"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ →‎କ୍ଲାଉଡରେ ଥିବା ବୁଦ୍ଧିମତ୍ତା: ବିସ୍ତୃତ ଭାବେ ବର୍ଣ୍ଣନା କରାହେଲା
ଟିକେ →‎ଇଣ୍ଟରନେଟ ଅଫ ଥିଁଗ୍ସ: ଅଧିକ ତଥ୍ୟ ଯୋଗ ହେଲା
୮୯ କ ଧାଡ଼ି: ୮୯ କ ଧାଡ଼ି:
==== [[:en:Watson_(computer)|ଆଇବିଏମ ୱାଟସନ]] ====
==== [[:en:Watson_(computer)|ଆଇବିଏମ ୱାଟସନ]] ====
ଆଇବିଏମ ଏହାର କାର୍ଯ୍ୟଦ୍ୱାରା [[କର୍କଟ ରୋଗ]]<nowiki/>ର ଚିକିତ୍ସାନିମିତ୍ତ ବହୁମାତ୍ରାରେ ଆଗରେ ଅଛି।<ref>http://fortune.com/2017/02/01/ibm-watson-cancer-florida-hospital/</ref>
ଆଇବିଏମ ଏହାର କାର୍ଯ୍ୟଦ୍ୱାରା [[କର୍କଟ ରୋଗ]]<nowiki/>ର ଚିକିତ୍ସାନିମିତ୍ତ ବହୁମାତ୍ରାରେ ଆଗରେ ଅଛି।<ref>http://fortune.com/2017/02/01/ibm-watson-cancer-florida-hospital/</ref>




=== ମୋଟର ବାହାନ ଉଦ୍ୟୋଗ ===
=== ମୋଟର ବାହାନ ଉଦ୍ୟୋଗ ===
୧୩୭ କ ଧାଡ଼ି: ୧୩୫ କ ଧାଡ଼ି:


ଆହୁରି ଅନେକ ଏହିପରି କାମ କରିହେବ ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି।<ref name=":0" />
ଆହୁରି ଅନେକ ଏହିପରି କାମ କରିହେବ ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି।<ref name=":0" />

==== [[:en:Internet_of_things|ଇଣ୍ଟରନେଟ ଅଫ ଥିଁଗ୍ସ]] ====
ଏହା ଆଶା କରାଯାଉଛିକି ୨୦୨୦ ସୁଦ୍ଧା ପାଖାପାଖି ୨୫କୋଟି ଯାନବାହାନ ଇଣ୍ଟରନେଟ ସହିତ ସଂଯୋଗ ହୋଇଯିବ । ନିମ୍ନରେ କିଛି ଉଦାହରଣ ଦିଆହେଲା ଯାହାଦ୍ୱାରା ମୋଟର ବାହାନ ଉଦ୍ୟୋଗ ପ୍ରଭାବିତ ହେଇପାରିବ ।

* ଗାଡ଼ିରେ ନୂଆ କିଛି ସୁବିଧାନିମିତ୍ତ, ଏହାକୁ ଗ୍ୟାରେଜକୁ ନେବା ଅନାବଶ୍ୟକ, ଇଣ୍ଟରନେଟ ଦ୍ୱାରା ଚାଳକଟିର ଘରେହିଁ ନୂଆ ସୁବିଧା ଯୋଗାଇ ଦିଅ ଯାଇହେବ। ଉଦାହରଣ ସ୍ୱରୂପ [[:en:Tesla,_Inc.|ଟେସଲା କମ୍ପାନୀ]] ବର୍ତ୍ତମାନ ଏହିଭଳି ଭାବେ ନିଜ ଗ୍ରାହକମାନଙ୍କୁ ସେବା ଯୋଗାଉଛି ।
* ଗାଡ଼ି ଭିତରେ ଥିବା ବୁଦ୍ଧିମାନ ସେନସର ଚାଳକଟିର ହାବଭାବ ଲକ୍ଷ୍ୟଣ କରି ପଦକ୍ଷେପ ନେଇପାରେ, ଯେପରିକି ଅତ୍ୟାବଶ୍ୟକୀୟ ଚିକିତ୍ସା ଆବଶ୍ୟକ ନିରୂପଣ କରିବା, ଆମ୍ବୁଲାନସକୁ ଡାକିବା, ଚାଳକଟି ଶୋଇପଡ଼ିବା, ଚାଳକଟିର ଚେତା ଚାଲିଯିବା, ହଠାତ କେହି ଗାଡ଼ି ଆସି ଧକ୍କା ହୋଇଯିବା ଇତ୍ୟାଦି ସମ୍ଭବ ହୋଇପାରୁଛି।<ref name=":0" />


