"ମାଟିର ମଣିଷ (ଉପନ୍ୟାସ)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
୩୮ କ ଧାଡ଼ି: | ୩୮ କ ଧାଡ଼ି: | ||
{{familytree | | | | | | H |-| S |-| M |-|^|-| D | | H=ହାରା (ଝିଅ-୧ମ) | S=ସୁନା (ଝିଅ-୨ୟ) | M=ମୋତି (ଝିଅ-୩ୟ) | D=ଦାମ (ପୁଅ-୪ର୍ଥ) }} |
{{familytree | | | | | | H |-| S |-| M |-|^|-| D | | H=ହାରା (ଝିଅ-୧ମ) | S=ସୁନା (ଝିଅ-୨ୟ) | M=ମୋତି (ଝିଅ-୩ୟ) | D=ଦାମ (ପୁଅ-୪ର୍ଥ) }} |
||
{{familytree/end}} |
{{familytree/end}} |
||
ଉପନ୍ୟାସରେ ବର୍ଣ୍ଣିତ ଅନ୍ୟାନ୍ୟ ପ୍ରମୁଖ ଚରିତ୍ର ସବୁ ହେଲେ: |
|||
* ହରି ମିଶ୍ର |
|||
* ଚନ୍ଦରା ଶିଅଳ |
|||
* ଧରମୁ ଦାସ (ଧରମା) |
|||
* ଶାରଦୀ ବୋଉ |
|||
* ଗୌରାଙ୍ଗ ଶେଣ (ଗଉରା)... ଇତ୍ୟାଦି |
|||
== ସଂକ୍ଷିପ୍ତ କାହାଣୀ == |
== ସଂକ୍ଷିପ୍ତ କାହାଣୀ == |
୧୭:୫୦, ୬ ଜୁଲାଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ମାଟିର ମଣିଷ | |
---|---|
ଲେଖକ | କାଳିନ୍ଦୀ ଚରଣ ପାଣିଗ୍ରାହୀ |
ଚିତ୍ରକର | ଗୋପାଳ ଚରଣ କାନୁନ୍ଗୋ (୨୦୦୪ ମସିହା ସଂସ୍କରଣ) |
ମଲାଟ ଚିତ୍ରକର | ଗୋପାଳ ଚରଣ କାନୁନ୍ଗୋ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଷୟ | ଗ୍ରାମ୍ୟ ଜୀବନ, ପାରିବାରିକ କଳହ |
ବିଭାଗ | ଉପନ୍ୟାସ |
ପ୍ରକାଶକ | ଲାର୍କ ବୁକ୍ସ |
ପ୍ରକାଶ ତାରିଖ | ୧୯୩୧ - ୧୯୭୬, ୨୦୦୪ |
ମାଧ୍ୟମ ପ୍ରକାର | କାଗଜ ମଲାଟ |
ପୃଷ୍ଠା | ୧୧୮ (୨୦୦୪ ମସିହା ସଂସ୍କରଣ) |
ISBN | 81-7375-126-9 |
ମାଟିର ମଣିଷ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଏକ ଉପନ୍ୟାସ ଅଟେ । ୧୯୩୧ ମସିହାରେ ଏହି ଉପନ୍ୟାସଟିର ପ୍ରଥମ ମୁଦ୍ରଣ କରଯାଇଥିଲା ଏବଂ ୧୯୭୬ ସୁଦ୍ଧା ଏହା ବତିଶ ଥର ମୁଦ୍ରିତ ହୋଇଥିଲା । ୧୯୭୬ ପରଠାରୁ ଦୀର୍ଘ ତିନି ଦଶନ୍ଧି ଧରି ଏହାର ପୁନଃମୁଦ୍ରଣ ହୋଇପାରିନଥିଲା । ପରେ ୨୦୦୪ ମସିହାରେ କାଳିନ୍ଦୀଚରଣଙ୍କ ପୁତ୍ର ତୁଷାରରଞ୍ଜନ ପାଣିଗ୍ରାହୀଙ୍କ ଅନୁମତି କ୍ରମେ ଏହାର ଏକ ସଚିତ୍ର ସଂସ୍କରଣ ପ୍ରକାଶିତ ହେଲା । ଏଥିରେ ସିଲହୋଏଟ୍ ଧରଣର ଚିତ୍ର ସ୍ଥାନ ପାଇଛି (ଏହି ଧରଣର ଛବିରେ ରଙ୍ଗ ବା ବସ୍ତୁର ବହୁଳତା ନଥାଏ) । ମାଟିର ମଣିଷ ଉପନ୍ୟାସ ପାଇଁ ଗୋପାଳ ଚରଣ କାନୁନ୍ଗୋ ଏହି ଚିତ୍ର ଗୁଡ଼ିକ ଆଙ୍କିଥିଲେ ।
