"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୩୭ କ ଧାଡ଼ି: ୩୭ କ ଧାଡ଼ି:
=== ସ୍ଵାସ୍ଥ୍ୟ ସେବାର ଭିତ୍ତିଭୂମି ଉନ୍ନତିକରଣ ===
=== ସ୍ଵାସ୍ଥ୍ୟ ସେବାର ଭିତ୍ତିଭୂମି ଉନ୍ନତିକରଣ ===
ମାର୍ଚ୍ଚ ୨୬ ରେ ଓଡିଶା ସରକାର ୧୫ ଦିନ ମଧ୍ୟରେ ଭୁବନେଶ୍ୱରରେ ଦୁଇଟି ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ଡାକ୍ତରଖାନା ସ୍ଥାପନ ପାଇଁ ଦୁଇଟି ବେସରକାରୀ ମେଡିକାଲ କଲେଜ ଯଥା ସମ୍ ହସପିଟାଲ ଏବଂ କିମସ୍ ହସପିଟାଲ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।<ref name="News18">{{cite web |title=Worries Grow in Odisha After 3rd Coronavirus Case; State Plans 1,000-bed Hospital |url=https://www.news18.com/news/india/worries-grow-in-odisha-after-3rd-coronavirus-case-state-plans-1000-bed-hospital-2552869.html |website=News18 |accessdate=7 April 2020}}</ref> ଅତିକମ ସମୟ ମଧ୍ୟରେ ୫୦୦ ଶଯ୍ୟା ଓ ୧୨୫ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ-୧୯ ହସପିଟାଲ ପ୍ରସ୍ତୁତ ହୋଇପାରିଲା ।<ref name="thenewindianexpress">{{cite web |title=Two dedicated COVID-19 hospitals ready to treat patients in Odisha |url=https://www.newindianexpress.com/states/odisha/2020/apr/02/two-dedicated-covid-19-hospitals-ready-to-treat-patients-in-odisha-2124747.html |website=The New Indian Express |accessdate=7 April 2020}}</ref> ଏଥିସହ ଆଉ ତିନିଟି ହସପିଟାଲରେ କୋଭିଡ-୧୯ ରୋଗର ପରୀକ୍ଷଣ ନିମନ୍ତେ ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ସରକାର ତତ୍ପରତା ପ୍ରକାଶ କଲେ ।<ref name="deccanherald">{{cite web |title=Odisha govt urges ICMR to allow 3 more hospitals to conduct COVID-19 tests |url=https://www.deccanherald.com/national/east-and-northeast/odisha-govt-urges-icmr-to-allow-3-more-hospitals-to-conduct-covid-19-tests-821109.html |website=Deccan Herald |accessdate=7 April 2020 |language=en |date=3 April 2020}}</ref> ସମସ୍ତ ଜିଲ୍ଲା ଡାକ୍ତରଖାନା ତଥା ମେଡିକାଲ କଲେଜ ହସ୍ପିଟାଲରେ ପୃଥକଵାସ ପାଇଁ ଅସ୍ଥାୟୀ ସୁବିଧାର ଆୟୋଜନ କରାଯାଇଛି । ପ୍ରାୟ ୫୪୦ ପୃଥକଵାସ ଶଯ୍ୟା ପ୍ରସ୍ତୁତ କରାଯାଇଛି ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି । ଗ୍ରାମାଞ୍ଚଳରେ କ୍ଵ।ରାଣ୍ଟ।ଇନ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡ଼ିଓ କନଫେରେନସି ମାଧ୍ୟମରେ ଉଦଘାଟିତ ହୋଇ ସମ ହସପିଟାଲରେ ଏପ୍ରିଲ ୬ ତାରିଖରେ କାର୍ଯ୍ୟକ୍ଷମ ହେଲା ରାଜ୍ୟର ତୃତୀୟ କୋଭିଡ଼ ୧୯ ହସପିଟାଲ । ସମ ଓ ମହାନଦୀ କୋଲ ଫିଲଡ଼ ଲିମିଟେଡ଼ର ମିଳିତ ସହଯୋଗ ରେ ପ୍ରସ୍ତୁତ କରାଯାଇଛି ୫୨୦ ଶଯ୍ୟା ବିଶିଷ୍ଟ ଏହି ହସପିଟାଲ । ୫୨୦ ଶଯ୍ୟା ମଧ୍ୟରୁ ୧୨୦ ହେଉଛି ICU ଶଯ୍ୟା <ref name="outlookindia">{{cite web |title=Odisha gets its third COVID-19 hospital in Bhubaneswar |url=https://www.outlookindia.com/newsscroll/odisha-gets-its-third-covid19-hospital-in-bhubaneswar/1793001 |website=www.outlookindia.com/ |accessdate=7 April 2020}}</ref>। ତେବେ ଏହାକୁ ମିଶାଇ ରାଜ୍ୟର ୭ଟି ହସପିଟାଲରେ କୋଭିଡ଼ ୧୯ ଚିକିତ୍ସା ସୁବିଧା ଉପଲଵ୍ଧ ଅଛି । ଏତଦ୍ ବ୍ୟତୀତ ଜରୁରୀ ପରିସ୍ଥିତିରେ ସମସ୍ତ ରୋଗୀଙ୍କୁ ତ୍ଵରିତ ଚିକିତ୍ସା ଯୋଗାଇଦେବା ଲାଗି ଓଡିଶା ସରକାରଙ୍କ ଦ୍ଵାରା ବିଭିନ୍ନ ମେଡିକାଲ କଲେଜର ପ୍ରାୟ ୫୦୦ ଡାକ୍ତରୀ ଛାତ୍ରଙ୍କୁ କୋରୋନାର ଚିକିତ୍ସା ନିମନ୍ତେ ପ୍ରଶିକ୍ଷଣ ଦିଆଯାଇ ପ୍ରସ୍ତୁତ ରଖା ଯାଇଛି ।<ref name="INDIATODAY">{{cite web |last1=DelhiApril 4 |first1=Press Trust of India New |last2=April 4 |first2=Press Trust of India New |last3=Ist |first3=Press Trust of India New |title=500 medical students get training to treat coronavirus patients in Odisha |url=https://www.indiatoday.in/education-today/news/story/500-medical-students-get-training-to-treat-coronavirus-patients-in-odisha-1663218-2020-04-04 |website=India Today |accessdate=7 April 2020 |language=en}}</ref>

<gallery>
File:Special Hospital for Corona patients 1.jpg|କୋଭିଡ଼ ସ୍ପେଶିଆଲ ହସପିଟାଲରେ
File:Special Hospital for Corona patients 2.jpg|କୋଭିଡ଼ ସ୍ପେଶିଆଲ ହସପିଟାଲରେ
File:Special Hospital for Corona patients.jpg|କୋଭିଡ଼ ସ୍ପେଶିଆଲ ହସପିଟାଲରେ
</gallery>

=== ଜନ ସଚେତନତା ===
=== ଜନ ସଚେତନତା ===

୧୬:୩୪, ୭ ଅପ୍ରେଲ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଶା ରାଜ୍ୟରେ ଲକଡ଼ାଉନ୍ ଘୋଷଣା।

ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (SARS-CoV-2) ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା ।[୧] ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ ।[୨] ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।[୩]

ଓଡ଼ିଶା ୨୦୨୦ ମାର୍ଚ୍ଚ ମାସ ଆରମ୍ଭରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ହେବା ଆରମ୍ଭ କରିଥିଲା ।[୪] ଏହି ମହାମାରୀର ପରିଚାଳନା ପାଇଁ ଓଡ଼ିଶା ସରକାର ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଲାଗୁକରିବା ସହ ଏହି ଉଦ୍ଦେଶ୍ୟରେ ଗଠିତ କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ[୫] ନିଯୁକ୍ତି ଦେଇଥିଲେ ।[୬]

ପୃଷ୍ଠଭୂମି

କୋଭିଡ-୧୯ ସଂକ୍ରମଣରୁ ଭଲ ହେବା ପାଇଁ ଏଯାବତ କୌଣସି ଔଷଧ ବାହାରି ନାହିଁ । କେବଳ ସଙ୍ଗରୋଧ ଓ ସଚେତନତା ହିଁ ଏକମାତ୍ର ଉପାୟ [୭]। ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାରେ ଦୁଇଟି କୋଭିଡ-୧୯ ଘଟଣା ନିଶ୍ଚିତ ହୋଇଥିଲା । ମାର୍ଚ୍ଚ ୨୧ ତାରିଖରେ ପ୍ରଥମ ପର୍ଯ୍ୟ।ୟରେ ୫ଟି ଜିଲ୍ଲାରେ ଏବଂ ଦ୍ବିତୀୟ ପର୍ଯ୍ୟ।ୟରେ ଆଉ ୯ଟି ଜିଲ୍ଲାରେ ଓଡ଼ିଶା ସରକାର ତାଲାବନ୍ଦ ଘୋଷଣା କରିଥିଲେ । ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ୨୪ ତାରିଖ ମଧ୍ୟରାତ୍ରୀରୁ ୫ ଦିନ ପାଇଁ ଲକଡାଉନ ଘୋଷଣା କରିବା ଅବସରରେ କେନ୍ଦ୍ର ସରକାର ସାରା ଭାରତରେ ୨୪ ତାରିଖ ମଧ୍ୟ ରାତ୍ରିରୁ ଏପ୍ରିଲ ୧୫ ଯାଏଁ ତାଲାବନ୍ଦ ଘୋଷଣା କରିଥିଲେ ।

