"ଭାରତୀୟ ଉପମହାଦେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ MKar ପୃଷ୍ଠାଟିକୁ ଭାରତ ଉପମହାଦେଶରୁ ଭାରତୀୟ ଉପମହାଦେଶକୁ ଘୁଞ୍ଚାଇଲେ: ଉପଯୁକ୍ତ ନାମ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି: ୧ କ ଧାଡ଼ି:
ଭାରତ, ଜମ୍ବୁଦ୍ୱୀପର ଦକ୍ଷିଣ ଭାଗର ଭୌଗଳିକ ନାମ, ଯାହା ହିମାଳୟ ପର୍ବତମାଳାର ଦକ୍ଷିଣରୁ ସାଗର ପର୍ଯ୍ୟନ୍ତ ବିସ୍ତୃତ। ବର୍ତ୍ତମାନ ଭାରତରେ ଛଅଟି ରାଜନୈତିକ କ୍ଷେତ୍ର ବା ରାଜ୍ୟ ଅଛନ୍ତି, ଯଥା- [[ଭାରତ|ଭାରତୀୟ ଗଣରାଜ୍ୟ]], [[ଆଫଗାନିସ୍ତାନ|ସମର୍ପଣବାଦୀ ଉପଗଣସ୍ଥାନୀ ଗଣରାଜ୍ୟ]], [[ପାକିସ୍ତାନ|ସମର୍ପଣବାଦୀ ପାକିସ୍ଥାନୀ ଗଣରାଜ୍ୟ]], [[ବଙ୍ଗଳାଦେଶ|ଲୋକତାନ୍ତ୍ରୀକ ବଙ୍ଗଳାଦେଶୀ ଗଣରାଜ୍ୟ]], [[ନେପାଳ|ପ୍ରଜାତାନ୍ତ୍ରୀକ ନେପାଳୀ ସଂଘୀୟ ଗଣରାଜ୍ୟ]], [[ଭୁଟାନ|ଭୂଟାନୀ ସାମ୍ରାଜ୍ୟ]]। ଭାରତ ଦକ୍ଷିଣରେ ରତ୍ନାକର ସାଗର, ସିଂହଳ ଦ୍ୱୀପ ରାଷ୍ଟ୍ର ଓ ମାଳଦ୍ୱୀପ ଦ୍ୱୀପରାଷ୍ଟ୍ର, ପୂର୍ବରେ ମହୋଦଧି ଓ ବ୍ରହ୍ମଦେଶ, ଉତ୍ତର ଓ ଅଗ୍ନି କୋଣରେ ଚୀନହିମାଳୟ ପର୍ବତମାଳା, ପଶ୍ଚିମ ଓ ବାୟୁ କୋଣରେ ହୁଣ-କୁଶାଣ ଭୂମି ଓ ପାରସ୍ୟ ଏବଂ ସିନ୍ଧୁ ସାଗରଦ୍ୱାରା ଆବଦ୍ଧ।
ଭାରତ, ଜମ୍ବୁଦ୍ୱୀପର ଦକ୍ଷିଣ ଭାଗର ଭୌଗଳିକ ନାମ, ଯାହା ହିମାଳୟ ପର୍ବତମାଳାର ଦକ୍ଷିଣରୁ ସାଗର ପର୍ଯ୍ୟନ୍ତ ବିସ୍ତୃତ। ବର୍ତ୍ତମାନ ଭାରତରେ ଛଅଟି ରାଜନୈତିକ କ୍ଷେତ୍ର ବା ରାଜ୍ୟ ଅଛନ୍ତି, ଯଥା- [[ଭାରତ|ଭାରତୀୟ ଗଣରାଜ୍ୟ]], [[ଆଫଗାନିସ୍ତାନ|ଇସ୍ଲାମୀୟ ଉପଗଣସ୍ଥାନୀ ଗଣରାଜ୍ୟ]], [[ପାକିସ୍ତାନ|ଇସ୍ଲାମୀୟ ପାକିସ୍ଥାନୀ ଗଣରାଜ୍ୟ]], [[ବଙ୍ଗଳାଦେଶ|ଲୋକତାନ୍ତ୍ରୀକ ବଙ୍ଗଳାଦେଶୀ ଗଣରାଜ୍ୟ]], [[ନେପାଳ|ପ୍ରଜାତାନ୍ତ୍ରୀକ ନେପାଳୀ ସଂଘୀୟ ଗଣରାଜ୍ୟ]], [[ଭୁଟାନ|ଭୂଟାନୀ ସାମ୍ରାଜ୍ୟ]]। ଭାରତ ଦକ୍ଷିଣରେ ରତ୍ନାକର ସାଗର, ସିଂହଳ ଦ୍ୱୀପ-ରାଷ୍ଟ୍ର ଓ ମାଳଦ୍ୱୀପ ଦ୍ୱୀପରାଷ୍ଟ୍ର, ପୂର୍ବରେ ମହୋଦଧି ଓ ବ୍ରହ୍ମଦେଶ, ଉତ୍ତର ଓ ଅଗ୍ନି କୋଣରେ ହିମାଳୟ ପର୍ବତମାଳାତିବ୍ବତୀୟ ଉଚ୍ଚଭୂମି, ପଶ୍ଚିମ ଓ ବାୟୁ କୋଣରେ ହୁଣ-କୁଶାଣ ଭୂମି ଓ [[ଇରାନ|ପାରସ୍ୟ]] ଏବଂ [[ଆରବ ସାଗର|ସିନ୍ଧୁ ସାଗର]]ଦ୍ୱାରା ଆବଦ୍ଧ।

