"କପିଳାସ ଶିବ ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ Regular Character Changes |
|||
୪୨ କ ଧାଡ଼ି: | ୪୨ କ ଧାଡ଼ି: | ||
== ଇତିହାସ == |
== ଇତିହାସ == |
||
କପିଳାସ ବାବଦରେ ଅନେକ କିମ୍ବଦନ୍ତୀ ରହିଛି । ଏହାକୁ [[ଶିବ]]ଙ୍କର ଦ୍ଵିତୀୟ କୈଳାସ କୁହାଯାଉଥିଲା ବେଳେ ମର୍ତ୍ତ୍ୟରେ ଦେବତା ମାନେ ଏଠାରେ ସଭା କରୁଥିବାର ମଧ୍ୟ [[ପୁରାଣ]]ରୁ ଜଣାଯାଏ । ଏଠାରେ [[କପିଳ]] ମୁନିଙ୍କ ଆଶ୍ରମ ଥିଲା ବୋଲି ଏହାକୁ (କପିଳଙ୍କ ଉଆସ) କପିଳାସ ବୋଲି କୁହାଯାଏ । ଆହୁରି ମଧ୍ୟ ତ୍ରେତୟା ଯୁଗ ବେଳେ [[ରାମ|ଶ୍ରୀରାମଚନ୍ଦ୍ର]] [[ସୀତା]]ଙ୍କୁ ତ୍ୟାଗ କରିବା ପରେ [[ବାଲ୍ମୀକି]] ଆଶ୍ରମରେ [[ଲବ ଓ କୁଶ]]ଙ୍କ ସହ ରହୁଥିବା ସ୍ଥାନ ମଧ୍ୟ ଏଠାରେ ରହିଛି ବୋଲି ବିଶ୍ଵାସ କରାଯାଉଛି। |
କପିଳାସ ବାବଦରେ ଅନେକ କିମ୍ବଦନ୍ତୀ ରହିଛି । ଏହାକୁ [[ଶିବ]]ଙ୍କର ଦ୍ଵିତୀୟ କୈଳାସ କୁହାଯାଉଥିଲା ବେଳେ ମର୍ତ୍ତ୍ୟରେ ଦେବତା ମାନେ ଏଠାରେ ସଭା କରୁଥିବାର ମଧ୍ୟ [[ପୁରାଣ]]ରୁ ଜଣାଯାଏ । ଏଠାରେ [[କପିଳ]] ମୁନିଙ୍କ ଆଶ୍ରମ ଥିଲା ବୋଲି ଏହାକୁ (କପିଳଙ୍କ ଉଆସ) କପିଳାସ ବୋଲି କୁହାଯାଏ । ଆହୁରି ମଧ୍ୟ ତ୍ରେତୟା ଯୁଗ ବେଳେ [[ରାମ|ଶ୍ରୀରାମଚନ୍ଦ୍ର]] [[ସୀତା]]ଙ୍କୁ ତ୍ୟାଗ କରିବା ପରେ [[ବାଲ୍ମୀକି]] ଆଶ୍ରମରେ [[ଲବ ଓ କୁଶ]]ଙ୍କ ସହ ରହୁଥିବା ସ୍ଥାନ ମଧ୍ୟ ଏଠାରେ ରହିଛି ବୋଲି ବିଶ୍ଵାସ କରାଯାଉଛି। କିମ୍ବଦନ୍ତୀ କୁହେ ମୟୁରଭଞ୍ଜର ରାଜା ପ୍ରତାପଦେବ ଥରେ ଅଜାଣତରେ ବ୍ରହ୍ମହତ୍ୟା ପାପକଲେ, ଏଥିରୁ ମୁକ୍ତି ପାଇବା ପାଇଁ କପିଲାସ ପର୍ବତ ଉପରେ ତପସ୍ୟା କଲେ । ସେଥିପାଇଁ ଏକ ମଣ୍ଡପ ତିଆରି ହୋଇଥିଲା । ଶିବଙ୍କୁ ସନ୍ତୁଷ୍ଟ କରିବାକୁ ଶିଖରେଶ୍ୱରଙ୍କ ଶରଣାଗତ ହୋଇଥିଲେ । ତପସ୍ୟା ପୀଠ ନିକଟରେ ପର୍ବତର ଶିଖରଦେଶରେ ଏକ ପଥର ଅଛି, ଯାହା ଉପରେ ଆଘାତକଲେ ଭିତରଟି ଫମ୍ପା ଥିବା ପରି ଶବ୍ଦ ଶୁଣାଯାଏ । <ref>ସଂଚାର, ପୃଷ୍ଠା-୧୪ ୮।୩।୨୦୧୮</ref> |
