"ଧଳା ହାତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (-ମ୍ୱ +ମ୍ବ)
୫ କ ଧାଡ଼ି: ୫ କ ଧାଡ଼ି:
'''ଧଳା ହାତୀ''' (ଇଂରାଜୀରେ '''white elephant''' ବା '''albino elephant''') ଏକ ବିରଳ ହାତୀର ବର୍ଗ କିନ୍ତୁ ଏମାନେ ଏକ ସ୍ୱତନ୍ତ୍ର ହାତୀ ପ୍ରଜାତି ନୁହନ୍ତି । ଚିତ୍ର ଓ ମୂର୍ତ୍ତିରେ ଏମାନଙ୍କୁ ସମ୍ପୂର୍ଣ୍ଣ ଧଳା ରଙ୍ଗର ବୋଲି ଦର୍ଶାଯାଇଥାଏ କିନ୍ତୁ ପ୍ରକୃତରେ ଏମାନଙ୍କ ଶରୀର ଶୁଖିଲା ଥିବାବେଳେ ଲାଲିମିଶା ମାଟିଆ ଓ ଓଦା ଥିବାବେଳେ ଫିକା ଗୋଲାପୀ ରଙ୍ଗର ।<ref>[https://www.theatlantic.com/infocus/2012/06/burma-in-transition/100316/#img03 Men ride albino elephants], Reuters via The Atlantic, 1 March 2012.</ref> ଏମାନଙ୍କ ଆଖିପତା ଓ ନଖ ଧଳା ରଙ୍ଗର । ପାରମ୍ପରିକ ଧଳା ହାତୀକୁ ଜୀବବିଜ୍ଞାନର ରଙ୍ଗହୀନତା ପ୍ରକୃତିବିଶିଷ୍ଟ ହାତୀ ବୋଲି ଧରିନେବା ଭୁଲ ଧାରଣା । ଥାଇ ସଂସ୍କୃତିରେ ଧଳା ହାତୀ ପାଇଁ ବ୍ୟବହୃତ ''ଚାଂଗ୍ ସମ୍‍ଖାନ୍‍'' ଶବ୍ଦର ପ୍ରକୃତ ଅର୍ଥ ହେଲା ''ଶୁଭଙ୍କର ହାତୀ'' । ଏଠାରେ ଧଳା ଶବ୍ଦ ରଙ୍ଗ ପାଇଁ ନୁହେଁ ବରଂ ଶୁଦ୍ଧତା ଓ ପବିତ୍ରତା ଅର୍ଥରେ ଉପଯୋଗ କରାଯାଏ ।<ref>{{cite web|title=Royal Elephant Stable|url=http://www.thailandelephant.org/en/royalstable.html|publisher=Thai Elephant Conservation Center|accessdate=7 September 2014}}</ref>
'''ଧଳା ହାତୀ''' (ଇଂରାଜୀରେ '''white elephant''' ବା '''albino elephant''') ଏକ ବିରଳ ହାତୀର ବର୍ଗ କିନ୍ତୁ ଏମାନେ ଏକ ସ୍ୱତନ୍ତ୍ର ହାତୀ ପ୍ରଜାତି ନୁହନ୍ତି । ଚିତ୍ର ଓ ମୂର୍ତ୍ତିରେ ଏମାନଙ୍କୁ ସମ୍ପୂର୍ଣ୍ଣ ଧଳା ରଙ୍ଗର ବୋଲି ଦର୍ଶାଯାଇଥାଏ କିନ୍ତୁ ପ୍ରକୃତରେ ଏମାନଙ୍କ ଶରୀର ଶୁଖିଲା ଥିବାବେଳେ ଲାଲିମିଶା ମାଟିଆ ଓ ଓଦା ଥିବାବେଳେ ଫିକା ଗୋଲାପୀ ରଙ୍ଗର ।<ref>[https://www.theatlantic.com/infocus/2012/06/burma-in-transition/100316/#img03 Men ride albino elephants], Reuters via The Atlantic, 1 March 2012.</ref> ଏମାନଙ୍କ ଆଖିପତା ଓ ନଖ ଧଳା ରଙ୍ଗର । ପାରମ୍ପରିକ ଧଳା ହାତୀକୁ ଜୀବବିଜ୍ଞାନର ରଙ୍ଗହୀନତା ପ୍ରକୃତିବିଶିଷ୍ଟ ହାତୀ ବୋଲି ଧରିନେବା ଭୁଲ ଧାରଣା । ଥାଇ ସଂସ୍କୃତିରେ ଧଳା ହାତୀ ପାଇଁ ବ୍ୟବହୃତ ''ଚାଂଗ୍ ସମ୍‍ଖାନ୍‍'' ଶବ୍ଦର ପ୍ରକୃତ ଅର୍ଥ ହେଲା ''ଶୁଭଙ୍କର ହାତୀ'' । ଏଠାରେ ଧଳା ଶବ୍ଦ ରଙ୍ଗ ପାଇଁ ନୁହେଁ ବରଂ ଶୁଦ୍ଧତା ଓ ପବିତ୍ରତା ଅର୍ଥରେ ଉପଯୋଗ କରାଯାଏ ।<ref>{{cite web|title=Royal Elephant Stable|url=http://www.thailandelephant.org/en/royalstable.html|publisher=Thai Elephant Conservation Center|accessdate=7 September 2014}}</ref>


