"ଗନ୍ତାୟତ ଶିବପ୍ରସାଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ବ/ୱ ଫଳା ବଦଳ
Removing Siba_Prasad_Gantayat.jpg, it has been deleted from Commons by JuTa because: Source of derivative work not specified since 3 July 2020.
୧ କ ଧାଡ଼ି: ୧ କ ଧାଡ଼ି:
{{Infobox writer <!-- For more information see [[:Template:Infobox Writer/doc]]. -->
{{Infobox writer <!-- For more information see [[:Template:Infobox Writer/doc]]. -->
| name = ଶିବ ପ୍ରସାଦ ଗନ୍ତାୟତ
| name = ଶିବ ପ୍ରସାଦ ଗନ୍ତାୟତ
| image = File:Siba Prasad Gantayat.jpg|ଶିବ ପ୍ରସାଦ ଗନ୍ତାୟତ
| image =|ଶିବ ପ୍ରସାଦ ଗନ୍ତାୟତ
| imagesize = 100px
| imagesize = 100px
| alt =
| alt =

୦୯:୨୦, ୧୪ ଜୁଲାଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ଶିବ ପ୍ରସାଦ ଗନ୍ତାୟତ
ଜନ୍ମ ଓ ଜନ୍ମସ୍ଥାନ(1969-12-15)୧୫ ଡିସେମ୍ବର ୧୯୬୯
ରାୟଗଡ଼ା
ମୃତ୍ୟୁ୪ ଜାନୁଆରୀ ୨୦୧୦(2010-01-04) (ବୟସ ୪୦)
ରାୟଗଡ଼ା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶୈଳୀସାହିତ୍ୟିକ
ସାହିତ୍ୟ କୃତିବ୍ୟଙ୍ଗ ସାହିତ୍ୟ

ଶିବପ୍ରସାଦ ଗନ୍ତାୟତ (୧୫-୧୨-୧୯୬୯ରୁ ୦୪-୦୧-୨୦୧୦) ରାୟଗଡ଼ା ଜିଲ୍ଲାରେ ଜନ୍ମିତ ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ ଓ ସ୍ତମ୍ଭକାର ଥିଲେ । ଓଡ଼ିଶାରେ କମ ବୟସରେ ସୃଜନଶୀଳ ବ୍ୟଙ୍ଗ ସାହିତ୍ୟି ସୃଷ୍ଟି କରିଥିବା ଲେଖକଙ୍କ ମଧ୍ୟରେ ସ୍ୱର୍ଗତ ଶିବ ପ୍ରସାଦ ଗନ୍ତାୟତ ଅନ୍ୟତମ ।[୧][୨]

