"ବାଗ୍ ଯନ୍ତ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
ଜୀବନ ଧାରଣ ପ୍ରକ୍ରିୟାରେ ମନୁଷ୍ୟ ଯେଉଁ ବାୟୁକୁ ଶ୍ୱାସ |
ଜୀବନ ଧାରଣ ପ୍ରକ୍ରିୟାରେ ମନୁଷ୍ୟ ଯେଉଁ ବାୟୁକୁ ଶ୍ୱାସ ପ୍ରଶ୍ୱାସ ରୂପେ ବ୍ୟବହାର କରେ, ସେହି ବାୟୁଦ୍ୱାରା ହିଁ ତା'ର ଭାଷା ସୃଷ୍ଟି ହୁଏ । ଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟାରେ ବାୟୁ ଯେପରି ନିର୍ବାଧରେ ପ୍ରବାହିତ ହୁଏ, କଥାବାର୍ତ୍ତା ସମୟରେ ତାହା ସେପରି ନିର୍ବାଧରେ ପ୍ରବାହିତ ନହୋଇ ନାନା ଭାବରେ ବାଧାପ୍ରାପ୍ତ ହୁଏ । ତେଣୁ ବିଶ୍ରାମ ସମୟରେ ଭିତର ପବନ ବାହାରକୁ ଯେତେ ଶୀଘ୍ର ବାହାରି ଆସେ , କଥା କହିବା ବେଳେ ସେତେ ଶୀଘ୍ର ଆସିପାରେ ନାହିଁ । କାରଣ ତାହା ନାନା ସ୍ଥାନରେ ବାଧାପ୍ରାପ୍ତ ହୁଏ । ବାୟୁ ନାନାଭାବରେ ବିଧାପ୍ରାପ୍ତ ହେବାଫଳରେ ନାନାପ୍ରକାର [[ଧ୍ୱନି]] ସୃଷ୍ଟିହୁଏ । ଏହି ଧ୍ୱନି ଗୁଡ଼ିକ ମନୁଷ୍ୟ ଭାଷାର ମୌଳିକ ଉପାଦାନ ।<br> |
||
ମନୁଷ୍ୟର ମୁଖ ନିଃସୃତ [[ |
ମନୁଷ୍ୟର ମୁଖ ନିଃସୃତ [[ଧ୍ୱନି]] କିପରି ନିର୍ମିତ ହୁଏ, ଜାଣିବାକୁ ହେଲେ ଶ୍ୱାସ ବାୟୁର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ତାହାର ମାର୍ଗବର୍ତ୍ତୀ ବିଭିନ୍ନ ବିଭାଗ ସହିତ ପରିଚିତ ହେବା ଉଚିତ୍ । ମନୁଷ୍ୟର କଥିତ ଭାଷାର ବିଶ୍ଳେଷଣ ଭାଷାତତ୍ତ୍ୱର ଲକ୍ଷ୍ୟ । ତେଣୁ ଭାଷାତତ୍ତ୍ୱ ସମ୍ପର୍କରେ ଅଧ୍ୟୟନ କରିବାକୁ ଗଲାବେଳେ ଉଚ୍ଚାରଣ ଯନ୍ତ୍ର ଅର୍ଥାତ୍ ବାଗଯନ୍ତ୍ରକୁ ଭଲଭାବରେ ଜାଣିବା ନିତାନ୍ତ ଆବଶ୍ୟକ ।<br> |
||
ବାଗଯନ୍ତ୍ର କହିଲେ ସାଧାରଣତଃ ମୁଖରନ୍ଧ୍ରକୁ ବୁଝାଇଲେ ମଧ୍ୟ |