ଧଳା ହାତୀମାନେ ସମ୍ପୂର୍ଣ୍ଣ ଶ୍ୱେତ ବର୍ଣ୍ଣର ନୁହଁନ୍ତି । ଜେନେରାଲ୍ ଥାନ୍ ଶ୍ୱେ ନିଜକୁ ବ୍ରହ୍ମଦେଶୀୟ ଶାସକମାନଙ୍କ ଉତ୍ତରାଧିକାରୀ କୁହନ୍ତି ଓ ତାଙ୍କଠାରେ ଥିବା ଧଳା ହାତୀମାନଙ୍କ ମଧ୍ୟରୁ ଗୋଟିଏ ପାଉଁଶିଆ ଓ ଅନ୍ୟ ତିନୋଟି ଫିକା ଗୋଲାପୀ ରଙ୍ଗର । ଥାଇଲାଣ୍ଡର ରାଜାଙ୍କ ପାଖରେ ମଧ୍ୟ ଅନେକ ଧଳା ହାତୀ ଥିଲେ ଯାହା ମଧ୍ୟରୁ ୧୧ଟି ଧଳା ହାତୀ ଜୀବିତ ଅଛନ୍ତି ।<ref>{{cite web|url=http://www.tnews.co.th/contents/208790|title=งดงามยิ่งนัก !! ชมประวัติช้างเผือกคู่พระบารมีพระบาทสมเด็จพระเจ้าอยู่หัวในพระบรมโกศ (รายละเอียด)|website=www.tnews.co.th}}</ref> [[ଯୁକ୍ତରାଷ୍ଟ୍ର ଆମେରିକା]]<nowiki/>ର ପୂର୍ବତନ ଉପରାଷ୍ଟ୍ରପତି କାମ୍ୱୋଡିଆର ରାଜା ନୋରୋଦୋମ ସିହାନୌକଙ୍କୁ ଏକ ଧଳା ହାତୀ ଉପହାର ଦେଇଥିଲେ ।
ଧଳା ହାତୀମାନେ ସମ୍ପୂର୍ଣ୍ଣ ଶ୍ୱେତ ବର୍ଣ୍ଣର ନୁହଁନ୍ତି । ଜେନେରାଲ୍ ଥାନ୍ ଶ୍ୱେ ନିଜକୁ ବ୍ରହ୍ମଦେଶୀୟ ଶାସକମାନଙ୍କ ଉତ୍ତରାଧିକାରୀ କୁହନ୍ତି ଓ ତାଙ୍କଠାରେ ଥିବା ଧଳା ହାତୀମାନଙ୍କ ମଧ୍ୟରୁ ଗୋଟିଏ ପାଉଁଶିଆ ଓ ଅନ୍ୟ ତିନୋଟି ଫିକା ଗୋଲାପୀ ରଙ୍ଗର । ଥାଇଲାଣ୍ଡର ରାଜାଙ୍କ ପାଖରେ ମଧ୍ୟ ଅନେକ ଧଳା ହାତୀ ଥିଲେ ଯାହା ମଧ୍ୟରୁ ୧୧ଟି ଧଳା ହାତୀ ଜୀବିତ ଅଛନ୍ତି ।<ref>{{cite web|url=http://www.tnews.co.th/contents/208790|title=งดงามยิ่งนัก !! ชมประวัติช้างเผือกคู่พระบารมีพระบาทสมเด็จพระเจ้าอยู่หัวในพระบรมโกศ (รายละเอียด)|website=www.tnews.co.th}}</ref> [[ଯୁକ୍ତରାଷ୍ଟ୍ର ଆମେରିକା]]<nowiki/>ର ପୂର୍ବତନ ଉପରାଷ୍ଟ୍ରପତି କାମ୍ବୋଡିଆର ରାଜା ନୋରୋଦୋମ ସିହାନୌକଙ୍କୁ ଏକ ଧଳା ହାତୀ ଉପହାର ଦେଇଥିଲେ ।


==ପାରସ୍ୟରେ ଧଳା ହାତୀ==
==ପାରସ୍ୟରେ ଧଳା ହାତୀ==
୧୧ କ ଧାଡ଼ି: ୧୧ କ ଧାଡ଼ି:
ସାସାନୀ ସାମ୍ରାଜ୍ୟର ରାଜା ଖୁସ୍ରୁ (ଦ୍ୱିତୀୟ) ନିଜ ସେନାବାହିନୀରେ ଧଳା ହାତୀ ରଖିଥିଲେ । ଅଲ୍-ତବରୀଙ୍କ ବର୍ଣ୍ଣନା ଅନୁସାରେ ଆରବ ମୁସଲିମ ଓ ସାସାନୀ ସାମ୍ରାଜ୍ୟ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏକ ଧଳା ହାତୀ ମୁସଲିମ ସେନାଧ୍ୟକ୍ଷ ଅବୁ ଉବୈଦ ଅଲ୍-ତକାଫିଙ୍କୁ ହତ୍ୟା କରିଥିଲା ।
ସାସାନୀ ସାମ୍ରାଜ୍ୟର ରାଜା ଖୁସ୍ରୁ (ଦ୍ୱିତୀୟ) ନିଜ ସେନାବାହିନୀରେ ଧଳା ହାତୀ ରଖିଥିଲେ । ଅଲ୍-ତବରୀଙ୍କ ବର୍ଣ୍ଣନା ଅନୁସାରେ ଆରବ ମୁସଲିମ ଓ ସାସାନୀ ସାମ୍ରାଜ୍ୟ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏକ ଧଳା ହାତୀ ମୁସଲିମ ସେନାଧ୍ୟକ୍ଷ ଅବୁ ଉବୈଦ ଅଲ୍-ତକାଫିଙ୍କୁ ହତ୍ୟା କରିଥିଲା ।