ସଂକ୍ଷିପ୍ତ ଜୀବନୀ

ଶିବ ପ୍ରସାଦଙ୍କ ଜନ୍ମ ରାୟଗଡ଼ା ସହରରେ ୧୫ ଡିସେମ୍ବର ୧୯୬୯ ମସିହାରେ ହୋଇଥିଲା । ସେ ରାୟଗଡା LIC ଶାଖା କାର୍ଯ୍ୟାଳୟରେ ଉଚ୍ଚ ଶ୍ରେଣୀ ସହାୟକ ଭାବେ କାର୍ଯ୍ୟରତ ଥିଲେ । ଶାରିରୀକ ଭିନ୍ନକ୍ଷମତା ତାଙ୍କୁ ତାଙ୍କ ସାହିତ୍ୟ ସାଧନା ପଥରେ ଅନ୍ତରାୟ ସୃଷ୍ଟି କରିପାରି ନ ଥିଲା । କମ ବୟସରେ ଶିବ ପ୍ରସାଦଙ୍କ ତିରୋଧାନ ହେତୁ ତାଙ୍କ ସୁସାହିତ୍ୟିକ ଭାଇ ସତ୍ୟନାରାୟଣ ଗନ୍ତାୟତ ଅଦ୍ୟାପି ଶିବପ୍ରସାଦଙ୍କ କୃତିଗୁଡିକୁ ବହି ଆକାରରେ ପ୍ରକାଶ କରି ଏହି ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ତାଙ୍କ ଉଦ୍ୟମ ଜାରି ରଖିଛନ୍ତି । ରାୟଗଡରେ ଜନ୍ମିତ ଏହି ସାହିତ୍ୟିକ ତାଙ୍କର ଅନ୍ୟାନ୍ୟ ଲେଖା ସହିତ 'ଭିତିରି କଥା', 'ଫମ୍ୟ ରଚନା', 'ବ୍ୟଙ୍ଗ ବଜାର', 'ମନ୍ତ୍ରୀ ଦୁହିତାଙ୍କ ସୟମ୍ବର', 'ବେଙ୍ଗରଡି' ଭଳି ବ୍ୟଙ୍ଗ ରଚନା ପାଠକୀୟ ଆଦୃତି ଲାଭ କରିଛି ।[୩][୪] ଅନେକ ଘାତ ପ୍ରତିଘାତ ମଧ୍ୟରେ ବଞ୍ଚିଥିବା ଶିବପ୍ରସାଦ ନିଜର ଶାଣିତ ବ୍ୟଙ୍ଗ ଓ ରମ୍ୟରଚନା ମାଧ୍ୟମରେ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଯାଇଛନ୍ତି ।

ସାହିତ୍ୟ ସର୍ଜନା

ସ୍ୱଳ୍ପ ଜୀବନ କାଳ ମଧ୍ୟରେ ସେ ସାହିତ୍ୟର ବିଭିନ୍ନ ଦିଗରେ ନିଜର କୃତି ସୃଷ୍ଟି କରିଥିଲେ ବି ବ୍ୟଙ୍ଗ ସାହିତ୍ୟରେ ତାଙ୍କର ଲେଖନୀ ସୁଦୃଢ ଥିଲା ବୋଲି କୁହାଯାଏ । ରମ୍ୟ ରଚନା ବ୍ୟତୀତ ତାଙ୍କର କିଛି ଗଳ୍ପ ସଂକଳନ ଓ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି ।[୫]ଅନେକ ପ୍ରତିଷ୍ଠିତ ଓ ପରିଚିତ ଅନୁଷ୍ଠାନଦ୍ୱାରା ସମ୍ବର୍ଦ୍ଧିତ ଏବଂ ବ୍ୟଙ୍ଗଶ୍ରୀ ଓ ରସରାଜ ଆଦି ଉପାଧିପ୍ରାପ୍ତ ଶିବପ୍ରସାଦଙ୍କ ସମସ୍ତ ଲେଖା ବିଭିନ୍ନ ବର୍ଗର ପାଠକମାନଙ୍କୁ ଆମୋଦିତ କରିଆସିଛି। ଶିବପ୍ରସାଦଙ୍କ ପ୍ରକାଶିତ ଗ୍ରନ୍ଥ ମଧ୍ୟରେ ‘ଭିତିରି କଥା’, ‘ବଛା ବଛା ହାସ୍ୟ ବ୍ୟଙ୍ଗ’, ‘ଫମ୍ୟ ରଚନା’ ଓ ‘ଏହିପରି କିଛିକଥା’ ଇତ୍ୟାଦି।[୬]

