"ପେଚା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
୩୨ କ ଧାଡ଼ି: | ୩୨ କ ଧାଡ଼ି: | ||
[[File:Tyto alba 01.JPG|thumb|right|200px|ଏକ ଚୋକଡ ପେଚା]] |
[[File:Tyto alba 01.JPG|thumb|right|200px|ଏକ ଚୋକଡ ପେଚା]] |
||
[[File:Eagle Owl IMG 9203.JPG|thumb|right|200px|ଏକ ଚିଲପେଚା]] |
[[File:Eagle Owl IMG 9203.JPG|thumb|right|200px|ଏକ ଚିଲପେଚା]] |
||
[[File:Short-eared owl chick.jpg|thumb|right|200px|୧୮ ଦିନର ଏକ ପେଚା ଛୁଆ]] |
|||
ପେଚାମାନଙ୍କର ଆଖି ବଡ ଏବଂ ଆଗକୁ ଥାଏ । ତାଙ୍କର ମୁଖ ଚେପଟା, ଥଣ୍ଟ ଚିଲ ପରି, ଏବଂ କାନ ଜାଗାରେ କର୍ଣ୍ଣଗହ୍ୱର ରହିଥାଏ । |
|||
==ସଂରକ୍ଷଣ ସ୍ଥିତି== |
==ସଂରକ୍ଷଣ ସ୍ଥିତି== |
୧୨:୫୩, ୧୭ ଅକ୍ଟୋବର ୨୦୨୦ ଅନୁସାରେ କରାଯାଇଥିବା ବଦଳ
ପେଚା | |
---|---|
ଛୋଟ ପେଚା (ଆଥେନେ ନୋକ୍ଚୁଆ) | |
ଓଟୁସ ଯୋଲାନ୍ଦେ ଡାକ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
ଗୋଷ୍ଠୀ: | ଆଫ୍ରୋଏଭସ |
ବର୍ଗ: | ଷ୍ଟ୍ରିଜିଫୋର୍ମ୍ସ ୱାଗ୍ଲର, ୧୮୩୯ |
କୁଳଗୁଡ଼ିକ | |
ଷ୍ଟ୍ରିଗିଡେ | |
ସମସ୍ତ ପେଚାମାନଙ୍କର ବିସ୍ତାର. | |
Synonyms | |
ଷ୍ଟ୍ରିଗିଡେ ସେନ୍ସୁ ସିବ୍ଲେ & ଆଃଲକ୍ୱିଷ୍ଟ |
ପେଚା ଷ୍ଟ୍ରିଜିଫୋର୍ମ୍ସ ଗଣର ପକ୍ଷୀଗଣ । ଏହି ଗଣରେ ପ୍ରାୟ ୨୦୦ରୁ ଅଧିକ ଜାତିର ପକ୍ଷୀ ଅଛନ୍ତି । ଏହି ପକ୍ଷୀଗୁଡ଼ିକ ସାଧାରଣତଃ ଅଣସାମାଜିକ ରାତ୍ରିଚର ଏବଂ କାରୀ । ତାଙ୍କର ସ୍ୱତନ୍ତ୍ର ଗୁଣଗୁଡିକ ହେଲା, ସେମାନଙ୍କର ସିଧା ଛିଡା ହେବା, ବଡ ଓ ଚଉଡା ମୁଣ୍ଡ, ବାଇନୋକୁଲୀୟ ଦୃଷ୍ଟି, ଦ୍ୱିତକର୍ଣ୍ଣୀୟତା ଧାର ପଞ୍ଝା ଏବଂ ଧୀର ଉଡାଣ ପାଇଁ ବିକଶିତ ଡେଣା । ବ୍ଯତିକ୍ରମ - ଦିନଚାରୀ ଉତ୍ତରୀୟ ଚିଲ-ପେଚା ଏବଂ ସାମାଜିକ ଗାତଖୋଳା ପେଚା ।
