"ଲକ୍ଷ୍ମୀନାରାୟଣ ସାହୁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit |
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit |
||
୫୮ କ ଧାଡ଼ି: | ୫୮ କ ଧାଡ଼ି: | ||
କଟକରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି <ref>{{cite web|url=http://www.lnsmahavidyalaya.org/about_us.html |title=Lakshmi Narayan Sahu Mahavidyalaya |publisher=Lnsmahavidyalaya.org |date=2009-03-08 |accessdate=2012-06-19}}</ref>। |
କଟକରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି <ref>{{cite web|url=http://www.lnsmahavidyalaya.org/about_us.html |title=Lakshmi Narayan Sahu Mahavidyalaya |publisher=Lnsmahavidyalaya.org |date=2009-03-08 |accessdate=2012-06-19}}</ref>। |
||
== ରଚନାବଳୀ == |
== ରଚନାବଳୀ == |
||
=== ଗ୍ରନ୍ଥ === |
|||
* ମୁଁ ଓଡ଼ିଆ |
|||
* ମା |
|||
* ସାଙ୍ଗସାଥୀ |
|||
* ଲାଇବ୍ରେରୀ ଆନ୍ଦୋଳନ |
|||
=== ଗଳ୍ପ === |
=== ଗଳ୍ପ === |
||
* ବୀଣା |
* ବୀଣା |
||
୬୬ କ ଧାଡ଼ି: | ୭୧ କ ଧାଡ଼ି: | ||
* ପଶର |
* ପଶର |
||
* ୧୯୬୧ କବିତା |
* ୧୯୬୧ କବିତା |
||
=== ଉପନ୍ୟାସ === |
=== ଉପନ୍ୟାସ === |
||
* ବୀଣା |
* ବୀଣା |
||
୭୩ କ ଧାଡ଼ି: | ୭୭ କ ଧାଡ଼ି: | ||
=== ଅନ୍ୟାନ୍ୟ === |
=== ଅନ୍ୟାନ୍ୟ === |
||
* ଲକ୍ଷ୍ମୀନାରାୟଣ ସାହୁ ଜାତିରେ ପାଣ |
* ଲକ୍ଷ୍ମୀନାରାୟଣ ସାହୁ ଜାତିରେ ପାଣ |
||
== ସମ୍ମାନ ଓ ପୁରସ୍କାର == |
== ସମ୍ମାନ ଓ ପୁରସ୍କାର == |
||
* [[ପଦ୍ମଶ୍ରୀ]] - ୧୯୫୫<ref>{{cite news|title=ଜନ ସେବକ 'ଲକ୍ଷ୍ମୀନାରାୟଣ'|url=http://sambadepaper.com/Details.aspx?id=225196&boxid=23212644|accessdate=18 January 2016|newspaper=ସମ୍ବାଦ ୧୮/୦୧/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨}}</ref> |
* [[ପଦ୍ମଶ୍ରୀ]] - ୧୯୫୫<ref>{{cite news|title=ଜନ ସେବକ 'ଲକ୍ଷ୍ମୀନାରାୟଣ'|url=http://sambadepaper.com/Details.aspx?id=225196&boxid=23212644|accessdate=18 January 2016|newspaper=ସମ୍ବାଦ ୧୮/୦୧/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨}}</ref> |
୦୯:୦୩, ୨୭ ସେପ୍ଟେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଲକ୍ଷ୍ମୀନାରାୟଣ ସାହୁ | |
---|---|
Born | ମଣିଖମ୍ଵ, ବାଲେଶ୍ୱର | ୩ ଅକ୍ଟୋବର ୧୮୯୦
Died | ୮ ଜାନୁଆରୀ ୧୯୬୩ | (ବୟସ ୭୨)
Nationality | ଭାରତୀୟ |
Occupation | ଶିକ୍ଷକତା |
Parent | କ୍ଷେତ୍ରମୋହନ ସାହୁ |
ଲକ୍ଷ୍ମୀନାରାୟଣ ସାହୁ (୩ ଅକ୍ଟୋବର ୧୮୯୦ - ୮ ଜାନୁଆରୀ ୧୯୬୩) ଜଣେ ଓଡ଼ିଆ ଲେଖକ, କବି, ସାମ୍ଵାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ [୧][୨]।
ବାଲେଶ୍ଵର ନିକଟସ୍ଥ ମଣିଖମ୍ଵ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ [୨]। ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ [୧]। ପୁରୀର ଭିକ୍ଟୋରିଆ କ୍ଳବ ହୋଟେଲରେ ଜଣେ ପରିଚାଳକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅଳ୍ପ କିଛି ଦିନ ପରେ ସେ ଚାକିରି ଛାଡି, ଶିକ୍ଷକତା କରିଥିଲେ । [୨]। ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ଵର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ [୩]।
