"ଫାଷ୍ଟ ଏଡ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେ ତିଆରି ଚାଲିଛି କଢ଼ାଗଲା
୧ କ ଧାଡ଼ି: ୧ କ ଧାଡ଼ି:
{{ତିଆରି ଚାଲିଛି}}
{{ଛୋଟ|First aid}}
{{ଛୋଟ|First aid}}
[[File:ISO 7010 E003 - First aid sign.svg|ଆନ୍ତର୍ଜାତୀୟ ଫାଷ୍ଟ ଏଡ୍ ସଙ୍କେତ|thumb|right]]
[[File:ISO 7010 E003 - First aid sign.svg|ଆନ୍ତର୍ଜାତୀୟ ଫାଷ୍ଟ ଏଡ୍ ସଙ୍କେତ|thumb|right]]

୦୩:୦୨, ୧୩ ନଭେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଆନ୍ତର୍ଜାତୀୟ ଫାଷ୍ଟ ଏଡ୍ ସଙ୍କେତ
ଜଣେ ଆଘାତପ୍ରାପ୍ତ ଇରାକୀ ନାଗରିକ‌କୁ ସଂଯୁକ୍ତ ରାଷ୍ଟ୍ରର ଜଣେ ପୋଲିସ୍ ଫାଷ୍ଟ ଏଡ୍ ଦେଉଛନ୍ତି ।

ଫାଷ୍ଟ ଏଡ୍ ଏକ ସାହାଯ୍ୟର ନାମ ଯାହା ହଠାତ୍ ରୋଗ‌ଗ୍ରସ୍ତ ବା ଆଘାତପ୍ରାପ୍ତ ଯେ କୌଣସି ଲୋକ‌କୁ ଦିଆଯାଏ,[୧] ଜୀବନ ବଞ୍ଚେଇବା ନିମନ୍ତେ, ଅବସ୍ଥା ଖରାପ ଦିଗକୁ ଯିବାକୁ ପ୍ରତିରୋଧ କରିବା ଓ ପୁନଃ ସ୍ୱାସ୍ଥ୍ୟ ଲାଭ ନିମନ୍ତେ ସାହାଯ୍ୟ କରାଯାଏ । ଜଟିଳ ଅବସ୍ଥାରେ ଡାକ୍ତରୀ ସାହାଯ୍ୟ ପାଇବା ପୂର୍ବରୁ ପ୍ରାଥମିକ ସେବା ଉପଲବ୍‌ଧ କରେଇବା ଯେପରିକି ଆମ୍ବୁଲାନ୍ସ ଆସିବା ପୂର୍ବରୁ ହୃତ୍‌ପିଣ୍ଡ-ଫୁସଫୁସ ପୁନଃସ୍ଥାପନ (ସିପିଆର) କରିବା ଓ ଛୋଟ ଅବସ୍ଥାରେ ସମ୍ପୁର୍ଣ୍ଣ ଚିକିତ୍ସା କରିବା ଯେପରିକି କ୍ଷତ ଚିକିତ୍ସା ବା ହାଡ଼ ଭାଙ୍ଗିଥିଲେ ପ୍ଲାଷ୍ଟର ଲଗେଇବା ଇତ୍ୟାଦି କରିବାକୁ ହୁଏ । ସାଧାରଣ ଲୋକ ବା ପ୍ରାଥମିକ ଫାଷ୍ଟ ଏଡ୍ ଶିକ୍ଷା ପ୍ରାପ୍ତ ବା ଅନୁଭବପ୍ରାପ୍ତ ଲୋକ ଏହା କରନ୍ତି । ମାନସିକ ସ୍ୱାସ୍ଥ୍ୟ ଫାଷ୍ଟ ଏଡ୍ ଏକ ନୂଆ ବିସ୍ତାର ଯାହା ମାନସିକ ରୋଗୀଙ୍କ ନିମନ୍ତେ କରାଯାଉଛି ।