ପେଚାଗଣ ସାଧାରଣତଃ ଛୋଚ ସ୍ତନ୍ଯପାୟୀ, କୀଟ, ଅନ୍ୟ ପକ୍ଷୀ ତଥା ମାଛ ଆଦି ଶିକାର କରିଥାନ୍ତି । ମେରୁସ୍ଥ ହିମାଞ୍ଚଳକୁ ଛାଡି ଦେଲେ ସେମାନେ ପୃଥିବୀର ସମସ୍ତ ଅଞ୍ଚଳରେ ଦେଖାଯାନ୍ତି ।
ପେଚାମାନଙ୍କୁ ମୁଖ୍ଯତଃ ୨ଟି କୁଳରେ ବିଭକ୍ତ କରାଯାଇଅଛି:
- ପ୍ରକୃତ ପେଚା କୁଳ: ଷ୍ଟ୍ରିଙ୍ଗିଡେ ଏବଂ
- ଚୋକଡ ପେଚା କୁଳ: ଟାଇଟୋନିଡେ ।
ଅନ୍ତର୍ବିଜ୍ଞାନ
ପେଚାମାନଙ୍କର ଆଖି ବଡ ଏବଂ ଆଗକୁ ଥାଏ । ତାଙ୍କର ମୁଖ ଚେପଟା, ଥଣ୍ଟ ଚିଲ ପରି, ଏବଂ କାନ ଜାଗାରେ କର୍ଣ୍ଣଗହ୍ୱର ରହିଥାଏ ।
ସଂରକ୍ଷଣ ସ୍ଥିତି
ସମସ୍ତ ପେଚାମାନଙ୍କୁ ଲୁପ୍ତପ୍ରାୟ ବନ୍ଯଜୀବଜନ୍ତୁଙ୍କର ଅନ୍ତର୍ରାଷ୍ଟ୍ରୀୟ ବାଣିଜ୍ଯ ସମ୍ମୀଳନୀର ଅନୁଚ୍ଛେଦ-IIରେ ଲିପିବଦ୍ଧ । ଅବଶ୍ଯ ପେଚାମାନଙ୍କ ଶିକାର ଏକ ଚିରାଚରିତ ଘଟଣା, କିନ୍ତୁ ୨୦୦୮ରେ ମାଲେସିଆର ଏକ ଖବର ଦର୍ଶାଉଛି ଯେ ପେଚା ଶିକାର ବଢ଼ି ଚାଲିଛି । ୨୦୦୮ ମସିହା ନଭେମ୍ବର ମାସରେ ମାଲେସୀୟ ଅନ୍ତରୀପରୁ ୯୦୦ଟି ପେଚାକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାରିତ ଜୀବ ମଧ୍ଯରେ ମୃତ ଚୋକଡା ପେଚା, ଦାଗଥିବା ଜଙ୍ଗଲୀ ପେଚା, ମୁକୁଟୀୟ ସର୍ପଚିଲ, ଚିଲ ଏବଂ ମାଠିଆ ଜଙ୍ଗଲୀ ପେଚା ତଥା ୭୦୦୦ ଜୀବନ୍ତ ଝିଟିପିଟି ଆଦି ଥିଲେ ।[୧]
ବିବରଣୀ
ପେଚା ମାନେ ମୁଖ୍ୟତଃ ନିଶାଚର କାରଣ ଏମାନେ ପ୍ରଖର କିରଣରେ ଦେଖିପାରନ୍ତି ନାହିଁ । ପେଚମାନେ ଏକ ପ୍ରକାର ଶିକାରୀ ପକ୍ଷୀ ଏମାନେ ମାଛ,ମୂଷା,କୀଟ ପତଙ୍ଗ ଆଦି ଖାଦ୍ୟ ରୂପେ ଗ୍ରହଣ କରନ୍ତି । ପେଚାମାନଙ୍କ ଆଖି ଦ୍ୱୟ ବଡ ବଡ ଓ ଏହା ଆଖି କୋରଟରେ ସ୍ଥିର ହୋଇ ରହିଥାଏ ଯାହାଫଳରେ ପେଚା ଆଖିର ଚଳ ପ୍ରଚଳନ କରିପାରେ ନାହିଁ ସେଥିଲାଗି ସେମାନେ ନିଜର ମୁଣ୍ଡକୁ ୨୭୦o କୋଣରେ ବୁଲାଇ ପାରନ୍ତି । ପେଚାମାନଙ୍କ ଗର୍ଦ୍ଧନମେରୁଯୋଡ ୧୪ଟି ଥାଏ ଯେଉଁଠାରେ ମନୁଷ୍ୟର ୭ଟି ଥାଏ ଯାହାଫଳରେ ମୁଣ୍ଡକୁ ୨୭୦ କୋଣରେ ବୁଲାଇଲେ ମଧ୍ୟ ରକ୍ତ ପ୍ରବାହରେ କୌଣସି ଅସୁବିଧା ହୁଏନାହିଁ ।
