"ବୀଣାପାଣି ମହାନ୍ତି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ Regular Character Changes |
Hellohappy (ଆଲୋଚନା | ଅବଦାନ) ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ |
||
୩୮ କ ଧାଡ଼ି: | ୩୮ କ ଧାଡ଼ି: | ||
}} |
}} |
||
'''ବୀଣାପାଣି ମହାନ୍ତି''' (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ [[ପଦ୍ମଶ୍ରୀ|ପଦ୍ମଶ୍ରୀ]] ସମ୍ମାନ ଲାଭ କରିଥିଲେ <ref name="padmashree">{{cite web |title=MINISTRY OF HOME AFFAIRS: PRESS NOTE |url=https://padmaawards.gov.in/PDFS/2020AwardeesList.pdf |website=https://padmaawards.gov.in |accessdate=26 January 2020}}</ref> ଓ ପୂର୍ବରୁ [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡେମୀ]] ଓ [[ଶାରଳା ପୁରସ୍କାର]]ରେ ମଧ୍ୟ ସମ୍ମାନୀତ ହୋଇଥିଲେ । |
'''ବୀଣାପାଣି ମହାନ୍ତି''' (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ [[ପଦ୍ମଶ୍ରୀ|ପଦ୍ମଶ୍ରୀ]] ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]] ଲାଭ କରିଥିଲେ <ref name="padmashree">{{cite web |title=MINISTRY OF HOME AFFAIRS: PRESS NOTE |url=https://padmaawards.gov.in/PDFS/2020AwardeesList.pdf |website=https://padmaawards.gov.in |accessdate=26 January 2020}}</ref> ଓ ପୂର୍ବରୁ [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡେମୀ]] ଓ [[ଶାରଳା ପୁରସ୍କାର]]ରେ ମଧ୍ୟ ସମ୍ମାନୀତ ହୋଇଥିଲେ । |
||
== ପ୍ରାରମ୍ଭିକ ଜୀବନ == |
== ପ୍ରାରମ୍ଭିକ ଜୀବନ == |
||
୮୪ କ ଧାଡ଼ି: | ୮୪ କ ଧାଡ଼ି: | ||
== ସମ୍ମାନ ଓ ପୁରସ୍କାର == |
== ସମ୍ମାନ ଓ ପୁରସ୍କାର == |
||
* [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]] - ୨୦୨୦<ref>{{cite news |title=ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର |url=http://web.archive.org/save/http://dharitriepaper.in/edition/4897/bhubaneswar/page/3 |accessdate=3 March 2020 |issue=ଧରିତ୍ରୀ ୦୩।୦୩।୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩ |publisher=ଧରିତ୍ରୀ}}</ref> |
|||
* [[ପଦ୍ମଶ୍ରୀ|ପଦ୍ମଶ୍ରୀ]] (୨୦୨୦) <ref name="padmashree"/> |
* [[ପଦ୍ମଶ୍ରୀ|ପଦ୍ମଶ୍ରୀ]] (୨୦୨୦) <ref name="padmashree"/> |
||
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]] ([[ପାଟଦେଇ]] ପାଇଁ ୧୯୯୦ରେ)<ref>[http://orissa.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ]</ref> |
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]] ([[ପାଟଦେଇ]] ପାଇଁ ୧୯୯୦ରେ)<ref>[http://orissa.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ]</ref> |
୧୩:୧୦, ୩ ମାର୍ଚ୍ଚ ୨୦୨୦ ଅନୁସାରେ କରାଯାଇଥିବା ବଦଳ
ବୀଣାପାଣି ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବ୍ରହ୍ମପୁର, ଗଞ୍ଜାମ | ୧୧ ନଭେମ୍ବର ୧୯୩୬
ବୃତ୍ତି | ଅଧ୍ୟାପିକା |
ଭାଷା | ଓଡ଼ିଆ, ଇଂରାଜୀ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ଅର୍ଥନୀତି)[୧] |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ସାହିତ୍ୟ କୃତି | ପାଟଦେଇ କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଶାରଳା ପୁରସ୍କାର |
ବୀଣାପାଣି ମହାନ୍ତି (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ ଓଡ଼ିଆ ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ [୨] ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ
ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତା ।[୩]
ସାହିତ୍ୟ ସର୍ଜନା
ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । "ନାଉଗଛ" ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡ଼ିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ୱରର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।
ରଚନାବଳୀ
ଗପ
- କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
- ପାଟଦେଇ
- ବସ୍ତ୍ର ହରଣ
- ଆରୋହଣ
- ଇଣ୍ଟରଭିଉ
- ଏକାକୀ ପରାଶର
- ନବ ତରଙ୍ଗ
- ଅନ୍ଧକାରର ଛାଇ
- ମଧ୍ୟାନ୍ତର
- ପାଟଦେଈ
- ବହ୍ନି ବଳୟ
- ଉତ୍ତରାୟଣ
- ସାୟାହ୍ନର ସ୍ୱର
- ତଟିନୀର ତୃଷ୍ଣା
- କାଳାନ୍ତର
- ମଧ୍ୟାନ୍ତର
- ଜନ୍ମାନ୍ତର
- ଅଶ୍ରୁଅନଳ
- ଶକୁନିର ଚକା
- ଅପହଞ୍ଚ ଆକାଶ
- ପାଚେରୀ ସେପଟେ ନଈ
- ଖେଳ ଚାଲିଛି
- ଦୃଶ୍ୟାନ୍ତର
- ଖେଳନା
- ଚରିତ୍ର ହସୁଛି
ଉପନ୍ୟାସ
- ସୀତାର ଶୋଣିତ
- ମନସ୍ୱିନୀ
- କୁନ୍ତି କୁନ୍ତଳା ଶକୁନ୍ତଳା
ଆତ୍ମଜୀବନୀ
- ବିତିଯାଇଥିବା ଦିନ (ପ୍ରକାଶନ ଅପେକ୍ଷାରେ)
ସମ୍ମାନ ଓ ପୁରସ୍କାର
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ - ୨୦୨୦[୪]
- ପଦ୍ମଶ୍ରୀ (୨୦୨୦) [୨]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ପାଟଦେଇ ପାଇଁ ୧୯୯୦ରେ)[୫]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୯ (କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପାଇଁ)[୬]
- ଶାରଳା ପୁରସ୍କାର, ୨୦୧୦ [୭]
- ସାହିତ୍ୟ ଭାରତୀ ସମ୍ମାନ, ୨୦୦୧
- ଧରିତ୍ରୀ ସମ୍ମାନ, ୧୯୮୦[୮]
ଆଧାର
- ↑ "Women's Writing". womenswriting.com. Retrieved 8 January 2013.
She graduated from Ravenshaw College with a master's degree in economics in 1959
- ↑ ୨.୦ ୨.୧ "MINISTRY OF HOME AFFAIRS: PRESS NOTE" (PDF). https://padmaawards.gov.in. Retrieved 26 January 2020.
{{cite web}}
: External link in
(help)|website=
- ↑ Binapani Mohanty - Sahitya Akademi
- ↑ "ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର". No. ଧରିତ୍ରୀ ୦୩।୦୩।୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଧରିତ୍ରୀ. Retrieved 3 March 2020.
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 10 March 2017.
- ↑ "The Hindu : Other States / Orissa News : Sarla Puraskar presented to Binapani Mohanty". hindu.com. 2010. Retrieved 8 January 2013.
Celebrated writer Binapani Mohanty was conferred the coveted literary award - Sarala Puraskar - for 2010
- ↑ "ଅନୁଭୂତିରେ ଜର୍ଜରିତ ହେଲେ ଯାଇ ଗଳ୍ପରେ ତାକୁ ରୂପ ଦିଏ". ଧରିତ୍ରୀ, ସାହିତ୍ୟାୟାନ. 26 December 2015. Retrieved 10 March 2017.
- Articles with FAST identifiers
- Pages with authority control identifiers needing attention
- Articles with ISNI identifiers
- Articles with VIAF identifiers
- Articles with GND identifiers
- Articles with LCCN identifiers
- Articles with NTA identifiers
- ୧୯୩୬ ଜନ୍ମ
- ଜୀବିତ ବ୍ୟକ୍ତି
- କଟକ ଜିଲ୍ଲାର ଲୋକ
- ଓଡ଼ିଆ ଗାଳ୍ପିକ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା
- ଶାରଳା ପୁରସ୍କାର ବିଜେତା
- ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ
- ପଦ୍ମଶ୍ରୀ ସମ୍ମାନିତ