"ଚାର୍ଲ୍ସ ଡିକେନ୍ସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{Infobox writer|image=Dickens Gurney head.jpg|alt=Charles Dickens|caption=୧୮୬୭ ରେ ନିଉ ୟର୍କ ରେ ଡିକେନ୍ସ |birth_name=ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସbirth_date={{birth date|df=yes|1812|2|7}}|birth_place=[[Landport]], Hampshire, England, United Kingdom|death_date={{death date and age|df=yes|1870|6|9|1812|2|7}}|death_place=[[Higham, Kent]], England, United Kingdom|resting_place=[[Poets' Corner]], [[Westminster Abbey]]|occupation=Writer|nationality=British|notableworks={{hlist|''[[The Pickwick Papers]]''|''[[Oliver Twist]]''|''[[Nicholas Nickleby]]''|''[[A Christmas Carol]]''|''[[David Copperfield]]''|''[[Bleak House]]''|''[[Little Dorrit]]''|''[[A Tale of Two Cities]]''|''[[Great Expectations]]''}}|spouse=[[Catherine Dickens|Catherine Thomson Hogarth]]|children={{hlist|[[Charles Dickens, Jr.]]|[[Mary Dickens]]|[[Kate Perugini]]|[[Walter Landor Dickens]]|[[Francis Dickens]]|[[Alfred D'Orsay Tennyson Dickens]]|[[Sydney Smith Haldimand Dickens]]|[[Henry Fielding Dickens]]|[[Dora Annie Dickens]]|[[Edward Dickens]]}}|signature=Charles Dickens Signature.svg}} |
{{Infobox writer|image=Dickens Gurney head.jpg|alt=Charles Dickens|caption=୧୮୬୭ ରେ ନିଉ ୟର୍କ ରେ ଡିକେନ୍ସ |birth_name=ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସbirth_date={{birth date|df=yes|1812|2|7}}|birth_place=[[Landport]], Hampshire, England, United Kingdom|death_date={{death date and age|df=yes|1870|6|9|1812|2|7}}|death_place=[[Higham, Kent]], England, United Kingdom|resting_place=[[Poets' Corner]], [[Westminster Abbey]]|occupation=Writer|nationality=British|notableworks={{hlist|''[[The Pickwick Papers]]''|''[[Oliver Twist]]''|''[[Nicholas Nickleby]]''|''[[A Christmas Carol]]''|''[[David Copperfield]]''|''[[Bleak House]]''|''[[Little Dorrit]]''|''[[A Tale of Two Cities]]''|''[[Great Expectations]]''}}|spouse=[[Catherine Dickens|Catherine Thomson Hogarth]]|children={{hlist|[[Charles Dickens, Jr.]]|[[Mary Dickens]]|[[Kate Perugini]]|[[Walter Landor Dickens]]|[[Francis Dickens]]|[[Alfred D'Orsay Tennyson Dickens]]|[[Sydney Smith Haldimand Dickens]]|[[Henry Fielding Dickens]]|[[Dora Annie Dickens]]|[[Edward Dickens]]}}|signature=Charles Dickens Signature.svg}} |
||
'''ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ '''( ୭ ଫେବ୍ରୁଆରି ୧୮୧୨-୯ ଜୁନ ୧୮୭୦ ) ଜଣେ ଇଂରେଜୀ ଲେଖକ ଓ ସାମାଜିକ ସମାଲୋଚକ ଥିଲେ । ସେ [[ବିଶ୍ଵ]]<nowiki/>ର କେତେକ ସର୍ବାଧିକ ଆଦୃତ କାଳ୍ପନିକ ଚରିତ୍ର ର ସୃଷ୍ଟି କର୍ତା ଥିଲେ ଓ ଅନେକଙ୍କ ମତ ରେ ସେ ଭିକ୍ଟୋରିଆନ ଯୁଗ ର ସର୍ବଶ୍ରେଷ୍ଠ ଉପନ୍ୟାସକାର ଥିଲେ |