ବାଗଯନ୍ତ୍ର କହିଲେ ସାଧାରଣତଃ ମୁଖରନ୍ଧ୍ରକୁ ବୁଝାଇଲେ ମଧ୍ୟ ଶ୍ୱାସନଳୀ ଓ ଫୁସଫୁସକୁ ତହିଁରେ ଅନ୍ତର୍ଗତ କରାଯାଇଥାଏ । କାରଣ ଏହି ଫୁସଫୁସରୁ ବାୟୁ ନିର୍ଗତ ହୋଇଥାଏ । ଫୁସଫୁସରୁ ନିର୍ଗତ ବାୟୁ ଶ୍ୱାସନଳୀରେ ପ୍ରବାହିତ ହୋଇ ପ୍ରଥମେ ସ୍ୱର ଯନ୍ତ୍ରରେ ଆଘାତ ପାଏ । ତା'ପରେ ସେହି ବାୟୁ ଗଳଗହ୍ୱର ଓ ମୁଖରନ୍ଧ୍ର ମାର୍ଗଦେଇ ଓଠବାଟେ ବାହାରକୁ ବାହାରିଥାଏ । କେତେବେଳେ ଅବା ମୁଖରନ୍ଧ୍ର ମାର୍ଗ ବନ୍ଦ ଥିବାରୁ ନାସାରନ୍ଧ୍ର ମାର୍ଗଦେଇ ଚାଲିଯାଏ । ପୃଥିବୀର ଅଧିକାଂଶ ଭାଷାର ଧ୍ୱନି ଉତ୍ପାଦନ ପାଇଁ ଫୁସଫୁସରୁ ମୁଖରନ୍ଧ୍ର ଦେଇ ବାହାରି ଯାଉଥିବା ପବନକୁ ବ୍ୟବହାର କରାଯାଏ , କିନ୍ତୁ ଆଫ୍ରିକାର ହଟେନଟଟ୍(hottentot) ଓ ଆମେରିକାନ୍ ଇଣ୍ଡିଆନ୍ ମାଇଡୁ (maidu) ଭାଷାରେ ବାହାରୁ ମୁଖରନ୍ଧ୍ର ଭିତରକୁ ଯାଉଥିବା ପବନଦ୍ୱାରା ଭାଷାଧ୍ୱନି ସୃଷ୍ଟି ହୋଇଥାଏ । |
||
[[ଶ୍ରେଣୀ:ଅଙ୍ଗପ୍ରତ୍ୟଙ୍ଗ]] |
[[ଶ୍ରେଣୀ:ଅଙ୍ଗପ୍ରତ୍ୟଙ୍ଗ]] |
୨୩:୫୬, ୧୫ ଡିସେମ୍ବର ୨୦୧୮ ହୋଇଥିବା ରିଭିଜନ
ଜୀବନ ଧାରଣ ପ୍ରକ୍ରିୟାରେ ମନୁଷ୍ୟ ଯେଉଁ ବାୟୁକୁ ଶ୍ୱାସ ପ୍ରଶ୍ୱାସ ରୂପେ ବ୍ୟବହାର କରେ, ସେହି ବାୟୁଦ୍ୱାରା ହିଁ ତା'ର ଭାଷା ସୃଷ୍ଟି ହୁଏ । ଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟାରେ ବାୟୁ ଯେପରି ନିର୍ବାଧରେ ପ୍ରବାହିତ ହୁଏ, କଥାବାର୍ତ୍ତା ସମୟରେ ତାହା ସେପରି ନିର୍ବାଧରେ ପ୍ରବାହିତ ନହୋଇ ନାନା ଭାବରେ ବାଧାପ୍ରାପ୍ତ ହୁଏ । ତେଣୁ ବିଶ୍ରାମ ସମୟରେ ଭିତର ପବନ ବାହାରକୁ ଯେତେ ଶୀଘ୍ର ବାହାରି ଆସେ , କଥା କହିବା ବେଳେ ସେତେ ଶୀଘ୍ର ଆସିପାରେ ନାହିଁ । କାରଣ ତାହା ନାନା ସ୍ଥାନରେ ବାଧାପ୍ରାପ୍ତ ହୁଏ । ବାୟୁ ନାନାଭାବରେ ବିଧାପ୍ରାପ୍ତ ହେବାଫଳରେ ନାନାପ୍ରକାର ଧ୍ୱନି ସୃଷ୍ଟିହୁଏ । ଏହି ଧ୍ୱନି ଗୁଡ଼ିକ ମନୁଷ୍ୟ ଭାଷାର ମୌଳିକ ଉପାଦାନ ।