ଓଡ଼ିଶାର ଗ୍ରାମ୍ୟ ନାଚ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ଵ ନିମନ୍ତେ କାମ କରିଥିଲେ [୪]। ଓଡ଼ିଆ ଛଡା ହିନ୍ଦୀ, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ ତାଙ୍କୁ ପ୍ରସିଦ୍ଧି ଆଣିଥିଲା । ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ଷ୍ଟାର ଅଫ୍ ଉତ୍କଳରେ ଲେଖୁଥିଲେ [୨]। ଅସ୍ପୃଶ୍ୟପ୍ରଥା ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ ।
ସେ ଓଡ଼ିଶା ଆସେମ୍ଵ୍ଲିକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତର କନ୍ସ୍ଟିଚୁଏଣ୍ଟ ଆସେମ୍ଵ୍ଲିର ସେ ସଭ୍ୟ ଥିଲେ [୧][୫]। ସେ ତାଙ୍କର ଅଗ୍ନିବର୍ଷୀ ସାରଗର୍ଭକ ଭାଷଣଦ୍ଵାରା ଭାରତର ସମ୍ଵିଧାନର ଚିଠା ପ୍ରସ୍ତୁତ ବେଳେ ଯୁକ୍ତି କରି କହିଥିଲେ ଯେ ତାହା ବିପଦଜନକ ଓ ବିପରୀତଧର୍ମୀ ଥିଲା ଯାହାକୁ ବାହାର ନ କଲେ ଭାରତକୁ ଭବିଷ୍ୟତରେ ଖଣ୍ଡ ବିଖଣ୍ଡ କରିଦେବ ଓ ଏହି ଯୁକ୍ତିକୁ ବି. ଆର୍. ଆମ୍ଵେଦକର ମଧ୍ୟ ମାନିଥିଲେ [୬]।
ମାନବ ସେବାକୁ ସେ ନିଜର ବଞ୍ଚିବାର ମାଧ୍ୟମ ବୋଲି ଗ୍ରହଣ କରି ନେଇଥିଲେ । ଛାତ୍ରାବସ୍ଥାରୁ ଜାତିପ୍ରଥା ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ । ସମାଜ ସଂସ୍କାର କ୍ଷେତ୍ରରେ ବହୁ କାର୍ଯ୍ୟ କରିଥିଲେ । ପଇତାକୁ ଏପରି ବାଖ୍ୟା କରିଥିଲେ ଯେ : "ପଇତାର ଛଅ ଖିଅ, ଛଅଟି ଗୁଣର ପ୍ରତୀକ । ତାହା ହେଲା ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନା, ଦାନ ଓ ପ୍ରତିଗ୍ରାହ । ଯାହାର ଏହି ଗୁଣ ଥିବ, ସେ ପଇତା ପକେଇ ପାରିବ ।"
ସନ ୧୯୫୫ ମସିହାରେ ସାହିତ୍ୟ ଓ ଶିକ୍ଷା ବିଷୟରେ ତାଙ୍କର ଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଇତିହାସ ଉପରେ ତାଙ୍କର କାମ ନିମନ୍ତେ ତାଙ୍କୁ ଇତିହାସ ରଥ କୁହାଯାଉଥିଲା । ସେ ଏସିଆଟିକ୍ ସୋସାଇଟିର ସଭ୍ୟ, ଓଡ଼ିଆ ସାହିତ୍ୟ ଏକାଡେମିର ସଭାପତି ଓ ସର୍ଭାଣ୍ଟ ଅଫ ଇଣ୍ଡିଆ ସୋସାଇଟିର ସଭ୍ୟ ଥିଲେ ।
କଟକରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି [୭]।
ରଚନାବଳୀ
ଗ୍ରନ୍ଥ
- ମୁଁ ଓଡ଼ିଆ
- ମା
- ସାଙ୍ଗସାଥୀ
- ଲାଇବ୍ରେରୀ ଆନ୍ଦୋଳନ
ଗଳ୍ପ
- ବୀଣା
- ସୁଲତା
- କଣ୍ଟ୍ରୋଲ ରୁମ୍
- ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍
କବିତା
- ପଶର
- ୧୯୬୧ କବିତା
ଉପନ୍ୟାସ
- ବୀଣା
ଆତ୍ମଚରିତ
- ବାରବୁଲାର କାହାଣୀ
ଅନ୍ୟାନ୍ୟ
- ଲକ୍ଷ୍ମୀନାରାୟଣ ସାହୁ ଜାତିରେ ପାଣ
ସମ୍ମାନ ଓ ପୁରସ୍କାର
ଆଧାର
- ↑ ୧.୦ ୧.୧ ୧.୨ Eminent Indians who was who, 1900-1980, also annual diary of events. 1985. p. 286.
- ↑ ୨.୦ ୨.୧ ୨.୨ ୨.୩ Laxminarayan Sahu Balasore Official Website
- ↑ Midwest folklore , Volumes 10-11. Indiana University. 1960. p. 191.
- ↑ Six acres and a half: Oriya novel: Chhamana atha guntha. Ministry of Information and Broadcasting, Govt. of India. 1967. p. 5.
- ↑ "Debates of The Constituent Assembly of India". 164.100.47.132. Retrieved 2012-06-19.
- ↑ "It is Time for Indian Patriotic Intelligentsia to Wake up « Orissa Matters". Orissamatters.com. 2011-06-06. Retrieved 2012-06-19.
- ↑ "Lakshmi Narayan Sahu Mahavidyalaya". Lnsmahavidyalaya.org. 2009-03-08. Retrieved 2012-06-19.
- ↑ "ଜନ ସେବକ 'ଲକ୍ଷ୍ମୀନାରାୟଣ'". ସମ୍ବାଦ ୧୮/୦୧/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨. Retrieved 18 January 2016.