==କିମ୍ୱଦନ୍ତୀରେ ଧଳାହାତୀ==
==କିମ୍ବଦନ୍ତୀରେ ଧଳାହାତୀ==
[[File:Indradeva.jpg|thumb|[[ଇନ୍ଦ୍ର]] ଓ ତାଙ୍କ ପତ୍ନୀ ସଚୀ ପାଞ୍ଚଶୁଣ୍ଢବିଶିଷ୍ଟ ଓ ଧଳା ରଙ୍ଗର ଐରାବତ ହାତୀରେ ବସିଥିବା ଚିତ୍ର । ଏହି ଚିତ୍ରଟି ଏକ ଜୈନ ପୁସ୍ତକରୁ ଗୃହୀତ]]
[[File:Indradeva.jpg|thumb|[[ଇନ୍ଦ୍ର]] ଓ ତାଙ୍କ ପତ୍ନୀ ସଚୀ ପାଞ୍ଚଶୁଣ୍ଢବିଶିଷ୍ଟ ଓ ଧଳା ରଙ୍ଗର ଐରାବତ ହାତୀରେ ବସିଥିବା ଚିତ୍ର । ଏହି ଚିତ୍ରଟି ଏକ ଜୈନ ପୁସ୍ତକରୁ ଗୃହୀତ]]


[[ହିନ୍ଦୁ ଧର୍ମ|ହିନ୍ଦୁ]] ପୌରାଣିକ କଥାନୁସାରେ [[ଇନ୍ଦ୍ର]]ଙ୍କ ବାହନ ଐରାବତ ଧଳା ରଙ୍ଗର ଓ ଏହା ଉଡ଼ିପାରେ । ଇନ୍ଦ୍ର ଐରାବତୀକୁ ହାତୀମାନଙ୍କ ରାଜା ବୋଲି ଘୋଷିତ କରିଥିଲେ ।
[[ହିନ୍ଦୁ ଧର୍ମ|ହିନ୍ଦୁ]] ପୌରାଣିକ କଥାନୁସାରେ [[ଇନ୍ଦ୍ର]]ଙ୍କ ବାହନ ଐରାବତ ଧଳା ରଙ୍ଗର ଓ ଏହା ଉଡ଼ିପାରେ । ଇନ୍ଦ୍ର ଐରାବତୀକୁ ହାତୀମାନଙ୍କ ରାଜା ବୋଲି ଘୋଷିତ କରିଥିଲେ ।