ବିପର୍ଯ୍ୟୟ ପରିଚାଳନା

ମହାମାରୀର ତ୍ଵରିତ ମୁକାବିଲା ନେଇ ଓଡ଼ିଶା ସରକାରଙ୍କୁ ଶ୍ରେୟ ଦିଆଯାଇଛି । ମାର୍ଚ୍ଚ ୧୩ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଏକ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ । ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନଗୁଡିକ ବନ୍ଦ ରହିଥିଲା । ମାର୍ଚ୍ଚ ୨୧ ରେ, କରୋନାଭାଇରସର ଦୁଇଟି ସକରାତ୍ମକ ମାମଲା ନିଶ୍ଚିତ ହେବା ପରେ ରାଜ୍ୟ ଏହାର ରାଜଧାନୀ ଭୁବନେଶ୍ୱର ସମେତ ୭୦ ପ୍ରତିଶତ ଅଞ୍ଚଳରେ ତାଲାବନ୍ଦ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲା । ମାର୍ଚ୍ଚ ୨୨ ରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଲକ୍ଡାଉନ୍କ ସମୟ ମାର୍ଚ୍ଚ ୨୯ ର ରାତି ୯ ଟା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଆନ୍ତଃ ରାଜ୍ୟ ବସ୍ ସେବା ଏବଂ ଯାତ୍ରୀବାହୀ ଟ୍ରେନ୍ ଚାଳନା ମଧ୍ୟ ସ୍ଥଗିତ ରଖାଯାଇଥିଲା । କରୋନାଭାଇରସ ମହାମାରୀର ମୁକାବିଲା ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବା ସହ ସର୍ବସାଧାରଣଙ୍କୁ ସଚେତନ କରିବା ନିମିତ୍ତ ଅନେକ ପଦକ୍ଷେପ ନେଇଥିଲେ ।[୮] ସରକାରୀ ସ୍ତରରେ ଅନେକ ତ୍ଵରିତ ପଦକ୍ଷେପ ସହ ଜନ ସାଧାରଣ ତଥା ରାଜ୍ୟର ଅନେକ ବେସରକାରୀ ଅନୁଷ୍ଠାନ ମଧ୍ୟ ଏ ଦିଗରେ ସହଯୋଗର ହାତ ବଢାଇଥିଲେ ।

