"ବାର୍ସେଲୋନା ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେNo edit summary
୫୨ କ ଧାଡ଼ି: ୫୨ କ ଧାଡ଼ି:
[[File:Maradona Barcelona shirt.jpg|thumb|right|ଏଫ୍‍ସି ବାର୍ସେଲୋନା ସଂଗ୍ରହାଳୟରେ ଡିଏଗୋ ମାରାଡୋନାଙ୍କ ବ୍ଲାଉଗ୍ରାନା ପୋଷାକ]]
[[File:Maradona Barcelona shirt.jpg|thumb|right|ଏଫ୍‍ସି ବାର୍ସେଲୋନା ସଂଗ୍ରହାଳୟରେ ଡିଏଗୋ ମାରାଡୋନାଙ୍କ ବ୍ଲାଉଗ୍ରାନା ପୋଷାକ]]
ଜୁନ୍ ୧୯୮୨ ମସିହାରେ ବାର୍ସେଲୋନା କ୍ଲବ ୫୦ ଲକ୍ଷ ପାଉଣ୍ଡ ମୂଲ୍ୟ ଦେଇ ଡିଏଗୋ ମାରାଡୋନାଙ୍କୁ ଦଳ ପାଇଁ ବୋକା ଜୁନିଅର୍ସ କ୍ଲବଠାରୁ କିଣିଥିଲା ।<ref>Dobson, Stephen; Goddard, John A. p. 180</ref> କିନ୍ତୁ ବାର୍ସେଲୋନା ପାଇଁ ମାରାଡୋନା ଅଧିକ ବର୍ଷ ଖେଳିନଥିଲେ । ଏହାର କିଛି ବର୍ଷ ପରେ ନୁନ୍ୟେଜଙ୍କ ଏକ ବିରୋଧୀ ଗୋଷ୍ଠୀ ସୃଷ୍ଟି ହେଲା । ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ରାଜନୈତିକ ମତବାଦର ଅଭ୍ୟୁଦୟ ହେଲା ।<ref>Spaaij, Ramón pp. 291–292</ref>
ଜୁନ୍ ୧୯୮୨ ମସିହାରେ ବାର୍ସେଲୋନା କ୍ଲବ ୫୦ ଲକ୍ଷ ପାଉଣ୍ଡ ମୂଲ୍ୟ ଦେଇ ଡିଏଗୋ ମାରାଡୋନାଙ୍କୁ ଦଳ ପାଇଁ ବୋକା ଜୁନିଅର୍ସ କ୍ଲବଠାରୁ କିଣିଥିଲା ।<ref>Dobson, Stephen; Goddard, John A. p. 180</ref> କିନ୍ତୁ ବାର୍ସେଲୋନା ପାଇଁ ମାରାଡୋନା ଅଧିକ ବର୍ଷ ଖେଳିନଥିଲେ । ଏହାର କିଛି ବର୍ଷ ପରେ ନୁନ୍ୟେଜଙ୍କ ଏକ ବିରୋଧୀ ଗୋଷ୍ଠୀ ସୃଷ୍ଟି ହେଲା । ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ରାଜନୈତିକ ମତବାଦର ଅଭ୍ୟୁଦୟ ହେଲା ।<ref>Spaaij, Ramón pp. 291–292</ref>
[[File:Cruyff_a_la_banqueta_del_Camp_Nou.jpg|thumb|left|200px|ବାର୍ସେଲୋନା ଡ୍ରିମ୍ ଟିମ୍‍ର ପ୍ରଶିକ୍ଷକ ୟୋହାନ କ୍ରଏଫ୍]]
[[File:Cruyff_a_la_banqueta_del_Camp_Nou.jpg|thumb|left|200px|ବାର୍ସେଲୋନା ଡ୍ରିମ୍ ଟିମ୍‍ର ପ୍ରଶିକ୍ଷକ ୟୋହାନ କ୍ରାଫ୍]]
୧୯୮୮ ମସିହାରେ ୟୋହାନ କ୍ରଏଫ୍ ବାର୍ସେଲୋନାକୁ ମୁଖ୍ୟ ପରିଚାଳକ ଭାବେ ପ୍ରତ୍ୟାବର୍ତ୍ତନ କଲେ ଓ ଏକ ଦଳର ସଂଯୋଜନାରେ ଲାଗି ପଡ଼ିଲେ ଯାହାକୁ ପରେ ବାର୍ସେଲୋନାର ଡ୍ରିମ୍ ଟିମ୍ ଭାବେ ଅଭିହିତ କରାଯାଇଥିଲା ।<ref>{{cite web|last=Duff |first=Alex |url=https://www.bloomberg.com/apps/news?pid=newsarchive&sid=aoCiLlYsuvL8 |title=Barcelona Emulates 'Dream Team' to Win European Title |publisher=Bloomberg |date=18 May 2006 |access-date=5 October 2010 |url-status=dead |archive-url=https://web.archive.org/web/20121105120217/http://www.bloomberg.com/apps/news?pid=newsarchive&sid=aoCiLlYsuvL8 |archive-date=5 November 2012 }}</ref> କିଛି ସ୍ପେନୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ମିଶାଇ ସେ ଏହି ଡ୍ରିମ୍ ଟିମ୍ ପ୍ରସ୍ତୁତ କଲେ ।<ref>{{cite book
୧୯୮୮ ମସିହାରେ ୟୋହାନ କ୍ରାଫ୍ ବାର୍ସେଲୋନାକୁ ମୁଖ୍ୟ ପରିଚାଳକ ଭାବେ ପ୍ରତ୍ୟାବର୍ତ୍ତନ କଲେ ଓ ଏକ ଦଳର ସଂଯୋଜନାରେ ଲାଗି ପଡ଼ିଲେ ଯାହାକୁ ପରେ ବାର୍ସେଲୋନାର ଡ୍ରିମ୍ ଟିମ୍ ଭାବେ ଅଭିହିତ କରାଯାଇଥିଲା ।<ref>{{cite web|last=Duff |first=Alex |url=https://www.bloomberg.com/apps/news?pid=newsarchive&sid=aoCiLlYsuvL8 |title=Barcelona Emulates 'Dream Team' to Win European Title |publisher=Bloomberg |date=18 May 2006 |access-date=5 October 2010 |url-status=dead |archive-url=https://web.archive.org/web/20121105120217/http://www.bloomberg.com/apps/news?pid=newsarchive&sid=aoCiLlYsuvL8 |archive-date=5 November 2012 }}</ref> କିଛି ସ୍ପେନୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ମିଶାଇ ସେ ଏହି ଡ୍ରିମ୍ ଟିମ୍ ପ୍ରସ୍ତୁତ କଲେ ।<ref>{{cite book
| last1 =Barend
| last1 =Barend
| first1 = Frits
| first1 = Frits
୬୫ କ ଧାଡ଼ି: ୬୫ କ ଧାଡ଼ି:


ଲା ମାସିଆର ପ୍ରତିଷ୍ଠାର ଦଶ ବର୍ଷ ପରେ ପେପ୍ ଗାର୍ଡିଓଲାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଗଲା ଯିଏ ପରବର୍ତ୍ତୀ ସମୟରେ ବାର୍ସେଲୋନା ଦଳର ପ୍ରଶିକ୍ଷକ ମଧ୍ୟ ହୋଇଥିଲେ ।<ref>{{cite news|url=http://www.timesonline.co.uk/tol/sport/football/european_football/article5950195.ece |author=Hawkey, Ian |work=The Times |access-date=30 July 2010|title=Novelty factor adds spice to clash of giants|date=22 March 2009 | location=London}}</ref>
ଲା ମାସିଆର ପ୍ରତିଷ୍ଠାର ଦଶ ବର୍ଷ ପରେ ପେପ୍ ଗାର୍ଡିଓଲାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଗଲା ଯିଏ ପରବର୍ତ୍ତୀ ସମୟରେ ବାର୍ସେଲୋନା ଦଳର ପ୍ରଶିକ୍ଷକ ମଧ୍ୟ ହୋଇଥିଲେ ।<ref>{{cite news|url=http://www.timesonline.co.uk/tol/sport/football/european_football/article5950195.ece |author=Hawkey, Ian |work=The Times |access-date=30 July 2010|title=Novelty factor adds spice to clash of giants|date=22 March 2009 | location=London}}</ref>
କ୍ରଏଫଙ୍କ ତତ୍ତ୍ଵାବଧାନରେ ୧୯୯୧ରୁ ୧୯୯୪ ଯାଏଁ ବାର୍ସେଲୋନା କ୍ରମାଗତ ୪ ଥର ଲା ଲିଗା ପ୍ରତିଯୋଗିତାରେ ବିଜୟ ହାସଲ କଲା । କ୍ରଏଫଙ୍କ ସମୟରେ ବାର୍ସେଲୋନା ଟି ଟ୍ରଫି ଜିତିଥିଲା । ସେ ୮ ବର୍ଷ ବାର୍ସେଲୋନା ଦଳର ପରିଚାଳକ ରହିଥିଲେ ।<ref name=honours>{{cite web|url=http://www.fcbarcelona.com/web/english/futbol/palmares/palmares.html |archive-url=http://arquivo.pt/wayback/20091003163828/http://www.fcbarcelona.com/web/english/futbol/palmares/palmares.html |url-status=dead |archive-date=3 October 2009 |title=Honours |publisher=FC Barcelona |access-date=12 March 2010 }}</ref> ପରେ କ୍ରଏଫ୍ ବାର୍ସେଲୋନାକୁ କୌଣସି ଟ୍ରଫି ଜିତାଇ ନପାରିବାରୁ ଓ ନୁନ୍ୟେଜଙ୍କ ସହିତ ମତାନ୍ତର ହେବାରୁ ବାର୍ସେଲୋନା ଦଳର ପରିଚାଳକ ପଦବୀରୁ ବିଦାୟ ନେଇଥିଲେ ।<ref name="fcbarcelona4"/> କ୍ରଏଫଙ୍କ ପ୍ରଶିକ୍ଷଣରୁ ଓ ବଲ୍ ପାସ୍ କରିବା ନୀତିରୁ ପ୍ରଭାବିତ ହୋଇ ଗାର୍ଡିଓଲା ପରେ କହିଥିଲେ ଯେ “ସେ ଗୀର୍ଜାଟି ନିର୍ମାଣ କରି ସାରିଛନ୍ତି, ଆମ କାମ ହେଲା ତାହାର ରକ୍ଷଣାବେକ୍ଷଣ ଓ ଉନ୍ନତି କରିବା ।“<ref>{{cite news|title=The inventor of modern football|url=http://www.ft.com/cms/s/0/9eb4d622-0a31-11e5-a6a8-00144feabdc0.html|work=Financial Times|date=25 October 2015}}</ref> ୨୦୦୩ ମସିହାରେ ଲାପୋର୍ତା ବାର୍ସେଲୋନା କ୍ଲବର ଅଧ୍ୟକ୍ଷ ହେଲେ ।<ref>{{cite news|title=Joan Laporta on Barcelona, Beckham, Mourinho, Guardiola and Messi|url=http://www1.skysports.com/watch/tv-shows/revista-de-la-liga/news/8713233/joan-laporta-on-barcelona-beckham-mourinho-guardiola-and-messi|publisher=Sky Sports|date=21 March 2015}}</ref>
କ୍ରାଫଙ୍କ ତତ୍ତ୍ଵାବଧାନରେ ୧୯୯୧ରୁ ୧୯୯୪ ଯାଏଁ ବାର୍ସେଲୋନା କ୍ରମାଗତ ୪ ଥର ଲା ଲିଗା ପ୍ରତିଯୋଗିତାରେ ବିଜୟ ହାସଲ କଲା । କ୍ରାଫଙ୍କ ସମୟରେ ବାର୍ସେଲୋନା ଟି ଟ୍ରଫି ଜିତିଥିଲା । ସେ ୮ ବର୍ଷ ବାର୍ସେଲୋନା ଦଳର ପରିଚାଳକ ରହିଥିଲେ ।<ref name=honours>{{cite web|url=http://www.fcbarcelona.com/web/english/futbol/palmares/palmares.html |archive-url=http://arquivo.pt/wayback/20091003163828/http://www.fcbarcelona.com/web/english/futbol/palmares/palmares.html |url-status=dead |archive-date=3 October 2009 |title=Honours |publisher=FC Barcelona |access-date=12 March 2010 }}</ref> ପରେ କ୍ରାଫ୍ ବାର୍ସେଲୋନାକୁ କୌଣସି ଟ୍ରଫି ଜିତାଇ ନପାରିବାରୁ ଓ ନୁନ୍ୟେଜଙ୍କ ସହିତ ମତାନ୍ତର ହେବାରୁ ବାର୍ସେଲୋନା ଦଳର ପରିଚାଳକ ପଦବୀରୁ ବିଦାୟ ନେଇଥିଲେ ।<ref name="fcbarcelona4"/> କ୍ରାଫଙ୍କ ପ୍ରଶିକ୍ଷଣରୁ ଓ ବଲ୍ ପାସ୍ କରିବା ନୀତିରୁ ପ୍ରଭାବିତ ହୋଇ ଗାର୍ଡିଓଲା ପରେ କହିଥିଲେ ଯେ “ସେ ଗୀର୍ଜାଟି ନିର୍ମାଣ କରି ସାରିଛନ୍ତି, ଆମ କାମ ହେଲା ତାହାର ରକ୍ଷଣାବେକ୍ଷଣ ଓ ଉନ୍ନତି କରିବା ।“<ref>{{cite news|title=The inventor of modern football|url=http://www.ft.com/cms/s/0/9eb4d622-0a31-11e5-a6a8-00144feabdc0.html|work=Financial Times|date=25 October 2015}}</ref> ୨୦୦୩ ମସିହାରେ ଲାପୋର୍ତା ବାର୍ସେଲୋନା କ୍ଲବର ଅଧ୍ୟକ୍ଷ ହେଲେ ।<ref>{{cite news|title=Joan Laporta on Barcelona, Beckham, Mourinho, Guardiola and Messi|url=http://www1.skysports.com/watch/tv-shows/revista-de-la-liga/news/8713233/joan-laporta-on-barcelona-beckham-mourinho-guardiola-and-messi|publisher=Sky Sports|date=21 March 2015}}</ref>


