"ମେଘନା ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Meghna River"
(କିଛି ବଦଳିନାହିଁ)

୨୧:୪୦, ୨୧ ଡିସେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ମେଘନା ସମେତ ବାଂଲାଦେଶ ର ନଦୀ ଗୁଡିକ ର ମାନଚିତ୍ର 

ମେଘନା ନଦୀ(ବଙ୍ଗଳା: মেঘনা নদী) ବାଂଲାଦେଶ ର ସବୁଠାରୁ ଗୁରୁତ୍ବପୂର୍ଣ ନଦୀ । ,[୧] ବଂଗୋପମହାସାଗର କୁ ଲାଗି ରହିଥିବା ଗାଙ୍ଗେୟ ସମତଳଭୂମି ଅଞ୍ଚଳ ରେ ପ୍ରବାହିତ ତିନି ଟି ମୁଖ୍ୟ ନଦୀ ମଧ୍ୟ ରୁ ଏହା ଅନ୍ୟତମ । ସୁରମା - ମେଘାନା ନଦୀ ପ୍ରଣାଳୀ ର ମେଘନା ନଦୀ ର ଉପତ୍ତି ବାଂଲାଦେଶ ର କିଶୋରଗଞ୍ଜ ଜିଲ୍ଲା ର ଭୈରବ ବଜାର ସହର ର ଉପର ଅଞ୍ଚଳ ରେ ସୁର୍ମା ନଦୀ ଓ କୁଶିୟାରା ନଦୀ ର ସଙ୍ଗମ ଦ୍ଵାରା ସୃଷ୍ଟି ହେଇଥାଏ । ସୁର୍ମା ଓ କୁଶିୟାରା ପୂର୍ବ ଭାରତୀୟ ପାର୍ବତ୍ୟ ଅଞ୍ଚଳ ରୁ ଉପତ୍ତି ଘଟି ବାରକ ନଦୀ ଭାବରେ ଆସିଥାଏ । ଚାଁଦପୁର ଜିଲ୍ଲା ରେ ମେଘନା ନଦୀ ତାହାର ମୁଖ୍ୟ ଉପନଦୀ ପଦ୍ମା ସହ ମିଳିତ ହୁଏ । ମେଘନା ନଦୀ ର ଅନନ୍ୟ ଉପନଦୀ ଗୁଡିକ ହେଲା ଢାଲେସବାରି , ଗୁମଟିଓ ଫେଣି । ମେଘନା ନଦୀ ଭୋଳା ଜିଲ୍ଲା ରରେ ବଂଗୋପ ସାଗର ରେ ଲୀନ ହୁଏ । ଏହାର ମୁହାଣ ଅଞ୍ଚଳ ରେ ତେତୁଳିଆ , ଶବାଜପୁର , ହଟିଆ ଓ ବାମ୍ଣୀ ରହିଛି । 

ମେଘନା ନଦୀ ରେ ନୌକା

ବାଂଲାଦେଶ ଭିତରେ ସମ୍ପୂର୍ଣ ଭାବରେ ପ୍ରବାହିତ ନଦୀ ଗୁଡିକ ମଧ୍ୟ ରୁ ମେଘନା ସବୁଠାରୁ ବେଶୀ  ପ୍ରସ୍ଥ ବିଶିଷ୍ଟ । ଭୋଳା ନିକଟ ରେ ଏହାର ପ୍ରସ୍ଥ 12 କିଲୋମିଟର ହେଇଥାଏ । ତଳ ମୁଣ୍ଡ ରେ ଏହି ନଦୀ ସମତଳ ଭୂମି ରେ ସରଳରେଖା ପରି  ପ୍ରବାହିତ ହେଇଥାଏ । 

ଗତିପଥ 

ପୂର୍ବ ଭାରତୀୟ ପାର୍ବତ୍ୟ ଇଲାକା ରୁ ସୁର୍ମା ଓ କୁଶିୟାରା ନଦୀ ଉପତ୍ତି ହେଇ ଚାଁଦପୁର ଠାରେ ମିଳିତ ହେଲା ପରେ ଏହା ମେଘନା ନାମ ଧାରଣ କରି ପ୍ରବାହିତ ହେଇ ପଦ୍ମା ନଦୀ ସହ ମିଳିତ ହୁଏ । ମୂଳଧୂଳି ନାମକ ସ୍ଥାନ ରୁ ଏହି ନଦୀ ରୁ ଏକ ଶାଖା ନଦୀ ବାହାରି "ସାଫିପୁର  ନଦୀ" ସୃଷ୍ଟି ହେଇଥାଏ । 