== ଦର୍ଶନ ଏବଂ ବିଚାର ==
== ଦର୍ଶନ ଏବଂ ବିଚାର ==

୧୯:୫୫, ୯ ଜୁଲାଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

କିସ୍ମେଟ , କୃତ୍ରିମ ବୁଦ୍ଧିମତ୍ତାର ଅଧିକାରୀ ଏକ ରୋବଟ[୧]

କୃତ୍ରିମ ବୁଦ୍ଧିମତ୍ତା (English: Artificial intelligence; ଆର୍ଟିଫିସିଆଲ ଇନ୍ଟେଲିଜେନ୍ସ; ଏ.ଆଇ.) କହିଲେ ମନୁଷ୍ୟକୃତ ଯନ୍ତ୍ରାଂଶ ଯେପରିକି ରୋବଟ, କମ୍ପ୍ୟୁଟର ଇତ୍ୟାଦିମାନଙ୍କ ମଧ୍ୟରେ ଥିବା କୂତ୍ରିମ ବୁଦ୍ଧିମତ୍ତାକୁ ବୁଝାଏ । ବିଭିନ୍ନ ପ୍ରୋଗ୍ରାମ, ଆଲୋଗୋରିଦମ ଓ ଶିକ୍ଷାଦ୍ୱାରା କୂତ୍ରିମ ବୁଦ୍ଧିମତ୍ତା ସୃଷ୍ଟି କରାଯାଇଥାଏ ।

ଯେକୌଣସି ଯନ୍ତ୍ର ଯାହା ତାର ଆଖପାଖର ପରିବେଶକୁ ବୁଝିପାରି ନିଜର କ୍ରିୟାଦ୍ୱାରା ଲକ୍ଷ୍ୟସ୍ଥଳୀରେ ପହଞ୍ଚିବାର ସମ୍ଭାବନାକୁ ଯଦି ବଢ଼ାଇପାରେ ତାହାକୁ କୁତ୍ରିମ ବୁଦ୍ଧିମତା କୁହାଯାଏ । ଅନ୍ୟଏକ ଅର୍ଥରେ, ଏହା ଏକ ଯନ୍ତ୍ର ଯାହା ମନୁଷ୍ୟର ମସ୍ତିଷ୍କ ଭଳି ଚିନ୍ତା କରି ନୂଆ ଜିନିଷ ଶିଖେ ଏବଂ ସମସ୍ୟାର ସମାଧାନ କରିପାରେ।

ସମସ୍ୟା

କୁତ୍ରିମ ବୁଦ୍ଧିମତାର ମୁଖ୍ୟତଃ ଲକ୍ଷ ହେଲା ଏଭଳି ଏକ ପ୍ରଦ୍ୟୋଗିକ କୌଶଳ, ଯାହାଦ୍ୱାରା କମ୍ପ୍ୟୁଟର ଓ ଯନ୍ତ୍ରଗୁଡ଼ିକ ବୁଦ୍ଧିମତାର ସହ କାମ କରିବେ । ସାଧାରଣ ସମସ୍ୟାଗୁଡ଼ିକ ଛୋଟ ଛୋଟ ସମସ୍ୟାରେ ବଣ୍ଟାଯାଇ ଏଠାରେ ଦେଖାଯାଇଛି । ନିମ୍ନ ଲିଖିତ ସମସ୍ୟା ଗୁଡ଼ିକ ସବୁଠାରୁ ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ।

ତର୍କ ବା ବିଚାର ସହାୟତାରେ ସମସ୍ୟାର ସମାଧାନ

ପ୍ରାରମ୍ଭରେ ଗବେଷଣକାରୀମାନେ ଏକ କଳନା ଶୈଳୀ ବାହାର କରିଥିଲେ ଯାହାଦ୍ୱାରା ମନୁଷ୍ୟର ମନର ପ୍ରତ୍ୟେକ ବିଚାରକୁ ନକଲ କରି ସମସ୍ୟାର ସମାଧାନ ହୋଇପାରୁଥିଲା । ୮୦ ଏବଂ ୯୦ ଦଶକ ବେଳକୁ ଏଆଇ ଗବେଷଣାକରି ଏଭଳି ପ୍ରକ୍ରିୟା ବାହାର ହେଲା ଯାହାଦ୍ୱାରା ଯନ୍ତ୍ର ଆଗରୁ ଦେଖିନଥିବା ବା ଜାଣିନଥିବା ଅନିର୍ଦ୍ଧିଷ୍ଟ ପରିସ୍ଥିତିରେ ପଡି ମଧ୍ୟ ଲକ୍ଷ ହାସଲ କରିପାରିଲା। ଅର୍ଥଶାସ୍ତ୍ର ଏବଂ ସମ୍ଭାବନା ସହାୟତାରେ ଏହା ସମ୍ଭବ ହୋଇପାରିଥିଲା।