ରାଜା [[ବିମ୍ବିସାର|ବିମ୍ୱିସାରଙ୍କର]] ମଧ୍ୟ ଏକ ଧଳା ହାତୀ ଥିଲା । ଏହି ଯୌବନୋନ୍ମତ୍ତ ହାତୀକୁ ସେ ଜଙ୍ଗଲରୁ ଧରିଥିବାର କୁହାଯାଇଛି । ଏହି ଅଣ୍ଡିରା ହାତୀକୁ ସେ ''ସେଚନକ'' ନାମ ଦେଇଥିଲେ କାରଣବିନା କୌଣସି ତାଲିମରେ ହାତୀଟି ଗଛମୂଳରେ ପାଣି ଦେଉଥିଲା । ତାଙ୍କ ହାତୀର ମୂଲ୍ୟ ମଗଧ ରାଜ୍ୟର ଅଧା ଭାଗରୁ ଅଧିକତର ଥିଲା ବୋଲି କୁହାଯାଏ । ସେ ଏହି ହାତୀକୁ ନିଜ ପୁତ୍ର ବିହଲ୍ଲକୁମାରଙ୍କୁ ଦେଇଥିଲେ ଯାହା ଫଳରେ ବିମ୍ୱିସାରଙ୍କ ଅନ୍ୟ ପୁତ୍ର ଅଜାତଶତ୍ରୁ ଈର୍ଷ୍ୟାନ୍ୱିତ ହୋଇ ଉଠିଥିଲେ । ଅଜାତଶତ୍ରୁ ଏହି ହାତୀକୁ ଚୋରି କରିନେବା ପାଇଁ ଅନେକ ଚେଷ୍ଟା କରିଥିଲେ ଓ ଏହା ଫଳରେ ମହାଶିଳକଣ୍ଟକ ଓ ରଥମୂଷଳ ଯୁଦ୍ଧ ଘଟିଥିଲା ।
ରାଜା [[ବିମ୍ବିସାର|ବିମ୍ବିସାରଙ୍କର]] ମଧ୍ୟ ଏକ ଧଳା ହାତୀ ଥିଲା । ଏହି ଯୌବନୋନ୍ମତ୍ତ ହାତୀକୁ ସେ ଜଙ୍ଗଲରୁ ଧରିଥିବାର କୁହାଯାଇଛି । ଏହି ଅଣ୍ଡିରା ହାତୀକୁ ସେ ''ସେଚନକ'' ନାମ ଦେଇଥିଲେ କାରଣବିନା କୌଣସି ତାଲିମରେ ହାତୀଟି ଗଛମୂଳରେ ପାଣି ଦେଉଥିଲା । ତାଙ୍କ ହାତୀର ମୂଲ୍ୟ ମଗଧ ରାଜ୍ୟର ଅଧା ଭାଗରୁ ଅଧିକତର ଥିଲା ବୋଲି କୁହାଯାଏ । ସେ ଏହି ହାତୀକୁ ନିଜ ପୁତ୍ର ବିହଲ୍ଲକୁମାରଙ୍କୁ ଦେଇଥିଲେ ଯାହା ଫଳରେ ବିମ୍ବିସାରଙ୍କ ଅନ୍ୟ ପୁତ୍ର ଅଜାତଶତ୍ରୁ ଈର୍ଷ୍ୟାନ୍ୱିତ ହୋଇ ଉଠିଥିଲେ । ଅଜାତଶତ୍ରୁ ଏହି ହାତୀକୁ ଚୋରି କରିନେବା ପାଇଁ ଅନେକ ଚେଷ୍ଟା କରିଥିଲେ ଓ ଏହା ଫଳରେ ମହାଶିଳକଣ୍ଟକ ଓ ରଥମୂଷଳ ଯୁଦ୍ଧ ଘଟିଥିଲା ।


==ଥାଇଲ୍ୟାଣ୍ଡରେ ଧଳାହାତୀ==
==ଥାଇଲ୍ୟାଣ୍ଡରେ ଧଳାହାତୀ==

୦୧:୫୭, ୧୨ ଜାନୁଆରୀ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ରାଜକୀୟ ଧଳା ହାତୀ - ଥାଇ ରାଜା କଳିଙ୍ଗର ବ୍ରାହ୍ମଣମାନଙ୍କୁ ଦାନରେ ଧଳା ହାତୀ ଦେବାର ଚିତ୍ର
ବ୍ରହ୍ମଦେଶର ଏକ ଧଳା ହାତୀ

ଧଳା ହାତୀ (ଇଂରାଜୀରେ white elephant ବା albino elephant) ଏକ ବିରଳ ହାତୀର ବର୍ଗ କିନ୍ତୁ ଏମାନେ ଏକ ସ୍ୱତନ୍ତ୍ର ହାତୀ ପ୍ରଜାତି ନୁହନ୍ତି । ଚିତ୍ର ଓ ମୂର୍ତ୍ତିରେ ଏମାନଙ୍କୁ ସମ୍ପୂର୍ଣ୍ଣ ଧଳା ରଙ୍ଗର ବୋଲି ଦର୍ଶାଯାଇଥାଏ କିନ୍ତୁ ପ୍ରକୃତରେ ଏମାନଙ୍କ ଶରୀର ଶୁଖିଲା ଥିବାବେଳେ ଲାଲିମିଶା ମାଟିଆ ଓ ଓଦା ଥିବାବେଳେ ଫିକା ଗୋଲାପୀ ରଙ୍ଗର ।[୧] ଏମାନଙ୍କ ଆଖିପତା ଓ ନଖ ଧଳା ରଙ୍ଗର । ପାରମ୍ପରିକ ଧଳା ହାତୀକୁ ଜୀବବିଜ୍ଞାନର ରଙ୍ଗହୀନତା ପ୍ରକୃତିବିଶିଷ୍ଟ ହାତୀ ବୋଲି ଧରିନେବା ଭୁଲ ଧାରଣା । ଥାଇ ସଂସ୍କୃତିରେ ଧଳା ହାତୀ ପାଇଁ ବ୍ୟବହୃତ ଚାଂଗ୍ ସମ୍‍ଖାନ୍‍ ଶବ୍ଦର ପ୍ରକୃତ ଅର୍ଥ ହେଲା ଶୁଭଙ୍କର ହାତୀ । ଏଠାରେ ଧଳା ଶବ୍ଦ ରଙ୍ଗ ପାଇଁ ନୁହେଁ ବରଂ ଶୁଦ୍ଧତା ଓ ପବିତ୍ରତା ଅର୍ଥରେ ଉପଯୋଗ କରାଯାଏ ।[୨]