ରମ୍ୟ ରଚନା

  1. ଭିତିରି କଥା (ରମ୍ୟ ରଚନା ସଂକଲନ)- ୧୯୯୮ (ଫ୍ରେଣ୍ଡସ୍ ପବ୍ଳିଶର୍ସ, କଟକ)
  2. ଫମ୍ୟ ରଚନା (ରମ୍ୟ ରଚନା ସଂକଲନ)- ୧୯୯୯ (ଫ୍ରେଣ୍ଡସ୍ ପବ୍ଳିଶର୍ସ, କଟକ)
  3. ଭିତିରି କଥା (ରମ୍ୟରଚନା ସଂକଳନ) - ୧୯୯୮ । ଫ୍ରେଣ୍ଡସ ପବ୍ଲିଶର୍ସ, କଟକ
  4. ଫମ୍ୟରଚନା (ରମ୍ୟରଚନା ସଂକଳନ) - ୧୯୯୯ । ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ
  5. ବ୍ୟଙ୍ଗ ବଜାର (ବ୍ୟଙ୍ଗ ସଂକଳନ) - ୨୦୦୧ ଫ୍ରେଣ୍ଡସ ପବ୍ଲିଶର୍ସ, କଟକ ।
  6. ମନ୍ତ୍ରୀ ଦୁହିତାଙ୍କ ସ୍ୱୟମ୍ବର (ବ୍ୟଙ୍ଗ ଗଳ୍ପ ସଂକଳନ) - ୨୦୦୨ ସୁଧା ପ୍ରକାଶନ, କଟକ ।
  7. ଏହିପରି କେତେ କଥା (ବ୍ୟଙ୍ଗ ଉପନ୍ୟାସ) - ୨୦୦୪ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ ।
  8. ହସାବଳୀ (ହସକଥା ସଂଗ୍ରହ) - ୨୦୦୪ ପ୍ରତୀଚୀ ପ୍ରକାଶନ, ବ୍ରହ୍ମପୁର
  9. ବେଙ୍ଗ ରଡ଼ି (ବ୍ୟଙ୍ଗ କବିତା ସଂକଳନ) - ୨୦୦୪ ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ ।[୭]
  10. ହାସ୍ୟବ୍ୟଙ୍ଗ ଆଖଡ଼ା (ହାସ୍ୟ ବ୍ୟଙ୍ଗ ସଂକଳନ) - ୨୦୦୭ ଓଡ଼ିଶା ବୁକ୍ ଷ୍ଟୋର, କଟକ ।
  11. ରଙ୍ଗାରଙ୍ଗ ବ୍ୟଙ୍ଗ (ବ୍ୟଙ୍ଗ ସଂକଳନ) - ୨୦୧୦ ଫେସ ପବ୍ଲିଶର୍ସ, କଟକ
  12. ସୌନ୍ଦର୍ଯ୍ୟର କିଣାବିକା ଓ ଅନ୍ୟାନ୍ୟ ବ୍ୟଙ୍ଗ (ଅନୁଦିତ)- ୨୦୧୦ସାଇନାଥ, ଭୁବନେଶ୍ୱର
  13. ପଲିଟିସର ମହିମା (ନିର୍ବାଚିତ ବ୍ୟଙ୍ଗ) - ୨୦୧୧ସାଇନାଥ ଭୁବନେଶ୍ୱର
  14. ଲେଖକକୁ ପାଗଳ କଲା କିଏ ? (ହାସ୍ୟବ୍ୟଙ୍ଗ ସଂକଳନ) - ୨୦୧୨ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ
  15. ବଛା ବଛା ହାସ୍ୟ ବ୍ୟଙ୍ଗ (ନିର୍ବାଚିତ ହାସ୍ୟବ୍ୟଙ୍ଗ) - ୨୦ ୧୩ । ଟାଇମପାସ୍, ଭୁବନେଶ୍ୱର
  16. ରମ୍ୟରସାୟନ (ରମ୍ୟ ରଚନା ସଂକଳନ) - ୨୦୧୫ ଅଗ୍ରଦୂତ, ବାଙ୍କାବଜାର, କଟକ
  17. ଷଣ୍ଢର ସଂସାର ଚିନ୍ତା ( ହାସ୍ୟବ୍ୟଙ୍ଗ ସଂକଳନ) - ୨୦୧୮ପଶ୍ଚିମା ପବ୍ଲିକେଶସସ୍, ଭୁବନେଶ୍ୱର