ପ୍ରାୟ ଖ୍ରୀଷ୍ଟପୂର୍ବ ତିନି ସହସ୍ରାବ୍ଦରେ ଭାରତରେ ସିନ୍ଧୁ ନଦୀ କୂଳରେ ସିନ୍ଧୁ ସଭ୍ୟତା ଗଢିଉଠିଥିଲା। ପରବର୍ତ୍ତୀ ସହସ୍ରାବ୍ଦରେ ସନାତନବାଦର ସର୍ବ ପୁରାତନ ଗ୍ରନ୍ଥମାନ ରଚନା ଆରମ୍ଭ ହୋଇଯାଇଥିଲା। ପ୍ରାୟ ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରେ ବର୍ଣାଶ୍ରମର ସ୍ଥାପନ ହେଲା ଓ ଜାତିଭେଦର ଆଗମନ ହେଲା। ତତ୍ପରେ ସମାଜରେ ବୃଦ୍ଧି ପାଉଥିବା ବ୍ରାହ୍ମଣମାନଙ୍କର ଜାତିବାଦ ବିରୋଧରେ ଜୈନ ଧର୍ମ ଓ ପରେ ବୌଦ୍ଧ ଧର୍ମର ସ୍ଥାପନା ଓ ପ୍ରସାର ହେଲା। ମଧ୍ୟଯୁଗରେ ଭାରତକୁ ଇହୁଦୀ, ଜୋରାଷ୍ଟୀୟ, ଖ୍ରୀଷ୍ଟୀୟ ଓ ଯବନ ଧର୍ମର ଆଗମନ ଓ ପ୍ରସାର ହେଲା ଏବଂ ତତ୍ ସହିତ ଶିଖ ଧର୍ମର ଅଭ୍ୟୁଦୟ ହେଲା।

୧୫:୧୧, ୧୦ ଅକ୍ଟୋବର ୨୦୨୦ ଅନୁସାରେ କରାଯାଇଥିବା ବଦଳ

ଭାରତ, ଜମ୍ବୁଦ୍ୱୀପର ଦକ୍ଷିଣ ଭାଗର ଭୌଗଳିକ ନାମ, ଯାହା ହିମାଳୟ ପର୍ବତମାଳାର ଦକ୍ଷିଣରୁ ସାଗର ପର୍ଯ୍ୟନ୍ତ ବିସ୍ତୃତ। ବର୍ତ୍ତମାନ ଭାରତରେ ଛଅଟି ରାଜନୈତିକ କ୍ଷେତ୍ର ବା ରାଜ୍ୟ ଅଛନ୍ତି, ଯଥା- ଭାରତୀୟ ଗଣରାଜ୍ୟ, ଇସ୍ଲାମୀୟ ଉପଗଣସ୍ଥାନୀ ଗଣରାଜ୍ୟ, ଇସ୍ଲାମୀୟ ପାକିସ୍ଥାନୀ ଗଣରାଜ୍ୟ, ଲୋକତାନ୍ତ୍ରୀକ ବଙ୍ଗଳାଦେଶୀ ଗଣରାଜ୍ୟ, ପ୍ରଜାତାନ୍ତ୍ରୀକ ନେପାଳୀ ସଂଘୀୟ ଗଣରାଜ୍ୟ, ଭୂଟାନୀ ସାମ୍ରାଜ୍ୟ। ଭାରତ ଦକ୍ଷିଣରେ ରତ୍ନାକର ସାଗର, ସିଂହଳ ଦ୍ୱୀପ-ରାଷ୍ଟ୍ର ଓ ମାଳଦ୍ୱୀପ ଦ୍ୱୀପରାଷ୍ଟ୍ର, ପୂର୍ବରେ ମହୋଦଧି ଓ ବ୍ରହ୍ମଦେଶ, ଉତ୍ତର ଓ ଅଗ୍ନି କୋଣରେ ହିମାଳୟ ପର୍ବତମାଳା ଓ ତିବ୍ବତୀୟ ଉଚ୍ଚଭୂମି, ପଶ୍ଚିମ ଓ ବାୟୁ କୋଣରେ ହୁଣ-କୁଶାଣ ଭୂମି ଓ ପାରସ୍ୟ ଏବଂ ସିନ୍ଧୁ ସାଗରଦ୍ୱାରା ଆବଦ୍ଧ।