ସରକାରୀ ପଦକ୍ଷେପ

COVOD-19 ପୋର୍ଟାଲରେ ପଞ୍ଜୀକୃତ କରିବା ପାଇଁ ଘୋଷଣା

କରୋନାଭାଇରସ ସଂକ୍ରମଣ ରୋକିବା ପାଇଁ ପ୍ରଥମ ପଦକ୍ଷେପ ସ୍ଵରୂପ ୨୦୨୦ ମାର୍ଚ୍ଚ ୪ ପରେ ବିଦେଶରୁ ଫେରିଥିବା ୩,୨୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ "ସଙ୍ଗରୋଧ"ରେ ରଖାଗଲା । ମାର୍ଚ୍ଚ ୪ ପରେ ଯେଉଁମାନେ ବିଦେଶରୁ ଫେରି ଆସିଥିଲେ ସେମାନଙ୍କୁ ସ୍ଵତଃପ୍ରବୃତ ଭାବେ ସେମାନଙ୍କ ଭ୍ରମଣ ବିବରଣୀ ସହ ଆତ୍ମ ଘୋଷଣାପତ୍ର ସରକାରଙ୍କୁ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ଏ ଦିଗରେ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସ୍ଵତଃପ୍ରବୃତ ଭାବେ କ୍ଵାରାଣ୍ଟାଇନ ବା ସଙ୍ଗରୋଧରେ ୧୪ ଦିନ ପାଇଁ ରହିବା ବ୍ୟକ୍ତିଙ୍କୁ ସରକାର ୧୫,୦୦୦ ଟଙ୍କା ପାଇଁ ଘୋଷଣା କରିଥିଲେ । ସେମାନଙ୍କ ପାଇଁ ଏଥି ନିମିତ୍ତ ଏକ ସରକାରୀ ଇଣ୍ଟରନେଟ ପୋର୍ଟାଲ (covid19.odisha.gov.in) ଆରମ୍ଭ କରାଯାଇଥିଲା । ପ୍ରାଥମିକ ପ୍ରଯ୍ୟାୟରେ ଓଡିଶାର ୧,୩୦୦ରୁ ଅଧିକ ସମ୍ଭାବିତ ରୋଗୀ ପୋର୍ଟାଲରେ ପଞ୍ଜୀକୃତ ହୋଇଥିଲେ । ଓଡ଼ିଶା ସରକାର ସେମାନଙ୍କ ପାଇଁ ତଥା ସାଧାରଣ ଜନତାଙ୍କ ପାଇଁ ଏକ ନିଃଶୁଳ୍କ ଫୋନ ହେଲ୍ପଲାଇନ (୧୦୪) ମଧ୍ୟ ପ୍ରଚଳନ କରିଛନ୍ତି । କରୋନା ମହାମାରୀର ପର୍ଯ୍ୟାୟ-୩ରେ ନ ପହଞ୍ଚିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ କିଛି ତ୍ଵରିତ ପଦକ୍ଷେପ ମଧ୍ୟ ନିଆଗଲା । ଅଧିକ ସଂଖ୍ୟକ ଲୋକ ଏକାଠି ହେବାର ସମ୍ଭାବନା ଥିବାରୁ ସାମାଜିକ ଦୂରତା ବଜାୟ ରଖିବା ଉଦ୍ଦେଶ୍ୟରେ ସମସ୍ତ ରେଷ୍ଟୁରାଣ୍ଟ, ବାର୍, କଫିସପ, କ୍ୟାଣ୍ଟିନ ଏବଂ ଭୋଜନ।ଳୟ ଆଦିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଏକ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଲା ଏବଂ ଯେ କୌଣସି ସର୍ବସାଧାରଣ ସ୍ଥାନରେ ସାତରୁ ଅଧିକ ଲୋକଙ୍କର ଏକାଠି ହେବା ଉପରେ ପ୍ରତିବନ୍ଧକ ରହିଲା । ମନ୍ଦିର, ମସଜିଦ ଏବଂ ଚର୍ଚ୍ଚ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେଲା । କୋଭିଡ-୧୯ ରେ ଅଦ୍ୟତନ ସୂଚନା ଏବଂ ଅନୁରୋଧ ପ୍ରଚାର କରିବା ପାଇଁ ସରକାର କ୍ରମାଗତ ଭାବରେ ଏହାର ସମସ୍ତ ସୋସିଆଲ ମିଡିଆ ପରିଚାଳନା ଉପରେ ଜୋର ଦେଉଛନ୍ତି ।ଏହି ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାର ଅଧିକରୁ ଅଧିକ ସମସ୍ତ ସମ୍ବଳ ସଂଗ୍ରହ କରିଛନ୍ତି । କରୋନା ମୁକାବିଲା ପାଇଁ ଓଡ଼ିଶା ଖଣି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ଦାନ କରାଯାଇଛି । ସରକାର ହେଲ୍ପଲାଇନକୁ ବହୁଳ ଭାବରେ ସକ୍ରିୟ ଏବଂ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କରୋନା ଭୂତାଣୁ ସଂକ୍ରମଣ ସମୟରେ ଗରିବ ଲୋକଙ୍କ ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହେଉଥିବାରୁ ନବୀନ ପଟ୍ଟନାୟକ ୨୨୦୦ କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଥିଲେ । ଏଥିରେ ନିର୍ମାଣ ଶ୍ରମିକଙ୍କ ସମେତ ଖାଦ୍ୟ ସୁରକ୍ଷା ଯୋଜନା ଓ ସାମାଜିକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ତାଲାବନ୍ଦ ଯୋଗୁଁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇ ଦେବାକୁ ଓଡ଼ିଶା ସରକାର ଅନ୍ୟ ରାଜ୍ୟର ସ୍ଵେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ଅନୁରୋଧ କରିଛନ୍ତି । ଏହି ଖର୍ଚ୍ଚ ଓଡ଼ିଶା ସରକାର ଭରଣା କରିବେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରବାସରୁ ଫେରୁଥିବା ଓଡିଆମାନଙ୍କୁ ସୀମାନ୍ତରେ ଅଟକାଇବା ସହ ସେଠାରେ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।[୯]

ଲକ ଡାଉନ ଓ ସଟ ଡାଉନ

ତାଲାବନ୍ଦ ସମୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସେବା ଯଥା ବିଜୁଳି, ଜଳଯୋଗାଣ, ହାସପାତାଳ, ଔଷଧ ଦୋକାନ, ଅଗ୍ନିଶମ ସେବା ଇତ୍ୟାଦି ଜାରି ରହିବା ସମେତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢ଼ାବା ଓ ଗ୍ୟାରେଜ ଖୋଲା ରହିବ ଓ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିଳ୍ପ, କଳ କାରଖାନା,ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ, ଅଦାଲତ, ବାଣିଜ୍ୟିକ ଅନୁଷ୍ଠ।ନ ଆଦି ବନ୍ଦ ରହିବ ବୋଲି ସରକାରୀ ସୂଚନା ଦିଆଯାଇଥିଲା ।[୧୦]