ଫାଷ୍ଟ ଏଡ୍ ଆବଶ୍ୟକତା ପରିସ୍ଥିତି ନିମନ୍ତେ ଅନେକ ଦେଶରେ କାନୁନ, ବିନିୟମ (regulation)ଓ ମାର୍ଗ ଦର୍ଶକ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ସ୍ଥଳ ବିଶେଷରେ ସର୍ବନିମ୍ନ ଫାଷ୍ଟ ଏଡ୍ ସ୍ତର ବ୍ୟବସ୍ଥା ସମ୍ପନ୍ନ କରାଯାଇଛି । କର୍ମ ସ୍ଥଳୀରେ ନିର୍ଦ୍ଦିଷ୍ଟ ଶିକ୍ଷା ବା ଉପକରଣ ଉପଲବ୍‌ଧ କରାଯାଉଛି ଯେପରିକି ଅଟୋମେଟେଡ ବାହ୍ୟ ଡିଫିବ୍ରିଲେଟର (Automated External Defibrillator), ଜନ ସମାବେଶ ସ୍ଥଳରେ ବିଶେଷଜ୍ଞ ଫାଷ୍ଟ ଏଡ୍ ବ୍ୟବସ୍ଥା, ବା ସ୍କୁଲରେ ବାଧ୍ୟତାମୂଳକ ଫାଷ୍ଟ ଏଡ୍ ଶିକ୍ଷା ଇତ୍ୟାଦି । ଫାଷ୍ଟ ଏଡ୍ ନିମନ୍ତେ ସେମିତି କିଛି ବିଶେଷ ଉପକରଣ ଓ ପୂର୍ବ ଜ୍ଞାନର ଏକାନ୍ତ ଆବଶ୍ୟକତା ନାହିଁ, ଅଣଶିକ୍ଷାପ୍ରାପ୍ତ ଲୋକ ଉପଲବ୍‌ଧ ଉପକରଣମାନଙ୍କରେ ସାହାଯ୍ୟ ନେଇ ଫାଷ୍ଟ ଏଡ୍ ଦେଇପାରିବ ।[୨]

ପଶୁମାନଙ୍କୁ ମଧ୍ୟ ଫାଷ୍ଟ ଏଡ୍ ଦିଆଯାଇପାରିବ କିନ୍ତୁ ଏହି ପ୍ରବନ୍ଧରେ କେବଳ ମାନବ ନିମନ୍ତେ ଉଦ୍ଦିଷ୍ଟ ।

ସଂକେତ

ଯଦିଓ ଫାଷ୍ଟ ଏଡ୍ ସାଥିରେ ରେଡ କ୍ରସ୍ ସମ୍ପର୍କ ଅଛି ତ‌ଥାପି ରେଡ କ୍ରସ ଚିହ୍ନ ରେଡ କ୍ରସ ସଂସ୍ଥାର ଏକ ଔପଚାରିକ ସଙ୍କେତ । ଜେନେଭା କନ୍‌ଭେନ୍‌ସନ୍ (Geneva Conventions) ଓ ଅନ୍ୟାନ୍ୟ ଆନ୍ତର୍ଜାତୀୟ କାନୁନ ଅନୁସାରେ ଏହାକୁ ଆନ୍ତର୍ଜାତୀୟ ରେଡ କ୍ରସ୍ ଓ ରେଡ କ୍ରେସେଣ୍ଟଦ୍ୱାରା (International Red Cross and Red Crescent) ସରକାରୀ ଏଜେନ୍ସି ବ୍ୟବ‌ହାର ନିମନ୍ତେ ରିଜର୍ଭ ରଖାଯାଇଥାଏ ଓ ଏହାକୁ ଯୁଦ୍ଧ ସମୟରେ ତ‌ଥା ଡାକ୍ତରମାନଙ୍କର ସୁରକ୍ଷା ସଙ୍କେତ ନିମନ୍ତେ ଦିଆଯାଏ । ଅନ୍ୟ କେହି ଏହା ବ୍ୟବ‌ହାର କଲେ ଦଣ୍ଡନୀୟ ହେବେ ।

ଶାଗୁଆ ପୃଷ୍ଠରେ ଧଳା କ୍ରସ୍‌କୁ ଫାଷ୍ଟ ଏଡ୍‌ର ଆନ୍ତର୍ଜାତୀୟ ଚିହ୍ନ ଭାବରେ ସ୍ୱିକୃତି ଦିଆଯାଇଛି ।

ଲକ୍ଷ

ଫାଷ୍ଟ ଏଡ୍‌ର ମୌଳିକ ଲକ୍ଷକୁ ଇଂରାଜୀ ଭାଷାରେ 'ତିନୋଟି ପି' (P) ପଏଣ୍ଟ ଲେଖାଯାଇପାରେ ।:-[୩]

  • ଜୀବନ ସୁରକ୍ଷା (Preserve life): ଏହାର ସର୍ବାଧିକ ଲକ୍ଷ ଜୀବନ ବଞ୍ଚେଇବା ଓ ମୃତ୍ୟୁ ବିପଦକୁ କମେଇବା ।
  • ଅଧିକ କ୍ଷତି ପ୍ରତିରୋଧ (Prevent further harm): ଅଧିକ କ୍ଷତି ହେବା ବିପଦ ବା ଆଶଙ୍କାଠାରୁ ରୋଗୀକୁ ଦୂରରେ ରଖିବା ଓ ଅଧିକ କ୍ଷତି ନ ହେବ ନିମନ୍ତେ ଫାଷ୍ଟ ଏଡ୍ ପ୍ରୟୋଗ କରିବା ଏହାର ଲକ୍ଷ । ଉଦାହରଣ ସ୍ୱରୁପ ରକ୍ତ ସ୍ରାବର ବିପଦ ଜନ‌କ ସମ୍ଭାବନା ଏଡ଼େଇବାକୁ କ୍ଷତ ସ୍ଥାନରେ ଚାପ ପ୍ରୟୋଗ କରିବା ।
  • ଆରୋଗ୍ୟ ସ‌ହାୟତା (Promote recovery): କ୍ଷତ ସ୍ଥାନରେ ଡ୍ରେସିଙ୍ଗ ଦେଇ ବା ହାଡ଼ ଭାଙ୍ଗିଥିଲେ ଏକ ସାହାଯ୍ୟକାରୀ ପ୍ଲାଷ୍ଟର ଦେଇ ଆରୋଗ୍ୟ କରିବାରେ ସାହାଯ୍ୟ କରିବା ଏହାର ଲକ୍ଷ ।