'''ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ '''( ୭ ଫେବ୍ରୁଆରି ୧୮୧୨-୯ ଜୁନ ୧୮୭୦ ) ଜଣେ ଇଂରେଜୀ ଲେଖକ ଓ ସାମାଜିକ ସମାଲୋଚକ ଥିଲେ । ସେ [[ବିଶ୍ଵ]]<nowiki/>ର କେତେକ ସର୍ବାଧିକ ଆଦୃତ କାଳ୍ପନିକ ଚରିତ୍ର ର ସୃଷ୍ଟି କର୍ତା ଥିଲେ ଓ ଅନେକଙ୍କ ମତ ରେ ସେ ଭିକ୍ଟୋରିଆନ ଯୁଗ ର ସର୍ବଶ୍ରେଷ୍ଠ ଉପନ୍ୟାସକାର ଥିଲେ । ତାଙ୍କ ଉପନ୍ୟାସ ର ଚରିତ୍ର " ଅଲିଭର ଟୁଇସ୍ଟ "ଓ "ଦେଭିଡ କପରଫିଳ୍ଡ "ଭିକ୍ଟୋରିଆ ଯୁଗରୁ ଆରମ୍ଭ କରି ଆଜିଯାଏ ଏକ ଏକ ଆଦରଣୀୟ ଔପନ୍ୟାସୀକ ଚରିତ୍ର ଭାବରେ ଆଦୃତ ହେଇ ଆସିଛି ।ଅଲିଭର ଜଣେ ଅପାଠୁଆ ଦରିଦ୍ର ବାଳକ ର ଚରିତ୍ର । ତାହାର ଚରିତ୍ର ଚିତ୍ରଣ ରେ ଡିକେନ୍ସ ଅତ୍ୟନ୍ତ ନିଖୁନତାର ସହ ଇଂଲଣ୍ଡ ର ସାଧାରଣ ଜଣ ଜୀବନ କୁ ଜୀବନ୍ତ ଭାବରେ ପ୍ରତିଫଳନ କରେଇ ଥିଲେ । ଡିକେନ୍ସ ଜୀବନ କାଳ ମଧ୍ୟରେ ସେ ବିରଳ ଜନପ୍ରିୟତା ହାସଲ କରିଥିଲେ ଓ ବିଂଶ ଶତାବ୍ଦୀ ବେଳକୁ ବିଦ୍ଵାନ ଓ ସମାଲୋଚକ ମାନେ ତାଙ୍କୁ ସାହିତ୍ୟିକ କିମ୍ବଦନ୍ତୀ ବ୍ୟକ୍ତି ଭାବରେ ଗ୍ରହଣ କରିଥିଲେ ।ଏବେ ମଧ୍ୟ ତାଙ୍କର ସାହିତ୍ୟିକ କୃତି ସବୁ ବିଶ୍ଵ ସାହିତ୍ୟ ରେ ଶ୍ରେଷ୍ଠ ଓ ବହୁଳ ବିକ୍ରୀତ ପୁସ୍ତକ ତାଲିକା ରେ ରହିଛି । |
||
<ref>{{harvnb|Mazzeno|2008|p=76}}.</ref><ref>{{harvnb|Chesterton|2005|pp=100–126}}.</ref> |
<ref>{{harvnb|Mazzeno|2008|p=76}}.</ref><ref>{{harvnb|Chesterton|2005|pp=100–126}}.</ref> |
||
୧୨:୪୫, ୧୫ ଜାନୁଆରୀ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଚାର୍ଲ୍ସ ଡିକେନ୍ସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସbirth_date= Landport, Hampshire, England, United Kingdom | ୭ ଫେବୃଆରୀ ୧୮୧୨
ମୃତ୍ୟୁ | ୯ ଜୁନ ୧୮୭୦ Higham, Kent, England, United Kingdom | (ବୟସ ୫୮)
ସମାଧି ସ୍ଥଳ | Poets' Corner, Westminster Abbey |
ବୃତ୍ତି | Writer |
ଜାତୀୟତା | British |
ସାହିତ୍ୟ କୃତି | |
ଜୀବନସାଥୀ | Catherine Thomson Hogarth |
ସନ୍ତାନ | |
ଦସ୍ତଖତ |
ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ ( ୭ ଫେବ୍ରୁଆରି ୧୮୧୨-୯ ଜୁନ ୧୮୭୦ ) ଜଣେ ଇଂରେଜୀ ଲେଖକ ଓ ସାମାଜିକ ସମାଲୋଚକ ଥିଲେ । ସେ ବିଶ୍ଵର କେତେକ ସର୍ବାଧିକ ଆଦୃତ କାଳ୍ପନିକ ଚରିତ୍ର ର ସୃଷ୍ଟି କର୍ତା ଥିଲେ ଓ ଅନେକଙ୍କ ମତ ରେ ସେ ଭିକ୍ଟୋରିଆନ ଯୁଗ ର ସର୍ବଶ୍ରେଷ୍ଠ ଉପନ୍ୟାସକାର ଥିଲେ । ତାଙ୍କ ଉପନ୍ୟାସ ର ଚରିତ୍ର " ଅଲିଭର ଟୁଇସ୍ଟ "ଓ "ଦେଭିଡ କପରଫିଳ୍ଡ "ଭିକ୍ଟୋରିଆ ଯୁଗରୁ ଆରମ୍ଭ କରି ଆଜିଯାଏ ଏକ ଏକ ଆଦରଣୀୟ ଔପନ୍ୟାସୀକ ଚରିତ୍ର ଭାବରେ ଆଦୃତ ହେଇ ଆସିଛି ।ଅଲିଭର ଜଣେ ଅପାଠୁଆ ଦରିଦ୍ର ବାଳକ ର ଚରିତ୍ର । ତାହାର ଚରିତ୍ର ଚିତ୍ରଣ ରେ ଡିକେନ୍ସ ଅତ୍ୟନ୍ତ ନିଖୁନତାର ସହ ଇଂଲଣ୍ଡ ର ସାଧାରଣ ଜଣ ଜୀବନ କୁ ଜୀବନ୍ତ ଭାବରେ ପ୍ରତିଫଳନ କରେଇ ଥିଲେ । ଡିକେନ୍ସ ଜୀବନ କାଳ ମଧ୍ୟରେ ସେ ବିରଳ ଜନପ୍ରିୟତା ହାସଲ କରିଥିଲେ ଓ ବିଂଶ ଶତାବ୍ଦୀ ବେଳକୁ ବିଦ୍ଵାନ ଓ ସମାଲୋଚକ ମାନେ ତାଙ୍କୁ ସାହିତ୍ୟିକ କିମ୍ବଦନ୍ତୀ ବ୍ୟକ୍ତି ଭାବରେ ଗ୍ରହଣ କରିଥିଲେ ।ଏବେ ମଧ୍ୟ ତାଙ୍କର ସାହିତ୍ୟିକ କୃତି ସବୁ ବିଶ୍ଵ ସାହିତ୍ୟ ରେ ଶ୍ରେଷ୍ଠ ଓ ବହୁଳ ବିକ୍ରୀତ ପୁସ୍ତକ ତାଲିକା ରେ ରହିଛି । [୧][୨]
ଡିକେନ୍ସ ଙ୍କ ଜନ୍ମ ଇଂଲଣ୍ଡ ର ପୋର୍ଟ୍ସମାଉଥ ଠାରେ ହେଇଥିଲା । ତାଙ୍କର ଋଣଗ୍ରସ୍ତ ପିତା ଙ୍କୁ ରୁଣ ସୁଝି ନ ପାରିବାରୁ ଜେଲ ଦଣ୍ଡ ମିଳିବାରୁ ବାଲ୍ୟ କାଳ ରୁ ସେ ସ୍କୁଲ ଛାଡି ଏକ କାରଖାନା ରେ କାର୍ଯ୍ୟ କରିବାକୁ ହେଇଥିଲା । ସାଧାରଣ ବିଦ୍ୟାଳୟ ଶିକ୍ଷ୍ୟା କମ ପାଇଥିଲେ ମଧ୍ୟ ସେ ଏକ ସାପ୍ତାହିକି ଜର୍ନାଲ ୨୦ ବର୍ଷ ଧରି ସମ୍ପାଦନା କରିଥିଲେ ଓ ୧୫ ଟି କାଳ୍ପନିକ ଉପନ୍ୟାସ ସହ ୫ ଟି କ୍ଷୁଦ୍ର ଉପନ୍ୟାସ , ଶତାଧିକ କ୍ଷୁଦ୍ର ଗଳ୍ପ , ଅନେକ ଅଣ–କାଳ୍ପନିକ ଲେଖା ବଳି ରଚନା କରିବା ସହ ବ୍ୟାପକ ଭାବରେ ବକୃତା ଦେଇଥିଲେ । ସେ ନିରନ୍ତର ଭାବରେ ଜଣେ ପତ୍ର ଲେଖକ ଥିଲେ । ସାମାଜିକ କ୍ଷେତ୍ର ରେ ଅବଦାନ ଭାବରେ ସେ ଶିଶୁ ମାନଙ୍କ ଶିକ୍ଷ୍ୟା , ସାମାଜିକ ଅଧିକାର ର ଜଣେ ବଳିଷ୍ଟ ସମର୍ଥକ ଓ ଅଗ୍ରଦୂତ ଭାବରେ ରହିଥିଲେ ।