ବଂଶାବଳୀ ଓ ଚରିତ୍ର
ଶାମ ପଧାନର ଦୁଇପୁଅ, ବରଜୁ ବଡ ଓ ଛକଡ଼ି ସାନ । ବରଜୁର ତିନି ଝିଅ ଗୋଟିଏ ପୁଅ ।
ଶାମ ପଧାନ | ପଧାନ ବୁଢୀ | ||||||||||||||||||||||||||||||||||||||||||||
ନେତ୍ରମଣି | ଛକଡ଼ି (ସାନ) | ବରଜୁ (ବଡ଼) | ହାରାବୋଉ | ||||||||||||||||||||||||||||||||||||||||||
ହାରା (ଝିଅ-୧ମ) | ସୁନା (ଝିଅ-୨ୟ) | ମୋତି (ଝିଅ-୩ୟ) | ଦାମ (ପୁଅ-୪ର୍ଥ) | ||||||||||||||||||||||||||||||||||||||||||
ଉପନ୍ୟାସରେ ବର୍ଣ୍ଣିତ ଅନ୍ୟାନ୍ୟ ପ୍ରମୁଖ ଚରିତ୍ର ସବୁ ହେଲେ:
- ହରି ମିଶ୍ର
- ଚନ୍ଦରା ଶିଅଳ
- ଧରମୁ ଦାସ (ଧରମା)
- ଶାରଦୀ ବୋଉ
- ଗୌରାଙ୍ଗ ଶେଣ (ଗଉରା)... ଇତ୍ୟାଦି
ସଂକ୍ଷିପ୍ତ କାହାଣୀ
ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ଓ ଛକଡ଼ି । ବରଜୁ ବିବାହିତ, ୪ଟି ସନ୍ତାନ-ସନ୍ତତିର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିର ବିବାହ ନେତ୍ରମଣି ସହିତ ହୋଇଥିଲା କିନ୍ତୁ ସେମାନଙ୍କର କିଛି ସନ୍ତାନ ସନ୍ତତି ନଥିଲେ । ପଧାନ ବୁଢା ଓ ବୁଢୀର ମୃତ୍ୟୁ ପରେ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କଲା । ମାମଲତକାର ହରି ମିଶ୍ର ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଇଥିଲେ, କାରଣ ବରଜୁର ଗାଁ ଭଲମନ୍ଦରେ ନିଷ୍ପତ୍ତି ଯୋଗୁଁ ତାଙ୍କର ମାମଲାତକାରୀ ବ୍ୟବସାୟ ବାଧାପ୍ରାପ୍ତ ହେଉଥିଲା । ନେତ୍ରମଣି ବି ଛକଡ଼ିକୁ ଭିନ୍ନେ ହାଣ୍ଡି କରିବାପାଇଁ ଖୁଣ୍ଟା ଦେଉଥିଲେ । ଛକଡ଼ି କିନ୍ତୁ ବରଜୁକୁ ଏକଥା କହିବା ପାଇଁ ଡରୁଥିଲା । ପଧାନ ବୁଢା ମଲା ବେଳେ ବରଜୁକୁ କହିଯାଇଥିଲା, ଭିନ୍ନେ ନହେବାପାଇଁ, ଘରେ ପାଚେରି ନଉଠେଇବା ପାଇଁ । ବରଜୁ ବହୁକଷ୍ଟରେ ହାରାବୋଉକୁ (ତା' ସ୍ତ୍ରୀ) କୁ ଝଗଡା ନକରିବାପାଇଁ ବୁଝେଇବାରେ ସକ୍ଷମ ହୋଇଥିଲେ ବି ନେତ୍ରମଣି ଅଲଗା ହେବାପାଇଁ ଜିଦ ଧରିଥିଲା । ଛକଡ଼ି, ହରି ମିଶ୍ରର ସାହାଯ୍ୟ ନେଇ ଭିନ୍ନେ ହେବା ପାଇଁ ବାହାରିଲା । ଶେଷରେ ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲିଗଲା । ଉପନ୍ୟାସ ଶେଷରେ ଛକଡ଼ି ପୁରୁଣା ଦିନ ସବୁକୁ ଝୁରିଛି ଓ ବରଜୁ ସହ ଯିବା ପାଇଁ ବାହାରିଛି ।