"ସୁବର୍ଣ୍ଣପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୮୬ କ ଧାଡ଼ି: ୮୬ କ ଧାଡ଼ି:


== ପର୍ଯ୍ୟଟନ ସ୍ଥଳ ==
== ପର୍ଯ୍ୟଟନ ସ୍ଥଳ ==
[[ଫାଇଲ:Lankeswari Thakurani Sonepur Subarnapur Odisha.jpg |thumb|150px|alt=Alt text|ଲଙ୍କେଶ୍ଵରୀ ଠାକୁରାଣୀ]]
[[ଫାଇଲ:Lankeswari Thakurani Sonepur Subarnapur Odisha.jpg |thumb|150px|alt=Alt text|ଖମ୍ବେଶ୍ୱରୀ ମା ]]
* ଲଙ୍କେଶ୍ଵରୀ ମନ୍ଦିର: ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
* ଲଙ୍କେଶ୍ଵରୀ ମନ୍ଦିର: ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
* ସୁବର୍ଣ୍ଣମେରୁ ମନ୍ଦିର: ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର ।
* ସୁବର୍ଣ୍ଣମେରୁ ମନ୍ଦିର: ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର ।

୧୭:୨୬, ୫ ଜୁଲାଇ ୨୦୧୭ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସୁବର୍ଣ୍ଣପୁର
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବଲାଙ୍ଗୀର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୨ଟି ଆସନ
Area
 • ଜିଲ୍ଲା2284.4 km2 (882�0 sq mi)
Population
 (୨୦୧୧)
 • ଜିଲ୍ଲା୬୫୨୧୦୭
 • Density279/km2 (720/sq mi)
 • Urban
୪୯୯୩୨
 • Rural
୬୦୨୧୭୫
 • ୬ ବର୍ଷରୁ କମ ଶିଶୁ
୭୬୫୩୬
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୭ xxx
ତାର (ଏସ୍.ଟି.ଡ଼ି)୦୬x
ଯାନବାହାନ ପଞ୍ଚୀକରଣOD-31
ଜିଲ୍ଲାପାଳଦାଶରଥି ଶତପଥୀ
WebsiteOfficial website

ସୁବର୍ଣ୍ଣପୁର ଜିଲ୍ଲା ବା ସୋନପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସୁବର୍ଣ୍ଣପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୁବର୍ଣ୍ଣପୁର ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖ ରେ ଗଠନ ହେଇଥିଲା । ତା ପୂର୍ବରୁ ବଲାଙ୍ଗିର ଜିଲ୍ଲାରେ ମିଶିକି ଥିଲା । ଏହି ଜିଲ୍ଲାକୁ ସୋନପୁର ଜିଲ୍ଲା ମଧ୍ୟ କୁହାଯାଏ । ଏହି ଜିଲ୍ଲାର ଉତ୍ତରରେ ସମ୍ବଲପୁର ଜିଲ୍ଲା ଅବସ୍ଥିତ ଏବଂ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ରେ ବୌଦ୍ଧ ଜିଲ୍ଲା ଅବସ୍ଥିତ ଏବଂ ପଂଶ୍ଚିମରେ ବଲାଙ୍ଗିର ଜିଲ୍ଲା ଅବସ୍ଥିତ । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।

ଭୂଗୋଳ

ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ କିମି [୧]

ମୁଖ୍ୟ ନଦୀ

ଜନସଂଖ୍ୟା

୨୦୧୧ ଜନଗଣନା [୨]ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି ।[୩]

  • ପୁରୁଷ: ୩,୩୨,୮୯୭
  • ମହିଳା: ୩,୧୯,୨୧୦
    • ଛ ବର୍ଷରୁ କମ: ୭୬,୫୩୬
  • ପଢୁଆ ହାର: ୭୪.୪୨%
    • ପୁରୁଷ: ୭୮.୪୧%
    • ମହିଳା: ୮୪.୭୮%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ସୋନପୁର ଓ ୨. ବୀରମହରାଜପୁର ।
  • ତହସିଲ: (୬): ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର
  • ବ୍ଳକ: (୬): ଉଲୁଣ୍ଡା, ଡୁଙ୍ଗୁରିପାଲ୍ଲି, ତରଭା, ବିନିକା, ବୀରମହାରାଜାପୁର, ସୋନପୁର
  • ଗ୍ରାମ ପଞ୍ଚାୟତ: ୯୬
  • ଗ୍ରାମ: ୯୫୯

ପର୍ଯ୍ୟଟନ ସ୍ଥଳ

Alt text
ଖମ୍ବେଶ୍ୱରୀ ମା 
  • ଲଙ୍କେଶ୍ଵରୀ ମନ୍ଦିର: ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
  • ସୁବର୍ଣ୍ଣମେରୁ ମନ୍ଦିର: ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର ।
  • ପାତାଳୀ ଶ୍ରୀକ୍ଷେତ୍ର, କୋଟସମଲାଏ: କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
  • ମହିମା ପୀଠ, ଖଲିଆପାଲି: ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
  • ମେଟାକାନୀ, ଉଲୁଣ୍ଡା
  • କପିଳେଶ୍ଵର ମନ୍ଦିର, ଚରଦା ଠାରେ ଅବସ୍ଥିତ ।
  • ସୁରେଶ୍ଵରୀ ମନ୍ଦିର – ଏହି ମନ୍ଦିର ସୋନପୁର ଠାରେ ଅବସ୍ଥିତ ।
  • ରାମେଶ୍ଵର ମନ୍ଦିର – ଏହି ମନ୍ଦିର ମଧ୍ୟ ସୋନପୁର ଠାରେ ଅବସ୍ଥିତ ।
  • ଚମ୍ପେଶ୍ଵର ଶିବ ମନ୍ଦିର – ଏହି ମନ୍ଦିର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଳ ଗ୍ରାମରେ ଅବସ୍ଥିତ ।
  • ପାପକ୍ଷୟ ଏକ ଦର୍ଶନୀୟ ପୀଠ । ଏହା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଠାରୁ ୩ କି.ମି ଦୂରରେ ମହାନଦୀ କୂଳରେ ଅବସ୍ଥିତ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋହର ।

ପର୍ବପର୍ବାଣୀ

  • ଲଙ୍କା ପୋଡ଼ି: ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅବସରରେ ଲଙ୍କା ପୋଡ଼ି ଉତ୍ସବ ପାଳନ କରାଯାଇଥାଏ ।[୪] ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣ୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।

ଗ୍ୟାଲେରି

ଆଧାର

  1. ସୁବର୍ଣ୍ଣପୁର ଜିଲ୍ଲାର ସରକାରୀ ପୃଷ୍ଠା
  2. Census 2011: Odisha: Provisional Population Totals
  3. Census 2011: Odisha: Rural Urban Distribution
  4. "ସୁବର୍ଣ୍ଣପୁରରେ ଲଙ୍କାପୋଡ଼ି ଉତ୍ସବ". ଧରିତ୍ରୀ. Retrieved 2 September 2016.

ଅଧିକ ତଥ୍ୟ