ଡିକେନ୍ସ 1836 ମସିହା ରେ “ ଦି ପିକୱିକ ପେପର୍ସ “( The Pickwick Papers ) ନାମକ ଏକ ଧାରାବାହିକ ଲେଖା ପ୍ରକାଶ କରି ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ମାତ୍ର କିଛି ବର୍ଷ ମଧ୍ୟ ରେ ସେ ତାଙ୍କର ଲେଖା ରେ ସାମାଜିକ ଚରିତ୍ର ଗୁଡିକ ର ନିଖୁଣ ଚିତ୍ରଣ , ଲେଖା ରେ ନାଟକୀୟତା ତଥା ସମାଜ ର ସାଂପ୍ରତିକ ଘଟଣା ବଳି ର ଜୀବନ୍ତ ଭଙ୍ଗି ରେ ଉପସ୍ଥାପନା ପାଇଁ ଅନ୍ତର୍ଜାତିକ ସ୍ତର ରେ ପରିଚିତ ହେଇ ଗଲେ । ସେହି ସମୟ ରେ ତାଙ୍କର ଉପନ୍ୟାସ ମାସିକ ବା ସାପ୍ତାହିକ ପତ୍ରିକା ରେ ଧାରାବାହିକ ହିସାବ ରେ ପ୍ରକାଶିତ ହଉଥିଲା ।ସମୟ କ୍ରମେ ଭିକ୍ଟୋରିଆ ଯୁଗ ରେ ଏହା ସବୁଠାରେ ପ୍ରଚଳିତ ପ୍ରକାଶନ ଧାରା ରେ ପରିଣତ ହେଇଥିଲା । ତାଙ୍କର ଅନନ୍ୟ "ଧାରାବାହିକ ପ୍ରକାଶନ" ମଧ୍ୟମ ଦ୍ଵାରା ସେ ପାଠକ ମାନଙ୍କ ପ୍ରତିକ୍ରିୟା ଜାଣି ସେହି ଅନୁସାରେ ତାଙ୍କର ଆଗାମୀ ପର୍ଯ୍ୟାୟ ଲେଖା ର କାହାଣୀ କୁ ପରିବର୍ତନ କରୁଥିଲେ । ସେ ତାଙ୍କର ସର୍ବାଧିକ ଆଦୃତ ଉପନ୍ୟାସ “ ଦେଭିଡ କପରଫିଳ୍ଡ ‘ ( David Coppersfield ) ରେ "ମିସ ମିକାୱର" ଙ୍କ ଚରିତ୍ର ଦୁର୍ବଳତା କୁ ପ୍ରତିଫଳନ କରୁଥିବାର ମତ ଜାଣିବା ପରେ ତାହାକୁ ପରବର୍ତୀ ଅଧ୍ୟାୟ ରେ ସକାରାତ୍ମକ ଚରିତ୍ର ରେ ପରିବର୍ତନ କରିଥିଲେ । ସେ ସେହି ସମୟ ରେ ଇଂଲଣ୍ଡ ରାସ୍ତା ରେ ବୁଲୁଥିବା ବା କାରଖାନା ରେ ଶ୍ରମିକ ଥିବା ଅଶିକ୍ଷିତ ବାଳକ ମାନଙ୍କୁ ବସେଇ ତାଙ୍କୁ ମାସିକ ଧାରାବାହିକ ସବୁ ପଢି ଶୁଣାଉଥିଲେ ଓ ତାହା ଦ୍ଵାରା ସେମାନେ ଏକ ନୂତନ ଶ୍ରେଣୀ ର ପାଠକ ହେଇ ଅଣପରମ୍ପରିକ ଶିକ୍ଷ୍ୟା ମଧ୍ୟ ପାଉଥିଲେ । .[୩]
ତାଙ୍କ ସମୟ ରେ ଡିକେନ୍ସ ଜଣେ ପ୍ରବୃଦ୍ଧ ସାହିତ୍ୟିକ ଭାବରେ ଜଣା ଶୁଣା ହେଇ ସାରିଥିଲେ ଓ ୧୯୪୮ ମସିହା ରେ ତାଙ୍କର ଉପନ୍ୟାସ “A Christmas Carol,” ବହୁ ପ୍ରଶଂଷିତ ହେବା ସହ ଅନେକ ନୂତନ ଲେଖକ ଙ୍କ ପାଇଁ ମାର୍ଗଦର୍ଶକ ହେଇଥିଲା । ତାଙ୍କର ଉପନ୍ୟାସ “Oliver Twist “ଓ “ Great Expectations” ଆଦୃତ ହେବା ସହ ଆଦର୍ଶ ମଧ୍ୟ ହେଇଥିଲା । ତାଙ୍କର ଲେଖା ସବୁ କୁ ଭିକ୍କ୍ଟୋରିଆ ଯୁଗ ର ଉପୋନ୍ୟାସ ସାହିତ୍ୟ ର ଏକ ନିଦର୍ଶନ ଭାବରେ ନିଆଯାଇ ଆସୁଛି । ଲଣ୍ଡନ ଓ ପାରିସ ଦୁଇଟି ମୁଖ୍ୟ ଇଉରୋପୀୟ ମହାନଗରୀ ଉପରେ ପରଜ୍ଯବେଶିତ ଡିକେନ୍ସ ଙ୍କ ଉପନ୍ୟାସ “A Tale of Two Cities,” ରେ ସେ ଯୁଗ ର ଏକ ଶ୍ରେଷ୍ଠ ଏଇତିହାସିକ କାଳ୍ପନିକ ଉପନ୍ୟାସ ଭାବରେ ତାଙ୍କୁ ସ୍ବୀକୃତି ଦେଇଥିଲା । ଡିକେନ୍ସ ଙ୍କ ଲେଖା ସମୂହ କୁ ବିଶ୍ଵ ର ପ୍ରଖ୍ୟାତନାମା ଲେଖକ ଲିଓ ଟଲଷ୍ଟୟ , ଜର୍ଜ ଅରୱେଲ, ଓ ଜି . କେ . ଚେଷ୍ଟାରଟନ ଲେଖା ସମୂହ ରେ ରହିଥିବା ମାନବୀୟ ମୂଲ୍ୟବୋଧ, ବାସ୍ତବିକତା , ହସ୍ୟରସ , ଗଦ୍ୟ ଶୈଳୀ , ଚରିତ୍ର ଚିତ୍ରଣ ଶୈଳୀ ପାଇଁ ଭୂୟସୀ ପ୍ରସଂଶା କରିଥିଲେ । ଅପର ପକ୍ଷ ରେ ଓସ୍କାର ୱାଇଲ୍ଡ , ହେନେରୀ ଜେମ୍ସ ଓ ଭିର୍ଜିନିଆ ଊଲ୍ଫ ତାଙ୍କର ସାହିତ୍ୟ ରେ ମନସ୍ତାତ୍ଵିକ ଗଭୀରତା ର ଅଭାବ ଓ ହୁଗୁଳା ବିଷୟ ଲେଖୁ ଥିବାର ଅଭିଯୋଗ ମଧ୍ୟ କରିଥିଲେ । ତେବେ ତାଙ୍କର ଲେଖା ର ଶୈଳୀ “ ଡିକେନ୍ସଆନ” ଶୈଳୀ ଭାବରେ ପରିଚିତ ହେଇ ଦରିଦ୍ର ସାମାଜିକ ଅବସ୍ଥା ଓ ହାସ୍ୟ- କାରୁଣ୍ୟ ର ପରିଚୟ ଦେଇଥିଲା । [୪]
ପ୍ରାରମ୍ଭିକ ଜୀବନ
ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ ୭ ଫେବ୍ରୁଆରି ୧୮୧୨ ମସିହା ରେ ପୋର୍ଟ ସୀ ଦ୍ଵିପ ର , ମାଇଲ ଏଣ୍ଡ ଟେରାସ ( ବର୍ତମାନ ତାହା ୩୯୩ କମରସିଆଲ ରୋଡ )ଠାରେ ଜନ୍ ଡିକେନ୍ସ ଓ ଏଲିଜାବେଥ ଡିକେନ୍ସ ଙ୍କ ଆଠଟି ସନ୍ତାନ ମଧ୍ୟ ରୁ ଦ୍ଵିତୀୟ ସନ୍ତାନ ଭାବରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ବ୍ରିଟିଶ ନେଭି ର ଜେନ ଅଫିସର ଭାବରେ ସେଠାରେ ଅସ୍ଥାୟୀ ଭାବରେ ସ୍ଥାନିତ ଥିଲେ ତାଙ୍କ ପିତା ଙ୍କ ବନ୍ଧୁ ତଥା ଏକ କମ୍ପାନୀ ର ମାଲିକ "ଚୃଷ୍ଟୋଫଫର ହୁଫ୍ଫାମ "ଚାର୍ଲ୍ସ ଙ୍କ ଧରମବାପା ଭାବରେ ଥିଲେ ଓ ପରବର୍ତୀ କାଳ ରେ ଡିକେନ୍ସ ତାଙ୍କ ଉପନ୍ୟାସ " Dombey and Sons"( ୧୮୪୮ ମସିହା ରେ ରଚିତ ) ମକ ଏକ ଉପନ୍ୟାସ ରେ ଜାହାଜ କମ୍ପାନୀ ର ମାଲିକ ଭାବରେ ତାଙ୍କର ଚରିତ୍ର କୁ ହିଁ ଚିତ୍ରଣ କରିଥିବାର ବିଶ୍ଵାସ କରାଯାଇଥାଏ ।
I୧୮୧୫ ମସିହା ରେ ଜନ ଡିକେନ୍ସ ଙ୍କୁ ଇଂଲଣ୍ଡ ରେ ସ୍ଥାପିତ କରାଗଲା ଓ ସେତେବେଳେ ଚାର୍ଲ୍ସ ଙ୍କୁ ୪ ବର୍ଷ ହେଇଥିଲା । ସେ ୧୧ ବର୍ଷ ହେବା ଯାଏ ସେଠାରେ ଶିର୍ନେସ ଓ କେଣ୍ଟ ଠାରେ ରହିଥିଲେ ।[୬] ତାଙ୍କର ବାଲ୍ୟ କାଳ ଅତ୍ୟନ୍ତ ସାଧାରଣ ଥିଲା ଓ ଏକ ବୃହତ ପରିବାର ରେ ଥିବା ହେତୁ ବିଶେଷ କିଛି ସ୍ଵତନ୍ତ୍ର ଯତ୍ନ ପାଇ ନଥିଲେ । .[୭]
ବାଳକ ଚାର୍ଲ୍ସ ବେଶି ସମୟ ବାହାରେ ରହୁଥିଲେ ଓ ଜଣେ ସର୍ବଗ୍ରାସି ପାଠକ ଥିଲେ । ସେ ତାଙ୍କ ସମୟ ରେ ଜନପ୍ରିୟ ଥିବା "ତୋବିଅସ ସ୍ମଲେଟ" , "ହେନେରୀ ଫିଲଡିଙ୍ଗ" ଆଦି ଲେଖକ ଙ୍କ ଚିତ୍ରିତ ଉପନ୍ୟାସ ଓ "ରବିନସନ କୃଶୋ " ," ଗିଲ ବ୍ଳାସ " ପରି ଜନପ୍ରିୟ ଉପନ୍ୟାସ ପଢିବା ସହ " ଆରବିଆନ ନାଇଟ" ଏଲିଜାବେଥ ଇଞ୍ଚବାଲ୍ଡ[୮] ଙ୍କ ହାସ୍ୟ ଲେଖବାଳି ସଂଗ୍ରହ କୁ ବାରମ୍ବାର ପଠନ କରୁଥିଲେ । ତାଙ୍କର ସ୍ମୃତି ଶକ୍ତି ପ୍ରଖର ଥିଲା ଓ ତାହା ତାଙ୍କ ପାଇଁ ପରବର୍ତୀ ଲେଖକ ଜୀବନ ରେ ବହୁ ଉପାଦେୟ ହେଇଥିଲା । ସେ ଜନସାଧାରଣ ଙ୍କ ଭିତରେ ଲକ୍ଷ୍ୟ କରୁଥିବା ଘଟଣା ସବୁ ମନେ ରଖିପାରୁଥିଲେ ଓ ଉପନ୍ୟାସ ରଚନା ବେଳେ ସେହି ଘଟଣା ବଳି କୁ ସୁନ୍ଦର ରୂପ ଦେଇ କାଳ୍ପନିକ ଚରିତ୍ର ସବୁ[୯] ର ଚିତ୍ରଣ କରିପାରୁଥିଲେ ।ସେ କିଛି କାଳ ନୌସେନା ବିଭାଗ ରେ ତାଙ୍କ ପିତା ଙ୍କ ସ୍ଥାନ ରେ ଦରମା ଅଫିସର ଭାବରେ କାର୍ଯ୍ୟ ପାଇଥିଲେ ଓ ସେହି ସମୟ ରେ କିଛି ବେସରକାରୀ ସ୍କୁଲ ଶିକ୍ଷ୍ୟା ହାସଲ କରିଥିଲେ । [୧୦]
୧୮୨୨ ମସିହା ବେଳକୁ ଚାର୍ଲ୍ସ ଙ୍କ ପରିବାର ଲଣ୍ଡନ ଫେରି ଆସିଲେ ଓ ତାଙ୍କ ପିତା ସେତେବେଳେ ବହୁତ ରୁଣ ଗ୍ରସ୍ତ ହେଇ ସାରିଥିଲେ । ତାଙ୍କୁ ସେଥିପାଇଁ ପରିବାରସହ ସେହି ସମୟ ର ପ୍ରଥା ଅନୁସାରେ ମର୍ଶଲସୀ ଜୈଲ ରେ ରହିବାକୁ ହେଲା । କେବଳ ଚାର୍ଲ୍ସ ଏଲିଜାବେଥ ରୟଲାନ୍ସ ନାମିକା ଜଣେ ପାରିବାରିକ ବନ୍ଧୁ ଙ୍କ ସହ ରହିବାକୁ ହେଲା । ଏଲିଜାବେଥ ବୟସ୍କା ଦରିଦ୍ର ମହିଳା ଥିଲେ ମଧ୍ୟ ଚାର୍ଲ୍ସ ତାଙ୍କ ଠାରୁ ଖୁବ ସ୍ନେହ ଆଦର ପାଇଥିଲେ ଓ ତାଙ୍କ ଚରିତ୍ର ତାଙ୍କ ଉପନ୍ୟାସ " Dombey and Sons " ଉପନ୍ୟାସ ରେ ଜଣେ ଆଦରଣୀୟା ମହିଳା " ମିସେସ ପିପଚିନ " ଭାବରେ ଚିତ୍ରିତ କରି ଥିଲେ । ତାହା ପରେ ସେ କିଛି କାଳ ଜଣେ ବୟସ୍କ ଏଜେଣ୍ଟ " ଆର୍ଚିବାଲ୍ଡ ରସେଲ " ଙ୍କ ଗୃହ ରେ ରହିଥିଲେ । ତାଙ୍କୁ ଡିକେନ୍ସ " ଜଣେ ଖୁସ ମିଜାଜ , ଦୟାଳୁ ଭଦ୍ରବ୍ୟକ୍ତି " ଭାବରେ ତାଙ୍କ ଜୀବନୀ ରେ ଉଲ୍ଲେଖ କରିଥିଲେ ଓ ସେ ହିଁ ଡିକେନ୍ସ ଙ୍କ " The Old Curiosity Shop." ଉପନ୍ୟାସ ରଚନା ମୂଳ ର ପ୍ରେରଣା ଥିଲେ । [୧୨]
ନିଜ ଜେଲ ଗ୍ରସ୍ତ ପରିବାର ପାଇଁ ଅର୍ଥ ଅର୍ଜନ ପାଇଁ ସେ ସ୍କୁଲ ଛାଡି ଏକ ଜୋତା ରଙ୍ଗ କାରଖାନା ରେ ସାମାନ୍ଯ ମଜୁରି ରେ ଦୈନିକ ୧୦- ଘଣ୍ଟା କାମ କରୁଥିଲେ । ଏହି କଠିନ ସମୟ ର ସ୍ମୃତି ଓ ଅନୁଭୂତି ତାଙ୍କ ଉପନ୍ୟାସ ମାନଙ୍କ ରେ ପ୍ରତିଫଳିତ ହେଇଥିଲା । ସେହି ସମୟ ରେ ଅଳ୍ପ ବୟସ ର ଦରିଦ୍ର ବାଳକ ମାନଙ୍କୁ କିପରି ଶୋଷଣ କରାଯାଉଥିଲା ତାହା ଡିକେନ୍ସ ଙ୍କ ନିଜେ ଅଙ୍ଗେ ନିଭେଇଥିବା କଥା ହେଇଥିବାରୁ ପରବର୍ତୀ ଜୀବନ ରେ ତାଙ୍କ ଉପନ୍ୟାସ ମାନଙ୍କୁ ସେହି ଦରିଦ୍ର , ଅର୍ଦ୍ଧ -ପାଠୁଆ ବାଳକ ଚରିତ୍ର କୁ ସେ ଖୁବ ଜୀବନ୍ତ ଭାବରେ ଫୁଟେଇଥିଲେ ଓ ନିଜେ ସେମାନକ ଜୀବନ ର ଉନ୍ନତି ପାଇଁ ଅନେକ ସାମାଜିକ ସେବା କରିଥିଲେ । ( The Life of Charles Dickens):
କିଛି ମାସ ଜୈଲ ରେ ରହିବା ପରେ ଚାର୍ଲ୍ସ ଙ୍କ ପିତାମହୀ ଏଲିଜାବେଥ ଡିକେନ୍ସ ଙ୍କ ପରଲୋକ ଘଟିଲା ଓ ତାଙ୍କର ଦାୟାଦ ଭାବରେ ଚାର୍ଲ୍ସ ଙ୍କ ବାପା ତାଙ୍କ ସମ୍ପତ୍ତି ଉତ୍ତରାଧିକାରୀ ଭାବରେ ପାଇ ରୁଣ ସୁଝି ଜୈଲ ରୁ ମୁକ୍ତ ହେଲେ ।ଓ ତାଙ୍କ ପରିବାର ମିସେସ ରୋଏଲେନ୍ସ ଙ୍କ ବାସ ଭବନ କୁ ଚାଲିଗଲେ । [୧୩] ତେବେ ଚାର୍ଲ୍ସ ଙ୍କ ମାତା ତାଙ୍କୁ ଜୋତା କାରଖାନା ଚାକିରି ନ ଛାଡିବାକୁ ସେଇଠି ରହିଯିବାକୁ କହିଥିଲେ । ତାଙ୍କ ମାତା ଙ୍କ ଏପରି ପକ୍ଷ୍ୟପାତ ମୂଳକ ବ୍ୟବହାର ବ୍ୟବହାର ବାଳକ ଚାର୍ଲ୍ସ ଙ୍କ ମନରେ ଗଭୀର ଆଘାତ ଦେଇଥିଲା । ପରବର୍ତୀ କାଳ ରେ ତାଙ୍କର ଉପନ୍ୟାସ ରେ ସମାଜ ରେ ଥିବା ସେହିପରି ମହିଳା ଙ୍କ ଚିତ୍ରଣ ସେ ନିଖୁଣ ଭାବରେ କରିଥିଲେ । ଓ ତାଙ୍କର ମହିଳା ଙ୍କ ପ୍ରତି ଆଭିମୁଖ୍ୟ ରେ କିଛିଟା ବିତୃଷ୍ଣା ତାଙ୍କ ଲେଖା ରେ ପ୍ରତିଫଳିତ ହେଇଥିଲା ।[୧୪]
ତାଙ୍କର "David Copperfield "[୧୫] ଉପନ୍ୟାସ ରେ ଥିବା ସେହି ସଦୃଶ ଅବହେଳିତ ବାଳକ ଚରିତ୍ର ଡାଭିଡ ପ୍ରକୃତ ରେ ତାଙ୍କ ନିଜ ବାଲ୍ୟାବସ୍ଥା ର ଘରଣାବଳୀ ଦ୍ଵାରା ପ୍ରେରିତ ହେଇଥିଲା ।ସେ ଲେଖିଥିଲେ ,
" ମୁ କାହା ଠାରୁ ଉତଶାହ ପାଇ ନାହିଁ , ଶାନ୍ତନା ପାଇ ନାହିଁ , ସାହାଯ୍ୟ ପାଇ ନାହିଁ, ଦୟା ପାଇ ନାହିଁ , ଓ ଏହି ହିସାବ ରେ ମୁ ସ୍ଵର୍ଗ କୁ ଯିବାର ଆଶା ରଖିଛି । " "I had no advice, no counsel, no encouragement, no consolation, no assistance, no support, of any kind, from anyone, that I can call to mind, as I hope to go to heaven!"
