"କେଦାର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଛବି
ଟିକେNo edit summary
୫୫ କ ଧାଡ଼ି: ୫୫ କ ଧାଡ଼ି:
=== କବିତା ===
=== କବିତା ===
* ଶବ୍ଦକୁ ଚାରିପାଦ - ୨୦୦୦
* ଶବ୍ଦକୁ ଚାରିପାଦ - ୨୦୦୦
* ଅଶାସୂକ୍ତ - ୨୦୦୦
* ପ୍ରେମର ଦୂର ଗୀତ - ୨୦୧୩
* ପ୍ରେମର ଦୂର ଗୀତ - ୨୦୧୩
* ରାଗ କେଦାର - ୨୦୦୮
* ରାଗ କେଦାର - ୨୦୦୮
* ଶୂନ୍ୟ ଅଭିସାର
* ଶୂନ୍ୟ ଅଭିସାର - ୨୦୦୩
* ଶୂନ୍ୟ ଶୃଙ୍ଗାର
* ଶୂନ୍ୟ ଶୃଙ୍ଗାର
* ଉଦୟ ରାଗ - ୨୦୦୯
* ଉଦୟ ରାଗ - ୨୦୦୯

୧୨:୩୫, ୧୧ ଡିସେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

କେଦାର ମିଶ୍ର
Born (1972-04-15) ୧୫ ଅପ୍ରେଲ ୧୯୭୨ (ବୟସ ୫୧)
Nationalityଭାରତୀୟ

କେଦାର ମିଶ୍ର, ଜଣେ ଓଡ଼ିଆ ସାହିତ୍ୟିକ, ସାମ୍ବାଦିକ ଏବଂ ସମ୍ପାଦକ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ କବିତା, ପ୍ରବନ୍ଧ, ସ୍ତମ୍ଭରଚନା ସହ ଏକାଧିକ ପତ୍ରିକାର ସମ୍ପାଦନା ସହିତ ଜଡିତ ରହିଆସିଛନ୍ତି । ନୃତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଏବଂ ମଞ୍ଚ ଉପରେ ସେ ନିୟମିତ ସମୀକ୍ଷା ଲେଖନ୍ତି । ଏତଦ ଭିନ୍ନ ଜଣେ ସାହିତ୍ୟ ସଙ୍ଗଠକ ଓ ମଞ୍ଚ ପରିଚାଳକ ଭାବରେ ମଧ୍ୟ ସେ କାର୍ଯ୍ୟ କରିଥାନ୍ତି ।[୨]

କେଦାର, ୧୯୭୧ ମସିହାରେ ସୋନପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।

ସାହିତ୍ୟ ସର୍ଜନା

କବି, ପ୍ରାବନ୍ଧିକ ଏବଂ ଜଣେ ସ୍ତମ୍ଭକାର ଭାବରେ କେଦାରଙ୍କ ପରିଚୟ । ତାଙ୍କର ୫ଟି କବିତା ପୁସ୍ତକ ଏବଂ ୨ଟି ପ୍ରବନ୍ଧ ପୁସ୍ତକ ପ୍ରକାଶିତ ହୋଇସାରିଛି ।[୩] ସାମ୍ବାଦିକ ବୃତ୍ତିରେ ରହି ସେ ବିଭିନ୍ନ ପତ୍ର ପତ୍ରିକାର ସମ୍ପାଦନା ସହିତ ମଧ୍ୟ ଜଡିତ ରହିଆସିଛନ୍ତି । ତାଙ୍କ କବିତା ଓ ପ୍ରବନ୍ଧ ବିଭିନ୍ନ ପତ୍ର ପତ୍ରିକାରେ ନିୟମିତ ପ୍ରକାଶ ପାଇ ଆସିଛି ।[୪] ତାଙ୍କ କବିତା ଜର୍ମାନ, ଇଂରାଜୀ, ଋଷିଆନ, ସ୍ପାନିଶ, ବଙ୍ଗଳା, ହିନ୍ଦୀ, ନେପାଳୀ, ମାଲାଲାୟମ, ଅହମିୟା, ତାମିଲ ଆଦି ଭାଷାକୁ ଅନୁବାଦିତ ହୋଇଛି ।