ଏ ସବୁ ସତ୍ୱେ ଏହି ପ୍ରଣାଳୀଟି ବଡ଼ ବଡ଼ ବିଚାରାତ୍ମକ ସମସ୍ୟା ସମାଧାନ କରିବାରେ ଅକ୍ଷମ ଅଟେ । ସମସ୍ୟାଟି ଯେତେ ଯେତେ ବଡ଼ ହୋଇ ହୋଇ ଯାଇଥାଏ ସେହିଅନୁସାରେ ଲକ୍ଷ୍ୟସ୍ଥଳରେ ପହଁଚିବା ନିମିତ୍ତ ଦରକାର ହେଉଥିବା ବିଭିନ୍ନପ୍ରକାରର ମେଳର ସଂଖ୍ୟା ମଧ୍ୟ ବଢି ବଢି ଚାଲେ। ମୁଳତଃ ମନୁଷ୍ୟମାନେ ଗୋଟିଏ ପରେ ଗୋଟିଏ ପଦ ନନେଇ ନିଜର ପ୍ରତିବିଜ୍ଞାନ ବୋଧକ ବିଚାର କରି ବଡ଼ ସମସ୍ୟା ସମାଧାନ କରିଥାନ୍ତି।

ଜ୍ଞାନ ନିରୂପଣ

ଜ୍ଞାନ ନିରୂପଣ (English: Knowledge representation; ନଲେଜ ରିପ୍ରେଜେଣ୍ଟେସନ) ଏବଂ ଜ୍ଞାନ ଅଭିଯାନ୍ତ୍ରିକୀ (English: Knowledge engineering; ନଲେଜ ଇଞ୍ଜିନିଅରିଂ) ଉତ୍କୃଷ୍ଟ ଏଆଇର ପ୍ରମୁଖ ସ୍ତମ୍ଭ ଅଟନ୍ତି ।

ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ

ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ (English: Natural language processing; ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ) ଏକ ଯନ୍ତ୍ରକୁ, ମନୁଷ୍ୟର ଭାଷା ପଢ଼ିବା ଏବଂ ବୁଝିବାର ଶକ୍ତି ପ୍ରଦାନ କରେ।

ଏହାର କେତେକ ପ୍ରୟୋଗ ଆମେ ନିମ୍ନଲିଖିତ ବର୍ଗରେ ଦେଖିବାକୁ ପାଇବା ଯେପରି

ଯୋଜନା

ବୁଦ୍ଧିମାନ ପ୍ରତିନିଧୀ ନିଜେ ନିଜର ଲକ୍ଷ୍ୟ ସ୍ଥିର କରନ୍ତି ଏବଂ ତାହାକୁ ପାଇବାର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ସେମାନଙ୍କୁ ଭବିଷ୍ୟତ ଦେଖିବାର ଗୋଟିଏ ମାଧ୍ୟମ ଆବଶ୍ୟକ, ଯାହାଦ୍ୱାରା ସେମାନେ ଭବିଷ୍ୟତର ଗୋଟିଏ ଅବସ୍ଥା ଦେଖି ତାଙ୍କର ଗତିବିଧି କିଭଳି ଭାବେ ଏହାକୁ ପ୍ରଭାବିତ କରିବ ଏବଂ କଣ ସବୁ ନିର୍ଣ୍ଣୟ ନିଆଗଲେ ଅଧିକ ଲାଭ ମିଳିପାରିବ ସେ ସବୁ ସ୍ଥିର କରିପାରିବେ ।

ଯଦି ଆମେ ଗୋଟିଏ ପ୍ରକାରର ଘଟଣାକୁ ବିଚାରକୁ ନେବା ଯେପରି ଜଣେ ପ୍ରତିନିଧି ଯେତେବେଳେ ନିଜର କାମ ଆରମ୍ଭ କରେ, ଏହା ଭାବେ କି ଦୁନିଆରେ କେବଳ ତାହାର କ୍ରିୟାହିଁ ପାର୍ଶ୍ଵ ପରିସ୍ଥିତିକୁ ପ୍ରଭାବିତ କରିବ। ମାତ୍ର ଯଦି ଏଭଳି ନହୁଏ (ଯାହାକି ପ୍ରାୟ ଅଧିକାଂଶ କ୍ଷେତ୍ରରେ ହୋଇଥାଏ ) ତେବେ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ପ୍ରତିନିଧିଟିକୁ କାମ କରିବାକୁ ପଡ଼ିଥାଏ । ବହୁଗୁଡ଼ିଏ ପ୍ରତିନିଧି ମିଶି ମଧ୍ୟ ଗୋଟିଏ ଲକ୍ଷରେ ପହଂଚିବା ନିମିତ୍ତ କାମ କରିପାରନ୍ତି।