୧୯୯୬-୯୭ରେ ଗୋଟିଏ କ୍ରୀଡ଼ା ବର୍ଷ ପାଇଁ ବବି ରବ୍‍ସନ୍‍ଙ୍କୁ ବାର୍ସେଲୋନା କ୍ଲବ ଦଳର ପରିଚାଳକ ଦାୟିତ୍ତ୍ଵ ମିଳିଥିଲା । ବହୁଳ ବ୍ୟୟରେ ସେ ବ୍ରାଜିଲର ଫୁଟବଲ ତାରକା ରୋନାଲ୍ଡୋଙ୍କୁ ଆଇନ୍ଦୋୱେନ୍ ପିଏସ୍‍ଭି କ୍ଲବଠାରୁ କିଣି ବାର୍ସେଲୋନାରେ ସାମିଲ କରାଇଥିଲେ । ବାର୍ସେଲୋନା କୋପା ଡେଲ୍ ରେ, ୟୁଇଫା କପ ୱିନର୍ସ କପ ଓ ସୁପରକୋପା ଡି ଇସ୍ପାନା ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା । ରୋନାଲ୍ଡୋ ୪୯ଟି ମ୍ୟାଚରେ ୪୭ଟି ଗୋଲ ଅର୍ଜନ କରିଥିଲେ ।<ref name="Ronaldo"/> ସଫଳତା ସତ୍ତ୍ଵେ ଲୁଇ ଭାନ୍‍ ଗାଲ୍ ଉପଲବ୍ଧ ହେବା ପରେ ରବ୍‍ସନ୍ ପରିଚାଳକ ପଦରୁ ବିଦାୟ ନେଇଥିଲେ ।<ref name="fcbarcelona5">{{cite web |url=http://www.fcbarcelona.com/web/english/club/historia/etapes_historia/etapa_5.html |archive-url=https://archive.today/20121204192124/http://www.fcbarcelona.com/web/english/club/historia/etapes_historia/etapa_5.html |url-status=dead |archive-date=4 December 2012 |title=History part V |publisher=FC Barcelona |date=15 June 2003 |access-date=12 March 2010 }}</ref> ମାରାଡୋନାଙ୍କ ପରି ରୋନାଲ୍ଡୋ ମଧ୍ୟ ବାର୍ସେଲୋନା ଦଳ ପକ୍ଷରୁ ଅଳ୍ପ ସମୟ ପାଇଁ ଖେଳିଥିଲେ ଓ ତା’ ପରେ [[ଇଣ୍ଟର ମିଲାନ ଫୁଟବଲ କ୍ଲବ|ଇଣ୍ଟର ମିଲାନ]] ଦଳରେ ଯୋଗ ଦେଇଥିଲେ ।<ref name="Ronaldo">{{cite news|last1=Smyth|first1=Rob|title=Ronaldo at 40: Il Fenomeno's legacy as greatest ever No9, despite dodgy knees|url=https://www.theguardian.com/football/blog/2016/sep/17/ronaldo-40-birthday-brazil-greatest-ever-striker|newspaper=The Guardian|date=17 September 2016|access-date=31 August 2018}}</ref> କିନ୍ତୁ ସେତେବେଳକୁ ବାର୍ସେଲୋନାରେ ଲୁଇ ଫିଗୋ, ପ୍ୟାଟ୍ରିକ୍ କ୍ଲୁଇଭର୍ଟ, ଲୁଇ ଏନ୍ରିକେ ଓ ରିଭାଲ୍ଡୋ ପରି ଅନ୍ୟ ତାରକା ଖେଳାଳିମାନଙ୍କ ଅଭ୍ୟୁଦୟ ଘଟିଥିଲା । ୧୯୯୮ରେ ବାର୍ସେଲୋନା ଉଭୟ କୋପା ଡେଲ୍ ରେ ଓ ଲା ଲିଗାରେ ବିଜୟ ଲାଭ କରିଥିଲା । ପ୍ରିମେରା ଡିଭିଜନ୍ ଟାଇଟଲ୍ ଜିତି ବାର୍ସେଲୋନା ୧୯୯୯ ମସିହାରେ ନିଜ କ୍ଲବର ଶତବାର୍ଷିକୀ ପାଳନ କରିଥିଲା । ବାର୍ସେଲୋନାର ଚତୁର୍ଥ ଖେଳାଳି ରୂପେ ରିଭାଲ୍ଡୋ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳି ସମ୍ମାନ ଜିତିଥିଲେ । ୨୦୦୦ ମସିହାରେ ନୁନ୍ୟେଜ୍ ଓ ଭାନ୍ ଗାଲ୍ ବାର୍ସେଲୋନାରୁ ବିଦାୟ ନେଇଥିଲେ ।<ref name="fcbarcelona5"/>
୧୯୯୬-୯୭ରେ ଗୋଟିଏ କ୍ରୀଡ଼ା ବର୍ଷ ପାଇଁ ବବି ରବ୍‍ସନ୍‍ଙ୍କୁ ବାର୍ସେଲୋନା କ୍ଲବ ଦଳର ପରିଚାଳକ ଦାୟିତ୍ତ୍ଵ ମିଳିଥିଲା । ବହୁଳ ବ୍ୟୟରେ ସେ ବ୍ରାଜିଲର ଫୁଟବଲ ତାରକା ରୋନାଲ୍ଡୋଙ୍କୁ ଆଇନ୍ଦୋୱେନ୍ ପିଏସ୍‍ଭି କ୍ଲବଠାରୁ କିଣି ବାର୍ସେଲୋନାରେ ସାମିଲ କରାଇଥିଲେ । ବାର୍ସେଲୋନା କୋପା ଡେଲ୍ ରେ, ୟୁଇଫା କପ ୱିନର୍ସ କପ ଓ ସୁପରକୋପା ଡି ଇସ୍ପାନା ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା । ରୋନାଲ୍ଡୋ ୪୯ଟି ମ୍ୟାଚରେ ୪୭ଟି ଗୋଲ ଅର୍ଜନ କରିଥିଲେ ।<ref name="Ronaldo"/> ସଫଳତା ସତ୍ତ୍ଵେ ଲୁଇ ଭାନ୍‍ ଗାଲ୍ ଉପଲବ୍ଧ ହେବା ପରେ ରବ୍‍ସନ୍ ପରିଚାଳକ ପଦରୁ ବିଦାୟ ନେଇଥିଲେ ।<ref name="fcbarcelona5">{{cite web |url=http://www.fcbarcelona.com/web/english/club/historia/etapes_historia/etapa_5.html |archive-url=https://archive.today/20121204192124/http://www.fcbarcelona.com/web/english/club/historia/etapes_historia/etapa_5.html |url-status=dead |archive-date=4 December 2012 |title=History part V |publisher=FC Barcelona |date=15 June 2003 |access-date=12 March 2010 }}</ref> ମାରାଡୋନାଙ୍କ ପରି ରୋନାଲ୍ଡୋ ମଧ୍ୟ ବାର୍ସେଲୋନା ଦଳ ପକ୍ଷରୁ ଅଳ୍ପ ସମୟ ପାଇଁ ଖେଳିଥିଲେ ଓ ତା’ ପରେ [[ଇଣ୍ଟର ମିଲାନ ଫୁଟବଲ କ୍ଲବ|ଇଣ୍ଟର ମିଲାନ]] ଦଳରେ ଯୋଗ ଦେଇଥିଲେ ।<ref name="Ronaldo">{{cite news|last1=Smyth|first1=Rob|title=Ronaldo at 40: Il Fenomeno's legacy as greatest ever No9, despite dodgy knees|url=https://www.theguardian.com/football/blog/2016/sep/17/ronaldo-40-birthday-brazil-greatest-ever-striker|newspaper=The Guardian|date=17 September 2016|access-date=31 August 2018}}</ref> କିନ୍ତୁ ସେତେବେଳକୁ ବାର୍ସେଲୋନାରେ ଲୁଇ ଫିଗୋ, ପ୍ୟାଟ୍ରିକ୍ କ୍ଲୁଇଭର୍ଟ, ଲୁଇ ଏନ୍ରିକେ ଓ ରିଭାଲ୍ଡୋ ପରି ଅନ୍ୟ ତାରକା ଖେଳାଳିମାନଙ୍କ ଅଭ୍ୟୁଦୟ ଘଟିଥିଲା । ୧୯୯୮ରେ ବାର୍ସେଲୋନା ଉଭୟ କୋପା ଡେଲ୍ ରେ ଓ ଲା ଲିଗାରେ ବିଜୟ ଲାଭ କରିଥିଲା । ପ୍ରିମେରା ଡିଭିଜନ୍ ଟାଇଟଲ୍ ଜିତି ବାର୍ସେଲୋନା ୧୯୯୯ ମସିହାରେ ନିଜ କ୍ଲବର ଶତବାର୍ଷିକୀ ପାଳନ କରିଥିଲା । ବାର୍ସେଲୋନାର ଚତୁର୍ଥ ଖେଳାଳି ରୂପେ ରିଭାଲ୍ଡୋ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳି ସମ୍ମାନ ଜିତିଥିଲେ । ୨୦୦୦ ମସିହାରେ ନୁନ୍ୟେଜ୍ ଓ ଭାନ୍ ଗାଲ୍ ବାର୍ସେଲୋନାରୁ ବିଦାୟ ନେଇଥିଲେ ।<ref name="fcbarcelona5"/>
୨୪୬ କ ଧାଡ଼ି: ୨୪୬ କ ଧାଡ଼ି:
* ସ୍ୟୁଟାଟ ଏସ୍ପୋର୍ଟିଭା ହୋଆନ୍ ଗାମ୍ପର୍ (ବାର୍ସେଲୋନା ଫୁଟବଲ କ୍ଲବ୍‍ର ପ୍ରଶିକ୍ଷଣ ପଡ଼ିଆ)
* ସ୍ୟୁଟାଟ ଏସ୍ପୋର୍ଟିଭା ହୋଆନ୍ ଗାମ୍ପର୍ (ବାର୍ସେଲୋନା ଫୁଟବଲ କ୍ଲବ୍‍ର ପ୍ରଶିକ୍ଷଣ ପଡ଼ିଆ)
* ଲା ମାସିଆ (ତରୁଣ ଖେଳାଳିଙ୍କ ଆବାସ ସ୍ଥାନ)
* ଲା ମାସିଆ (ତରୁଣ ଖେଳାଳିଙ୍କ ଆବାସ ସ୍ଥାନ)
* ଏସ୍ତାଦି ୟୋହାନ୍ କ୍ରଏଫ୍ (ଅତିରିକ୍ତ ଦଳ ଓ ମହିଳା ଦଳଙ୍କ ଘର ମ୍ୟାଚ୍ ପଡ଼ିଆ)
* ଏସ୍ତାଦି ୟୋହାନ୍ କ୍ରାଫ୍ (ଅତିରିକ୍ତ ଦଳ ଓ ମହିଳା ଦଳଙ୍କ ଘର ମ୍ୟାଚ୍ ପଡ଼ିଆ)
* ପାଲାଉ ବ୍ଲାଉଗ୍ରାନା (ବାର୍ସେଲୋନା ଫୁଟବଲ କ୍ଲବର ଇଣ୍ଡୋର୍ ଷ୍ଟାଡ଼ିୟମ୍)
* ପାଲାଉ ବ୍ଲାଉଗ୍ରାନା (ବାର୍ସେଲୋନା ଫୁଟବଲ କ୍ଲବର ଇଣ୍ଡୋର୍ ଷ୍ଟାଡ଼ିୟମ୍)
* ପାଲାଉ ବ୍ଲାଉଗ୍ରାନା ୨ (ବାର୍ସେଲୋନା ଫୁଟବଲ କ୍ଲବର ଦ୍ୱିତୀୟ ଇଣ୍ଡୋର୍ ଷ୍ଟାଡ଼ିୟମ୍)
* ପାଲାଉ ବ୍ଲାଉଗ୍ରାନା ୨ (ବାର୍ସେଲୋନା ଫୁଟବଲ କ୍ଲବର ଦ୍ୱିତୀୟ ଇଣ୍ଡୋର୍ ଷ୍ଟାଡ଼ିୟମ୍)

୦୦:୨୨, ୮ ଜାନୁଆରୀ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ବାର୍ସେଲୋନା ଫୁଟବଲ କ୍ଲବ୍
ଫାଇଲ:Barca.png
ପୂର୍ଣ୍ଣ ନାମଫୁଟବଲ କ୍ଲବ୍ ବାର୍ସେଲୋନା
ଡାକ ନାମବାର୍ସା ବା ବ୍ଲାଉଗ୍ରାନା
କ୍ଷୁଦ୍ର ନାମଏଫ୍‍ସିବି (FCB)
ପ୍ରତିଷ୍ଠା୨୯-ନଭେମ୍ବର-୧୮୯୯
ଷ୍ଟାଡ଼ିୟମ୍କ୍ୟାମ୍ପ୍ ନୋଉ
ଦର୍ଶକ କ୍ଷମତା୯୯,୩୫୪[୧]
ଅଧ୍ୟକ୍ଷଚାର୍ଲସ ଟୁସକ୍ୱେଟ୍‍ସ୍ (ସାମୟିକ)
ମୁଖ୍ୟ ପ୍ରଶିକ୍ଷକରୋନାଲ୍ଡ କୋମାନ୍
ଲିଗ୍ଲା ଲିଗା
୨୦୧୯-୨୦ କ୍ରୀଡ଼ାବର୍ଷ (ସିଜନ୍)ଲା ଲିଗା (୨ୟ)
ୱେବସାଇଟ୍Club website
ବାହାର ରଙ୍ଗ
ତୃତୀୟ ରଙ୍ଗ
Current season

ବାର୍ସେଲୋନା ଫୁଟବଲ କ୍ଲବ୍ ବା ଫୁଟବଲ କ୍ଲବ୍ ବାର୍ସେଲୋନା (ସ୍ପେନୀୟ ଭାଷାରେ Futbol Club Barcelona) ସ୍ପେନର ବାର୍ସେଲୋନା ସହରର ଏକ ପ୍ରସିଦ୍ଧ ଫୁଟବଲ କ୍ଲବ । ଏହି ଫୁଟବଲ କ୍ଲବ୍ ସ୍ପେନର ଲା ଲିଗା ଫୁଟବଲ ପ୍ରତିଯୋଗିତାରେ ଖେଳିଥାଏ । ଫୁଟବଲ ପ୍ରେମୀ ଓ ସମର୍ଥକମାନେ ଏହାକୁ ଆଦରରେ ବାର୍ସା, ଏଫ୍‍ସିବି ବା କେବଳ ବାର୍ସେଲୋନା ବୋଲି କୁହନ୍ତି ।

୧୮୯୯ ମସିହାରେ ହୋଆନ୍ ଗାମ୍ପରଙ୍କ ନେତୃତ୍ୱରେ କିଛି ସ୍ୱିସ୍, ସ୍ପେନୀୟ, ଇଂରାଜୀ ଓ କାଟାଲାନ୍ ଫୁଟବଲ ଖେଳାଳି ମିଶି ଏହି କ୍ଲବ୍‍ର ପ୍ରତିଷ୍ଠା କରିଥିଲେ । ପରେ ଏହି କ୍ଲବ୍ କାଟାଲାନ୍ ସଂସ୍କୃତିର ଏକ ସଙ୍କେତ ଚିହ୍ନ ପାଲଟି ଯାଇଥିଲା । ବାର୍ସେଲୋନା ଫୁଟବଲ କ୍ଲବର ଆଦର୍ଶ ବାକ୍ୟ ହେଉଛି - "ମେସ୍ କୋ ଉନ୍ କ୍ଲୁବ୍ (Més que un club)" (ଅର୍ଥାତ୍ - "କେବଳ କ୍ଲବ୍‍ଠାରୁ ଆହୁରି ଅଧିକ") । ବାର୍ସେଲୋନା ଫୁଟବଲ କ୍ଲବ୍‍ର ସମର୍ଥକମାନେ ଏହି କ୍ଲବ୍ ଦଳର ମାଲିକ ତଥା ନିୟନ୍ତ୍ରଣକାରୀ ଯାହା ଅନ୍ୟ ପ୍ରମୁଖ ଫୁଟବଲ କ୍ଲବ୍‍‍ମାନଙ୍କରେ ଦେଖିବାକୁ ମିଳେ ନାହିଁ । ଏହି କ୍ଲବ୍‍ର ବ୍ୟାବସାୟିକ ମୂଲ୍ୟ ପ୍ରାୟ ୪୦୬ କୋଟି ଆମେରିକୀୟ ଡଲାର୍ ଓ ବିଶ୍ୱର ସବୁଠାରୁ ଧନୀ ଫୁଟବଲ କ୍ଲବ୍ ତାଲିକାରେ ଏହାର ସ୍ଥାନ ଚତୁର୍ଥ । ଏହି କ୍ଲବ୍‍ର ବାର୍ଷିକ ଆୟ ୮୪୦.୮ କୋଟି ୟୁରୋ ହୋଇଥିବାରୁ ଡେଲୋଏ ଫୁଟବଲ ମନି ଲିଗ୍ ଏହାକୁ ବିଶ୍ୱର ସବୁଠାରୁ ଧନୀ ଫୁଟବଲ କ୍ଲବ୍ ବୋଲି ମାନ୍ୟତା ଦେଇଥିଲା ।[୨][୩] ହାଉମେ ପିକାସ୍ ଓ ଜୋସେଫ୍ ମାରିଆ ଏସ୍ପିନାସଙ୍କ ଲିଖିତ "କାଣ୍ଟ୍ ଡେଲ୍ ବାର୍ସା (Cant del Barça)" ଏହି କ୍ଲବ୍‍ର ଦଳୀୟ ଗୀତ (ଆନ୍ଥେମ୍) ।[୪] ସାଧାରଣତଃ ବାର୍ସେଲୋନା ଫୁଟବଲ ଦଳର ଖେଳାଳିମାନେ ନୀଳ ଓ ଲାଲ୍ ପଟି ପଡ଼ିଥିବା ପୋଷାକ ପିନ୍ଧି ଖେଳୁଥିବାରୁ ଏହି କ୍ଲବ୍‍ର ଆଉ ଏକ ଡାକ ନାମ ହେଲା ବ୍ଲାଉଗ୍ରାନା (Blaugrana) (ବ୍ଲାଉ – ନୀଳ, ଗ୍ରାନା – ରକ୍ତ ପରି ଲାଲ) ।