କବିତା

  • ଶବ୍ଦକୁ ଚାରିପାଦ - ୨୦୦୦
  • ଅଶାସୂକ୍ତ - ୨୦୦୦
  • ପ୍ରେମର ଦୂର ଗୀତ - ୨୦୧୩
  • ରାଗ କେଦାର - ୨୦୦୮
  • ଶୂନ୍ୟ ଅଭିସାର - ୨୦୦୩
  • ଶୂନ୍ୟ ଶୃଙ୍ଗାର
  • ଉଦୟ ରାଗ - ୨୦୦୯

ଗଳ୍ପ

  • ବାଗ୍ ବିଶେଷ - ୨୦୦୮
  • ଶେଷ ସ୍ପର୍ଶ - ୨୦୧୩

ଅନ୍ୟାନ୍ୟ

  • Popular Religion and Ascetic Practices: New Studies on Mahimā Dharma[୫]
  • Caterpillar and the Mahua Flower: Tremors in India's Mining Fields[୬]

ସମ୍ପାଦନା

ସମ୍ମାନ ଓ ପୁରସ୍କାର

  • ସଂସ୍କୃତି ମିତ୍ର ସମ୍ମାନ - ୨୦୧୨
  • ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ - ୨୦୧୪[୭]
  • ପ୍ରଫୁଲ୍ଲ ମହାକୂଳ କବିତା ପୁରସ୍କାର
  • ଅଂକୁର କବିତା ପୁରସ୍କାର
  • ସଚ୍ଚି ରାଉତରାୟ ନବ ପର୍ବ କବିତା ପୁରସ୍କାର
  • ଅଭିନନ୍ଦିକା ସମ୍ମାନ
  • ସ୍ୱର ଓ ସ୍ୱାକ୍ଷର କବିତା ପୁରସ୍କାର
  • ସମଦୃଷ୍ଟି ଲେଖକ ପୁରସ୍କାର
  • ସିଂଧୁଜା ସମ୍ମାନ
  • ପକ୍ଷୀଘର ଲେଖକ ସମ୍ମାନ
  • ଅଳକା ଯୁବ କବି ପୁରସ୍କାର
  • ଅବନୀ ବରାଳ ସ୍ମୃତି ସମ୍ମାନ[୮]

ଆଧାର

  1. Angelika Malinar; Johannes Beltz; Heiko Frese (1 September 2004). Text and context in the history, literature, and religion of Orissa. Manohar. ISBN 978-81-7304-566-0.
  2. ଦ ସନଡେ ଇଣ୍ଡିଆନ ୨୮/୦୬/୨୦୦୯. {{cite news}}: |access-date= requires |url= (help); Missing or empty |title= (help)
  3. Indian Literature. Sahitya Akademi. July 2005.
  4. http://www.telegraphindia.com/1141208/jsp/odisha/story_2494.jsp
  5. ୫.୦ ୫.୧ Ishita Banerjee-Dube; Johannes Beltz (1 January 2008). Popular Religion and Ascetic Practices: New Studies on Mahimā Dharma. Manohar Publishers & Distributors. ISBN 978-81-7304-756-5. ଆଧାର ଭୁଲ: Invalid <ref> tag; name "Banerjee-DubeBeltz2008" defined multiple times with different content
  6. Rakesh Kalshian (2007). Caterpillar and the Mahua Flower: Tremors in India's Mining Fields. Panos South Asia. ISBN 978-99933-766-7-5.
  7. http://www.goethe.de/ins/in/en/kol/ver.cfm?fuseaction=events.detail&event_id=20675210
  8. "ସୃଜନ ସମ୍ପର୍କ". ମୋ ସହର ସମ୍ପର୍କ: ୪୮. ୧୧ ଅଗଷ୍ଟ ୨୦୧୮. {{cite journal}}: Check date values in: |date= (help)