ପରିଶେଷ ରେ ୧୮୨୭ ମସିହା ରେ ଡିକେନ୍ସ ୱେଲିଂଟନ ଏକାଡେମି ନାମକ ସ୍କୁଲ ରେ ଦୁଇବର୍ଷ ପଢିଥିଲେ ।ମାତ୍ର ତାହା ଏକ ଅତ୍ୟନ୍ତ ନିମ୍ମ ମନର ସ୍କୁଲ ଥିଲା । ସେଠାରେ ହେଡ ମାଷ୍ଟର ପିଲା ମାନଙ୍କୁ ବଡ ନିର୍ଦୟ ଭାବରେ ବ୍ୟବହାର କରୁଥିଲେ ।ତାଙ୍କ ଚରିତ୍ର କୁ ଡିକେନ୍ସ ପରେ "David Copperfield " ଉପନ୍ୟାସ ରେ ମିଷ୍ଟର କ୍ରୀକୀଳ ଙ୍କ ସ୍କୁଲ ଶିକ୍ଷକ ଭାବରେ ଚିତ୍ରଣ କରିଥିଲେ । [୧୬]
୧୮୨୭ ମେ ରୁ ୧୮୨୮ ନଭେମ୍ବର ଯାଏ ଏକ ଲ - ପ୍ରତିଷ୍ଠାନ ରେ କିରାଣୀ ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟ ରେ ପ୍ରତ୍ୟହ ଥିଏଟର କୁ ମଞ୍ଚ ନାଟକ ଦେଖିବାକୁ ଯାଉଥିଲେ । ସେ ସେହି ସମୟ ରେ ଶର୍ଟ-ହାଣ୍ଡ[୧୭] ଲେଖିବା ଅଭ୍ୟାସ କରି ପରବର୍ତୀ କାଳ ରେ ସମ୍ପାଦକ ହିସାବ ରେ କାର୍ଯ୍ୟ କଳା ବେଳେ ତାହାର ପ୍ରୟୋଗ କରିଥିଲେ । ପ୍ରଥମ କାଳ ରେ " Doctors Commons" ନାମକ ପତ୍ରିକା ରେ ବିଚାର ବିଭାଗୀୟ ରିପୋର୍ଟ ସବୁ ୪ ବର୍ଷ ପାଇଁ ଲେଖୁଥିଲେ । [୧୮][୧୯]
୧୮୩୦ ମସିହା ରେ ଚାର୍ଲ୍ସ ମାରୀଆ ବିଡନେଲ ନାମକ ଝିଅ ଙ୍କ ପ୍ରେମ ରେ ପଡିଥିଲେ ମଧ୍ୟ ମାରୀଆ ଙ୍କ ପରିବାର ଏହାକୁ ସ୍ବୀକୃତି ନ ଦେଇ ମାରୀଆ ଙ୍କୁ ପଢିବା ପାଇଁ ପାରିସ ପଠେଇ ଦେଇଥିଲେ ଓ ଏଥିରେ ଚାର୍ଲ୍ସ ଙ୍କ ପ୍ରେମ ସମ୍ପର୍କ ରେ ଜବନିକା ପଡିଥିଲା । .[୨୦]
ସମ୍ବାଦିକତା ଓ ପ୍ରାରମ୍ଭିକ ଉପନ୍ୟାସ ସବୁ
୧୮୩୨ ମସିହା ରେ ମାତ୍ର ୨୦ ବର୍ଷ ବୟସ୍କ ଚାର୍ଲ୍ସ ଜୀବନ ର ଅନୁଭୂତି ରେ ସମ୍ବରୁଧ ହେଇ ସାରିଥିଲେ । ଦିଗହରା ଅନୁଭବ କରୁଥ୍ଯିଲେ ମଧ୍ୟ ସେ ଉଚ୍ଛାଭିଲାଶ ରଖିଥିଲେ । ସେ ଥିଏଟର ରେ ପ୍ରବେଶ କରି ସେଠାରେ ମିମିକ୍ରୀ ବା ଅନନ୍ୟ ଚରିତ୍ର ମାନଙ୍କ ହାସ୍ୟାଭିନୟ ର ନକଲ ପ୍ରଦର୍ଶନ କଲେ ।ତାହା ପରେ ସେ ଲେଖକ ହିସାବ ରେ ତାଙ୍କର ଅଧ୍ୟାୟ ଆରମ୍ଭ କରିଥିଲେ । ୧୯୩୩ ମସିହା ରେ ସେ ତାଙ୍କର ପ୍ରଥମ ଗଳ୍ପ " "A Dinner at Poplar Walk",ଲଣ୍ଡନ ର ପତ୍ରିକା l "Monthly Magazine" କୁ ପ୍ରେରଣା କଲେ । ଏହା ପରେ ତାଙ୍କର ମାମୁଁ ତାଙ୍କୁ The "Mirror of Parliament " ନାମକ ବ୍ରିଟିଶ ପାର୍ଲାମେଣ୍ଟ ର ଜର୍ନାଲ ରେ ରେ ରିପୋର୍ଟର ଭାବରେ କାର୍ଯ୍ୟ ନିର୍ବାହ କଲେ ।ଏଥିରେ ସେ ପାର୍ଲିଆମେଣ୍ଟ ର ବିତର୍କ ର ବିବରଣୀ ପ୍ରକାଶ କରୁଥିଲେ । ଏହି ସମୟ କାଳ ମଧ୍ୟ ରେ ସେ ତାଙ୍କର ପ୍ରଥମ ପ୍ରବନ୍ଧ ସଂଗ୍ରହ " : Sketches by Boz" ପ୍ରକାଶ କରିଥିଲେ । ଏଥିରେ ନିଜ କଲମ-ନାମ "Boz" ଭାବରେ ଉଲ୍ଲେଖ କରୁଥିଲେ । ୧୯୩୫ ମସିହା ରେ ସେ ପ୍ରସିଦ୍ଧ ସମ୍ପାଦକ ହୋଗର୍ଥ ଙ୍କ ସଂଶର୍ଷ ରେ ଆସି ତାଙ୍କ ପ୍ରକାଶିତ "Morning Chronicle"ରେ ଲେଖା ମନ ଦେବା ସହ ତାଙ୍କ ପରିବାର ର ନିକଟତର ହେଇଥିଲେ ଓ ହୋଗର୍ଥ ଙ୍କ ସାନ ଝିଅ କାଥେରିନ ଙ୍କ ସହ ନିବିଡତା ସୃଷ୍ଟି କରିଥିଲେ ।ସେ ତାଙ୍କୁ ୧୮୩୬ ମସିହା ରେ ବିବାହ କରିଥିଲେ । [୨୧] .[୨୨]
ଏହା ପରେ ତାଙ୍କର ଧାରାବାହିକ ଲେଖା " The Pickwick Papers" ବହୁଳ ଭାବରେ ଆଦୃତ ହେବାରେ ଲାଗିଲା । ଅଙ୍କିତ ଚିତ୍ର ସହ ପ୍ରକାଶିତ ହଉଥିବା ଏହି ଧାରାବାହିକ ଯୋଗୁଁ ମେଗାଜିନ ର ବିକ୍ରୟ କ୍ରମଶଃ ୪୦,୦୦୦ ରୁ ଅଧିକ ହେଇଯାଇଥିଲା ଓ ପତ୍ରିକା ର ଜନପ୍ରିୟତା ଏଥିଯୋଗୁ ବହୁଳ ଭାବରେ ବର୍ଦ୍ଧନ ହେଇଥିଲା [୨୩]। ୧୮୩୬ ମସିହା ରେ ଡିକେନ୍ସ "Bentley's Miscellany" ନାମକ ପତ୍ରିକା ର ସମ୍ପାଦକ ପଦ ଗ୍ରହଣ କରି ପରବର୍ତୀ ୩ ବର୍ଷ ଏଥିରେ ଧାରାବାହିକ ପ୍ରକାଶନ କରିଥିଲେ । ଏହା ସହ ସେ " Oliver Twist " କୁ ଧାରାବାହିକ ଭାବରେ ଆରମ୍ଭ କରିଥିଲେ । ଏକ ବାଳକ ର କାହାଣୀ କୁ ନେଇ ଉପନ୍ୟାସ ଭାବରେ ଏହା ଭିକ୍ଟୋରିଆ ଯୁଗ ର ପ୍ରଥମ ଉପନ୍ୟାସ ଥିଲା ।[୨୪]
୧୮୩୭ ମସିହା ରେ ଡିକେନ୍ସ ଓ କାଥେରିନ ଙ୍କ ଔରସ ରୁ ପୁତ୍ର ଚାର୍ଲି ଜନ୍ମ ହେଇଥିଲା । ଡିକେନ୍ସ ଙ୍କ ପରିବାର ସେହି ସମୟ ରେ ତାଙ୍କ ଭାଇ ଫ୍ରେଡରିକ ଓ କାଥେରୀନ ଙ୍କ ଭଉଣୀ ମାରି ଙ୍କ ସହ ଏକାଠି ରହୁଥିଲେ । କିନ୍ତୁ ମାରି ହଠାତ ବ୍ୟାଧି ଗ୍ରସ୍ତ ହେଇ ମୃତ୍ୟୁ ବାରାଁ କରିବା ଘଟଣା ଚାର୍ଲ୍ସ ଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା ଓ ସେ କିଛି କାଳ ଲେଖା ବନ୍ଦ କରିଦେଇଥିଲେ । ମାରି ଙ୍କୁ ଏ ଖୁବ ସ୍ନେହା କରୁଥିଲେ ଓ ତାଙ୍କୁ ତାଙ୍କର ଏକ ଉପନ୍ୟାସ ରେ " Rose Maylie" ଚରିତ୍ର ଭାବରେ ଆଦର ର ସହ ଚିତ୍ରଣ କରିଥିଲେ । ସେହି ସମୟ ରେ ତାଙ୍କର ପ୍ରସିଦ୍ଧ ଲେଖକ ଜନ ଫୋଷ୍ଟର ଙ୍କ ସହ ବନ୍ଧୁତା ହେଇଥିଲା । ଜନ ପରେ ତାଙ୍କର ବନ୍ଧୁ , ମେନେଜର ଓ ଆତ୍ମଜୀବନୀ ରଚୟିତା ଭାବରେ ପରିଚିତ ହେଇ ନିଜେ ଜଣେ ସ୍ବନାମଧନ୍ୟ ଲେଖକ ହେଇପାରିଥିଲେ । .[୨୫]
ଇଏହି ସମୟ ରେ ସାହିତ୍ୟ କୃତି ସବୁ "Nicholas Nickleby"(୧୮୩୮-୩୯ ), "The Old Curiosity Shop" (୧୮୪୧) ପ୍ରଥମ ଏଇତିହାସିକ ଉପନ୍ୟାସ " Barnaby Rudge: A Tale of the Riots of 'Eighty," "Master Humphrey's Clock " (୧୮୪୦-୪୧ ), ଧାରାବାହିକ ଭାବେ ପ୍ରକାଶ ହେଇ ପରେ ପୁସ୍ତକ ଆକାର ରେ ପ୍ରକାଶିତ ହେଇଥିଲା । .[୨୬]
ପ୍ରଥମ ଆମେରିକା ଭ୍ରମଣ
୧୮୪୨ ମସିହା ରେ ସେ ସପତ୍ନୀକ ଆମେରିକା ଯାତ୍ରା କରିଥିଲେ [୨୭]। ସେହି ସମୟ ରେ କାଥେରୀନ ଙ୍କ ଭଗିନୀ ଜର୍ଜିନା [୨୮]ତାଙ୍କର ପରିବାର ର ଦେଖଣା କାର୍ଯ୍ୟ କରିଥିଲେ ଓ ସେ ୧୮୭୦ ମସିହା ରେ ଡିକେନ୍ସ ଙ୍କ ମୃତ୍ୟୁ ଯାଏ ପରିବାର ସହ ରହିଥିଲେ । ତାଙ୍କ ଚରିତ୍ର ଚିତ୍ରଣ ଡିକେନ୍ସ ତାଙ୍କ "Agnes Wickfielda" ଚରିତ୍ର ରେ ଚିତ୍ରଣ କରିଥିଲେ । .[୨୯]
ଡିଏନ୍ସ ତାଙ୍କର ଆମେରିକା ଭ୍ରମଣ ର ଅନୁଭୂତି ସବୁ କୁ " American Notes for General Circulation " ନାମକ ଭ୍ରମଣ ପୁସ୍ତକ ରେ ଲିପିବଦ୍ଧ କରିଛନ୍ତି । ସେଥିରେ ସେ ଆମେରିକା ରେ ଥିବା କୃଷ୍ଣକାୟ ମାନଙ୍କୁ କ୍ରୀତଦାସ[୩୦] ଭାବରେ ରଖିବା ପ୍ରଥା କୁ ଗଭୀର ସମାଲୋଚନା କରିଥିଲେ । କିନ୍ତୁ ଆମେରିକା ର କେତେକ ସମାଲୋଚକ ତାଙ୍କୁ ବର୍ଣ ବିଦ୍ବେଷବାଦୀ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ । ସେ ନିଉ ୟର୍କ ସହର ରେ ମାସେ କାଳ ଅବସ୍ଥାନ କରିଥିଲେ । ସେହି ସମୟ ରେ ସେ ବ୍ୟାପକ ଭାବରେ ବକୃତା ମାନ ଦେଇଥିଲେ ଆମେରିକା ରେ ତାଙ୍କ ର ଲେଖା ଗୁଡିକ ର ସତ୍ଵବାଦୀ ଅଧିକାର[୩୧][୩୨][୩୩] ର ଉଲ୍ଲଘନ ହେଇଥିବାର ଅଭିଯୋଗ କରିଥିଲେ । ତେବେ ଆମେରିକାନ ସାମ୍ବାଦିକ ମନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତଥାପି ସେ ଆମେରିକା ରେ ତାଙ୍କର ଉତ୍କୃଷ୍ଟ ଲେଖା ପାଇଁ ବହୁଳ ପ୍ରଶଂଷିତ ହେଇଥିଲେ ।
ତାଙ୍କର [ ଆମେରିକା] ଅନୁଭୂତି ରୁ ସେ ଅନେକ ନୂତନ ଚରିତ୍ର ଚିତ୍ରଣ ପାଇଁ କଥାବସ୍ତୁ ପାଇଥିଲେ ଓ ତାହାର ସଦୁପଯୋଗ ତାଙ୍କର ପରବର୍ତୀ ଲେଖା ମାନଙ୍କରେ ତାହା ସ୍ଥାନିତ କରିଥିଲେ । .
୧୮୪୪ ମସିହା ରେ ଡିକେନ୍ସ ଇଟାଲୀ ରେ କିଛି କାଳ ଅବସ୍ଥାନ କରି ସେଠାରୁ ସ୍ଵିଜର୍ଲାଣ୍ଡ ଯାତ୍ରା କରିଥିଲେ । ଏହି ସମୟ ମଧ୍ୟ ରେ ରଚନା କରିଥିବା "Dombey and Son" (୧୮୪୬-48) ଓ "David Copperfield" (୧୮୪୯-୫୦ ) ଉପନ୍ୟାସ ର ବିଷୟବସ୍ତୁ ଅଧିକ ଗଭୀରତା ର ସହିତ ସାବଧାନତା ସହ ଯୋଜନା କରି ଲେଖା ଯାଇଥିବାର ଦେଖାଯାଇଥାଏ ।
ଦାତବ୍ୟତା
୧୮୪୬ ମସିହା ରେ ଡିକେନ୍ସ ଆଙ୍ଗେଲା ବରଦେତ୍ କଉତ୍ ନାମକ ଜେନ ଧନିକ ମହିଳା ଙ୍କ ଆର୍ଥିକ ସହାୟତା ରେ ଇଂଲଣ୍ଡ ର ଦରିଦ୍ର ଓ ଅସହାୟ ବସ୍ତା ରେ ଥିବା ପତିତା ମହିଳା ଙ୍କ ପୁନର୍ବାସ ବ୍ୟବସ୍ଥା ପାଇଁ " Urinaa cottege " ନାମକ ଏକ ଅବାସ ସ୍ଥାପନ କରି ତାହାକୁ ୧୦ ବର୍ଷ [୩୪]କାଳ ନୀତି ନିର୍ଧାରଣ , ଆବାସୀ ଚୟନ କାର୍ଯ୍ୟ ସହ ପରିଚାଳନା କରିଥିଲେ ।[୩୫] ଏଥିରେ ସେ ସେହି ପତିତା ମହିଳା ମନକୁ ସମାଜ ରେ ପୁନର-ସଂସ୍ଥାପନା ପାଇଁ ଶିକ୍ଷା ଦାନ ର ମଧ୍ୟ ବ୍ୟବସ୍ଥା ରଖିଥିଲେ । ତାଙ୍କ ସମୟ କାଳ ମଧ୍ୟ ରେ ସେଠାରୁ ପ୍ରାୟ ୧୦୦ ଜଣ ମହିଳା ଗ୍ରାଜୁଏଟ ହେଇ ପାରିଥିଲେ । [୩୬]
ଧାର୍ମିକ ଦୃଷ୍ଟିକୋଣ
ସାଙ୍ଗଠନିକ ଧର୍ମ ପାଇଁ ଡିକେନ୍ସ ଙ୍କ ସୃହା ନ ଥିଲା । ବାଧ୍ୟ ବଧକତା ରେ ଲୋକଙ୍କୁ ରବିବାର ଦିନ ଚର୍ଚ ଭିତରେ ରଖିବା ପରମ୍ପରା ର ସେ ବିରୋଧୀ ଥିଲେ ଓ ନିଜେ ରବିବାର ଦିନ ଚର୍ଚ ସଭା କୁ ଯାଉନଥିଲେ ।[୩୭] କିନ୍ତୁ ତାଙ୍କର ଖ୍ରୀଷ୍ଟ ଙ୍କ[୩୮] ପ୍ରତି ଅଗାଢ ଭକ୍ତି ରହିଥିଲା । ସେ ନିଜକୁ ନୈଷ୍ଠିକ ଖ୍ରୀଷ୍ଟିୟାନ[୩୯][୪୦] ବୋଲି କହୁଥିଲେ ।ସେ " The Life of Our Lord (୧୮୪୯) " ନାମକ ଏକ ଧର୍ମ ସମ୍ବନ୍ଧିତ ପୁସ୍ତକ ମଧ୍ୟ ରଚନା କରିଥିଲେ । [୪୧][୪୨] [୪୩]
ମାଧ୍ୟମ କାଳ
୧୮୪୯-୫୦ ମସିହା ରେ ତାଙ୍କ ରଚିତ " David Copperfield " ତାଙ୍କ ନିଜର ପ୍ରିୟା ଉପନ୍ୟାସ ଭାବରେ ସେ କହିଥାନ୍ତି । ପରେ ସେ ୧୮୫୨-୫୩ ରେ "Bleak House " ୧୮୫୪ ମସିହା ରେ " Hard Times" ଓ ୧୮୫୬ ମସିହା ରେ " Little Dorrit" ରଚନା କରିଥିଲେ ।[୪୪]
୧୮୫୭ ମସିହା ରେ ଡିକେନ୍ସ ପେଶଗତ ଅଭିନେତ୍ରୀ ଆଣି ତାଙ୍କ ରଚିତ " The Frozen Deep "ର ମଞ୍ଚସ୍ଥ କରେଇଥିଲେ । ସେହି ନାଟକ ର ଅଭିନେତ୍ରୀ ଏଲେନ ତେରନାନ ଙ୍କ ସହ ତାଙ୍କର ପ୍ରେମ ସମ୍ବନ୍ଧ ମଧ୍ୟ ସ୍ଥାପିତ ହେଇଥିଲା ଓ ଏହା ତାଙ୍କ ଜୀବନ ର ଶେଷ କାଳ ଯାଏ ରହିଥିଲା । ଏହା ଦ୍ଵାରା ତାଙ୍କର ପତ୍ନୀ ତାଙ୍କୁ ଛାଡପତ୍ର ଦେଇଥିଲେ ଓ ନିଜେ ଜେନ ସନ୍ତାନ କୁ ନେଇ ଭିନ୍ନ ହେଇ ରହିଥିଲେ । [୪୫]
ତାଙ୍କର ପରବର୍ତୀ କାର୍ଯ୍ୟ ସବୁ "A Tale of Two Cities" (୧୮୫୯ ) and "Great Expectations" (୧୮୬୧ ),ଅତ୍ୟନ୍ତ ସଫଳତା ପ୍ରାପ୍ତ ହେଇଥିଲା ଓ ସେ ଦୁଇଟି ଜର୍ନାଲ " Household Words "ଓ " All the Year Round"ମୁଖ୍ୟ ଲେଖକ ଥିଲେ । .[୪୬]
ଅନ୍ତିମ ଜୀବନକାଳ
୧୮୬୫ ଜୁନ ୯ ତାରିଖ ରେ ଡିକେନ୍ସ ପାରିସ ରୁ ଫେରୁଥିବା ବେଳେ ରେଳ ଦୁର୍ଘଟଣା ର ସମ୍ମୁଖୀନ ହେଇଥିଲେ । ସୌଭାଗ୍ୟ ଯୋଗୁ କେବଳ ସେ ବସିଥିବା ବଗି ସେତୁ ଉପରୁ ଖସି ପଡିବାରୁ ବର୍ତି ଯାଇଥିଲା ଓ ସେ ନିଶ୍ଚିତ ମୃତ୍ୟୁ ରୁ ବଞ୍ଚିଯାଇଥିଲେ । ସିଗନ୍ଯାଲ ମେନ ର ତ୍ରୁଟି ଯୋଗୁଁ ଏହା ଘଟିଥିଲା । .[୪୭].[୪୮]