ସ୍ପେନର ଘରୋଇ କ୍ଲବ୍ ଫୁଟବଲ ପ୍ରତିଯୋଗିତାମାନଙ୍କରେ ବାର୍ସେଲୋନା ୭୪ ଥର ବିଭିନ୍ନ ଟ୍ରଫି ଜିତିଛି : ୨୬ ଥର ଲା ଲିଗା, ୩୦ ଥର କୋପା ଡେଲ୍ ରେ, ୧୩ ଥର ସୁପରକୋପା ଡି ଇସ୍ପାନା, ୩ ଥର କୋପା ଇଭା ଦୁଆର୍ତେ, ଏବଂ ୨ ଥର କୋପା ଡେ ଲା ଲିଗା । ଅନ୍ତର୍ଜାତୀୟ କ୍ଲବ୍ ଫୁଟବଲ ପ୍ରତିଯୋଗିତାମାନଙ୍କରେ ବାର୍ସେଲୋନା ୨୦ ଥର ବିଭିନ୍ନ ଟ୍ରଫି ଜିତିଛି : ୫ ଥର ୟୁଇଫା ଚାମ୍ପିୟନ୍ସ ଲିଗ, ୪ ଥର ୟୁଇଫା କପ୍ ୱିନର୍ସ କପ, ୫ ଥର ୟୁଇଫା ସୁପର କପ, ୩ ଥର ଇଣ୍ଟର୍-ସିଟିସ୍ ଫେୟାର୍ସ କପ ଓ ୩ ଥର ଫିଫା କ୍ଲବ୍ ବିଶ୍ୱକପ[୫] ୧୯୯୭, ୨୦୦୯, ୨୦୧୧, ୨୦୧୨ ଓ ୨୦୧୫ ମସିହାରେ ଅନ୍ତରାଷ୍ଟ୍ରୀୟ ଫୁଟବଲ ଇତିହାସ ଓ ପରିସଂଖ୍ୟାନ ସଂଘ (International Federation of Football History & Statistics)ଦ୍ୱାରା ପ୍ରକାଶିତ ବିଶ୍ୱ ସ୍ତରର ଶ୍ରେଷ୍ଠ କ୍ଲବ୍ ତାଲିକାରେ ବାର୍ସେଲୋନା ଫୁଟବଲ କ୍ଲବ୍‍ ସର୍ବୋଚ୍ଚ ସ୍ଥାନ ଅକ୍ତିଆର କରିଥିଲା ।[୬][୭] ୨୦୧୬ ମସିହାରେ ଏହା ୟୁଇଫା କ୍ଲବ୍ ତାଲିକାରେ ଦ୍ୱିତୀୟ ଶ୍ରେଷ୍ଠ ଦଳର ମାନ୍ୟତା ପାଇଥିଲା ।[୮] ସ୍ପେନର ଆଉ ଏକ ଫୁଟବଲ କ୍ଲବ୍ ରିଆଲ ମାଦ୍ରିଦ ହେଉଛି ବାର୍ସେଲୋନା ଫୁଟବଲ ଦଳର ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଏମାନଙ୍କ ମଧ୍ୟରେ ହେଉଥିବା ଫୁଟବଲ ମ୍ୟାଚକୁ ଏଲ୍ କ୍ଲାସିକୋ (El Clásico) ବୋଲି କୁହାଯାଇଥାଏ ।

ବିଶ୍ୱର ବହୁ ଦେଶରେ ବାର୍ସେଲୋନା ଫୁଟବଲ ଦଳର ସମର୍ଥକ ରହିଛନ୍ତି ଏବଂ ସାମାଜିକ ମାଧ୍ୟମରେ ଏହାର ଅନୁସରଣକାରୀଙ୍କ (ଫଲୋଅର୍) ସଂଖ୍ୟା ସମସ୍ତ ଖେଳର ଦଳଙ୍କ ମଧ୍ୟରେ ସର୍ବାଧିକ ।[୯][୧୦] ବାର୍ସେଲୋନା ଫୁଟବଲ କ୍ଲବର ଖେଳାଳିମାନେ ୧୨ ଥର ବଲୁନ୍ ଡି’ଓର୍ ଓ ୭ ଥର ଫିଫା ୱଲ୍ଡ ପ୍ଲେୟର୍ ଅଫ୍ ଦ ଇୟର୍ ସମ୍ମାନ ଲାଭ କରିଛନ୍ତି । ରୋନାଲ୍ଡୋ (ବ୍ରାଜିଲ), ରୋନାଲ୍ଡିନୋ, ରିଭାଲ୍ଡୋ, ରୋମାରିଓ ପ୍ରଭୃତି ପ୍ରଖ୍ୟାତ ଖେଳାଳି ବାର୍ସେଲୋନା କ୍ଲବ୍ ପାଇଁ ଖେଳିଛନ୍ତି । ୨୦୧୦ ମସିହାରେ ବାର୍ସେଲୋନା କ୍ଲବ୍‍ର ତରୁଣ ଦଳରୁ ତିନି ଜଣ ଖେଳାଳି ଲିଓନେଲ୍ ମେସି, ଆଣ୍ଡ୍ରେଆସ୍ ଇନିଏସ୍ତା ଓ ଜାଭି ବାର୍ସେଲୋନା ମୁଖ୍ୟ ଦଳ ପାଇଁ ଖେଳିବା ଆରମ୍ଭ କରିଥିଲେ ଏବଂ ସେହି ବର୍ଷର ଫିଫା ବେଲୁନ୍ ଡି’ଓର୍ ସମ୍ମାନ ହାସଲ କରିଥିଲେ । ଗୋଟିଏ ଫୁଟବଲ ଦଳରୁ ୩ ଜଣ ଖେଳାଳି ଏକା ବର୍ଷରେ ଏହି ପୁରସ୍କାର ପାଇବା ଘଟଣା ପୂର୍ବରୁ କେବେ ହୋଇନଥିଲା । ବାର୍ସେଲୋନା କ୍ଲବ୍ ପାଇଁ ଖେଳୁଥିବା ଖେଳାଳିମାନେ ୮ ଥର “ୟୁରୋପୀୟ ଗୋଲ୍ଡେନ୍ ସୁ” ପୁରସ୍କାର ମଧ୍ୟ ଜିତିଛନ୍ତି ।

ବାର୍ସେଲୋନା ଫୁଟବଲ କ୍ଲବ୍, ରିଆଲ୍ ମାଦ୍ରିଦ୍ ଓ ଆଥଲେଟିକ୍ ବିଲ୍‍ବାଓ – ଏହି ତିନି କ୍ଲବ୍ ମିଶି ଲା ଲିଗା ପ୍ରିମେରା ଡିଭିଜନ୍ ପ୍ରତିଷ୍ଠା କରିଥିଲେ ଏବଂ ଏମାନେ ୧୯୨୯ରେ ଆରମ୍ଭ ହୋଇଥିବା ଲା ଲିଗାରେ ଆଜି ଯାଏଁ ସବୁ ବର୍ଷ ଯୋଗ୍ୟତା ହାସଲ କରିଆସିଛନ୍ତି । ୨୦୦୯ ମସିହାରେ ପ୍ରଥମ ସ୍ପେନୀୟ କ୍ଲବ୍ ଦଳ ଭାବେ ବାର୍ସେଲୋନା ଲା-ଲିଗା, କୋପା ଡେଲ୍ ରେ ଓ ୟୁଇଫା ଚାମ୍ପିୟନ୍ସ ଲିଗ୍ ଜିତି ମହାଦେଶୀୟ ତ୍ରି-ବିଜୟୀ ଦଳ ହୋଇଥିଲା । ସେହି ବର୍ଷ ବାର୍ସେଲୋନା କ୍ଲବ୍ ଦଳ ସୁପର୍‍କୋପା ଡି ଇସ୍ପାନା, ୟୁଇଫା ସୁପର କପ ଓ ଫିଫା କ୍ଲବ୍ ବିଶ୍ୱକପ ଜିତି ସେ ବର୍ଷର ୬ରୁ ୬ଟି ପ୍ରତିଯୋଗିତାରେ ବିଜୟ ଗୌରବ ଲାଭ କରିଥିବା ସ୍ପେନର ପ୍ରଥମ ଫୁଟବଲ କ୍ଲବ୍ ହୋଇଥିଲା ।[୧୧] ୨୦୧୧ରେ ବାର୍ସେଲୋନା କ୍ଲବ୍ ପୁଣି ୟୁରୋପୀୟ ଚାମ୍ପିୟନ୍ ହେବା ସହ ୫ଟି ଟ୍ରଫି ଜିତିଥିଲା । ପେପ୍ ଗାର୍ଡିଓଲା ମୁଖ୍ୟ ପ୍ରଶିକ୍ଷକ ଥିବାବେଳେ ୪ ବର୍ଷରୁ କମ୍ ସମୟ ମଧ୍ୟରେ ବାର୍ସେଲୋନା କ୍ଲବ୍ ୧୪ଟି ଟ୍ରଫି ଜିତିଥିବାରୁ କେହି କେହି ସେ କାଳର ଦଳକୁ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଫୁଟବଲ ଦଳ ବୋଲି ମଧ୍ୟ କୁହନ୍ତି ।[୧୨][୧୩][୧୪] ୬-ଜୁନ-୨୦୧୫ ମସିହାରେ ପଞ୍ଚମ ଥର ପାଇଁ ୟୁଇଫା ଚାମ୍ପିୟନ୍ସ ଲିଗ୍ ଜିତିଥିଲା । ଏଥି ସହିତ ବାର୍ସେଲୋନା ଦଳ ବିଶ୍ୱର ପ୍ରଥମ ୟୁରୋପୀୟ ଦଳ ଭାବେ ଦୁଇ ଥର ମହାଦେଶୀୟ ତ୍ରି-ବିଜୟୀ ଜିତିବାର ଗୌରବ ମଧ୍ୟ ଲାଭ କରିଥିଲା । ୨୦୧୮ ମସିହା ନଭେମ୍ବରରେ ଏହାର ପ୍ରମୁଖ ଦଳର ପରିଚାଳନା ପାଇଁ ୧୩ କୋଟି ଆମେରିକୀୟ ଡଲାରରୁ ଅଧିକ ବ୍ୟୟ କରିଥିଲା ଯାହା ଅନ୍ୟ କ୍ରୀଡ଼ା କ୍ଲବ୍‍ମାନଙ୍କ ମଧ୍ୟରେ ସର୍ବାଧିକ ଥିଲା ।[୧୫][୧୬]

ପ୍ରାରମ୍ଭିକ ଯୁଗର ଇତିହାସ (୧୮୯୯-୧୯୨୨)

ବାର୍ସେଲୋନା କ୍ଲବର ପ୍ରଥମ ଅଧ୍ୟକ୍ଷ ୱାଲ୍‍ଟର୍ ୱାଇଲ୍‍ଡ୍ (କାର୍ଯ୍ୟକାଳ: ୧୮୯୯-୧୯୦୧)
ବାର୍ସେଲୋନାରେ କିଛି ଫୁଟବଲ ମ୍ୟାଚ ଆୟୋଜନ କରିବା ପାଇଁ ଗାମ୍ପର୍‍ଙ୍କ ଖବରକାଗଜ ବିଜ୍ଞାପନ । ଫୁଟବଲ ଭଲ ପାଉଥିବା ଲୋକେ ତାଙ୍କୁ ଯୋଗାଯୋଗ କରନ୍ତୁ ବୋଲି ଏଥିରେ କୁହାଯାଇଛି[୧୭]

ବାର୍ସେଲୋନାରେ ଏକ ଫୁଟବଲ କ୍ଲବ୍ ଗଢ଼ିବାର ଉଦ୍ଦେଶ୍ୟ ନେଇ ହୋଆନ ଗାମ୍ପର ୧୮୯୯ ମସିହା ଅକ୍ଟୋବର ୨୨ ତାରିଖରେ ଲୋସ୍ ଡେପୋର୍ଟେସରେ ଏକ ବିଜ୍ଞାପନ ଦେଇଥିଲେ । ତାଙ୍କ ବିଜ୍ଞାପନ ପଢ଼ି ଲୋକେ ଆଗ୍ରହୀ ହେବାରୁ ନଭେମ୍ବର ୨୯ ତାରିଖରେ ଏକ ବୈଠକ ରଖାଗଲା । ୱାଲ୍‍ଟର୍ ୱାଇଲ୍‍ଡ୍, ଲୁଇ ଡି’ଓସୋ, ବାର୍ତ୍ତୋମ୍ୟୁ ଟେରାଡାସ, ଓଟ୍ଟୋ କୁଞ୍ଜଲ୍, ଓଟ୍ଟୋ ମାୟର୍, ଏନ୍ରିକ୍ ଡୁକାଲ, ପେରେ କାବୋଟ, କାର୍ଲେସ୍ ପୁୟୋଲ୍, ଜୋସେଫ୍ ଲୋବେଟ, ଜନ୍ ପାର୍ସନ୍ସ, ୱିଲିୟମ୍ ପାର୍ସନ୍ସ ଆଦି ୧୧ ଜଣ ଖେଳାଳି ଏହି ବୈଠକରେ ଯୋଗ ଦେଇଥିଲେ । ଏହିଠାରୁ ବାର୍ସେଲୋନା କ୍ଲବର ଜନ୍ମ ହୋଇଥିଲା ।[୧୭]

୧୯୦୩ ମସିହା ବାର୍ସେଲୋନା ଦଳ

ବାର୍ସେଲୋନା ଦଳ ପ୍ରାଦେଶିକ ଓ ଜାତୀୟ ସ୍ତରରେ କ୍ଲବ ଫୁଟବଲ ଖେଳିବା ଆରମ୍ଭ କଲା । କାମ୍ପିଓନାଟ୍ ଡି କାଟାଲୁନିଆ ଓ କୋପା ଡେଲ୍ ରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲା । ୧୯୦୨ରେ ବାର୍ସେଲୋନା ଦଳ ନିଜ ପ୍ରଥମ ଟ୍ରଫି କୋପା ମକାୟା ଜିତିଲା ଏବଂ ନିଜର ପ୍ରଥମ କୋପା ଡେଲ୍ ରେ ପ୍ରତିଯୋଗିତାରେ ଖେଳି ଆଥଲେଟିକ ବିଲବାଓଠାରୁ ଫାଇନାଲରେ ୧-୨ ଗୋଲରେ ପରାସ୍ତ ହେଲା ।[୧୮] ୧୯୦୫ କାମ୍ପିଓନାଟ୍ ଡି କାଟାଲୁନିଆ ପରଠାରୁ କୌଣସି ପ୍ରତିଯୋଗିତା ନ ଜିତିପାରି ହତୋତ୍ସାହ ଏବଂ ଆର୍ଥିକ ଅନଟନ ଦେଇ ଗତି କରୁଥିବା ବାର୍ସେଲୋନା ଦଳର ଅଧ୍ୟକ୍ଷ ପଦ ହୋଆନ ଗାମ୍ପର ସମ୍ଭାଳିଲେ । ୧୯୦୮ରୁ ୧୯୨୫ ମଧ୍ୟରେ ସେ ବିଭିନ୍ନ ସମୟରେ କ୍ଲବ୍‍ର ଅଧ୍ୟକ୍ଷ ପଦବୀ ସମ୍ଭାଳିଥିଲେ ।

୧୯୦୯ ମସିହା ମାର୍ଚ୍ଚ ୧୪ ତାରିଖରେ ବାର୍ସେଲୋନା ଦଳ ୮୦୦୦ ଦର୍ଶକ କ୍ଷମତାବିଶିଷ୍ଟ କ୍ୟାମ୍ପ ଡେ ଲା ଇଣ୍ଡୁଷ୍ଟ୍ରିଆକୁ ନିଜର ଘର ମ୍ୟାଚ ଷ୍ଟାଡ଼ିୟମ ଭାବେ ଗ୍ରହଣ କଲା । ତାହା ଆଗାମୀ ବର୍ଷ ଏକ ଲୋଗୋ ନିଶ୍ଚିତ କରିବା ଉଦ୍ଦେଶ୍ୟରେ କ୍ଲବ୍ ଏକ ପ୍ରତିଯୋଗିତାର ଆୟୋଜନ କଲା । କାର୍ଲେସ୍ କୋମାମାଲାଙ୍କ ଲୋଗୋକୁ ଏଥିରେ ବିଜୟୀ ଘୋଷଣା କରି ଦଳ ପାଇଁ ଏହାକୁ ଗ୍ରହଣ କରାଗଲା । ଏଥିରେ କିଛି ଛୋଟ ପରିବର୍ତ୍ତନ କରି ଏହାକୁ ଆଜି ପର୍ଯ୍ୟନ୍ତ ଦଳର ଚିହ୍ନ ଭାବେ ବ୍ୟବହାର କରାଯାଉଛି ।[୧୯]

ନୂଆ ଷ୍ଟାଡ଼ିୟମ ପାଇବା ପରେ ବାର୍ସେଲୋନା ଦଳ ଦକ୍ଷିଣ ଫ୍ରାନ୍ସ, କାଟାଲୁନିଆ ଏବଂ ବାସ୍କ ଅଞ୍ଚଳର ବିଭିନ୍ନ କ୍ଲବ୍ ସହିତ ପାଇରେନିସ୍ କପ ପ୍ରତିଯୋଗିତାରେ ଖେଳିଲା । ସେ ସମୟରେ ଏଥିରେ ବିଜୟ ଲାଭ କରିବାକୁ ଏକ କୀର୍ତ୍ତିମାନ ରୂପେ ବିବେଚନା କରା ଯାଉଥିଲା ।[୨୦] ଉଦଘାଟନୀ ବର୍ଷ ୧୯୧୦ରୁ ୧୯୧୩ ପର୍ଯ୍ୟନ୍ତ କ୍ରମାଗତ ଚାରି ବର୍ଷ ବାର୍ସେଲୋନା ଦଳ ଏହି ପ୍ରତିଯୋଗିତା ଜିତିଥିଲା । କାର୍ଲେସ୍ କୋମାମାଲା ଏହି ଚାରି ବର୍ଷ ବାର୍ସେଲୋନା ଫୁଟବଲ ଦଳର ସଦସ୍ୟ ଥିଲେ । ୧୯୧୪ ମସିହାରେ ଏହି ପ୍ରତିଯୋଗିତାର ଉଦଯାପନୀ ବର୍ଷରେ ବାର୍ସେଲୋନା ଦଳ ସ୍ଥାନୀୟ ଇସ୍ପାନ୍ୟୋଲ୍ ଆର୍‍ସିଡି ଦଳଠାରୁ ପରାଜିତ ହୋଇଥିଲା ।[୨୧]