ପ୍ରାୟ ଖ୍ରୀଷ୍ଟପୂର୍ବ ତିନି ସହସ୍ରାବ୍ଦରେ ଭାରତରେ ସିନ୍ଧୁ ନଦୀ କୂଳରେ ସିନ୍ଧୁ ସଭ୍ୟତା ଗଢିଉଠିଥିଲା। ପରବର୍ତ୍ତୀ ସହସ୍ରାବ୍ଦରେ ସନାତନବାଦର ସର୍ବ ପୁରାତନ ଗ୍ରନ୍ଥମାନ ରଚନା ଆରମ୍ଭ ହୋଇଯାଇଥିଲା। ପ୍ରାୟ ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରେ ବର୍ଣାଶ୍ରମର ସ୍ଥାପନ ହେଲା ଓ ଜାତିଭେଦର ଆଗମନ ହେଲା। ତତ୍ପରେ ସମାଜରେ ବୃଦ୍ଧି ପାଉଥିବା ବ୍ରାହ୍ମଣମାନଙ୍କର ଜାତିବାଦ ବିରୋଧରେ ଜୈନ ଧର୍ମ ଓ ପରେ ବୌଦ୍ଧ ଧର୍ମର ସ୍ଥାପନା ଓ ପ୍ରସାର ହେଲା। ମଧ୍ୟଯୁଗରେ ଭାରତକୁ ଇହୁଦୀ, ଜୋରାଷ୍ଟୀୟ, ଖ୍ରୀଷ୍ଟୀୟ ଓ ଯବନ ଧର୍ମର ଆଗମନ ଓ ପ୍ରସାର ହେଲା ଏବଂ ତତ୍ ସହିତ ଶିଖ ଧର୍ମର ଅଭ୍ୟୁଦୟ ହେଲା।

(ଦକ୍ଷିଣ ଜମ୍ବୁଦ୍ୱୀପ)
ଭାରତ ଉପମହାଦେଶ

ମଧ୍ୟଯୁଗରେ ଉତ୍ତର ଭାରତରେ ଦିଲ୍ଲୀ, ଦକ୍ଷିଣ ଭାରତରେ ବୀଜୟନଗର, ପୂର୍ବ ଭାରତରେ କଟକ ଆଦି ରାଜନୈତିକ ଓ ଅର୍ଥନୈତିକ ରାଜଧାନୀ ଭାବେ ପ୍ରତିଷ୍ଠିତ ହୋଇଥିଲେ। ସପ୍ତଦଶ ଶତାବ୍ଦୀରେ ମୁଗଲ ସମ୍ରାଟ ଆକବର ଭାରତରେ ଏକଛତ୍ର ସାମ୍ରାଜ୍ୟର ନିର୍ମାଣ କରିଥିଲେ। ଅଷ୍ଟାଦଶ ଶତାବ୍ଦୀର ଶେଷାର୍ଦ୍ଧରେ ଅଧିକାଂଶ ଭାରତୀୟ ଅଞ୍ଚଳ ପୂର୍ବ ଭାରତୀୟ ସଂସାଦ (ଇଷ୍ଟ୍ ଇଣ୍ଡିଆ କମ୍ପାନି)ର ଅଧିନରେ ଓ ପରେ ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ସମଗ୍ର ଭାରତ (ଗାନ୍ଧାର ବ୍ୟତୀତ) ସଂଯୁକ୍ତ ସାମ୍ରାଜ୍ୟର ରାଜ ମୁକୁଟର ପ୍ରତ୍ୟକ୍ଷ ଶାସନାଧିନ ହେଲା ଏବଂ ମହାରାଣୀ ଭିକ୍ଟୋରିଆ ଏହାର ସମ୍ରାଜ୍ଞୀ ହେଲେ। ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଆପ୍ରାଣ ଉଦ୍ୟମଦ୍ୱାରା ଇଂରେଜ ଶାସନାଧିନ ଭାରତ ଚାରୋଟି ସ୍ୱତନ୍ତ୍ର ରାଷ୍ଟ୍ରରେ ଏବଂ ଗାନ୍ଧାର ପ୍ରଦେଶ ଅନ୍ୟ ଏକ ସ୍ୱତନ୍ତ୍ର ରାଷ୍ଟ୍ର ରୂପେ ପ୍ରତିଷ୍ଠିତ ହେଲା।