ସମ୍ପୂର୍ଣ୍ଣ ବନ୍ଦ

ରାଜ୍ୟରେ ଷଷ୍ଠ କରୋନା ପଜିଟିଭ ଚିହ୍ନଟ ହେବା ପରେ ୨୦୨୦ ଏପ୍ରିଲ ୩ ତାରିଖ ରାତି ଆଠଟାରୁ ଏପ୍ରିଲ ୫ ତାରିଖ ରାତି ଆଠଟା ଯାଏଁ କଟକ, ଭୁବନେଶ୍ବର ଓ ଭଦ୍ରକ ସହର ୪୮ ଘଣ୍ଟା ଧରି କର୍ଫ୍ୟୁ ଭଳି ସମ୍ପୂର୍ଣ୍ଣ ବନ୍ଦ (ସଟଡାଉନ) ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ହସପିଟାଲ, ଅଗ୍ଜୀଶମ, ପୋଲିସ, ଆମ୍ବୁଲାନ୍ସ ଭଳି ଜରୁରୀ ସେବା କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ ।[୧୧]

ସାମାଜିକ ସଂକ୍ରମଣ ପୂର୍ବ ସରକାରୀ ପଦକ୍ଷେପ

କୋଭିଡ–୧୯ର ସାମାଜିକ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ:

  • ତାଲାବନ୍ଦ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ଭାରତ ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ ଦେଇଥିବା ନିର୍ଦ୍ଦେଶର ପାଳନ ।
  • ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ଓଡ଼ିଶା ସରକାର ବିଭିନ୍ନ ରାଜ୍ୟର ବରିଷ୍ଠ ପ୍ରଶାସକମାନଙ୍କୁ ନୋଡାଲ ଅଧିକାରୀ ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି । ବିଭିନ୍ନ ରାଜ୍ୟର ଦାୟିତ୍ଵରେ ରହିଥିବା ଏହି ଅଧିକାରୀମାନଙ୍କର ଟେଲିଫୋନ୍ ନମ୍ବର ଏବଂ ଇ-ମେଲ୍ ଆଇଡି ସାଧାରଣରେ ଦିଆଯାଇଛି । ଏଥି ସହିତ ଉକ୍ତ ବ୍ୟକ୍ତିବିଶେଷ କଣ୍ଟ୍ରୋଲ ରୁମ ନମ୍ବରକୁ (୦୬୭୪ ୨୩୯ ୨୧୧୫) ମଧ୍ୟ ଜଣାଇ ପାରିବେ । ଏହି ନୋଡାଲ ଅଧିକାରୀମାନେ ନିୟମିତ ଭାବରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଶ୍ରମିକମାନଙ୍କ ସହିତ ଯୋଗାଯୋଗରେ ରହିଛନ୍ତି ।
  • ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମଜୀବୀମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ସହ ସେମାନଙ୍କୁ ଅତିଥି ଭାବେ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ରହିବା ଏବଂ ଖାଦ୍ୟପେୟ ପାଇଁ ଅସ୍ଥାୟୀ ଶିବିର ଖୋଲାଯାଇଛି । ୩୦ ତାରିଖ ସୁଦ୍ଧା ୨୫୨ଟି ଅସ୍ଥାୟୀ ଶିବିରରେ ପ୍ରାୟ ୧୮,୦୦୦ ଶ୍ରମଜୀବୀଙ୍କୁ ରଖାଯାଇଛି । ସେମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲପଲାଇନ୍ (୧୮୦୦ ୩୪୫୬୭୦୩) କାର୍ଯ୍ୟ କରୁଛି ।
  • ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ୨୨୬୧ଟି ଗ୍ରାମ ପଞ୍ଚାୟତରେ ୧, ୨୫,୨୩୭ ଜଣ ଓ ୮୦ଟି ପୌରାଞ୍ଚଳରେ ୧୯,୮୮୬ ଜଣ ନିରାଶ୍ରୟ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖୁ ଏହି କାର୍ଯ୍ୟକ୍ରମ ବଳବତ୍ତର ରହିବ ବୋଲି ସରକାର ଘୋଷଣା କରିଛନ୍ତି ।
  • ପୂର୍ବରୁ ରାଜ୍ୟକୁ ଫେରିଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ଖୋଲା ଯାଇଛି, ଯେଉଁଠାରେ ସେମାନେ ସଙ୍ଗରୋଧରେ ରହିପାରିବେ ।
  • ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ୪ ମାସର ଅଗ୍ରୀମ ପେନସନ ଦିଆଯାଉଛି । ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ୬୦ ପ୍ରତିଶତ ହିତାଧିକାରୀଙ୍କୁ ପେନସନ ବଣ୍ଟା ସରିଥିବାବେଳେ ଅବଶିଷ୍ଟ ହିତାଧିକାରୀଙ୍କୁ ପେନସନ ଦିଆଯିବାର ପ୍ରକ୍ରିୟା ଜାରି ରହିଛି ।
  • ସମଗ୍ର ଓଡ଼ିଶାରେ କ୍ଷୀର ଓ ପନିପରିବା ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ଥିବା ଯୋଗୁଁ ଏଥି ପାଇଁ ବିଚଳିତ ନହୋଇ ପ୍ରତି ସପ୍ତାହରେ ଥରେ ମାତ୍ର ଏହି ସାମଗ୍ରୀସବୁ ସଂଗ୍ରହ କରିବା ପାଇଁ ବାହାରକୁ ଆସିବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଏହା ଫଳରେ ସାମାଜିକ ଦୂରତା ବଜାୟ ରହିବ ଏବଂ କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରାଯାଇପାରିବ ।
  • ତାଲାବନ୍ଦ ସମୟରେ ରାଜ୍ୟର ୫ଟି ମହାନଗର ନିଗମ ଓ ୪୮ଟି ପୌରସଂସ୍ଥା ଅଞ୍ଚଳରେ ବୁଲା ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।
  • ରାଜ୍ୟରେ କୋଭିଡ-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମାର୍ଚ୍ଚ ୨୯ରୁ ମାର୍ଚ୍ଚ ୩୦ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୨୪ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରେ ୩ଟି ମାମଲା ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଘନ ଅଭିଯୋଗରେ ଦାୟର ହୋଇଛି ।

