"ନୱସୀନ ନହରୀନ ମୋଉ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ (via JWB)
୪୭ କ ଧାଡ଼ି: ୪୭ କ ଧାଡ଼ି:


[[ଶ୍ରେଣୀ:ବଙ୍ଗଳାଦେଶର ଅଭିନେତ୍ରୀ]]
[[ଶ୍ରେଣୀ:ବଙ୍ଗଳାଦେଶର ଅଭିନେତ୍ରୀ]]

[[ଶ୍ରେଣୀ:ଏସିଆ ମାସ ଗଣସମ୍ପାଦନା ୨୦୧୮]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:୧୯୮୫ ଜନ୍ମ]]
[[ଶ୍ରେଣୀ:୧୯୮୫ ଜନ୍ମ]]

୨୩:୨୬, ୨୪ ଅକ୍ଟୋବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ନୱସୀନ ନହରୀନ ମୋଉ
নওশীন
ଜନ୍ମ (1985-08-15) ୧୫ ଅଗଷ୍ଟ ୧୯୮୫ (ବୟସ ୩୮)
ଖୁଲ୍‌ନା
ଜାତୀୟତାବାଂଲାଦେଶୀ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ, ବେତାର ଉପସ୍ଥାପିକା
ସକ୍ରିୟ ବର୍ଷ୨୦୦୭- ଏବେଯାଏଁ
ଉଚ୍ଚତା୫ ଫୁଟ ୭ ଇଞ୍ଚ
ବୈବାହିକ-ସାଥୀସୟେଦ ଅଦନାନ ଫାରୁକି
ସନ୍ତାନଇହାନ ସଲମାନ
ପିତାମାତାs
  • ଶେକ୍ ଅମଜାଦ ହୁସେନ (father)
  • ଜସ୍ମିନ ଅଖତାର (mother)
ପୁରସ୍କାରସିଜେଏଫ୍‌ବି ପରଫରମାନ୍ସ ଆୱାର୍ଡ଼ (ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ) (2012, 2014)[୧]
ଦସ୍ତଖତ

ନୱସୀନ ନହରୀନ ମୋଉ (ବଙ୍ଗଳା: নওশীন) ((1985-08-15)ଅଗଷ୍ଟ ୧୫, ୧୯୮୫


) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି ଦୂରଦର୍ଶନ ଏବଂ ବଙ୍ଗଳାଦେଶର କଥାଚିତ୍ର ଜଗତରେ ଅଭିନୟ କରନ୍ତି । ସେ ପ୍ରାର୍ଥନା, ମୁଖୋଷ ମନୁଷ ଆଦି ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ । ଏତଦ୍ ବ୍ୟତୀତ ସେ ଜଣେ ମଡେଲ, ଦୂରଦର୍ଶନ ତ‌ଥା ରେଡ଼ିଓ ଉପସ୍ଥାପିକା ଏବଂ ସେ ବିଭିନ୍ନ ମଞ୍ଚରେ ମଧ୍ୟ ବିଭିନ୍ନ ନାଟକରେ ଅଭିନୟ କରିଛନ୍ତି । ୨୦୦୭ ମସିହାରୁ ସେ ବିଭିନ୍ନ ଦୂରଦର୍ଶନ ବିଜ୍ଞାପନ ଏବଂ ଖବର କାଗଜ ତ‌ଥା ପ୍ରିଣ୍ଟି ମିଡ଼ିଆ ବିଜ୍ଞାପନରେ ଜଣେ ମଡେଲ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ସେ ରେଡ଼ିଓର ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ରେଡ଼ିଓ ଟୁ-ଡେ, ରେଡ଼ିଓ ଫ୍ରୁଟି, ଧମାକା ଏଫ୍ଏମ୍ ଏବଂ ରେଡ଼ିଓ ଅମ୍ବର ଭଳି ବେତାର କେନ୍ଦ୍ରରେ ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ ।[୨]

