"ଆୟେଶା ଜୁଲ୍କା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
ଟିକେ Ssgapu22 ପୃଷ୍ଠାଟିକୁ ଆୟେଶା ଝୁଲ୍କାରୁ Ayesha Jhulkaକୁ ଘୁଞ୍ଚାଇଲେ
ଟିକେ Ssgapu22 Ayesha Jhulka ପୃଷ୍ଠାଟି ଆୟେଶା ଝୁଲ୍କାକୁ ଲେଉଟାଇଲେ
(କିଛି ବଦଳିନାହିଁ)

୧୩:୨୫, ୩୦ ମଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଆୟେଶା ଝୁଲ୍କା
୨୦୧୦ରେ ଆୟେଶା
ଜନ୍ମ
ଆୟେଶା ଝୁଲ୍କା

(1972-07-28) ୨୮ ଜୁଲାଇ ୧୯୭୨ (ବୟସ ୫୧)[୧][୨]
ଶ୍ରୀନଗର, ଜାମ୍ମୁ ଓ କାଶ୍ମୀର, ଭାରତ
ବୃତ୍ତି(ସମୂହ)ଚଳଚ୍ଚିତ୍ର ଅଭିନେତ୍ରୀ
ଉଦ୍ୟୋଗପତି
ସକ୍ରିୟ ବର୍ଷ୧୯୮୩-୨୦୧୦
୨୦୧୮-ଏବେଯାଏଁ
ବୈବାହିକ-ସାଥୀସମୀର ୱସି[୩]

ଆୟେଶା ଝୁଲ୍କା (ଜନ୍ମସ୍ଥାନ: ଶ୍ରୀନଗର; ଜନ୍ମ: ୨୮ ଜୁଲାଇ ୧୯୭୨), ଜଣେ ପ୍ରାକ୍ତନ ଭାରତୀଯ ଚଳଚ୍ଚିତ୍ର ଅଭିନେତ୍ରୀ[୪] ଏବଂ ଉଦ୍ୟୋଗପତି । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର କାର୍ଯ୍ୟ କରୁଥିଲେ । ଶ୍ରୀନଗରରେ ଜନ୍ମିତା ଆୟେଶାଙ୍କର ପିତା ଇନ୍ଦ୍ର କୁମାର ଝୁଲ୍କା ଭାରତୀୟ ବାୟୁସେନାର ଜଣେ ୱିଙ୍ଗ୍ କମାଣ୍ଡର୍ ।[୩]

ଆୟେଶା ୧୯୮୩ ମସିହାରେ, ମାତ୍ର ୧୧ ବର୍ଷ ବୟସରେ ହିନ୍ଦୀ କଥାଚିତ୍ର କୈସେ କୈସେ ଲୋଗ୍‌ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେତେବେଳେ ସେ ଜଣେ ଶିଶୁ କଳାକାର ଭାବରେ ଏହି କଥାଚିତ୍ରରେ ଅଭିନୟ କରିଥିଲେ । ଏହାର ୭ ବର୍ଷ ପରେ ୧୯୯୦ରେ ଆୟେଶାଙ୍କୁ ନାୟିକା ଭାବରେ ପ୍ରଥମ ଚଳଚ୍ଚିତ୍ର ମିଳିଥିଲା ତେଲୁଗୁ କଥାଚିତ୍ର ଜଗତରୁ । ଅକ୍କିନେନି ନାଗାର୍ଜୁନଙ୍କ ସ‌ହ ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ର ଥିଲା ନେତି ସିଦ୍ଧାର୍ଥ । ଏହାପର ବର୍ଷ ୧୯୯୧ ମସିହାରେ ଆୟେଶାଙ୍କୁ ହିନ୍ଦୀ କଥାଚିତ୍ର କୁର୍‌ବାନ୍‌ରେ ଅଭିନେତା ସଲମାନ ଖାଁଙ୍କ ସ‌ହ ନାୟିକା ଭୂମିକରେ ସୁଯୋଗ ଦେଇଥିଲେ ଦୀପକ ବାହାରେ ।

  1. Dailybhaskar.com. "Remember Ayesha Jhulka? Here's what made her famous and infamous!". Retrieved 14 May 2017.
  2. iluvcinema.in. "Happy Birthday Ayesha Jhulka!!". Retrieved 14 May 2017.
  3. ୩.୦ ୩.୧ "Retiring at the peak of my career was a right choice: Ayesha Jhulka". Hindustan Times. Retrieved 21 March 2015.
  4. Bharati Dubey. "Catfight! - The Times of India". Timesofindia.indiatimes.com. Retrieved 21 March 2015.