ଆର୍ଥିକ ପ୍ରୋତ୍ସାହନ

ସରକାର ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ଚାରି ମାସର ଅଗ୍ରୀମ ସାମାଜିକ ପେନସନ ବା ଭତ୍ତ। ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଅଗ୍ରୀମ ଭତ୍ତା ମାର୍ଚ୍ଚରେ ଅପ୍ରେଲ, ମଇ, ଜୁନ, ଜୁଲାଇ ପାଇଁ ପ୍ରଦାନ କରାଯିବ ଏବଂ ମଧୁବାବୁ ପେନସନ ଯୋଜନା ଅଧୀନରେ ବୃଦ୍ଧ ବ୍ୟକ୍ତି, ବିଧବା ଏବଂ ଶାରୀରିକ ଭିନ୍ନକ୍ଷମଙ୍କ ସମେତ ପ୍ରାୟ ୨୮ ଲକ୍ଷ ହିତାଧିକାରୀ ଉପକୃତ ହେବାର ଲକ୍ଷ୍ୟ ରହିଲା ।

ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ

ସ୍ଵାସ୍ଥ୍ୟ ସେବାର ଭିତ୍ତିଭୂମି ଉନ୍ନତିକରଣ

ମାର୍ଚ୍ଚ ୨୬ ରେ ଓଡିଶା ସରକାର ୧୫ ଦିନ ମଧ୍ୟରେ ଭୁବନେଶ୍ୱରରେ ଦୁଇଟି ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ଡାକ୍ତରଖାନା ସ୍ଥାପନ ପାଇଁ ଦୁଇଟି ବେସରକାରୀ ମେଡିକାଲ କଲେଜ ଯଥା ସମ୍ ହସପିଟାଲ ଏବଂ କିମସ୍ ହସପିଟାଲ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।[୧୨] ଅତିକମ ସମୟ ମଧ୍ୟରେ ୫୦୦ ଶଯ୍ୟା ଓ ୧୨୫ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ-୧୯ ହସପିଟାଲ ପ୍ରସ୍ତୁତ ହୋଇପାରିଲା ।[୧୩] ଏଥିସହ ଆଉ ତିନିଟି ହସପିଟାଲରେ କୋଭିଡ-୧୯ ରୋଗର ପରୀକ୍ଷଣ ନିମନ୍ତେ ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ସରକାର ତତ୍ପରତା ପ୍ରକାଶ କଲେ ।[୧୪] ସମସ୍ତ ଜିଲ୍ଲା ଡାକ୍ତରଖାନା ତଥା ମେଡିକାଲ କଲେଜ ହସ୍ପିଟାଲରେ ପୃଥକଵାସ ପାଇଁ ଅସ୍ଥାୟୀ ସୁବିଧାର ଆୟୋଜନ କରାଯାଇଛି । ପ୍ରାୟ ୫୪୦ ପୃଥକଵାସ ଶଯ୍ୟା ପ୍ରସ୍ତୁତ କରାଯାଇଛି ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି । ଗ୍ରାମାଞ୍ଚଳରେ କ୍ଵ।ରାଣ୍ଟ।