Burrowing owl (Athene cunicularia)
ପେଚାମାନଙ୍କ କାନ ଦୁଇ ମଧ୍ୟ ସାମ୍ନାକୁ ଥାଏ ଏମାନେ କୌଣସି ଶବ୍ଦ ଶୁଣିଲେ ସେଇ ଶବ୍ଦର ଦିଗକୁ ମୁଣ୍ଡ ବୁଲାନ୍ତି ଯେତେ ପର୍ଯ୍ୟନ୍ତ ଶବ୍ଦ ଦୁଇକାନର ସଂସ୍ପର୍ଶରେ ନ ଆସେ ସେମାନେ ଶବ୍ଦକୁ ସଠିକ ରୂପେ ବୁଝିପାରନ୍ତି ନାଇଁ ।ପେଚାମାନଙ୍କ କର୍ଣ ଓ ଚକ୍ଷୁ ଉନ୍ନତ ନ ହେଇଥିଲେ ମଧ୍ୟ ତାଙ୍କ ଚଞ୍ଚୁ ଏକ କାରିଗରୀ ଅସ୍ତ୍ର ରୂପେ ବିବେଚିତ ହୁଏ । ପେଚମାନଙ୍କ ଚଞ୍ଚୁ ମୁହଁର ତଳ ଆଡକୁ ଥାଏ ଓ ଏହା ଏକ ଧାରୁଆ କରତ ପରି କାମ କରେ । ଚଞ୍ଚୁର ଏପରି ତଳ ଆଡ଼କୁ ଗଠନ ଯାହାକି ପେଚାକୁ ଦେଖିବାରେ କୌଣସି ବାଧା କରେନାହିଁ । ପେଚା ମାନେ ଉଡ଼ିବାରେ କୌଣସି ଶବ୍ଦ ହୁଏନି ହଁ ପବନ ଗତିର ଏକ ଶବ୍ଦ ଆସେ କିନ୍ତୁ ପେଚାର ଡେଣାରୁ କୌଣସି ଶବ୍ଦ ଆସେ ନାହିଁ । ଅଧିକାଂଶ ପେଚା ରାତ୍ରିକାଳରେ ସକ୍ରିୟ ରୁହନ୍ତି ଏବଂ କିଛି ପ୍ରଜାତି ଦିନ ସମୟରେ ମଧ୍ୟ ସକ୍ରିୟ ରହିବାରେ ପରିଲକ୍ଷିତ ହୋଇଛି ।
ମନୁଷ୍ୟ ଓ ପେଚା
ପେଚାକୁ ନେଇ ଅନେକ ଅନ୍ଧ ବିଶ୍ୱାସ ରହିଅଛି ଯେପରିକି ହିନ୍ଦୁ ଧର୍ମରେ ଧଳାପେଚାକୁ ଲକ୍ଷ୍ମୀଙ୍କ ବାହାନ ଓ ଶୁଭ ବୋଲି ମଣିନିଆଯାଏ ମାଟିଆ ପେଚାକୁ ମୃତ୍ୟୁର ପ୍ରତୀକ ବା ଅଶୁଭ ମଣିନିଆଯାଏ । ଏତଦବ୍ୟତୀତ ଆମେରିକା,ଆଫ୍ରିକା ଓ ଆରବ ପରିଦେଶମାନଙ୍କରେ ମଧ୍ୟ ପେଚାକୁ ମୃତ୍ୟୁର ପ୍ରତୀକ ବା ଅଶୁଭ ବୋଲି ଧରାଯାଏ । ଫ୍ରାନସ,ବେଲ୍ଜିୟମ,ନେଦରଲ୍ୟାଣ୍ଡ ଆଦି ଦେଶରେ ବୁଦ୍ଦିମାନର ପ୍ରତୀକ ବୋଲି ବିବେଚିତ କରାଯାଏ । ପେଚାର କର୍ଣ ଓ ଚକ୍ଷୁର ଗଠନ ଅନୁଯାଇ ଏପରି ନାମକରଣ କରାଯାଇଛି ଯାହାର ଅର୍ଥ ବୋକା ବା ନିର୍ବୋଧ ।
ଆଧାର
- ↑ Wildlife Trade News – Huge haul of dead owls and live lizards in Peninsular Malaysia". TRAFFIC. 12 November 2008