"ବୀଣାପାଣି ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
→‎ଗପ: added content
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ 106.203.141.169 (ଆଲୋଚନା) ଙ୍କ ଦେଇ କରାଯାଇଥିବା 294809 ସଙ୍କଳନଟି ପଛକୁ ଫେରାଇନିଆଗଲା
୪୮ କ ଧାଡ଼ି: ୪୮ କ ଧାଡ଼ି:
=== ଗପ ===
=== ଗପ ===
* କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
* କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
* [[ପାଟଦେଇ]]
* tatiini ra trushna
* ବସ୍ତ୍ର ହରଣ
* ବସ୍ତ୍ର ହରଣ
* ଆରୋହଣ
* ଆରୋହଣ
୫୯ କ ଧାଡ଼ି: ୫୯ କ ଧାଡ଼ି:
* ବହ୍ନି ବଳୟ
* ବହ୍ନି ବଳୟ
* ଉତ୍ତରାୟଣ
* ଉତ୍ତରାୟଣ
* ashru anala
{{Multicol-break}}
{{Multicol-break}}

=== ଉପନ୍ୟାସ ===
=== ଉପନ୍ୟାସ ===
* ସୀତାର ଶୋଣିତ
* ସୀତାର ଶୋଣିତ

୧୫:୦୦, ୨୫ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ବୀଣାପାଣି ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1936-11-11) ୧୧ ନଭେମ୍ବର ୧୯୩୬ (ବୟସ ୮୭)
ବ୍ରହ୍ମପୁର, ଗଞ୍ଜାମ
ବୃତ୍ତିଅଧ୍ୟାପିକା
ଭାଷାଓଡ଼ିଆ, ଇଂରାଜୀ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି)[୧]
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିପାଟଦେଇ
କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର

ବୀଣାପାଣି ମହାନ୍ତି (ଜନ୍ମ: ୧୧ ନଭେମ୍ବର ୧୯୩୬)[୨] ଜଣେ ଓଡ଼ିଆ ଆଧୁନିକ ଗାଳ୍ପିକା । ତାଙ୍କ ପୌତୃକ ଗ୍ରାମ ଅବିଭକ୍ତ କଟକ ଜିଲ୍ଲାର ଚାନ୍ଦୋଳ ହୋଇଥିଲେ ମଧ୍ୟ, ସେ ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ଥିଲେ ସେ ଅର୍ଥନୀତି ଅଧ୍ୟାପିକା ।

ପ୍ରାରମ୍ଭିକ ଜୀବନ

ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡା ନିକଟସ୍ଥ ଚାନ୍ଦୋଳଠାରେ ଥିଲା ଓ ତାଙ୍କର ବହୁ ବାଲ୍ୟ ସ୍ମୃତି ଏହି ଗାଁ ସହ ଜଡ଼ିତ । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା। ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଅବସର ଗ୍ରହଣ କରିଥିଲେ । ସେ ସାରା ଜୀବନ ଅବିବାହିତ ରହିଛନ୍ତି । [୩]

ସାହିତ୍ୟ ସର୍ଜନା

ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ଵୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । "ନାଉଗଛ" ଗଳ୍ପଟି ବାଲେଶ୍ଵର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ଵରର ରସୁଲଗଡ଼ ଛକରେ ବସରେ ଯୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।

ରଚନାବଳୀ

ଗପ

  • କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
  • ପାଟଦେଇ
  • ବସ୍ତ୍ର ହରଣ
  • ଆରୋହଣ
  • ଇଣ୍ଟରଭିଉ
  • ଏକାକୀ ପରାଶର
  • ନବ ତରଙ୍ଗ
  • ଅନ୍ଧକାରର ଛାଇ
  • ମଧ୍ୟାନ୍ତର
  • ପାଟଦେଈ
  • ବହ୍ନି ବଳୟ
  • ଉତ୍ତରାୟଣ

ଉପନ୍ୟାସ

  • ସୀତାର ଶୋଣିତ
  • ମନସ୍ଵିନୀ
  • କୁନ୍ତି କୁନ୍ତଳା ଶକୁନ୍ତଳା

ଆତ୍ମଜୀବନୀ

  • ବିତିଯାଇଥିବା ଦିନ (ପ୍ରକାଶନ ଅପେକ୍ଷାରେ)

ସମ୍ମାନ ଓ ପୁରସ୍କାର

ଆଧାର

  1. "Women's Writing". womenswriting.com. Retrieved 8 January 2013. She graduated from Ravenshaw College with a master's degree in economics in 1959
  2. "BINAPANI MOHANTY". orissadiary.com. Retrieved 10 March 2017. Smt. Binapani Mohanty was born on November 11, 1936.
  3. Binapani Mohanty - Sahitya Akademi
  4. "The Hindu : Other States / Orissa News : Sarla Puraskar presented to Binapani Mohanty". hindu.com. 2010. Retrieved 8 January 2013. Celebrated writer Binapani Mohanty was conferred the coveted literary award - Sarala Puraskar - for 2010
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 10 March 2017.
  6. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  7. "ଅନୁଭୂତିରେ ଜର୍ଜରିତ ହେଲେ ଯାଇ ଗଳ୍ପରେ ତାକୁ ରୂପ ଦିଏ". ଧରିତ୍ରୀ, ସାହିତ୍ୟାୟାନ. 26 December 2015. Retrieved 10 March 2017.