ଶିକ୍ଷ୍ୟା

ଯନ୍ତ୍ର ଶିକ୍ଷ୍ୟା (English: machine learning; ମେସିନ ଲର୍ଣିଂ) ହେଉଛି କୁତ୍ରିମ ବୁଦ୍ଧିମତ୍ତାର ଏକ ମୁଖ୍ୟ ସ୍ତମ୍ଭ। କମ୍ପ୍ୟୁଟରର ଆଲଗୋରିଥମ କିମ୍ବା ପ୍ରଣାଳୀ ଦ୍ୱାରା ଅଭିଜ୍ଞତାରୁ ଆପେ ଆପେ ଶିଖିବା ହେଉଛି ଏହାର ମୁଖ୍ୟ କାମ। ଯନ୍ତ୍ର ଶିକ୍ଷ୍ୟାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଛି।

  1. ପର୍ଯ୍ୟାବେକ୍ଷିତ ଶିକ୍ଷ୍ୟା (English: supervised learning; ସୁପରଭାଇଜ଼ଡ଼ ଲର୍ଣିଂ)
  2. ଅପର୍ଯ୍ୟାବେକ୍ଷିତ ଶିକ୍ଷ୍ୟା (English: unsupervised learning; ଅନସୁପରଭାଇଜ଼ଡ଼ ଲର୍ଣିଂ) ଏବଂ
  3. ସୁଦୃଢ଼ୀକରଣ ଶିକ୍ଷ୍ୟା (English: reinforcement learning; ରିଏନ୍ଫୋର୍ସମେଣ୍ଟ ଲର୍ଣିଂ)

ଲକ୍ଷ୍ୟ

ଏଆଇ ର ସେଭଳି କିଛି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇନାହିଁ । ମାତ୍ର ଆମେ ମୂଳ ଭାବେ ଏହାକୁ ନିମ୍ନଲିଖିତ ବିଷୟରେ ବିଭାଜିତ କରିପାରିବା ।

ମାନବର ମସ୍ତିଷ୍କ ଅନୁକରଣ କରିବା

ଆମ ଜ୍ଞାତରେ ଯେତେବି ପ୍ରାଣୀ ଅଛନ୍ତି, ମନୁଷ୍ୟର ଚିନ୍ତନ ଶକ୍ତି ସବୁଠାରୁ ବିକଶିତ ଅଟେ । କୁତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଯନ୍ତ୍ରଗୁଡ଼ିକ କିପରି ମନୁଷ୍ୟ ଭଳି କିମ୍ବା ମନୁଷ୍ୟଠୁ ମଧ୍ୟ ଭଲ ଭାବରେ ଚିନ୍ତା କରି ନିର୍ଣ୍ଣୟ ନେଇପାରିବେ ଏହା ହେଉଛି ଏକ ଲକ୍ଷ୍ୟ ।

ଏହି କ୍ଷେତ୍ରରେ ବର୍ତ୍ତମାନ ସବୁଠାରୁ ଉପରେ ଗୁଗଲର ଡିପ୍ ମାଇଣ୍ଡ ଅଛି। ସେମାନେ ଗୁଗଲ ଡ୍ୟୁପ୍ଲେକ୍ସ[୨] ନାମକ ଏକ ଯୋଜନା ଦ୍ୱାରା କୁତ୍ରିମ ବୁଦ୍ଧିମତ୍ତା ଉପଯୋଗ କରି, ଯନ୍ତ୍ରଦ୍ୱାରା ଭୋଜନାଳୟର ଜାଗା ସଂରକ୍ଷଣ କରିବାଠୁ ଆରମ୍ଭ କରି ବାଳ କାଟିବା ସମୟ ମଧ୍ୟ ଆଗୁଆ ସଂରକ୍ଷଣ କରାଯାଇପାରିହେଲାଣି।


ଉପକରଣ

ପ୍ରୟୋଗ

ନିମ୍ନଲିଖିତ ବିଭାଗରେ କୁତ୍ରିମ ବୁଦ୍ଧିମତ୍ତାକୁ ସଫଳତାର ସହିତ ଉପଯୋଗ କରାଯାଉଛି।

  • ଚିକିର୍ସା
  • ମୋଟର ବାହାନ ଉଦ୍ୟୋଗ
  • ଅର୍ଥ ଏବଂ ଅର୍ଥଶାସ୍ତ୍ର
  • ଭିଡିଓ ଗେମ
  • ସାମରିକ
  • ବିଜ୍ଞାପନ
  • ଶିକ୍ଷ୍ୟା
  • ଫୋଟୋଗ୍ରାଫି ଏବଂ ଭିଡ଼ିଓ ସୁଟିଂ
  • ଦ୍ରବ୍ୟ କ୍ରୟ-ବିକ୍ରୟ

ଚିକିତ୍ସା

ଡାକ୍ତର ଏବଂ ରୋଗୀମାନଙ୍କୁ ସହାୟତା ଯୋଗାଇ କୁତ୍ରିମ ବୁଦ୍ଧିମତ୍ତା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିପ୍ଳବ ଆଣିପାରିଛି। ଆଲଗୋରିଥମ ସହାୟତାରେ କୁତ୍ରିମ ବୁଦ୍ଧିମତ୍ତା କୋଟି କୋଟି ଲୋକଙ୍କର ଲକ୍ଷ୍ୟଣ କୁ ପ୍ରକ୍ରିୟାକରି ନିଜକୁ ଭବିଷ୍ୟତର ରୋଗୀ ନିମିତ୍ତ ପ୍ରସ୍ତୁତ କରିଥାଏ।

କିଛି ଉଲ୍ଲେଖନୀୟ କାର୍ଯ୍ୟାବଳୀକୁ ନିମ୍ନରେ ପ୍ରଦର୍ଶନ କରାହେଲା।[୩]

ୟୋର ଏମଡି

ଏହା ହେଉଛି ଏକ ମୋବାଇଲ ଆପ, ଯେଉଁଥିରେ ରୋଗୀ କଥାବାର୍ତ୍ତା ଯନ୍ତ୍ର ମାନବ ବା ଚାଟ ବଟ ସହ କଥା ହୋଇ ନିଜର ଲକ୍ଷ୍ୟଣଗୁଡ଼ିକୁ ଜଣାଇଥାଏ, ଏହି ଲକ୍ଷ୍ୟଣଗୁଡ଼ିକୁ ପ୍ରକ୍ରିୟାକରି ରୋଗୀଙ୍କୁ ତାଙ୍କ ରୋଗ ବିଷୟରେ ସାହାର୍ଯ୍ୟ କରିଥାଏ। ଏହା ମଧ୍ୟ ଡାକ୍ତରମାନଙ୍କ କାମ କମ କରିଥାଏ।

ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଉପଯୋଗ କରି ଲୋକମାନଙ୍କ ପାଇଁ ଏକ ନିର୍ବିଘ୍ନ ଅନୁଭବ ତିଆରି କରିଛନ୍ତି।

ଆଡା

ଏହା ମଧ୍ୟ ଏକ ମୋବାଇଲ ଆପ, ଯାହା ଲୋକମାନଙ୍କୁ ସୁବିଧା ଦେବା ନିମିତ୍ତ ଆମାଜନ ଆଲେକ୍ସା ସହିତ ମିଶିକରି କାମ କରିଥାଏ। ଏହା ମଧ୍ୟ ଏକ ଡାକ୍ତର ସହିତ ଯୋଗାଯୋଗର ସୁବିଧା କରାଇଦେଇପାରେ।

ଷ୍ଟାନଫୋର୍ଡ଼ ୟୁନିଭର୍ସିଟି

ଏହି ବିଶ୍ୱବିଦ୍ୟାଳୟର ଗବେଷକମାନେ ଏଭଳି ଏକ କୁତ୍ରିମ ବୁଦ୍ଧିମତ୍ତା ସମ୍ପର୍ଣ ଆଲଗୋରିଦମ ବାହାର କରିଛନ୍ତି ଯାହାଦ୍ୱାରା ଚର୍ମ କର୍କଟ ଆଗୁଆ ଜଣା ଯାଇପାରିବ।[୪] ଏହି ଗବେଷକମାନେ ତାଙ୍କର ସ୍ନାୟୁ ଜାଲ ବା ଡିପ ଲର୍ଣିଂ ଆଲଗୋରିଦମକୁ ୧,୩୦,୦୦୦ ଭାତୁଡ଼ି, ଚର୍ମ ଚିହ୍ନ ଇତ୍ୟାଦି ଛବିଦ୍ୱାରା ତାଲିମ ପ୍ରଦାନ କରିଥିଲେ। ଏହାର ଫଳ ପେଶାଦାର ଡାକ୍ତରମାନଙ୍କଠାରୁ ମଧ୍ୟ ଭଲ ଆସୁଛି। ଖୁବ ଶୀଘ୍ର ଏହି ନମୁନାର ଗୋଟିଏ ମୋବାଇଲ ଆପ ତିଆରି କରାଯିବ।

ଡିପ ମାଇଣ୍ଡ

ଗୁଗଲର ଏହି କମ୍ପାନୀଟି ଯନ୍ତ୍ର ଶିକ୍ଷ୍ୟା (English: machine learning; ମେସିନ ଲର୍ଣିଂ) ଉପଯୋଗ କରି ଅନ୍ଧତ୍ୱଦୂର କରିବାରେ ଚେଷ୍ଟା କରୁଛନ୍ତି।[୫]

ମର୍ଫିଓ

ଏହି ସଂଗଠନଟି କୁତ୍ରିମ ବୁଦ୍ଧିମତ୍ତା ଉପଯୋଗ କରି ନିଦ୍ରାଦୋଷ ଦୂର କରିବାରେ ସାହାର୍ଯ୍ୟ କରୁଛି ।

ଆଇବିଏମ ୱାଟସନ

ଆଇବିଏମ ଏହାର କାର୍ଯ୍ୟଦ୍ୱାରା କର୍କଟ ରୋଗର ଚିକିତ୍ସାନିମିତ୍ତ ବହୁମାତ୍ରାରେ ଆଗରେ ଅଛି।[୬]

ମୋଟର ବାହାନ ଉଦ୍ୟୋଗ

ମୋଟର ବାହାନ ଉଦ୍ୟୋଗରେ ନାନାଦି ପ୍ରକାରରେ କୁତ୍ରିମ ବୁଦ୍ଧିମତ୍ତା ସାହାର୍ଯ୍ୟ କରୁଛି। କିଛି ଉଦାହରଣ ନିମ୍ନରେ ପ୍ରଦର୍ଶନ ହେଲା:

ସ୍ୱୟଂଚାଳିତ ଗାଡ଼ି

ଚାଳକବିହୀନ ଗାଡ଼ି ବର୍ତ୍ତମାନ ୨୦୧୮ ସୁଧା ପ୍ରାୟ ପ୍ରସ୍ତୁତ ହୋଇଗଲାଣି କହିଲେ ଚଳେ। ନିମ୍ନଲିଖିତ ଉଦ୍ୟୋଗଗୁଡ଼ିକ ଚାଳକବିହୀନ ଗାଡ଼ି ଉପରେ କୁତ୍ରିମ ବୁଦ୍ଧିମତ୍ତା ଉପଯୋଗକରି ଗବେଷଣା କରୁଛନ୍ତି।[୭]

  • ଟେସଲା
  • ଉବର
  • ଗୁଗଲ
  • ଟୟୋଟା
  • ବିଏମଡବ୍ଲ୍ୟୁ
  • ଭଲଭୋ
  • ନିଶାନ
  • ଫୋର୍ଡ଼
  • ଜେନେରାଲ ମୋଟର୍ସ
  • ଡାଇମଲର
  • ଅଡି
  • ବାଇଡ଼ୁ
  • ହୋଣ୍ଡା
  • ହ୍ୟୁଣ୍ଡାଇ
  • ବୋସ୍କ
  • ପିଏସଏ ଗ୍ରୁପ
  • ଫାରାଡେ
  • ମରସିଡିଜ଼ ବେଞ୍ଜ

ଏମାନଙ୍କ ମଧ୍ୟରୁ ଗାଢ଼ ଅକ୍ଷରରେ ଚିନ୍ହଇତ ଉଦ୍ୟୋଗ ଗୁଡ଼ିକ ଅନ୍ୟମାନଙ୍କଠୁ ଆଗରେ ଅଛନ୍ତି।[୮]

ସଂଯୋଗିକତା

ଏହି ସେବାନୁସାରେ ଗାଡ଼ି ଚାଳକ ଏବଂ ଆରୋହୀମାନେ ବିନା କୌଣସି ଉପକରଣ ସହାୟତାରେ କେବଳ କଥା କହି ଇମେଲ ପଠେଇବା, ଅନ୍ୟ କାହା ସହିତ ମୋବାଇଲରେ କଥାହେବା, ଇଣ୍ଟରନେଟରେ ଖୋଜିବା ଏବଂ ସ୍ମାର୍ଟଫୋନ ର ଆପ ବ୍ୟବହାର କରିବା ଆଦି କାମ କରିହେଉଛି ।

କେତକ କ୍ଷେତ୍ରରେ ଯଦି କୌଣସି ମାତାପିତା ବା ଅଭିଭାବକ ଚାହାନ୍ତି, ତାଙ୍କର ସନ୍ତାନ ବା ଚିନ୍ହା ବ୍ୟକ୍ତି ଯଦି ଏକ ନିର୍ଦ୍ଧିଷ୍ଟ ସୀମାରୁ ଅଧିକ ବେଗରେ କିମ୍ବା ଅଣହେଳା ହୋଇ ଗାଡ଼ି ଚାଲନ୍ତି କିମ୍ବା ଏକ ନିର୍ଦ୍ଧିଷ୍ଟ ପରିସୀମାରୁ ଦୁରକୁ ଗାଡ଼ି ନେଇଯାନ୍ତି, ତେବେ ସେମାନଙ୍କୁ ଜଣେଇଦିଆ ଯାଇପାରେ।

ହେଲେ ଏସବୁଠାରୁ ଅଧିକ ପ୍ରଭାବଶାଳୀ ପ୍ରୟୋଗ ହେଉଛି ଗାଡ଼ି-ଗାଡ଼ି ମଧ୍ୟରେ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା। ଏହାଦ୍ୱାରା ଦୁର୍ଘଟଣା କମେଇଦିଆଯାଇପାରେ। ଉଦାହରଣ ସ୍ୱରୂପ ଯଦି ଗୋଟିଏ ଆଗରେ ଯାଉଥିବା ଗାଡ଼ି ଜୋରରେ ବ୍ରେକ ମାରି ହଠାତ ଅଟକିଯାଏ ତେବେ ପଛରେ ଆସୁଥିବା ଗାଡ଼ିମାନଙ୍କୁ ସେ ସଚେତନ କରାଇଦେଇଥାଏ, ଯାହାଫଳରେ ପଛଗାଡ଼ି ବା ଚାଳକ ଗୁଡ଼ିକ ସଚେତନ ହୋଇ ବେଗ କମାଇଦିଅନ୍ତି।

ଅନ୍ୟଏକ ଉଦାହରଣରେ ଯଦି ଏକ ଗାଡ଼ି ଚାଳକ ନାଲି ଟ୍ରାଫିକ ଆଲୁଅରେ କୌଣସି କାରଣବଶତଃ ଅଟକି ପାରିଲାନି, ତେବେ ସେହି ଗାଡ଼ିଟି ଅନ୍ୟପଟରୁ ଆସୁଥିବା ଯାନବାହନଗୁଡ଼ିକୁ ସଜାଗ କରିଦେଇଥାଏ। ଏସବୁ ଅତି କମସମୟରେ ହୋଇ ଥାଏ, ଯାହାକି କେବଳ ମନୁଷ୍ୟପକ୍ଷେ ସମ୍ଭବ ନୁହେଁ।[୯]

କ୍ଲାଉଡରେ ଥିବା ବୁଦ୍ଧିମତ୍ତା

କ୍ଲାଉଡଦ୍ୱାରା ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ ବର୍ତ୍ତମାନ ହେଇପାରୁଛି କିମ୍ବା ଖୁବଶୀଘ୍ର ହେବାକୁ ଯାଉଅଛି।

  • ପେଟ୍ରୋଲ/ଡିଜେଲ ପମ୍ପ ଖୋଜିବା ଏବଂ ଚାଳକକୁ ଗାଡ଼ିରୁ ବାହାରକୁ ନଆସି, ଗାଡ଼ି ଭିତରୁହିଁ ଇନ୍ଧନ ପଇସା ପୈଠ କରିବା ।
  • ଚାଳକଙ୍କର ମନପସନ୍ଦ ପାଖାପାଖି ଖାଇବା ଦୋକାନ ଖୋଜିବା ।
  • ଗାଡ଼ି ଚଳାଉଥିବା ସମୟରେ ଯଦି ପାଖାପାଖି କିଛି ଦୋକାନ (ଚାଳକର ମନପସନ୍ଦ ଅଛି ଯେଉଁଥିରେ ଘରେ ଦରକାର ପଡ଼ୁଥିବା ସାମଗ୍ରୀ ଅବାଶ୍ୟକ, ତେବେ ଚାଳକଟିକୁ ମନେପକେଇଦେବା କି ଘର ଆବଶ୍ୟକ ସାମଗ୍ରୀଟି ଏଠାରେ ମିଳୁଅଛି ।
  • ଚାଳକଟି ତାହାର ନିତିଦିନିଆ ଖାଇବା ଦୋକାନରେ ପହଁଚିଲେ ସ୍ୱତଃ ପ୍ରଭୁତ୍ୱଟା ଭାବରେ ଚାଳକଟିର ମନପସନ୍ଦ ଖାଦ୍ୟ ସଂରକ୍ଷଣ କରି ରଖିବା, ଯାହା ଚାଳକଟି ଦୋକାନରେ ପହଂଚିବା କ୍ଷଣି ପ୍ରସ୍ତୁତ ହୋଇ ପରସା ହୋଇଯିବ ।

