"ସୁମିତ୍ରା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hpsatapathy (ଆଲୋଚନା | ଅବଦାନ) ଟିକେ →ପୌରାଣିକ ଗାଥା |
Hpsatapathy (ଆଲୋଚନା | ଅବଦାନ) ଟିକେ →ବ୍ୟକ୍ତିତ୍ଵ |
||
୧୧ କ ଧାଡ଼ି: | ୧୧ କ ଧାଡ଼ି: | ||
ସୁମିତ୍ରା କୌଶଲ୍ୟାଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ, ପ୍ରଭାବଶାଳୀ ଏବଂ ସଂଘର୍ଷମୟୀ ରମଣୀ ଥିଲେ । ଯେତେବେଳେ ଲକ୍ଷ୍ମଣ ମାତା କୈକେୟୀଙ୍କ ବଚନ ପାଳନ ନିମନ୍ତେ ଭ୍ରାତା ଶ୍ରୀ ରାମଙ୍କ ସହିତ ଜଙ୍ଗଲକୁ ଯିବାକୁ ତାଙ୍କ ମା’ଙ୍କ ଅନୁମତି ଚାହାଁନ୍ତି, ସେତେବେଳେ ସୁମିତ୍ରା କୁହନ୍ତି ଯେ ଯେଉଁଠାରେ ଶ୍ରୀ ରାମ ବାସ କରନ୍ତି ସେଠାରେ ହିଁ ଅଯୋଧ୍ୟା । ଯଦି ନିଶ୍ଚିତ ଭାବରେ ସୀତା-ରାମ ଜଙ୍ଗଲକୁ ଯାଆନ୍ତି, ତେବେ ଅଯୋଧ୍ୟାରେ ତୁମର କୌଣସି କାମ ନାହିଁ । 'ରାମ ଚରିତ ମାନସ'ର ଉପରୋକ୍ତ ଧାଡିଗୁଡିକ ପ୍ରଣିଧାନ ଯୋଗ୍ୟ: |
ସୁମିତ୍ରା କୌଶଲ୍ୟାଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ, ପ୍ରଭାବଶାଳୀ ଏବଂ ସଂଘର୍ଷମୟୀ ରମଣୀ ଥିଲେ । ଯେତେବେଳେ ଲକ୍ଷ୍ମଣ ମାତା କୈକେୟୀଙ୍କ ବଚନ ପାଳନ ନିମନ୍ତେ ଭ୍ରାତା ଶ୍ରୀ ରାମଙ୍କ ସହିତ ଜଙ୍ଗଲକୁ ଯିବାକୁ ତାଙ୍କ ମା’ଙ୍କ ଅନୁମତି ଚାହାଁନ୍ତି, ସେତେବେଳେ ସୁମିତ୍ରା କୁହନ୍ତି ଯେ ଯେଉଁଠାରେ ଶ୍ରୀ ରାମ ବାସ କରନ୍ତି ସେଠାରେ ହିଁ ଅଯୋଧ୍ୟା । ଯଦି ନିଶ୍ଚିତ ଭାବରେ ସୀତା-ରାମ ଜଙ୍ଗଲକୁ ଯାଆନ୍ତି, ତେବେ ଅଯୋଧ୍ୟାରେ ତୁମର କୌଣସି କାମ ନାହିଁ । 'ରାମ ଚରିତ ମାନସ'ର ଉପରୋକ୍ତ ଧାଡିଗୁଡିକ ପ୍ରଣିଧାନ ଯୋଗ୍ୟ: |
||
::अवध तहाँ जहँ राम निवासू । |
::अवध तहाँ जहँ राम निवासू । |
||
तहँइँ दिवसु जहँ भानु प्रकासू । |
::तहँइँ दिवसु जहँ भानु प्रकासू । |
||
जौं पै सीय राम बन जाहीं । |
::जौं पै सीय राम बन जाहीं । |
||
अवध तुम्हार काजु कछु नाहीं |
::अवध तुम्हार काजु कछु नाहीं |
||
ଏହିପରି ଭାବେ ସୁମିତ୍ରା ଇତିହାସର ପୁନରାବୃତ୍ତି ନୁହେଁ, ବରଂ ନୂତନ ଚେତନା ସହିତ ସଜ୍ଜିତ ମହିଳା । ସେ ରାମ-ଲକ୍ଷ୍ମଣଙ୍କୁ ଜଣେ ଆଦର୍ଶ ମାତା ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦିଅନ୍ତି । |
ଏହିପରି ଭାବେ ସୁମିତ୍ରା ଇତିହାସର ପୁନରାବୃତ୍ତି ନୁହେଁ, ବରଂ ନୂତନ ଚେତନା ସହିତ ସଜ୍ଜିତ ମହିଳା । ସେ ରାମ-ଲକ୍ଷ୍ମଣଙ୍କୁ ଜଣେ ଆଦର୍ଶ ମାତା ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦିଅନ୍ତି । |
୧୪:୩୬, ୨୬ ଫେବୃଆରୀ ୨୦୨୧ ଅନୁସାରେ କରାଯାଇଥିବା ବଦଳ