ଧଳା ହାତୀମାନେ ସମ୍ପୂର୍ଣ୍ଣ ଶ୍ୱେତ ବର୍ଣ୍ଣର ନୁହଁନ୍ତି । ଜେନେରାଲ୍ ଥାନ୍ ଶ୍ୱେ ନିଜକୁ ବ୍ରହ୍ମଦେଶୀୟ ଶାସକମାନଙ୍କ ଉତ୍ତରାଧିକାରୀ କୁହନ୍ତି ଓ ତାଙ୍କଠାରେ ଥିବା ଧଳା ହାତୀମାନଙ୍କ ମଧ୍ୟରୁ ଗୋଟିଏ ପାଉଁଶିଆ ଓ ଅନ୍ୟ ତିନୋଟି ଫିକା ଗୋଲାପୀ ରଙ୍ଗର । ଥାଇଲାଣ୍ଡର ରାଜାଙ୍କ ପାଖରେ ମଧ୍ୟ ଅନେକ ଧଳା ହାତୀ ଥିଲେ ଯାହା ମଧ୍ୟରୁ ୧୧ଟି ଧଳା ହାତୀ ଜୀବିତ ଅଛନ୍ତି ।[୩] ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି କାମ୍ବୋଡିଆର ରାଜା ନୋରୋଦୋମ ସିହାନୌକଙ୍କୁ ଏକ ଧଳା ହାତୀ ଉପହାର ଦେଇଥିଲେ ।

ପାରସ୍ୟରେ ଧଳା ହାତୀ

ପାରସ୍ୟର ଶାହନାମାର ଏକ ଚିତ୍ରରେ "ରୁସ୍ତମ ଚୀନର ଖାଚାନଙ୍କୁ ତାଙ୍କ ଧଳା ହାତୀରୁ ଘୋଷାଡ଼ି ନେବା" ପ୍ରଦର୍ଶିତ

ସାସାନୀ ସାମ୍ରାଜ୍ୟର ରାଜା ଖୁସ୍ରୁ (ଦ୍ୱିତୀୟ) ନିଜ ସେନାବାହିନୀରେ ଧଳା ହାତୀ ରଖିଥିଲେ । ଅଲ୍-ତବରୀଙ୍କ ବର୍ଣ୍ଣନା ଅନୁସାରେ ଆରବ ମୁସଲିମ ଓ ସାସାନୀ ସାମ୍ରାଜ୍ୟ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏକ ଧଳା ହାତୀ ମୁସଲିମ ସେନାଧ୍ୟକ୍ଷ ଅବୁ ଉବୈଦ ଅଲ୍-ତକାଫିଙ୍କୁ ହତ୍ୟା କରିଥିଲା ।

କିମ୍ବଦନ୍ତୀରେ ଧଳାହାତୀ

ଇନ୍ଦ୍ର ଓ ତାଙ୍କ ପତ୍ନୀ ସଚୀ ପାଞ୍ଚଶୁଣ୍ଢବିଶିଷ୍ଟ ଓ ଧଳା ରଙ୍ଗର ଐରାବତ ହାତୀରେ ବସିଥିବା ଚିତ୍ର । ଏହି ଚିତ୍ରଟି ଏକ ଜୈନ ପୁସ୍ତକରୁ ଗୃହୀତ

ହିନ୍ଦୁ ପୌରାଣିକ କଥାନୁସାରେ ଇନ୍ଦ୍ରଙ୍କ ବାହନ ଐରାବତ ଧଳା ରଙ୍ଗର ଓ ଏହା ଉଡ଼ିପାରେ । ଇନ୍ଦ୍ର ଐରାବତୀକୁ ହାତୀମାନଙ୍କ ରାଜା ବୋଲି ଘୋଷିତ କରିଥିଲେ ।

ରାଜା ବିମ୍ବିସାରଙ୍କର ମଧ୍ୟ ଏକ ଧଳା ହାତୀ ଥିଲା । ଏହି ଯୌବନୋନ୍ମତ୍ତ ହାତୀକୁ ସେ ଜଙ୍ଗଲରୁ ଧରିଥିବାର କୁହାଯାଇଛି । ଏହି ଅଣ୍ଡିରା ହାତୀକୁ ସେ ସେଚନକ ନାମ ଦେଇଥିଲେ କାରଣବିନା କୌଣସି ତାଲିମରେ ହାତୀଟି ଗଛମୂଳରେ ପାଣି ଦେଉଥିଲା । ତାଙ୍କ ହାତୀର ମୂଲ୍ୟ ମଗଧ ରାଜ୍ୟର ଅଧା ଭାଗରୁ ଅଧିକତର ଥିଲା ବୋଲି କୁହାଯାଏ । ସେ ଏହି ହାତୀକୁ ନିଜ ପୁତ୍ର ବିହଲ୍ଲକୁମାରଙ୍କୁ ଦେଇଥିଲେ ଯାହା ଫଳରେ ବିମ୍ବିସାରଙ୍କ ଅନ୍ୟ ପୁତ୍ର ଅଜାତଶତ୍ରୁ ଈର୍ଷ୍ୟାନ୍ୱିତ ହୋଇ ଉଠିଥିଲେ । ଅଜାତଶତ୍ରୁ ଏହି ହାତୀକୁ ଚୋରି କରିନେବା ପାଇଁ ଅନେକ ଚେଷ୍ଟା କରିଥିଲେ ଓ ଏହା ଫଳରେ ମହାଶିଳକଣ୍ଟକ ଓ ରଥମୂଷଳ ଯୁଦ୍ଧ ଘଟିଥିଲା ।

ଥାଇଲ୍ୟାଣ୍ଡରେ ଧଳାହାତୀ

୧୮୫୫ରୁ ୧୯୧୬ ପର୍ଯ୍ୟନ୍ତ ସିଆମ ନାମରେ ପରିଚିତ ଥାଇଲ୍ୟାଣ୍ଡର ପତାକାରେ ଧଳାହାତୀ

ବ୍ରାହ୍ମଣ ବିଶ୍ୱାସ ଅନୁସାରେ, ଯଦି ସମ୍ରାଟଙ୍କ ପାଖରେ ଏକ ବା ତତୋଧିକ ଧଳା ହାତୀ ରହିଥାନ୍ତି ତେବେ ତାହା ଗୌରବ ଓ ଆନନ୍ଦର ସୂଚକ" । ରାଜା ତ୍ରୈଲୋକଙ୍କ ପାଖରେ ପ୍ରଥମ ଧଳା ହାତୀ ଥିଲା । ଥାଇ ଭାଷାରେ ଧଳା ହାତୀଙ୍କୁ ଆଲବିନୋ (albino) କୁହାଯାଏ । ଅର୍ଥାତ୍ ଏମାନଙ୍କ ଆଖି ଫିକା ହଳଦିଆ, ନଖ ଧଳା ଓ ଲୋମ ଧଳା । ଏହି ହାତୀମାନଙ୍କ ଶରୀରରେ ଠାଏଠାଏ ଗୋଲାପୀ ଦାଗ ଥାଏ ବା ପୁରା ଶରୀର ଗୋଲାପୀ ରଙ୍ଗର ହୋଇଥାଏ । ଧଳା ହାତୀମାନେ ସ୍ୱତନ୍ତ୍ର ଭାବେ ପୂଜିତ ହେଉନଥିଲେ କିନ୍ତୁ ରାଜାଙ୍କ ମାନ ଓ ଗୌରବ ବୃଦ୍ଧି କରୁଥିଲେ ।[୪]:39

ଥାଇଲାଣ୍ଡରେ ଧଳା ହାତୀ (ช้างเผือก, ଚାଂଗ୍ ଫ୍ୱେକ୍) ବା ଗୋଲାପୀ ହାତୀ ପବିତ୍ର ଜୀବ ବୋଲି ଧାରଣା ରହିଛି ଏବଂ ଏହି ହାତୀ ରାଜକୀୟ ଶକ୍ତିର ସୂଚକ । ଜଙ୍ଗଲରେ ଠାବ ହୋଇଥିବା ସମସ୍ତ ଧଳା ହାତୀ ପ୍ରାୟ ରାଜାମାନଙ୍କୁ ଉପହାର ଭାବେ ଦିଆଯାଏ । ଏକ ପୂଜା ବା ଉତ୍ସବ ଉପଲକ୍ଷେ ଉପହାର ଦିଆଯାଉଥିଲା ଏବଂ ତାହା ପୂର୍ବରୁ ଧଳା ହାତୀଟିକୁ ବନ୍ଦୀ କରାଯାଏ ନାହିଁ । ପ୍ରାଚୀନ କାଳରେ ରାଜାଙ୍କ ମାନ ତାଙ୍କ ପାଖରେ କେତୋଟି ଧଳା ହାତୀ ଥିଲେ ସେଥିରୁ ଜଣାପଡ଼ୁଥିଲା । ରାଜା ଭୂମିବଳ ଅତୁଲ୍ୟତେଜଙ୍କ ପାଖରେ ୨୧ଟି ଧଳା ହାତୀ ଥିଲେ । ଏପରି ଆଗରୁ କେବେ ଦେଖାଯାଇ ନଥିଲା ଓ ଥାଇଲାଣ୍ଡ ଇତିହାସରେ ରାଜା ଭୂମିବଳଙ୍କର ସର୍ବାଧିକ ଚାଂଗ୍ ଫ୍ୱେକ୍ ରହିଥିଲେ ।[୫] ରାଜା ଭୂମିବଳଙ୍କ ଶାସନ କାଳରେ ମିଳିଥିବା ପ୍ରଥମ ଧଳା ହାତୀ ଏହି ସମସ୍ତଙ୍କ ମଧ୍ୟରେ ଆଦରଣୀୟ ଓ ପ୍ରିୟ ଥିଲା । ଏହି ହାତୀକୁ ଫ୍ରା ଶୱେତ୍ ଅଦୁଲ୍ୟଦେଜ୍ ପହୋଲ୍ ଭୂମିବୋଲ୍ ନବନତ୍ତ-ପରମି (พระเศวตอดุลยเดชพาหล ภูมิพลนวนาถบารมี) ନାମ ଦିଆଯାଇଥିଲା ।[୬] ରାଜା ନିଜ ଅନ୍ୟ ହାତୀମାନଙ୍କୁ କିନ୍ତୁ କୌଣସି ନାମ ଦେଇନଥିଲେ । ବର୍ତ୍ତମାନ ସମୟରେ ୧୧ଟି ହାତୀ ଜୀବିତ ରହିଛନ୍ତି ଓ ତନ୍ମଧ୍ୟରୁ ୫ଟି ରାଜକୀୟ ନାମ ବହନ କରୁଛନ୍ତି ।[୬]