||
== ଭ୍ରମଣ ସମୟ == |
== ଭ୍ରମଣ ସମୟ == |
୨୧:୪୧, ୨୧ ମାର୍ଚ୍ଚ ୨୦୧୮ ଅନୁସାରେ କରାଯାଇଥିବା ବଦଳ
କପିଳାସ ଶିବ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଢେଙ୍କାନାଳ |
Location | |
Country | ଭାରତ |
କପିଳାସ ଶିବ ମନ୍ଦିର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର । ଏହି ମନ୍ଦିରରେ ଚନ୍ଦ୍ରଶେଖର ମହାଦେବ ପୂଜା ପାଆନ୍ତି । କପିଳାସ ପର୍ବତ ଓଡ଼ିଶା ରାଜ୍ୟର ଢେଙ୍କାନାଳ ସହରର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଏହା ଢେଙ୍କାନାଳ ସହର ଠାରୁ ୨୦ କି.ମି. ଏବଂ ରାଜଧାନୀ ଭୁବନେଶ୍ୱର ଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ ।
ଅବସ୍ଥିତି ଓ ସ୍ଥାପତ୍ୟ
ଏହା ସମୁଦ୍ର ପତ୍ତନ ଠାରୁ ୨୨୩୯ ଫୁଟ ଉଚ୍ଚରେ ଅବସ୍ଥିତ । ଏହାର ମୁଖ୍ୟ ମନ୍ଦିରର ଉଚ୍ଚତା ୬୦ ଫୁଟ । ମନ୍ଦିରକୁ ଦୁଇଟି ରାସ୍ତା ଦେଇକି ଯାଇହୁଏ । ୧୩୫୨ ପାହାଚ ଚଢି ଅଥବା ବାରବାଙ୍କି ଘାଟି ରାସ୍ତାଦ୍ଵାରା ୮ କିଲୋମିଟର ରାସ୍ତା ଦେଇ ଅନାୟାସରେ ମନ୍ଦିର ଉପରକୁ ଯାଇହୁଏ । ଗଙ୍ଗ ବଂଶର ରାଜା ପ୍ରଥମ ପୁରୁଷୋତ୍ତମ ଦେବ ଏହି ମନ୍ଦିରକୁ ୧୨୪୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଇଥିଲେ । ଏହାର ବାମ ପାର୍ଶ୍ଵରେ ପୟମାର୍ତ କୁଣ୍ଡ ଓ ଡାହାଣ ପାର୍ଶ୍ଵରେ ମରୀଚି କୁଣ୍ଡ ଅବସ୍ଥିତ । ଏହାର ଜଗନମୋହନ କାଠରେ ତିଆରି । ମହାଦେବଙ୍କ ବ୍ୟତୀତ ଦେବୀ ପାର୍ବତୀ,ଗଣେଶ, କାର୍ତ୍ତିକେୟ, ବିଷ୍ଣୁ, ଶ୍ରୀରାମ ଓ ଗଙ୍ଗା ମାତାଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ଶ୍ରୀଜଗନ୍ନାଥଙ୍କୁ ପାର୍ଶ୍ଵଦେବତା ଭାବେ ଅବସ୍ଥାପିତ । ଚନ୍ଦ୍ରଶେଖରଙ୍କ ବ୍ୟତୀତ ଏଠାରେ ବିଶ୍ଵନାଥଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ସ୍ଥାନୀୟ ଲୋକମାନଙ୍କ ଅନୁସାରେ ବିଶ୍ଵନାଥ ମନ୍ଦିର ଚନ୍ଦ୍ରଶେଖରଙ୍କ ମନ୍ଦିର ଠାରୁ ଆହୁରି ପୁରୁଣା ସେଥିପାଇଁ ଏହାକୁ ବୁଢା ଲିଙ୍ଗ ମଧ୍ୟ କୁହାଯାଏ।
ଇତିହାସ
କପିଳାସ ବାବଦରେ ଅନେକ କିମ୍ବଦନ୍ତୀ ରହିଛି । ଏହାକୁ ଶିବଙ୍କର ଦ୍ଵିତୀୟ କୈଳାସ କୁହାଯାଉଥିଲା ବେଳେ ମର୍ତ୍ତ୍ୟରେ ଦେବତା ମାନେ ଏଠାରେ ସଭା କରୁଥିବାର ମଧ୍ୟ ପୁରାଣରୁ ଜଣାଯାଏ । ଏଠାରେ କପିଳ ମୁନିଙ୍କ ଆଶ୍ରମ ଥିଲା ବୋଲି ଏହାକୁ (କପିଳଙ୍କ ଉଆସ) କପିଳାସ ବୋଲି କୁହାଯାଏ । ଆହୁରି ମଧ୍ୟ ତ୍ରେତୟା ଯୁଗ ବେଳେ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ତ୍ୟାଗ କରିବା ପରେ ବାଲ୍ମୀକି ଆଶ୍ରମରେ ଲବ ଓ କୁଶଙ୍କ ସହ ରହୁଥିବା ସ୍ଥାନ ମଧ୍ୟ ଏଠାରେ ରହିଛି ବୋଲି ବିଶ୍ଵାସ କରାଯାଉଛି। କିମ୍ବଦନ୍ତୀ କୁହେ ମୟୁରଭଞ୍ଜର ରାଜା ପ୍ରତାପଦେବ ଥରେ ଅଜାଣତରେ ବ୍ରହ୍ମହତ୍ୟା ପାପକଲେ, ଏଥିରୁ ମୁକ୍ତି ପାଇବା ପାଇଁ କପିଲାସ ପର୍ବତ ଉପରେ ତପସ୍ୟା କଲେ । ସେଥିପାଇଁ ଏକ ମଣ୍ଡପ ତିଆରି ହୋଇଥିଲା । ଶିବଙ୍କୁ ସନ୍ତୁଷ୍ଟ କରିବାକୁ ଶିଖରେଶ୍ୱରଙ୍କ ଶରଣାଗତ ହୋଇଥିଲେ । ତପସ୍ୟା ପୀଠ ନିକଟରେ ପର୍ବତର ଶିଖରଦେଶରେ ଏକ ପଥର ଅଛି, ଯାହା ଉପରେ ଆଘାତକଲେ ଭିତରଟି ଫମ୍ପା ଥିବା ପରି ଶବ୍ଦ ଶୁଣାଯାଏ । [୧]
ଭ୍ରମଣ ସମୟ
ଏଠାକୁ ଯେକୌଣସି ସମୟରେ ଯିବାର ଅସୁବିଧା ନଥିଲେ ମଧ୍ୟ କାର୍ତ୍ତିକ ମାସ ଓ ଶ୍ରାବଣ ମାସ ବୁଲିବାର ପ୍ରକୃଷ୍ଟ ସମୟ । ମେଘୁଆ ପାଗ ତଥା ଶୀତ ଦିନେ କପିଳାସ ହିମାଳୟ ପାର୍ବତ୍ୟାଞ୍ଚଳର ଭ୍ରମ ସୃଷ୍ଟି କରେ।
ଆଧାର
- ↑ ସଂଚାର, ପୃଷ୍ଠା-୧୪ ୮।୩।୨୦୧୮