ଏହି ସମୟକାଳରେ ବାର୍ସେଲୋନା କ୍ଲବ୍ କାଷ୍ଟିଲିଆନ୍ ପରିବର୍ତ୍ତେ କାଟାଲାନ୍ ଭାଷାକୁ ଦଳୀୟ ଆଧିକାରିକ ଭାଷା ଭାବେ ସ୍ୱୀକୃତି ଦେଲା । ଏହା ଏହି କ୍ଲବ୍‍ର କାଟାଲାନ୍ ପରିଚୟକୁ ସୁଦୃଢ଼ କରିଥିଲା । ବହୁ ଲୋକ ଫୁଟବଲ ନୁହେଁ ବରଂ ବାର୍ସେଲୋନା କ୍ଲବ୍‍ର କାଟାଲାନ୍ ସଂସ୍କୃତି ରୂପକ ଚିହ୍ନ ସହ ଜଡ଼ିତ ରହିବା ପାଇଁ ଏହି କ୍ଲବ୍‍ର ସମର୍ଥକ ପାଲଟି ଯାଇଥିଲେ ।[୨୨]

ଗାମ୍ପର ବିଧିବଦ୍ଧ ଭାବେ ବାର୍ସେଲୋନା ପାଇଁ ଅଧିକରୁ ଅଧିକ ସଦସ୍ୟ ଜୁଟାଇବାରେ ଲାଗିଥିଲେ ଏବଂ ୧୯୨୨ ମସିହା ବେଳକୁ କ୍ଲବର ସଦସ୍ୟ ସଂଖ୍ୟା ୨୦୦୦୦ରୁ ଅଧିକ ହୋଇଯାଇଥିଲା । ସଦସ୍ୟମାନଙ୍କ ଆର୍ଥିକ ସହାୟତା ଯୋଗୁଁ କ୍ଲବ ଆଉ ଏକ ନୂଆ ଷ୍ଟାଡିୟମ କ୍ୟାମ୍ପ୍ ଡେ ଲେସ୍ କୋର୍ଟ୍ସକୁ ସ୍ଥାନାନ୍ତରିତ ହେବାରେ ସଫଳ ହେଲା ।[୨୩] ୩୦ ହଜାର ଦର୍ଶକ କ୍ଷମତାବିଶିଷ୍ଟ ଲେସ୍ କୋର୍ଟେସ୍ ପରେ ସମ୍ପ୍ରସାରିତ ହୋଇ ୧୯୪୦ରେ ଏହାର କ୍ଷମତା ୬୦ ହଜାର କରାଗଲା ।[୨୪]

ଗାମ୍ପର ଜାକ୍ ଗ୍ରୀନୱେଲଙ୍କୁ ବାର୍ସେଲୋନାର ସ୍ଥାୟୀ ପରିଚାଳକ ରୂପେ ନିଯୁକ୍ତି ଦେଲେ । ଏହା ପରେ ବାର୍ସେଲୋନା ଫୁଟବଲ ଦଳର ପ୍ରଦର୍ଶନରେ ଉନ୍ନତି ଆସିଥିଲା । ଗାମ୍ପରଙ୍କ ଅଧ୍ୟକ୍ଷତା କାଳରେ ବାର୍ସେଲୋନା ଦଳ କାମ୍ପିଓନାଟ୍ସ ଡି କାଟାଲୁନିଆ, କୋପା ଡେଲ୍ ରେ, ପାଇରେନିସ୍ କପ୍ ଯଥାକ୍ରମେ ୧୧, ୬ ଓ ୪ ଥର ଜିତିଥିଲା । ସେ ସମୟକୁ ବାର୍ସେଲୋନା କ୍ଲବର ପ୍ରଥମ "ସୁବର୍ଣ୍ଣ ଯୁଗ" ମଧ୍ୟ କୁହାଯାଏ ।[୧୮]

ଆଧୁନିକ ଯୁଗ (୧୯୭୮ରୁ ବର୍ତ୍ତମାନ)

ଯୁବ ଖେଳାଳିଙ୍କ ପ୍ରଶିକ୍ଷଣ ଓ ବିକାଶ ପାଇଁ ୧୭୦୨ ମସିହାର ଏକ ପୁରାତନ ଅଟ୍ଟାଳିକାରେ ୧୯୭୯ ମସିହାରେ ଲା ମାସିଆର ସ୍ଥାପନା କରାଗଲା[୨୫][୨୬]

ସ୍ପେନ ୧୯୭୪ ମସିହାରେ ଗଣତନ୍ତ୍ର ହେବା ପରେ ୧୯୭୮ ମସିହାରେ ଜୋସେଫ୍ ଲୁଇ ନୁନ୍ୟେଜ୍ ବାର୍ସେଲୋନା କ୍ଲବ୍‍ର ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ ହୋଇଥିଲେ । ନିଜ ୨୨ ବର୍ଷର କାର୍ଯ୍ୟକାଳରେ ବାର୍ସେଲୋନାକୁ ଏକ ବିଶ୍ଵ ସ୍ତରୀୟ କ୍ଲବରେ ରୂପାନ୍ତରିତ କରିବା ପାଇଁ ନୁନ୍ୟେଜ୍ ସ୍ଥାୟିତ୍ଵ ପାଇଁ ଚେଷ୍ଟା କଲେ । ସେ ଖେଳାଳିଙ୍କ ଅନୁଶାସନ ଓ ପାରିଶ୍ରମିକକୁ ନେଇ କଡ଼ା ନିୟମ ପ୍ରଚଳନ କରାଇଥିଲେ ଓ ସେଥିପାଇଁ ମାରାଡୋନା, ରୋନାଲ୍ଡୋଙ୍କ ପରି ତତ୍କାଳୀନ କିଛି ପ୍ରଖ୍ୟାତ ଖେଳାଳିଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ନଥିଲେ ।[୨୭][୨୮]

ଜୁବିଜାରେଟା (ଅ)
କୋନ୍‍ମାନ୍
ନାଣ୍ଡୋ
ଫେରର୍
ହୁଆନ କାର୍ଲୋସ
ଅଏସେବିଓ
ଗାର୍ଡିଓଲା
ବାକେରୋ
ଲାଉଡ୍ରୁପ
ସାଲିନାସ
ଷ୍ଟୋଇଚକୋଭ୍
୧୯୯୨ ୟୁରୋପୀୟ କପ ଫାଇନାଲ ପ୍ରାରମ୍ଭିକ ସଂରଚନା

୧୯୭୯ ମସିହା ମଇ ୧୬ ତାରିଖରେ ବାର୍ସେଲୋନା ଦଳ ଫୋର୍ଚ୍ୟୁନା ଡୁସେଲଡୋର୍ଫ ଦଳକୁ ୪-୩ ଗୋଲରେ ହରାଇ ପ୍ରଥମ ଥର ପାଇଁ ୟୁଇଫା କପ ୱିନର୍ସ କପ ଜିତିଥିଲେ । ସେହି ବର୍ଷ ନୁନ୍ୟେଜ୍ ପ୍ରତିଭାବାନ ଯୁବ ଖେଳାଳିଙ୍କ ପ୍ରଶିକ୍ଷଣ ଓ ବିକାଶ ପାଇଁ ବାର୍ସେଲୋନାର ଲା ମାସିଆ ଅନୁଷ୍ଠାନର ସ୍ଥାପନା କରିଥିଲେ ।[୨୯]

ଏଫ୍‍ସି ବାର୍ସେଲୋନା ସଂଗ୍ରହାଳୟରେ ଡିଏଗୋ ମାରାଡୋନାଙ୍କ ବ୍ଲାଉଗ୍ରାନା ପୋଷାକ

ଜୁନ୍ ୧୯୮୨ ମସିହାରେ ବାର୍ସେଲୋନା କ୍ଲବ ୫୦ ଲକ୍ଷ ପାଉଣ୍ଡ ମୂଲ୍ୟ ଦେଇ ଡିଏଗୋ ମାରାଡୋନାଙ୍କୁ ଦଳ ପାଇଁ ବୋକା ଜୁନିଅର୍ସ କ୍ଲବଠାରୁ କିଣିଥିଲା ।[୩୦] କିନ୍ତୁ ବାର୍ସେଲୋନା ପାଇଁ ମାରାଡୋନା ଅଧିକ ବର୍ଷ ଖେଳିନଥିଲେ । ଏହାର କିଛି ବର୍ଷ ପରେ ନୁନ୍ୟେଜଙ୍କ ଏକ ବିରୋଧୀ ଗୋଷ୍ଠୀ ସୃଷ୍ଟି ହେଲା । ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ରାଜନୈତିକ ମତବାଦର ଅଭ୍ୟୁଦୟ ହେଲା ।[୩୧]

ବାର୍ସେଲୋନା ଡ୍ରିମ୍ ଟିମ୍‍ର ପ୍ରଶିକ୍ଷକ ୟୋହାନ କ୍ରାଫ୍

୧୯୮୮ ମସିହାରେ ୟୋହାନ କ୍ରାଫ୍ ବାର୍ସେଲୋନାକୁ ମୁଖ୍ୟ ପରିଚାଳକ ଭାବେ ପ୍ରତ୍ୟାବର୍ତ୍ତନ କଲେ ଓ ଏକ ଦଳର ସଂଯୋଜନାରେ ଲାଗି ପଡ଼ିଲେ ଯାହାକୁ ପରେ ବାର୍ସେଲୋନାର ଡ୍ରିମ୍ ଟିମ୍ ଭାବେ ଅଭିହିତ କରାଯାଇଥିଲା ।[୩୨] କିଛି ସ୍ପେନୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ମିଶାଇ ସେ ଏହି ଡ୍ରିମ୍ ଟିମ୍ ପ୍ରସ୍ତୁତ କଲେ ।[୩୩]

ଲା ମାସିଆର ପ୍ରତିଷ୍ଠାର ଦଶ ବର୍ଷ ପରେ ପେପ୍ ଗାର୍ଡିଓଲାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଗଲା ଯିଏ ପରବର୍ତ୍ତୀ ସମୟରେ ବାର୍ସେଲୋନା ଦଳର ପ୍ରଶିକ୍ଷକ ମଧ୍ୟ ହୋଇଥିଲେ ।[୩୪] କ୍ରାଫଙ୍କ ତତ୍ତ୍ଵାବଧାନରେ ୧୯୯୧ରୁ ୧୯୯୪ ଯାଏଁ ବାର୍ସେଲୋନା କ୍ରମାଗତ ୪ ଥର ଲା ଲିଗା ପ୍ରତିଯୋଗିତାରେ ବିଜୟ ହାସଲ କଲା । କ୍ରାଫଙ୍କ ସମୟରେ ବାର୍ସେଲୋନା ଟି ଟ୍ରଫି ଜିତିଥିଲା । ସେ ୮ ବର୍ଷ ବାର୍ସେଲୋନା ଦଳର ପରିଚାଳକ ରହିଥିଲେ ।[୩୫] ପରେ କ୍ରାଫ୍ ବାର୍ସେଲୋନାକୁ କୌଣସି ଟ୍ରଫି ଜିତାଇ ନପାରିବାରୁ ଓ ନୁନ୍ୟେଜଙ୍କ ସହିତ ମତାନ୍ତର ହେବାରୁ ବାର୍ସେଲୋନା ଦଳର ପରିଚାଳକ ପଦବୀରୁ ବିଦାୟ ନେଇଥିଲେ ।[୨୭] କ୍ରାଫଙ୍କ ପ୍ରଶିକ୍ଷଣରୁ ଓ ବଲ୍ ପାସ୍ କରିବା ନୀତିରୁ ପ୍ରଭାବିତ ହୋଇ ଗାର୍ଡିଓଲା ପରେ କହିଥିଲେ ଯେ “ସେ ଗୀର୍ଜାଟି ନିର୍ମାଣ କରି ସାରିଛନ୍ତି, ଆମ କାମ ହେଲା ତାହାର ରକ୍ଷଣାବେକ୍ଷଣ ଓ ଉନ୍ନତି କରିବା ।“[୩୬] ୨୦୦୩ ମସିହାରେ ଲାପୋର୍ତା ବାର୍ସେଲୋନା କ୍ଲବର ଅଧ୍ୟକ୍ଷ ହେଲେ ।[୩୭]

୧୯୯୬-୯୭ରେ ଗୋଟିଏ କ୍ରୀଡ଼ା ବର୍ଷ ପାଇଁ ବବି ରବ୍‍ସନ୍‍ଙ୍କୁ ବାର୍ସେଲୋନା କ୍ଲବ ଦଳର ପରିଚାଳକ ଦାୟିତ୍ତ୍ଵ ମିଳିଥିଲା । ବହୁଳ ବ୍ୟୟରେ ସେ ବ୍ରାଜିଲର ଫୁଟବଲ ତାରକା ରୋନାଲ୍ଡୋଙ୍କୁ ଆଇନ୍ଦୋୱେନ୍ ପିଏସ୍‍ଭି କ୍ଲବଠାରୁ କିଣି ବାର୍ସେଲୋନାରେ ସାମିଲ କରାଇଥିଲେ । ବାର୍ସେଲୋନା କୋପା ଡେଲ୍ ରେ, ୟୁଇଫା କପ ୱିନର୍ସ କପ ଓ ସୁପରକୋପା ଡି ଇସ୍ପାନା ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା । ରୋନାଲ୍ଡୋ ୪୯ଟି ମ୍ୟାଚରେ ୪୭ଟି ଗୋଲ ଅର୍ଜନ କରିଥିଲେ ।[୩୮] ସଫଳତା ସତ୍ତ୍ଵେ ଲୁଇ ଭାନ୍‍ ଗାଲ୍ ଉପଲବ୍ଧ ହେବା ପରେ ରବ୍‍ସନ୍ ପରିଚାଳକ ପଦରୁ ବିଦାୟ ନେଇଥିଲେ ।[୩୯] ମାରାଡୋନାଙ୍କ ପରି ରୋନାଲ୍ଡୋ ମଧ୍ୟ ବାର୍ସେଲୋନା ଦଳ ପକ୍ଷରୁ ଅଳ୍ପ ସମୟ ପାଇଁ ଖେଳିଥିଲେ ଓ ତା’ ପରେ ଇଣ୍ଟର ମିଲାନ ଦଳରେ ଯୋଗ ଦେଇଥିଲେ ।[୩୮] କିନ୍ତୁ ସେତେବେଳକୁ ବାର୍ସେଲୋନାରେ ଲୁଇ ଫିଗୋ, ପ୍ୟାଟ୍ରିକ୍ କ୍ଲୁଇଭର୍ଟ, ଲୁଇ ଏନ୍ରିକେ ଓ ରିଭାଲ୍ଡୋ ପରି ଅନ୍ୟ ତାରକା ଖେଳାଳିମାନଙ୍କ ଅଭ୍ୟୁଦୟ ଘଟିଥିଲା । ୧୯୯୮ରେ ବାର୍ସେଲୋନା ଉଭୟ କୋପା ଡେଲ୍ ରେ ଓ ଲା ଲିଗାରେ ବିଜୟ ଲାଭ କରିଥିଲା । ପ୍ରିମେରା ଡିଭିଜନ୍ ଟାଇଟଲ୍ ଜିତି ବାର୍ସେଲୋନା ୧୯୯୯ ମସିହାରେ ନିଜ କ୍ଲବର ଶତବାର୍ଷିକୀ ପାଳନ କରିଥିଲା । ବାର୍ସେଲୋନାର ଚତୁର୍ଥ ଖେଳାଳି ରୂପେ ରିଭାଲ୍ଡୋ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳି ସମ୍ମାନ ଜିତିଥିଲେ । ୨୦୦୦ ମସିହାରେ ନୁନ୍ୟେଜ୍ ଓ ଭାନ୍ ଗାଲ୍ ବାର୍ସେଲୋନାରୁ ବିଦାୟ ନେଇଥିଲେ ।[୩୯]

ବାର୍ସେଲୋନାର ଶତ-ବାର୍ଷିକୀ ଫଳକ

ଭାଲଡେସ୍
ମାର୍କେଜ୍
ପୁୟୋଲ୍ (ଅ)
ଓଲେଗ୍ଵେର୍
ଜିଓ
ଏଡମିଲସନ୍
ଗ୍ୟୁଲି]]
ରୋନାଲ୍ଡିନୋ
ଡେକୋ
ଭାନ୍ ବୋମ୍ମେଲ୍
ଏଟୋ]]
୨୦୦୬ ୟୁଇଫା ଚାମ୍ପିୟନ୍ସ ଲିଗ୍ ଫାଇନାଲରେ ବାର୍ସେଲୋନାର ପ୍ରାରମ୍ଭିକ ଖେଳାଳି ସଜ୍ଜା
ଗାର୍ଡିଓଲାଙ୍କ ଟିକି-ଟାକା ଶୈଳୀରେ ଆନ୍ଦ୍ରେଆସ୍ ଇନିଏସ୍ତା (ବାମ) ଏବଂ ଜାଭି (ଡାହାଣ) ନାମକ ଦୁଇ ଖେଳାଳିଙ୍କ ମିଡ୍‍-ଫିଲ୍‍ଡ୍ ଯୋଡ଼ି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ[୪୦]