ଆମେରିକା କୁ ଦ୍ଵିତୀୟ ଭ୍ରମଣ
ବିଦାୟକାଳୀନ ବକୃତା
୧୮୬୮-୬୯ ବେଳକୁ ଡିକେନ୍ସ ଙ୍କ ଶ୍ଵାସ୍ୟ ଅବସ୍ଥା ଖରାପ ଆଡକୁ ଯାଇଥିଲା । ସେ ହୃଦଘାତ ରେ ମଧ୍ୟ ପଡିଥିଲେ । ତେବେ ସେ ସେହି ସମୟ ମଧ୍ୟ ରେ ପରି ୧୦୦ ଟି ବକୃତା ବିଭିନ୍ନ ସ୍ଥାନ ରେ ଦେଇଥିଲେ ଯାହାକୁ " farewell readings" ବା " ବିଦାୟକାଳୀନ ବକୃତ ମାଳ " କୁହାଯାଇଥାଏ । ଏହି ସମୟ ରେ ସେ ତାଙ୍କର ଶେଷ ଉପନ୍ୟାସ " The Mystery of Edwin Drood." ରଚନା କରିଥିଲେ । ଏହା ସାଂପ୍ରତିକ ସମୟ ରେ ଇଂଲଣ୍ଡ ରେ ଭୟଙ୍କର ରୂପ ନେଇଥିବା " ନିଶା " ପ୍ରଚଳନ ଉପରେ ପର୍ଜ୍ୟବେଶିତ ଥିଲା । .[୪୯]
ମୃତ୍ୟୁ
୧୮୭୦ ଜୁନ ୮ ତାରିଖ ରେ ସେ ସରାଦିନ କାର୍ଯ୍ୟ କଳା ପରେ ପୁଣି ହୃଦଘାତ ର ଶିକାର ହେଇ ତାହା ପରଦିନ ପ୍ରାଣତ୍ୟାଗ କରିଥିଲେ । ଡିକେନ୍ସ ତାଙ୍କୁ ଏକ ସାଧାରଣ କବରଖାନା ରେ ନିରାଡମ୍ବର ଭାବରେ କବର ଦେବାକୁ ଆଗରୁ ଇଚ୍ଛା[୫୧] ପ୍ରକଟ ଟ କରିଥିଲେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ସମ୍ମାନ ର ସହିତ ଇଂଲଣ୍ଡ ର ସମ୍ଭ୍ରାନ୍ତ ୱେଷ୍ଟମିନଷ୍ଟ ଠାରେ " Poets' Corner" ଠାରେ କବର ଦିଆଯାଇଥିଲା । ତାଙ୍କ ମୃତ୍ୟୁ ରେ ଇଂଲଣ୍ଡ ର ଦଳିତ , ଅବହେଳିତ , ନିଷ୍ପେସିତ ଲୋକ ମନେ ଜଣେ ସାହାଯ୍ୟକର୍ତା , ସହାନୁଭୂତିଶିଳ ମହାନ ବ୍ୟକ୍ତି ଙ୍କୁ ହରେଇଥିଲେ । [୫୨][Charles_Dickens#cite_note-120 [nb 1]][nb ୧]
ସାହିତ୍ୟିକ ଶୈଳୀ
[୫୩]ଚାର୍ଲ୍ସ ଡିଲେନ୍ସ ତାଙ୍କର ଲେଖା ରେ ପୁରାତନ ୧୮ ଶ ଶତାବ୍ଦୀ ର ଚିତ୍ରମୟ ଶୈଳୀ କୁ ଗ୍ରହଣ କରିଥିଲେ । ଲୋକ କଥା " The Arabian Night ' ର ଶୈଳୀ ଦ୍ଵାରା ତାଙ୍କର ଲେଖା ବହୁଳ ଭାବରେ ପ୍ରଭାବିତ ରହିଥିଲା । ତାଙ୍କ ଲେଖା ରେ ସୃଜନଶୀଳତା , ଚରିତ୍ର ର ନିଖୁଣ ବର୍ଣନା ଅତି ପ୍ରାକୃତିକ ଭାବରେ ରହୁଥିଲା । ଏହି ସବୁ ଲେଖା ରେ ସେ ନାଟକୀୟତା କିଛି ମାତ୍ରା ରେ ରଖୁଥିଲେ ମଧ୍ୟ ତାହା ବାସ୍ତବିକତା ସହ ଖାପ ଖାଇ ରହୁଥିଲା ।[୫୪] [୫୫]
ଚରିତ୍ର ଚିତ୍ରଣ
ଡିକେନ୍ସ ଙ୍କ ଅନ୍ୟ ଜଣେ ଆତ୍ମଜୀବନିକାର କ୍ଲାୟରେ ତୋମାଳୀନ ଙ୍କ ଅନୁସାରେ ଡିକେନ୍ସ ସେକସପିଆର ଙ୍କ ପରେ ଇଂରାଜୀ ଭାଷା ସାହିତ୍ୟ ସବଶ୍ରେଷ୍ଠ ଚରିତ୍ର ସୃଷ୍ଟିକାରୀ ଥିଲେ । ତାଙ୍କ ଉପନ୍ୟାସ ରେ ଚରିତ୍ରା ଗୁଡିକ ର ନାମକରଣ ( ଓଲିଭର ଟୁଇସ୍ଟ , ଡେଭିଡ କପରଫିଳ୍ଡ , ଜକବ ମାର୍ଲେ , ପିପ, ମିକାୱର ଆଦି ) ମଧ୍ୟ ସେ ଅତି ସୁନ୍ଦର ଗ୍ରହଣୀୟ ହେବା ପରି ଦେଇଥିଲେ । ସେମଧ୍ୟ ରୁ କେତେକ ବହୁ ଆଦୃତ ନାମ ହିସାବ ରେ ଲୋକେ ସବୁଦିନେ ମନେ ରଖିଥାନ୍ତି ।
ଆତ୍ମଜୀବନୀ ମୂଳକ ଚରିତ୍ର
ତାଙ୍କର ସବୁ ଚରିତ୍ର ର ଆଧାର ବାସ୍ତବ ଜୀବନ ରୁ ଆଣିଥିବା ବେଳେ " David copperfield " ଉପନ୍ୟାସ ର ମୁଖ୍ୟ ଚରିତ୍ର ଭାବରେ ଡାଭିଡ ତାଙ୍କ ନିଜ ଜୀବନ ଅନୁଭୂତି ରୁ ଆଣିଥିବା ଲକ୍ଷ୍ୟ କରାଯାଇଥାଏ । ଏପରିକି " BleakHouse " ଉପନ୍ୟାସ ର କୋଟ ରୁମ ଘଟଣା ବଳି ତାଙ୍କ ନିଜସ୍ଵ କେସ ର ଘଟଣା ବଳି ସହ ସାମଞ୍ଜସ୍ଯ ରହିଛି ।[୫୬] [୫୭]
ସାମାଜିକ ବକ୍ତବ୍ୟ
ଫିଲ୍ମ ଓ ଟିଭି ସିରିୟାଲ ରେ ଡିକେନ୍ସ
ଡିକେନ୍ସ ଙ୍କ ଉପନ୍ୟାସ ଓ ଅନନ୍ୟ ଲେଖା ଗୁଡିକ ତାଙ୍କ ସମୟ ରୁ ଆଜିଯାଏ ବହୁଳ ବିକ୍ରି ହେଇଚାଲିଥିବା ବେଳେ ଅନେକ ଗଳ୍ପ କୁ ନେଇ ଫିଲ୍ମ , ଟିଭି ସିରିୟାଲ ନିର୍ମିତ ହେଇଛି । ତାଙ୍କ ଜୀବଦ୍ଦଶା ରେ " The Pickwick Papers' ର କାହାଣୀ କୁ ନେଇ ଏକ ନୀରବ ଚଳଚିତ୍ର ନିର୍ମିତ ହେଇଥିଲା । [୫୮]
ପରବର୍ତୀ କଳା ରେ ପ୍ରଭାବ
ମୁଖ୍ୟ ସାହିତ୍ୟିକ କୃତି ସମୂହ
ଡିକେନ୍ସ ଙ୍କ ସର୍ବଶ୍ରେଷ୍ଠ କୃତି ମଧ୍ୟ ରୁ ଏହି ଗୁଡିକ ମୁଖ୍ୟ । ଏଠି ମଧ୍ୟ ରୁ ଅନେକ ପ୍ରଥମେ ମାସିକ ବା ସାପ୍ତାହିକ ଧାରାବାହିକ ଭାବରେ ପତ୍ରିକା ରେ ପ୍ରକାଶିତ ହେଇ ପରେ ପୁସ୍ତକ ଭାବରେ ପ୍ରକାଶ ପାଇଥିଲା ।
- The Posthumous Papers of the Pickwick Club
- The Adventures of Oliver Twist
- The Life and Adventures of Nicholas Nickleby
- The Old Curiosity Shop
- Barnaby Rudge: A Tale of the Riots of Eighty
- A Christmas Carol (1843)
- The Life and Adventures of Martin Chuzzlewit
- Dombey and Son
- David Copperfield
- Bleak House
- Hard Times: For These Times
- Little Dorrit
- A Tale of Two Cities
- Great Expectations
- Our Mutual Friend
ଆଧାର ସମୂହ
ଫୁଟ ନୋଟ
- ↑ A contemporary obituary in The Times, alleged that Dickens's last words were: "Be natural my children. For the writer that is natural has fulfilled all the rules of Art." reprinted from The Times, London, August 1870 in Bidwell 1870, p. 223 .
