"ବୀଣାପାଣି ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଶ୍ରେଣୀ
୮୬ କ ଧାଡ଼ି: ୮୬ କ ଧାଡ଼ି:
[[ଶ୍ରେଣୀ:ଶାରଳା ପୁରସ୍କାର ବିଜେତା]]
[[ଶ୍ରେଣୀ:ଶାରଳା ପୁରସ୍କାର ବିଜେତା]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:୨୦୧୭ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]

୧୧:୧୬, ୧୦ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ବୀଣାପାଣି ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1936-11-11) ୧୧ ନଭେମ୍ବର ୧୯୩୬ (ବୟସ ୮୭)
ବ୍ରହ୍ମପୁର, ଗଞ୍ଜାମ
ବୃତ୍ତିଅଧ୍ୟାପିକା
ଭାଷାଓଡ଼ିଆ, ଇଂରାଜୀ
ନାଗରିକତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି)[୧]
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିପାଟଦେଇ
କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
ପୁରସ୍କାରସାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବୀଣାପାଣି ମହାନ୍ତି, [୨] ଜଣେ ଓଡ଼ିଆ ଆଧୁନିକ ଗାଳ୍ପିକା । ତାଙ୍କ ପୌତୃକ ଗ୍ରାମ ଅବିଭକ୍ତ କଟକ ଜିଲ୍ଲାର ଚାନ୍ଦୋଳ ହୋଇଥିଲେ ମଧ୍ୟ, ସେ ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ଥିଲେ ସେ ଅର୍ଥନୀତି ଅଧ୍ୟାପିକା ।


ପ୍ରାରମ୍ଭିକ ଜୀବନ

ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡା ନିକଟସ୍ଥ ଚାନ୍ଦୋଳ ଠାରେ ଥିଲା ଓ ତାଙ୍କର ବହୁ ବାଲ୍ୟ ସ୍ମୃତି ଏହି ଗାଁ ସହ ଜଡ଼ିତ । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା। ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ ରେ ଅବସର ଗ୍ରହଣ କରିଥିଲେ । ସେ ସାରା ଜୀବନ ଅବିବାହିତ ରହିଛନ୍ତି । [୩]

ସାହିତ୍ୟ ସର୍ଜନା

ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ଵୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । "ନାଉଗଛ" ଗଳ୍ପଟି ବାଲେଶ୍ଵର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ଵରର ରସୁଲଗଡ଼ ଛକରେ ବସରେ ଯୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।

ରଚନାବଳୀ

ଗପ

  • କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
  • ପାଟଦେଇ
  • ବସ୍ତ୍ର ହରଣ
  • ଆରୋହଣ
  • ଇଣ୍ଟରଭିଉ
  • ଏକାକୀ ପରାଶର
  • ନବ ତରଙ୍ଗ
  • ଅନ୍ଧକାରର ଛାଇ
  • ମଧ୍ୟାନ୍ତର
  • ପାଟଦେଈ
  • ବହ୍ନି ବଳୟ
  • ଉତ୍ତରାୟଣ

ଉପନ୍ୟାସ

  • ସୀତାର ଶୋଣିତ
  • ମନସ୍ଵିନୀ
  • କୁନ୍ତି କୁନ୍ତଳା ଶକୁନ୍ତଳା

ଆତ୍ମଜୀବନୀ

  • ବିତିଯାଇଥିବା ଦିନ(ପ୍ରକାଶନ ଅପେକ୍ଷାରେ)

ସମ୍ମାନ ଓ ପୁରସ୍କାର

ଆଧାର

  1. "Women's Writing". womenswriting.com. Retrieved 8 January 2013. She graduated from Ravenshaw College with a master's degree in economics in 1959
  2. "BINAPANI MOHANTY". orissadiary.com. Retrieved 8 January 2013. Smt. Binapani Mohanty was born on November 11, 1936.
  3. Binapani Mohanty - Sahitya Akademi
  4. "The Hindu : Other States / Orissa News : Sarla Puraskar presented to Binapani Mohanty". hindu.com. 2010. Retrieved 8 January 2013. Celebrated writer Binapani Mohanty was conferred the coveted literary award - Sarala Puraskar - for 2010
  5. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  6. "ସୃଜନ-ଆଳାପ". ଧରିତ୍ରୀ ସାହିତ୍ୟାୟନ ଡିସେମ୍ବର ୨୬,୨୦୧୫-ଜାନୁଆରୀ ୮,୨୦୧୬ ପୃଷ୍ଠା ୭. {{cite news}}: |access-date= requires |url= (help)