ଭାଲ୍ଡେସ୍
ଟୁରେ
ପିକେ
ପୁୟୋଲ୍ (ଅ)
ସିଲ୍‍ଭିନ୍ୟୋ
ବୁସକ୍ଵେଟ୍ସ
ମେସି
ଅନ୍‍ରି
ଜାଭି
ଇନିଏସ୍ତା
ଏଟୋ
୨୦୦୬ ୟୁଇଫା ଚାମ୍ପିୟନ୍ସ ଲିଗ୍ ଫାଇନାଲରେ ବାର୍ସେଲୋନାର ପ୍ରାରମ୍ଭିକ ଖେଳାଳି ସଜ୍ଜା

ତତ୍କାଳୀନ ବାର୍ସେଲୋନା ଦଳର ଖେଳାଳି ଲୁଇ ଫିଗୋ ବାର୍ସେଲୋନା ଛାଡ଼ି ପ୍ରତିଦ୍ଵନ୍ଦୀ ରିଆଲ୍ ମାଦ୍ରିଦ ଦଳରେ ମିଶିବା ବାର୍ସେଲୋନା କ୍ଲବର ସମର୍ଥକଙ୍କୁ ଅତି ମର୍ମାହତ ଓ ଉତ୍‍କ୍ଷିପ୍ତ କରିଥିଲା । କ୍ୟାମ୍ପ୍ ନୋଉକୁ ଏହାପରେ ଖେଳିବାକୁ ଆସିବା ବେଳେ ଫିଗୋଙ୍କୁ ବାର୍ସେଲୋନା ସମର୍ଥକଙ୍କ ଆକ୍ରୋଶମୂଳକ ସ୍ଵାଗତର ସମ୍ମୁଖୀନ ହେବାକୁ ପଡ଼ିଥିଲା ।[୪୧]

ଏହା ପର ତିନିବର୍ଷ ବାର୍ସେଲୋନା ଦଳର ପ୍ରଦର୍ଶନ ନିମ୍ନଗାମୀ ହୋଇଥିଲା । ଏହାର ପ୍ରଶିକ୍ଷକ ଓ ପରିଚାଳକ ବାରମ୍ଵାର ବଦଳିଥିଲେ । ଭାନ୍ ଗାଲ୍‍ଙ୍କ ପରେ ଲୋରେଞ୍ଜୋ ସେରା ଫେରର୍, କାର୍ଲେସ୍ ରେକ୍ସାକ୍ ବାର୍ସେଲୋନାର ପରିଚାଳକ ପଦବୀ ମଣ୍ଡନ କରିଥିଲେ । ତା’ ପରେ ଭାନ୍ ଗାଲ୍ ବାର୍ସେଲୋନାକୁ ପ୍ରତ୍ୟାବର୍ତ୍ତନ କରିଥିଲେ କିନ୍ତୁ ତଥାପି ବାର୍ସେଲୋନାର ପ୍ରଦର୍ଶନ ଆହୁରି ନିମ୍ନ ମାନର ରହିଲା । ଏହା ପରେ ଭାନ୍ ଗାଲ୍ ଇସ୍ତଫା ଦେଲେ ଓ ରାଡୋମିର ଆଣ୍ଟିଚ୍‍ଙ୍କୁ ଦାୟିତ୍ତ୍ଵ ଦିଆଗଲା । ଖରାପ ପ୍ରଦର୍ଶନ ବଜାୟ ରହିବାରୁ ଆଣ୍ଟିଚ୍ ଓ ବାର୍ସେଲୋନା ଅଧ୍ୟକ୍ଷ ହୋଆନ୍ ଗାଷ୍ପାର୍ଟ ଦଳରୁ ବିଦାୟ ନେଲେ ।[୪୨]

ଏହା ପରେ ହୋଆନ ଲାପୋର୍ତା ବାର୍ସେଲୋନାର ଅଧ୍ୟକ୍ଷ ଓ ପୂର୍ବରୁ ଏସି ମିଲାନ ଓ ଓଲନ୍ଦାଜ ଜାତୀୟ ଫୁଟବଲ ଦଳର ପ୍ରଶିକ୍ଷକ ରହିଆସିଥିବା ଫ୍ରାଂକ୍ ରିକାର୍ଡଙ୍କୁ ବାର୍ସେଲୋନାର ପରିଚାଳକ ଭାର ମିଳିଲା । ସେପଟେ ବାର୍ସେଲୋନା ରୋନାଲ୍ଡିନୋ, ଡେକୋ, ସାମୁଏଲ୍ ଏଟୋ, ହେନେରିକ୍ ଲାର୍ସନ, ରାଫାଏଲ୍ ମାର୍କ୍ଵେଜ୍ ପରି ଅନ୍ତର୍ଜାତୀୟ ଏବଂ କାର୍ଲେସ୍ ପୁୟୋଲ୍, ଆନ୍ଦ୍ରେଆସ୍ ଇନିଏସ୍ତା, ଜାଭି, ଭିକ୍ଟର୍ ଭାଲ୍ଡେସ୍ ପରି ସ୍ପେନୀୟ ଖେଳାଳିଙ୍କୁ ନେଇ ଏକ ସୁଦୃଢ଼ ଦଳ ଗଠନ କଲା । ୨୦୦୪-୦୫ ମସିହାର ସୁପରକୋପା ଡି ଇସ୍ପାନା ଓ ଲା ଲିଗା ଜିତିବାରେ ବାର୍ସେଲୋନା ସଫଳ ହେଲା । ଫିଫା ୱଲ୍ଡ୍ ପ୍ଲେୟର୍ ଅଫ୍ ଦ ଇୟର୍ ପାଇଁ ରୋନାଲ୍ଡିନୋ ଓ ଏଟୋଙ୍କୁ ଯଥାକ୍ରମେ ପ୍ରଥମ ଓ ତୃତୀୟ ସର୍ବାଧିକ ଭୋଟ୍ ମିଳିଥିଲା ।[୪୩] ୨୦୦୩ ମସିହାରେ ରୋନାଲ୍ଡିନୋଙ୍କ ଆଗମନ ବାର୍ସେଲୋନା ଦଳରେ ଏକ ନୂତନ ଆଶା ସଞ୍ଚାର କରାଇଥିଲା ।[୪୪][୪୫]

୨୦୦୫-୦୬ କ୍ରୀଡ଼ା ବର୍ଷରେ ବାର୍ସେଲୋନା ନିଜ ସୁପରକୋପା ସଫଳତାକୁ ଦୋହରାଇବାରେ ସଫଳ ହେଲା । ସେହି କ୍ରୀଡ଼ା ବର୍ଷର ସାଣ୍ଟିଆଗୋ ବର୍ଣ୍ଣାବ୍ୟୁରେ ଖେଳାଯାଇଥିବା (ବାହାର ମ୍ୟାଚ୍) ଏଲ୍ କ୍ଲାସିକୋରେ ବାର୍ସେଲୋନା ୩-୦ରେ ବିଜୟୀ ହୋଇଥିଲା । ରୋନାଲ୍ଡିନୋଙ୍କ ଚମତ୍କାର ଫୁଟବଲ ଖେଳରେ ପ୍ରତିଦ୍ଵନ୍ଦୀ ଦଳର ସମର୍ଥକମାନେ ବିଶେଷ ପ୍ରଭାବିତ ହୋଇ ତାଙ୍କୁ ଉଚ୍ଛ୍ଵସିତ ସମ୍ଵର୍ଦ୍ଧନା ଦେଇଥିଲେ ।[୪୬] ଚାମ୍ପିୟନ୍ସ ଲିଗରେ ବାର୍ସେଲୋନା ଇଂରାଜୀ କ୍ଲବ ଆର୍ସେନାଲ୍ ଏଫ୍‍ସିକୁ ୨-୧ ଗୋଲରେ ପରାସ୍ତ କରିଥିଲା ।[୪୭]

ବିଭିନ୍ନ ଆହତଜନିତ ସମସ୍ୟା, ଦଳର ଖେଳାଳିଙ୍କ ମଧ୍ୟରେ ବିବାଦ କାରଣରୁ ୨୦୦୬-୦୭ କ୍ରୀଡ଼ାବର୍ଷ ବାର୍ସେଲୋନା ପାଇଁ ବିଶେଷ ସଫଳତା ଆଣି ପାରିନଥିଲା ।[୪୮] ୨୦୦୭-୦୮ କ୍ରୀଡ଼ା ବର୍ଷରେ ବାର୍ସେଲୋନା ଦଳ ଲା ଲିଗାରେ ତୃତୀୟ ସ୍ଥାନରେ ରହିପାରିଥିଲା । ୟୁଇଫା ଚାମ୍ପିୟନ୍ସ ଲିଗ ଏବଂ କୋପା ଡେଲ୍ ରେ ପ୍ରତିଯୋଗିତାମାନଙ୍କରେ ସେମି-ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହେଲା ଓ ମ୍ୟାଞ୍ଚେଷ୍ଟର୍ ୟୁନାଇଟେଡ଼୍ ତଥା ଭାଲେନ୍ସିଆ ଦଳଠାରୁ ଯଥାକ୍ରମେ ପରାଜୟ ବରଣ କରିଥିଲା । ସେହି ବର୍ଷ ଏଲ୍ କ୍ଲାସିକୋରେ ୧-୪ ଗୋଲରେ ପରାଜିତ ହେବା ପରେ ରିକାର୍ଡଙ୍କ ସ୍ଥାନରେ ଗାର୍ଡିଓଲାଙ୍କୁ ଦଳର ପରିଚାଳନା ଦାୟିତ୍ତ୍ଵ ପ୍ରଦାନ କରାଯାଇଥିଲା ।[୪୯]

ଗାର୍ଡିଓଲାଙ୍କ ଚାରିବର୍ଷ କାଳରେ ବାର୍ସେଲୋନା ଫୁଟବଲ କ୍ଲବ୍ ଅଭୂତପୂର୍ବ ସଫଳତା ଲାଭ କରିଥିଲା । ୨୦୦୮ରୁ ୨୦୧୨ ବାର୍ସେଲୋନା ସମର୍ଥକମାନେ ‘‘ଗାର୍ଡିଓଲା ଯୁଗ’’ ବୋଲି କୁହନ୍ତି । ନିଜ ଖେଳିବା ସମୟରେ ବାର୍ସେଲୋନାର ଯୁବ ଏକାଡେମୀରେ ଶିଖିଥିବା ଓ ବର୍ତ୍ତମାନ ଫୁଟବଲ ମହଲରେ ପ୍ରସିଦ୍ଧ ଟିକି-ଟାକା ଶୈଳୀକୁ ଗାର୍ଡିଓଲା ପ୍ରୟୋଗ କରାଇଥିଲେ । ରୋନାଲ୍ଡିନୋ ଏବଂ ଡେକୋଙ୍କୁ ବିକି ଗାର୍ଡିଓଲା ଜାଭି, ଇନିଏସ୍ତା ଓ ମେସିଙ୍କୁ ନେଇ ନୂତନ ରଣନୀତି ପ୍ରସ୍ତୁତ କରିଥିଲେ ।

ଆଥଲେଟିକ୍ ବିଲବାଓକୁ ୪-୧, ଏଲ୍ କ୍ଲାସିକୋରେ ରିଆଲ ମାଦ୍ରିଦକୁ ୬-୨ ଏବଂ ମ୍ୟାଞ୍ଚେଷ୍ଟର ୟୁନାଇଟେଡ଼୍‍କୁ ୨-୦ ଗୋଲରେ ପରାସ୍ତ କରି ବାର୍ସେଲୋନା ଯଥାକ୍ରମେ ୨୦୦୯ କୋପା ଡେଲ୍ ରେ, ୨୦୦୮-୦୯ ଲା ଲିଗା ଏବଂ ଚାମ୍ପିୟନ୍ସ ଲିଗରେ ବିଜୟ ଲାଭ କରିଥିଲା ।[୫୦][୫୧][୫୨] ୨୦୦୯ରେ ଆଥଲେଟିକ୍ ବିଲବାଓକୁ ହରାଇ ସୁପରକୋପା ଡି ଇସ୍ପାନା[୫୩], ଏଫ୍‍ସି ଶାଖ୍‍ତାର ଡୋନେସ୍କକୁ ହରାଇ ୨୦୦୯ ୟୁଇଫା ସୁପରକପ[୫୪] ମଧ୍ୟ ବାର୍ସେଲୋନା ଦଳ ଜିତିଥିଲା । ୨୦୦୯ର ଫିଫା କ୍ଲବ ବିଶ୍ଵକପ ମଧ୍ୟ ବାର୍ସେଲୋନା ନିଜ ନାମରେ କରିନେଇଥିଲା ।[୫୫]

୨୦୧୧ ଫିଫା କ୍ଲବ୍ ବିଶ୍ଵକପ ବିଜେତା ବାର୍ସେଲୋନା ଦଳ

ଲାପୋର୍ତାଙ୍କ ପରେ ସାଣ୍ଡ୍ରୋ ରୋସେଲ୍ ବାର୍ସେଲୋନାର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ।[୫୬] ରୋସେଲ୍ ୪ କୋଟି ୟୁରୋ ମୂଲ୍ୟରେ ଭାଲେନ୍ସିଆ ଦଳରୁ ଡେଭିଡ୍ ଭିୟା[୫୭] ଏବଂ ୧.୯ କୋଟି ୟୁରୋ ମୂଲ୍ୟରେ ଲିଭର୍‍ପୁଲ୍ ଦଳରୁ ଜାଭିଅର୍ ମାଶେରାନୋଙ୍କୁ[୫୮] କ୍ରୟ କରିଥିଲେ । ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିବା ୨୦୧୦ ଫିଫା ବିଶ୍ଵକପରେ ବାର୍ସେଲୋନାର ଲା ମାସିଆରୁ ପ୍ରଶିକ୍ଷିତ ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ସ୍ପେନ ଜାତୀୟ ଫୁଟବଲ ଦଳ ବିଶ୍ଵବିଜୟୀ ହୋଇପାରିଥିଲା ।[୫୯] ୨୦୧୦ ନଭେମ୍ଵରର ଏଲ୍ କ୍ଲାସିକୋରେ ବାର୍ସେଲୋନା ୫-୦ ଗୋଲରେ ବିଜୟ ଲାଭ କରିଥିଲା । ସେହି ବର୍ଷ ବଲୁନ୍ ଡି’ଓର୍ ପୁରସ୍କାର ମେସି, ଇନିଏସ୍ତା ଓ ଜାଭିଙ୍କୁ ପ୍ରଦାନ କରାଯାଇଥିଲା । ଏହି ତିନି ଜଣ ଖେଳାଳି ଏକଦା ଲା ମାସିଆର ଛାତ୍ର ଥିଲେ ।[୬୦]

୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ବାର୍ସେଲୋନାର ଦୁର୍ଦ୍ଧର୍ଷ ତ୍ରୟ-ଆକ୍ରମଣକାରୀ ମେସି, ସୁଆରେଜ୍ ଓ ନେମାରଙ୍କୁ ଏମ୍‍ଏସ୍‍ଏନ୍ (MSN) କୁହାଯାଉଥିଲା

ଟେର୍ ଷ୍ଟେଗେନ୍
ପିକେ
ମାଶେରାନୋ
ଆଲ୍ଭେସ୍
ଆଲ୍‍ବା
ବୁସ୍‍କ୍ଵେଟ୍ସ
ମେସି
ନେମାର୍
ରାକିଟିଚ୍
ଇନିଏସ୍ତା (ଅ)
ସୁଆରେଜ୍
୨୦୧୫ ୟୁଇଫା ଚାମ୍ପିୟନ୍ସ ଲିଗ୍ ଫାଇନାଲରେ ବାର୍ସେଲୋନାର ପ୍ରାରମ୍ଭିକ ଖେଳାଳି ସଜ୍ଜା

ଏହି କାଳରେ ବାର୍ସେଲୋନା ଫୁଟବଲ କ୍ଲବର ବିଭିନ୍ନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା :

  • ଲା ଲିଗା ଟ୍ରଫି (୨୦୧୦-୧୧ କ୍ରୀଡ଼ାବର୍ଷ)ରେ ବିଜୟ[୬୧]
  • ୨୦୧୧ କୋପା ଡେଲ୍ ରେ ପ୍ରତିଯୋଗିତାର ଫାଇନାଲରେ ସ୍ଥାନ ଓ ରିଆଲ ମାଦ୍ରିଦ ନିକଟରୁ ୦-୧ ଗୋଲରେ ପରାଜୟ[୬୨]
  • ମ୍ୟାଞ୍ଚେଷ୍ଟର ୟୁନାଇଟେଡ଼୍‍କୁ ୩-୧ରେ ହରାଇ ୨୦୧୧ ୟୁଇଫା ଚାମ୍ପିୟନ୍ସ ଲିଗ[୬୩]
  • ୨୦୧୧ ମସିହାରେ ଲା ମାସିଆ ଛାତ୍ର ସେସ୍କ ଫାବ୍ରେଗାସ୍ ବାର୍ସେଲୋନା ଦଳରେ ସାମିଲ ହୋଇଥିଲେ । ଦଳକୁ ସେହି ବର୍ଷ ସ୍ପେନୀୟ ସୁପର କପରେ ରିଆଲ ମାଦ୍ରିଦ ବିରୁଦ୍ଧରେ ଜିତିବାରେ ସେ ସାହାଯ୍ୟ କରିଥିଲେ ।[୬୪] ମେସି ଓ ଫାବ୍ରେଗାସ୍‍ଙ୍କ ଗୋଲ ବଳରେ ବାର୍ସେଲୋନା ସେହି ବର୍ଷ ୟୁଇଫା ସୁପର କପରେ ପୋର୍ତୋକୁ ୨-୦ ଗୋଲରେ ହରାଇଥିଲା ।[୬୫]
  • ୨୦୧୧ ମସିହା ଡିସେମ୍ଵର ମାସରେ ବାର୍ସେଲୋନା ଫିଫା କ୍ଲବ ବିଶ୍ଵକପରେ ସାଣ୍ଟୋସକୁ ୪-୦ରେ ହରାଇ ବିଜୟୀ ହୋଇଥିଲା ।[୬୬] ଏଥି ସହିତ ଗାର୍ଡିଓଲାଙ୍କ ପରିଚାଳନାରେ ଦଳ ଖେଳିଥିବା ୧୬ଟି ପ୍ରତିଯୋଗିତାରୁ ୧୩ଟି ଟ୍ରଫି ଜିତିଥିଲା ।[୬୭][୬୮] ୨୦୧୧-୧୨ କୋପା ଡେଲ୍ ରେ ଗାର୍ଡିଓଲାଙ୍କ ପରିଚାଳିତ ବାର୍ସେଲୋନା ଦଳର ଚତୁର୍ଦ୍ଦଶ ଟ୍ରଫି ଥିଲା ।[୬୯]

ସେ ସମୟର ବାର୍ସେଲୋନା କ୍ଲବ ଦଳକୁ ବହୁ କ୍ରୀଡ଼ା ବିଶେଷଜ୍ଞ ବିଶ୍ଵର ଶ୍ରେଷ୍ଠ ଫୁଟବଲ ଦଳ ବୋଲି କହିଛନ୍ତି । ୨୦୧୧ ମସିହାର ସୌରେୟସ୍ ୱଲ୍ଡ ସ୍ପୋର୍ଟ୍ସ ଏୱାର୍ଡ୍‍ର “ଟିମ୍ ଅଫ୍ ଦ ଇୟର୍” ସମ୍ମାନ ବାର୍ସେଲୋନା ଜିତିଥିଲା ।[୭୦]

୨୦୧୧-୧୨ କ୍ରୀଡ଼ାବର୍ଷରେ ଚେଲ୍‍ସି ଏଫ୍‍ସି ଦଳଠାରୁ ଚାମ୍ପିୟନ୍ସ ଲିଗ୍ ସେମି-ଫାଇନାଲରେ ପରାସ୍ତ ହେବା ପରେ ଗାର୍ଡିଓଲାଙ୍କ ଖେଳାଳି ଚୟନ ଏବଂ ରଣନୀତିର ସମାଲୋଚନା କରାଯାଇଥିଲା ।[୭୧][୭୨] ଟିଟୋ ଭିଲାନୋୱାଙ୍କୁ ଗାର୍ଡିଓଲାଙ୍କ ପରବର୍ତ୍ତୀ ପରିଚାଳକ ଭାବେ ନିଯୁକ୍ତି ଦିଆଗଲା ଓ ଗାର୍ଡିଓଲା ବିଦାୟ ନେଇଥିଲେ ।[୭୩][୭୪]

୨୦୧୪ରୁ ୨୦୧୬ କାଳରେ ଜୋସେଫ୍ ମାରିଆ ବାର୍ଟୋମ୍ୟୁ ଅଧ୍ୟକ୍ଷ ଦାୟିତ୍ତ୍ଵ ବହନ କରିଥିଲେ ଓ ବାର୍ସେଲୋନା ସମର୍ଥକ ଏହି ସମୟକୁ ବାର୍ଟୋମ୍ୟୁ ଯୁଗ ବୋଲି କହିଥାନ୍ତି ।

୨୦୧୩-୧୪ କ୍ରୀଡ଼ାବର୍ଷର ୟୁଇଫା ଚାମ୍ପିୟନ୍ସ ଲିଗରେ ବାର୍ସେଲୋନା ଓ ଆଥଲେଟିକୋ ମାଦ୍ରିଦ ମଧ୍ୟରେ ମ୍ୟାଚ୍ ୧-୧ ଗୋଲରେ ଅମିମାଂଶିତ ରହିବା ପରେ ଆଥଲେଟିକୋକୁ ବିଜୟୀ ଘୋଷିତ କରାଯାଇଥିଲା ।[୭୫] ବାର୍ସେଲୋନା ଦଳ ୨୦୧୪-୧୫ କ୍ରୀଡ଼ାବର୍ଷର ଲା ଲିଗା, କୋପା ଡେଲ୍ ରେ ଏବଂ ଚାମ୍ପିୟନ୍ସ ଲିଗରେ ବିଜୟୀ ହୋଇଥିଲା ।[୭୬][୭୭][୭୮][୭୯][୮୦] ଏହି ସମସ୍ତ ପ୍ରତିଯୋଗିତାରେ ବାର୍ସେଲୋନା ପକ୍ଷରୁ ମେସି, ସୁଆରେଜ୍ ଓ ନେମାର୍ ସର୍ବମୋଟ ୧୨୨ଟି ଗୋଲ କରିଥିଲେ ଏବଂ ସ୍ପେନୀୟ କ୍ଲବ ଫୁଟବଲ ଇତିହାସରେ ଏପରି ଆକ୍ରମଣକାରୀ ତ୍ରୟକର ଦୃଷ୍ଟାନ୍ତ ଅତି ବିରଳ ।[୮୧]

ବାର୍ସେଲୋନା ସେଭିୟା ଏଫ୍‍ସିକୁ ହରାଇ ୨୦୧୫-୧୬ ୟୁରୋପୀୟ ସୁପରକପ ଓ କ୍ଲବ୍ ଆଥଲେଟିକୋ ରିଭର୍ ପ୍ଲେଟ୍‍କୁ ହରାଇ ୨୦୧୫ ଫିଫା କ୍ଲବ ବିଶ୍ଵକପ ଜିତିଥିଲା ।[୮୨][୮୩][୮୪] ୨୦୧୫ କ୍ରୀଡ଼ାବର୍ଷରେ ବାର୍ସେଲୋନା ନିଜ ସମସ୍ତ ଖେଳରେ ୧୮୦ଟି ଗୋଲ କରିଥିଲା ଯାହା ଏକ ରେକର୍ଡ ।[୮୫] ୨୦୨୦ ମସିହା ଅକ୍ଟୋବର ମାସରେ ବାର୍ଟୋମ୍ୟୁ ଇସ୍ତଫା ଦେଇଥିଲେ ।[୮୬]

ପୋଷାକ ଓ ଦଳର ଚିହ୍ନ

ବାର୍ସେଲୋନା ଦଳର ଚିହ୍ନ (୧୮୯୯ରୁ ୧୯୧୦)
ବାର୍ସେଲୋନା ଦଳର ନୂଆ ଲୋଗୋ

ବାର୍ସେଲୋନା ଫୁଟବଲ କ୍ଲବର ଯେଉଁ ମୂଳ ଫଳକ ରହିଥିଲା ସେଥିରେ ଆରାଗନ ରାଜମୁକୁଟ ଓ ରାଜା ଜେମ୍‍ସ୍‍ଙ୍କ ରାଜକୀୟ ବାଦୁଡ଼ିର ଚିହ୍ନ ରହିଥିଲା । ଏହି ଚିହ୍ନ ଦ୍ୱୟ ଦୁଇପଟୁ ତାଳ ଓ ଲୌରେଲ୍ ଗଛର ଡାଳଦ୍ୱାରା ବେଷ୍ଟିତ ।[୧୯] ବାର୍ସେଲୋନା ନଗର ସହ ନିଜର ପରିଚୟ ଜଡ଼ିତ ଥିବାରୁ ନଗରର ସରକାରୀ ଚିହ୍ନକୁ ମଧ୍ୟ କ୍ଲବ୍ ବ୍ୟବହାର କଲା ।[୮୭] ୧୯୧୦ ମସିହାରେ ନୂଆ ଫଳକ ପାଇଁ କ୍ଲବ୍ ନିଜ ସଦସ୍ୟମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାର ଆୟୋଜନ କରିଥିଲା । ସେ ସମୟରେ ବାର୍ସେଲୋନା କ୍ଲବ୍ ପାଇଁ ଖେଳୁଥିବା କାର୍ଲେସ୍ କୋମାମାଲା ଏହି ପ୍ରତିଯୋଗିତା ଜିତିଥିଲେ ଏବଂ ତାଙ୍କଦ୍ୱାରା ପ୍ରସ୍ତୁତ ଚିହ୍ନରେ କିଛି ଛୋଟମୋଟ ପରିବର୍ତ୍ତନ କରାଯାଇ ଦଳର ପୋଷାକରେ ବର୍ତ୍ତମାନ ସୁଦ୍ଧା ବ୍ୟବହାର କରାଯାଉଛି । ଏହି ଫଳକର ଉପର-ବାମ ପଟେ ସନ୍ଥ ଜର୍ଜଙ୍କ ଯୁକ୍ତ ଚିହ୍ନ (କ୍ରସ୍), ତା’ ନିକଟରେ କାଟାଲାନ୍ ପତାକା ଓ ନିମ୍ନରେ ବାର୍ସେଲୋନା ଦଳୀୟ ରଙ୍ଗ ରହିଛନ୍ତି ।[୧୯]

୧୯୦୦ ମସିହାରେ ହିଷ୍ପାନିଆ ସହିତ ଖେଳାଯାଇଥିବା ମ୍ୟାଚରେ ବାର୍ସେଲୋନା ଦଳ ପ୍ରଥମ ଥର ପାଇଁ ଲାଲ୍-ନୀଳ ପୋଷାକ ପରିଧାନ କରିଥିଲା ।[୮୮] ବାର୍ସେଲୋନା ଦଳର ଜର୍ସିରେ (ପୋଷାକ) ରହିଥିବା ନୀଳ-ଲାଲ୍ ରଙ୍ଗ ପାଇଁ ଅନେକ ମତବାଦ ରହିଛି । ବାର୍ସେଲୋନାର ପ୍ରଥମ ଅଧ୍ୟକ୍ଷ ଆର୍ଥର୍ ୱିଟିଙ୍କ ପୁତ୍ର ମତ ଦେଇଥିଲେ ଯେ ତାଙ୍କ ପିତା ମର୍ଚାଣ୍ଟ୍ ଟେଲର୍ସ ସ୍କୁଲ ଦଳର ରଙ୍ଗ ଅନୁସାରେ କ୍ଲବ୍ ଦଳର ରଙ୍ଗ ରଖିଥିଲେ । ଆଉ ଏକ ମତାନୁସାରେ ଲେଖକ ଟନି ଷ୍ଟ୍ରୁବେଲ ଏହାକୁ ପ୍ରଥମ ଫରାସୀ ଗଣରାଜ୍ୟର ରଙ୍ଗରୁ ଉଦ୍ଧୃତ ହୋଇଥିବା ବିଷୟ କହିଛନ୍ତି । କାଟାଲୁନିଆର ଜନସାଧାରଣଙ୍କ ମଧ୍ୟରେ ପ୍ରଚଳିତ ମତାନୁସାରେ ହୋଆନ୍ ଗାମ୍ପର୍ ନିଜ ପୂର୍ବ ବାସେଲ୍ ଫୁଟବଲ କ୍ଲବର ରଙ୍ଗରୁ ବାର୍ସେଲୋନାର ରଙ୍ଗ ଉଦ୍ଧାର କରିଥିଲେ ।[୮୯]

୧୯୯୮ ମସିହାରୁ ନାଇକି (Nike) କମ୍ପାନୀ ସହ ବାର୍ସେଲୋନାର ବ୍ୟାବସାୟିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହା ଅନୁଯାୟୀ ନାଇକି ବାର୍ସେଲୋନା ଦଳକୁ ସମସ୍ତ ଖେଳ ପୋଷାକ, ଉପକରଣ ଆଦି ଯୋଗାଇଦେବ । ୨୦୧୬ ମସିହାରେ ଏହି ଚୁକ୍ତିର ଅବଧି ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରିଦିଆ ଯାଇଛି । ବାର୍ଷିକ ୧୫.୫ କୋଟି ୟୁରୋର ଏହି ବହୁମୂଲ୍ୟ ବ୍ୟାବସାୟିକ ଚୁକ୍ତି ଅନୁସାରେ ବାର୍ସେଲୋନା ଦଳ ଲା ଲିଗାରେ ଯୋଗ୍ୟତା ହାସଲ କରିବାରେ ବିଫଳ ହେଲେ କିମ୍ବା କୌଣସି ବର୍ଷ ୟୁରୋପୀୟ ପ୍ରତିଯୋଗିତା ଖେଳିବାକୁ ଅସମର୍ଥ ହେଲେ ବାର୍ସେଲୋନା କ୍ଲବ୍ ନାଇକି କମ୍ପାନୀକୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦେବ ।[୯୦][୯୧]

ପ୍ରାୟୋଜକ, ପୋଷାକ-ଯୋତା ଯୋଗାଣକାରୀ

୧୯୯୮ ମସିହାରୁ ନାଇକି କମ୍ପାନୀ ବାର୍ସେଲୋନା ଦଳକୁ ପୋଷାକ-ଯୋତା ଇତ୍ୟାଦି ଯୋଗାଇ ଆସୁଛି
ସମୟ କିଟ୍ ନିର୍ମାତା ପୋଷାକରେ ମୁଖ୍ୟ ପ୍ରାୟୋଜକ ପୋଷାକରେ ଉପ-ପ୍ରାୟୋଜକ
୧୮୯୯–୧୯୮୨ କେହି ନାହିଁ କେହି ନାହିଁ କେହି ନାହିଁ
୧୯୮୨-୧୯୯୨ ମେବା
୧୯୯୨-୧୯୯୮ କାପ୍ପା
୧୯୯୮-୨୦୦୬ ନାଇକି
୨୦୦୬-୨୦୧୧ ୟୁନିସେଫ୍
୨୦୧୧-୨୦୧୩ କାତାର ଫାଉଣ୍ଡେସନ୍ ୟୁନିସେଫ୍
୨୦୧୩-୧୪ କାତାର ଏୟାରୱେସ୍
୨୦୧୪-୧୭ ବେକୋ ଏବଂ ୟୁନିସେଫ୍
୨୦୧୭- ରାକୁଟେନ


ଷ୍ଟାଡ଼ିୟମ୍

ବାର୍ସେଲୋନା ଦଳ କ୍ୟାମ୍ପ୍ ନୋଉ ଷ୍ଟାଡ଼ିୟମରେ ନିଜର “ଘର ମ୍ୟାଚ୍” ଖେଳେ । ୧୯୫୭ରୁ କ୍ୟାମ୍ପ୍ ନୋଉ ବାର୍ସେଲୋନା ଦଳର ଘର ଷ୍ଟାଡ଼ିୟମ୍ ରହି ଆସିଛି ।

ପ୍ରାରମ୍ଭିକ ସମୟରେ ବାର୍ସେଲୋନା କ୍ଲବ୍ ‘‘କ୍ୟାମ୍ପ୍ ଡେ ଲା ଇଣ୍ଡୁଷ୍ଟ୍ରିଆ’’ରେ ନିଜର ଘର ମ୍ୟାଚ୍ ସବୁ ଖେଳୁଥିଲା । ଏହି ପଡ଼ିଆର ଦର୍ଶକ କ୍ଷମତା ପ୍ରାୟ ୬୦୦୦ ଥିଲା । କ୍ଲବ୍‍ର ସମର୍ଥକ ଓ ସଦସ୍ୟ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନିଜର ଘର ମ୍ୟାଚ୍ ପଡ଼ିଆ କରିହେବ ନାହିଁ ବୋଲି ବାର୍ସେଲୋନା କ୍ଲବ୍‍ର ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରିଥିଲେ ।[୯୨]