ପ୍ରଶିକ୍ଷଣ

ଫାଷ୍ଟ ଏଡ୍ ପ୍ରଶିକ୍ଷଣର ଅଗ୍ରଗତି

ଜୀବନରେ ଆଡ‌ହେସିଭ୍ ବ୍ୟାଣ୍ଡେଜ ବ୍ୟବ‌ହାର ବା ରକ୍ତସ୍ରାବ ସ୍ଥାନରେ ଚାପ ପ୍ରୟୋଗ ଭଳି କେତେକ ମୌଳିକ କର୍ମ ବୟସ ଅନୁସାରେ ମନୁଷ୍ୟର ଶିକ୍ଷା ହୋଇଯାଏ । ପ୍ରଭାବଶାଳୀ ଜୀବନ ରକ୍ଷାକାରୀ ଫାଷ୍ଟ ଏଡ୍ ଦେବା ନିମନ୍ତେ ଉପ‌ଯୁକ୍ତ ଶିକ୍ଷା ଓ ବ୍ୟବ‌ହାରିକ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ଆବଶ୍ୟକ । ସାଂଘାତିକ ରୋଗ ଓ ଆଘାତ ନିମନ୍ତେ ଏହି ପ୍ରଶିକ୍ଷଣ ଏକାନ୍ତ ଆବଶ୍ୟକ । ଆପତ୍ କାଳୀନ ଅବସ୍ଥା ଉପୁଜିବା ପୂର୍ବରୁ ପ୍ରଶିକ୍ଷଣ ଅଧିକ ଉପକାରୀ ହୁଏ ଓ ଅନେକ ଦେଶମାନଙ୍କରେ ଫୋନରେ ଆମ୍ବୁଲାନ୍ସ ଆସିବା ନିମନ୍ତେ ଫୋନ କରିବା ସମୟରେ ଏହାର ଦାୟିତ୍ୱରେ ଥିବା ଲୋକ ଗାଡ଼ି ପଠେଇବା ପୂର୍ବରୁ ଫୋନ ମାଧ୍ୟମରେ ମୌଳିକ ଶିକ୍ଷା ଦେବାର ବ୍ୟବସ୍ଥା କରାଯାଇଛି ।

ପାଠ୍ୟକ୍ରମ ପ୍ରଶିକ୍ଷଣ ପରେ ସାର୍ଟିଫିକେଟ ଦିଆଯାଏ । ଫାଷ୍ଟ ଏଡ୍ ପଦ୍ଧତିରେ ନୁଆ ନୁଆ ତ‌ଥ୍ୟ ଆବିଷ୍କାର ଯୋଗୁ ପ୍ରଶିକ୍ଷିତ ଲୋକଙ୍କୁ ପୁନଃ ପ୍ରଶିକ୍ଷଣ ଆବଶ୍ୟକ ହୁଏ ଓ ନୂଆ ସାର୍ଟିଫିକେଟ ଦିଆଯାଏ । ରେଡ କ୍ରସ ଓ ସେଣ୍ଟ ଜନ୍ ଆମ୍ବୁଲାନ୍ସ ସଂସ୍ଥା ବ୍ୟତୀତ କେତେକ ବ୍ୟବସାୟିକ ସଂସ୍ଥା ଏହି ଫାଷ୍ଟ ଏଡ୍ ପ୍ରଶିକ୍ଷଣ କିଛି ମୂଲ୍ୟ ବିନିମୟରେ ଦିଅନ୍ତି । କର୍ମସ୍ଥଳୀରେ କର୍ମଚାରୀମାନଙ୍କୁ ଫାଷ୍ଟ ଏଡ୍ ଶିକ୍ଷା ଦେବା ଅତି ସାଧାରଣ କଥା ।


ଆଧାର

  1. First aid manual: 9th edition. Dorling Kindersley. 2009. ISBN 978 1 4053 3537 9.
  2. "Duct tape for the win! Using household items for first aid needs". CPR Seattle.
  3. "Accidents and first aid". NHS Direct. Archived from the original on 2008-05-03. Retrieved 2008-10-04.