ନିରୁକ୍ତି ଓ ନାମକରଣ

ଓଡ଼ିଆ ଓ ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କରେ ଏହାର ନାମ ହେଉଛି – ଭାରତ, ଭାରତଖଣ୍ଡ, ଭାରତବର୍ଷ, ଜମ୍ବୁଦ୍ୱୀପ। କେତେକ କ୍ଷେତ୍ରରେ ଉତ୍ତର ଭାରତକୁ ଆର୍ଯ୍ୟାବର୍ତ୍ତ ଓ ଦକ୍ଷିଣ ଭାରତକୁ ଦ୍ରାବିଡବର୍ତ୍ତ କୁହାଯାଏ। ପାରସୀ ଓ ଏହାଦ୍ୱାରା ପ୍ରଭାବିତ ଭାଷାମାନଙ୍କରେ ଏହାର ନାମ ହିନ୍ଦୁସ୍ଥାନ୍, ହିନ୍ଦୁସ୍ତାନ୍, ଇଣ୍ଡିଆ, ଇତ୍ୟାଦି।

ସଂସ୍କୃତରେ ଭାରତର ନାମକରଣର ଦୁଇଟି କାରଣ ଥାଇପାରେ – (1) ଭାରତରେ ବସବାସ କରୁଥିବା ସର୍ବ ପୁରାତନ ଭରତ ଜାତିର ଲୋକମାନଙ୍କ ନାମାନୁସାରେ, ଅଥବା (2) ଭାରତର ପ୍ରଥମ ଚକ୍ରବର୍ତ୍ତୀ ଭରତଙ୍କ ସାମ୍ରାଜ୍ୟ ହୋଇଥିବାରୁ।

ଇଂରାଜୀ ନାମ ଇଣ୍ଡିଆ ଗ୍ରୀକ୍ ଭାଷାର ଇଣ୍ଡସ୍-ରୁ ଆସିଅଛି, ଯାହା ଯଥାକ୍ରମେ ଭାରତର ପାରସୀ ନାମ ହିନ୍ଦୁରୁ ଉଦ୍ଧାରିତ। ପାରସୀ ହିନ୍ଦୁ ସଂସ୍କୃତ ସିନ୍ଧୁରୁ ନିଆଯାଇଥିଲା।

ଇତିହାସ

ପ୍ରାକ୍ ଐତିହାସିକ ଭାରତ

ବର୍ତ୍ତମାନର ଭାରତୀୟ ଗଣରାଜ୍ୟର ତାମିଳ ନାଡୁ ରାଜ୍ୟରେ 1.5 ଅୟୁତ ବର୍ଷ ପୁରୁଣା ମାଡ୍ରସୀ ସଂସ୍କୃତି ଭାରତର ସର୍ବ ପୁରାତନ ପ୍ରାଚୀନ ପ୍ରସ୍ତର ଯୁଗୀୟ ସ୍ଥଳୀ। ସମକାଳୀନ ମଧ୍ୟ ପ୍ରସ୍ତର ଯୁଗୀୟ ପ୍ରସ୍ତର କଳାକୃତି ଭାରତର ଅନେକ ସ୍ଥାନରେ ମିଳିଅଛି। ଭୀମବୈଠକା ପ୍ରସ୍ତର ଆଶ୍ରୟସ୍ଥଳୀ ତନ୍ମଧ୍ୟରୁ ଅନ୍ୟତମ। ଖ୍ରୀଷ୍ଟପୂର୍ବ ସପ୍ତମ ସହସ୍ରାବ୍ଦ ବେଳକୁ ମେହେରଗଡ ଆଦି ସ୍ଥାନମାନଙ୍କରେ ଜ୍ଞାତ ସର୍ବ ପୁରାତନ ନୂତନ ପ୍ରସ୍ତର ଯୁଗୀୟ ଜନବସତିର ପ୍ରମାଣ ମିଳେ। କ୍ରମଶଃ ଏହି ଜନବସତିଗୁଡିକ ଭାରତର ସର୍ବ ପ୍ରଥମ ନଗର ସଂସ୍କୃତି ସିନ୍ଧୁ ସଭ୍ୟତାରେ ପରିଣତ ହେଲା। 2500-1900 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ସଭ୍ୟତା ସିନ୍ଧୁ ନଦୀର କୂଳରେ ବିସ୍ତାରିତ ହୋଇସାରିଥିଲା। ମହେଞ୍ଜୋଦାରୋ, ହରପ୍ପା, ଢୋଲାବୀର ଓ କାଳୀବାଗାନ ଇତ୍ୟାଦି ସ୍ଥାନମାନଙ୍କରେ କେନ୍ଦ୍ରୀଭୂତ ଏହି ସଭ୍ୟତାର ସଭ୍ୟମାନେ ହସ୍ତଶିଳ୍ପ ଓ ବାଣିଜ୍ୟ ବ୍ୟବସାୟରେ ବିଜ୍ଞ ଥିଲେ।