ପ୍ରାରମ୍ଭିକ ଜୀବନ

ନୱସୀନ ନହରୀନ ମୋଉ ୧୯୮୫ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଖୁଲ୍‌ନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନ ମୁଖ୍ୟତଃ ବାଂଲାଦେଶର ବିଭିନ୍ନ ଜିଲ୍ଲାମାନଙ୍କରେ କଟିଛି । ତାଙ୍କ ବାପା ଶେକ୍ ଅମଜାଦ ହୁସେନ ବଙ୍ଗଳାଦେଶ ବୈଷୟିକ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ଜଣେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ ଏବଂ ଜସ୍ମିନ ଅଖତାର ଜଣେ ଗୃହିଣୀ । ସେ ମାତ୍ର ସାତ ବର୍ଷ ବୟସରେ ନୃତ୍ୟ କରିବା ଆରମ୍ଭ କରିଥିଲେ । ୧୯୯୪ ମସିହାରେ ତାଙ୍କୁ ନୃତ୍ୟରେ ଖେଳଘର ପୁରସ୍କାର ମିଳିଥିଲା । ସେ ତାଙ୍କର ପେଶା ଜଣେ ରେଡ଼ିଓ ଉପସ୍ଥାପିକା ଭାବରେ କାର୍ଯ୍ୟ କରି ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ବଙ୍ଗଳାଦେଶର ଦୂରଦର୍ଶନ ଆର୍‌ଟିଭିରେ ପ୍ରସାରିତ ଏକ ଟେଲିଫୋନିକ୍ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମର ଶୀର୍ଷକ ଥିଲା "ଜେଗେ ଅଛୋ କି" । ୨୦୦୮ ମସିହାରୁ ୨୦୧୧ ମସିହା ଯାଏଁ ଚାଲିଥିବା ଏହି କାର୍ଯ୍ୟକ୍ରମଟି ସେହି ସମୟରେ ଅନେକ ଲୋକପ୍ରିୟତା ପାଇଥିଲା ।

ପେଶା

ନୱସୀନ ନହରୀନ ମୋଉଙ୍କୁ ଲୋକମାନେ ମୁଖ୍ୟତଃ ନୱସୀନ ନାମରେ ହିଁ ଜାଣନ୍ତି । ସେ ଜଣେ ରେଡ଼ିଓ ଉପସ୍ଥାପିକା ଭାବରେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ସେ ସେ ଜଣେ ମଡେଲ ଭାବରେ ବିଭିନ୍ନ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ଜଣେ ଅଭିନେତ୍ରୀ ଭାବରେ ବଙ୍ଗଳାଦେଶର ଦୂରଦର୍ଶନରେ କାର୍ଯ୍ୟ କରୁଛନ୍ତି । "ଧୂପଛାୟ" ଧାରାବାହିକ ଜରିଆରେ ସେ ଛୋଟ ପରଦାରେ ଅଭିନୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୬ ମସିହାରେ ବଡ଼ ପରଦାରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ସେ ତାଙ୍କର ସ‌ହ-କଳାକାର ହିଲୋଲଙ୍କ ସ‌ହ ଅଭିନୟ ଆରମ୍ଭ କରିଥିଲେ ।[୩] ୨୦୧୫ରୁ ୨୦୧୭ ଯାଏଁ ସେ ରେଡ଼ିଓ ଅମ୍ବରର ଜଣେ ପ୍ରୋଗ୍ରାମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୧୦ରେ ଅନ୍ୟ ଏକ ବଙ୍ଗଳା ରେଡ଼ିଓ "ଚେନାଲ ଆଇ"ରେ ପ୍ରୋଗ୍ରାମ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୨୦୧୩ ମସିହାରେ ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୪] ଏତଦ୍ ବ୍ୟତୀତ ସେ ୨୦୧୬ରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କା, ୨୦୧୨ରେ ବାଂଲାଦେଶ ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣର ଆରମ୍ଭ କାର୍ଯ୍ୟକ୍ରମ ଆଦିରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୫]

ଆଧାର

  1. 13th Uro-Cola CJFB Performance Award held
  2. "Exuberance in the air | The Daily Star". The Daily Star. Retrieved 2018-08-11. {{cite web}}: Cite has empty unknown parameter: |dead-url= (help)
  3. "The Mask Unveiled". The Daily Star. 24 December 2016. Retrieved 19 January 2018.
  4. "Nowshin Nahrin Mou - Film Star- Online Dhaka Guide ( অনলাইন ঢাকা)". Online Dhaka Guide. Retrieved 2018-08-26. {{cite web}}: Cite has empty unknown parameter: |dead-url= (help)
  5. "Nowshin: Bangladeshi Model Actress Biography". musiclove24.com. {{cite web}}: Cite has empty unknown parameter: |dead-url= (help)