"ଆପୋଲୋ-୫ (ଚନ୍ଦ୍ର ଅଭିଯାନ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/sandbox1ରୁ ଆପୋଲୋ-୫(ଚନ୍ଦ୍ର ଅଭିଯାନ)କୁ ଘୁଞ୍ଚାଇଲେ: page created
(କିଛି ବଦଳିନାହିଁ)

୧୦:୧୧, ୧୫ ଜୁନ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଆପୋଲୋ-୫(ଚନ୍ଦ୍ର ଅଭିଯାନ) (LM-1 ଭାବେ ମଧ୍ୟ ନାମିତ) ଆପୋଲୋ ଅଭିଯାନ ଶୃଙ୍ଖଳାରେ ପ୍ରଥମ ମାନବ ରହିତ ଅଭିଯାନ ଯାହା ଲୁନାର ମଡ୍ୟୁଲର ପରୀକ୍ଷଣ ପାଇଁ ଉଦ୍ଦିଷ୍ଟ ଥିଲା । ଏହାବାଦ ଏହି ପରୀକ୍ଷଣରେ ରକେଟଯାନର ଆରୋହଣ, ଅବତରଣ ପ୍ରକ୍ରିୟା ସହ ପୁନଃ ସଂଚାଳନ ପ୍ରକ୍ରିୟାର ମୂଲ୍ୟାୟନ କରିବା ।

ଅଭିଯାନ ସଂପର୍କରେ

ଆପୋଲୋ-୫ରେ ବ୍ୟବହୃତ ରକେଟ ଯାନ ଥିଲା ଏକ ସାଟର୍ଣ୍ଣ-ଆଇବି ମୋଡେଲ ଯାହାକି ସାଧାରଣଭାବେ ସାଟର୍ଣ୍ଣ-ଭି ଯାନଠାରୁ କ୍ଷୁଦ୍ରତର । ତେବେ ଅପୋଲୋ-୧ ରେ ବ୍ୟବହୃତ ସାଟର୍ଣ୍ଣ-ଆଇବି ଅନ୍ତରୀକ୍ଷଯାନର ମୂଳ ମୋଡେଲ ଯାହିକି ଦୁର୍ଘଟଣା ପରେ ବି ଅକ୍ଷତ ଅବସ୍ଥାରେ ଥିଲା, ତାହା ପୁନରୁଦ୍ଧାର କରାଯାଇ ଏହି ଅଭିଯାନ ପାଇଁ ବ୍ୟବହୃତ ହୋଇଥିଲା ।[୧]

ଜାନୁଆରୀ ୨୨ ୧୯୬୮ ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଆପୋଲୋ ଅଭିଯାନର ଉଡାଣ ଆରମ୍ଭ । ପ୍ରଥମ ତଥା ଦ୍ଵତୀୟ ସ୍ତର ଉଡାଣରେ ସାଟର୍ଣ୍ଣ-ଆଇବି ଯାନର କର୍ଯ୍ୟକାରିତା ସଂପୂର୍ଣ୍ଣ ଠିକ ଠାକ ଥିଲା । ଉଡାଣ ଆରମ୍ଭର ଦ୍ଵତୀୟ ସ୍ତରରେ ୮୮.୩ ମିନିଟରେ ମହାକାଶଯାନଟି ପୃଥିବୀର କକ୍ଷ ପଥରେ (163 x 222 km) ସ୍ଥାପିତ ହୋଇପାରିଥିଲା । ସମୁଦୟ ୧୧ ଘଣ୍ଟା ୧୦ ମିନିଟର ଉଡାଣ ପରେ ପରୀକ୍ଷଣ ସମାପ୍ତ କରିଦିଆଗଲା । ଅବରୋହଣ କ୍ରମରେ ଯାନଟି ଫେବୃଆରୀ ୧୨ ତାରିଖ ଦିନ ପ୍ରଶାନ୍ତ ମହାସାଗରରେ ପତିତ ହେଲା ।[୨]

ଆଧାର

  1. "Apollo Program". National Air and Space Museum. Bellcomm, Inc Technical Library Collection. Washington, D.C.: Smithsonian Institution. 2001. Subseries III.D.3. Accession No. XXXX-0093. Retrieved June 15, 2019. {{cite web}}: Unknown parameter |nopp= ignored (|no-pp= suggested) (help)
  2. Evans, Ben (2010). Escaping the Bonds of Earth: The Fifties and the Sixties. Springer. p. 435. ISBN 9780387790930.