ଇନ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡ଼ିଓ କନଫେରେନସି ମାଧ୍ୟମରେ ଉଦଘାଟିତ ହୋଇ ସମ ହସପିଟାଲରେ ଏପ୍ରିଲ ୬ ତାରିଖରେ କାର୍ଯ୍ୟକ୍ଷମ ହେଲା ରାଜ୍ୟର ତୃତୀୟ କୋଭିଡ଼ ୧୯ ହସପିଟାଲ । ସମ ଓ ମହାନଦୀ କୋଲ ଫିଲଡ଼ ଲିମିଟେଡ଼ର ମିଳିତ ସହଯୋଗ ରେ ପ୍ରସ୍ତୁତ କରାଯାଇଛି ୫୨୦ ଶଯ୍ୟା ବିଶିଷ୍ଟ ଏହି ହସପିଟାଲ । ୫୨୦ ଶଯ୍ୟା ମଧ୍ୟରୁ ୧୨୦ ହେଉଛି ICU ଶଯ୍ୟା [୧୫]। ତେବେ ଏହାକୁ ମିଶାଇ ରାଜ୍ୟର ୭ଟି ହସପିଟାଲରେ କୋଭିଡ଼ ୧୯ ଚିକିତ୍ସା ସୁବିଧା ଉପଲଵ୍ଧ ଅଛି । ଏତଦ୍ ବ୍ୟତୀତ ଜରୁରୀ ପରିସ୍ଥିତିରେ ସମସ୍ତ ରୋଗୀଙ୍କୁ ତ୍ଵରିତ ଚିକିତ୍ସା ଯୋଗାଇଦେବା ଲାଗି ଓଡିଶା ସରକାରଙ୍କ ଦ୍ଵାରା ବିଭିନ୍ନ ମେଡିକାଲ କଲେଜର ପ୍ରାୟ ୫୦୦ ଡାକ୍ତରୀ ଛାତ୍ରଙ୍କୁ କୋରୋନାର ଚିକିତ୍ସା ନିମନ୍ତେ ପ୍ରଶିକ୍ଷଣ ଦିଆଯାଇ ପ୍ରସ୍ତୁତ ରଖା ଯାଇଛି ।[୧୬]

ଜନ ସଚେତନତା

ମାର୍ଚ୍ଚ ୧୯, ୨୦ ଏବଂ ୨୨ ତାରିଖରେ ସାରା ରାଜ୍ୟରେ ସ୍ୱତନ୍ତ୍ର ସଚେତନତା ସଭା ଆୟୋଜନ କରାଯାଇଥିଲା । [୧୭]

ମିଡିଆର ଭୂମିକା

ଅଭିନବ ପଦକ୍ଷେପ

ଏକ ଅଭିନବ ପଦକ୍ଷେପ ସ୍ଵରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବାସିନ୍ଦାଙ୍କ ନିମନ୍ତେ ନିମ୍ନ ପ୍ରକାରେ ଶପଥ ପୂର୍ବକ ସଙ୍ଗରୋଧ ପାଳନ କରିଵା ପାଇଁ ଅନୁରୋଧ କଲେ ।

"ମୁଁ ମୋର ପିଲାଛୁଆ, ବାପା ମାଆଙ୍କ ନାଁରେ ଶପଥ କରି କହିଛି ଯେ, ବର୍ତ୍ତମାନ ସମୟରେ ମୁଁ ବାହାରକୁ ଯିବିନାହିଁ । ବାହାରକୁ ଗଲେ କରୋନା ଭାଇରସ୍‌ ମୋ ସାଥୀରେ ମୋ ଘରକୁ ଆସିପାରେ । ଏହା ମୋ ପରିବାରର କ୍ଷତି କରିପାରେ । ତେଣୁ ମୁଁ ଏବେ ବାହାରକୁ ଯିବିନାହିଁ । ଯଦି ଜରୁରି କାମରେ ବାହାରକୁ ଯିବି, ତେବେ ଫେରିବା ପରେ ସାବୁନରେ ୨୦ ସେକେଣ୍ଡ ଧରି ଭଲ ଭାବରେ ହାତ ଧୋଇକି ଘରେ ପଶିବି । କରୋନା ଭାଇରସ୍‌କୁ କେବେବି ମୋ ଘରେ ପଶିବାକୁ ଦେବିନି । କିମ୍ବା ମୋ ପରିବାର ପାଇଁ ବିପଦର କାରଣ ହେବିନାହିଁ ।"