ଥାଇଲ୍ୟାଣ୍ଡର ଧଳା ହାତୀଙ୍କଠାରେ ରଙ୍ଗହୀନତା ଦେଖାଯାଏ ନାହିଁ । ଅବଶ୍ୟ ସେମାନଙ୍କ ଦେହର ରଙ୍ଗ ଅଳ୍ପ ଅବସନ୍ନ । ଠାବ ହେବା ପରେ ରାଜାଙ୍କୁ ଦେବା ପୂର୍ବରୁ ସେମାନଙ୍କୁ ୪ଟି ବର୍ଗ ମଧ୍ୟରୁ ଗୋଟିଏରେ ସ୍ଥାନିତ କରାଯାଏ । ନିମ୍ନତମ ବର୍ଗର ଧଳାହାତୀ ଅନେକ ସମୟରେ ରାଜାଙ୍କଦ୍ୱାରା ଗ୍ରହଣୀୟ ହୋଇ ନଥାଏ ।

ପୂର୍ବେ ଏହି ନିମ୍ନତମ ବର୍ଗର ଧଳା ହାତୀମାନଙ୍କୁ ରାଜାଙ୍କ ବନ୍ଧୁ ଓ ମିତ୍ର ରାଷ୍ଟ୍ରମାନଙ୍କୁ ଦାନ କରାଯାଉଥିଲା । ଏହି ହାତୀମାନଙ୍କୁ ପବିତ୍ର ବୋଲି ବିଚାର କରିବା ଯୋଗୁଁ ଏମାନଙ୍କୁ ଅନ୍ୟ ହାତୀଙ୍କ ପରି କୌଣସି କାମରେ ଲଗାଯାଏ ନାହିଁ । ଏମାନଙ୍କୁ ବହୁତ ଯତ୍ନର ସହିତ ପାଳନ କରାଯାଇଥାଏ । ତେଣୁ ଧଳା ହାତୀର ମାଲିକ ଉପରେ ଏହାର ଲାଳନପାଳନର ଦାୟିତ୍ତ୍ୱ ଏକ ବଡ଼ ଆର୍ଥିକ ବୋଝ । ରାଜା ଓ ଅତି ଧନୀ ଲୋକେ ହିଁ ଏପରି ବୋଝ ବୋହିବାକୁ ସକ୍ଷମ ଥିବାରୁ ତାଙ୍କ ପାଖରେ ଧଳା ହାତୀ ରହିଥାନ୍ତି । ଏକ ଲୋକକଥା ଅନୁସାରେ କୌଣସି ଶତ୍ରୁ ବା ରାଜା ଯେଉଁ ମନ୍ତ୍ରୀ, ସାମନ୍ତ ଇତ୍ୟାଦିଙ୍କ ଉପରେ ଖୁସି ନଥାନ୍ତି, ସେମାନଙ୍କୁ ଧଳା ହାତୀ ଉପହାର ଭାବେ ଦିଆଯାଏ । ଏପରି ଉପହାରରୁ କିଛି ଲାଭ ମିଳେ ନାହିଁ ବରଂ ପାଳନପୋଷଣ ଯୋଗୁଁ ଅର୍ଥ ବ୍ୟୟ ହୁଏ ଏବଂ ବ୍ୟକ୍ତି ଜଣକର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ସେ ନଷ୍ଟ ଯାଏ ।[୭]

ବ୍ରହ୍ମଦେଶରେ ଧଳାହାତୀ

୨୦୧୩ର ଏକ ଫଟୋ ଚିତ୍ରରେ ୟାଂଗୁନ୍ ସହର ବାହାରେ ଥିବା ଏକ ଧଳା ହାତୀ

ବ୍ରହ୍ମଦେଶରେ ଧଳା ହାତୀଙ୍କୁ ଶକ୍ତି ଓ ସୌଭାଗ୍ୟର ପ୍ରତୀକ ବୋଲି ମନେ କରାଯାଏ । ୨୦୦୧ ମସିହାରେ ବ୍ରହ୍ମଦେଶରେ ସାମରିକ ଶାସନ କାଳରେ ଧଳା ହାତୀମାନଙ୍କୁ ଖୋଜିବାର ଆଦେଶ ଦିଆଯାଇଥିଲା ।[୮] ଓ ୨୦୦୨ରେ ମଧ୍ୟ ଏପରି କରାଯାଇଥିଲା ।[୯] ସାମରିକ ଏକଛତ୍ରବାଦୀ ଶାସନକୁ ସୁଦୃଢ଼ କରିବା ପାଇଁ ଏପରି କରାଯାଇଥିଲା ବୋଲି ବିରୋଧୀମାନେ ମତ ରଖିଥିଲେ । ୨୦୧୦ ମସିହା ବେଳକୁ ବ୍ରହ୍ମଦେଶରେ ୯ଟି ଧଳା ହାତୀ ରହିଥିଲେ । ୨୦୧୫ ଫେବୃଆରୀ ୨୭ ତାରିଖ ଦିନ ବାସେଇନ୍ ଅଞ୍ଚଳରେ ଶେଷ ଥର ପାଇଁ ଧଳା ହାତୀ ଦେଖାଯାଇଥିଲା । ୟାଂଗୁନ୍ ବାହାରେ ଏକ ସ୍ଥାନରେ ତିନୋଟି ଧଳା ହାତୀଙ୍କୁ ରଖାଯାଇଛି ।[୧୦] ନେପ୍ୟିଦରେ ଆଉ କିଛି ଧଳାହାତୀ ରଖାଯାଇଛି ।