ବ୍ରାହ୍ମଣବାରି  ଜିଲ୍ଲା ର ଘଟଲପୁର ଠାରେ ମେଘନା ନଦୀ ରୁ ଆଉ ଏକ ଶାଖା ନଦୀ "ତିଳସ " ବାହାରି ଥାଏ । ଏହା 240 କିଲୋମିଟର ବକ୍ର ଭାବରେ ଗତି କଲାପରେ ପୁନଶ୍ଚ ମେଘନା ସହ ନବୀନପୁର ଉପଜିଲ୍ଲା ଅଞ୍ଚଳ ରେ ମିଳିତ ହେଇଯାଏ ।  ଏହି ଟିଳସ ନଦୀ ଗୋଟିଏ ଧାରା ହେଇ ବାହାରି , ପରେ ଦୁଇଟି ଭିନ୍ନ ଧାରା ହେଇ ପ୍ରବାହିତ ହେଇଥାଏ । 

ସେତୁ ଉପରୁ ମେଘନା ନଦୀ ର ଦୃଶ୍ୟ 

କୋମିଲ୍ଲା ଜିଲ୍ଲା ର ଦଉଡଖଣ୍ଡି ଅଞ୍ଚଳ ରେ ମେଘନା ସହ ଗୁମତି ନଦୀ ର ମିଳନ ହେଇ ନଦୀ ର ଜଳଧାରା ବହୁ ପରିମାଣ ରେ ବୃଦ୍ଧି ପାଇଥାଏ । ମେଘନା ଓ ଗୁମତି ଉପରେ ଥିବା ଦ୍ଵୈତ ସେତୁ ବାଂଲାଦେଶ ର ଦୀର୍ଘତମ  ସେତୁ । 

ଚାଁଦପୁର ଠାରେ ପୁନର୍ବାର ମେଘନା ନଦୀ ର କାୟା ବୃଦ୍ଧି ଘଟିଥାଏ ଢାଲେଶ୍ଵରୀ ନଦୀ ସହ ମିଶ୍ରଣ ଯୋଗୁଁ । ତଳକୁ ପ୍ରବାହିତ ହେଇ ଏହା ତାହାର ସର୍ବ ବୃହତ ଉପନଦୀ ପଦ୍ମା ସହ ଚାଁଦପୁର ଜିଲ୍ଲା ର ତଳ ଅଂଶ  ରେ ମିଳିତ ହୁଏ । 

ଏଠାରେ ମେଘନା ନଦୀ ର ନିର୍ମଲା ଜଳ ପ୍ରବାହ ସହ ପଦ୍ମା ନଦୀ ର ଧୂସର ଓ ଗୋଳିଆ ପାଣି ଧାରା ସମ୍ପୂର୍ଣ ଭାବରେ ମିଶି ନ ଯାଇ ସମାନ୍ତରାଳ ଭାବେ ଯାଉଥିବାର ଦେଖାଯାଏ । ଏହା ଏକ ଖୁବ ଆକର୍ଷକ ଦୃଶ୍ୟ ସୃଷ୍ଟି କରିଥାଏ । 

ଚାଁଦପୁର ତଳକୁ ପଦ୍ମା , ମେଘନା ଓ ଯମୁନା ନଦୀ ର ସମ୍ମିଳିତ ପ୍ରବାହ ଯାଇ ବଙ୍ଗୋପସାଗର ରେ ଏକ ସରଳରେଖା ସଦୃଶ ଯାଇ ପାତନ ହେଇଥାଏ । ସମୁଦ୍ର ରେ ମିଳିତ ହେବା ଆଗରୁ ମ୍ମେଘନା ର ଅନେକ ଧାରା ବିଭିନ୍ନ ସ୍ଥାନ ରେ ବାହାରି ଭିନ୍ନ ଦିଗ ରେ ଗତି କରି  ପୁନର୍ବାର ମେଘନା ସହ ମିଳିତ ହେଇଥାନ୍ତି । 

ଭୋଳା ନିକଟ ରେ ସମୁଦ୍ର ରେ ପଡିବା ଠିକ ଆଗରୁ ଏହା ଦୁଇଟି ସ୍ରୋତ ହେଇ ମଝିରେ ଏକ ଦ୍ଵିପାଞ୍ଚଳ ସୃଷ୍ଟି କରିଥାଏ । ଏଠାରେ ପଶ୍ଚିମ ସ୍ରୋତ କୁ ଇଶା କୁହାଯାଉଥିବା ବେଳେ ପୂର୍ବ ସ୍ରୋତ କୁ ବାମ୍ଣୀ କୁହାଯାଏ । 

ପୁନଶ୍ଚ ଦେଖଣା 

  • List of rivers in Bangladesh

ଆଧାର ସମୂହ 

  1. Masud Hasan Chowdhury (2012). "Meghna River". In Sirajul Islam and Ahmed A. Jamal (ed.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.