ମନୁଷ୍ୟର ମୁଖ ନିଃସୃତ ଧ୍ୱନି କିପରି ନିର୍ମିତ ହୁଏ, ଜାଣିବାକୁ ହେଲେ ଶ୍ୱାସ ବାୟୁର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ତାହାର ମାର୍ଗବର୍ତ୍ତୀ ବିଭିନ୍ନ ବିଭାଗ ସହିତ ପରିଚିତ ହେବା ଉଚିତ୍ । ମନୁଷ୍ୟର କଥିତ ଭାଷାର ବିଶ୍ଳେଷଣ ଭାଷାତତ୍ତ୍ୱର ଲକ୍ଷ୍ୟ । ତେଣୁ ଭାଷାତତ୍ତ୍ୱ ସମ୍ପର୍କରେ ଅଧ୍ୟୟନ କରିବାକୁ ଗଲାବେଳେ ଉଚ୍ଚାରଣ ଯନ୍ତ୍ର ଅର୍ଥାତ୍ ବାଗଯନ୍ତ୍ରକୁ ଭଲଭାବରେ ଜାଣିବା ନିତାନ୍ତ ଆବଶ୍ୟକ ।
ବାଗଯନ୍ତ୍ର କହିଲେ ସାଧାରଣତଃ ମୁଖରନ୍ଧ୍ରକୁ ବୁଝାଇଲେ ମଧ୍ୟ ଶ୍ୱାସନଳୀ ଓ ଫୁସଫୁସକୁ ତହିଁରେ ଅନ୍ତର୍ଗତ କରାଯାଇଥାଏ । କାରଣ ଏହି ଫୁସଫୁସରୁ ବାୟୁ ନିର୍ଗତ ହୋଇଥାଏ । ଫୁସଫୁସରୁ ନିର୍ଗତ ବାୟୁ ଶ୍ୱାସନଳୀରେ ପ୍ରବାହିତ ହୋଇ ପ୍ରଥମେ ସ୍ୱର ଯନ୍ତ୍ରରେ ଆଘାତ ପାଏ । ତା'ପରେ ସେହି ବାୟୁ ଗଳଗହ୍ୱର ଓ ମୁଖରନ୍ଧ୍ର ମାର୍ଗଦେଇ ଓଠବାଟେ ବାହାରକୁ ବାହାରିଥାଏ । କେତେବେଳେ ଅବା ମୁଖରନ୍ଧ୍ର ମାର୍ଗ ବନ୍ଦ ଥିବାରୁ ନାସାରନ୍ଧ୍ର ମାର୍ଗଦେଇ ଚାଲିଯାଏ । ପୃଥିବୀର ଅଧିକାଂଶ ଭାଷାର ଧ୍ୱନି ଉତ୍ପାଦନ ପାଇଁ ଫୁସଫୁସରୁ ମୁଖରନ୍ଧ୍ର ଦେଇ ବାହାରି ଯାଉଥିବା ପବନକୁ ବ୍ୟବହାର କରାଯାଏ , କିନ୍ତୁ ଆଫ୍ରିକାର ହଟେନଟଟ୍(hottentot) ଓ ଆମେରିକାନ୍ ଇଣ୍ଡିଆନ୍ ମାଇଡୁ (maidu) ଭାଷାରେ ବାହାରୁ ମୁଖରନ୍ଧ୍ର ଭିତରକୁ ଯାଉଥିବା ପବନଦ୍ୱାରା ଭାଷାଧ୍ୱନି ସୃଷ୍ଟି ହୋଇଥାଏ ।