ଆହୁରି ଅନେକ ଏହିପରି କାମ କରିହେବ ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି।[୯]

ଇଣ୍ଟରନେଟ ଅଫ ଥିଁଗ୍ସ

ଏହା ଆଶା କରାଯାଉଛିକି ୨୦୨୦ ସୁଦ୍ଧା ପାଖାପାଖି ୨୫କୋଟି ଯାନବାହାନ ଇଣ୍ଟରନେଟ ସହିତ ସଂଯୋଗ ହୋଇଯିବ । ନିମ୍ନରେ କିଛି ଉଦାହରଣ ଦିଆହେଲା ଯାହାଦ୍ୱାରା ମୋଟର ବାହାନ ଉଦ୍ୟୋଗ ପ୍ରଭାବିତ ହେଇପାରିବ ।

  • ଗାଡ଼ିରେ ନୂଆ କିଛି ସୁବିଧାନିମିତ୍ତ, ଏହାକୁ ଗ୍ୟାରେଜକୁ ନେବା ଅନାବଶ୍ୟକ, ଇଣ୍ଟରନେଟ ଦ୍ୱାରା ଚାଳକଟିର ଘରେହିଁ ନୂଆ ସୁବିଧା ଯୋଗାଇ ଦିଅ ଯାଇହେବ। ଉଦାହରଣ ସ୍ୱରୂପ ଟେସଲା କମ୍ପାନୀ ବର୍ତ୍ତମାନ ଏହିଭଳି ଭାବେ ନିଜ ଗ୍ରାହକମାନଙ୍କୁ ସେବା ଯୋଗାଉଛି ।
  • ଗାଡ଼ି ଭିତରେ ଥିବା ବୁଦ୍ଧିମାନ ସେନସର ଚାଳକଟିର ହାବଭାବ ଲକ୍ଷ୍ୟଣ କରି ପଦକ୍ଷେପ ନେଇପାରେ, ଯେପରିକି ଅତ୍ୟାବଶ୍ୟକୀୟ ଚିକିତ୍ସା ଆବଶ୍ୟକ ନିରୂପଣ କରିବା, ଆମ୍ବୁଲାନସକୁ ଡାକିବା, ଚାଳକଟି ଶୋଇପଡ଼ିବା, ଚାଳକଟିର ଚେତା ଚାଲିଯିବା, ହଠାତ କେହି ଗାଡ଼ି ଆସି ଧକ୍କା ହୋଇଯିବା ଇତ୍ୟାଦି ସମ୍ଭବ ହୋଇପାରୁଛି।[୯]

ଦର୍ଶନ ଏବଂ ବିଚାର

ଏହି ଆଧାରଗୁଡ଼ିକୁ ମଧ୍ୟ ଦେଖନ୍ତୁ

ଆଧାର

  1. "Kismet". MIT Artificial Intelligence Laboratory, Humanoid Robotics Group.
  2. https://ai.googleblog.com/2018/05/duplex-ai-system-for-natural-conversation.html
  3. https://thenextweb.com/artificial-intelligence/2017/04/13/artificial-intelligence-revolutionizing-healthcare/
  4. https://www.nature.com/articles/nature21056.epdf
  5. https://www.theguardian.com/technology/2016/jul/05/google-deepmind-nhs-machine-learning-blindness
  6. http://fortune.com/2017/02/01/ibm-watson-cancer-florida-hospital/
  7. https://www.businessinsider.in/19-companies-racing-to-put-self-driving-cars-on-the-road-by-2021/Tesla-is-aiming-to-have-its-driverless-technology-ready-by-2018-/slideshow/54904971.cms
  8. https://www.bankrate.com/auto/6-firms-that-are-testing-driverless-cars/
  9. ୯.୦ ୯.୧ ୯.୨ https://igniteoutsourcing.com/publications/artificial-intelligence-in-automotive-industry/