ହିନ୍ଦୁ ପୁରାଣ ରାମାୟଣ ଅନୁସାରେ ରାଜା ଦଶରଥଙ୍କ ତିନି ରାଣୀ ଥିଲେ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା । ସୁମିତ୍ରା (ସଂସ୍କୃତ: सुमित्रा) ହେଉଛି ତାଙ୍କର ତିନି ପତ୍ନୀଙ୍କ ମଧ୍ୟରେ କନିଷ୍ଠା । ସେ ଥିଲେ ଦୁଇ ଯାଆଁଳା ପୁଅ ଲକ୍ଷ୍ମଣ ଏବଂ ଶତ୍ରୁଘ୍ନଙ୍କର ମାତା । ଦଶରଥଙ୍କ ପତ୍ନୀମାନଙ୍କ ମଧ୍ୟରେ ତାଙ୍କୁ ଜ୍ଞାନୀ ଭାବରେ ପରିଗଣିତ କରାଯାଏ । ସୁମିତ୍ରା ଅନେକ ସମୟରେ ଦଶରଥଙ୍କୁ ତାଙ୍କ ସମସ୍ୟାରେ ସାହାଯ୍ୟ କରିଥିଲେ ।
ପୌରାଣିକ ଗାଥା
ବହୁଦିନ ଧରି ରାଜା ଦଶରଥ ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଷ୍ୟଶୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ[୧] । ବଶିଷ୍ଠ ଓ ଋଷ୍ୟଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟ ଅଧା ଭାଗକୁ କୈକେୟୀଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣ ଓ ଶତୃଘ୍ନ ଜନ୍ମ ଗ୍ରହଣ କଲେ[୨] । [୩]
ମହାରାଣୀ କୌଶଲ୍ୟା ପାଟରାଣୀ ଥିଲେ । ମହାରାଜାଙ୍କ ପାଇଁ ମହାରାଣୀ କୈକେୟୀ ସବୁଠାରୁ ପ୍ରିୟ ଥିଲେ । ମହାରାଜ ଦଶରଥ ପ୍ରାୟତଃ କୈକେୟୀଙ୍କ ପ୍ରାସାଦରେ ରହିଥା’ନ୍ତି । ରାଣୀ ସୁମିତ୍ରା ପାଟରାଣୀ କୌସଲ୍ୟାଙ୍କ ପାଖେ ପାଖେ ରହି ତାଙ୍କ ସେବା କରିବାକୁ ନିଜ ଧର୍ମ ବିବେଚନା କରିଥିଲେ । ଏପରିକି ରାମଙ୍କ ବନବାସ ସମୟରେ ସେ ହିଁ ଲକ୍ଷ୍ମଣଙ୍କୁ ରାମଙ୍କ ସହ ବନଗମନ କରିବାକୁ ଉତ୍ସାହିତ କରିଥିଲେ ।
ବ୍ୟକ୍ତିତ୍ଵ
ରାମଚରିତ ମାନସରେ ତୁଳସୀଦାସ ଜୀ ସୁମିତ୍ରାଙ୍କ ବ୍ୟକ୍ତିତ୍ଵର ବର୍ଣ୍ନନା ଏଭଳି ଭାବେ କରିଛନ୍ତି ।
ସୁମିତ୍ରା କୌଶଲ୍ୟାଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ, ପ୍ରଭାବଶାଳୀ ଏବଂ ସଂଘର୍ଷମୟୀ ରମଣୀ ଥିଲେ । ଯେତେବେଳେ ଲକ୍ଷ୍ମଣ ମାତା କୈକେୟୀଙ୍କ ବଚନ ପାଳନ ନିମନ୍ତେ ଭ୍ରାତା ଶ୍ରୀ ରାମଙ୍କ ସହିତ ଜଙ୍ଗଲକୁ ଯିବାକୁ ତାଙ୍କ ମା’ଙ୍କ ଅନୁମତି ଚାହାଁନ୍ତି, ସେତେବେଳେ ସୁମିତ୍ରା କୁହନ୍ତି ଯେ ଯେଉଁଠାରେ ଶ୍ରୀ ରାମ ବାସ କରନ୍ତି ସେଠାରେ ହିଁ ଅଯୋଧ୍ୟା । ଯଦି ନିଶ୍ଚିତ ଭାବରେ ସୀତା-ରାମ ଜଙ୍ଗଲକୁ ଯାଆନ୍ତି, ତେବେ ଅଯୋଧ୍ୟାରେ ତୁମର କୌଣସି କାମ ନାହିଁ । 'ରାମ ଚରିତ ମାନସ'ର ଉପରୋକ୍ତ ଧାଡିଗୁଡିକ ପ୍ରଣିଧାନ ଯୋଗ୍ୟ:
- अवध तहाँ जहँ राम निवासू ।
- तहँइँ दिवसु जहँ भानु प्रकासू ।
- जौं पै सीय राम बन जाहीं ।
- अवध तुम्हार काजु कछु नाहीं
ଏହିପରି ଭାବେ ସୁମିତ୍ରା ଇତିହାସର ପୁନରାବୃତ୍ତି ନୁହେଁ, ବରଂ ନୂତନ ଚେତନା ସହିତ ସଜ୍ଜିତ ମହିଳା । ସେ ରାମ-ଲକ୍ଷ୍ମଣଙ୍କୁ ଜଣେ ଆଦର୍ଶ ମାତା ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦିଅନ୍ତି ।
ଆଧାର
- ↑ "santkesavadas" ପୃ-୨୭
- ↑ "santkesavadas" ପୃ-29
- ↑ "Birth Story of Lord Rama". ApniSanskriti - Back to veda. Retrieved 26 February 2021.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |