍ନୀମାନଙ୍କ ମଧ୍ୟରେ ତାଙ୍କୁ ଜ୍ଞାନୀ ଭାବରେ ପରିଗଣିତ କରାଯାଏ । ସୁମିତ୍ରା ଅନେକ ସମୟରେ ଦଶରଥଙ୍କୁ ତାଙ୍କ ସମସ୍ୟାରେ ସାହାଯ୍ୟ କରିଥିଲେ ।

ପୌରାଣିକ ଗାଥା

ବହୁଦିନ ଧରି ରାଜା ଦଶରଥ ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଷ୍ୟଶୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ[୧] । ବଶିଷ୍ଠ ଓ ଋଷ୍ୟଶୃଙ୍ଗଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟ ଅଧା ଭାଗକୁ କୈକେୟୀଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣଶତୃଘ୍ନ ଜନ୍ମ ଗ୍ରହଣ କଲେ[୨][୩]

ମହାରାଣୀ କୌଶଲ୍ୟା ପାଟରାଣୀ ଥିଲେ । ମହାରାଜାଙ୍କ ପାଇଁ ମହାରାଣୀ କୈକେୟୀ ସବୁଠାରୁ ପ୍ରିୟ ଥିଲେ । ମହାରାଜ ଦଶରଥ ପ୍ରାୟତଃ କୈକେୟୀଙ୍କ ପ୍ରାସାଦରେ ରହିଥା’ନ୍ତି । ରାଣୀ ସୁମିତ୍ରା ପାଟରାଣୀ କୌଶଲ୍ୟାଙ୍କ ପାଖେ ପାଖେ ରହି ତାଙ୍କ ସେବା କରିବାକୁ ନିଜ ଧର୍ମ ବିବେଚନା କରିଥିଲେ । ଏପରିକି ରାମଙ୍କ ବନବାସ ସମୟରେ ସେ ହିଁ ଲକ୍ଷ୍ମଣଙ୍କୁ ରାମଙ୍କ ସହ ବନଗମନ କରିବାକୁ ଉତ୍ସାହିତ କରିଥିଲେ ।

ବ୍ୟକ୍ତିତ୍ୱ

"ରାମଚରିତ ମାନସ"ରେ ତୁଳସୀଦାସ ଜୀ ସୁମିତ୍ରାଙ୍କ ବ୍ୟକ୍ତିତ୍ୱର ବର୍ଣ୍ନନା ଏଭଳି ଭାବେ କରିଛନ୍ତି ।

ସୁମିତ୍ରା କୌଶଲ୍ୟାଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ, ପ୍ରଭାବଶାଳୀ ଏବଂ ସଂଘର୍ଷମୟୀ ରମଣୀ ଥିଲେ । ଯେତେବେଳେ ଲକ୍ଷ୍ମଣ ମାତା କୈକେୟୀଙ୍କ ବଚନ ପାଳନ ନିମନ୍ତେ ଭ୍ରାତା ଶ୍ରୀ ରାମଙ୍କ ସହିତ ଜଙ୍ଗଲକୁ ଯିବାକୁ ତାଙ୍କ ମା’ଙ୍କ ଅନୁମତି ଚାହାଁନ୍ତି, ସେତେବେଳେ ସୁମିତ୍ରା କୁହନ୍ତି ଯେ, "ଯେଉଁଠାରେ ଶ୍ରୀ ରାମ ବାସ କରନ୍ତି ସେଠାରେ ହିଁ ଅଯୋଧ୍ୟା । ଯଦି ନିଶ୍ଚିତ ଭାବରେ ସୀତା-ରାମ ଜଙ୍ଗଲକୁ ଯାଆନ୍ତି, ତେବେ ଅଯୋଧ୍ୟାରେ ତୁମର କୌଣସି କାମ ନାହିଁ ।" 'ରାମ ଚରିତ ମାନସ'ର ନିମ୍ନୋକ୍ତ ଧାଡ଼ିଗୁଡିକ ପ୍ରଣିଧାନ ଯୋଗ୍ୟ:

"अवध तहाँ जहँ राम निवासू ।
तहँइँ दिवसु जहँ भानु प्रकासू ।
जौं पै सीय राम बन जाहीं ।
अवध तुम्हार काजु कछु नाहीं ।"

ଏହିପରି ଭାବେ ସୁମିତ୍ରା ଇତିହାସର ପୁନରାବୃତ୍ତି ନୁହେଁ, ବରଂ ନୂତନ ଚେତନା ସହିତ ସଜ୍ଜିତ ମହିଳା । ସେ ରାମ-ଲକ୍ଷ୍ମଣଙ୍କୁ ଜଣେ ଆଦର୍ଶ ମାତା ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦିଅନ୍ତି ।

ଆଧାର

  1. "santkesavadas" ପୃ-୨୭
  2. "santkesavadas" ପୃ-29
  3. "Birth Story of Lord Rama". ApniSanskriti - Back to veda. Retrieved 26 February 2021.