୧୯୨୨ ମସିହାରେ ବାର୍ସେଲୋନା ଫୁଟବଲ କ୍ଲବ୍‍ର ସମର୍ଥକଙ୍କ ସଂଖ୍ୟା ୨୦୦୦୦ରୁ ଅଧିକ ହୋଇ ସାରିଥିଲା । ସେମାନେ କ୍ଲବ୍‍କୁ ଅର୍ଥ ଋଣ ଆକାରରେ ଦେବାରୁ କ୍ଲବ୍ ନିଜ ପାଇଁ କ୍ୟାମ୍ପ୍ ଡେ ଲେସ୍ କୋର୍ଟ୍ସ ନାମକ ଏକ ବୃହତ୍ତର ଷ୍ଟାଡ଼ିୟମ୍‍ର ନିର୍ମାଣ କରାଇବାକୁ ସମର୍ଥ ହୋଇଥିଲା । ଏହି ପଡ଼ିଆର ଦର୍ଶକ କ୍ଷମତା ପ୍ରଥମେ ୨୦୦୦୦ ଥିଲା । ସ୍ପେନ ଗୃହଯୁଦ୍ଧ ପରେ ବାର୍ସେଲୋନା କ୍ଲବ୍‍ର ସମର୍ଥକ ଓ ଏହାର ମ୍ୟାଚରେ ଦର୍ଶକ ସଂଖ୍ୟା ପ୍ରତି ବର୍ଷ ବଢ଼ିବାକୁ ଲାଗିଲା । ତେଣୁ ଷ୍ଟାଡ଼ିୟମରେ ଅନେକ ନୂତନ ନିର୍ମାଣ କରାଇବାକୁ ପଡ଼ିଲା । ୧୯୪୪ ମସିହାରେ ଗ୍ରାଣ୍ଡ୍ ଷ୍ଟାଣ୍ଡ୍, ୧୯୪୬ରେ ଦକ୍ଷିଣ ଷ୍ଟାଣ୍ଡ୍ ଓ ୧୯୫୦ ମସିହାରେ ଉତ୍ତର ଷ୍ଟାଣ୍ଡ୍ ପ୍ରଭୃତିରେ ଦର୍ଶକ କ୍ଷମତା ବଢ଼ାଇବା ପାଇଁ ନୂତନ ନିର୍ମାଣ କରାଗଲା । ସବୁ ନିର୍ମାଣ ପରେ ଲେସ୍ କୋର୍ଟ୍ସର ଦର୍ଶକ ଧାରଣ କ୍ଷମତା ପ୍ରାୟ ୬୦୦୦୦ ହୋଇ ଆସିଥିଲା ।[୯୩]

ଏତେ ନିର୍ମାଣ ପରେ ଲେସ୍ କୋର୍ଟ୍ସରେ ଆଉ ଅଧିକ ସମ୍ପ୍ରସାରଣ ପାଇଁ ସ୍ଥାନ ରହିଲା ନାହିଁ । ୧୯୪୮ ଓ ୧୯୪୯ ମସିହାରେ ଦୁଇ ବର୍ଷ କ୍ରମାଗତ ଲା ଲିଗାରେ ବିଜୟ ହାସଲ କରିବା ପରେ ଏବଂ କ୍ଲବ୍ ସେ ସମୟରେ ଫୁଟବଲ ଖେଳାଳି ଲାଜଲୋ କୁବାଲା (ଯିଏ ୨୫୬ ମ୍ୟାଚରେ ୧୯୬ଟି ଗୋଲ କରିଥିଲେ) ବାର୍ସେଲୋନା ଦଳରେ ଯୋଗ ଦେବା ପରେ ବାର୍ସେଲୋନାର ମ୍ୟାଚ୍ ସବୁ ଦେଖିବାକୁ ଆହୁରି ଅଧିକ ଦର୍ଶକ ଆସିବାକୁ ଲାଗିଲେ ।[୯୩][୯୪][୯୫] ଆଉ ଏକ ନୂତନ ଷ୍ଟାଡ଼ିୟମ୍ ନିର୍ମାଣ କରିବାକୁ କ୍ଲବ୍ ଯୋଜନା କରିବା ଆରମ୍ଭ କଲା ।[୯୩] ୧୯୫୪ ମସିହା ମାର୍ଚ୍ଚ ୨୮ ତାରିଖରେ ୬୦୦୦୦ ବାର୍ସେଲୋନା ସମର୍ଥକଙ୍କ ସମ୍ମୁଖରେ କ୍ୟାମ୍ପ୍ ନୋଉର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ବାର୍ସେଲୋନାର ଆର୍ଚ୍‍ବିଶପ୍ ଗ୍ରେଗୋରିଓ ମୋଡ୍ରେଗୋଙ୍କ ଆଶୀର୍ବାଦ ନେଇ ଓ ଗଭର୍ଣ୍ଣର ଫେଲିପେ ଆସେଡୋ କୋଲୁଂଗାଙ୍କ ପୃଷ୍ଠପୋଷକତାରେ ନୂଆ ଷ୍ଟାଡ଼ିୟମ୍‍ର ଶିଳାନ୍ୟାସ କରାଗଲା । ତିନି ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିଲା ଏବଂ ୧୯୫୭ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ସମାପ୍ତ ହୋଇଥିଲା । ଏଥିପାଇଁ ୨୮.୮ କୋଟି ସ୍ପେନୀୟ ପେସେଟା ଖର୍ଚ୍ଚ କରାଯାଇଥିଲା ଯାହା ପୂର୍ବ ବ୍ୟୟ ଅଟକଳରୁ ୩୩୬% ଅଧିକ ଥିଲା ।[୯୩]

The words "Més que un club" are painted in yellow on the blue seats of the stadium
କ୍ୟାମ୍ପ୍ ନୋଉର ଗୋଟିଏ ପଟର ଷ୍ଟାଣ୍ଡରେ ବାର୍ସେଲୋନା କ୍ଲବ୍‍ର ଆଦର୍ଶ ବାକ୍ୟ "ମେସ୍ କୋ ଉନ୍ କ୍ଲୁବ୍" ଲେଖାଅଛି ।

୧୯୮୦ ମସିହାରେ ୟୁଇଫାର କିଛି ସର୍ତ୍ତାବଳୀର ପୂରଣ କରିବା ପାଇଁ କ୍ୟାମ୍ପ୍ ନୋଉ ଷ୍ଟାଡ଼ିୟମ୍‍ର କିଛି ଅଂଶର ପୁନର୍ନିର୍ମାଣ କରିବା ଦରକାର ହେଲା । ଏଥିପାଇଁ ବାର୍ସେଲୋନା କ୍ଲବ୍ ନିଜର ସମର୍ଥକମାନଙ୍କ ସହାୟତାରେ ଏହି ଅର୍ଥ ସଂଗ୍ରହ କଲା । ସୁଲଭ ମୂଲ୍ୟରେ ସମର୍ଥକମାନେ ସେମାନଙ୍କ ନାମ ଲେଖାଥିବା ଇଟା ଷ୍ଟାଡ଼ିୟମ ପାଇଁ ଦେଇପାରିବେ ବୋଲି ଏକ ପ୍ରସ୍ତାବ ଦିଆଗଲା । ସମର୍ଥକଙ୍କ ମଧ୍ୟରେ ଏହି ପ୍ରସ୍ତାବ ଖୁବ୍ ଲୋକପ୍ରିୟ ହୋଇଥିଲା ଓ ବହୁ ଲୋକ ନିଜ ନାମର ଇଟା ପାଇଁ ଆବଶ୍ୟକୀୟ ଶୁଳ୍କ ପୈଠ ମଧ୍ୟ କରିଥିଲେ । ପରେ ଜଣେ ଦୀର୍ଘକାଳୀନ ରିଆଲ ମାଦ୍ରିଦ୍ ଅଧ୍ୟକ୍ଷ ଓ ଫ୍ରାଂକୋ ସମର୍ଥକ ସାଣ୍ଟିଆଗୋ ବେର୍ଣ୍ଣାବେଉଙ୍କ ନାମର ଇଟା ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଥିଲା ।[୯୬][୯୭][୯୮] ୧୯୯୨ ମସିହାର ଗ୍ରୀଷ୍ମକାଳୀନ ଅଲିମ୍ପିକ୍ ଖେଳର ପ୍ରସ୍ତୁତି ବେଳେ ଦର୍ଶକଙ୍କ ବସିବା ପାଇଁ ଆହୁରି ଅଧିକ ଦୁଇଟି ସୋପାନ ନିର୍ମାଣ କରାଗଲା ।[୯୯] ବର୍ତ୍ତମାନ ସମୟରେ କ୍ୟାମ୍ପ୍ ନୋଉର ଦର୍ଶକ କ୍ଷମତା ପ୍ରାୟ ୯୯୩୫୪ ଓ ଏହା ୟୁରୋପର ସର୍ବବୃହତ ଷ୍ଟାଡ଼ିୟମ୍ ।[୧]

ବାର୍ସେଲୋନା ଫୁଟବଲ କ୍ଲବ୍ ଅଧୀନରେ ଆଉ କିଛି ଅଟ୍ଟାଳିକା ଓ ପଡ଼ିଆ ବା ଷ୍ଟାଡ଼ିୟମ୍ ମଧ୍ୟ ରହିଛି :[୧୦୦]

  • ସ୍ୟୁଟାଟ ଏସ୍ପୋର୍ଟିଭା ହୋଆନ୍ ଗାମ୍ପର୍ (ବାର୍ସେଲୋନା ଫୁଟବଲ କ୍ଲବ୍‍ର ପ୍ରଶିକ୍ଷଣ ପଡ଼ିଆ)
  • ଲା ମାସିଆ (ତରୁଣ ଖେଳାଳିଙ୍କ ଆବାସ ସ୍ଥାନ)
  • ଏସ୍ତାଦି ୟୋହାନ୍ କ୍ରାଫ୍ (ଅତିରିକ୍ତ ଦଳ ଓ ମହିଳା ଦଳଙ୍କ ଘର ମ୍ୟାଚ୍ ପଡ଼ିଆ)
  • ପାଲାଉ ବ୍ଲାଉଗ୍ରାନା (ବାର୍ସେଲୋନା ଫୁଟବଲ କ୍ଲବର ଇଣ୍ଡୋର୍ ଷ୍ଟାଡ଼ିୟମ୍)
  • ପାଲାଉ ବ୍ଲାଉଗ୍ରାନା ୨ (ବାର୍ସେଲୋନା ଫୁଟବଲ କ୍ଲବର ଦ୍ୱିତୀୟ ଇଣ୍ଡୋର୍ ଷ୍ଟାଡ଼ିୟମ୍)
  • ପାଲାଉ ଡେ ଜେଲ୍ (ବାର୍ସେଲୋନା ଫୁଟବଲ କ୍ଲବର ବରଫ ପଡ଼ିଆ)

ବିଜୟ ଓ ସମ୍ମାନ

ପ୍ରକାର ପ୍ରତିଯୋଗିତା ବିଜୟ ସଂଖ୍ୟା କ୍ରୀଡ଼ାବର୍ଷ
ଜାତୀୟ ଲା ଲିଗା ୨୬ ୧୯୨୯, ୧୯୪୪-୪୫, ୧୯୪୭-୪୮, ୧୯୪୮-୪୯, ୧୯୫୧-୫୨, ୧୯୫୨-୫୩, ୧୯୫୮-୫୯, ୧୯୫୯-୬୦, ୧୯୭୩-୭୪, ୧୯୮୪-୮୫, ୧୯୯୦-୯୧, ୧୯୯୧-୯୨, ୧୯୯୨-୯୩, ୧୯୯୩-୯୪, ୧୯୯୭-୯୮, ୧୯୯୮-୯୯, ୨୦୦୪-୦୫, ୨୦୦୫-୦୬, ୨୦୦୮-୦୯, ୨୦୦୯-୧୦, ୨୦୧୦-୧୧, ୨୦୧୨-୧୩, ୨୦୧୪-୧୫, ୨୦୧୫-୧୬, ୨୦୧୭-୧୮, ୨୦୧୮-୧୯
କୋପା ଡେଲ୍ ରେ ୩୦ ୧୯୦୯-୧୦, ୧୯୧୧-୧୨, ୧୯୧୨-୧୩, ୧୯୧୯-୨୦, ୧୯୨୧-୨୨, ୧୯୨୪-୨୫, ୧୯୨୫-୨୬, ୧୯୨୭-୨୮, ୧୯୪୧-୪୨, ୧୯୫୦-୫୧, ୧୯୫୧-୫୨, ୧୯୫୨-୫୩, ୧୯୫୬-୫୭, ୧୯୫୮-୫୯, ୧୯୬୨-୬୩, ୧୯୬୭-୬୮, ୧୯୭୦-୭୧, ୧୯୭୭-୭୮, ୧୯୮୦-୮୧, ୧୯୮୨-୮୩, ୧୯୮୭-୮୮, ୧୯୮୯-୯୦, ୧୯୯୬-୯୭, ୧୯୯୭-୯୮, ୨୦୦୮-୦୯, ୨୦୧୧-୧୨, ୨୦୧୪-୧୫, ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮
ସୁପରକୋପା ଡି ଇସ୍ପାନା ୧୩ ୧୯୮୩, ୧୯୯୧, ୧୯୯୨, ୧୯୯୪, ୧୯୯୬, ୨୦୦୫, ୨୦୦୬, ୨୦୦୯, ୨୦୧୦, ୨୦୧୧, ୨୦୧୩, ୨୦୧୬, ୨୦୧୮
କୋପା ଇଭା ଦୁଆର୍ତେ ୧୯୪୮, ୧୯୫୨ ଓ ୧୯୫୩
କୋପା ଡେ ଲା ଲିଗା ୧୯୮୩ ଓ ୧୯୮୬
ୟୁରୋପୀୟ ୟୁଇଫା ଚାମ୍ପିୟନ୍ସ ଲିଗ୍ ୧୯୯୧-୯୨, ୨୦୦୫-୦୬, ୨୦୦୮-୦୯, ୨୦୧୦-୧୧, ୨୦୧୪-୧୫
ୟୁଇଫା କପ୍ ୱିନର୍ସ କପ୍ ୧୯୭୮-୭୯, ୧୯୮୧-୮୨, ୧୯୮୮-୮୯, ୧୯୯୬-୯୭
ୟୁଇଫା ସୁପର କପ୍ S ୧୯୯୨, ୧୯୯୭, ୨୦୦୯, ୨୦୧୧, ୨୦୧୫
ଇଣ୍ଟର୍-ସିଟିସ୍ ଫେୟାର୍ସ କପ୍ ୧୯୫୫-୫୮, ୧୯୫୮-୬୦, ୧୯୬୫-୬୬
ବିଶ୍ୱ ସ୍ତରୀୟ ଫିଫା କ୍ଲବ୍ ବିଶ୍ୱକପ ୨୦୦୯, ୨୦୧୧, ୨୦୧୫
  •   ରେକର୍ଡ
  • S ଯୁଗ୍ମ ରେକର୍ଡ

୨୦୧୫ ମସିହାରେ ବାର୍ସେଲୋନା କ୍ଲବ ଦଳକୁ ନାଇନ୍ ଭେଲ୍ୟୁସ୍ କପ (Nine Values Cup) ସମ୍ମାନ ମିଳିଥିଲା । ଏହା ଶିଶୁମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଅନ୍ତର୍ଜାତୀୟ ସାମାଜିକ କାର୍ଯ୍ୟକ୍ରମଦ୍ୱାରା ଦିଆ ଯାଉଥିବା ଏକ ସମ୍ମାନ ।[୧୦୧]

ବାର୍ସେଲୋନା ଫୁଟବଲ କ୍ଲବ୍ ଖେଳାଳି

ସ୍ପେନୀୟ ଦଳମାନଙ୍କରେ ସର୍ବାଧିକ ୩ ଜଣ ଅଣ-ୟୁରୋପୀୟ ନାଗରିକ ଖେଳାଳି ଖେଳିବାର ନିୟମ ରହିଛି । ତେଣୁ ଦଳରେ ପ୍ରାଥମିକ ଭାବେ ଅଧିକ ୟୁରୋପୀୟ ଖେଳାଳି ରହିଥାନ୍ତି । ଦଳରେ ଅନେକ ଅଣ-ୟୁରୋପୀୟ ଖେଳାଳି ମଧ୍ୟ ରହିଥାନ୍ତି ଯେଉଁମାନେ ୟୁରୋପୀୟ ସଂଘର କୌଣସି ଏକ ଦେଶ ଓ ନିଜ ଦେଶର ଦ୍ୱୈତ ନାଗରିକତା ଗ୍ରହଣ କରିଥାନ୍ତି । କୋଟୋନୁ ଚୁକ୍ତି ଅନ୍ତର୍ଭୁକ୍ତ ଆଫ୍ରିକା, ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶର ଖେଳାଳିମାନେ କୋଲ୍‍ପାକ୍ ନିୟମାବଳୀ ଅନୁସାରେ ସ୍ପେନୀୟ କ୍ଲବରେ ଖେଳିପାରିବେ ଓ ସେମାନଙ୍କୁ ଅଣ-ୟୁରୋପୀୟ ଖେଳାଳି ଭାବେ ଗଣନା କରାଯାଏ ନାହିଁ ।