Notes
- ↑ Mazzeno 2008, p. 76 .
- ↑ Chesterton 2005, pp. 100–126 .
- ↑ Hauser 1999, p. 116 .
- ↑ "Oxford Dictionaries – Dickensian".
- ↑ Simon Callow, Charles Dickens and the Great Theatre of the World, p.9
- ↑ Charles Dickens and the Great Theatre of the World, Simon Callow, p.5
- ↑ Forster 2006, p. 13 .
- ↑ Simon Callow, Charles Dickens and the Great Theatre of the World, p.7
- ↑ Ackroyd 1990, pp. 22–24:29–30 .
- ↑ Ackroyd 1990, p. 41 .
- ↑ Schlicke 1999, p. 158 .
- ↑ Ackroyd 1990, p. 76 .
- ↑ Schlicke 1999, p. 157 .
- ↑ Wilson 1972, p. 58 .
- ↑ Cain 2008, p. 91 .
- ↑ Wilson 1972, p. 61 .
- ↑ Callow, p.34, 36
- ↑ Pope-Hennessy 1945, p. 18 .
- ↑ Wilson 1972, p. 64 .
- ↑ Davis 1998, p. 23 .
- ↑ Ackroyd 1990, pp. 201, 278–279 .
- ↑ Callow p.54
- ↑ Simon Callow, Charles Dickens and the Great theatre of the World, p.60
- ↑ Smiley 2002, pp. 12–14 .
- ↑ Simon Callow, p.77, 78 'Charles Dickens and the Great Theatre of the World'
- ↑ Schlicke 1999, p. 514 .
- ↑ Simon Callow, Charles Dickens and the Great Theatre of the World, p 98
- ↑ Jones 2004, p. 7
- ↑ Ackroyed 1990
- ↑ Moore 2004, pp. 44–45
- ↑ Tomalin 2011, pp. 128–132 .
- ↑ Ackroyd 1990, pp. 345–346 .
- ↑ Tomalin 2011, p. 127 .
- ↑ Nayder 2011, p. 148 .
- ↑ Ackroyd 1990, pp. 249, 530–538, 549–550, 575
- ↑ Hartley 2009, pp. ?
- ↑ Simon Callow, Charles Dickens and the Great Theatre of the World p.63 sunday under three heads Archived 25 September 2014 at the Wayback Machine.
- ↑ Simon Callow, 'Charles Dickens'. p.159
- ↑ Gary Colledge (2012), God and Charles Dickens: Recovering the Christian Voice of a Classic Author, p. 24.
- ↑ Rost, Stephen. "The Faith Behind the Famous: Charles Dickens". Christian History. Christianity Today. Retrieved 20 December 2016.
- ↑ Stephen Skelton, Reclaiming 'A Christmas Carol'.
- ↑ The Life Of Our Lord
- ↑ Simon Callow, Charles Dickens and the Great Theatre of the World p.63 sunday under three heads Archived 25 September 2014 at the Wayback Machine.
- ↑ Ackroyd 1990, pp. 628, 634–638 .
- ↑ Smith 2001, pp. 10–11 .
- ↑ Ackroyd 1990, pp. 589–95, 848–852 .
- ↑ Ackroyd 1990, pp. 959–961 .
- ↑ "The Staplehurst Disaster". Retrieved 28 February 2015.
- ↑ Foxcroft 2007, p. 53 .
- ↑ "Luke Fildes". TheFamousArtists.com.
- ↑ Forster 2006, p. 628 .
- ↑ Ackroyd 1990, pp. 1077–1078 .
- ↑ Vlock 1998, p. 30 .
- ↑ Vlock 1998, p. 30 .
- ↑ Ackroyd 1990, pp. 44–45 .
- ↑ Polloczek 1999, p. 133 .
- ↑ Ackroyd 1990, p. 653 .
- ↑ Flom, Eric L. (5 March 2009). Silent Film Stars on the Stages of Seattle: A History of Performances by Hollywood Notables. McFarland. p. 119. ISBN 9780786439089.
ପୁନଶ୍ଚ ପଠନ
- . Dictionary of National Biography. London: Smith, Elder & Co. 1885–1900.
{{cite encyclopedia}}
: Cite has empty unknown parameters:|1=
,|editorlink=
,|editor2link=
, and|separator=
(help)
ବାହ୍ୟ ସଂଯୋଗ ସବୁ
Works
- Works by or about ଚାର୍ଲ୍ସ ଡିକେନ୍ସ at Internet Archive
- ଚାର୍ଲ୍ସ ଡିକେନ୍ସ public domain audiobooks from LibriVoxLibriVox ଚାର୍ଲ୍ସ ଡିକେନ୍ସ public domain audiobooks from LibriVox
- Journalism at Dickens Journals Online, an online edition of Household Words and All the Year Round
- ଛାଞ୍ଚ:Library resources by
- Charles Dickens at the British Library