ପରିସଂଖ୍ୟାନ

ତାଲାବନ୍ଦର ପ୍ରଥମ ଦିନ ସୁଦ୍ଧା ଓଡ଼ିଶାର ୧୩୩ଟି କରୋନା ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ସେଥିରୁ ୧୨୯ଟି କରୋନା ମୁକ୍ତ ବୋଲି ଜଣା ପଡ଼ିଥିଲା । କେବଳ ୨ଜଣ କରୋନା ଆକ୍ରାନ୍ତ ଘଟଣା ଜଣାପଡ଼ିଥିଲା ।[୧୮]। ତାଲାବନ୍ଦର ପ୍ରଥମ ଦିନ ସୁଦ୍ଧା ରାଜ୍ୟ ବାହାରୁ ମୋଟ ୭୮,୨୩୩ ଜଣ ଓଡ଼ିଶାକୁ ଫେରି ଆସିଥିଲେ ବେଳେ ପ୍ରଥମ ୨୪ ଘଣ୍ଟା ମଧ୍ୟରେ ଏହାର ଅବମାନନା କରିଥିବା ୧୪୯ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ମାର୍ଚ୍ଚ ୨୭ ତାରିଖ ସୁଦ୍ଧା ରାଜ୍ୟର ୨୫୬ କରୋନା ପରୀକ୍ଷଣରୁ ୩ଟି ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଅପ୍ରେଲ ୪ ତାରିଖ ଭିତରେ ମୋଟ ସଂଖ୍ୟା ୨୦ ହୋଇଥିଲା ।

ଆଧାର

  1. "Odisha reports first coronavirus patient, four fresh cases in Maharashtra". The Economic Times. 17 March 2020. Retrieved 5 April 2020.
  2. BhubaneswarApril 3, Mohammad Suffian; April 3, Mohammad Suffian; Ist, Mohammad Suffian. "First coronavirus patient of Odisha recovers, discharged from hospital". India Today (in ଇଂରାଜୀ).{{cite news}}: CS1 maint: numeric names: authors list (link)
  3. Mohanty, Meera (4 April 2020). "Coronavirus positive count in Odisha shoots to 20". The Economic Times. Retrieved 5 April 2020.
  4. "Fighting coronavirus pandemic the Odisha way, a story to tell". India Today (in ଇଂରାଜୀ). Retrieved 2 April 2020.
  5. "Subroto Bagchi Appointed Odisha Govt's Chief Spokesperson On COVID-19". https://pragativadi.com/. pragativadi. Retrieved 27 March 2020. {{cite web}}: External link in |website= (help)
  6. NEWS, OMMCOM. "Stemming Coronavirus Pandemic, Odisha CM Leads The Way". ommcomnews.com. Retrieved 26 March 2020.
  7. "Odisha government advisory to keep coronavirus at bay". The Economic Times. 4 March 2020. Retrieved 26 March 2020.
  8. BhubaneswarMarch 16, Mohammad Suffian; March 16, Mohammad Suffian; Ist, Mohammad Suffian. "Odisha govt raises coronavirus alert level to 6 months, asks people to practise social distancing". India Today (in ଇଂରାଜୀ). Retrieved 26 March 2020.{{cite web}}: CS1 maint: numeric names: authors list (link)
  9. Barik, Satya Sundar (29 March 2020). "Coronavirus lockdown | Stop migrant workers at border districts: Orissa High Court". The Hindu (in Indian English). Retrieved 30 March 2020.
  10. "'ରାସ୍ତା କଡ଼ ଢ଼ାବା ଓ ଗ୍ୟାରେଜ ଖୋଲା ରହିବ' | Odisha Reporter". www.odishareporter.in. 25 March 2020. Retrieved 26 March 2020.
  11. "Coronavirus Odisha News: Bhubaneswar, Cuttack and Bhadrak to be shut down for 48 hours on fears of community transmission - The Economic Times". m.economictimes.com. Retrieved 3 April 2020.
  12. "Worries Grow in Odisha After 3rd Coronavirus Case; State Plans 1,000-bed Hospital". News18. Retrieved 7 April 2020.
  13. "Two dedicated COVID-19 hospitals ready to treat patients in Odisha". The New Indian Express. Retrieved 7 April 2020.
  14. "Odisha govt urges ICMR to allow 3 more hospitals to conduct COVID-19 tests". Deccan Herald (in ଇଂରାଜୀ). 3 April 2020. Retrieved 7 April 2020.
  15. "Odisha gets its third COVID-19 hospital in Bhubaneswar". www.outlookindia.com/. Retrieved 7 April 2020.
  16. DelhiApril 4, Press Trust of India New; April 4, Press Trust of India New; Ist, Press Trust of India New. "500 medical students get training to treat coronavirus patients in Odisha". India Today (in ଇଂରାଜୀ). Retrieved 7 April 2020.{{cite web}}: CS1 maint: numeric names: authors list (link)
  17. "Twitter". mobile.twitter.com. Retrieved 6 April 2020.
  18. "COVID-19 positive cases in Odisha pegged at two: Subroto Bagchi". Pragativadi: Leading Odia Dailly. 22 March 2020. Retrieved 26 March 2020.

ବାହର ଲିଙ୍କ