ଆଫ୍ରିକାରେ ଧଳାହାତୀ

ଦକ୍ଷିଣ ଆଫ୍ରିକାର କ୍ରୁଗର ଜାତୀୟ ଉଦ୍ୟାନର ଏକ ରଙ୍ଗହୀନ ଧଳା ହାତୀ

ଏସିଆ ଅପେକ୍ଷା ଆଫ୍ରିକାରେ ରଙ୍ଗହୀନତାଯୁକ୍ତ ହାତୀ ବା ଧଳା ହାତୀ ଅଧିକ ବିରଳ । ଆଫ୍ରିକାର ଏପରି କିଛି ହାତୀଙ୍କ ରଙ୍ଗ ନାଲିମିଶା ମାଟିଆ ବା ଗୋଲାପୀ ରଙ୍ଗର । ଆଫ୍ରିକାରେ ଅତ୍ୟଧିକ ସୂର୍ଯ୍ୟ କିରଣ ଯୋଗୁଁ ଏହି ହାତୀମାନଙ୍କ ଶରୀରରେ ଚର୍ମରୋଗ ବା ଚକ୍ଷୁହୀନତା ପରି ଲକ୍ଷଣ ଦେଖାଯାଏ ।[୧୧]

ପାଶ୍ଚାତ୍ୟ ସାହିତ୍ୟରେ ଧଳା ହାତୀର ଉଲ୍ଲେଖ

ଇଂରାଜୀ ଭାଷାରେ "ହ୍ୱାଇଟ୍ ଏଲିଫ୍ୟାଣ୍ଟ୍ (white elephant)" ଶବ୍ଦର ସାହିତ୍ୟିକ ପ୍ରୟୋଗର ଅନୁଧ୍ୟାନ କଲେ ଦେଖାଯିବ ଯେ କୌଣସି ସୁନ୍ଦର ବା ବଡ଼ ବସ୍ତୁ ଯାହାର ରକ୍ଷଣାବେକ୍ଷଣ ବା ପାଳନ କରିବାର ଦାୟିତ୍ତ୍ୱ ବସ୍ତୁର ପ୍ରକୃତ ମୂଲ୍ୟଠାରୁ ଅଧିକ ବା କଷ୍ଟଦାୟକ । ବସ୍ତୁଟି ଯଦିଓ ଅନ୍ୟ କାହା ପାଇଁ ଦରକାରୀ ହୋଇପାରେ, ତାହାର ବର୍ତ୍ତମାନର ମାଲିକ କିନ୍ତୁ ସେ ବସ୍ତୁକୁ ବିକି ବା ଦାନ କରି ଅଧିକ ଖୁସି ହେବ ।

ଆହୁରି ଦେଖନ୍ତୁ

ଆଧାର

  1. Men ride albino elephants, Reuters via The Atlantic, 1 March 2012.
  2. "Royal Elephant Stable". Thai Elephant Conservation Center. Retrieved 7 September 2014.
  3. "งดงามยิ่งนัก !! ชมประวัติช้างเผือกคู่พระบารมีพระบาทสมเด็จพระเจ้าอยู่หัวในพระบรมโกศ (รายละเอียด)". www.tnews.co.th.
  4. Chakrabongse, C., 1960, Lords of Life, London: Alvin Redman Limited
  5. "งดงามยิ่งนัก !! ชมประวัติช้างเผือกคู่พระบารมีพระบาทสมเด็จพระเจ้าอยู่หัวในพระบรมโกศ (รายละเอียด)". www.tnews.co.th.
  6. ୬.୦ ୬.୧ Ibid
  7. "Home : Oxford English Dictionary". Oed.com. Retrieved 2013-01-07.
  8. 'Lucky' white elephant for Burma, BBC, 9 November 2001.
  9. "Second White Elephant Found". Archived from the original on June 23, 2002. Retrieved 2007-03-11.{{cite web}}: CS1 maint: bot: original URL status unknown (link)
  10. "White Elephants Snubbed by Junta". Archived from the original on June 6, 2011. Retrieved 2010-06-07.{{cite web}}: CS1 maint: bot: original URL status unknown (link)
  11. Rebecca Morelle. Pink elephant is caught on camera, BBC News, 20 March 2009

ଅନ୍ୟାନ୍ୟ ଲିଂକ୍