ଗଳ୍ପ ସଂକଳନ

  1. ବୟସ୍କ ବସନ୍ତର ସକାଳ (ଗଳ୍ପ ସଂକଳନ)-୨୦୦୦ (ପ୍ରତୀଚୀ ପ୍ରକାଶନ, ବ୍ରହ୍ମପୁର)
  2. ବୟସ୍କ ବସନ୍ତର ସକାଳ (ଗଳ୍ପ ସଂକଳନ) - ୨୦୦୦ ପ୍ରତୀଚୀ ପ୍ରକାଶନ, ବ୍ରହ୍ମପୁର
  3. କଥାକୁହା ହୃଦୟ ଓ ଅନ୍ୟାନ୍ୟ ଗପ (ଅନୁଦିତ) – ୨୦୧୦ ସାଇନାଥ, ଭୁବନେଶ୍ୱର

କବିତା ସଂକଳନ

  1. ଗୋପନେ ସାଇତା ଗୀତ (ଗୀତି କବିତା ସଂକଳନ) - ୨୦୧୧ସାଇନାଥ, ଭୁବନେଶ୍ୱର
  2. ଚଉରା ଓ ଅନ୍ୟାନ୍ୟ କବିତା (କବିତା ସଂକଳନ) - ୨୦୧୪ ସାଇନାଥ, ଭୁବନେଶ୍ୱର

ସମ୍ମାନ

ସେ ତାଙ୍କର ବ୍ୟଙ୍ଗାତ୍ମକ ସୃଜନ ନିମନ୍ତେ ବ୍ୟଙ୍ଗଶ୍ରୀରସରାଜ ଭଳି ଉପାଧୀ ସମେତ ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର ପ୍ରଦତ୍ତ ହାଜୀ ଅସରଡ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର ଓ ପ୍ରଜାତନ୍ତ୍ର ବିଷୁବ ମିଳନରେ ପ୍ରଦତ୍ତ ରାଜୀବ ସ୍ମାରକୀ ଲଳିତ ନିବନ୍ଧ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସ୍ୱର୍ଗତ ଗନ୍ତାୟତ ଶିବପ୍ରସାଦଙ୍କ ସ୍ମୃତିରେ ବ୍ୟଙ୍ଗକବି ଡ.କୁଳାଙ୍ଗାରଙ୍କୁ ୨୦୧୭ ମସିହାରେ ସମ୍ମାନିତ କରାଯାଇଛି ।[୮]

ଆଧାର

  1. "Magazines galore - Young writers yet to  challenge veterans". www.telegraphindia.com (in ଇଂରାଜୀ). Retrieved 20 November 2018. {{cite web}}: no-break space character in |title= at position 41 (help)
  2. "mediakoraput: Gantayat remembered". mediakoraput. 13 January 2010. Retrieved 20 November 2018.
  3. "Gantayat remembered". The Hindu (in Indian English). 10 January 2010. Retrieved 20 November 2018.
  4. "MEDIA MANTRA by MRINAL CHATTERJEE: New Odia Humour Satire Books". MEDIA MANTRA by MRINAL CHATTERJEE. 22 December 2015. Retrieved 20 November 2018.
  5. ""ଷଣ୍ଢର ସଂସାର ଚିନ୍ତା " ଏବେ ବହିବଜାରରେ – Odiapua.com". www.odiapua.com. Retrieved 22 November 2018.
  6. "ଗନ୍ତାୟତ ଶିବପ୍ରସାଦ | gantayat shibaprasad | Writer of Odia Language & Literature". www.odiasahitya.com (in ଇଂରାଜୀ). Retrieved 2 December 2018.
  7. Gantayata, Siba Prasad. Bengaradi. Cuttack: Friends Publishers. p. 66.
  8. "ଏକାମ୍ର ପୁସ୍ତକ ମହୋତ୍ସବରେ ବ୍ୟଙ୍ଗ ସନ୍ଧ୍ୟା : ବ୍ୟଙ୍ଗ ମାଧ୍ୟମରେ ସଂସ୍କାର ଆସିପାରିବ | Sambad". Sambad. 19 November 2017. Retrieved 2 December 2018.