ଆହୁରି ପଢ଼ନ୍ତୁ

  • Arnaud, Pierre; Riordan, James (1998). Sport and international politics. Taylor & Francis. ISBN 978-0-419-21440-3.
  • Ball, Phill (2003). Morbo: The Story of Spanish Football. WSC Books Limited. ISBN 978-0-9540134-6-2.
  • Burns, Jimmy (1998). Barça: A People's Passion. Bloomsbury Publishing. ISBN 978-0-7475-4554-5.
  • Chadwick, Simon; Arthur, Dave (2007). International cases in the business of sport. Butterworth-Heinemann. ISBN 978-0-7506-8543-6.
  • Desbordes, Michael (2007). Marketing and football: an international perspective. Butterworth-Heinemann. ISBN 978-0-7506-8204-6.
  • Dobson, Stephen; Goddard, John A. (2001). The economics of football. Cambridge University Press. ISBN 978-0-521-66158-4.
  • Eaude, Michael (2008). Catalonia: a cultural history. Oxford University Press. ISBN 978-0-19-532797-7.
  • Ferrand, Alain; McCarthy, Scott (2008). Marketing the Sports Organisation: Building Networks and Relationships. Taylor & Francis. ISBN 978-0-415-45329-5.
  • Fisk, Peter (2008). Business Genius: A More Inspired Approach to Business Growth. John Wiley and Sons. ISBN 978-1-84112-790-3.
  • Ghemawat, Pankaj (2007). Redefining global strategy: crossing borders in a world where differences still matter. Harvard Business Press. p. 2. ISBN 978-1-59139-866-0.
  • Farred, Grant (2008). Long distance love: a passion for football. Temple University Press. ISBN 978-1-59213-374-1.
  • Ferrand, Alain; McCarthy, Scott (2008). Marketing the Sports Organisation: Building Networks and Relationships. Taylor & Francis. ISBN 978-0-415-45329-5.
  • King, Anthony (2003). The European ritual: football in the new Europe. Ashgate Publishing, Ltd. ISBN 978-0-7546-3652-6.
  • Kleiner-Liebau, Désirée (2009). Migration and the Construction of National Identity in Spain. Vol. 15. Iberoamericana Editorial. ISBN 978-84-8489-476-6.
  • Murray, Bill (1998). The world's game: a history of soccer. University of Illinois Press. ISBN 978-0-252-06718-1.
  • Peterson, Marc (2009). The Integrity of the Game and Shareholdings in European Football Clubs. GRIN Verlag. ISBN 978-3-640-43109-0.
  • Raguer, Hilari (2007). The Catholic Church and the Spanish Civil War. Vol. 11. Routledge. ISBN 978-0-415-31889-1.
  • Shubert, Adrian (1990). A social history of modern Spain. Routledge. ISBN 978-0-415-09083-4.
  • Snyder, John (2001). Soccer's most wanted: the top 10 book of clumsy keepers, clever crosses, and outlandish oddities. Brassey's. ISBN 978-1-57488-365-7.
  • Spaaij, Ramón (2006). Understanding football hooliganism: a comparison of six Western European football clubs. Amsterdam University Press. ISBN 978-90-5629-445-8.
  • Witzig, Richard (2006). The Global Art of Soccer. CusiBoy Publishing. ISBN 978-0-9776688-0-9.

ଚଳଚ୍ଚିତ୍ର

ବର୍ଷ ନାମ ନିର୍ଦ୍ଦେଶକ
୧୯୭୪ Barça, 75 años de historia del Fútbol Club Barcelona ଜୋର୍ଡି ଫେଲ୍ୟୁ
୧୯୯୮-୯୯ Aquest any, cent![୧୦୨] ଆଣ୍ଟୋନି ବାସାସ୍
୨୦୧୪ Història del FC Barcelona[୧୦୩] ସାଣ୍ଟିଆଗୋ ଗାର୍ଗାଲୋ
୨୦୧୮ Gamper, l'inventor del Barça[୧୦୪] ଜୋର୍ଡି ଫେରେରୋନ୍ସ
୨୦୧୯ La Sagi, una pionera del Barça[୧୦୫] ଫ୍ରାନ୍ସେସ୍କ ଏସ୍କ୍ରିବାନୋ ଇ ଜୋସେଫ୍ ସେରା ମାଟଏ

ଆହୁରି ଦେଖନ୍ତୁ

ଆଧାର

  1. ୧.୦ ୧.୧ Camp Nou – FC Barcelona Official Page
  2. "The World's Most Valuable Soccer Teams". Forbes. 12 June 2018.
  3. "Deloitte Football Money League 2020". Deloitte. 30 January 2020.
  4. "The history of the Barça anthems". FC Barcelona. Retrieved 24 September 2017.
  5. "Football Europe: FC Barcelona". UEFA. Archived from the original on 3 June 2010. Retrieved 4 May 2009.
  6. "FORMER RESULTS". International Federation of Football History & Statistics. Retrieved 16 December 2014.
  7. "Club World Ranking 2015". International Federation of Football History & Statistics. Retrieved 7 January 2015.
  8. "UEFA Club Rankings 2016". UEFA. Retrieved 5 June 2016.
  9. "Barça, the most loved club in the world". Marca. Madrid. Retrieved 15 December 2014.
  10. "Barcelona wins Social Star Award for 'Most Popular Sports Team'". The Straits Times. Archived from the original on 3 November 2013.
  11. "FC Barcelona Records". FC Barcelona. 12 January 2012. Retrieved 12 January 2012.
  12. "Is this Barcelona team the best of all time?". CNN. 23 December 2011.
  13. "The great European Cup teams: Barcelona 2009–2011". The Guardian. London. 25 October 2015.
  14. "Who's the Greatest of Them All? Barcelona!". Newsweek. 25 October 2015. Archived from the original on 4 March 2016.
  15. "Barcelona become first sports team to average £10m a year in wages". The Guardian. Retrieved 28 November 2018.
  16. "Barcelona tops the 2018 list of the highest-paid sports teams in the world with $13.8 million average annual salary". Business Insider. Retrieved 28 November 2018.
  17. ୧୭.୦ ୧୭.୧ Ball, Phil p. 89.
  18. ୧୮.୦ ୧୮.୧ Carnicero, José Vicente Tejedor (21 May 2010). "Spain – List of Cup Finals". Rec.Sport.Soccer Statistics Foundation. Retrieved 9 March 2010.
  19. ୧୯.୦ ୧୯.୧ ୧୯.୨ "The crest". FC Barcelona. Archived from the original on 30 May 2012. Retrieved 30 July 2010.
  20. Murray, Bill. p. 30
  21. Ferrer, Carles Lozano (19 June 2001). "Coupe des Pyrenées – Copa de los Pirineos". Rec.Sport.Soccer Statistics Foundation. Retrieved 12 June 2010.
  22. Spaaij, Ramón. p. 279
  23. Arnaud, Pierre; Riordan, James. p. 103
  24. "History part II". FC Barcelona. Archived from the original on 30 May 2012. Retrieved 11 March 2010.
  25. Lowe, Sid (2013). Fear and Loathing in La Liga: Barcelona vs Real Madrid (Page 373). Random House. ISBN 978-02-2409-178-7.
  26. Rogers, Iain (22 October 2009). "Barca talent farm marks 30 years of success". Reuters. Reuters.
  27. ୨୭.୦ ୨୭.୧ "History part IV". FC Barcelona. Archived from the original on 4 December 2012. Retrieved 15 March 2010.
  28. Ball, Phil p. 85
  29. "La Masia". FC Barcelona. Archived from the original on 3 October 2009. Retrieved 30 July 2010.
  30. Dobson, Stephen; Goddard, John A. p. 180
  31. Spaaij, Ramón pp. 291–292
  32. Duff, Alex (18 May 2006). "Barcelona Emulates 'Dream Team' to Win European Title". Bloomberg. Archived from the original on 5 November 2012. Retrieved 5 October 2010.
  33. Barend, Frits; van Dorp, Henk (1999). Ajax, Barcelona, Cruyff. Bloomsbury Publishing PLC. ISBN 978-0-7475-4305-3.
  34. Hawkey, Ian (22 March 2009). "Novelty factor adds spice to clash of giants". The Times. London. Retrieved 30 July 2010.
  35. "Honours". FC Barcelona. Archived from the original on 3 October 2009. Retrieved 12 March 2010.
  36. "The inventor of modern football". Financial Times. 25 October 2015.
  37. "Joan Laporta on Barcelona, Beckham, Mourinho, Guardiola and Messi". Sky Sports. 21 March 2015.
  38. ୩୮.୦ ୩୮.୧ Smyth, Rob (17 September 2016). "Ronaldo at 40: Il Fenomeno's legacy as greatest ever No9, despite dodgy knees". The Guardian. Retrieved 31 August 2018.
  39. ୩୯.୦ ୩୯.୧ "History part V". FC Barcelona. 15 June 2003. Archived from the original on 4 December 2012. Retrieved 12 March 2010.
  40. Pleat, David (28 May 2009). "Middle men to the fore in dictating the rhythm with care". The Guardian. London. Retrieved 21 January 2016.
  41. Ball, Phil. p. 19
  42. Ball, Phil. pp. 109–110
  43. "Ronaldinho wins world award again". BBC Sport. 19 December 2005. Retrieved 11 August 2010.
  44. "'When Barça got their smile back' – documentary about Ronaldinho". FC Barcelona. 9 September 2013.
  45. "Ronaldinho brings smile to Barca's face". The Guardian. London. 9 February 2004.
  46. McCurdy, Patrick (21 November 2005). "Real Madrid 0 Barcelona 3: Bernabeu forced to pay homage as Ronaldinho soars above the galacticos". The Independent. London. Retrieved 11 August 2010.
  47. "Barcelona 2–1 Arsenal". BBC Sport. 17 May 2006. Retrieved 11 August 2010.
  48. "Barcelona will not punish Eto'o". BBC Sport. 14 February 2007. Retrieved 11 August 2010.
  49. "Rijkaard until 30 June; Guardiola to take over". FC Barcelona. 8 May 2008. Archived from the original on 4 December 2012. Retrieved 8 May 2009.
  50. Alvarez, Eduardo (14 May 2009). "One title closer to the treble". ESPN. Retrieved 30 May 2009.
  51. "Barcelona 2–0 Man Utd". BBC Sport. 27 May 2009. Retrieved 30 May 2009.
  52. "Pep Guardiola's love affair with Barça continues". Thesportreview.com. 19 May 2009. Retrieved 31 May 2009.
  53. "Messi leads Barcelona to Spanish Supercup win". CNN Sports Illustrated. Associated Press. 23 August 2009. Archived from the original on 8 July 2011. Retrieved 25 December 2009.
  54. "Barcelona vs Shakhtar Donetsk". FC Barcelona. Archived from the original on 29 July 2012. Retrieved 13 March 2010.
  55. "Barcelona beat Estudiantes to win the Club World Cup". BBC Sport. 19 December 2009. Retrieved 14 April 2010.
  56. "Sandro Rosell i Feliu (2010–)". FC Barcelona. FC Barcelona. Archived from the original on 3 September 2012. Retrieved 5 June 2011.
  57. "Barca agree Villa move with Valencia". FC Barcelona. 19 May 2010. Archived from the original on 2 August 2012. Retrieved 4 June 2011.
  58. "Deal with Liverpool to sign Mascherano". FC Barcelona. 27 August 2010. Archived from the original on 31 July 2012. Retrieved 4 June 2011.
  59. "World Cup 2010: Spain's battle won on the playing fields of Barcelona". The Daily Telegraph. London. 17 July 2010.
  60. "Messi, Marta, Mourinho and Neid crowned as the best of 2010". FIFA. 10 January 2011. Retrieved 10 January 2012.
  61. Barcelona secure La Liga Spanish title hat-trick BBC Sport. Retrieved 30 May 2011.
  62. Madrid clinch Copa del Rey Archived 23 April 2011 at the Wayback Machine. Sky Sports. Retrieved 30 May 2011.
  63. Phil McNulty (28 May 2011). "Barcelona 3–1 Man Utd". BBC Sport. Retrieved 30 May 2011.
  64. "El Barça iguala en títulos al Real Madrid". Marca (newspaper). Madrid. Retrieved 18 August 2011.
  65. "El club azulgrana ya tiene más títulos que el Real". Sport. Madrid. Archived from the original on 10 January 2012. Retrieved 27 August 2011.
  66. "SANTOS-FCB: Legendary Barça (0–4)". FC Barcelona. 18 December 2011. Archived from the original on 22 December 2011. Retrieved 18 December 2011.
  67. "Guardiola: "Winning 13 out of 16 titles is only possible when you have a competitive mentality"". FC Barcelona. 18 December 2011. Archived from the original on 8 January 2012. Retrieved 18 December 2011.
  68. "Santos humbled by brilliant Barcelona". FIFA. 18 December 2011. Retrieved 18 December 2011.
  69. "Pep Guardiola's 14 trophies at Barcelona – in pictures". The Guardian. London. 25 October 2015.
  70. Segura, Anna (7 February 2012). "Laureus Award tops off a year of recognition". FC Barcelona. Archived from the original on 24 October 2017. Retrieved 24 October 2017.
  71. "Barca 'not tired' on MSN Video". MSN. Archived from the original on 7 May 2013. Retrieved 29 November 2012.
  72. Jenson, Pete (26 April 2012). "Pep Guardiola's reign in Spain was coming to an end, according to all the signs". The Daily Telegraph. London.
  73. "Pep Guardiola to part company with Barcelona – reports". ESPN FC. 26 April 2012. Retrieved 29 November 2012.
  74. "Barcelona v Chelsea: Pep Guardiola keeps calm as Nou Camp critics question selection and tactics". The Daily Telegraph. London. 24 April 2012.
  75. Martin, Richard (17 May 2014). "Barcelona 1 Atletico Madrid 1, La Liga: match report". The Daily Telegraph. London. Retrieved 17 May 2014.
  76. "Johan Cruyff's influence endures as Barcelona complete the 'double-treble". ESPN FC. Retrieved 8 June 2015.
  77. "Barcelona are La Liga Champions". FC Barcelona. 17 May 2015. Archived from the original on 19 May 2015. Retrieved 17 May 2015.
  78. "Seventh La Liga title in last ten years". FC Barcelona. 17 May 2015. Archived from the original on 19 May 2015. Retrieved 17 May 2015.
  79. "Barca won 27th title of Copa Del Rey". FC Barcelona. 30 May 2015. Retrieved 30 May 2015.
  80. "Barcelona crush Juventus in Champions League final: as it happened". The Daily Telegraph. London. 6 June 2015. Retrieved 8 June 2015.
  81. "Barcelona's Luis Suárez, Leo Messi and Neymar too good for Juventus". The Guardian. London. 6 June 2015. Retrieved 1 November 2015.
  82. "Iniesta, Messi and Suárez make up Club World Cup Podium". FC Barcelona. 20 December 2015. Archived from the original on 22 December 2015. Retrieved 7 January 2016.
  83. "International Cups Trivia". Rec.Sport.Soccer Statistics Foundation.
  84. "FC Barcelona have the most international titles in world football". FC Barcelona. 23 ଡିସେମ୍ବର 2015. Archived from the original on 27 ଡିସେମ୍ବର 2015. Retrieved 8 ଜାନୁଆରୀ 2016.
  85. "180 Goals and 51 Wins in a record breaking 2015". FC Barcelona. 31 December 2015. Archived from the original on 4 January 2016. Retrieved 7 January 2016.
  86. "Josep Maria Bartomeu announces the resignation of the Board of Directors". FC Barcelona. 27 October 2020.
  87. "1899. The First Coat of Arms". FC Barcelona. Archived from the original on 14 May 2016.
  88. Ball, Phil p. 90.
  89. Ball, Phil pp. 90–91.
  90. Barcelona sign new kit deal with Nike that is biggest in the world
  91. Barcelona confirm record kit deal with Nike
  92. Santacana, Carles (14 March 2009). "Cent anys del camp de la Indústria" (in କାଟାଲାନ୍). FC Barcelona. Archived from the original on 4 August 2012. Retrieved 11 September 2010.
  93. ୯୩.୦ ୯୩.୧ ୯୩.୨ ୯୩.୩ "Brief history of Camp Nou". FC Barcelona. Archived from the original on 1 August 2012. Retrieved 30 July 2010.
  94. Farred, Grant. p. 124.
  95. Eaude, Michael. p. 104.
  96. Ball, Phil pp. 20–21.
  97. Ball, Phil pp. 121–22.
  98. Murray, Bill. p. 102.
  99. Snyder, John. pp. 81–2.
  100. "El proyecto Barça Parc, adelante" (in ସ୍ପେନିୟ). FC Barcelona. 2009. Archived from the original on 31 July 2009. Retrieved 28 July 2009.
  101. "Футбол и вечные ценности". sport-express.ru (in ରୁଷିୟ). 2016-04-11. Retrieved 2020-11-14.
  102. "Aquest any, cent! (TV Series 1998–1999)". IMDb. Retrieved 16 September 2020.
  103. "Història del FC Barcelona". RTVE.es (in ସ୍ପେନିୟ). Arxiu TVE Catalunya. Retrieved 16 September 2020.
  104. "Gamper, l'inventor del Barça". TV3 (in କାଟାଲାନ୍). Retrieved 16 September 2020.
  105. "La Sagi, una pionera del Barça". TV3 (in କାଟାଲାନ୍). Retrieved 16 September 2020.

ଅନ୍ୟାନ୍ୟ ଲିଂକ୍